Health-and-Nutrition/C2/Vegetarian-recipes-for-7-month-old-babies/Oriya

From Script | Spoken-Tutorial
Jump to: navigation, search
Time
Narration
00:00 “7 ମାସର ଶିଶୁ ପାଇଁ ନିରାମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: 7 ମାସର ଶିଶୁ ପାଇଁ ପୂରକ ଆହାରର ମହତ୍ତ୍ୱ ଏବଂ
00:16 ନିରାମିଷ ଖାଦ୍ୟ କିପରି ପ୍ରସ୍ତୁତ କରିବେ, ଯେପରି ପଣଶ ମଞ୍ଜି ଖେଚେଡ଼ି
00:23 ଚଣା ଡାଲି କୋଶଳା ଶାଗ ଖେଚେଡ଼ି
00:26 କୋଶଳା କଳା ଆଖିଆ ବିନ୍ସ ଖେଚେଡ଼ି
00:28 ମେଥି ଶାଗ ବିନ୍ସ ଖେଚେଡ଼ି ଏବଂ ବାଜରା ଚଣା ଖେଚେଡ଼ି
00:35 ଆସନ୍ତୁ ଆରମ୍ଭ କରିବା, ପ୍ରଥମ ବର୍ଷରେ ଯେତେବେଳେ ଶିଶୁ ଗୁରୁଣ୍ଡିବା ଆରମ୍ଭ କରେ, ତା’ର ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ
00:43 ଶିଶୁର ଶକ୍ତି ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଥାଏ
00:48 6-8 ମାସର ଶିଶୁମାନେ, ପୂରକ ଖାଦ୍ୟରୁ 200 ପର୍ଯ୍ୟନ୍ତ କ୍ୟାଲୋରୀ ଆବଶ୍ୟକ କରିଥା’ନ୍ତି
00:55 ତାକୁ ଦିଆଯାଉଥିବା ଖାଦ୍ୟର ପରିମାଣକୁ ଧୀରେଧୀରେ ବଢ଼ାଇବା ଉଚିତ
00:59 ଏହା ମଧ୍ୟ ମନେରଖନ୍ତୁ ଯେ, ପର୍ଯ୍ୟାପ୍ତ ପୂରକ ଆହାର ସହିତ ସ୍ତନ୍ୟପାନ ମଧ୍ୟ ବହୁତ ଜରୁରୀ ହୋଇଥାଏ
01:07 ସେଥିପାଇଁ, ଶିଶୁକୁ ସାତ ମାସ ପୂରିବା ପରେ, ଦିନକୁ ତିନିଥର କରି ଅଧ କପ୍ ପୂରକ ଖାଦ୍ୟ ଦେବା ଆରମ୍ଭ କରନ୍ତୁ
01:16 ଅଧ କପ୍ ହେଉଛି ପ୍ରାୟ 12 ମି.ଲି. ବା 8 ଟେବଲ୍ ଚାମଚ ଖାଦ୍ୟ
01:22 ଏବେ ଶିଶୁଟି ବିଭିନ୍ନ ଖାଦ୍ୟ ପଦାର୍ଥ ସହ ସହଜ ହୋଇଯାଇଥିବ
01:28 କାରଣ ସେ ନିଜର ପୂରକ ଖାଦ୍ୟକୁ 6 ମାସ ବୟସରୁ ଆରମ୍ଭ କରିଥିଲା
01:33 ଏବେ, ଶିଶୁକୁ ମିଶ୍ରିତ ଖାଦ୍ୟ ଦେବା ଆରମ୍ଭ କରନ୍ତୁ
01:38 ଧ୍ୟାନ ଦିଅନ୍ତୁ - ଖାଦ୍ୟକୁ ଭଲ ଭାବରେ ରାନ୍ଧି, ତାକୁ ଭର୍ତ୍ତା କରି ଶିଶୁକୁ ଦିଆଯିବା ଉଚିତ
01:44 ଏହା ସୁନିଶ୍ଚିତ କରନ୍ତୁ ଯେ, ଶିଶୁର ଖାଦ୍ୟ ବହଳିଆ ହୋଇଥିବା ଦରକାର, ପାଣିଆ ନୁହେଁ
01:52 ଶିଶୁର ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସର୍ବଦା ସ୍ଥାନୀୟ ଓ ଋତୁଗତ ସାମଗ୍ରୀ ବ୍ୟବହାର କରନ୍ତୁ
01:59 ବିଭିନ୍ନ ପୋଷକ ଗୁଣ୍ଡ ମିଶାଇବାକୁ ମଧ୍ୟ ଭୁଲନ୍ତୁ ନାହିଁ, ଯେପରି ବାଦାମ, ମଞ୍ଜି ଗୁଣ୍ଡ,

ଗଜା ବିନ୍ସ ଗୁଣ୍ଡ

02:08 ଭୃଶୁଙ୍ଗା ପତ୍ର ଗୁଣ୍ଡ,

ସଜନା ଶାଗ ଗୁଣ୍ଡ

02:11 ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଏହାକୁ ବ୍ୟାଖ୍ୟା କରାଯାଇଛି
02:17 ଏକ ବର୍ଷ ନ ହେବା ପର୍ଯ୍ୟନ୍ତ ଶିଶୁର ଖାଦ୍ୟରେ ଲୁଣ ମିଶାନ୍ତୁ ନାହିଁ
02:21 ଦୁଇ ବର୍ଷ ନ ହେବା ପର୍ଯ୍ୟନ୍ତ ଶିଶୁର ଖାଦ୍ୟରେ ଚିନି, ଗୁଡ଼ ମିଶାନ୍ତୁ ନାହିଁ
02:27 ଏବେ, ଶିଶୁ ପାଇଁ ପୂରକ ଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବା ଭଳି କିଛି ନିରାମିଷ ରେସିପି ଉପରେ ନଜର ପକାଇବା
02:35 ପ୍ରଥମ ରେସିପି ହେଉଛି ପଣଶ ମଞ୍ଜି ଖେଚେଡ଼ି
02:39 ଆବଶ୍ୟକ ସାମଗ୍ରୀ ହେଉଛି: 15-20ଟି ପଣଶ ମଞ୍ଜି

ଗୋଟିଏ ଛୋଟ କିମ୍ୱା 1/2 କଦଳୀ

02:48 ନଡ଼ିଆ କ୍ଷୀର କିମ୍ୱା ସ୍ତନ କ୍ଷୀର
02:50 ଗୋଟିଏ ଚାହା ଚାମଚ ବାଦାମ ଓ ମଞ୍ଜି ଗୁଣ୍ଡ
02:53 ପଣଶ ମଞ୍ଜି ଖେଚେଡ଼ି ତିଆରି କରିବା ପାଇଁ - ପଣଶ ମଞ୍ଜିକୁ ଭଲ ଭାବରେ ଧୋଇଦିଅନ୍ତୁ
02:59 ଗୋଟିଏ ଷ୍ଟୀଲ୍ ପାତ୍ରରେ ମଞ୍ଜିଗୁଡ଼ିକୁ ରଖନ୍ତୁ.

ସେଗୁଡ଼ିକ ବୁଡ଼ିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ

03:06 ପ୍ରେସର୍ କୁକର୍‌ରେ 5-6ଟି ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ
03:09 ମଞ୍ଜିଗୁଡ଼ିକୁ ଗୋଟିଏ ପ୍ଲେ‌ଟ୍‌ରେ କାଢ଼ିଦେଇ

କିଛି ସମୟ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ

03:16 ତା’ପରେ, ସେଗୁଡ଼ିକର ଚୋପା ଛଡ଼ାଇଦିଅନ୍ତୁ
03:20 ମିକ୍ସର୍ କିମ୍ୱା ଶିଳ ବ୍ୟବହାର କରି ସେଗୁଡ଼ିକୁ ବାଟିଦିଅନ୍ତୁ
03:25 ଏହା ସହିତ, ଗୋଟିଏ ପାଚିଲା କଦଳୀର ଚୋପା ଛଡ଼ାଇ, ଗୋଟିଏ ଚାମଚ ବ୍ୟବହାର କରି ଚକଟି ଦିଅନ୍ତୁ
03:32 ଏବେ, ଚକଟା କଦଳୀ ଓ ପଣଶ ମଞ୍ଜି ଭର୍ତ୍ତାକୁ ଏକାଠି ମିଶାଇଦିଅନ୍ତୁ
03:37 ସେଥିରେ 2 ଟେବଲ୍ ଚାମଚ ନଡ଼ିଆ କ୍ଷୀର କିମ୍ୱା ସ୍ତନ କ୍ଷୀର ମିଶାନ୍ତୁ
03:42 ସେଥିରେ ବାଦାମ ଓ ମଞ୍ଜି ଗୁଣ୍ଡକୁ ପକାନ୍ତୁ
03:45 ତାହାକୁ ଭଲ ଭାବେ ମିଶାନ୍ତୁ
03:47 ନିମ୍ନ ଆଞ୍ଚରେ ଏହି ମିଶ୍ରଣକୁ 3-4 ମିନିଟ୍ ରାନ୍ଧନ୍ତୁ
03:52 ପଣଶ ମଞ୍ଜି ଖେଚେଡ଼ି ପ୍ରସ୍ତୁତ ହୋଇଗଲା
03:56 ଏହି ପଣଶ ମଞ୍ଜି ଖେଚେଡ଼ିରେ ରହିଛି - ପ୍ରୋଟିନ୍
03:59 ଓମେଗା 3 ଫ୍ୟାଟୀ ଆସିଡ୍ସ
04:02 ପୋଟାସିୟମ୍ ଓ ଫସଫରସ୍
04:06 ଦ୍ୱିତୀୟ ରେସିପି ହେଉଛି କୋଳଥ ଡାଲି, କୋଶଳା ଶାଗ ଖେଚେଡ଼ି
04:11 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର: 2 ଟେବଲ୍ ଚାମଚ କୋଳଥ ଡାଲି ଗୁଣ୍ଡ

2 କପ୍ ଧୁଆଯାଇଥିବା କୋଶଳା ଶାଗ

04:19 ଅଳ୍ପ ଭୃଶୁଙ୍ଗା ପତ୍ର ଗୁଣ୍ଡ,

1/2 ଚାହା ଚାମଚ ଘିଅ

04:24 ପଦ୍ଧତ୍ତି: ପ୍ରଥମେ, କୋଳଥ ଡାଲିକୁ ପାଣିରେ 7-8 ଘଣ୍ଟା ପର୍ଯ୍ୟନ୍ତ ବତୁରାଇଦିଅନ୍ତୁ
04:31 ତାହାପରେ, ସେଗୁଡ଼ିକୁ ଗୋଟିଏ ଛଣାରେ ପକାଇ ଭଲ ଭାବରେ ଧୋଇଦିଅନ୍ତୁ
04:37 ସବୁ ପାଣିକୁ ନିଗାଡ଼ିଦିଅନ୍ତୁ. ଏବେ, ତାହାକୁ ଗୋଟିଏ ସଫା କପଡ଼ାରେ ବାନ୍ଧି ଗଜା ହେବା ପର୍ଯ୍ୟନ୍ତ ରଖିଦିଅନ୍ତୁ
04:47 ଗଜା ହୋଇଥିବା କୋଳଥ ଡାଲିକୁ ଖରାରେ 1-2 ଦିନ ପାଇଁ ଶୁଖାଇଦିଅନ୍ତୁ
04:52 ଏହାକୁ ନିମ୍ନ ଆଞ୍ଚରେ 7-8 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ.

ଏହାକୁ ଥଣ୍ଡା କରିଦିଅନ୍ତୁ

04:58 ତା’ପରେ ଏହାକୁ ଗୁଣ୍ଡ କରିଦିଅନ୍ତୁ.

ସମଗ୍ର ପ୍ରକ୍ରିୟାକୁ "ମଲ୍ଟିଙ୍ଗ୍” କୁହାଯାଏ

05:05 ଏହା ସହିତ ହିଁ ଗୋଟିଏ କଡ଼େଇରେ ଘିଅ ଗରମ କରନ୍ତୁ
05:10 ସେଥିରେ କୋଶଳା ଶାଗ ପକାନ୍ତୁ
05:13 4-5 ମିନିଟ୍ ପର୍ଯ୍ୟନ୍ତ ତାହାକୁ ଭାଜି ଥଣ୍ଡା କରିଦିଅନ୍ତୁ
05:17 ମିକ୍ସର୍ କିମ୍ୱା ଶିଳ ବ୍ୟବହାର କରି ତାହାକୁ ବାଟି ଦିଅନ୍ତୁ
05:23 ତା’ପରେ, କୋଳଥ ଗୁଣ୍ଡରେ 2 ଟେବଲ୍ ଚାମଚ ପାଣି ପକାନ୍ତୁ
05:28 ଭଲ ଭାବରେ ମିଶାଇଦିଅନ୍ତୁ, ଯେଉଁଥିରୁ ସେଥିରେ ଟେଳା ରହିବ ନାହିଁ
05:32 ଏହି ପତଳା ପେଷ୍ଟକୁ ନିମ୍ନ ଆଞ୍ଚରେ 6-7 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
05:37 ଏବେ, କୋଶଳା ଶାଗ ବଟାକୁ ଏହି କୋଳଥ ଡାଲି ପେଷ୍ଟରେ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
05:43 ନିମ୍ନ ଆଞ୍ଚରେ ଏହାକୁ 2-3 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
05:48 ଭୃଶୁଙ୍ଗା ପତ୍ର ଗୁଣ୍ଡକୁ ଏଥିରେ ପକାଇ ପୁଣିଥରେ ଘାଣ୍ଟନ୍ତୁ
05:52 ଏହାକୁ ଆଞ୍ଚରୁ ଓହ୍ଲାଇଆଣନ୍ତୁ ଏବଂ ଆମର କୋଳଥ ଡାଲି, କୋଶଳା ଶାଗ ଖେଚେଡ଼ି ପ୍ରସ୍ତୁତ ହୋଇଗଲା
05:59 ଏହି ଖେଚେଡ଼ିରେ ରହିଛି - ପ୍ରୋଟିନ୍

ଓମେଗା 3 ଫ୍ୟାଟୀ ଆସିଡ୍ସ, କାଲସିୟମ୍

06:06 ଫସଫରସ୍, ଆଇରନ୍ ଓ ପୋଟାସିୟମ୍
06:10 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଏହିଭଳି ଖେଚେଡ଼ି ତିଆରି କରିବା ପାଇଁ ଯେକୌଣସି ସ୍ଥାନୀୟ ଉପଲବ୍ଧ ବିନ୍ସ ଓ ଶାଗର ବ୍ୟବହାର କରିହେବ
06:20 ସବୁବେଳେ ବିନ୍ସକୁ ବିଭିନ୍ନ ପ୍ରକାରର ଡାଲି ଓ ଅନାଜ ସହିତ ମିଶାଇବାକୁ ଚେଷ୍ଟା କରନ୍ତୁ, ଯେପରି -

ବୁଟ, ମାଣ୍ଡିଆ, ବାଜରା ଆଦି

06:31 ଏହି ମିଶ୍ରଣ, ଶିଶୁକୁ ସମ୍ପୂର୍ଣ୍ଣ ପ୍ରୋଟିନ୍ ପ୍ରଦାନ କରିଥାଏ
06:35 ଏହିସବୁ ଶସ୍ୟ ଓ ଡାଲିର ଗୁଣ୍ଡକୁ ଶିଶୁର ଖାଦ୍ୟରେ ମିଶାଇପାରିବେ କିମ୍ୱା
06:42 ଏହିଭଳି ଖେଚେଡ଼ିରେ ରନ୍ଧାଯାଇଥିବା ଗଜା ଡାଲି ଆଦିକୁ ଚକଟି ମିଶାଇପାରିବେ
06:48 ତୃତୀୟ ରେସିପି ହେଉଛି କୋଶଳା କଳା ଆଖିଆ ବିନ୍ସ ଖେଚେଡ଼ି
06:53 ଆବଶ୍ୟକ ସାମଗ୍ରୀ ହେଉଛି: 2 ଟେବଲ୍ ଚାମଚ କୋଶଳା ଗୁଣ୍ଡ
06:59 2 ଟେବଲ୍ ଚାମଚ ଗଜା କରାଯାଇଥିବା କଳା ଆଖିଆ ବିନ୍ସ ବଟା ଏବଂ

ଅଳ୍ପ ସଜନା ପତ୍ର ଗୁଣ୍ଡ,

07:06 ପଦ୍ଧତ୍ତି: କୋଶଳା ଗୁଣ୍ଡ ତିଆରି କରିବା ପାଇଁ -

ଏହି ଟ୍ୟୁଟୋରିଆଲର ପୂର୍ବବର୍ତ୍ତୀ ରେସିପିରେ ବର୍ଣ୍ଣନା କରାଯାଇଥିବା ନିର୍ଦ୍ଦେଶାବଳୀର ପାଳନ କରନ୍ତୁ

07:17 ତା’ପରେ ଗଜା କରାଯାଇଥିବା କଳା ଆଖିଆ ବିନ୍ସକୁ ଗୋଟିଏ ଷ୍ଟୀଲ୍ ପାତ୍ରରେ ନେଇ ପ୍ରେସର୍ କୁକର୍‌ରେ 4-5ଟି ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ
07:26 ଏବେ, ଏହି ବିନ୍ସକୁ ବାଟି ଦିଅନ୍ତୁ
07:30 ତା’ପରେ. ଗୋଟିଏ ଗିନାରେ 2 ଟେବଲ୍ ଚାମଚ କୋଶଳା ଗୁଣ୍ଡ ନିଅନ୍ତୁ.

ସେଥିରେ ପର୍ଯ୍ୟାପ୍ତ ପାଣି ଦିଅନ୍ତୁ

07:38 ଟେଳା ହେବାକୁ ଏଡ଼ାଇବା ପାଇଁ ଏହାକୁ ଭଲ ଭାବରେ ମିଶାନ୍ତୁ
07:42 ନିମ୍ନ ଆଞ୍ଚରେ କୋଶଳା ଗୁଣ୍ଡର ଏହି ପତଳା ପେଷ୍ଟକୁ 2-3 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ.

ଏଥିରେ କଳା ଆଖିଆ ବିନ୍ସ ବଟାକୁ ପକାନ୍ତୁ.

07:52 ଭଲ ଭାବରେ ମିଶାନ୍ତୁ ଏବଂ 4-5 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ. ଆଞ୍ଚରୁ ଓହ୍ଲାଇଆଣନ୍ତୁ
07:58 ଶେଷରେ, ଏହି ରନ୍ଧା ଖେଚେଡ଼ିରେ ଅଳ୍ପ ସଜନା ଶାଗ ଗୁଣ୍ଡ ମିଶାନ୍ତୁ.

ଏବେ, କୋଶଳା ଶାଗ କଳା ଆଖିଆ ବିନ୍ସ ଖେଚେଡ଼ି ପ୍ରସ୍ତୁତ ହୋଇଗଲା

08:09 କୋଶଳା ଶାଗ କଳା ଆଖିଆ ବିନ୍ସ ଖେଚେଡ଼ିରେ ରହିଛି -

ପ୍ରୋଟିନ୍, ଓମେଗା -3 ଫ୍ୟାଟୀ ଆସିଡ୍ସ,

08:17 ଫସଫରସ୍,

ମେଗ୍ନେସିୟମ୍,

08:20 ଆଇରନ୍,

ପୋଟାସିୟମ୍ ଓ କାଲସିୟମ୍

08:24 ଏହିଭଳି ଖେଚେଡ଼ି କରିବା ପାଇଁ ନିମ୍ନଲିଖିତ ଗଜା କରାଯାଇଥିବା ସାମଗ୍ରୀର ମିଶ୍ରଣକୁ ବ୍ୟବହାର କରାଯାଇପାରିବ -

ମାଣ୍ଡିଆ ବୁଟ

08:32 ଗୋଟା ମୁଗ

ଗୋଟା ଚଣା

08:37 ଚତୁର୍ଥ ରେସିପି ହେଉଛି - ମେଥି ଶାଗ ଓ ବିନ୍ସ ଖେଚେଡ଼ି
08:41 ଆବଶ୍ୟକ ସାମଗ୍ରୀ: 2 କପ୍ ଧୁଆଯାଇ କଟା ଯାଇଥିବା ମେଥି ଶାଗ

1 ଚାହା ଚାମଚ ଘିଅ

08:49 2 ଟେବଲ୍ ଚାମଚ ତାଜା ବଟା ନଡ଼ିଆ
08:52 2 ଟେବଲ୍ ଚାମଚ ଗଜା କରାଯାଇଥିବା ବିନ୍ସ ଗୁଣ୍ଡ
08:56 ବିନ୍ସ ଗୁଣ୍ଡ କରିବା ପାଇଁ - ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଆଲୋଚିତ ନିର୍ଦ୍ଦେଶାବଳୀର ପାଳନ କରନ୍ତୁ
09:04 ପଦ୍ଧତ୍ତି: କଡ଼େଇରେ 1 ଚାହା ଚାମଚ ଘିଅକୁ ଗରମ କରନ୍ତୁ
09:09 ମେଥି ଶାଗ ପକାନ୍ତୁ ଏବଂ 2-3 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
09:13 ଏହାକୁ ଗୋଟିଏ ସଫା ପ୍ଲେଟ୍ କୁ କାଢ଼ିଦିଅନ୍ତୁ ଏବଂ କିଛି ସମୟ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ
09:18 ତା’ପରେ, ମିକ୍ସର୍ କିମ୍ୱା ଶିଳ ବ୍ୟବହାର କରି ତାହାକୁ ବାଟି ଦିଅନ୍ତୁ
09:23 ଏହି ବଟାକୁ ନିମ୍ନ ଆଞ୍ଚରେ କିଛି ସମୟ ପର୍ଯ୍ୟନ୍ତ ରାନ୍ଧନ୍ତୁ.

ଏଥିରେ 2 ଟେବଲ୍ ଚାମଚ ବିନ୍ସ ଗୁଣ୍ଡ ମିଶାନ୍ତୁ

09:31 ଟେଳା ହେବାକୁ ଏଡ଼ାଇବା ପାଇଁ ଏହାକୁ ଭଲ ଭାବରେ ଘାଣ୍ଟନ୍ତୁ
09:35 ଏଥିରେ, ଆବଶ୍ୟକ ହେଲେ ଅଳ୍ପ ସିଝାଯାଇ ଥଣ୍ଡା କରାଯାଇଥିବା ପାଣି ମିଶାନ୍ତୁ
09:40 ଏବେ, ଏଥିରେ 2 ଟେବଲ୍ ଚାମଚ ନଡ଼ିଆ ପେଷ୍ଟ ମିଶାନ୍ତୁ
09:44 ନଡ଼ିଆ ପେଷ୍ଟ ତିଆରି କରିବା ପାଇଁ - ତାଜା କୋରାଯାଇଥିବା ନଡ଼ିଆ ନିଅନ୍ତୁ ଏବଂ ତାହାକୁ ବାଟି ପେଷ୍ଟ କରନ୍ତୁ
09:51 ନିମ୍ନ ଆଞ୍ଚରେ ଏହି ମିଶ୍ରଣକୁ 7-8 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ ଏବଂ ନିରନ୍ତର ଘାଣ୍ଟୁଥା’ନ୍ତୁ
09:58 ମେଥି ଶାଗ ଓ ବିନ୍ସ ଖେଚେଡ଼ି ପ୍ରସ୍ତୁତ ହୋଇଗଲା
10:03 ଏହି ମେଥି ଶାଗ ଓ ବିନ୍ସ ଖେଚେଡ଼ିରେ ରହିଛି -

ପ୍ରୋଟିନ୍, ଓମେଗା -3 ଫ୍ୟାଟୀ ଆସିଡ୍ସ,

10:10 ଫୋଲେଟ୍,

ଆଇରନ୍,

10:12 କାଲସିୟମ୍,

ଫସଫରସ୍,

10:14 ଜିଙ୍କ୍ ଓ ପୋଟାସିୟମ୍
10:16 ଏହି ରେସିପି ପ୍ରସ୍ତୁତ କରିବାବେଳେ, ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଏଥିରେ ବିଭିନ୍ନ ପ୍ରକାରର ଶସ୍ୟ ଓ ଡାଲିଜାତୀୟ ଦ୍ରବ୍ୟ ମିଶାଇବାକୁ ଭୁଲନ୍ତୁ ନାହିଁ
10:27 ପଞ୍ଚମ ରେସିପି ହେଉଛି - ବାଜରା ଗୋଟା ଚଣା ବଟା
10:32 ସାମଗ୍ରୀ: 2 ଟେବଲ୍ ଚାମଚ ବାଜରା
10:35 2 ଟେବଲ୍ ଚାମଚ ଗଜା କରାଯାଇଥିବା ଗୋଟା ଚଣା
10:38 3 ଟେବଲ୍ ଚାମଚ ନଡ଼ିଆ କ୍ଷୀର,

1 ଚାହା ଚାମଚ ଘିଅ

10:43 ପଦ୍ଧତ୍ତି: ଗୋଟିଏ ଷ୍ଟୀଲ୍ ପାତ୍ରରେ 2 ଟେବଲ୍ ଚାମଚ ବାଜରା ନିଅନ୍ତୁ
10:48 ତାହାକୁ ଭଲ ଭାବେ ଧୋଇଦିଅନ୍ତୁ.

ତା’ପରେ, ସେଥିରେ 3-4 ଟେବଲ୍ ଚାମଚ ପାଣି ଦିଅନ୍ତୁ

10:55 ପ୍ରେସର୍ କୁକର୍‌ରେ 3-4ଟି ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ
10:58 ଇତିମଧ୍ୟରେ, ଗଜା କରାଯାଇଥିବା ଗୋଟା ଚଣାକୁ ପ୍ରେସର୍ କୁକର୍‌ରେ 4-5ଟି ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ
11:04 ତା’ପରେ, ତାହାକୁ ବାଟିଦିଅନ୍ତୁ
11:07 ଗୋଟିଏ ଷ୍ଟୀଲ୍ ପାତ୍ରରେ 1 ଚାହା ଚାମଚ ଘିଅ ଗରମ କରନ୍ତୁ
11:11 ସେଥିରେ ବାଜରା, ଗୋଟା ଚଣା ବଟା ଓ ନଡ଼ିଆ କ୍ଷୀର ପକାନ୍ତୁ.

ତାହାକୁ ଭଲ ଭାବେ ମିଶାନ୍ତୁ

11:18 4-5 ମିନିଟ୍ ପର୍ଯ୍ୟନ୍ତ ତାହାକୁ ରାନ୍ଧି ଥଣ୍ଡା କରିଦିଅନ୍ତୁ.

ଏବେ, ବାଜରା ଗୋଟା ଚଣା ବଟା ପ୍ରସ୍ତୁତ ହୋଇଗଲା

11:27 ଏହି ବଟାରେ ରହିଛି - ପ୍ରୋଟିନ୍, ଆଇରନ୍
11:30 ଫସଫରସ୍,

ମେଗ୍ନେସିୟମ୍,

11:33 କାଲସିୟମ୍ ଓ ପୋଟାସିୟମ୍
11:36 ଏଥିସହିତ ଆମେ “7 ମାସର ଶିଶୁ ପାଇଁ ନିରାମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Pradeep