Health-and-Nutrition/C2/Basics-of-newborn-care/Oriya
|
|
00:00 | "ନବଜାତଙ୍କ ମୌଳିକ ଯତ୍ନ" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - ଗୋଟିଏ ନବଜାତକୁ କିପରି ସମ୍ଭାଳିବେ |
00:11 | ଗର୍ଭନାଡ଼ର ଯତ୍ନ
ନବଜାତକୁ ଖୁଆଇବା ଓ ହେଉଡ଼ି ମରାଇବା |
00:15 | ଶିଶୁର କନା ବଦଳାଇବା ଓ ଡାଇପର୍ ରାଶ୍ |
00:19 | ଗୋଟିଏ ନବଜାତର ଶୋଇବା ଶୈଳୀ |
00:23 | ନବଜାତ ଶିଶୁର ଜନ୍ମରେ ସମଗ୍ର ପରିବାର ଉତ୍ସାହିତ ଥାଆନ୍ତି ଏବଂ ସମସ୍ତେ ଶିଶୁଟିକୁ ଦେଖିବାକୁ ଓ ଧରିବାକୁ ଚାହିଁଥା’ନ୍ତି |
00:34 | ସେଥିପାଇଁ, ନବଜାତ ଶିଶୁକୁ ସମ୍ଭାଳିବା ସମୟରେ କେତେକ ମୁଖ୍ୟ ନିୟମ ଧାର୍ଯ୍ୟ କରିବା ଜରୁରୀ ଅଟେ |
00:40 | ନବଜାତମାନଙ୍କର ଦୃଢ଼ ପ୍ରତିରକ୍ଷା ପ୍ରଣାଳୀ ନଥାଏ. ଏହା ସେମାନଙ୍କୁ ସଂକ୍ରମଣପ୍ରବଣ କରାଇଥାଏ |
00:48 | ଶିଶୁକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ, ତାକୁ ଛୁଇଁବା କିମ୍ୱା ଧରିବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା ଉଚିତ |
00:57 | ହାତ ସଫା କରିବା ପାଇଁ, ସାବୁନ ଓ ପାଣିରେ ହାତ ସଫା କରନ୍ତୁ ଏବଂ ସଫା କପଡ଼ାରେ ହାତକୁ ଭଲ ଭାବେ ଶୁଖାଇଦିଅନ୍ତୁ |
01:07 | ଏବେ ପ୍ରଥମ ଜିନିଷ ଶିଖିବାକୁ ଅଛି, ଯାହା ହେଉଛି ଗୋଟିଏ ଶିଶୁକୁ କିପରି ଧରାଯାଏ |
01:11 | ଶିଶୁର ମୁଣ୍ଡ ଓ ବେକକୁ ଗୋଟିଏ ହାତରେ ଏବଂ ନିତମ୍ୱକୁ ଅନ୍ୟ ହାତରେ ଧରି ଶିଶୁକୁ ଧରନ୍ତୁ |
01:19 | ଶିଶୁକୁ ତଳେ ଶୁଆଇବା ପାଇଁ, ତା’ର ନିତମ୍ୱକୁ ଧରିରଖିବା ସମେତ ସର୍ବଦା ତା’ର ମୁଣ୍ଡ ଓ ବେକକୁ ଧରି ରଖନ୍ତୁ |
01:26 | ଅନ୍ୟ ପକ୍ଷରେ, ଗୋଟିଏ ଶୋଇଥିବା ଶିଶୁଟିକୁ ଉଠାଇବା ପାଇଁ ନିମ୍ନଲିଖିତ କରନ୍ତୁ |
01:31 | ଶିଶୁର ପାଦକୁ କୁତୁକୁତୁ କରନ୍ତୁ କିମ୍ୱା ତାକୁ ଉଠାଇ ବସିବା ସ୍ଥିତିକୁ ଆଣନ୍ତୁ କିମ୍ୱା ହାଲୁକା ଭାବରେ ଶିଶୁର କାନକୁ ଛୁଅଁନ୍ତୁ |
01:42 | ସର୍ବଦା ମନେରଖନ୍ତୁ ଯେ, ନବଜାତ ଶିଶୁ ବହୁତ କୋମଳ ଥାଏ |
01:46 | ନବଜାତକୁ ଗାଧୋଇବା ସମୟରେ ଗ୍ରହଣ କରାଯିବାକୁ ଥିବା ସାବଧାନତା-
ନବଜାତ କୌଣସି ପ୍ରକାର ଖେଳ ପାଇଁ ପ୍ରସ୍ତୁତ ନଥାଏ |
01:55 | ସେଥିପାଇଁ, ଶିଶୁକୁ ଆଣ୍ଠୁରେ ପକାଇ ଝୁଲାନ୍ତୁ ନାହିଁ କିମ୍ୱା ତାକୁ ଉପରକୁ ଫୋପାଡ଼ନ୍ତୁ ନାହିଁ |
02:01 | ଖେଳରେ କିମ୍ୱା ବିରକ୍ତ ହୋଇ କେବେବି ତାକୁ ଦୋହଲାନ୍ତୁ ନାହିଁ |
02:05 | ଶିଶୁର ବେକକୁ ଆକସ୍ମିକ ଝଟକା ଦିଅନ୍ତୁ ନାହିଁ.
ଏହି ସମସ୍ତ, ଶିଶୁକୁ ଆଭ୍ୟନ୍ତରୀଣ ଆଘାତ ଦେଇପାରେ |
02:14 | ଏବେ ଆମେ, ଘରେ ଗର୍ଭନାଡ଼ର ଯତ୍ନ ନେବା ବିଷୟରେ ଶିଖିବା |
02:18 | ଶିଶୁ ମା’ ଗର୍ଭରେ ଥିବା ସମୟରେ, ଗର୍ଭନାଡ଼ ହେଉଛି ତା’ର ଜୀବନ.
ହେଲେ, ଜନ୍ମ ହୋଇସାରିବା ପରେ ତାହାର ଆଉ ଆବଶ୍ୟକତା ନଥାଏ |
02:30 | ଜନ୍ମର କିଛି ସମୟ ମଧ୍ୟରେ, ନାଡ଼ର ସ୍ପନ୍ଦନ ବନ୍ଦ ହୋଇଯିବା କ୍ଷଣି, ତାହାକୁ ବାନ୍ଧିଦିଆଯାଏ |
02:37 | ଶିଶୁ ଯେତେବେଳେ ଡାକ୍ତରଖାନାରୁ ଘରକୁ ଯାଏ, ନାଡ଼ଟି ଶୁଖି ଝାଉଁଳିବା ଆରମ୍ଭ ହୁଏ |
02:45 | ଗୋଟିଏ-ଦୁଇ ସପ୍ତାହ ମଧ୍ୟରେ ନାଡ଼ଟି ନିଜକୁ ନିଜ ଝଡ଼ିଯାଏ |
02:50 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଗର୍ଭନାଡ଼ ମାଧ୍ୟମରେ ଶିଶୁର ଶରୀର ସଂକ୍ରମିତ ହୋଇପାରେ |
02:57 | ତେଣୁ, ତାହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ |
03:02 | ସେଥିପାଇଁ, ଦୟାକରି ଏହା ମନେରଖନ୍ତୁ ଯେ, ଗର୍ଭନାଡ଼ ଶୁଖିଲା ଓ ଖୋଲା ରହିବା ଉଚିତ |
03:09 | ଗର୍ଭନାଡ଼ ନ ଖସିବା ପର୍ଯ୍ୟନ୍ତ କେବଳ ସ୍ପଞ୍ଜ ବାଥ୍ ହିଁ ଦେବା ଉଚିତ |
03:14 | ନାଡ଼କୁ ଶିଶୁର ନାପ୍ପୀ ବାହାରେ ରଖାଯିବା ଉଚିତ କିମ୍ୱା ନାପ୍ପୀର ଉପର ଧାରରେ ମଧ୍ୟ ମୋଡ଼ିକରି ରଖାଯାଇପାରିବ |
03:24 | ଶିଶୁଠାରେ ନିମ୍ନଲିଖିତ ଦେଖାଦେଲେ, ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ - ନାଡ଼ର ମୂଳରେ କିମ୍ୱା ଚର୍ମ ଆଖପାଖରେ ରକ୍ତ |
03:32 | ପୁଜ
ନାହି ଚାରିପାଖରେ ଫୁଲା କିମ୍ୱା ଲାଲିମା |
03:36 | ନାହି ସ୍ଥାନରେ ଯନ୍ତ୍ରଣା ହେଉଥିବାର ସଂକେତ |
03:41 | ଏବଂ ମାସେ ବିତିଯିବା ପରେ ମଧ୍ୟ ଯଦି ନାଡ଼ ନ ଝଡ଼େ |
03:46 | ବେଳେବେଳେ ଏହା ମଧ୍ୟ ହୋଇଥାଏ ଯେ, ନାଡ଼ ଝଡ଼ିବାକୁ ଯାଉଥିଲାବେଳେ କିମ୍ୱା ଝଡ଼ିଯିବା ପରେ
ଅଳ୍ପ ରକ୍ତ ବାହାରିପାରେ, କିନ୍ତୁ ତାକୁ ତୁରନ୍ତ ବନ୍ଦ କରିଦେବା ଉଚିତ |
04:01 | ମନେରଖନ୍ତୁ, ନାଡ଼କୁ ଟାଣି ବାହାର କରନ୍ତୁ ନାହିଁ |
04:04 | କୌଣସି କ୍ରିମ୍ କିମ୍ୱା ପାଉଡର୍ ମଧ୍ୟ ଲଗାନ୍ତୁ ନାହିଁ |
04:08 | କିମ୍ୱା ନାଡ଼ ଝଡ଼ିଯିବା ପରେ ଶିଶୁର ନାହିଠାରେ ବ୍ୟାଣ୍ଡେଜ୍ ବାନ୍ଧନ୍ତୁ ନାହିଁ |
04:13 | ନବଜାତର ପୋଷଣ ଦିଗ ପାଇଁ, ଆମେ ଆଲୋଚନ କରିବା - ଶିଶୁକୁ କିପରି ଖୁଆଇବେ |
04:20 | ପ୍ରସବର 1 ଘଣ୍ଟା ମଧ୍ୟରେ ନବଜାତକୁ ସ୍ତନ୍ୟପାନ କରାଇବା ଉଚିତ |
04:25 | ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନର ସୁପାରିସ କରାଯାଇଥାଏ |
04:30 | ଏହା ଅତିରିକ୍ତେ, ମା’ ଶିଶୁକୁ ଚର୍ମ ସ୍ପର୍ଶ ଦେବା ସହ ଶିଶୁର କ୍ଷୁଧା ସଂକେତକୁ ଲକ୍ଷ୍ୟ କରିବା ଉଚିତ |
04:40 | ଏହି ଶୃଙ୍ଖଳାର ଅନ୍ୟ ଟ୍ୟୁଟୋରିଆଲରେ ଏହି ସମସ୍ତ ପ୍ରସଙ୍ଗ ଆଲୋଚନା କରାଯାଇଛି |
04:46 | କେତେକ ମାମଲାରେ, ନବଜାତଙ୍କୁ ବାରମ୍ୱାର ଉଠାଇବାକୁ ପଡ଼ିଥାଏ, ଯେଉଁଥିରୁ ସେମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଦିଆଯାଇପାରିବ.
ବିଶେଷକରି ଛୋଟ - ସମୟ ପୂର୍ବରୁ ଜନ୍ମିତ ଶିଶୁ |
04:57 | ସୁସ୍ଥ କିମ୍ୱା ସମୟ ପୂର୍ବରୁ ଜନ୍ମିତ ଶିଶୁମାନଙ୍କ କ୍ଷେତ୍ରରେ, ଯଦି ଶୋଷିବା ପାଇଁ ଆଗ୍ରହୀ ନ ଜଣାପଡ଼ୁଥାଏ, ତେବେ
ଡାକ୍ତର କିମ୍ୱା ସ୍ୱାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରନ୍ତୁ |
05:09 | ସ୍ତନ୍ୟପାନବେଳେ, ଅଧିକାଂଶ ସମୟରେ ଶିଶୁମାନେ ପବନ ଢୋକିଦିଅନ୍ତି, ଯାହା ସେମାନଙ୍କୁ ଅଣନିଶ୍ୱାସୀ କରିପାରେ |
05:15 | ଏହାକୁ ରୋକିବା ପାଇଁ, ପ୍ରତ୍ୟେକ ଖାଦ୍ୟ ପରେ ତାକୁ ବସାଇ ହେଉଡ଼ି ମରାନ୍ତୁ |
05:20 | ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଏହାକୁ ବ୍ୟାଖ୍ୟା କରାଯାଇଛି |
05:25 | ଏହାପରେ ହେଉଛି କନା ବଦଳାଇବା (ଡାଇପରିଙ୍ଗ୍): ପ୍ରତ୍ୟେକ ମଳତ୍ୟାଗ ପରେ କିମ୍ୱା ଯଦି କନା ଓଦା ହୋଇଯାଇଥାଏ - ଶିଶୁକୁ ଚିତ୍ କରି ଶୁଆଇଦିଅନ୍ତୁ ଏବଂ ମଇଳା କନା କାଢ଼ିଦିଅନ୍ତୁ |
05:37 | ଶିଶୁର ଗୁପ୍ତାଙ୍ଗକୁ ସଫା କରିବା ଓ ପୋଛିବା ପାଇଁ ପାଣି ଓ ନରମ କପଡ଼ା ବ୍ୟବହାର କରନ୍ତୁ |
05:44 | ତା’ ଗୁପ୍ତାଙ୍ଗରେ ସାବୁନ ଲଗାନ୍ତୁନାହିଁ.
ଗୋଟିଏ ଝିଅକୁ ପୋଛିବା ସମୟରେ, ପରିସ୍ରା ନଳୀ ସଂକ୍ରମଣକୁ ଏଡ଼ାଇବା ପାଇଁ ତାକୁ ସାମ୍ନାରୁ ପଛ ପର୍ଯ୍ୟନ୍ତ ପୋଛନ୍ତୁ |
05:55 | କନା ବଦଳାଇବା ପୂର୍ବରୁ ଓ ପରେ ମା’ କିମ୍ୱା ଧାଈ ସର୍ବଦା ଭଲ ଭାବେ ହାତ ଧୋଇବା ଉଚିତ |
06:03 | ବେଳେବେଳେ ଶିଶୁର କନା କୁଣ୍ଡିଆ ମଧ୍ୟ ହୋଇଥାଏ |
06:08 | କନା କୁଣ୍ଡିଆ (ଡାଇପର୍ ରାଶ୍) ଏକ ସାଧାରଣ ଚିନ୍ତା ଅଟେ,
ବିଶେଷକରି ନାଲି ହୋଇ ଫଳିଯାଇଥିବା କୁଣ୍ଡିଆକୁ ଗରମ ପାଣିରେ ଗାଧୁଆ କଲେ କିଛି ଦିନରେ ଚାଲିଯାଏ |
06:18 | କେତେକ ଡାଇପର୍ କ୍ରିମ୍ ଓ କନା କିମ୍ୱା ଡାଇପର୍ ନ ପିନ୍ଧାଇବା ମଧ୍ୟ କାମ ଦେଇଥାଏ |
06:25 | ଶିଶୁର ଚର୍ମ କୋମଳ ଥିବାରୁ ଏବଂ ଓଦା କନା କାରଣରୁ ଅଧିକାଂଶ କୁଣ୍ଡିଆ ଦେଖାଦେଇଥାଏ |
06:33 | ଏହାକୁ ପ୍ରତିରୋଧ କରିବା ପାଇଁ କିମ୍ୱା କନା କୁଣ୍ଡିଆର ଉପଚାର କରିବାକୁ ଶିଶୁର କନାକୁ ବାରମ୍ୱାର ବଦଳାନ୍ତୁ, ବିଶେଷକରି ମଳତ୍ୟାଗ ପରେ |
06:41 | ନରମ କପଡ଼ା ଓ ପାଣି ଦ୍ୱାରା ସେହି ସ୍ଥାନକୁ କୋମଳ ଭାବେ ସଫା କରନ୍ତୁ.
ୱାଇପ୍ସ ବ୍ୟବହାର କରନ୍ତୁ ନାହିଁ, ଯେହେତୁ ତାହା ଉତ୍ତେଜିତ କରିପାରେ |
06:50 | ଡାଇପର୍ ରାଶ୍ କିମ୍ୱା "ବେରିଅର୍” କ୍ରିମ୍ର ଏକ ମୋଟା ପରସ୍ତ ଲଗାନ୍ତୁ |
06:55 | "ଜିଙ୍କ୍ ଅକ୍ସାଇଡ୍” କ୍ରିମ୍ର ପରାମର୍ଶ ଦିଆଯାଏ, ଯେହେତୁ ତାହା ଆର୍ଦ୍ର ବିରୁଦ୍ଧରେ ଅବରୋଧକର କାମ କରିଥାଏ |
07:03 | ଖାର ଓ ବାସ୍ନା-ମୁକ୍ତ ଡିଟର୍ଜେଣ୍ଟ ବ୍ୟବହାର କରି ଶିଶୁର କନା ସଫା କରନ୍ତୁ |
07:08 | ଗୋଟିଏ ଓଳି ପାଇଁ ଶିଶୁକୁ ବିନା କନା ବା ଡାଇପର୍ ରେ ରହିବାକୁ ଦିଅନ୍ତୁ.
ଏହା ଚର୍ମକୁ, ବାୟୁ ନିର୍ଗତ କରିବାକୁ ଦେଇଥାଏ |
07:18 | ଯଦି ଡାଇପର୍ ରାଶ୍, 3 ଦିନରୁ ଅଧିକ ପର୍ଯ୍ୟନ୍ତ ଲାଗିରୁହେ କିମ୍ୱା ଅଧିକ ଖରାପ ହେବା ପରି ଜଣାପଡ଼େ, ତେବେ ଦୟାକରି ଡାକ୍ତରଙ୍କୁ ଦେଖାନ୍ତୁ |
07:27 | ଏହା ଫଙ୍ଗଲ୍ ସଂକ୍ରମଣ କାରଣରୁ ହେଉଥାଇପାରେ, ଯାହା ପାଇଁ ଔଷଧ ଦରକାର |
07:33 | ଶେଷରେ, ଆସନ୍ତୁ ଶିଶୁର ଶୋଇବା ଶୈଳୀ ବିଷୟରେ ଆଲୋଚନା କରିବା: |
07:38 | ଗୋଟିଏ ଦିନରେ ଶିଶୁମାନେ ପ୍ରାୟ 14ରୁ 16 ଘଣ୍ଟା କିମ୍ୱା ଅଧିକ ଶୋଇଥା’ନ୍ତି |
07:43 | ନବଜାତମାନେ ସାଧାରଣତଃ 2-4 ଘଣ୍ଟା ପର୍ଯ୍ୟନ୍ତ ଶୋଇଥା’ନ୍ତି |
07:48 | ଅନେକ ନବଜାତମାନଙ୍କ ପାଇଁ ସେମାନଙ୍କର ଦିନ ଓ ରାତି ମିଶାମିଶି ହୋଇଥାଏ |
07:52 | ସେମାନେ ରାତିରେ ଚାହିଁଥା’ନ୍ତି ଓ ଦିନରେ ଶୋଇଥା’ନ୍ତି |
07:58 | ସେମାନଙ୍କୁ ରାତିରେ ଅଧିକ ଶୋଇବା ପାଇଁ ସାହାଯ୍ୟ କରିବାକୁ ରାତିରେ ତାକୁ ବେଶୀ ଉତ୍ତେଜିତ କରନ୍ତୁ ନାହିଁ.
ଉଦାହରଣସ୍ୱରୂପ, ନାଇଟ୍ ଲ୍ୟାମ୍ପ୍ ବ୍ୟବହାର କରି ଅନ୍ୟ ଲାଇଟ୍ଗୁଡ଼ିକୁ କମ୍ ରଖନ୍ତୁ ଏବଂ ଦିନ ସମୟରେ ପିଲା ସହିତ କଥା ହୋଇ ଓ ଖେଳି ତାକୁ ଟିକିଏ ଅଧିକ ସମୟ ଜଗାଇ ରଖନ୍ତୁ |
08:17 | ମା’ ଓ ଧାଈ ଏହା ମନେରଖିବା ଉଚିତ ଯେ, ପିଲାଟି ଶୋଇବାବେଳେ ସର୍ବଦା ଚିତ୍ ହୋଇ ଶୋଇବ |
08:24 | ଏହା ଆକସ୍ମିକ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ୍କୁ ହ୍ରାସ କରିଥାଏ |
08:30 | ଅନ୍ୟ ସୁରକ୍ଷିତ ଶୋଇବା ଅଭ୍ୟାସ ପାଇଁ, ନିମ୍ନଲିଖିତ ଜିନିଷଗୁଡ଼ିକୁ ତା’ପାଖରେ ରଖନ୍ତୁ ନାହିଁ -
ଯେପରି କମ୍ୱଳ, ରେଜେଈ, ମେଣ୍ଢା ଚମ, ତୁଳା ଭର୍ତ୍ତି ଖେଳଣା ଓ ତକିଆ |
08:44 | ଏହି ସମସ୍ତ ଶିଶୁକୁ ଅଣନିଶ୍ୱାସୀ କରିପାରେ |
08:47 | ପ୍ରତ୍ୟେକ ରାତିରେ ଶିଶୁର ମୁଣ୍ଡକୁ ବୁଲାଉଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ - ପ୍ରଥମେ ଡାହାଣ, ତା’ପରେ ବାମ ଓ ଏହିପରି |
08:58 | ଏହା, ଶିଶୁ ମୁଣ୍ଡର ଗୋଟିଏ ପଟକୁ ସମତଳ କରିବା ପ୍ରତିରୋଧ କରିବ |
09:04 | ଏଥିସହିତ ଆମେ "ନବଜାତଙ୍କ ମୌଳିକ ଯତ୍ନ" ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |