Health-and-Nutrition/C2/Basics-of-newborn-care/Oriya

From Script | Spoken-Tutorial
Jump to: navigation, search
Time
Narration
00:00 "ନବଜାତଙ୍କ ମୌଳିକ ଯତ୍ନ" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - ଗୋଟିଏ ନବଜାତକୁ କିପରି ସମ୍ଭାଳିବେ
00:11 ଗର୍ଭନାଡ଼ର ଯତ୍ନ

ନବଜାତକୁ ଖୁଆଇବା ଓ ହେଉଡ଼ି ମରାଇବା

00:15 ଶିଶୁର କନା ବଦଳାଇବା ଓ ଡାଇପର୍ ରାଶ୍
00:19 ଗୋଟିଏ ନବଜାତର ଶୋଇବା ଶୈଳୀ
00:23 ନବଜାତ ଶିଶୁର ଜନ୍ମରେ ସମଗ୍ର ପରିବାର ଉତ୍ସାହିତ ଥାଆନ୍ତି ଏବଂ ସମସ୍ତେ ଶିଶୁଟିକୁ ଦେଖିବାକୁ ଓ ଧରିବାକୁ ଚାହିଁଥା’ନ୍ତି
00:34 ସେଥିପାଇଁ, ନବଜାତ ଶିଶୁକୁ ସମ୍ଭାଳିବା ସମୟରେ କେତେକ ମୁଖ୍ୟ ନିୟମ ଧାର୍ଯ୍ୟ କରିବା ଜରୁରୀ ଅଟେ
00:40 ନବଜାତମାନଙ୍କର ଦୃଢ଼ ପ୍ରତିରକ୍ଷା ପ୍ରଣାଳୀ ନଥାଏ. ଏହା ସେମାନଙ୍କୁ ସଂକ୍ରମଣପ୍ରବଣ କରାଇଥାଏ
00:48 ଶିଶୁକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ, ତାକୁ ଛୁଇଁବା କିମ୍ୱା ଧରିବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା ଉଚିତ
00:57 ହାତ ସଫା କରିବା ପାଇଁ, ସାବୁନ ଓ ପାଣିରେ ହାତ ସଫା କରନ୍ତୁ ଏବଂ ସଫା କପଡ଼ାରେ ହାତକୁ ଭଲ ଭାବେ ଶୁଖାଇଦିଅନ୍ତୁ
01:07 ଏବେ ପ୍ରଥମ ଜିନିଷ ଶିଖିବାକୁ ଅଛି, ଯାହା ହେଉଛି ଗୋଟିଏ ଶିଶୁକୁ କିପରି ଧରାଯାଏ
01:11 ଶିଶୁର ମୁଣ୍ଡ ଓ ବେକକୁ ଗୋଟିଏ ହାତରେ ଏବଂ ନିତମ୍ୱକୁ ଅନ୍ୟ ହାତରେ ଧରି ଶିଶୁକୁ ଧରନ୍ତୁ
01:19 ଶିଶୁକୁ ତଳେ ଶୁଆଇବା ପାଇଁ, ତା’ର ନିତମ୍ୱକୁ ଧରିରଖିବା ସମେତ ସର୍ବଦା ତା’ର ମୁଣ୍ଡ ଓ ବେକକୁ ଧରି ରଖନ୍ତୁ
01:26 ଅନ୍ୟ ପକ୍ଷରେ, ଗୋଟିଏ ଶୋଇଥିବା ଶିଶୁଟିକୁ ଉଠାଇବା ପାଇଁ ନିମ୍ନଲିଖିତ କରନ୍ତୁ
01:31 ଶିଶୁର ପାଦକୁ କୁତୁକୁତୁ କରନ୍ତୁ କିମ୍ୱା ତାକୁ ଉଠାଇ ବସିବା ସ୍ଥିତିକୁ ଆଣନ୍ତୁ କିମ୍ୱା ହାଲୁକା ଭାବରେ ଶିଶୁର କାନକୁ ଛୁଅଁନ୍ତୁ
01:42 ସର୍ବଦା ମନେରଖନ୍ତୁ ଯେ, ନବଜାତ ଶିଶୁ ବହୁତ କୋମଳ ଥାଏ
01:46 ନବଜାତକୁ ଗାଧୋଇବା ସମୟରେ ଗ୍ରହଣ କରାଯିବାକୁ ଥିବା ସାବଧାନତା-

ନବଜାତ କୌଣସି ପ୍ରକାର ଖେଳ ପାଇଁ ପ୍ରସ୍ତୁତ ନଥାଏ

01:55 ସେଥିପାଇଁ, ଶିଶୁକୁ ଆଣ୍ଠୁରେ ପକାଇ ଝୁଲାନ୍ତୁ ନାହିଁ କିମ୍ୱା ତାକୁ ଉପରକୁ ଫୋପାଡ଼ନ୍ତୁ ନାହିଁ
02:01 ଖେଳରେ କିମ୍ୱା ବିରକ୍ତ ହୋଇ କେବେବି ତାକୁ ଦୋହଲାନ୍ତୁ ନାହିଁ
02:05 ଶିଶୁର ବେକକୁ ଆକସ୍ମିକ ଝଟକା ଦିଅନ୍ତୁ ନାହିଁ.

ଏହି ସମସ୍ତ, ଶିଶୁକୁ ଆଭ୍ୟନ୍ତରୀଣ ଆଘାତ ଦେଇପାରେ

02:14 ଏବେ ଆମେ, ଘରେ ଗର୍ଭନାଡ଼ର ଯତ୍ନ ନେବା ବିଷୟରେ ଶିଖିବା
02:18 ଶିଶୁ ମା’ ଗର୍ଭରେ ଥିବା ସମୟରେ, ଗର୍ଭନାଡ଼ ହେଉଛି ତା’ର ଜୀବନ.

ହେଲେ, ଜନ୍ମ ହୋଇସାରିବା ପରେ ତାହାର ଆଉ ଆବଶ୍ୟକତା ନଥାଏ

02:30 ଜନ୍ମର କିଛି ସମୟ ମଧ୍ୟରେ, ନାଡ଼ର ସ୍ପନ୍ଦନ ବନ୍ଦ ହୋଇଯିବା କ୍ଷଣି, ତାହାକୁ ବାନ୍ଧିଦିଆଯାଏ
02:37 ଶିଶୁ ଯେତେବେଳେ ଡାକ୍ତରଖାନାରୁ ଘରକୁ ଯାଏ, ନାଡ଼ଟି ଶୁଖି ଝାଉଁଳିବା ଆରମ୍ଭ ହୁଏ
02:45 ଗୋଟିଏ-ଦୁଇ ସପ୍ତାହ ମଧ୍ୟରେ ନାଡ଼ଟି ନିଜକୁ ନିଜ ଝଡ଼ିଯାଏ
02:50 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଗର୍ଭନାଡ଼ ମାଧ୍ୟମରେ ଶିଶୁର ଶରୀର ସଂକ୍ରମିତ ହୋଇପାରେ
02:57 ତେଣୁ, ତାହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ
03:02 ସେଥିପାଇଁ, ଦୟାକରି ଏହା ମନେରଖନ୍ତୁ ଯେ, ଗର୍ଭନାଡ଼ ଶୁଖିଲା ଓ ଖୋଲା ରହିବା ଉଚିତ
03:09 ଗର୍ଭନାଡ଼ ନ ଖସିବା ପର୍ଯ୍ୟନ୍ତ କେବଳ ସ୍ପଞ୍ଜ ବାଥ୍ ହିଁ ଦେବା ଉଚିତ
03:14 ନାଡ଼କୁ ଶିଶୁର ନାପ୍ପୀ ବାହାରେ ରଖାଯିବା ଉଚିତ କିମ୍ୱା ନାପ୍ପୀର ଉପର ଧାରରେ ମଧ୍ୟ ମୋଡ଼ିକରି ରଖାଯାଇପାରିବ
03:24 ଶିଶୁଠାରେ ନିମ୍ନଲିଖିତ ଦେଖାଦେଲେ, ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ - ନାଡ଼ର ମୂଳରେ କିମ୍ୱା ଚର୍ମ ଆଖପାଖରେ ରକ୍ତ
03:32 ପୁଜ

ନାହି ଚାରିପାଖରେ ଫୁଲା କିମ୍ୱା ଲାଲିମା

03:36 ନାହି ସ୍ଥାନରେ ଯନ୍ତ୍ରଣା ହେଉଥିବାର ସଂକେତ
03:41 ଏବଂ ମାସେ ବିତିଯିବା ପରେ ମଧ୍ୟ ଯଦି ନାଡ଼ ନ ଝଡ଼େ
03:46 ବେଳେବେଳେ ଏହା ମଧ୍ୟ ହୋଇଥାଏ ଯେ, ନାଡ଼ ଝଡ଼ିବାକୁ ଯାଉଥିଲାବେଳେ କିମ୍ୱା ଝଡ଼ିଯିବା ପରେ

ଅଳ୍ପ ରକ୍ତ ବାହାରିପାରେ, କିନ୍ତୁ ତାକୁ ତୁରନ୍ତ ବନ୍ଦ କରିଦେବା ଉଚିତ

04:01 ମନେରଖନ୍ତୁ, ନାଡ଼କୁ ଟାଣି ବାହାର କରନ୍ତୁ ନାହିଁ
04:04 କୌଣସି କ୍ରିମ୍ କିମ୍ୱା ପାଉଡର୍ ମଧ୍ୟ ଲଗାନ୍ତୁ ନାହିଁ
04:08 କିମ୍ୱା ନାଡ଼ ଝଡ଼ିଯିବା ପରେ ଶିଶୁର ନାହିଠାରେ ବ୍ୟାଣ୍ଡେଜ୍ ବାନ୍ଧନ୍ତୁ ନାହିଁ
04:13 ନବଜାତର ପୋଷଣ ଦିଗ ପାଇଁ, ଆମେ ଆଲୋଚନ କରିବା - ଶିଶୁକୁ କିପରି ଖୁଆଇବେ
04:20 ପ୍ରସବର 1 ଘଣ୍ଟା ମଧ୍ୟରେ ନବଜାତକୁ ସ୍ତନ୍ୟପାନ କରାଇବା ଉଚିତ
04:25 ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନର ସୁପାରିସ କରାଯାଇଥାଏ
04:30 ଏହା ଅତିରିକ୍ତେ, ମା’ ଶିଶୁକୁ ଚର୍ମ ସ୍ପର୍ଶ ଦେବା ସହ ଶିଶୁର କ୍ଷୁଧା ସଂକେତକୁ ଲକ୍ଷ୍ୟ କରିବା ଉଚିତ
04:40 ଏହି ଶୃଙ୍ଖଳାର ଅନ୍ୟ ଟ୍ୟୁଟୋରିଆଲରେ ଏହି ସମସ୍ତ ପ୍ରସଙ୍ଗ ଆଲୋଚନା କରାଯାଇଛି
04:46 କେତେକ ମାମଲାରେ, ନବଜାତଙ୍କୁ ବାରମ୍ୱାର ଉଠାଇବାକୁ ପଡ଼ିଥାଏ, ଯେଉଁଥିରୁ ସେମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଦିଆଯାଇପାରିବ.

ବିଶେଷକରି ଛୋଟ - ସମୟ ପୂର୍ବରୁ ଜନ୍ମିତ ଶିଶୁ

04:57 ସୁସ୍ଥ କିମ୍ୱା ସମୟ ପୂର୍ବରୁ ଜନ୍ମିତ ଶିଶୁମାନଙ୍କ କ୍ଷେତ୍ରରେ, ଯଦି ଶୋଷିବା ପାଇଁ ଆଗ୍ରହୀ ନ ଜଣାପଡ଼ୁଥାଏ, ତେବେ

ଡାକ୍ତର କିମ୍ୱା ସ୍ୱାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରନ୍ତୁ

05:09 ସ୍ତନ୍ୟପାନବେଳେ, ଅଧିକାଂଶ ସମୟରେ ଶିଶୁମାନେ ପବନ ଢୋକିଦିଅନ୍ତି, ଯାହା ସେମାନଙ୍କୁ ଅଣନିଶ୍ୱାସୀ କରିପାରେ
05:15 ଏହାକୁ ରୋକିବା ପାଇଁ, ପ୍ରତ୍ୟେକ ଖାଦ୍ୟ ପରେ ତାକୁ ବସାଇ ହେଉଡ଼ି ମରାନ୍ତୁ
05:20 ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଏହାକୁ ବ୍ୟାଖ୍ୟା କରାଯାଇଛି
05:25 ଏହାପରେ ହେଉଛି କନା ବଦଳାଇବା (ଡାଇପରିଙ୍ଗ୍): ପ୍ରତ୍ୟେକ ମଳତ୍ୟାଗ ପରେ କିମ୍ୱା ଯଦି କନା ଓଦା ହୋଇଯାଇଥାଏ - ଶିଶୁକୁ ଚିତ୍ କରି ଶୁଆଇଦିଅନ୍ତୁ ଏବଂ ମଇଳା କନା କାଢ଼ିଦିଅନ୍ତୁ
05:37 ଶିଶୁର ଗୁପ୍ତାଙ୍ଗକୁ ସଫା କରିବା ଓ ପୋଛିବା ପାଇଁ ପାଣି ଓ ନରମ କପଡ଼ା ବ୍ୟବହାର କରନ୍ତୁ
05:44 ତା’ ଗୁପ୍ତାଙ୍ଗରେ ସାବୁନ ଲଗାନ୍ତୁନାହିଁ.

ଗୋଟିଏ ଝିଅକୁ ପୋଛିବା ସମୟରେ, ପରିସ୍ରା ନଳୀ ସଂକ୍ରମଣକୁ ଏଡ଼ାଇବା ପାଇଁ ତାକୁ ସାମ୍ନାରୁ ପଛ ପର୍ଯ୍ୟନ୍ତ ପୋଛନ୍ତୁ

05:55 କନା ବଦଳାଇବା ପୂର୍ବରୁ ଓ ପରେ ମା’ କିମ୍ୱା ଧାଈ ସର୍ବଦା ଭଲ ଭାବେ ହାତ ଧୋଇବା ଉଚିତ
06:03 ବେଳେବେଳେ ଶିଶୁର କନା କୁଣ୍ଡିଆ ମଧ୍ୟ ହୋଇଥାଏ
06:08 କନା କୁଣ୍ଡିଆ (ଡାଇପର୍ ରାଶ୍) ଏକ ସାଧାରଣ ଚିନ୍ତା ଅଟେ,

ବିଶେଷକରି ନାଲି ହୋଇ ଫଳିଯାଇଥିବା କୁଣ୍ଡିଆକୁ ଗରମ ପାଣିରେ ଗାଧୁଆ କଲେ କିଛି ଦିନରେ ଚାଲିଯାଏ

06:18 କେତେକ ଡାଇପର୍ କ୍ରିମ୍ ଓ କନା କିମ୍ୱା ଡାଇପର୍ ନ ପିନ୍ଧାଇବା ମଧ୍ୟ କାମ ଦେଇଥାଏ
06:25 ଶିଶୁର ଚର୍ମ କୋମଳ ଥିବାରୁ ଏବଂ ଓଦା କନା କାରଣରୁ ଅଧିକାଂଶ କୁଣ୍ଡିଆ ଦେଖାଦେଇଥାଏ
06:33 ଏହାକୁ ପ୍ରତିରୋଧ କରିବା ପାଇଁ କିମ୍ୱା କନା କୁଣ୍ଡିଆର ଉପଚାର କରିବାକୁ ଶିଶୁର କନାକୁ ବାରମ୍ୱାର ବଦଳାନ୍ତୁ, ବିଶେଷକରି ମଳତ୍ୟାଗ ପରେ
06:41 ନରମ କପଡ଼ା ଓ ପାଣି ଦ୍ୱାରା ସେହି ସ୍ଥାନକୁ କୋମଳ ଭାବେ ସଫା କରନ୍ତୁ.

ୱାଇପ୍ସ ବ୍ୟବହାର କରନ୍ତୁ ନାହିଁ, ଯେହେତୁ ତାହା ଉତ୍ତେଜିତ କରିପାରେ

06:50 ଡାଇପର୍ ରାଶ୍ କିମ୍ୱା "ବେରିଅର୍” କ୍ରିମ୍‌ର ଏକ ମୋଟା ପରସ୍ତ ଲଗାନ୍ତୁ
06:55 "ଜିଙ୍କ୍ ଅକ୍ସାଇଡ୍” କ୍ରିମ୍‌ର ପରାମର୍ଶ ଦିଆଯାଏ, ଯେହେତୁ ତାହା ଆର୍ଦ୍ର ବିରୁଦ୍ଧରେ ଅବରୋଧକର କାମ କରିଥାଏ
07:03 ଖାର ଓ ବାସ୍ନା-ମୁକ୍ତ ଡିଟର୍ଜେଣ୍ଟ ବ୍ୟବହାର କରି ଶିଶୁର କନା ସଫା କରନ୍ତୁ
07:08 ଗୋଟିଏ ଓଳି ପାଇଁ ଶିଶୁକୁ ବିନା କନା ବା ଡାଇପର୍ ରେ ରହିବାକୁ ଦିଅନ୍ତୁ.

ଏହା ଚର୍ମକୁ, ବାୟୁ ନିର୍ଗତ କରିବାକୁ ଦେଇଥାଏ

07:18 ଯଦି ଡାଇପର୍ ରାଶ୍, 3 ଦିନରୁ ଅଧିକ ପର୍ଯ୍ୟନ୍ତ ଲାଗିରୁହେ କିମ୍ୱା ଅଧିକ ଖରାପ ହେବା ପରି ଜଣାପଡ଼େ, ତେବେ ଦୟାକରି ଡାକ୍ତରଙ୍କୁ ଦେଖାନ୍ତୁ
07:27 ଏହା ଫଙ୍ଗଲ୍ ସଂକ୍ରମଣ କାରଣରୁ ହେଉଥାଇପାରେ, ଯାହା ପାଇଁ ଔଷଧ ଦରକାର
07:33 ଶେଷରେ, ଆସନ୍ତୁ ଶିଶୁର ଶୋଇବା ଶୈଳୀ ବିଷୟରେ ଆଲୋଚନା କରିବା:
07:38 ଗୋଟିଏ ଦିନରେ ଶିଶୁମାନେ ପ୍ରାୟ 14ରୁ 16 ଘଣ୍ଟା କିମ୍ୱା ଅଧିକ ଶୋଇଥା’ନ୍ତି
07:43 ନବଜାତମାନେ ସାଧାରଣତଃ 2-4 ଘଣ୍ଟା ପର୍ଯ୍ୟନ୍ତ ଶୋଇଥା’ନ୍ତି
07:48 ଅନେକ ନବଜାତମାନଙ୍କ ପାଇଁ ସେମାନଙ୍କର ଦିନ ଓ ରାତି ମିଶାମିଶି ହୋଇଥାଏ
07:52 ସେମାନେ ରାତିରେ ଚାହିଁଥା’ନ୍ତି ଓ ଦିନରେ ଶୋଇଥା’ନ୍ତି
07:58 ସେମାନଙ୍କୁ ରାତିରେ ଅଧିକ ଶୋଇବା ପାଇଁ ସାହାଯ୍ୟ କରିବାକୁ ରାତିରେ ତାକୁ ବେଶୀ ଉତ୍ତେଜିତ କରନ୍ତୁ ନାହିଁ.

ଉଦାହରଣସ୍ୱରୂପ, ନାଇଟ୍ ଲ୍ୟାମ୍ପ୍ ବ୍ୟବହାର କରି ଅନ୍ୟ ଲାଇଟ୍‌ଗୁଡ଼ିକୁ କମ୍ ରଖନ୍ତୁ ଏବଂ ଦିନ ସମୟରେ ପିଲା ସହିତ କଥା ହୋଇ ଓ ଖେଳି ତାକୁ ଟିକିଏ ଅଧିକ ସମୟ ଜଗାଇ ରଖନ୍ତୁ

08:17 ମା’ ଓ ଧାଈ ଏହା ମନେରଖିବା ଉଚିତ ଯେ, ପିଲାଟି ଶୋଇବାବେଳେ ସର୍ବଦା ଚିତ୍ ହୋଇ ଶୋଇବ
08:24 ଏହା ଆକସ୍ମିକ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ୍‌କୁ ହ୍ରାସ କରିଥାଏ
08:30 ଅନ୍ୟ ସୁରକ୍ଷିତ ଶୋଇବା ଅଭ୍ୟାସ ପାଇଁ, ନିମ୍ନଲିଖିତ ଜିନିଷଗୁଡ଼ିକୁ ତା’ପାଖରେ ରଖନ୍ତୁ ନାହିଁ -

ଯେପରି କମ୍ୱଳ, ରେଜେଈ, ମେଣ୍ଢା ଚମ, ତୁଳା ଭର୍ତ୍ତି ଖେଳଣା ଓ ତକିଆ

08:44 ଏହି ସମସ୍ତ ଶିଶୁକୁ ଅଣନିଶ୍ୱାସୀ କରିପାରେ
08:47 ପ୍ରତ୍ୟେକ ରାତିରେ ଶିଶୁର ମୁଣ୍ଡକୁ ବୁଲାଉଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ - ପ୍ରଥମେ ଡାହାଣ, ତା’ପରେ ବାମ ଓ ଏହିପରି
08:58 ଏହା, ଶିଶୁ ମୁଣ୍ଡର ଗୋଟିଏ ପଟକୁ ସମତଳ କରିବା ପ୍ରତିରୋଧ କରିବ
09:04 ଏଥିସହିତ ଆମେ "ନବଜାତଙ୍କ ମୌଳିକ ଯତ୍ନ" ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Pradeep