Health-and-Nutrition/C2/Breast-conditions/Oriya
From Script | Spoken-Tutorial
|
|
00:00 | ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କର “ସ୍ତନର ଅବସ୍ଥା” ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ସ୍ତନ କଠିନତା ଓ ସ୍ତନ ପ୍ରଦାହ ବିଷୟରେ ଶିଖିବା |
00:13 | ଚାଲନ୍ତୁ ସ୍ତନ କଠିନତାରୁ ଆରମ୍ଭ କରିବା |
00:17 | ସ୍ତନ କଠିନତା ସାଧାରଣତଃ ପ୍ରସବର 3 ରୁ 5 ଦିନ ମଧ୍ୟରେ ଦେଖାଦେଇଥାଏ |
00:23 | ଏହା ଏକା ସମୟରେ ଉଭୟ ସ୍ତନରେ ଦେଖାଦେଇଥାଏ |
00:28 | ମା’ ସ୍ତନର କଠିନତା ଓ ପୂର୍ଣ୍ଣତା ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ |
00:33 | ତେଣୁ, ବର୍ତ୍ତମାନ ଆମେ ସ୍ତନର କଠିନତା ଓ ପୂର୍ଣ୍ଣତା ମଧ୍ୟର ପାର୍ଥକ୍ୟକୁ ଆଲୋଚନା କରିବା |
00:40 | ସ୍ତନ କଠିନତା ଅବସ୍ଥାରେ ସ୍ତନ କଠିନ ହେବା ସହିତ ଫୁଲି ଯାଇଥାଏ ଏବଂ ଯନ୍ତ୍ରଣାଦାୟକ ଭାବେ କ୍ଷୀର ଭର୍ତ୍ତି ହୋଇରହିଥାଏ |
00:46 | ଏହା ଚମକଦାର୍ ଦେଖାଯିବା ସହ ଉପରି ଭାଗରେ ଶିରାଗୁଡ଼ିକ ଦେଖାଯାଏ |
00:52 | ମା’ଙ୍କୁ 24 ଘଣ୍ଟାରୁ ଅଧିକ ସମୟ ଜର ହୋଇଥିଲେ ଶିଶୁ ପାଇଁ ସ୍ତନ୍ୟପାନ କଷ୍ଟକର ହୋଇଥାଏ |
01:01 | ଯେତେବେଳେ କି ପୂର୍ଣ୍ଣ ସ୍ତନଗୁଡ଼ିକ ସାଧାରଣ ଅବସ୍ଥାରେ ଥାଏ |
01:04 | ପୂର୍ଣ୍ଣ ହୋଇଥିବା ସ୍ତନ ବଡ଼ ଦେଖାଯାଏ, କିନ୍ତୁ ଚମକଦାର୍ ଦେଖାଯାଏ ନାହିଁ |
01:10 | ପରିପୂର୍ଣ୍ଣ ଅବସ୍ଥାରେ ସ୍ତନ ଯନ୍ତ୍ରଣାଦାୟକ ହୁଏ ନାହିଁ କିମ୍ୱା ଜର ହୁଏ ନାହିଁ |
01:17 | ଏବେ ଚାଲନ୍ତୁ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କଠାରେ ସ୍ତନ କଠିନତାର କାରଣଗୁଡ଼ିକୁ ଆଲୋଚନା କରିବା |
01:23 | ସ୍ତନ କଠିନତା ନିମ୍ନଲିଖିତ ଅବସ୍ଥାରେ ଦେଖାଦେଇପାରେ - |
01:27 | ଯଦି ମା’ ପ୍ରସବର ଠିକ୍ ପରେ ଶିଶୁକୁ ସ୍ତନ୍ୟପାନ କରାଇନଥିବେ |
01:32 | ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଉନଥିବେ |
01:36 | ସ୍ତନ୍ୟପାନ କରାଇବା ସମୟରେ ଶିଶୁ ଠିକ ଭାବେ ସ୍ତନରେ ମୁହଁ ଲଗାଇନଥିବ ଏବଂ |
01:42 | ମା’ ହଠାତ୍ ସ୍ତନ୍ୟପାନ କରାଇବା ବନ୍ଦ କରିଦେଇଥିବେ |
01:47 | ସ୍ତନ କଠିନତାର ଚିକିତ୍ସା ବିଷୟରେ ଚାଲନ୍ତୁ ଏବେ ଆଲୋଚନା କରିବା |
01:51 | ପ୍ରଥମେ ମା’ ସଫା ପାଣିରେ ନିଜ ହାତ ଧୋଇବେ |
01:56 | ତା’ପରେ ଶିଶୁକୁ ମା’ଙ୍କ ନିକଟକୁ ଆଣନ୍ତୁ, ଯଦ୍ଵାରା ସେ ତା’କୁ ଦେଖିପାରିବେ, ଶୁଙ୍ଘିପାରିବେ ଓ ଛୁଇଁପାରିବେ |
02:03 | ଯଦି ଶିଶୁଟି ଅଧିକ ଚଞ୍ଚଳ ଥାଏ, ତେବେ ମା’ ତା’ର ଟାୱେଲ୍କୁ ଶୁଙ୍ଘିପାରିବେ |
02:08 | ଏହାପରେ, ମା’ ଗୋଟିଏ ଗ୍ଲାସ୍ ପାଣି ପିଇବେ |
02:12 | ତା’ପରେ ମା’, 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବେ କିମ୍ବା |
02:18 | ଉଷୁମ୍ ପାଣିରେ ଗାଧୋଇ ମଧ୍ୟ ପାରିବେ |
02:21 | ଏହା ଦ୍ଵାରା ସ୍ତନରୁ କ୍ଷୀର ସହଜରେ ବାହାରିପାରିବ |
02:24 | ତାହାପରେ, ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ଆରାମ କରିବା ପାଇଁ କହିବେ, କାରଣ ଅତ୍ୟଧିକ ଚାପଗ୍ରସ୍ତ ରହିଲେ କ୍ଷୀର ବାହାରିବା ପ୍ରଭାବିତ ହେବ ଏବଂ |
02:33 | କ୍ଷୀର ସହଜରେ ବାହାରିବ ନାହିଁ |
02:36 | ଏବେ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟ ମା’ଙ୍କର ବେକ ଏବଂ ପିଠି ମାଲିସ୍ କରିବା ଉଚିତ |
02:43 | ଯଦ୍ଵାରା କ୍ଷୀର ସହଜରେ ବାହାରିପାରିବ |
02:46 | କାରଣ, ପିଠିର ଉପର ଭାଗ ଓ ସ୍ତନରେ ସମାନ ସ୍ନାୟୁ ରହିଥାଏ |
02:52 | ତା’ପରେ ମା’ ନିଜର ସ୍ତନକୁ ଧୀରେଧୀରେ ବୃତ୍ତାକାର ଗତିରେ ମାଲିସ୍ କରିବେ |
02:57 | ମାଲିସ୍ କରିବା ଦ୍ଵାରା ତା’ଙ୍କୁ ଆରାମ ମିଳିବ ଏବଂ କ୍ଷୀର ନିର୍ଗମନ ସକ୍ରିୟ ହେବ |
03:03 | ଏହି ସମସ୍ତ କାର୍ଯ୍ୟ ଅକ୍ସିଟୋସିନ୍ କ୍ଷରଣ ହେବାରେ ସାହଯ୍ୟ କରିବ |
03:07 | ଏହାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ ବା ଲେଟ୍-ଡାଉନ୍ ରିଫ୍ଲେକ୍ସ କୁହାଯାଏ |
03:12 | ଅକ୍ସିଟୋସିନ୍ ଏକ ହର୍ମୋନ୍ ଅଟେ, ଯାହା କ୍ଷୀର ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ |
03:17 | “ଚୁଚୁକ ବଳୟ”କୁ ନରମ କରିବା ପାଇଁ ମା’ଙ୍କୁ କିଛି କ୍ଷୀର ହାତ ସାହାଯ୍ୟରେ କାଢ଼ିଦେବା ଉଚିତ |
03:23 | ଏହା ଦ୍ଵାରା ଶିଶୁ ପାଇଁ ଚୁଚୁକକୁ ମୁହଁରେ ପୂରାଇବା ସହଜ ହେବ |
03:27 | ସ୍ତନରୁ କ୍ଷୀର କାଢ଼ିବା ସମୟରେ, ମା’ଙ୍କୁ ଚୁଚୁକ ବଳୟର ଚାରିପଟେ ଚାପ ପକାଇବାକୁ ପଡ଼ିବ |
03:33 | କ୍ଷୀର କାଢ଼ି ସାରିବାପରେ ମା’, ଶିଶୁର ପାଟିରେ ଚୁଚୁକ ଦେବାକୁ ହେବ |
03:43 | ଉଭୟ ପଟରୁ ସ୍ତନ୍ୟପାନ କରାଇବା ପାଇଁ ଚେଷ୍ଟା କରନ୍ତୁ |
03:46 | ସ୍ତନ୍ୟପାନ କରାଇବା ମଧ୍ୟରେ ମା’ ସ୍ତନ ଉପରେ ଓଦା ଥଣ୍ଡା କପଡ଼ାକୁ 5- 10 ମିନିଟ ପର୍ଯ୍ୟନ୍ତ ରଖିବେ କିମ୍ବା |
03:54 | ସ୍ତନ ଉପରେ ଥଣ୍ଡା ବନ୍ଧାକୋବି ପତ୍ରକୁ ରଖିପାରିବେ |
03:58 | ସେ ଏହି ବନ୍ଧାକୋବି ପତ୍ରଗୁଡ଼ିକୁ ଫ୍ରୀଜ୍ କିମ୍ବା ମାଟି ପାତ୍ର ଭିତରେ ସାଇତି ରଖିପାରିବେ |
04:04 | ଏହା ସ୍ତନର କଠିନତା ଓ ସ୍ଫୀତି ହ୍ରାସ କରିବାରେ ସାହାଯ୍ୟ କରିଥାଏ |
04:09 | ତା’ପରେ, ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ |
04:13 | ଏବେ ଆମେ, ସ୍ତନର କଠିନତାକୁ କିପରି ରୋକିପାରିବା, ଚାଲନ୍ତୁ ଶିଖିବା |
04:17 | ପ୍ରଥମେ, ଶିଶୁର କ୍ଷୁଧା ସଙ୍କେତଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଛାଟିପିଟି ହେବା, |
04:25 | ରୁଟିଙ୍ଗ ରିଫ୍ଲେକ୍ସ ବୃଦ୍ଧି ହେବା- |
04:28 | ରୁଟିଙ୍ଗ ରିଫ୍ଲେକ୍ସରେ ଶିଶୁ ସେହି ଜିନିଷ ଆଡ଼କୁ ମୁଣ୍ଡକୁ ବୁଲାଇଥାଏ, ଯାହା ତା’ର ଗାଲ କିମ୍ବା ପାଟିକୁ ଛୁଇଁଥାଏ |
04:36 | ଆଙ୍ଗୁଠିଗୁଡ଼ିକୁ ଚୁଚୁମିବା |
04:39 | ଶେଷରେ ଶିଶୁଟି କାନ୍ଦିବା ଆରମ୍ଭ କରିଥାଏ |
04:43 | ଶିଶୁର ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ସ୍ତନ୍ୟପାନ କରାନ୍ତୁ, କାନ୍ଦିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ |
04:50 | ଶିଶୁଟି ଭଲ ଭାବରେ ଚୁଚୁକକୁ ମୁହଁରେ ପୂରାଇଥିବା ଓ ସ୍ତନ୍ୟପାନ କରୁଥିବାର ସୁନିଶ୍ଚିତ ହୁଅନ୍ତୁ |
04:55 | ମନେରଖନ୍ତୁ, ଅନ୍ୟ ପଟକୁ ଯିବା ପୂର୍ବରୁ ପ୍ରଥମ ସ୍ତନରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ପାନ କରାନ୍ତୁ |
05:02 | ତା’ପରେ, “ସ୍ତନ ପ୍ରଦାହ” ନାମକ ଅନ୍ୟ ଏକ ସ୍ତନର ଅବସ୍ଥା ବିଷୟରେ ଚାଲନ୍ତୁ ଜାଣିବା |
05:08 | ଏହି ଅବସ୍ଥାରେ ସ୍ତନର ଗୋଟିଏ ଭାଗ ଲାଲ ହୋଇଯିବା ସହ ଫୁଲିଯାଇଥାଏ ଓ ଟାଣ ହୋଇଯାଇଥାଏ |
05:14 | ମା’ଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ସେ ଜର ହେବା ସହ ଅସୁସ୍ଥ ଅନୁଭବ କରନ୍ତି |
05:18 | ଅନେକ ମା’ ପ୍ରଥମ 6 ସପ୍ତାହ ମଧ୍ୟରେ ସ୍ତନ ପ୍ରଦାହ ଦ୍ଵାରା ପୀଡ଼ିତ ହୋଇଥା’ନ୍ତି |
05:22 | କିନ୍ତୁ, ଏହା ସ୍ତନ୍ୟପାନର ଯେକୌଣସି ଅବଧି ମଧ୍ୟରେ ଦେଖାଦେଇପାରେ |
05:27 | ବେଳେବେଳେ ସ୍ତନ ପ୍ରଦାହ ଓ କଠିନତା ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥାଏ |
05:31 | ହେଲେ, ସ୍ତନର କଠିନତା ସମ୍ପୂର୍ଣ୍ଣ ସ୍ତନକୁ ଏବଂ ବେଳେବେଳେ ଉଭୟ ସ୍ତନକୁ ଆକ୍ରାନ୍ତ କରିଥାଏ |
05:37 | ଯେତେବେଳେ କି “ସ୍ତନ ପ୍ରଦାହ”, ସ୍ତନର ଗୋଟିଏ ଅଂଶକୁ ଏବଂ ସାଧାରଣତଃ କେବଳ ଗୋଟିଏ ସ୍ତନକୁ ପ୍ରଭାବିତ କରିଥାଏ |
05:44 | କଠିନ ସ୍ତନ କିମ୍ବା ଅବରୁଦ୍ଧ ନାଳୀ କାରଣରୁ ସ୍ତନ ପ୍ରଦାହ ଦେଖାଦେଇପାରେ |
05:51 | ଏବେ, ଅନୁପଚାରିତ ଅବରୁଦ୍ଧ ନାଳୀ କିପରି ଭାବେ “ସ୍ତନ ପ୍ରଦାହ”ରେ ପରିଣତ ହୋଇଥାଏ, ଆମେ ଆଲୋଚନା କରିବା |
05:59 | ଅବରୁଦ୍ଧ ନାଳୀ ଏପରି ଏକ ସ୍ଥିତି ଅଟେ, ଯେଉଁଥିରେ ସ୍ତନରୁ କ୍ଷୀର କଢ଼ାନଯାଏ |
06:04 | ସାଧାରଣତଃ, ଏହି ନାଳୀ ବହଳିଆ କ୍ଷୀର ଦ୍ୱାରା ଅବରୁଦ୍ଧ ସ୍ତନର ଗୋଟିଏ ଅଂଶରେ ଥାଏ |
06:11 | ଏଥିରୁ ଟେଳା ସୃଷ୍ଟି ହେବା ସହ ନରମ ହୋଇଥାଏ, କିନ୍ତୁ ଅଧିକାଂଶ ସମୟରେ ତା’ ଉପର ଚମଡ଼ା ଲାଲ ଦେଖାଦେଇଥାଏ |
06:20 | ଅବରୁଦ୍ଧ ନାଳୀ ଓ ସ୍ତନ କଠିନତା, କ୍ଷୀର ପ୍ରବାହ ଅବରୋଧର କାରଣ ହୋଇଥାଏ |
06:24 | ଯେତେବେଳେ, ଗୋଟିଏ ସ୍ତନର ଏକ ଭାଗରେ ଅବରୁଦ୍ଧ ନାଳୀରେ କ୍ଷୀର ଅଟକିଯାଏ ଏବଂ ସ୍ତନ କଠିନ ହୋଇଯାଏ, ଏହାକୁ "ଷ୍ଟାଇସିସ୍" କୁହାଯାଏ |
06:32 | ଯଦି ଏହି ଷ୍ଟାଇସିସ୍କୁ କଢ଼ାନଯାଏ, ତେବେ ଏହା ସ୍ତନ ଟିସୁଗୁଡ଼ିକରେ ଜ୍ଵଳନ ସୃଷ୍ଟି କରିପାରେ. ଏହାକୁ ଅଣ-ସଂକ୍ରାମକ ସ୍ତନ ପ୍ରଦାହ କୁହାଯାଏ |
06:42 | କିନ୍ତୁ ବ୍ୟାକ୍ଟେରିଆ ଦ୍ଵାରା ସ୍ତନ ସଂକ୍ରମିତ ହେଲେ, ତାହାକୁ ସଂକ୍ରମିତ ସ୍ତନ ପ୍ରଦାହ କୁହାଯାଏ |
06:51 | ନିମ୍ନଲିଖିତ ଅବସ୍ଥାଗୁଡ଼ିକରେ ବ୍ୟାକ୍ଟେରିଆ ସହଜରେ ଫାଟ ମାଧ୍ୟମରେ ପ୍ରବେଶ କରିପାରନ୍ତି: |
06:56 | ଯଦି ସ୍ତନରେ ଫାଟ ଥାଏ, ତେବେ ସ୍ତନ ପ୍ରଦାହ ଅନୁପଚାରିତ ରହିଯାଏ ଏବଂ ଚିକିତ୍ସାରେ ବିଳମ୍ବ ହୁଏ |
07:06 | ଧ୍ୟାନ ଦିଅନ୍ତୁ ଯେ, ସ୍ତନ ପ୍ରଦାହର ଚିକିତ୍ସା କରାନଗଲେ, ତାହା ବଥରେ ପରିଣତ ହୋଇଯାଏ |
07:11 | ବର୍ତ୍ତମାନ ଚାଲନ୍ତୁ ସ୍ତନ ପ୍ରଦାହର କାରଣଗୁଡ଼ିକୁ ଆଲୋଚନା କରିବା |
07:15 | ସ୍ତନ ପ୍ରଦାହ ହେବାର ପ୍ରଥମ ଓ ମୂଳ କାରଣ ହେଉଛି ବାରମ୍ବାର ସ୍ତନ୍ୟପାନ ନ କରାଇବା |
07:21 | ସ୍ତନ୍ୟପାନ କରାଉଥିବା ମା’ ଜଣେ କର୍ମଜୀବୀ ମହିଳା ହୋଇଥିଲେ, ବାରମ୍ୱାର ସ୍ତନ୍ୟପାନ କରାଇବା କଷ୍ଟକର ହୋଇପଡ଼େ |
07:27 | ମା’ କିମ୍ବା ଶିଶୁର ଅସୁସ୍ଥତା, ବାରମ୍ବାର ସ୍ତନ୍ୟପାନ ନ କରାଇବାର ଅନ୍ୟ କାରଣ ହୋଇପାରେ |
07:33 | ଦ୍ଵିତୀୟ ହେଉଛି ନିପଲ୍ ଫିଡ଼ିଙ୍ଗ. ଏଥିରେ ଶିଶୁଟି ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିପାରେନାହିଁ |
07:40 | ତୃତୀୟଟି ହେଉଛି ଅଧିକ କ୍ଷୀର ହେବା |
07:43 | ଚତୁର୍ଥଟି ହେଉଛି ଶୀଘ୍ର ସ୍ତନ୍ୟପାନ ଛଡ଼ାଇ ଅନ୍ୟ ଖାଦ୍ୟ ଖୁଆଇବା ଆରମ୍ଭ କରିଦେବା |
07:50 | ପଞ୍ଚମଟି ହେଉଛି ଟାଇଟ୍ କପଡ଼ା- ଯଦି ମା’ ବିଶେଷକରି ରାତିରେ ଟାଇଟ୍ ବ୍ରା ପିନ୍ଧନ୍ତି, ତେବେ ଏହା ସ୍ତନ ଉପରେ ଚାପ ପକାଇଥାଏ ଏବଂ କ୍ଷୀର ନାଳୀଗୁଡ଼ିକୁ ଅବରୋଧ କରିପାରେ |
08:03 | ଷଷ୍ଠ ହେଉଛି ମାତୃତ୍ୱ ଚାପ – ଯଦି ମା’ କୌଣସି ପ୍ରକାରର ମାନସିକ ଚାପଗ୍ରସ୍ତ ଥିବେ, ତେବେ କ୍ଷୀର ବାହାରିବା ପ୍ରଭାବିତ ହେବ |
08:12 | ସପ୍ତମ ହେଉଛି ନିପଲ୍ରେ ଫାଟ ହେବା – ଯେଉଁଥିରୁ ବ୍ୟାକ୍ଟେରିଆ ସ୍ତନ ଟିସ୍ୟୁରେ ପ୍ରବେଶ କରିଥାଏ ଏବଂ ସ୍ତନ ପ୍ରଦାହ ହୋଇପାରେ |
08:22 | ଚାଲନ୍ତୁ ସ୍ତନ ପ୍ରଦାହ ଚିକିତ୍ସା ଉପରେ ଆଲୋଚନା କରିବା |
08:26 | ପ୍ରଥମେ, କାରଣ ଖୋଜି ବାହାର କରିବା ପରେ ଚିକିତ୍ସା ଆରମ୍ଭ କରନ୍ତୁ |
08:31 | ମା’, ସ୍ତନ୍ୟପାନ କରାଇବା ପୂର୍ବରୁ ଉଷୁମ ସେକ ନେବା ଆବଶ୍ୟକ |
08:35 | କିମ୍ବା ଉଷୁମ୍ ପାଣିରେ ଗାଧୋଇବା ଉଚିତ |
08:37 | ସେ ପ୍ରଥମେ ପ୍ରଭାବିତ ସ୍ତନରୁ କ୍ଷୀର ଖୁଆଇବା ଦରକାର |
08:42 | ଯଦି ଏହା ଦ୍ଵାରା ଯନ୍ତ୍ରଣା ବଢ଼େ କିମ୍ବା କ୍ଷୀର ବାହାରିବା ପ୍ରଭାବିତ ହୁଏ, ତେବେ ଅପ୍ରଭାବିତ ସ୍ତନରୁ ଆରମ୍ଭ କରିବେ |
08:50 | ମନେରଖନ୍ତୁ, ବାରମ୍ବାର ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ |
08:55 | ଯଦି ଚୁଚୁକ କିମ୍ବା ଚୁଚୁକ ବଳୟରେ କ୍ଷତ ହୋଇନଥାଏ, ତେବେ ମା’ ସେହି ସ୍ତନରୁ ସ୍ତନ୍ୟପାନ କରାଇପାରିବେ |
09:04 | ମନେରଖନ୍ତୁ, ସ୍ତନ ପ୍ରଦାହ ହୋଇଥିବା ସ୍ତନରୁ ମା’ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ କରିବା ସମୟରେ - |
09:09 | ଶିଶୁଠାରେ ସଂକ୍ରମଣର ସଂକେତକୁ ଦେଖିବା ଦରକାର, ଯେହେତୁ ଶିଶୁ ସଂକ୍ରମିତ ହେବାର ବିପଦ ଥାଏ |
09:17 | କାରଣ ପ୍ରଭାବିତ ସ୍ତନର କ୍ଷୀରରେ କ୍ଷତିକାରକ ବ୍ୟକ୍ଟେରିଆ ଥାଇପାରେ |
09:24 | ସ୍ତନକୁ ମାଲିସ୍ କଲେ କ୍ଷୀର ଭଲ ଭାବେ କ୍ଷରଣ ହୋଇଥାଏ |
09:28 | ହାଲୁକା ଭାବରେ ପ୍ରଭାବିତ ସ୍ଥାନରୁ ଚୁଚୁକ ଆଡ଼କୁ ମାଲିସ କରନ୍ତୁ |
09:34 | ଏବଂ ମା’ଙ୍କୁ ଯଥେଷ୍ଟ ଆରାମ କରିବା ଆବଶ୍ୟକ |
09:37 | ଲକ୍ଷଣ ଅଧିକ ଯନ୍ତ୍ରଣାଦାୟକ ହେଲେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ |
09:40 | ଅସ୍ତ୍ରୋପଚାର ଦ୍ୱାରା ସ୍ତନ ବଥକୁ କାଢ଼ିବାକୁ ହେବ ଏବଂ ମା’ଙ୍କୁ ଔଷଧ ଖାଇବାକୁ ପଡ଼ିବ |
09:47 | ଏହା ବ୍ୟତୀତ ମା’ଙ୍କୁ ଆରାମ କରିବା ସହ ଗଭୀର ନିଶ୍ଵାସ ପ୍ରଶ୍ଵାସ ନେବାକୁ ହେବ |
09:55 | ମୃଦୁ ସଙ୍ଗୀତ ଶୁଣିଲେ ଏବଂ ନିଜ ଶିଶୁ ବିଷୟରେ ଚିନ୍ତା କଲେ, କ୍ଷୀର ନିର୍ଗମନ ସହଜ ହୋଇଥାଏ |
10:04 | ମନେରଖନ୍ତୁ, ସ୍ତନ ପ୍ରଦାହକୁ ରୋକିବା ପାଇଁ ପାଟିରେ ଠିକ ଭାବେ ଧରିବା ଜରୁରୀ ଅଟେ |
10:09 | ଏହାଦ୍ଵାରା ନାଳୀ ଅବରୋଧ ହେବ ନାହିଁ ଏବଂ ଶିଶୁ ଯଥେଷ୍ଟ କ୍ଷୀର ପାନ କରିପାରିବ |
10:14 | ସ୍ତନର ଏହି ସମସ୍ତ ଅବସ୍ଥାରୁ ରକ୍ଷା ପାଇବା ପାଇଁ, ଶିଶୁ ସଠିକ୍ ଭାବେ ସଂଯୁକ୍ତ ହେବା ଏବଂ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ |
10:24 | ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ |
10:31 | ଏହି ଟ୍ୟୁଟୋରିଆଲରେ ଆମେ ସ୍ତନ କଠିନତା ଓ ସ୍ତନ ପ୍ରଦାହ ବିଷୟରେ ଶିଖିଲେ |
10:37 | ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି |
10:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
10:56 | ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ |
11:03 | ଏହି ଟ୍ୟୁଟୋରିଆଲ୍, “ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟ”ର ଏକ ଅଂଶ |
11:07 | ଏହି ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଏବଂ ଡାକ୍ତର ତରୁଣ ଜିନ୍ଦଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଉପସ୍ଥିତ ଅଛନ୍ତି |
11:20 | ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର, ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |