Linux/C2/Installing-Software-16.04/Oriya
From Script | Spoken-Tutorial
Revision as of 18:48, 30 July 2019 by PoojaMoolya (Talk | contribs)
Time | Narration |
00:01 | ବନ୍ଧୁଗଣ, Ubuntu Linux 16.04 Osରେ ଥିବା "ଇନଷ୍ଟଲିଙ୍ଗ୍ ସଫ୍ଟୱେର୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:10 | ଏହି ଟ୍ୟୁଟୋରିଆଲରେ ଆମେ, Ubuntu Linux 16.04 Operating Systemରେ
Terminal, |
00:21 | ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍ ଓ Ubuntu ସଫ୍ଟୱେର୍ ସେଣ୍ଟର୍ ଜରିଆରେ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
00:27 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି |
00:34 | ଏହି ଟ୍ୟୁଟୋରିଆଲ୍ ସହିତ ଆଗକୁ ବଢ଼ିବା ପାଇଁ ଆପଣ, ଇଣ୍ଟର୍ନେଟ୍ ସହ ଯୋଡ଼ି ହୋଇଥିବା ଦରକାର |
00:39 | ସଫ୍ଟୱେର୍ ଇନଷ୍ଟଲ୍ କରିବା ପାଇଁ ଆପଣ ଜଣେ "ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍” ହୋଇଥିବା ଦରକାର କିମ୍ୱା ଆପଣଙ୍କ ପାଖରେ "ଆଡମିନିଷ୍ଟ୍ରେଟର୍ ଅଧିକାର” ଥିବା ଆବଶ୍ୟକ |
00:46 | "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ହେଉଛି a p t ପାଇଁ ଏକ ଗ୍ରାଫିକଲ୍ ପ୍ରୋଗ୍ରାମ୍ |
00:51 | apt-get Command Line ୟୁଟିଲିଟୀ ପାଇଁ ଏହା ହେଉଛି ଏକ GUI |
00:57 | ଡିଫଲ୍ଟ ଭାବରେ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍", Ubuntu Linux 16.04ରେ ପୂର୍ବରୁ ଇନଷ୍ଟଲ୍ ହୋଇନଥିବ |
01:05 | ତେଣୁ, ଟର୍ମିନଲ୍ ଜରିଆରେ ଏହାକୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
01:10 | ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
01:18 | ଟର୍ମିନଲ୍ରେ ଏବେ ଟାଇପ୍ କରନ୍ତୁ, sudo space a p t hyphen get space install space s y n a p
ଏବଂ Tab କୀ’ ଦାବନ୍ତୁ |
01:34 | ଏହା, s y n a p ସହ ଆରମ୍ଭ ହେଉଥିବା ସଫ୍ଟୱେର୍ଗୁଡ଼ିକର ଏକ ତାଲିକା ଦେଖାଇବ |
01:40 | ଏବେ, synaptic ଶବ୍ଦ ସମ୍ପୂର୍ଣ୍ଣ କରନ୍ତୁ
ଏବଂ Enter ଦାବନ୍ତୁ |
01:46 | ଆପଣଙ୍କୁ Administrator Password ଲେଖିବାକୁ କୁହାଯିବ |
01:51 | ଆପଣଙ୍କର admin password ଲେଖନ୍ତୁ |
01:54 | ଟର୍ମିନଲ୍ରେ ପାସୱର୍ଡ ଟାଇପ୍ କରିବା ସମୟରେ, ତାହା ଆମକୁ ଦେଖାଯିବ ନାହିଁ.
ତେଣୁ, ସାବଧାନତାର ସହ ଟାଇପ୍ କରନ୍ତୁ |
02:02 | Enter ଦାବନ୍ତୁ |
02:04 | ଇନଷ୍ଟଲ୍ କରାଯିବାକୁ ଥିବା ପ୍ୟାକେଜଗୁଡ଼ିକର ଏକ ତାଲିକା |
02:09 | ଏବଂ ଡାଉନଲୋଡ୍ ହେବାକୁ ଥିବା ଫାଇଲ୍ଗୁଡ଼ିକର ଆକାର ବିଷୟରେ ସୂଚନା ତଥା ଇନଷ୍ଟଲେଶନ୍ ପରର ଡିସ୍କ ସ୍ପେସ୍ ଏବେ ଟର୍ମିନଲ୍ରେ ଦେଖାଦେଉଛି |
02:17 | ସୁନିଶ୍ଚିତତା ପାଇଁ Y ଦାବନ୍ତୁ |
02:19 | Enter ଦାବନ୍ତୁ |
02:22 | ଇନଷ୍ଟଲେଶନ୍ ଆରମ୍ଭ ହେଲା. ଆପଣଙ୍କ ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ଆଧାର କରି, ସମ୍ପୂର୍ଣ୍ଣ ହେବାକୁ ଏହା କିଛି ସମୟ ନେଇପାରେ |
02:31 | ଏବେ, "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ଇନଷ୍ଟଲ୍ ହୋଇଗଲା |
02:36 | ଟର୍ମିନଲ୍ ବନ୍ଦ କରିଦିଅନ୍ତୁ |
02:39 | ଇନଷ୍ଟଲେଶନ୍ ସୁନିଶ୍ଚିତ କରିବା ପାଇଁ Dash Homeକୁ ଯାଆନ୍ତୁ. ସର୍ଚ୍ଚ ବାର୍ରେ synaptic ଟାଇପ୍ କରନ୍ତୁ |
02:46 | ସର୍ଚ୍ଚ ପରିଣାମରେ ଆମେ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍ ଆଇକନ୍” ଦେଖିପାରିବା |
02:51 | ଏବେ ଆମେ, "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରି ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
02:57 | "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍ ଆଇକନ୍” ଉପରେ କ୍ଲିକ୍ କରନ୍ତୁ |
03:01 | "ପାସୱର୍ଡ” ପଚାରୁଥିବା ଏକ ଅଥେଣ୍ଟିକେଶନ୍ ଡାଇଲଗ୍ ବକ୍ସ ଦେଖାଦେବ |
03:06 | “ଆଡମିନ୍ ପାସୱର୍ଡ" ଟାଇପ୍ କରି Enter ଦାବନ୍ତୁ |
03:10 | ପ୍ରଥମ ଥର ପାଇଁ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରିବା ସମୟରେ ଏକ ପରିଚୟ ଡାଇଲଗ୍ ବକ୍ସ ଦେଖାଦେବ |
03:17 | ଏଥିରେ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରିବାର ସୂଚନା ରହିଥାଏ |
03:23 | ଏହାକୁ ବନ୍ଦ କରିବା ପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:27 | ଏବେ ଆମେ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍”ରେ "Proxy” ଓ "Repository” କନଫିଗର୍ କରିବା |
03:33 | ଗୋଟିଏ ଆପ୍ଲିକେଶନ୍ ବା ପ୍ୟାକେଜ୍ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା କରିବାକୁ ହେବ |
03:38 | Settingsକୁ ଯାଇ Preferences ଉପରେ କ୍ଲିକ୍ କରନ୍ତୁ |
03:42 | Preferences ୱିଣ୍ଡୋରେ ଥିବା ଅନେକ ଟାବ୍ ସ୍କ୍ରୀନ୍ ଉପରେ ଦେଖାଦେବ |
03:48 | Proxy Setting କନଫିଗର୍ କରିବା ପାଇଁ Network ଉପରେ କ୍ଲିକ୍ କରନ୍ତୁ |
03:52 | Proxy Serverରେ ଦୁଇଟି ଅପ୍ସନ୍ ଅଛି - Direct Connection ଓ Manual Proxy |
04:00 | ମୁଁ Direct Connection ବ୍ୟବହାର କରିବି.
ଆପଣ ନିଜ ପସନ୍ଦର ଅପ୍ସନ୍ ଚୟନ କରିପାରିବେ |
04:06 | ୱିଣ୍ଡୋ ବନ୍ଦ କରିବା ପାଇଁ ତଳେ ଥିବା OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:11 | ଏବେ ପୁଣିଥରେ Settingsକୁ ଯାଇ Repository ଉପରେ କ୍ଲିକ୍ କରନ୍ତୁ |
04:16 | ସ୍କ୍ରୀନ୍ରେ Software & Updates ୱିଣ୍ଡୋ ଦେଖାଦେବ |
04:20 | ସେଥିରେ Ubuntu ସଫ୍ଟୱେର୍ ଡାଉନଲୋଡ୍ କରିବା ପାଇଁ ଅନେକ ସୋର୍ସ ରହିଛି |
04:24 | Download From ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ ଏବଂ Repositoryର ତାଲିକା ଦେଖିବା ପାଇଁ ମାଉସ୍ ବଟନ୍କୁ ଧରି ରଖନ୍ତୁ |
04:31 | Other, ସମଗ୍ର ବ୍ରହ୍ମାଣ୍ଡରେ ଥିବା Serverଗୁଡ଼ିକର ତାଲିକା ଦେଖାଇଥାଏ |
04:36 | ଏହି ୱିଣ୍ଡୋକୁ ବନ୍ଦ କରିବା ପାଇଁ ତଳେ ଥିବା Cancel ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:41 | ମୁଁ Server for India ବ୍ୟବହାର କରୁଛି |
04:45 | Software Sources ୱିଣ୍ଡୋ ବନ୍ଦ କରିବା ପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:50 | ଯଦି ଆପଣ ପ୍ରଥମ ଥର ପାଇଁ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ପ୍ୟାକେଜ୍ଗୁଡ଼ିକୁ ରିଲୋଡ୍ କରିବାକୁ ହେବ |
04:57 | ସେଥିପାଇଁ, ଟୂଲ୍ବାର୍ରେ ଥିବା Reload ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:02 | ଏହା କିଛି ସମୟ ନେଇପାରେ |
05:05 | ଏଠାରେ ଦେଖନ୍ତୁ. ଇଣ୍ଟର୍ନେଟ୍ ମାଧ୍ୟମରେ କିପରି ପ୍ୟାକେଜ୍ଗୁଡ଼ିକ ଟ୍ରାନ୍ସଫର୍ ହୋଇ ଅପଡେଟ୍ ହେଉଛି |
05:13 | ଏକ ଉଦାହରଣ ଭାବେ ମୁଁ ଏବେ VLC Player ଇନଷ୍ଟଲ୍ କରିବି |
05:18 | ଟୂଲ୍ବାର୍ରେ ଥିବା Search Fieldକୁ ଯାଆନ୍ତୁ |
05:23 | Search ଡାଇଲଗ୍ ବକ୍ସରେ vlc ଟାଇପ୍ କରି Search ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:29 | ଏଠାରେ ଆମେ, ସମସ୍ତ ତାଲିକାଭୁକ୍ତ VLC ପ୍ୟାକେଜ୍ ଦେଖିପାରିବା |
05:34 | VLC ପ୍ୟାକେଜ୍ ଚୟନ କରିବା ପାଇଁ, ଚେକ୍ ବକ୍ସ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
ଏବଂ ଦେଖାଦେଉଥିବା ମେନୁରୁ Mark for Installation ଅପ୍ସନ୍ ଚୟନ କରନ୍ତୁ |
05:45 | ସମସ୍ତ Repository ପ୍ୟାକେଜ୍ ସହ ଏକ ଡାଇଲଗ୍ ବକ୍ସ ଦେଖାଦେବ |
05:51 | ସ୍ୱଚାଳିତ ଭାବେ ସମସ୍ତ Dependencies ପ୍ୟାକେଜ୍ ମାର୍କ କରିବା ପାଇଁ Mark ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:57 | ଟୂଲବାର୍କୁ ଯାଇ Apply ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:01 | ଇନଷ୍ଟଲ୍ ହେବାକୁ ଥିବା ପ୍ୟାକେଜ୍ଗୁଡ଼ିକର ବିବରଣୀ ଦେଖାଉଥିବା ଏକ Summary ୱିଣ୍ଡୋ ଦେଖାଦେବ |
06:07 | ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ ତଳେ ଥିବା Apply ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:12 | ଇନଷ୍ଟଲେଶନ୍ ପ୍ରକ୍ରିୟା କିଛି ସମୟ ନେବ |
06:16 | ଏହା, ଇନଷ୍ଟଲ୍ ହେବାକୁ ଥିବା ପ୍ୟାକେଜ୍ର ସଂଖ୍ୟା ଓ ଆକାର ଉପରେ ନିର୍ଭର କରିଥାଏ |
06:21 | ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବା କ୍ଷଣି Applying Changes ୱିଣ୍ଡୋ ବନ୍ଦ ହୋଇଯିବ |
06:27 | "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ୱିଣ୍ଡୋ ବନ୍ଦ କରିଦିଅନ୍ତୁ |
06:31 | VLC Player ଠିକ୍ ଭାବେ ଇନଷ୍ଟଲ୍ ହୋଇଛି କି ନାହିଁ, ତାହା ଏବେ ଯାଞ୍ଚ କରିବା |
06:37 | Dash Homeକୁ ଯାଆନ୍ତୁ |
06:39 | ସର୍ଚ୍ଚ ବାର୍ରେ vlc ଟାଇପ୍ କରନ୍ତୁ |
06:42 | ପ୍ରଦର୍ଶିତ ତାଲିକାରେ VLC ଆଇକନ୍ ଦେଖାଦେଉଛି.
ଖୋଲିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ |
06:49 | ସମାନ ଭାବରେ ଆମେ, "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରି ଅନ୍ୟ ଆପ୍ଲିକେଶନ୍ସ ଇନଷ୍ଟଲ୍ କରିପାରିବା |
06:56 | ଏହାପରେ ଆମେ, Ubuntu ସଫ୍ଟୱେର୍ ସେଣ୍ଟର୍ ଜରିଆରେ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
07:02 | Ubuntu Linux OSରେ ସଫ୍ଟୱେର୍ ପରିଚାଳନା କରିବା ପାଇଁ ଆମକୁ ଅନୁମତି ଦେବାକୁ Ubuntu ସଫ୍ଟୱେର୍ ସେଣ୍ଟର୍ ହେଉଛି ଏକ ଆପ୍ଲିକେଶନ୍ |
07:10 | ଗୋଟିଏ ସଫ୍ଟୱେର୍କୁ ଖୋଜିବା, ଡାଉନଲୋଡ୍, ଇନଷ୍ଟଲ୍, ଅପଡେଟ୍ କିମ୍ୱା ଅନଇନଷ୍ଟଲ୍ କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ |
07:17 | ଏହା ଆପଣଙ୍କୁ, ବ୍ୟବହାର କରିବା ପୂର୍ବରୁ ହିଁ ସଫ୍ଟୱେର୍ ବିଷୟରେ ସୂଚନା ଦେଇଥାଏ |
07:23 | Ubuntu ସଫ୍ଟୱେର୍ ସେଣ୍ଟର୍ ଖୋଲିବା ପାଇଁ, Launcherକୁ ଯାଆନ୍ତୁ |
07:27 | Ubuntu ସଫ୍ଟୱେର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
07:31 | Ubuntu ସଫ୍ଟୱେର୍ ସେଣ୍ଟର୍ ୱିଣ୍ଡୋ ଦେଖାଦେବ |
07:35 | ଉପରେ 3ଟି ଟାବ୍ ଅଛି - All, Installed ଓ Updates |
07:42 | All ଟାବ୍ ଉପରେ କ୍ଲିକ୍ କରନ୍ତୁ |
07:44 | ଦେଖନ୍ତୁ, ଉପରେ ଗୋଟିଏ "ସର୍ଚ୍ଚ ବାର୍” ଅଛି |
07:47 | ଉପଲବ୍ଧ "ସଫ୍ଟୱେର୍” ଖୋଜିବା ପାଇଁ ଏହା ଆମକୁ ସାହାଯ୍ୟ କରିବ |
07:51 | ଏବେ ଚାଲନ୍ତୁ ଆମେ, Inkscape ସଫ୍ଟୱେର୍ ଇନଷ୍ଟଲ୍ କରିବା |
07:55 | ସର୍ଚ୍ଚ ବାର୍ରେ Inkscape ଟାଇପ୍ କରନ୍ତୁ |
07:59 | Inkscape ବିଷୟରେ ଏକ ଛୋଟ ବାର୍ତ୍ତା ପ୍ରଦର୍ଶିତ ହେଲା |
08:03 | ଏବେ, ଆହାଣପଟ କୋଣରେ ଥିବା Install ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:07 | Authentication ଡାଇଲଗ୍ ବକ୍ସ ଦେଖାଦେବ |
08:10 | ଆପଣଙ୍କର admin password ଲେଖନ୍ତୁ ଏବଂ Authenticate ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:16 | Inkscape ଇନଷ୍ଟଲ୍ ହେଉଥିବାର ପ୍ରୋଗ୍ରେସ୍ ବାର୍ ସୂଚନା ଦେଇଥାଏ |
08:21 | ଇନଷ୍ଟଲ୍ ହେଉଥିବା ପ୍ୟାକେଜ୍ଗୁଡ଼ିକର ସଂଖ୍ୟା ଓ ଆକାର ଉପରେ ନିର୍ଭର କରି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ |
08:28 | ଉପରେ ଥିବା Installed ଟାବ୍ରେ ମଧ୍ୟ ପ୍ରୋଗ୍ରେସ୍ ସୂଚିତ ହୋଇଥାଏ.
ତାହା ଉପରେ କ୍ଲିକ୍ କରନ୍ତୁ |
08:35 | କୌଣସି ଇନଷ୍ଟଲେଶନ୍ ଚାଲୁଥିବା ସମୟରେ ଆପଣ ଅନ୍ୟ ଆପ୍ଲିକେଶନ୍ଗୁଡ଼ିକୁ ଆକ୍ସେସ୍ କରିପାରିବେ |
08:41 | Inkscape ଶବ୍ଦ ଉପରେ କ୍ଲିକ୍ କରନ୍ତୁ |
08:44 | ଏହା, Inkscape ବିଷୟରେ ସୂଚନା ପ୍ରଦର୍ଶିତ କରିବ |
08:48 | Inkscape ଇନଷ୍ଟଲ୍ ହୋଇଯିବା ପରେ ଆମେ, ତାହା ପାଖରେ Remove ଓ Launch ନାମକ ଦୁଇଟି ବଟନ୍ ଦେଖିପାରିବା |
08:55 | ଯଦି ଆପଣ ସଫ୍ଟୱେର୍କୁ ଅନଇନଷ୍ଟଲ୍ କରିବାକୁ ଚାହାନ୍ତି, ତେବେ Remove ବଟନ୍ ଉପରେ କ୍ଲିକ୍ କରିଦିଅନ୍ତୁ |
09:00 | ଆପ୍ଲିକେଶନ୍କୁ ଆରମ୍ଭ କରିବା ପାଇଁ, Launch ବଟନ୍ ଉପରେ କ୍ଲିକ୍ କରନ୍ତୁ.
ମୁଁ ତାହା ଉପରେ କ୍ଲିକ୍ କରୁଛି |
09:06 | ଏହା, Inkscape ଆପ୍ଲିକେଶନ୍କୁ ଆରମ୍ଭ କରିବ |
09:10 | Ubuntu ସଫ୍ଟୱେର୍ ସେଣ୍ଟର୍କୁ ଫେରିଯାଆନ୍ତୁ.
ଉପର ବାମପଟେ ଥିବା ଆରୋ ବଟନ୍ ଉପରେ କ୍ଲିକ୍ କରି ମୁଖ୍ୟ ସ୍କ୍ରୀନ୍କୁ ଫେରିଆସନ୍ତୁ |
09:18 | ଏବେ, Updates ଟାବ୍ ଉପରେ କ୍ଲିକ୍ କରନ୍ତୁ |
09:21 | ଦେଖନ୍ତୁ, Software is up to date ବୋଲି ଏହା କହୁଛି |
09:25 | ଉପର ବାମପଟେ ଥିବା Refresh ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
ଏହା, କୌଣସି ନୂଆ ଅପଡେଟ୍ ପାଇଁ ଯାଞ୍ଚ କରିବ |
09:31 | ଏବେ ଆମକୁ ଏକ OS Updates ମିଳିଲା |
09:34 | ବିବରଣୀ ଦେଖିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ. ମୁଁ ଏହାକୁ ବନ୍ଦ କରିଦେଉଛି |
09:39 | ଯଦି ଆପଣ ଏହି ଅପଡେଟ୍କୁ ଇନଷ୍ଟଲ୍ କରିବାକୁ ଚାହାନ୍ତି, ତେବେ Install ବଟନ୍ ଉପରେ କ୍ଲିକ୍ କରନ୍ତୁ.
ଅନ୍ୟଥା ଏହାକୁ ଛାଡ଼ିଦିଅନ୍ତୁ |
09:46 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ |
09:52 | ଏହି ଟ୍ୟୁଟୋରିଆଲରେ ଆମେ, Ubuntu Linux 16.04 Operating Systemରେ ଟର୍ମିନଲ୍, |
10:02 | ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍ ଓ Ubuntu ସଫ୍ଟୱେର୍ ସେଣ୍ଟର୍ ଜରିଆରେ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଶିଖିଲେ |
10:07 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
10:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. |
10:24 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:28 | ଦୟାକରି ଏହି ଫୋରମ୍ରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
10:32 | ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
10:44 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |