Linux/C2/Installing-Software-16.04/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Ubuntu Linux 16.04 Osରେ ଥିବା "ଇନଷ୍ଟଲିଙ୍ଗ୍ ସଫ୍ଟୱେର୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:10 ଏହି ଟ୍ୟୁଟୋରିଆଲରେ ଆମେ, Ubuntu Linux 16.04 Operating Systemରେ

Terminal,

00:21 ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍ ଓ Ubuntu ସଫ୍ଟୱେର୍ ସେଣ୍ଟର୍ ଜରିଆରେ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:27 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି
00:34 ଏହି ଟ୍ୟୁଟୋରିଆଲ୍ ସହିତ ଆଗକୁ ବଢ଼ିବା ପାଇଁ ଆପଣ, ଇଣ୍ଟର୍ନେଟ୍ ସହ ଯୋଡ଼ି ହୋଇଥିବା ଦରକାର
00:39 ସଫ୍ଟୱେର୍ ଇନଷ୍ଟଲ୍ କରିବା ପାଇଁ ଆପଣ ଜଣେ "ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍” ହୋଇଥିବା ଦରକାର କିମ୍ୱା ଆପଣଙ୍କ ପାଖରେ "ଆଡମିନିଷ୍ଟ୍ରେଟର୍ ଅଧିକାର” ଥିବା ଆବଶ୍ୟକ
00:46 "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ହେଉଛି a p t ପାଇଁ ଏକ ଗ୍ରାଫିକଲ୍ ପ୍ରୋଗ୍ରାମ୍
00:51 apt-get Command Line ୟୁଟିଲିଟୀ ପାଇଁ ଏହା ହେଉଛି ଏକ GUI
00:57 ଡିଫଲ୍ଟ ଭାବରେ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍", Ubuntu Linux 16.04ରେ ପୂର୍ବରୁ ଇନଷ୍ଟଲ୍ ହୋଇନଥିବ
01:05 ତେଣୁ, ଟର୍ମିନଲ୍ ଜରିଆରେ ଏହାକୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
01:10 ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
01:18 ଟର୍ମିନଲ୍‌ରେ ଏବେ ଟାଇପ୍ କରନ୍ତୁ, sudo space a p t hyphen get space install space s y n a p

ଏବଂ Tab କୀ’ ଦାବନ୍ତୁ

01:34 ଏହା, s y n a p ସହ ଆରମ୍ଭ ହେଉଥିବା ସଫ୍ଟୱେର୍‌ଗୁଡ଼ିକର ଏକ ତାଲିକା ଦେଖାଇବ
01:40 ଏବେ, synaptic ଶବ୍ଦ ସମ୍ପୂର୍ଣ୍ଣ କରନ୍ତୁ

ଏବଂ Enter ଦାବନ୍ତୁ

01:46 ଆପଣଙ୍କୁ Administrator Password ଲେଖିବାକୁ କୁହାଯିବ
01:51 ଆପଣଙ୍କର admin password ଲେଖନ୍ତୁ
01:54 ଟର୍ମିନଲ୍‌ରେ ପାସୱର୍ଡ ଟାଇପ୍ କରିବା ସମୟରେ, ତାହା ଆମକୁ ଦେଖାଯିବ ନାହିଁ.

ତେଣୁ, ସାବଧାନତାର ସହ ଟାଇପ୍ କରନ୍ତୁ

02:02 Enter ଦାବନ୍ତୁ
02:04 ଇନଷ୍ଟଲ୍ କରାଯିବାକୁ ଥିବା ପ୍ୟାକେଜଗୁଡ଼ିକର ଏକ ତାଲିକା
02:09 ଏବଂ ଡାଉନଲୋଡ୍ ହେବାକୁ ଥିବା ଫାଇଲ୍‌ଗୁଡ଼ିକର ଆକାର ବିଷୟରେ ସୂଚନା ତଥା ଇନଷ୍ଟଲେଶନ୍ ପରର ଡିସ୍କ ସ୍ପେସ୍ ଏବେ ଟର୍ମିନଲ୍‌ରେ ଦେଖାଦେଉଛି
02:17 ସୁନିଶ୍ଚିତତା ପାଇଁ Y ଦାବନ୍ତୁ
02:19 Enter ଦାବନ୍ତୁ
02:22 ଇନଷ୍ଟଲେଶନ୍ ଆରମ୍ଭ ହେଲା. ଆପଣଙ୍କ ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ଆଧାର କରି, ସମ୍ପୂର୍ଣ୍ଣ ହେବାକୁ ଏହା କିଛି ସମୟ ନେଇପାରେ
02:31 ଏବେ, "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ଇନଷ୍ଟଲ୍ ହୋଇଗଲା
02:36 ଟର୍ମିନଲ୍ ବନ୍ଦ କରିଦିଅନ୍ତୁ
02:39 ଇନଷ୍ଟଲେଶନ୍ ସୁନିଶ୍ଚିତ କରିବା ପାଇଁ Dash Homeକୁ ଯାଆନ୍ତୁ. ସର୍ଚ୍ଚ ବାର୍‌ରେ synaptic ଟାଇପ୍ କରନ୍ତୁ
02:46 ସର୍ଚ୍ଚ ପରିଣାମରେ ଆମେ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍ ଆଇକନ୍” ଦେଖିପାରିବା
02:51 ଏବେ ଆମେ, "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରି ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
02:57 "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍ ଆଇକନ୍” ଉପରେ କ୍ଲିକ୍ କରନ୍ତୁ
03:01 "ପାସୱର୍ଡ” ପଚାରୁଥିବା ଏକ ଅଥେଣ୍ଟିକେଶନ୍ ଡାଇଲଗ୍ ବକ୍ସ ଦେଖାଦେବ
03:06 “ଆଡମିନ୍ ପାସୱର୍ଡ" ଟାଇପ୍ କରି Enter ଦାବନ୍ତୁ
03:10 ପ୍ରଥମ ଥର ପାଇଁ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରିବା ସମୟରେ ଏକ ପରିଚୟ ଡାଇଲଗ୍ ବକ୍ସ ଦେଖାଦେବ
03:17 ଏଥିରେ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରିବାର ସୂଚନା ରହିଥାଏ
03:23 ଏହାକୁ ବନ୍ଦ କରିବା ପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
03:27 ଏବେ ଆମେ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍”ରେ "Proxy” ଓ "Repository” କନଫିଗର୍ କରିବା
03:33 ଗୋଟିଏ ଆପ୍ଲିକେଶନ୍ ବା ପ୍ୟାକେଜ୍ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା କରିବାକୁ ହେବ
03:38 Settingsକୁ ଯାଇ Preferences ଉପରେ କ୍ଲିକ୍ କରନ୍ତୁ
03:42 Preferences ୱିଣ୍ଡୋରେ ଥିବା ଅନେକ ଟାବ୍ ସ୍କ୍ରୀନ୍ ଉପରେ ଦେଖାଦେବ
03:48 Proxy Setting କନଫିଗର୍ କରିବା ପାଇଁ Network ଉପରେ କ୍ଲିକ୍ କରନ୍ତୁ
03:52 Proxy Serverରେ ଦୁଇଟି ଅପ୍ସନ୍ ଅଛି - Direct Connection ଓ Manual Proxy
04:00 ମୁଁ Direct Connection ବ୍ୟବହାର କରିବି.

ଆପଣ ନିଜ ପସନ୍ଦର ଅପ୍ସନ୍ ଚୟନ କରିପାରିବେ

04:06 ୱିଣ୍ଡୋ ବନ୍ଦ କରିବା ପାଇଁ ତଳେ ଥିବା OK ବଟନ୍ ଉପରେ କ୍ଲିକ୍ କରନ୍ତୁ
04:11 ଏବେ ପୁଣିଥରେ Settingsକୁ ଯାଇ Repository ଉପରେ କ୍ଲିକ୍ କରନ୍ତୁ
04:16 ସ୍କ୍ରୀନ୍‌ରେ Software & Updates ୱିଣ୍ଡୋ ଦେଖାଦେବ
04:20 ସେଥିରେ Ubuntu ସଫ୍ଟୱେର୍ ଡାଉନଲୋଡ୍ କରିବା ପାଇଁ ଅନେକ ସୋର୍ସ ରହିଛି
04:24 Download From ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ ଏବଂ Repositoryର ତାଲିକା ଦେଖିବା ପାଇଁ ମାଉସ୍ ବଟନ୍‌କୁ ଧରି ରଖନ୍ତୁ
04:31 Other, ସମଗ୍ର ବ୍ରହ୍ମାଣ୍ଡରେ ଥିବା Serverଗୁଡ଼ିକର ତାଲିକା ଦେଖାଇଥାଏ
04:36 ଏହି ୱିଣ୍ଡୋକୁ ବନ୍ଦ କରିବା ପାଇଁ ତଳେ ଥିବା Cancel ବଟନ୍ ଉପରେ କ୍ଲିକ୍ କରନ୍ତୁ
04:41 ମୁଁ Server for India ବ୍ୟବହାର କରୁଛି
04:45 Software Sources ୱିଣ୍ଡୋ ବନ୍ଦ କରିବା ପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
04:50 ଯଦି ଆପଣ ପ୍ରଥମ ଥର ପାଇଁ "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ପ୍ୟାକେଜ୍‌ଗୁଡ଼ିକୁ ରିଲୋଡ୍ କରିବାକୁ ହେବ
04:57 ସେଥିପାଇଁ, ଟୂଲ୍‌ବାର୍‌ରେ ଥିବା Reload ବଟନ୍ ଉପରେ କ୍ଲିକ୍ କରନ୍ତୁ
05:02 ଏହା କିଛି ସମୟ ନେଇପାରେ
05:05 ଏଠାରେ ଦେଖନ୍ତୁ. ଇଣ୍ଟର୍ନେଟ୍ ମାଧ୍ୟମରେ କିପରି ପ୍ୟାକେଜ୍‌ଗୁଡ଼ିକ ଟ୍ରାନ୍ସଫର୍ ହୋଇ ଅପଡେଟ୍ ହେଉଛି
05:13 ଏକ ଉଦାହରଣ ଭାବେ ମୁଁ ଏବେ VLC Player ଇନଷ୍ଟଲ୍ କରିବି
05:18 ଟୂଲ୍‌ବାର୍‌ରେ ଥିବା Search Fieldକୁ ଯାଆନ୍ତୁ
05:23 Search ଡାଇଲଗ୍ ବକ୍ସରେ vlc ଟାଇପ୍ କରି Search ବଟନ୍ ଉପରେ କ୍ଲିକ୍ କରନ୍ତୁ
05:29 ଏଠାରେ ଆମେ, ସମସ୍ତ ତାଲିକାଭୁକ୍ତ VLC ପ୍ୟାକେଜ୍ ଦେଖିପାରିବା
05:34 VLC ପ୍ୟାକେଜ୍ ଚୟନ କରିବା ପାଇଁ, ଚେକ୍ ବକ୍ସ ଉପରେ ରାଇଟ୍ କ୍ଲିକ୍ କରନ୍ତୁ

ଏବଂ ଦେଖାଦେଉଥିବା ମେନୁରୁ Mark for Installation ଅପ୍ସନ୍ ଚୟନ କରନ୍ତୁ

05:45 ସମସ୍ତ Repository ପ୍ୟାକେଜ୍ ସହ ଏକ ଡାଇଲଗ୍ ବକ୍ସ ଦେଖାଦେବ
05:51 ସ୍ୱଚାଳିତ ଭାବେ ସମସ୍ତ Dependencies ପ୍ୟାକେଜ୍ ମାର୍କ କରିବା ପାଇଁ Mark ବଟନ୍ ଉପରେ କ୍ଲିକ୍ କରନ୍ତୁ
05:57 ଟୂଲ‌ବାର୍‌କୁ ଯାଇ Apply ବଟନ୍ ଉପରେ କ୍ଲିକ୍ କରନ୍ତୁ
06:01 ଇନଷ୍ଟଲ୍ ହେବାକୁ ଥିବା ପ୍ୟାକେଜ୍‌ଗୁଡ଼ିକର ବିବରଣୀ ଦେଖାଉଥିବା ଏକ Summary ୱିଣ୍ଡୋ ଦେଖାଦେବ
06:07 ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ ତଳେ ଥିବା Apply ବଟନ୍ ଉପରେ କ୍ଲିକ୍ କରନ୍ତୁ
06:12 ଇନଷ୍ଟଲେଶନ୍ ପ୍ରକ୍ରିୟା କିଛି ସମୟ ନେବ
06:16 ଏହା, ଇନଷ୍ଟଲ୍ ହେବାକୁ ଥିବା ପ୍ୟାକେଜ୍‌ର ସଂଖ୍ୟା ଓ ଆକାର ଉପରେ ନିର୍ଭର କରିଥାଏ
06:21 ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବା କ୍ଷଣି Applying Changes ୱିଣ୍ଡୋ ବନ୍ଦ ହୋଇଯିବ
06:27 "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ୱିଣ୍ଡୋ ବନ୍ଦ କରିଦିଅନ୍ତୁ
06:31 VLC Player ଠିକ୍ ଭାବେ ଇନଷ୍ଟଲ୍ ହୋଇଛି କି ନାହିଁ, ତାହା ଏବେ ଯାଞ୍ଚ କରିବା
06:37 Dash Homeକୁ ଯାଆନ୍ତୁ
06:39 ସର୍ଚ୍ଚ ବାର୍‌ରେ vlc ଟାଇପ୍ କରନ୍ତୁ
06:42 ପ୍ରଦର୍ଶିତ ତାଲିକାରେ VLC ଆଇକନ୍ ଦେଖାଦେଉଛି.

ଖୋଲିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ

06:49 ସମାନ ଭାବରେ ଆମେ, "ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍” ବ୍ୟବହାର କରି ଅନ୍ୟ ଆପ୍ଲିକେଶନ୍ସ ଇନଷ୍ଟଲ୍ କରିପାରିବା
06:56 ଏହାପରେ ଆମେ, Ubuntu ସଫ୍ଟୱେର୍ ସେଣ୍ଟର୍ ଜରିଆରେ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
07:02 Ubuntu Linux OSରେ ସଫ୍ଟୱେର୍ ପରିଚାଳନା କରିବା ପାଇଁ ଆମକୁ ଅନୁମତି ଦେବାକୁ Ubuntu ସଫ୍ଟୱେର୍ ସେଣ୍ଟର୍ ହେଉଛି ଏକ ଆପ୍ଲିକେଶନ୍
07:10 ଗୋଟିଏ ସଫ୍ଟୱେର୍‌କୁ ଖୋଜିବା, ଡାଉନଲୋଡ୍, ଇନଷ୍ଟଲ୍, ଅପଡେଟ୍ କିମ୍ୱା ଅନଇନଷ୍ଟଲ୍ କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ
07:17 ଏହା ଆପଣଙ୍କୁ, ବ୍ୟବହାର କରିବା ପୂର୍ବରୁ ହିଁ ସଫ୍ଟୱେର୍ ବିଷୟରେ ସୂଚନା ଦେଇଥାଏ
07:23 Ubuntu ସଫ୍ଟୱେର୍ ସେଣ୍ଟର୍ ଖୋଲିବା ପାଇଁ, Launcherକୁ ଯାଆନ୍ତୁ
07:27 Ubuntu ସଫ୍ଟୱେର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:31 Ubuntu ସଫ୍ଟୱେର୍ ସେଣ୍ଟର୍ ୱିଣ୍ଡୋ ଦେଖାଦେବ
07:35 ଉପରେ 3ଟି ଟାବ୍ ଅଛି - All, Installed ଓ Updates
07:42 All ଟାବ୍ ଉପରେ କ୍ଲିକ୍ କରନ୍ତୁ
07:44 ଦେଖନ୍ତୁ, ଉପରେ ଗୋଟିଏ "ସର୍ଚ୍ଚ ବାର୍” ଅଛି
07:47 ଉପଲବ୍ଧ "ସଫ୍ଟୱେର୍” ଖୋଜିବା ପାଇଁ ଏହା ଆମକୁ ସାହାଯ୍ୟ କରିବ
07:51 ଏବେ ଚାଲନ୍ତୁ ଆମେ, Inkscape ସଫ୍ଟୱେର୍ ଇନଷ୍ଟଲ୍ କରିବା
07:55 ସର୍ଚ୍ଚ ବାର୍‌ରେ Inkscape ଟାଇପ୍ କରନ୍ତୁ
07:59 Inkscape ବିଷୟରେ ଏକ ଛୋଟ ବାର୍ତ୍ତା ପ୍ରଦର୍ଶିତ ହେଲା
08:03 ଏବେ, ଆହାଣପଟ କୋଣରେ ଥିବା Install ବଟନ୍ ଉପରେ କ୍ଲିକ୍ କରନ୍ତୁ
08:07 Authentication ଡାଇଲଗ୍ ବକ୍ସ ଦେଖାଦେବ
08:10 ଆପଣଙ୍କର admin password ଲେଖନ୍ତୁ ଏବଂ Authenticate ବଟନ୍ ଉପରେ କ୍ଲିକ୍ କରନ୍ତୁ
08:16 Inkscape ଇନଷ୍ଟଲ୍ ହେଉଥିବାର ପ୍ରୋଗ୍ରେସ୍ ବାର୍ ସୂଚନା ଦେଇଥାଏ
08:21 ଇନଷ୍ଟଲ୍ ହେଉଥିବା ପ୍ୟାକେଜ୍‌ଗୁଡ଼ିକର ସଂଖ୍ୟା ଓ ଆକାର ଉପରେ ନିର୍ଭର କରି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ
08:28 ଉପରେ ଥିବା Installed ଟାବ୍‌ରେ ମଧ୍ୟ ପ୍ରୋଗ୍ରେସ୍ ସୂଚିତ ହୋଇଥାଏ.

ତାହା ଉପରେ କ୍ଲିକ୍ କରନ୍ତୁ

08:35 କୌଣସି ଇନଷ୍ଟଲେଶନ୍ ଚାଲୁଥିବା ସମୟରେ ଆପଣ ଅନ୍ୟ ଆପ୍ଲିକେଶନ୍‌ଗୁଡ଼ିକୁ ଆକ୍ସେସ୍ କରିପାରିବେ
08:41 Inkscape ଶବ୍ଦ ଉପରେ କ୍ଲିକ୍ କରନ୍ତୁ
08:44 ଏହା, Inkscape ବିଷୟରେ ସୂଚନା ପ୍ରଦର୍ଶିତ କରିବ
08:48 Inkscape ଇନଷ୍ଟଲ୍ ହୋଇଯିବା ପରେ ଆମେ, ତାହା ପାଖରେ Remove ଓ Launch ନାମକ ଦୁଇଟି ବଟନ୍ ଦେଖିପାରିବା
08:55 ଯଦି ଆପଣ ସଫ୍ଟୱେର୍‌କୁ ଅନଇନଷ୍ଟଲ୍ କରିବାକୁ ଚାହାନ୍ତି, ତେବେ Remove ବଟନ୍ ଉପରେ କ୍ଲିକ୍ କରିଦିଅନ୍ତୁ
09:00 ଆପ୍ଲିକେଶନ୍‌କୁ ଆରମ୍ଭ କରିବା ପାଇଁ, Launch ବଟନ୍ ଉପରେ କ୍ଲିକ୍ କରନ୍ତୁ.

ମୁଁ ତାହା ଉପରେ କ୍ଲିକ୍ କରୁଛି

09:06 ଏହା, Inkscape ଆପ୍ଲିକେଶନ୍‌‍କୁ ଆରମ୍ଭ କରିବ
09:10 Ubuntu ସଫ୍ଟୱେର୍ ସେଣ୍ଟର୍‌କୁ ଫେରିଯାଆନ୍ତୁ.

ଉପର ବାମପଟେ ଥିବା ଆରୋ ବଟନ୍ ଉପରେ କ୍ଲିକ୍ କରି ମୁଖ୍ୟ ସ୍କ୍ରୀନ୍‌କୁ ଫେରିଆସନ୍ତୁ

09:18 ଏବେ, Updates ଟାବ୍ ଉପରେ କ୍ଲିକ୍ କରନ୍ତୁ
09:21 ଦେଖନ୍ତୁ, Software is up to date ବୋଲି ଏହା କହୁଛି
09:25 ଉପର ବାମପଟେ ଥିବା Refresh ଆଇକନ୍ ଉପରେ କ୍ଲିକ୍ କରନ୍ତୁ.

ଏହା, କୌଣସି ନୂଆ ଅପଡେଟ୍ ପାଇଁ ଯାଞ୍ଚ କରିବ

09:31 ଏବେ ଆମକୁ ଏକ OS Updates ମିଳିଲା
09:34 ବିବରଣୀ ଦେଖିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ. ମୁଁ ଏହାକୁ ବନ୍ଦ କରିଦେଉଛି
09:39 ଯଦି ଆପଣ ଏହି ଅପଡେଟ୍‌କୁ ଇନଷ୍ଟଲ୍ କରିବାକୁ ଚାହାନ୍ତି, ତେବେ Install ବଟନ୍ ଉପରେ କ୍ଲିକ୍ କରନ୍ତୁ.

ଅନ୍ୟଥା ଏହାକୁ ଛାଡ଼ିଦିଅନ୍ତୁ

09:46 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ସଂକ୍ଷିପ୍ତରେ

09:52 ଏହି ଟ୍ୟୁଟୋରିଆଲରେ ଆମେ, Ubuntu Linux 16.04 Operating Systemରେ ଟର୍ମିନଲ୍,
10:02 ସିନେପ୍ଟିକ୍ ପ୍ୟାକେଜ୍ ମେନେଜର୍ ଓ Ubuntu ସଫ୍ଟୱେର୍ ସେଣ୍ଟର୍ ଜରିଆରେ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଶିଖିଲେ
10:07 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

10:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଏବଂ ପ୍ରମାଣପତ୍ର ଦିଅନ୍ତି.

10:24 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:28 ଦୟାକରି ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
10:32 ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

10:44 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep