Health-and-Nutrition/C2/Physical-methods-to-increase-the-amount-of-breastmilk/Oriya
From Script | Spoken-Tutorial
Revision as of 23:38, 19 July 2019 by Indiantranslators2012 (Talk | contribs)
Time | Narration |
00:02 | ବନ୍ଧୁଗଣ, ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲ୍ରେ, ବିଭିନ୍ନ ଶାରୀରିକ ଉପାୟଗୁଡ଼ିକୁ ବ୍ୟବହାର କରି କିପରି ସ୍ତନରେ କ୍ଷୀରର ପରିମାନକୁ ବୃଦ୍ଧି କରାଯାଇପାରିବ ଆମେ ଶିଖିବା |
00:17 | ଚାଲନ୍ତୁ ପ୍ରଥମେ କଙ୍ଗାରୁ ମଦର୍ କେଆର୍ ଉପାୟରୁ ଆରମ୍ଭ କରିବା |
00:20 | ଏହି ଉପାୟରେ ଶିଶୁ ଯେତେ ସମୟ ସମ୍ଭବ ହେବ ସେତେବେଳ ପର୍ଯ୍ୟନ୍ତ ମା’ଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ଲାଗିକରି ରହିବ |
00:27 | ଧ୍ୟାନ ଦିଅନ୍ତୁ ଯେ, କଙ୍ଗାରୁ ମଦର୍ କେଆର୍ ପଦ୍ଧତିକୁ ସମାନ ସିରିଜ୍ର ଅନ୍ୟ ଗୋଟିଏ ଟ୍ୟୁଟୋରିଆଲ୍ରେ ବର୍ଣ୍ଣନା କରାଯାଇଛି |
00:34 | ତା’ପରେ ଆମେ ଲେଟ୍ ଡାଉନ୍ ରିଫ୍ଲେକ୍ସ କିମ୍ବା କ୍ସିଟୋସିନ୍ ରିଫ୍ଲେକ୍ସକୁ କିପରି ଉନ୍ନତ କରାଯିବ ସେ ବିଷୟରେ ଶିଖିବା.
ଏହା ପୂର୍ବରୁ, ଅକ୍ସିଟୋସିନ୍ କ’ଣ ଜାଣିବା ଆବଶ୍ୟକ? |
00:44 | ଅକ୍ସିଟୋସିନ୍ ହେଉଛି ଗୋଟିଏ ହର୍ମୋନ୍ ଯାହା, ଲେଟ୍ ଡାଉନ୍ ରିଫ୍ଲେକ୍ସକୁ ଷ୍ଟିମୁଲେଟ୍ କରିଥାଏ ଯାହା ଦ୍ଵାରା ଶିଶୁ ବିଷୟରେ ଚିନ୍ତା କରିବା କ୍ଷଣି କ୍ଷୀର ବାହାରକୁ ଠେଲି ହୋଇ ଆସିଥାଏ |
00:54 | ତେଣୁ କ୍ଷୀରକୁ ବାହାରକୁ ଆଣିବା ପାଇଁ ପ୍ରଥମେ ମା’ ଶାନ୍ତ ହୋଇ ବସିବେ ଏବଂ ତା’ପରେ ନିଜର ଶାନ୍ତ ଶିଶୁକୁ ଦେଖିବେ |
01:01 | ସେ ନିଜ ଶିଶୁର ଅଧୁଆ କପଡ଼ାଗୁଡ଼ିକୁ ଶୁଙ୍ଘି ପାରିବେ ଏବଂ ଆଶ୍ଵସ୍ତିକର ସଙ୍ଗୀତ ମଧ୍ୟ ଶୁଣିବେ |
01:09 | କ୍ଷୀରକୁ ବାହରକୁ ଆଣିବାର ଅନ୍ୟ ଉପାୟଗୁଡ଼ିକ ହେଉଛି – ଉଷୁମ୍ ପାଣି ସେକ, |
01:16 | ପିଠିର ଉପର ଅଂଶରେ ଏବଂ ସ୍ତନର ମାଲିସ୍ କରିବା |
01:20 | ଉଷୁମ୍ ପାଣି ସେକ କିପରି କାର୍ଯ୍ୟ କରେ ଚାଲନ୍ତୁ ଦେଖିବା |
01:24 | ମା’ ଉଷୁମ୍ ପାଣିରେ ଗାଧୋଇବା ଉଚିତ୍ କିମ୍ବା ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବା ଉଚିତ୍ |
01:30 | ଏହି ଉଭୟ ଉପାୟ, ସ୍ତନରେ କ୍ଷୀରର କ୍ଷରଣ ଏବଂ କ୍ଷୀରକୁ ବାହାରକୁ ଆଣିବାରେ ସାହାଯ୍ୟ କରିବ |
01:36 | ତା’ପରେ ଚାଲନ୍ତୁ ମାଲିସ୍ ବିଷୟରେ ଜାଣିବା |
01:40 | ପିଠିର ଉପର ଅଂଶ ଓ ବେକରେ ମାଲିସ୍ କରିବା ଦ୍ଵାରା କ୍ଷୀର ସହଜରେ କ୍ଷରଣ ହୋଇଥାଏ, ଯେହେତୁ ସମାନ ସ୍ନାୟୁ ପିଠିର ଉପର ଅଂଶ ଓ ସ୍ତନ ସହିତ ସଂଯୁକ୍ତ ରହିଥାଏ |
01:49 | ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ମାଲିସ୍ କରିବା ଦ୍ଵାରା କ୍ଷୀରର ଧାରଗୁଡ଼ିକ ଖୋଲିଯାଇଥାଏ |
01:53 | କ୍ଷୀର ସହଜରେ କ୍ଷରଣ ହେବା ଏବଂ ସ୍ତନ ସମ୍ପୂର୍ଣ୍ଣ ରୂପେ ଖାଲି ହୋଇଯିବା ଦ୍ଵାରା କ୍ଷୀର ଅଧିକ ଉତ୍ପାଦନ ହୋଇଥାଏ |
02:01 | ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ ଉପାୟ ହେଉଛି, ଶିଶୁକୁ ସଠିକତାର ସହ ଲାଚ୍ କରିବା |
02:09 | ଏହାକୁ କିପରି କରାଯାଏ ଚାଲନ୍ତୁ ଦେଖିବା |
02:12 | ଶିଶୁର ଉପର ଓଠରେ ନିପଲ୍କୁ ଘଷିବା.
ଏହା ଶିଶୁର ପାଟିକୁ ପୂରା ଖୋଲିବାରେ ସାହାଯ୍ୟ କରିବ ଏବଂ ସଠିକ୍ ଲାଚ୍ ହେବା ସହିତ ଶିଶୁ ଯଥେଷ୍ଟ କ୍ଷୀର ପାଇପାରିବ |
02:24 | ସ୍ତନ୍ୟପାନ କରିବା ସମୟରେ ଏହା ସୁନିଶ୍ଚିତ କରନ୍ତୁ- |
02:27 | ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ କରୁଛନ୍ତି, |
02:30 | ଶିଶୁର ପେଟ ମା’ଙ୍କର ପେଟକୁ ସ୍ପର୍ଶ କରୁଥିବା ଆବଶ୍ୟକ, |
02:34 | ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବ, |
02:39 | ଶିଶୁର ନାକ ମାଙ୍କର ନିପଲ୍ ସହିତ ଗୋଟିଏ ସରଳରେଖାରେ ରହିଥିବ, |
02:43 | ଥୋଡ଼ି ଆଗକୁ ରହିବା ସହିତ ମାଙ୍କର ସ୍ତନ ସହିତ ଚାପି ହୋଇ ରହିବା ଆବଶ୍ୟକ ଏବଂ ନିମ୍ନ ଓଠ ମୋଡ଼ି ହୋଇ ବାହାରକୁ ରହିଥିବ |
02:50 | ସୁନିଶ୍ଚିତ କରନ୍ତୁ ଯେ, ଲାଚିଂ ସମୟରେ ଶିଶୁ ନିମ୍ନ ଆରିଓଲାର ଅଧିକ ଭାଗ ପାଟିରେ ରହିଥିବ, ଉପର ଆରିଓଲା, ନିମ୍ନ ଆରିଓଲା ଅପେକ୍ଷା ଅଧିକ ଦୃଶ୍ୟମାନ ହେବ |
03:01 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶ |
03:05 | ତା’ପରେ ଚାଲନ୍ତୁ ଅନ୍ୟ ଗୋଟିଏ ଶାରୀରିକ ଉପାୟକୁ ଦେଖିବା, ଯେଉଁଥିରେ ସ୍ତନ ଉପରେ ସାମାନ୍ୟ ଚାପ ପ୍ରଦାନ କରାଯାଇଥାଏ |
03:12 | ଏହା କରିବା ପାଇଁ, ସ୍ତନ୍ୟପାନ କରିବା ସମୟରେ ସ୍ତନକୁ ସାଧାରଣ ଭାବେ ଧରି ସାମାନ୍ୟ ଚାପ ପ୍ରଦାନ କରନ୍ତୁ |
03:17 | କ୍ଷୀର ଗ୍ରନ୍ଥିଗୁଡ଼ିକ ଉପରେ ସାମାନ୍ୟ ଚାପ ଦେବା ଦ୍ଵାରା ଅଧିକ କ୍ଷୀର କ୍ଷରଣ ହେବାରେ ସାହାଯ୍ୟ ମିଳିଥାଏ |
03:22 | ଶିଶୁ ପ୍ରତ୍ୟେକ ଥର ଶୋଶିବା ସମୟରେ ଏହା ଅଧିକ କ୍ଷୀର କ୍ଷରଣ କରିବାରେ ସାହାଯ୍ୟ କରିଥାଏ |
03:27 | ସମାନ ସିରିଜ୍ର ଅନ୍ୟ ଏକ ଟ୍ୟୁଟୋରିଆଲ୍ରେ ସ୍ତନ ଉପରେ ସାମାନ୍ୟ ଚାପ ଦେବା ଉପାୟକୁ ବର୍ଣ୍ଣନା କରାଯାଇଛି |
03:33 | ଗୋଟିଏ ଚମତ୍କାର କଥା ହେଉଛି ଯେ, ରାତି ସମୟରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ. କାହିଁକି ଚାଲନ୍ତୁ ବୁଝିବା? |
03:41 | ରାତି ସମୟରେ କ୍ଷୀରରେ ପ୍ରୋଲାକ୍ଟିନ୍ ହର୍ମୋନ୍ର ପରିମାଣ ଅଧିକ ହୋଇଥାଏ |
03:46 | ରାତି ସମୟରେ ଶିଶୁ ଅଧିକ ସ୍ତନ୍ୟପାନ କରିବା ଦ୍ଵାରା ସ୍ତନ୍ୟପାନ କରିବା ସମୟରେ ଏହା କ୍ଷୀରର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ଶିଶୁର ଶାରୀରିକ ବୃଦ୍ଧିରେ ସହାୟକ ହୋଇଥାଏ |
03:56 | ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ କାରଣ ହେଉଛି, ବାରମ୍ବାର ସ୍ତନ୍ୟପାନ କରାଇବାର ଅବଧି |
04:04 | 24 ଘଣ୍ଟା ମଧ୍ୟରେ ଶିଶୁକୁ ଅତିକମ୍ରେ 10-12 ଥର ସ୍ତନ୍ୟପାନ କରାଇବା ଉଚିତ୍.
ଏବଂ ରାତି ସମୟରେ ଶିଶୁକୁ ଅତିକମ୍ରେ 2-3 ଥର ସ୍ତନ୍ୟପାନ କରାଇବା ଜରୁରୀ ଅଟେ |
04:15 | ଶିଶୁକୁ ଭୋକିଲା ରଖନ୍ତୁ ନାହିଁ |
04:17 | ଭୋକିଲା ହେବାର ପୂର୍ବ ସଂକେତଗୁଡ଼ିକୁ ଦେଖନ୍ତୁ, ଯେପରି ଶିଶୁ ନିଜର ହାତ ଓ ଗୋଡ଼କୁ ଚାଳନା କରିବା. |
04:24 | ଶିଶୁଟି ସେହି ବସ୍ତୁ ଆଡ଼କୁ ମୁହଁ ବୁଲାଇବା ସହିତ ପାଟିକୁ ଖୋଲିଥାଏ, ଯାହା ତା’ର ଗାଲକୁ ଛୁଇଁଥାଏ |
04:30 | ମନେରଖନ୍ତୁ, ଶିଶୁ କାନ୍ଦିବା ହେଉଛି ସ୍ତନ୍ୟପାନରେ ବିଳମ୍ବ ହେବାର ସଂକେତ. ତେଣୁ ପୂର୍ବ ସଂକେତ ଆଧାରରେ ଶିଶୁକୁ ସ୍ତନ୍ୟପାନ କରାନ୍ତୁ |
04:39 | ଲୁକାୟିତ ଥିବା କ୍ଷୀରର ନିଷ୍କାସନ ହେବା ମଧ୍ୟ ଜରୁରୀ ଅଟେ.
ଲୁକ୍କାୟିତ କ୍ଷୀର ହେଉଛି, ସ୍ତନର ପଛ ଭାଗରେ ଥିବା କ୍ଷୀର |
04:49 | ଏହା ଫ୍ୟାଟ୍ରୁ ତିଆରି ହୋଇଥାଏ. ଏହା ବହଳିଆ ହୋଇଥାଏ |
04:53 | ତେଣୁ ମା’ ଗୋଟିଏ ସ୍ତନ ସମ୍ପୂର୍ଣ୍ଣ ଖାଲି ହେବା ସୁନିଶ୍ଚିତ ହେବା ପରେ ଅନ୍ୟ ସ୍ତନରୁ କ୍ଷୀର ପ୍ରଦାନ କରିବା ଉଚିତ୍ |
05:00 | ବର୍ତ୍ତମାନ, ଶିଶୁକୁ ସ୍ତନ୍ୟପାନ କରାଇବା ପରେ ସ୍ତନରୁ କ୍ଷୀର ନିଷ୍କାସନ କରିବା ବିଷୟରେ ଚାଲନ୍ତୁ ଆଲୋଚନା କରିବା |
05:06 | ନିଶ୍କାସନ ହେଉଛି, ମା’ ନିଜ ହାତରେ କ୍ଷୀର କାଢ଼ିବା |
05:11 | ଏହା କରିବା ପାଇଁ, ମା’ ନିଜର ଆଙ୍ଗୁଠି ଓ ବୁଢ଼ା ଆଙ୍ଗୁଠିକୁ ଆରିଓଲାର ଧାରରେ ଏବଂ ସ୍ତନର ଚର୍ମ ଉପରେ ରଖିବେ |
05:19 | ତା’ପରେ ଆରିଓଲାକୁ ଭିତର ଆଡ଼କୁ ଛାତି ପର୍ଯ୍ୟନ୍ତ ଚାପ ପ୍ରଦାନ କରନ୍ତୁ, ଚାପ ଦେବେ ଏବଂ ଛାଡ଼ିଦେବେ |
05:26 | ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଚୁସିପାରୁଥିଲେ ମଧ୍ୟ ଏହାକୁ କରାଯାଇଥାଏ |
05:31 | ଦୁଇଥର ସ୍ତନ୍ୟପାନ କରାଇବା ମଧ୍ୟରେ ମା’ କ୍ଷୀରକୁ କାଢ଼ିଦେବା ଆବଶ୍ୟକ |
05:35 | ବାରମ୍ବାର କ୍ଷୀରକୁ କାଢ଼ିଦେବା ଦ୍ଵାରା ସ୍ତନରେ କ୍ଷୀରର ପରିମାଣରେ ବୃଦ୍ଧି ହେବ |
05:40 | ସର୍ବଦା ନିମ୍ନଲିଖିତ କଥାକୁ ମନେରଖନ୍ତୁ: ଅପ୍ରାକୃତିକ ନିପଲ୍ ଏବଂ ଫର୍ମୁଲା କ୍ଷୀର ବ୍ୟବହାର କରନ୍ତୁ ନାହିଁ, ଏହା ମା’ର କ୍ଷୀରର ପରିମାଣକୁ ହ୍ରାସ କରିଥାଏ |
05:50 | ଶିଶୁକୁ ଗାଈ କିମ୍ବା ଛେଳି କିମ୍ବା ଫର୍ମୁଲା କ୍ଷୀର ପ୍ରଦାନ କରନ୍ତୁ ନାହିଁ |
05:54 | ବିପଲ୍ ଶିଲ୍ଡ ବ୍ୟବହାର କରନ୍ତୁ ନାହିଁ, ଯେହେତୁ ଶିଶୁ ପାଇଁ ଏହା ଦ୍ଵନ୍ଦ୍ଵର କାରଣ ହୋଇଥାଏ |
05:59 | ମନେରଖନ୍ତୁ, ଶିଶୁର ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତା’କୁ ସ୍ତନ୍ୟପାନ କରାଇବା ଉଚିତ୍ |
06:06 | ସ୍ଵସ୍ଥ୍ୟ କର୍ମୀମାନେ ସଠିକ୍ ଲାଚିଂ ବିଷୟରେ ମା’ଙ୍କୁ ସାହାଯ୍ୟ କରିବା ସହିତ ତାଙ୍କର ଆତ୍ମବିଶ୍ଵାସ ବଢ଼ାଇବା ଉଚିତ୍ |
06:12 | ପ୍ରତ୍ୟେକ ଦିନ ଶିଶୁର ଓଜନ 25 ରୁ 30 ଗ୍ରାମ୍ ବୃଦ୍ଧି ହେଉଛି କି ନାହିଁ ସୁନିଶ୍ଚିତ କରିବା ପାଇଁ ଦୈନିକ ଶିଶୁର ଓଜନକୁ ମନିଟର୍ କରନ୍ତୁ |
06:21 | ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଥିବା ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆମେ ଆସିଯାଇଛେ.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |