Health-and-Nutrition/C2/Laid-back-hold-for-breastfeeding/Oriya
From Script | Spoken-Tutorial
Revision as of 23:34, 19 July 2019 by Indiantranslators2012 (Talk | contribs)
|
|
00:01 | ବନ୍ଧୁଗଣ, ସ୍ତନ୍ୟପାନ ପାଇଁ ପିଠିପଟେ ଶୋଇ ଧରିବା ପଦ୍ଧତି ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା, ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ସକାଶେ ସଠିକ ଧରିବା ପଦ୍ଧତିକୁ ଚୟନ କରିବା |
00:15 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ପିଠିପଟେ ଶୋଇ ଧରିବା ପଦ୍ଧତିକୁ କିପରି ଅନୁସରଣ କରିବେ |
00:22 | ଚାଲନ୍ତୁ ଆରମ୍ଭ କରିବା |
00:24 | ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ପଦ୍ଧତି ବ୍ୟବହାର କରନ୍ତି |
00:31 | ପୂର୍ବବର୍ତ୍ତି ଗୋଟିଏ ଟ୍ୟୁଟୋରିଆଲ୍ରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ଓ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଗୋଟିଏ ଯେଉଁଥିରେ - |
00:39 | ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋଇଥାଏ |
00:47 | ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହୋଇଥାଏ ଏବଂ ଯଥେଷ୍ଟ କ୍ଷୀର ପ୍ରାପ୍ତ କରିଥାଏ |
00:55 | ଧାରଣ କରିବାର ପଦ୍ଧତିଗୁଡ଼ିକ ମଧ୍ୟରୁ ପିଠିପଟେ ଶୋଇ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଜାଣିବା |
01:00 | ପିଠିପଟେ ଶୋଇ ଧରିବା ପଦ୍ଧତିକୁ ସେତେବେଳେ ଅନୁସରଣ କରିବା ପାଇଁ ପରାମର୍ଶ ଦିଆଯାଏ, ଯେତେବେଳେ କ୍ରସ୍ କ୍ରାଡଲ୍ କିମ୍ବା କ୍ରାଡଲ୍ ପଦ୍ଧତିରେ ଧରି ଶିଶୁକୁ ସ୍ତନ୍ୟପାନ କରାଇବାରେ ଅସୁବିଧା ହୋଇଥାଏ |
01:10 | କିମ୍ବା ମା’ଙ୍କର ସ୍ତନର ଆକାର ବଡ଼ ହୋଇଥାଏ |
01:13 | କିମ୍ବା ମା’ଙ୍କ ପିଠିରେ ଯନ୍ତ୍ରଣା ହେଉଥାଏ |
01:16 | କିମ୍ବା ଯେତେବେଳେ ମା’ ହାଲିଆ ହୋଇଯାଇଥାଆନ୍ତି |
01:19 | ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଶ୍ଚିତ ରୂପେ ନିଜର ହାତକୁ ସାବୁନ୍ ଓ ପାଣିରେ ଧୋଇବା ଉଚିତ୍.
ଏବଂ ହାତକୁ ଭଲ ଭାବେ ଶୁଖାଇବା ଉଚିତ୍ |
01:27 | ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍ |
01:32 | ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.
ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବୃଦ୍ଧି କରିବା ଆବଶ୍ୟକ |
01:44 | ତା’ପରେ ମା’ ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ତା’କୁ ଅନାବୃତ୍ତ କରିବା ଉଚିତ୍ |
01:50 | ସେ ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍ର ଚାପ ନ ପଡ଼େ ତାହା ସୁନିଶ୍ଚିତ କରିବା ଆବଶ୍ୟକ |
01:55 | ତା’ପରେ ମା’ ଚଟାନ କିମ୍ବା ଖଟ ଉପରେ ଆରାମ କରି ଚିତ୍ ହୋଇ ଶୋଇପଡ଼ିବା ଉଚିତ୍ |
02:01 | ତାଙ୍କର ବେକ, ମୁଣ୍ଡ ଓ ପିଠିର ଉପର ଅଂଶକୁ ତକିଆ ଦ୍ଵାରା ଭଲ ଭାବେ ସପୋର୍ଟ ପ୍ରଦାନ କରିବା ଆବଶ୍ୟକ |
02:07 | ବର୍ତ୍ତମାନ ମା’ ପ୍ରସ୍ତୁତ ଅଟନ୍ତି, ଶିଶୁକୁ ସଠିକତାର ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା |
02:13 | ମା’ ଯେଉଁ ସ୍ତନରୁ ଶିଶୁକୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ସେହି ପାର୍ଶ୍ଵର ହାତ ସାହାଯ୍ୟରେ ଶିଶୁର ଶରୀରକୁ ଧରିବା ଉଚିତ୍ |
02:20 | ସେ ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଅନ୍ୟ ହାତର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଧରିବା ଉଚିତ୍ |
02:27 | ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନରୁ ନିଜର ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି |
02:32 | ତେଣୁ ସେ ଶିଶୁର ଶରୀରକୁ ଧରିବା ପାଇଁ ନିଜର ଡାହାଣ ହାତକୁ ବ୍ୟବହାର କରୁଛନ୍ତି |
02:38 | ସେ ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଧାରଣ କରିବା ପାଇଁ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରୁଛନ୍ତି |
02:46 | ତା’ପରେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍କୁ ଚାଲନ୍ତୁ ଦେଖିବା |
02:54 | ମା’ଙ୍କର ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ ବାକି ଆଙ୍ଗୁଠିଗୁଡ଼ିକୁ ଅନ୍ୟ କାନର ପଛପଟେ ରହିବା ଆବଶ୍ୟକ |
03:02 | ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ସ୍ଥାନାନ୍ତର କରିବା ଉଚିତ୍ ନୁହେଁ |
03:08 | ସେ ନିଜର ହାତ ସାହାଯ୍ୟରେ ଶିଶୁ ମୁଣ୍ଡର ପଛପଟେ ନିଜ ହାତ ଦ୍ଵାରା ଚାପ ପ୍ରୟୋଗ କରିବା ଉଚିତ୍ ନୁହେଁ.
ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବା ସମୟରେ ଆରାମଦାୟକ ଅବସ୍ଥାରେ ରହିବ |
03:20 | ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ କିପରି ସଠିକ୍ ପୋଜିଶନ୍ରେ ରଖିବେ, ତାହା ଶିଖିବା |
03:25 | ଶିଶୁକୁ ମା’ଙ୍କର ଶରୀର ଉପରେ ଏପରି ରଖିବା ଉଚିତ୍, ଯେପରି ଶିଶୁର ପେଟ ମାଙ୍କର ପେଟ ଉପରେ ରହିବ |
03:32 | ଏବଂ ଶିଶୁର ମୁଣ୍ଡ ମାଙ୍କର ସ୍ତନ ନିକଟରେ ରହିବ |
03:38 | ଶିଶୁ ଓ ମା’ଙ୍କ ମଧ୍ୟରେ କମ୍ ଦୂରତା ରହିବା ଦ୍ଵାରା ଶିଶୁକୁ ମାଙ୍କର ସ୍ତନ ନିକଟରେ ପହଞ୍ଚିବାରେ ସୁବିଧା ହେବ |
03:44 | ଏବଂ ଏହା ଦ୍ଵାରା ଶିଶୁ ନିବିଡ଼ ଭାବେ ସଂଯୁକ୍ତ ହେବା ମଧ୍ୟ ସହଜ ହେବ |
03:49 | ତା’ପରେ ଦ୍ଵିତୀୟ ଜରୁରୀ କଥା ହେଉଛି, କେଉଁ ଦିଗରେ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିବେ |
03:56 | ଆପଣ ନିସ୍ଚିତ ରୂପେ ଲକ୍ଷ୍ୟ କରିଥିବେ ଯେ, ଯେତେବେଳେ ଆମେ ଖାଦ୍ୟ ଖାଉ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ଦିଗରେ ରହିଥାଆନ୍ତି |
04:05 | ସେହିପରି, ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଉଚିତ୍ |
04:14 | ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହେବ |
04:19 | ମନେରଖନ୍ତୁ, ମା’ଙ୍କ ଶରୀର ଉପରେ ଶିଶୁକୁ ଯେକୌଣସି ଦିଗରେ ରଖାଯାଇପାରିବ, ଯେ ପର୍ଯ୍ୟନ୍ତ ଶିଶୁ ଶରୀର ସମ୍ପୂର୍ଣ୍ଣ ସମ୍ମୁଖ ଅଂଶ ମା’ଙ୍କ ଶରୀରର ସମ୍ମୁଖ ଅଂଶରେ ରହିଥିବ |
04:32 | ଏବଂ ଶିଶୁଟି ସହଜରେ ସ୍ତନ ନିକଟରେ ପହଞ୍ଚି ପାରିବ |
04:38 | ବର୍ତ୍ତମାନ ଶିଶୁ ଶରୀରକୁ ପୋଜିଶନ୍ କରିବା ପାଇଁ ଥିବା ତୃତୀୟ ସୋପାନକୁ ଯିବା |
04:42 | ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ ଦେବା ଆବଶ୍ୟକ |
04:47 | ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ |
04:54 | ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍କୁ ଦେଖିବା |
04:59 | ଶିଶୁର ନାକ ସ୍ତନର ନିପଲ୍ ସହିତ ଗୋଟିଏ ଲାଇନ୍ରେ ରହିବା ଆବଶ୍ୟକ |
05:04 | ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ |
05:09 | ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋଇଥାଏ |
05:16 | ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ |
05:21 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍ର ଚାରିପଟେ ଥିବା ଗାଢ଼ କଳା ଅଂଶ |
05:27 | ବର୍ତ୍ତମାନ ଶିଶୁଟିକୁ ପିଠିପଟେ ଶୋଇବା ପଦ୍ଧତିରେ ଧାରଣ କରାଯାଇଛି ଏବଂ ସ୍ତନ୍ୟପାନ କରିବା ପାଇଁ ଲାଚ୍ ହେବା ସକାଶେ ପ୍ରସ୍ତୁତ ଅଟେ |
05:34 | ଏହି ଧାରଣ କରିବା ପଦ୍ଧତିରେ, ଶିଶୁ ମା’ଙ୍କର ସ୍ତନ ସହିତ ମନକୁ ମନ ନିବିଡ଼ ଭାବେ ସଂଯୁକ୍ତ ହୋଇପାରେ |
05:40 | ସମାନ ସିରିଜ୍ର ଅନ୍ୟ ଭିଡିଓରେ, ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପ୍ରକ୍ରିୟାକୁ ବର୍ଣ୍ଣନା କରାଯାଇଛି |
05:49 | ଶିଶୁଟି ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ତାଙ୍କର ହାତକୁ ଶିଶୁର ମୁଣ୍ଡରୁ କାଢ଼ିଦେଇପାରିବେ
ଏବଂ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ କରିବା ପାଇଁ ସେ ନିଜର ଉଭୟ ହାତକୁ ବ୍ୟବହାର କରିପାରିବେ |
06:02 | ଏହି ପୋଜିଶନ୍ରେ ମା’ ଚିତ୍ ହୋଇ ଶୋଇବେ, ଆରାମଦାୟକ ଭାବେ ସ୍ତନ୍ୟପାନ କରାଇବେ.
ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ |
06:11 | ଏହି ଟ୍ୟୁଟୋରିଆଲ୍ରେ ଆମେ, ମା’ ଓ ତାଙ୍କର ଶିଶୁ ପାଇଁ ସଠିକ୍ ସ୍ତନ୍ୟପାନ କରାଇବାର ପଦ୍ଧତିକୁ ଚୟନ କରିବା |
06:18 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ପିଠିପଟେ ଶୋଇ ଧରିବା ପଦ୍ଧତିକୁ କିପରି କରାଯାଏ, ସେ ବିଷୟରେ ଶିଖିଲେ |
06:25 | ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି |
06:31 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
06:44 | ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ |
06:51 | ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ଅଟେ.
ଏହି ଟ୍ୟୁଟୋରିଆଲ୍ର ଡୋମେନ୍ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି |
07:03 | ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଶୀତଲ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ତସ୍ନୀମ୍ ଶେଖ୍, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |