Health-and-Nutrition/C2/Football-hold-for-breastfeeding/Oriya
From Script | Spoken-Tutorial
Revision as of 23:28, 19 July 2019 by Indiantranslators2012 (Talk | contribs)
Time | Narration |
00:01 | ବନ୍ଧୁଗଣ, ଫୁଟବଲ୍ ଧରିବା ଉପାୟରେ ସ୍ତନ୍ୟପାନ କରାଇବା ଉପାୟ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା: ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ସକାଶେ ସଠିକ ଧରିବା ପଦ୍ଧତିକୁ ଚୟନ କରିବା, |
00:15 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିବା |
00:23 | ଚାଲନ୍ତୁ ଆରମ୍ଭ କରିବା |
00:24 | ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ପଦ୍ଧତି ବ୍ୟବହାର କରନ୍ତି |
00:31 | ପୂର୍ବବର୍ତ୍ତି ଗୋଟିଏ ଟ୍ୟୁଟୋରିଆଲ୍ରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ଓ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଗୋଟିଏ ଯେଉଁଥିରେ - |
00:41 | ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋଇଥାଏ, |
00:48 | ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହୋଇଥାଏ ଏବଂ ଯଥେଷ୍ଟ କ୍ଷୀର ପ୍ରାପ୍ତ କରିଥାଏ |
00:56 | ଧାରଣ କରିବାର ପଦ୍ଧତିଗୁଡ଼ିକ ମଧ୍ୟରୁ ଫୁଟବଲ୍ ନାମକ ଗୋଟିଏ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା |
01:01 | ଫୁଟବଲ୍ ଧାରଣ ପଦ୍ଧତି ବେଶେଷକରି ସେହି ମା’ଙ୍କ ପାଇଁ ଦରକାରୀ ହୋଇଥାଏ, ଯାହାଙ୍କର ଅପରେସନ୍ ଦ୍ଵାରା ପ୍ରସବ ହୋଇଥାଏ, |
01:08 | ସ୍ତନର ଆକାର ବଡ଼ ହୋଇଥାଏ, |
01:10 | ଯିଏ ଛୋଟ ଶିଶୁ କିମ୍ବା ସମୟ ପୂର୍ବରୁ ପ୍ରସବ କରିଥାଆନ୍ତି କିମ୍ବା |
01:14 | ଯାଆଁଳା ଶିଶୁ ପ୍ରସବ କରିଥାଆନ୍ତି |
01:15 | ସର୍ବଦା ମନେରଖନ୍ତୁ: ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଜଣେ ମା’ ନିଜର ହାତକୁ ସଠିକତାର ସହ ସଫା କରିବା ସହିତ ଶୁଖାଇବା ଉଚିତ୍ |
01:22 | ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍ |
01:27 | ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ବାହାରି ଥାଏ |
01:34 | ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବଢ଼ାଇବା ଆବଶ୍ୟକ |
01:38 | ତା’ପରେ ଚାଲନ୍ତୁ ମା’ଙ୍କର ପୋଜିଶନ୍ ବିଷୟରେ ଆଲୋଚନା କରିବା |
01:43 | ମା’ ଚଟାଣ କିମ୍ବା ଖଟ ଉପରେ ଗୋଡ଼କୁ ଛନ୍ଦି ବସିବା ଆବଶ୍ୟକ |
01:48 | କିମ୍ବା ଗୋଟିଏ ଚୌକିରେ ବସିବା ସହିତ ପାଦକୁ ଚଟାଣରେ ସାମାନ୍ୟ ଭାବେ ରଖିବେ |
01:51 | ଯଦି ଚୌକି ଅଧିକ ଉଚ୍ଚ ହୋଇଥାଏ ଏବଂ ତାଙ୍କର ପାଦ ଚଟାଣ ପର୍ଯ୍ୟନ୍ତ ନ ପହଞ୍ଚେ ତେବେ, ସେ ନିଜର ପାଦକୁ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ଉପରେ ରଖିପାରିବେ |
02:02 | ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ତାଙ୍କର ପିଠି ସିଧା ରହିଛି ବୋଲି ସେ ସୁନିଶ୍ଚିତ କରିବା ଉଚିତ୍, |
02:09 | ତାଙ୍କର କାନ୍ଧ ଆରାମ ଅବସ୍ଥାର ରହିଥିବ, ଉଚ୍ଚ କିମ୍ବା ବଙ୍କା ନ ଥିବ |
02:13 | ଏବଂ ସେ ସମ୍ପୂର୍ଣ୍ଣ ସ୍ତନ୍ୟପାନ ସମୟରେ ଏହି ଆରାମଦାୟକ ପୋଜିଶନ୍ରେ ରହିବେ |
02:19 | ମା’ ସେହି ସ୍ତନ କଡ଼ରେ 3 ରୁ 4ଟି ତକିଆ ରଖିବା ଉଚିତ୍, ଯେଉଁଥିରୁ ସେ ସ୍ତନ୍ୟପାନ କରାନ୍ତି |
02:26 | ସବୁଠାରୁ ଉପରେ ଥିବା ତକିଆ ଅନ୍ୟ ତକିଆଗୁଡ଼ିକ ଉପରେ ଏବଂ ମା’ଙ୍କର ଜଙ୍ଘ ଉପରେ କୋଣାକାର ପୋଜିଶନ୍ରେ ରଖିବା ଉଚିତ୍ |
02:32 | ତା’ପରେ ମା’ ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ତା’କୁ କାଢ଼ିବା ଉଚିତ୍ |
02:38 | ସେ ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍ର ଚାପ ନ ପଡ଼େ ତାହା ସୁନିଶ୍ଚିତ କରିବା ଆବଶ୍ୟକ |
02:45 | ଆରାମରେ ବସିବା ପରେ ଶିଶୁକୁ ମା’ ନିକଟକୁ ଆଣନ୍ତୁ |
02:49 | ମା’ ଶିଶୁର ପିଠିକୁ ତକିଆଗୁଡ଼ିକ ଉପରେ ରଖିବା ଉଚିତ୍ |
02:53 | ସେ ଶିଶୁର ମୁଣ୍ଡକୁ ସେହି ସମାନ ପାର୍ଶ୍ଵର ହାତ ଦ୍ଵାରା ଧରି ରଖିବା ଉଚିତ୍, ଯେଉଁ ପାର୍ଶ୍ଵର ସ୍ତନରୁ ସେ ସ୍ତନ୍ୟପାନ କରାଇବାକୁ ଚାହାନ୍ତି |
03:01 | ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ସେହି ସମାନ କାଖ ମଧ୍ୟରେ ରହିବା ଉଚିତ୍, ଯେଉଁ ହାତଟି ତକିଆ ଉପରେ ରହିଥାଏ |
03:08 | ମା’ ସେହି ସମାନ ହାତ ଏବଂ ନିଜ ଶିଶୁର ଗୋଡ଼ଗୁଡ଼ିକୁ ତକିଆ ଉପରେ ରଖିବା ଉଚିତ୍ |
03:13 | ଛବିରେ ଦେଖାଯାଉଥିବା ମା’ ନିଜର ଶୁଶୁକୁ ନିଜର ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି |
03:18 | ତେଣୁ, ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ଡାହାଣପଟ କାଖ ମଧ୍ୟରେ ଅଛି |
03:23 | ସେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଏବଂ ଆଙ୍ଗୁଠିଗୁଡ଼ିକୁ ଶିଶୁ ମୁଣ୍ଡର ତଳ ଅଂଶକୁ ଧରିବା ପାଇଁ ବ୍ୟବହାର କରୁଛନ୍ତି |
03:31 | ମନେରଖନ୍ତୁ, ମା’ କଦାପି ନିଜର ପିଠିକୁ ବଙ୍କା କରି ସ୍ତନକୁ ଶିଶୁ ନିକଟକୁ ଆଣିବା ଉଚିତ୍ ନୁହେଁ |
03:37 | ଏହା ଦ୍ଵାରା ସେ ଅସହଜ ଅନୁଭବ କରିବେ ଏବଂ ପିଠି ଯନ୍ତ୍ରଣାର କାରଣ ହେବ |
03:42 | ସେ ସର୍ବଦା ନିଜର ପିଠିକୁ ସିଧା ରଖିବା ଉଚିତ୍ ଏବଂ ସ୍ତନ ପାଖରେ ପହଞ୍ଚିବା ପାଇଁ ଶିଶୁକୁ ଉଠାଇ ଧରିବେ |
03:48 | ତା’ପରେ ଚାଲନ୍ତୁ ଆମେ ଶିଶୁର ମୁଣ୍ଡକୁ ଧରି ରଖିବା ପାଇଁ ମାଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍କୁ ଦେଖିବା |
03:56 | ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଗୋଟିଏ କାନ ପଛପଟେ ଏବଂ ଅନ୍ୟ ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବ |
04:03 | ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ସ୍ଥାନାନ୍ତର କରିବା ଉଚିତ୍ ନୁହେଁ |
04:09 | ତାଙ୍କର କଚଟି ଶିଶୁର କାନ୍ଧର ପଛ ହାଡ଼ ମଝିରେ ରହିବା ଉଚିତ୍ |
04:13 | ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ୍ ନୁହେଁ. ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବା ସମୟରେ ଆରାମଦାୟକ ଅବସ୍ଥାରେ ରହିବ |
04:23 | ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ କିପରି ସଠିକ୍ ପୋଜିଶନ୍ରେ ରଖିବେ, ତାହା ଶିଖିବା |
04:27 | ଶିଶୁଟିର ମୁହଁ ମା’ଙ୍କ ମୁହଁ ସମ୍ମୁଖରେ ରହିବା ଉଚିତ୍ |
04:31 | ଶିଶୁର ଶରୀର ମା’ଙ୍କ ଶରୀରରେ ସାମାନ୍ୟ ଚାପି ହୋଇରହିବା ଆବଶ୍ୟକ |
04:36 | ସେମାନଙ୍କ ଶରୀର ମଧ୍ୟରେ ଦୂରତା ଯେତେ କମ୍ ହେବ, ଶିଶୁଟିକୁ ସ୍ତନ ପାଖରେ ପହଞ୍ଚିବା ପାଇଁ ସେତିକି ସହଜ ହେବ |
04:41 | ଏବଂ ଏହା ଦ୍ଵାରା ନିବିଡ଼ତାର ସହ ସଂଯୁକ୍ତ ହେବା ପାଇଁ ଶିଶୁକୁ ସହଜ ହେବ |
04:47 | ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା |
04:51 | ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳରେଖାରେ ରୁହନ୍ତି |
04:57 | ସେହିପରି ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ |
05:06 | ଏହା ଦ୍ଵାରା ଶିଶୁଟିକୁ କ୍ଷୀର ଢୋଲିବାରେ ସହଜ ହୋଇଥାଏ |
05:10 | ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ପୋଜିଶନ୍ରେ ରଖିବା |
05:16 | ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ ଦେବା ଆବଶ୍ୟକ |
05:22 | ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ |
05:30 | ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍କୁ ଦେଖିବା |
05:34 | ଶିଶୁର ନାକ ସ୍ତନର ନିପଲ୍ ସହିତ ଗୋଟିଏ ଲାଇନ୍ରେ ରହିବା ଆବଶ୍ୟକ |
05:39 | ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ |
05:44 | ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋଇଥାଏ. ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ |
05:55 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍ର ଚାରିପଟେ ଥିବା ଗାଢ଼ କଳା ଅଂଶ |
06:00 | ବର୍ତ୍ତମାନ ଶିଶୁଟି ସଠିକ୍ ପୋଜିଶନ୍ରେ ରହିଛି, ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା |
06:07 | ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ କଡ଼ରୁ C ପରି କପ୍ ଆକାରରେ ଧରି ରଖିବେ |
06:15 | ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିବେ |
06:21 | ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍କୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ନିପଲ୍କୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ |
06:30 | ମା’ ଏହି ଘଣ୍ଟାର 12ଟା ବାଜିଥିବା ପୋଜିଶନ୍ରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍ |
06:35 | ଯେତେବେଳେ ତାଙ୍କର ବାମ ତର୍ଜନି ଓ ମଧ୍ୟମା ଆଙ୍ଗୁଠି 6ଟା ବାଜିବା ପୋଜିଶନ୍ରେ ରହିବା ଉଚିତ୍ |
06:42 | ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ରହିଥିବା ଦିଗରେ ରହିବା ଆବଶ୍ୟକ |
06:47 | କାହିଁକି? ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା |
06:52 | ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲି ଖୋଲିଥାଏ |
06:58 | ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲି ଧରି ରଖୁ |
07:03 | ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ରହିଥିବା ଦିଗରେ ରଖାଯାଇଛି |
07:10 | ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକାଲି ଧରି ରଖିବା ତେବେ, ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ |
07:16 | ସେହିପରି ଶିଶୁର ଓଠର କିପରି ଅଛି ଦେଖନ୍ତୁ |
07:21 | ଏଠାରେ ଓଠଗୁଡ଼ିକ ହରିଯଣ୍ଟାଲି ଅଛନ୍ତି |
07:24 | ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟ ହରିଯଣ୍ଟାଲି ରହିବେ |
07:32 | ଏହା ଦ୍ଵାରା ଶିଶୁକୁ ନିମ୍ନ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ |
07:39 | ଶିଶୁର ଓଠ ରହିଥିବା ଦିଗରେ ରହିବା ବ୍ୟତିତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ନିପଲ୍ଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ |
07:50 | ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା ତେବେ, ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ |
08:00 | ଯଦି ଆମେ ଏହାକୁ ବହୁତ ଦୂରରୁ ଧରିବା ତେବେ, ଆମ ପାଟି ମଧ୍ୟରେ ଫିଟ୍ ହେବା ପାଇଁ ଏହା ସଠିକ୍ ଆକାରରେ ରହିବ ନାହିଁ |
08:07 | ତେଣୁ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ |
08:13 | ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ନିପଲ୍ଠାରୁ ତିନି ଆଙ୍ଗୁଠିର ଦୂରତା |
08:21 | ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ନିମ୍ନ ଅଂଶକୁ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦିଅନ୍ତି ନାହିଁ |
08:31 | ମା’ କେବଳ ନିପଲ୍ରେ ଚାପ ଦେବେ ନାହିଁ ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ, |
08:36 | ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନରେ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ
|
08:42 | ଏବଂ, ଶିଶୁଟି ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସ୍ତନର ଆକାର ସଠିକ୍ ଅଟେ |
08:50 | ମନେରଖନ୍ତୁ- ମା’ଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପର ଭାଗରେ ରହିବା ଆବଶ୍ୟକ |
08:55 | ଏବଂ ଛବିରେ ଦେଖାଯାଇଥିବା ଭଳି ତାଙ୍କର 2ଟି ଆଙ୍ଗୁଠି ସ୍ତନର ନିମ୍ନ ଭାଗରେ ରହିବା ଆବଶ୍ୟକ |
09:01 | ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ |
09:06 | ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ |
09:12 | ସେହିପରି, ମା’ ସ୍ତନକୁ କଡ଼ରୁ C ଆକାରରେ ଧରି ସାମାନ୍ୟ ଚାପ ବେବା ଆବଶ୍ୟକ |
09:18 | ଏହା ଦ୍ଵାରା ପିଲାକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ |
09:23 | କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ କଇଁଚି ଆକାରରେ ଧରି ଚାପ ଦେବେ ନାହିଁ |
09:30 | କଇଁଚି ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ |
09:36 | ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ପ୍ରୟୋଗକୁ ମଧ୍ୟ ସୁନିଶ୍ଚିତ କରନ୍ତୁ |
09:43 | ଅନ୍ୟଥା, ନିପଲ୍ ଉପରକୁ କିମ୍ବା ତଳକୁ ସ୍ଥାନାନ୍ତର ହୋଇଯିବ ଏବଂ ଏହା ଦ୍ଵାରା ଭଲ ଆଟଚ୍ମେଣ୍ଟ ରହିବ ନାହିଁ |
09:51 | ବେଳେ ବେଳେ ମା’ ନିଜର ଶିଶୁକୁ ବିଭିନ୍ନ ପୋଜିଶନ୍ରେ ଧରିବାକୁ ପସନ୍ଦ କରିଥାଆନ୍ତି |
09:56 | ଏହି ଛବିରେ ଶିଶୁଟି ମା’ଙ୍କ ଆଡ଼କୁ ମୁହଁ କରିନାହିଁ |
10:00 | ଶିଶୁଟିର ମୁଣ୍ଡକୁ କଡ଼ରୁ ସ୍ତନ ନିକଟକୁ ଆଣନ୍ତୁ, ନିମ୍ନ ଆଡ଼ୁ ନୁହେଁ |
10:07 | ଏଠାରେ ଶିଶୁଟିର ଓଠଗୁଡ଼ିକ ଭର୍ଟିକାଲ୍ ପୋଜିଶନ୍ରେ ଅଛି. ତେଣୁ, ମା’ ସ୍ତନକୁ U ଆକାରରେ ଧରିବା ପାଇଁ ନିଜର ଆଙ୍ଗୁଠିଗୁଡ଼ିକୁ ଭର୍ଟିକାଲି ଏହା ଉପରେ ରଖିବେ |
10:17 | ମନେରଖନ୍ତୁ, ଯେକୌଣସି ସ୍ତନ୍ୟପାନର ପୋଜିଶନ୍ ପାଇଁ ସ୍ତନକୁ ଧରି ରଖୁଥିବା ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠର ଦିଗରେ ରହିବ |
10:28 | ବର୍ତ୍ତମାନ ଶିଶୁଟିକୁ ଫୁଟବଲ ଧରିବା ଉପାୟରେ ଧାରଣ କରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ଲାଚ୍ ହେବା ସକାଶେ ପ୍ରସ୍ତୁତ ଅଟେ |
10:34 | ଲାଚିଂର ସଠିକ୍ କୌଶଳକୁ ଏହି ସମାନ ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲ୍ରେ ବର୍ଣ୍ଣନା କରାଯାଇଛି |
10:41 | ଶିଶୁଟି ଥରେ ସଠିକତାର ସହ ଲାଚ୍ ହେବା ପରେ ଏବଂ ଯଦି ସ୍ତନ ଅତ୍ୟଧିକ ବଡ଼ ଓ ଓଜନିଆ ହୋଇ ନ ଥାଏ ତେବେ ମା’ ସ୍ତନକୁ ହାତରୁ କାଢ଼ି ଦେବା ସହିତ ସେହି ହାତଟିକୁ ଫ୍ରୀ ଛାଡ଼ିଦେବେ |
10:53 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ |
10:57 | ଏହି ଟ୍ୟୁଟୋରିଆଲ୍ରେ ଆମେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତି, |
11:04 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିଲେ |
11:12 | ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି |
11:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ |
11:26 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
11:30 | ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ |
11:38 | ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ଅଟେ |
11:44 | ଏହି ଟ୍ୟୁଟୋରିଆଲ୍ର ଡୋମେନ୍ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି |
11:50 | ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଶୀତଲ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ତସ୍ନୀମ୍ ଶେଖ୍, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |