Health-and-Nutrition/C2/Football-hold-for-breastfeeding/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର, "ଫୁଟବଲ୍ ଧରିବା ଉପାୟରେ ସ୍ତନ୍ୟପାନ କରାଇବା" ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତିକୁ ଚୟନ କରିବା,
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ଫୁଟବଲ୍ ଧରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା
00:23 ଚାଲନ୍ତୁ ଆରମ୍ଭ କରିବା
00:24 ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରରେ ଧରିଥା’ନ୍ତି
00:31 ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଯେଉଁଥିରେ -
00:41 ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋଇଥାଏ,
00:48 ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହେବା ସହ ଯଥେଷ୍ଟ କ୍ଷୀର ପିଇଥାଏ
00:56 ଫୁଟବଲ୍ ନାମକ ଗୋଟିଏ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା
01:01 ଫୁଟବଲ୍ ଧରିବା ପଦ୍ଧତି, ବିଶେଷକରି ସେହି ମା’ମାନଙ୍କ ପାଇଁ ଦରକାରୀ ହୋଇଥାଏ, ଯାହାଙ୍କର ପ୍ରସବ ପାଇଁ ଅପରେସନ୍ ହୋଇଥାଏ,
01:08 ସ୍ତନର ଆକାର ବଡ଼ ହୋଇଥାଏ,
01:10 ଯିଏ ଛୋଟ ଶିଶୁ କିମ୍ବା ସମୟ ପୂର୍ବରୁ ପ୍ରସବ କରିଥାଆନ୍ତି କିମ୍ବା
01:14 ଯାଆଁଳା ଶିଶୁ ପ୍ରସବ କରିଥାଆନ୍ତି
01:15 ସର୍ବଦା ମନେରଖନ୍ତୁ: ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଜଣେ ମା’ ନିଜର ହାତକୁ ଭଲ ଭାବେରେ ସଫା କରି ଶୁଖାଇବେ
01:22 ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବେ
01:27 ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ
01:34 ତେଣୁ, ସେମାନେ ଦୈନିକ ଅଧିକ ପାଣି ପିଇବା ଦରକାର
01:38 ତା’ପରେ ଚାଲନ୍ତୁ, ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା
01:43 ମା’ ଚଟାଣ କିମ୍ବା ଖଟ ଉପରେ ଚକା ପକାଇ ବସିବା ଉଚିତ
01:48 କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ
01:51 ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ, ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ
02:02 ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ
02:09 କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ
02:13 ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
02:19 ମା’ ସ୍ତନ୍ୟପାନ କରାଉଥିବା ସ୍ତନ କଡ଼ରେ 3 ରୁ 4ଟି ତକିଆ ରଖିବେ
02:26 ସବୁଠାରୁ ଉପର ତକିଆକୁ ଅନ୍ୟ ତକିଆ ଓ ମା’ଙ୍କର ଜଙ୍ଘ ଉପରେ କୋଣାକାର ସ୍ଥିତିରେ ରଖାଯିବା ଦରକାର
02:32 ତା’ପରେ, ମା’ ସେହି ସ୍ତନକୁ କାଢ଼ିବେ, ଯେଉଁଥିରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି
02:38 ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
02:45 ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ
02:49 ମା’ ଶିଶୁର ପିଠିକୁ ତକିଆଗୁଡ଼ିକ ଉପରେ ରଖିବେ
02:53 ଯେଉଁ ସ୍ତନରୁ କ୍ଷୀର ପିଆଇବେ, ସେହି ପଟ ହାତରେ ଶିଶୁର ମୁଣ୍ଡକୁ ଧରନ୍ତୁ
03:01 ତକିଆ ଉପରେ ଥିବା ହାତର କାଖ ତଳେ ଶିଶୁର ଗୋଡ଼ଗୁଡ଼ିକ ରହିବ
03:08 ମା’ ସେହି ହାତ ଏବଂ ଶିଶୁର ଗୋଡ଼ଗୁଡ଼ିକୁ ତକିଆ ଉପରେ ରଖିବେ
03:13 ଛବିରେ ଦେଖାଯାଉଥିବା ମା’ ନିଜର ଶିଶୁକୁ ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି
03:18 ତେଣୁ, ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ଡାହାଣପଟ କାଖ ତଳେ ରହିଛି
03:23 ସେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଏବଂ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଶିଶୁ ମୁଣ୍ଡ ତଳକୁ ଧରିଛନ୍ତି
03:31 ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
03:37 ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
03:42 ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ
03:48 ତା’ପରେ ଚାଲନ୍ତୁ, ଆମେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତି ଦେଖିବା
03:56 ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଗୋଟିଏ କାନ ପଛପଟେ ଏବଂ ଅନ୍ୟ ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବ
04:03 ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ଆଣିବା ଉଚିତ ନୁହେଁ
04:09 ତାଙ୍କର କଚଟି ଶିଶୁର ଦୁଇ କାନ୍ଧ ମଝିରେ ରହିବା ଉଚିତ
04:13 ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ ନୁହେଁ. ଏହାଦ୍ଵାରା ଶିଶୁଟି ଆରାମଦାୟକ ଅବସ୍ଥାରେ କ୍ଷୀର ଖାଇପାରିବ
04:23 ଏବେ ଆସନ୍ତୁ, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା
04:27 ଶିଶୁଟିର ମୁହଁ, ମା’ଙ୍କ ମୁହଁ ସାମ୍ନାରେ ରହିବା ଉଚିତ
04:31 ଶିଶୁର ଶରୀର ମା’ଙ୍କ ଶରୀରକୁ ହାଲୁକା ଭାବେ ସ୍ପର୍ଶ କରୁଥିବା ଦରକାର
04:36 ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ
04:41 ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ
04:47 ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
04:51 ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ
04:57 ସେହିପରି ସ୍ତନ୍ୟପାନ ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଦରକାର
05:06 ଏହାଦ୍ଵାରା ଶିଶୁଟି କ୍ଷୀର ଢୋକିବାରେ ସହଜ ହୋଇଥାଏ
05:10 ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା
05:16 ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସାହାରା ଦେବା ଆବଶ୍ୟକ
05:22 ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ଶିଶୁ ପାଇଁ କଷ୍ଟକର ହେବ
05:30 ତା’ପରେ ଚାଲନ୍ତୁ, ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
05:34 ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ
05:39 ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ
05:44 ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
05:55 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ
06:00 ଶିଶୁକୁ ସଠିକ୍ ସ୍ଥିତିରେ ଧରିବା ପରେ ଆମେ ସ୍ତନକୁ ଧରିବା ବିଷୟରେ ଜାଣିବା
06:07 ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ କଡ଼ରୁ ଅର୍ଦ୍ଧ ଚନ୍ଦ୍ର ଆକାରରେ ଧରିବେ
06:15 ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ବାମ ହାତର ବ୍ୟବହାର କରିଛନ୍ତି
06:21 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
06:30 ମା’ 12ଟା ବାଜିଥିବା ସ୍ଥିତିରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ
06:35 ତାଙ୍କର ବାମ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 6ଟା ବାଜିବା ସ୍ଥିତିରେ ରହିବ
06:42 ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ରହିବା ଦିଗରେ ରହିବା ଆବଶ୍ୟକ
06:47 କାହିଁକି? ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
06:52 ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ
06:58 ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ
07:03 ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ରହିବା ଦିଗରେ ରଖାଯାଇଛି
07:10 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିବା, ତେବେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
07:16 ସେହିପରି ଶିଶୁର ଓଠକୁ ଦେଖନ୍ତୁ
07:21 ଏଠାରେ ଓଠଗୁଡ଼ିକ ହରିଯଣ୍ଟାଲି ଅଛି
07:24 ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ହରିଯଣ୍ଟାଲି ରହିବ
07:32 ଏହାଦ୍ଵାରା ଶିଶୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ
07:39 ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ
07:50 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
08:00 ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ
08:07 ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ
08:13 ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି
08:21 ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେନାହିଁ
08:31 ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
08:36 ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ
08:42 ଏବଂ, ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
08:50 ମନେରଖନ୍ତୁ- ମା’ଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପର ଭାଗରେ ରହିବା ଆବଶ୍ୟକ
08:55 ଏବଂ ଛବିରେ ଦେଖାଯାଇଥିବା ଭଳି ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ଦୁଇ ଆଙ୍ଗୁଠି ତଳେ ରହିବା ଦରକାର
09:01 ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
09:06 ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
09:12 ସେହିପରି, ମା’ ସ୍ତନକୁ କଡ଼ରୁ C ଆକାରରେ ଧରି ସାମାନ୍ୟ ଚାପ ବେବେ
09:18 ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ
09:23 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ କଇଁଚି ଆକାରରେ ଧରି ଚାପିବେନାହିଁ
09:30 କଇଁଚି ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
09:36 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
09:43 ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ
09:51 ବେଳେବେଳେ ମା’ ନିଜର ଶିଶୁକୁ ବିଭିନ୍ନ ସ୍ଥିତିରେ ଧରିବାକୁ ପସନ୍ଦ କରିଥାଆନ୍ତି
09:56 ଏହି ଛବିରେ ଶିଶୁଟି ମା’ଙ୍କ ଆଡ଼କୁ ମୁହଁ କରିନାହିଁ
10:00 ଶିଶୁଟିର ମୁଣ୍ଡକୁ କଡ଼ରୁ ସ୍ତନ ନିକଟକୁ ଆଣନ୍ତୁ, ତଳ ଆଡ଼ୁ ନୁହେଁ
10:07 ଏଠାରେ ଶିଶୁଟିର ଓଠଗୁଡ଼ିକ ଭର୍ଟିକଲ୍ ସ୍ଥିତିରେ ଅଛି. ତେଣୁ, ମା’ ସ୍ତନକୁ U ଆକାରରେ ଧରିବା ପାଇଁ ନିଜର ଆଙ୍ଗୁଠିଗୁଡ଼ିକୁ ଭର୍ଟିକଲୀ ଏହା ଉପରେ ରଖିବେ
10:17 ମନେରଖନ୍ତୁ, ଯେକୌଣସି ସ୍ତନ୍ୟପାନର ସ୍ଥିତି ପାଇଁ ସ୍ତନକୁ ଧରିଥିବା ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠର ଦିଗରେ ରହିବ
10:28 ଏବେ, ଶିଶୁଟିକୁ ଫୁଟବଲ ଧରିବା ଶୈଳୀରେ ଧରାଯାଇଛି ଏବଂ ସେ ସ୍ତନ୍ୟପାନ ପାଇଁ ଲାଚ୍ ହେବାକୁ ପ୍ରସ୍ତୁତ
10:34 ଲାଚିଂର ସଠିକ୍ କୌଶଳକୁ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
10:41 ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ ମା’ ସ୍ତନରୁ ହାତ କାଡ଼ିଦେବେ
10:53 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
10:57 ଏହି ଟ୍ୟୁଟୋରିଆଲରେ ଆମେ ମା’ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତି,
11:04 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିଲେ
11:12 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
11:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
11:26 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:30 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
11:38 ଏହି ଟ୍ୟୁଟୋରିଆଲ୍ “ମା’ ଓ ଶିଶୁ ପୋଷଣ” ପ୍ରୋଜେକ୍ଟର ଏକ ଅଂଶ
11:44 ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି
11:50 ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Indiantranslators2012, Pradeep