Health-and-Nutrition/C2/Breast-conditions/Oriya
From Script | Spoken-Tutorial
Revision as of 23:15, 19 July 2019 by Indiantranslators2012 (Talk | contribs)
|
|
00:00 | ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ବ୍ରେଷ୍ଟ ଏନଗର୍ଗମେଣ୍ଟ ଓ ମାଷ୍ଟିଟିସ୍ ବିଷୟରେ ଶିଖିବା |
00:13 | ଚାଲନ୍ତୁ ବ୍ରେଷ୍ଟ ଏନଗର୍ଗମେଣ୍ଟରୁ ଆରମ୍ଭ କରିବା |
00:17 | ସାଧାରଣତଃ ଏନଗର୍ଗମେଣ୍ଟ ପ୍ରସବର 3 ରୁ 5 ଦିନ ମଧ୍ୟରେ ଦେଖାଦେଇଥାଏ |
00:23 | ଏହା ଏକା ସମୟରେ ଉଭୟ ସ୍ତନରେ ଦେଖାଦେଇଥାଏ |
00:28 | ମା’ ସ୍ତନର ଏନଗର୍ଗମେଣ୍ଟ ଓ ସ୍ତନର ପୂର୍ଣ୍ଣତା ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ୍ |
00:33 | ତେଣୁ ବର୍ତ୍ତମାନ ଆମେ ସ୍ତନର ଏନଗର୍ଗମେଣ୍ଟ ଓ ସ୍ତନର ପୂର୍ଣ୍ଣତା ମଧ୍ୟରେ ଥିବା ପାର୍ଥକ୍ୟକୁ ଆଲୋଚନା କରିବା |
00:40 | ଏନଗର୍ଗମେଣ୍ଟ ଅବସ୍ଥାରେ ସ୍ତନ କଠିନ ହେବା ସହିତ, ଫୁଲି ଯାଇଥାଏ ଏବଂ ଯନ୍ତ୍ରଣାଦାୟକ ଭାବେ କ୍ଷୀର ଭର୍ତ୍ତି ହୋଇରହିଥାଏ |
00:46 | ଏହା ଚମକଦାର୍ ଦେଖାଯାଏ ଏବଂ ଉପରି ଭାଗରେ ଶିରାଗୁଡ଼ିକ ଦେଖାଯାଏ |
00:52 | ମା’ଙ୍କୁ 24 ଘଣ୍ଟାରୁ ଅଧିକ ସମୟ ଜର ହୋଇଥିଲେ ଶିଶୁ ପାଇଁ ଲାଚିଂ କରିବା କଷ୍ଟକର ହୋଇଥାଏ |
01:01 | ଯେତେବେଳେ କି ପୂର୍ଣ୍ଣ ସ୍ତନଗୁଡ଼ିକ ସାଧାରଣ ଅବସ୍ଥାରେ ଥାଏ |
01:04 | ପୂର୍ଣ୍ଣ ହୋଇଥିବା ସ୍ତନ ବଡ଼ ଦେଖାଯାଏ କିନ୍ତୁ ଚମକଦାର୍ ଦେଖାଯାଏ ନାହିଁ |
01:10 | ପୂର୍ଣ୍ଣ ହୋଇଥିବା ସ୍ତନ ଯନ୍ତ୍ରଣାଦାୟକ ହୁଏ ନାହିଁ ଏବଂ ସ୍ତନ ପୂର୍ଣ୍ଣ ଥିବା ଅବସ୍ଥାରେ ଜର ହୁଏ ନାହିଁ |
01:17 | ବର୍ତ୍ତମାନ ଚାଲନ୍ତୁ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ଠାରେ ଦେଖାଦେଉଥିବା ସ୍ତନ ଏନଗର୍ଗମେଣ୍ଟର କାରଣଗୁଡ଼ିକୁ ଆଲୋଚନା କରିବା |
01:23 | ସ୍ତନ ଏନଗର୍ଗମେଣ୍ଟ ନିମ୍ନଲିଖିତ ଅବସ୍ଥାରେ ଦେଖାଦେଇପାରେ - |
01:27 | ଯଦି ମା’ ପ୍ରସବର ଠିକ୍ ପରେ ଶିଶୁକୁ ସ୍ତନ୍ୟପାନ କରାଇ ନ ଥିବେ |
01:32 | ମା’ ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଉ ନ ଥିବେ |
01:36 | ସ୍ତନ୍ୟପାନ କରାଇବା ସମୟରେ ଶିଶୁ ମା’ ସହିତ ସଠିକତାର ସହ ଲାଚ୍ ହୋଇ ନ ଥିବ ଏବଂ |
01:42 | ମା’ ହଠାତ୍ ସ୍ତନ୍ୟପାନ କରାଇବା ବନ୍ଦ କରିଦେଇଥିବେ |
01:47 | ବର୍ତ୍ତମାନ ଏନଗର୍ଗମେଣ୍ଟର କିପରି ଚିକିତ୍ସା କରାଯାଇପାରିବ, ଚାଲନ୍ତୁ ଆଲୋଚନା କରିବା |
01:51 | ପ୍ରଥମେ ମା’ଙ୍କୁ ସଫା ପାଣିରେ ନିଜର ହାତକୁ ଧୋଇବା ପାଇଁ କୁହନ୍ତୁ |
01:56 | ତା’ପରେ ଶିଶୁକୁ ମା’ଙ୍କ ନିକଟକୁ ଆଣନ୍ତୁ, ଯାହା ଦ୍ଵାରା ସେ ତା’କୁ ଶୁଙ୍ଘିବା ସହିତ ଛୁଇଁ ପାରିବେ |
02:03 | ଯଦି ଶିଶୁଟି ଅଧିକ ଚଞ୍ଚଳ ଥାଏ ତେବେ, ମା’ ତା’ର ଟାୱେଲ୍କୁ ଶୁଙ୍ଘି ପାରିବେ |
02:08 | ତାହା କରିସାରିବା ପରେ ମା’ ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍ |
02:12 | ତା’ପରେ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ରଖିବେ କିମ୍ବା |
02:18 | ମା’ ଉଷୁମ୍ ପାଣିରେ ଗାଧୋଇ ମଧ୍ୟ ପାରିବେ |
02:21 | ଏହା ଦ୍ଵାରା କ୍ଷୀର ସ୍ତନରୁ ସହଜରେ ବାହାରି ଆସିପାରିବ |
02:24 | ତାହା କରିସାରିବା ପରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ଆରାମ କରିବା ପାଇଁ କହିବେ କାରଣ ଅତ୍ୟଧିକ ଚାପଗ୍ରସ୍ତ ରହିଲେ ଲେଟ୍-ଡାଉନ୍ ରିଫ୍ଲେକ୍ସ ପ୍ରଭାବିତ ହେବ ଏବଂ |
02:33 | କ୍ଷୀର ବାହାରିବ ନାହିଁ |
02:36 | ବର୍ତ୍ତମାନ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର ଅନ୍ୟ କେହି ସଦସ୍ୟ ମା’ଙ୍କର ବେକ ଏବଂ ପିଠିର ଉପର ଅଂଶରେ ମାଲିସ୍ କରିବା ଆବଶ୍ୟକ |
02:43 | ଏହI ଦ୍ଵାରା ସ୍ତନର କ୍ଷୀର ବାହାରିବାରେ ସହଜ ହେବ |
02:46 | ଯେହେତୁ, ପିଠିର ଉପର ଭାଗ ଓ ସ୍ତନରେ ସମାନ ସ୍ନାୟୁ ରହିଛି |
02:52 | ତା’ପରେ ମା’ ନିଜର ସ୍ତନକୁ ଧୀରେ ଧୀରେ ବୃତ୍ତାକାର ଗତିରେ ମାଲିସ୍ କରିବା ଆବଶ୍ୟକ |
02:57 | ମାଲିସ୍ କରିବା ଦ୍ଵାରା ତା’ଙ୍କୁ ଆରାମ ମିଳିବ ଏବଂ ଲେଟ୍-ଡାଉନ୍ ରିଫ୍ଲେକ୍ସ ସକ୍ରିୟ ହେବ |
03:03 | ଏହି ସମସ୍ତ କାର୍ଯ୍ୟ ଅକ୍ସିଟୋସିନ୍ କ୍ଷରଣ ହେବାରେ ସାହଯ୍ୟ କରିବେ |
03:07 | ଏହାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ କିମ୍ବା ଲେଟ୍-ଡାଉନ୍ ରିଫ୍ଲେକ୍ସ କୁହାଯାଏ |
03:12 | ଅକ୍ସିଟୋସିନ୍ ଗୋଟିଏ ହର୍ମୋନ୍ ଅଟେ, ଯାହା କ୍ଷୀରକୁ ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ |
03:17 | ତା’ପରେ ଆରିଓଲାକୁ ନରମ କରିବା ପାଇଁ ମା’ଙ୍କୁ କିଛି ପରିମାଣର କ୍ଷୀର ହାତରେ କାଢ଼ିଦେବା ଆବଶ୍ୟକ |
03:23 | ଏହା ଦ୍ଵାରା ଶିଶୁକୁ ସ୍ତନ ସହିତ ସଠିକତାର ସହ ଲାଚ୍ ହେବାରେ ସହଜ ହେବ |
03:27 | ସ୍ତନରୁ କ୍ଷୀର କାଢ଼ିବା ସମୟରେ, ମା’ ଆରିଓଲାର ଚାରିପଟେ ଚାପ ପକାଇବା ଆବଶ୍ୟକ |
03:33 | କ୍ଷୀର କାଢ଼ି ସାରିବା ପରେ ମା’ ଶିଶୁର ପାଟିରେ ଆରିଓଲାକୁ ଦେବା ଆବଶ୍ୟକ |
03:43 | ଉଭୟ ପଟରୁ ସ୍ତନ୍ୟପାନ କରାଇବା ପାଇଁ ଚେଷ୍ଟା କରନ୍ତୁ |
03:46 | ସ୍ତନ୍ୟପାନ କରିବା ମଧ୍ୟରେ ମା’ ସ୍ତନ ଉପରେ ଥଣ୍ଡା ଓ ଓଦା କପଡ଼ାକୁ 5- 10 ମିନିଟ ରଖିବା ଆବଶ୍ୟକ କିମ୍ବା,
|
03:54 | ସ୍ତନ ଉପରେ ମା’ ଥଣ୍ଡା ବନ୍ଧାକୋବି ପତ୍ରକୁ ରଖିପାରିବେ |
03:58 | ସେ ଏହି ବନ୍ଧାକୋବି ପତ୍ରଗୁଡ଼ିକୁ ଫ୍ରୀଜ୍ କିମ୍ବା ମାଟି ପାତ୍ର ଭିତରେ ସାଇତି ରଖିପାରିବେ |
04:04 | ଏହା ସ୍ତନର କଠିନତା ଓ ଏଡେମାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ |
04:09 | ତା’ପରେ ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ |
04:13 | ବର୍ତ୍ତମାନ, ଆମେ ସ୍ତନର ଏନ୍ଗର୍ଗମେଣ୍ଟକୁ କିପରି ରୋକିପାରିବା ତାହା ଚାଲନ୍ତୁ ଶିଖିବା |
04:17 | ପ୍ରଥମେ, ଶିଶୁ ଭୋକିଲା ଅଛି ବୋଲି ଦେଉଥିବା ସଙ୍କେତଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଛାଟିପିଟି ହେବା, |
04:25 | ଯେଉଁଥିରେ ରୁଟିଙ୍ଗ ରିଫ୍ଲେକ୍ସ ବୃଦ୍ଧି ହୋଇଥାଏ- |
04:28 | ରୁଟିଙ୍ଗ ରିଫ୍ଲେକ୍ସରେ ଶିଶୁ ସେହି ବସ୍ତୁ ଆଡ଼କୁ ନିଜର ମୁଣ୍ଡକୁ ବୁଲାଇଥାଏ ଯାହା ତା’ର ଗାଲ କିମ୍ବା ପାଟିକୁ ଛୁଇଁଥାଏ |
04:36 | ଆଙ୍ଗୁଠିଗୁଡ଼ିକୁ ଚୁଚୁମିବା |
04:39 | ଶେଷରେ ଶିଶୁଟି କାନ୍ଦିବା ଆରମ୍ଭ କରିଥାଏ |
04:43 | ଯେତେବେଳେ ଶିଶୁର ଭୋକିଲା ହେବାର ସଂକେତ ଦେଖିବେ ତତକ୍ଷଣାତ୍ ସ୍ତନ୍ୟପାନ କରାନ୍ତୁ ଏବଂ ଶିଶୁଟି କାନ୍ଦିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ |
04:50 | ଶିଶୁଟି ଭଲ ଭାବରେ ଲାଚ୍ ହୋଇଥିବା ଏବଂ ଉତ୍ତମ ରୂପେ ସ୍ତନ୍ୟପାନ କରୁଛି ବୋଲି ସୁନିଶ୍ଚିତ ହୁଅନ୍ତୁ |
04:55 | ମନେରଖନ୍ତୁ, ଅନ୍ୟ ସ୍ତନକୁ ଯିବା ପୂର୍ବରୁ ସ୍ତନ୍ୟପାନ କରାଉଥିବା ସ୍ତନଟିକୁ ସମ୍ପୂର୍ଣ୍ଣ ରୂପେ ଖୋଲା ରଖନ୍ତୁ |
05:02 | ତା’ପରେ ମାଷ୍ଟିଟିସ୍ ନାମକ ଅନ୍ୟ ଏକ ସ୍ତନର ଅବସ୍ଥା ବିଷୟରେ ଚାଲନ୍ତୁ ଜାଣିବା |
05:08 | ଏହି ଅବସ୍ଥାରେ ସ୍ତନର ଗୋଟିଏ ଭାଗ ଲାଲ ହୋଇଯିବା ସହ ଫୁଲି ଯାଇଥାଏ ଓ ଟାଣ ହୋଇଯାଇଥାଏ |
05:14 | ମା’ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ ଜର ହେବା ସହ ଅସୁସ୍ଥ ଅନୁଭବ କରନ୍ତି |
05:18 | ଅନେକ ମା’ ପ୍ରଥମ 6 ସପ୍ତାହ ମଧ୍ୟରେ ମାଷ୍ଟିଟିସ୍ ଦ୍ଵାରା ପୀଡ଼ିତ ହୋଇଥାନ୍ତି |
05:22 | କିନ୍ତୁ ଏହା ସ୍ତନ୍ୟପାନ ଅବଧି ମଧ୍ୟରେ ଯେତେବେଳେ ମଧ୍ୟ ଦେଖାଦେଇପାରେ |
05:27 | ବେଳେବେଳେ ସ୍ତନର ଏନ୍ଗର୍ଗମେଣ୍ଟ ଓ ଏହା ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥାଏ |
05:31 | ହେଲେ,ଏନ୍ଗର୍ଗମେଣ୍ଟ ସମ୍ପୂର୍ଣ୍ଣ ସ୍ତନକୁ ଏବଂ ବେଳେବେଳେ ଉଭୟ ସ୍ତନକୁ ଆକ୍ରାନ୍ତ କରିଥାଏ |
05:37 | ଯେତେବେଳେ କି ମାଷ୍ଟିଟିସ୍ ସ୍ତନର କିଛି ଅଂଶକୁ ଆକ୍ରାନ୍ତ କରିଥାଏ ଏବଂ ସାଧାରଣତଃ କେବଳ ଗୋଟିଏ ସ୍ତନରେ ଦେଖାଦେଇଥାଏ |
05:44 | ଏନ୍ଗର୍ଗ ହୋଇଥିବା ସ୍ତନ କିମ୍ବା ଧାରଗୁଡ଼ିକ ବନ୍ଦ ହେବା ଯୋଗୁଁ ମାଷ୍ଟିଟିସ୍ ଦେଖା ଦେଇପାରେ |
05:51 | ବର୍ତ୍ତମାନ, ଯଦି ବନ୍ଦ ହୋଇଥିବା ଧାରଗୁଡ଼ିକର ଚିକିତ୍ସା କରା ନ ଯାଏ ତେବେ, କିପରି ତାହା ମାଷ୍ଟିଟିସ୍ରେ ପରିଣତ ହୋଇଯାଏ, ଆମେ ଆଲୋଚନା କରିବା |
05:59 | ଧାର ବନ୍ଦ ହେବା ଗୋଟିଏ ଅବସ୍ଥା, ଯେଉଁଥିରେ ସ୍ତନର ସେହି ଭାଗରୁ କ୍ଷୀର କାଢ଼ି ହୋଇ ନ ଥାଏ |
06:04 | ସାଧାରଣତଃ ଏହି ଧାର ହେଉଛି ସ୍ତନର ସେହି ଭାଗ, ଯେଉଁଠାରେ ବହଳିଆ କ୍ଷୀର ଅଟକି ରହି ଯାଇଥାଏ |
06:11 | ଏହା ଦ୍ଵାରା ବିଣ୍ଡା ସୃଷ୍ଟି ହୋଇଥାଏ. ଏହି ବିଣ୍ଡା ଟାଣ ହୋଇଥାଏ ଏବଂ ଅନେକ ସମୟରେ ସେହି ବିଣ୍ଡା ଉପରର ଚମଡ଼ା ଲାଲ ହେବା ସହିତ ଦୃଶ୍ୟମାନ ହୋଇଥାଏ |
06:20 | ବନ୍ଦ ହୋଇଥିବା ଧାର ଓ ସ୍ତନର ଏନ୍ଗର୍ଗମେଣ୍ଟ ଦ୍ଵାରା କ୍ଷୀର କ୍ଷରଣ ହୋଇପାରେ ନାହିଁ |
06:24 | ସ୍ତନର କିଛି ଅଂଶରେ ଯେତେବେଳେ କ୍ଷୀର, ଅବରୋଧିତ ଧାର ଏବଂ ସ୍ତନ ଏନ୍ଗର୍ଗମେଣ୍ଟ କାରଣରୁ ରହିଯାଇଥାଏ, ଏହାକୁ ଷ୍ଟାସିସ୍ କୁହାଯାଏ |
06:32 | ଯଦି ଷ୍ଟାସିସ୍କୁ କଢ଼ା ନ ଯାଏ ତେବେ ଏହା ସ୍ତନ ଟିସ୍ୟୁଗୁଡ଼ିକରେ ଜ୍ଵଳନ ସୃଷ୍ଟି କରିପାରେ. ଏହାକୁ ନନ୍-ଇନ୍ଇଫେକ୍ଟିଭ୍ ମାଷ୍ଟିଟିସ୍ କୁହାଯାଏ |
06:42 | କିନ୍ତୁ ଯେତେବେଳେ ସ୍ତନ ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇଯାଏ, ସେତେବେଳେ ଏହାକୁ ସଂକ୍ରମିତ ମାଷ୍ଟିଟିସ୍ କୁହାଯାଏ |
06:51 | ନିମ୍ନଲିଖିତ ଅବସ୍ଥାଗୁଡ଼ିକରେ ବ୍ୟାକ୍ଟେରିଆ ସହଜରେ ଫିସର୍ ମାଧ୍ୟମରେ ପ୍ରବେଶ କରିପାରନ୍ତି: |
06:56 | ଯଦି ସ୍ତନରେ ଫିସର୍ ଥାଏ ତେବେ, ମାଷ୍ଟିଟିସ୍ର ଚିକିତ୍ସା ନ ହୋଇ ରହିଯାଇଥାଏ ଏବଂ ଚିକିତ୍ସାରେ ବିଳମ୍ବ ହୁଏ |
07:06 | ଧ୍ୟାନ ଦିଅନ୍ତୁ ଯେ, ମାଷ୍ଟିଟିସ୍ର ଚିକିତ୍ସା କରା ନ ଗଲେ ତାହା ସ୍ତନ ଆବ୍ସେସ୍ରେ ପରିଣତ ହୋଇଯାଏ |
07:11 | ବର୍ତ୍ତମାନ ଚାଲନ୍ତୁ ମାଷ୍ଟିଟିସ୍ର କାରଣଗୁଡ଼ିକୁ ଆଲୋଚନା କରିବା |
07:15 | ମାଷ୍ଟିଟିସ୍ ହେବାର ପ୍ରଥମ ଓ ମୂଳ କାରଣ ହେଉଛି ବାରମ୍ବାର ସ୍ତନ୍ୟପାନ ନ କରାଇବା |
07:21 | ଯଦି ସ୍ତନ୍ୟପାନ କରାଉଥିବା ମା’ ଜଣେ କର୍ମଜୀବି ମହିଳା ହୋଇଥାନ୍ତି ତେବେ, ସ୍ତନ୍ୟପାନ କରାଇବା କଷ୍ଟକର ହୋଇପଡ଼େ |
07:27 | ମା’ କିମ୍ବା ଶିଶୁର ଅସୁସ୍ଥତା ବାରମ୍ବାର ସ୍ତନ୍ୟପାନ କରାଇବାରେ ବାଧକ ହେବାର ଅନ୍ୟ କାରଣ ହୋଇପାରେ |
07:33 | ଦ୍ଵିତୀୟ ହେଉଛି ନିପଲ୍ ଫିଡ଼ିଙ୍ଗ. ନିପଲ୍ ଫିଡିଙ୍ଗରେ ଶିଶୁଟି ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିପାରେ ନାହିଁ |
07:40 | ତୃତୀୟଟି ହେଉଛି ଅଧିକ କ୍ଷୀର ହେବା |
07:43 | ଚତୁର୍ଥଟି ହେଉଛି ଶୀଘ୍ର ସ୍ତନ୍ୟପାନ ଛଡ଼ାଇ ଦେବା ଏବଂ ଶିଶୁ ମା’ କ୍ଷୀର ବ୍ୟତିତ ଅନ୍ୟ ଖାଦ୍ୟ ଖାଇବା ଆରମ୍ଭ କରିଦେବା |
07:50 | ପଞ୍ଚମଟି ହେଉଛି ଟାଇଟ୍ କପଡ଼ା- ଯଦି ମା’ ଟାଇଟ୍ କପଡ଼ା ବ୍ୟବହାର କରନ୍ତି ବିଶେଷକରି ରାତିରେ ମା’ ଟାଇଟ୍ ବ୍ରା ପିନ୍ଧିବା ଦ୍ଵାରା ଏହା ସ୍ତନ ଉପରେ ଚାପ ପକାଇଥାଏ ଏବଂ କ୍ଷୀରର ଧାରଗୁଡ଼ିକୁ ଅବରୋଧ କରିପାରେ |
08:03 | ଷଷ୍ଠ ହେଉଛି ମାନସିକ ଚାପ – ଯଦି ମା’ ମାନସିକ ଚାପଗ୍ରସ୍ତ ହୁଅନ୍ତି ତେବେ, ଏହା ଲେଟ୍-ଡାଉନ୍ ରିଫ୍ଲେକ୍ସକୁ ପ୍ରଭାବିତ କରିବ |
08:12 | ସପ୍ତମ ହେଉଛି ନିପଲ୍ ଫିସର୍- ବ୍ୟକ୍ଟେରିଆକୁ ସ୍ତନ ଟିସ୍ୟୁରେ ପ୍ରବେଶ କରିବା ପାଇଁ ରାସ୍ତା ମିଳିଥାଏ ଏବଂ ମାଷ୍ଟିଟିସ୍ ହୋଇପାରେ |
08:22 | ଚାଲନ୍ତୁ ମାଷ୍ଟିଟିସ୍ର ଚିକିତ୍ସା ଉପରେ ଆଲୋଚନା କରିବା |
08:26 | ପ୍ରଥମେ କାରଣ ଖୋଜି ବାହାର କରନ୍ତୁ, ତା’ପରେ ଚିକିତ୍ସା ଆରମ୍ଭ କରନ୍ତୁ |
08:31 | ମା’ ସ୍ତନ୍ୟପାନ କରାଇବା ପୂର୍ବରୁ ଊଷୁମ୍ ସେକ ଦେବା ଆବଶ୍ୟକ |
08:35 | କିମ୍ବା ଉଷୁମ୍ ପାଣିରେ ଗାଧୋଇବା ଆବଶ୍ୟକ |
08:37 | ସେ ପ୍ରଥମେ ପ୍ରଭାବିତ ହୋଇଥିବା ସ୍ତନରୁ କ୍ଷୀର ଖୁଆଇବା ଆରମ୍ଭ କରିବା ଆବଶ୍ୟକ |
08:42 | ଯଦି ଏହା ଦ୍ଵାରା ଯନ୍ତ୍ରଣା ବଢ଼ିବାରେ ଲାଗେ କିମ୍ବା ଲେଟ୍-ଡାଉନ୍ ରିଫ୍ଲେକ୍ସକୁ ପ୍ରଭାବିତ କରିଥାଏ ତେବେ, ପ୍ରଭାବିତ ହୋଇ ନ ଥିବା ସ୍ତନରୁ ଆରମ୍ଭ କରିବା ଆବଶ୍ୟକ |
08:50 | ମନେରଖନ୍ତୁ, ବାରମ୍ବାର ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ |
08:55 | ଯଦି ନିପଲ୍ କିମ୍ବା ଆରିଓଲାର ଉପରଭାଗରେ ଘା ହୋଇ ନ ଥାଏ ତେବେ, ମା’ ପ୍ରଭାବିତ ସ୍ତନରୁ ସ୍ତନ୍ୟପାନ କରାଇପାରିବେ |
09:04 | ମନେରଖନ୍ତୁ, ଯେତେବେଳେ ମା’ ମାଷ୍ଟିଟିସ୍ ହୋଇଥିବା ସ୍ତନରୁ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ କରନ୍ତି - |
09:09 | ସେତେବେଳେ ସେ ଶିଶୁଠାରେ ସଂକ୍ରମଣର ସଂକେତକୁ ନିରିକ୍ଷଣ କରିବା ଆବଶ୍ୟକ, ଯେହେତୁ ଶିଶୁ ସଂକ୍ରମଣ ହେବାର ବିପଦ ରହିଥାଏ |
09:17 | କାରଣ ସ୍ତନ୍ୟପାନ କରାଉଥିବା ସ୍ତନରେ ଅନେକ କ୍ଷତିକାରକ ବ୍ୟକ୍ଟେରିଆ ରହିଥିବାର ସମ୍ଭାବନା ରହିଥାଏ |
09:24 | ସ୍ତନକୁ ମାଲିସ୍ କରିବା ଦ୍ଵାରା ଭଲ କ୍ଷୀର କ୍ଷରଣ ହୋଇଥାଏ |
09:28 | ଏହା ହାଲୁକା ମାଲିସ୍ ହେବା ଦରକାର, ଯାହା ପ୍ରଭାବିତ କ୍ଷେତ୍ରରୁ ନିପଲ୍ ଆଡ଼କୁ ହେବା ଆବଶ୍ୟକ |
09:34 | ଏବଂ ମା’ ଯଥେଷ୍ଟ ଆରାମ କରିବା ଆବଶ୍ୟକ |
09:37 | ଯଦି ଲକ୍ଷଣ ଅଧିକ ଯନ୍ତ୍ରଣାଦାୟକ ହୁଏ ତେବେ, ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ |
09:40 | ବ୍ରେଷ୍ଟ ଆବ୍ସେସ୍ରେ, ଆବସେସ୍ ଓ ଆଣ୍ଟିବାୟୋଟିକ୍ଗୁଡ଼ିକୁ ଅପରେଶନ୍ ଦ୍ଵାରା କାଢ଼ିବାକୁ ପଡ଼ିଥାଏ |
09:47 | ଏଗୁଡ଼ିକ ବ୍ୟତିତ ମା’ ନିଜର ଶରୀରରକୁ ଆରାମ୍ ଦେବା ଏବଂ ଗଭୀର ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ |
09:55 | ମୃଦୁ ସଙ୍ଗୀତ ଶୁଣିବା ଏବଂ ନିଜର ଶିଶୁ ବିଷୟରେ ଚିନ୍ତା କରିବା, ଯାହା ଦ୍ଵାରା ଲେଟ୍-ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବାରେ ସହଜ ହୋଇଥାଏ |
10:04 | ମନେରଖନ୍ତୁ, ମାଷ୍ଟିଟିସ୍କୁ ରୋକିବା ପାଇଁ ସଠିକ ଲାଚିଙ୍ଗ ହେବା ଜରୁରୀ ଅଟେ |
10:09 | ଏହା ଦ୍ଵାରା ଧାର ଅବରୋଧ ହେବ ନାହିଁ ଏବଂ ଶିଶୁ ଯଥେଷ୍ଟ କ୍ଷୀର ପାନ କରିପାରିବ |
10:14 | ସ୍ତନର ଏହି ସମସ୍ତ ଅବସ୍ଥାରୁ ରକ୍ଷା ପାଇବା ପାଇଁ, ଶିଶୁ ସଠିକ୍ ଭାବେ ସଂଯୁକ୍ତ ହେବା ଏବଂ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ |
10:24 | ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆମେ ଆସିଯାଇଛେ |
10:31 | ଏହି ଟ୍ୟୁଟୋରିଆଲ୍ରେ ଆମେ ବ୍ରେଷ୍ଟ ଏନ୍ଗର୍ଗମେଣ୍ଟ ଓ ମାଷ୍ଟିଟିସ୍ ବିଷୟରେ ଶିଖିଲେ |
10:37 | ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି |
10:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
10:56 | ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ |
11:03 | ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ |
11:07 | ଏହି ଟ୍ୟୁଟୋରିଆଲ୍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଏବଂ Dr. Taru Jindal, MS Obstetrics and Gynecology ଉପସ୍ଥିତ ଅଛନ୍ତି |
11:20 | ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆରତି ଆନ୍ବାଲାଗନ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |