Linux/C2/Desktop-Customization-16.04/Oriya
Time | Narration |
00:01 | Ubuntu Linux 16.04 Osରେ ଥିବା "ଡେସ୍କଟପ୍ କଷ୍ଟମାଇଜେଶନ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:11 | ଏହି ଟ୍ୟୁଟୋରିଆଲରେ ଆମେ "ଲଞ୍ଚର୍” ଓ "ଲଞ୍ଚର୍"ରେ କିପରି ଆପ୍ଲିକେଶନ୍
ଯୋଡ଼ାଯାଏ ଓ କଢ଼ାଯାଏ, |
00:21 | ଏକାଧିକ ଡେସ୍କଟପ୍ ବ୍ୟବହାର କରିବା,
ଡେସ୍କଟପ୍ର ଥିମ୍ ବଦଳାଇବା, |
00:27 | ଇଣ୍ଟର୍ନେଟ୍ କନେକ୍ଟିଭିଟୀ, ସାଉଣ୍ଡ୍ ସେଟିଙ୍ଗ୍ |
00:32 | ସମୟ ଓ ତାରିଖ ସେଟିଙ୍ଗ୍ ତଥା ଅନ୍ୟ ୟୁଜର୍ ଆକାଉଣ୍ଟକୁ ଯିବା ବିଷୟରେ ଶିଖିବା |
00:39 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି |
00:46 | ଚାଲନ୍ତୁ "ଲଞ୍ଚର୍"ରୁ ଆରମ୍ଭ କରିବା |
00:49 | Ubuntu Linux ଡେସ୍କଟପ୍ରେ "ଲଞ୍ଚର୍” ହେଉଛି ଡିଫଲ୍ଟ ବାମପଟ "ପେନଲ୍”,
ଯେଉଁଥିରେ କେତେକ ଡିଫଲ୍ଟ ଆପ୍ଲିକେଶନ୍ ଅଛି |
00:59 | ବାରମ୍ୱାର ବ୍ୟବହାର କରାଯାଉଥିବା ଆପ୍ଲିକେଶନ୍ଗୁଡ଼ିକୁ "ଲଞ୍ଚର୍” ମାଧ୍ୟମରେ ସହଜରେ ଆକ୍ସେସ୍ କରାଯାଇପାରେ |
01:05 | ତେଣୁ, "ଲଞ୍ଚର୍"ରେ ଥିବା ଗୋଟିଏ ପ୍ରୋଗ୍ରାମ୍ ର ଡେସ୍କଟପ୍ ଶର୍ଟକଟ୍ ଉପରେ କ୍ଲିକ୍ କରି ଆମେ ତାହାକୁ ଆରମ୍ଭ କରିପାରିବା |
01:12 | ଡିଫଲ୍ଟ ଭାବରେ, "ଲଞ୍ଚର୍"ରେ କିଛି ଆପ୍ଲିକେଶନ୍ ଥାଏ |
01:17 | ଆମ ଆବଶ୍ୟକତା ଅନୁସାରେ "ଲଞ୍ଚର୍"କୁ କଷ୍ଟମାଇଜ୍ କରିବା ବିଷୟରେ ଚାଲନ୍ତୁ ଶିଖିବା |
01:22 | ମୋର ନିୟମିତ କାମ ପାଇଁ ମୋତେ, Terminal, LibreOffice Writer, Gedit ଆଦି ଭଳି ଆପ୍ଲିକେଶନ୍ସ ଦରକାର |
01:34 | ଏହି ଆପ୍ଲିକେଶନ୍ଗୁଡ଼ିକୁ "ଲଞ୍ଚର୍"ରେ ଯୋଡ଼ିଦେବା |
01:38 | ତାହା କରିବା ପୂର୍ବରୁ, ମୋର ଆବଶ୍ୟକ ନଥିବା କେତେକ ଆପ୍ଲିକେଶନ୍କୁ ମୁଁ କାଢ଼ିଦେବି |
01:44 | ମନେକରନ୍ତୁ, ମୁଁ "ଲଞ୍ଚର୍"ରୁ Amazon ଆପ୍ଲିକେଶନ୍ କାଢ଼ିବାକୁ ଚାହୁଁଛି |
01:49 | Amazon ଆପ୍ଲିକେଶନ୍ ଆଇକନ୍କୁ ଯାଆନ୍ତୁ, ତା’ପରେ ରାଇଟ୍ କ୍କ୍ଲିକ୍ କରି Unlock From Launcher ଚୟନ କରନ୍ତୁ |
01:58 | ଦେଖନ୍ତୁ, "ଲଞ୍ଚର୍"ରୁ Amazon ଆପ୍ଲିକେଶନ୍ ଆଇକନ୍ ବାହାରିଗଲା |
02:04 | ସମାନ ଭାବରେ, ଆମେ ବାରମ୍ୱାର ବ୍ୟବହାର କରୁନଥିବା ସମସ୍ତ ଶର୍ଟକଟ୍କୁ କାଢ଼ିଦେଇପାରିବା |
02:11 | ଏଠାରେ ଦେଖନ୍ତୁ, ମୁଁ "ଲଞ୍ଚର୍"ରୁ କେତେକ ଆପ୍ଲିକେଶନ୍କୁ କାଢ଼ିଦେଇଛି |
02:17 | ଏବେ ମୁଁ, Terminal ଶର୍ଟକଟ୍ କୁ "ଲଞ୍ଚର୍"ରେ ଯୋଡ଼ିବି |
02:22 | "ଲଞ୍ଚର୍” ଉପରେ ଥିବା Dash Home ଉପରେ କ୍ଲିକ୍ କରନ୍ତୁ |
02:26 | ସର୍ଚ୍ଚ ବାର୍ରେ Terminal ଟାଇପ୍ କରନ୍ତୁ.
ଏହାକୁ ଖୋଲିବା ପାଇଁ Terminal ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:34 | "ଲଞ୍ଚର୍"ରେ ଆପଣ Terminal ଆଇକନ୍ ଦେଖିପାରିବେ |
02:38 | “ଲଞ୍ଚର୍”ରେ Terminal ଆଇକନ୍କୁ ଫିକ୍ସ କରିବା ପାଇଁ, ପ୍ରଥମେ ତାହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ,
ତା’ପରେ Lock to Launcher ଚୟନ କରନ୍ତୁ |
02:47 | "ଡ୍ରାଗ୍ ଓ ଡ୍ରପ୍” ହେଉଛି "ଲଞ୍ଚର୍"ରେ ଆପ୍ଲିକେଶନ୍ ଶର୍ଟକଟ୍ ଫିକ୍ସ କରିବାର ଅନ୍ୟଏକ ମାର୍ଗ.
ମୁଁ ଏହାକୁ ଏବେ ଦେଖାଇବି |
02:57 | Dash Home ଖୋଲନ୍ତୁ ଏବଂ ସର୍ଚ୍ଚ ବାର୍ରେ Gedit ଟାଇପ୍ କରନ୍ତୁ |
03:03 | Gedit ଆଇକନ୍କୁ "ଲଞ୍ଚର୍”କୁ ଡ୍ରାଗ୍ କରି ଆଣନ୍ତୁ |
03:07 | ଏବେ, "ଲଞ୍ଚର୍"ରେ Gedit ଆଇକନ୍କୁ ଡ୍ରପ୍ କରିଦିଅନ୍ତୁ.
ଦେଖନ୍ତୁ, "ଲଞ୍ଚର୍"ରେ ଏବେ Gedit ଶର୍ଟକଟ୍ ଯୋଡ଼ି ହୋଇଗଲା |
03:16 | ଏହିପରି ଭାବେ ଆମେ "ଲଞ୍ଚର୍"ରେ ଶର୍ଟକଟ୍ ଯୋଡ଼ିପାରିବା |
03:21 | Ubuntu Linux Osରେ ପରବର୍ତ୍ତୀ ମହତ୍ତ୍ୱପୂର୍ଣ୍ଣ ଫିଚର୍ ହେଉଛି “ଏକାଧିକ ୱର୍କସ୍ପେସ୍” ବା "ଡେସ୍କଟପ୍” |
03:28 | ବେଳେବେଳେ ଆମେ ଏକାଧିକ ଆପ୍ଲିକେଶନ୍ ଉପରେ କାମ କରୁଥାଇପାରେ |
03:33 | ଏବଂ ଗୋଟିଏ ଆପ୍ଲିକେଶନ୍ରୁ ଅନ୍ୟ ଗୋଟିକୁ ଯିବା ଆମକୁ କଷ୍ଟକର ଲାଗିପାରେ |
03:38 | ଏହାକୁ ସୁଗମ କରିବା ପାଇଁ ଆମେ, Workspace Switcher ବ୍ୟବହାର କରିପାରିବା |
03:42 | ଡେସ୍କଟପ୍କୁ ଫେରିଆସନ୍ତୁ |
03:45 | Ubuntu 16.04ରେ, ଡିଫଲ୍ଟ ଭାବେ Multiple Workspaces ଦେଖାଦିଏ ନାହିଁ |
03:51 | ତାହାକୁ ଏନାବଲ୍ କରିବା ପାଇଁ “System Settings” ଉପରେ
ଏବଂ ତାହାପରେ "Appearance” କ୍ଲିକ୍ କରନ୍ତୁ |
03:58 | Appearance ୱିଣ୍ଡୋରେ, Behavior ଟାବ୍ ଉପରେ କ୍ଲିକ୍ କରନ୍ତୁ |
04:02 | ଏଠାରେ, Enable Workspaces ଅପ୍ସନ୍ ଚୟନ କରନ୍ତୁ.
ଏହା,"ଲଞ୍ଚର୍”ରେ Multiple Workspaces ଆଇକନ୍କୁ ଏନାବଲ୍ କରିଦେବ |
04:11 | ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ |
04:13 | "ଲଞ୍ଚର୍"ରେ Workspace Switcher ଆଇକନ୍କୁ ଠାବ କରି ତାହା ଉପରେ କ୍ଲିକ୍ କରନ୍ତୁ |
04:19 | ଏହା, 4ଟି ଡେସ୍କଟପ୍ ସହିତ 4ଟି ବର୍ଗକ୍ଷେତ୍ର ଦେଖାଇବ |
04:24 | ଡିଫଲ୍ଟ ଭାବରେ, ଉପର ବାମପଟ ଡେସ୍କଟପ୍ ଚୟନିତ ଥାଏ |
04:29 | ସେହି ଡେସ୍କଟପ୍ରେ ଆମେ ବର୍ତ୍ତମାନ କାମ କରୁଛେ |
04:34 | ଏବେ ଆମେ, ଦ୍ୱିତୀୟ ଡେସ୍କଟପ୍ ଉପରେ ଡବଲ୍ କ୍ଲିକ୍ କରି ତାହାକୁ ଚୟନ କରିବା |
04:39 | "ଲଞ୍ଚର୍"ରେ ଥିବା Terminal ଆଇକନ୍ ଉପରେ କ୍ଲିକ୍ କରି ମୁଁ ଏଠାରେ Terminal ଖୋଲିବି |
04:45 | ଏବେ, ପୁଣିଥରେ Workspace Switcher ଉପରେ କ୍ଲିକ୍ କରନ୍ତୁ |
04:49 | ଦ୍ୱିତୀୟ Workspaceରେ ଟର୍ମିନଲ୍ ଏବଂ ପ୍ରଥମରେ ଆମର ଡେସ୍କଟପ୍ ଥିବାର ଆପଣ ଦେଖିପାରିବେ |
04:55 | ଏହିଭଳି ଆପଣ ଏକାଧିକ ଡେସ୍କଟପ୍ ଉପରେ କାମ କରିପାରିବେ |
04:59 | ଏବେ ଚାଲନ୍ତୁ ପ୍ରଥମ ଡେସ୍କଟପ୍କୁ ଫେରିଯିବା |
05:03 | "ଲଞ୍ଚର୍"ରେ ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଆଇକନ୍ ହେଉଛି Trash |
05:07 | Trashରେ ଡିଲିଟ୍ କରାଯାଇଥିବା ସମସ୍ତ ଫାଇଲ୍ ଓ ଫୋଲ୍ଡର୍ ଥାଏ.
ଯଦି ଦୁର୍ଘଟଣାବଶତଃ ଆମେ କୌଣସି ଫାଇଲ୍କୁ ଡିଲିଟ୍ କରିଦିଏ, ତେବେ ତାହାକୁ ଆମେ Trashରୁ ପୁନରୁଦ୍ଧାର କରିପାରିବା |
05:17 | ଏହାକୁ ଦେଖାଇବା ପାଇଁ ମୁଁ, ମୋ ଡେସ୍କଟପ୍ରେ ଥିବା Hello.txt କୁ ଡିଲିଟ୍ କରିବି |
05:23 | ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ Move to Trash ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
05:29 | ଏହାକୁ ପୁନରୁଦ୍ଧାର କରିବା ପାଇଁ, "ଲଞ୍ଚର୍"ରୁ Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
Trash ଫୋଲ୍ଡର୍ ଖୋଲିବ |
05:37 | ଫାଇଲ୍ ଚୟନ କରନ୍ତୁ, ତାହା ଉପରେ ରାଇଟ୍ କ୍ଲିକ୍ କରି Restore ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
05:43 | Trash ଫୋଲ୍ଡର୍ ୱିଣ୍ଡୋ ବନ୍ଦ କରିଦେଇ ଡେସ୍କଟପ୍କୁ ଫେରିଆସନ୍ତୁ |
05:48 | ଦେଖନ୍ତୁ, ଡିଲିଟ୍ ହୋଇଥିବା ଫାଇଲ୍ଟି ଏବେ ପୁନରୁଦ୍ଧାର ହୋଇଯାଇଛି |
05:53 | ଆପଣଙ୍କ ସିଷ୍ଟମ୍ରୁ ଗୋଟିଏ ଫାଇଲ୍କୁ ସ୍ଥାୟୀ ଭାବେ ଡିଲିଟ୍ କରିବା ପାଇଁ, ପ୍ରଥମେ ତାହାକୁ ଚୟନ କରନ୍ତୁ ଏବଂ Shift+Delete କୀ ଦାବନ୍ତୁ |
06:01 | Are you sure you want to permanently delete Hello.txt? ପଚାରୁଥିବା ଗୋଟିଏ ଡାଇଲଗ୍ ବକ୍ସ ଦେଖାଦେବ.
Delete ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:12 | ପୁଣିଥରେ Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:15 | ସେହି ଫାଇଲ୍ଟି ଆମ ସିଷ୍ଟମ୍ରୁ ସ୍ଥାୟୀ ଭାବେ ଡିଲିଟ୍ ହୋଇଯାଇଥିବାରୁ, ତାହା ଆମକୁ Trash ଫୋଲ୍ଡର୍ରେ ମିଳିବ ନାହିଁ |
06:23 | ଡେସ୍କଟପ୍ରେ ଆପଣ ଗୋଟିଏ ଥିମ୍ ଦେଖି ଦେଖି ବୋର୍ ହୋଇଯାଉନାହାନ୍ତି?
ଚାଲନ୍ତୁ ତାହାକୁ ବଦଳାଇବା |
06:28 | "ଲଞ୍ଚର୍”କୁ ଯାଆନ୍ତୁ, ସିଷ୍ଟମ୍ ସେଟିଙ୍ଗ୍ ଚୟନ କରନ୍ତୁ
ଏବଂ ତାହାପରେ Appearance ଉପରେ କ୍ଲିକ୍ କରନ୍ତୁ |
06:35 | Appearance ୱିଣ୍ଡୋ ଖୋଲିବ |
06:38 | ଏଠାରେ ଥିବା Themes ଟାବ୍ରେ ଅନେକ ପ୍ରି-ଇନଷ୍ଟଲ୍ଡ ଥିମ୍ସ ଅଛି |
06:44 | ନିଜ ପସନ୍ଦ ଅନୁସାରେ ଥିମ୍ ବାଛନ୍ତୁ |
06:47 | ଯେକୌଣସି ଥିମ୍ ଉପରେ କ୍ଲିକ୍ କରିବା କ୍ଷଣି, ଡେସ୍କଟପ୍ରେ ତାହା ଲାଗୁ ହୋଇଯିବାର ଆପଣ ଦେଖିବାକୁ ପାଇବେ |
06:54 | ୱିଣ୍ଡୋକୁ ବନ୍ଦ କରିବା ପାଇଁ ଛୋଟ X ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:58 | ଏବେ ଆମେ, ଡେସ୍କଟପ୍ର ଉପର ଡାହାଣପଟ କୋଣରେ ଥିବା କେତେକ ଆଇକନ୍ ଦେଖିବା |
07:04 | ପ୍ରଥମଟି ହେଉଛି "ଇଣ୍ଟର୍ନେଟ୍ କନେକ୍ଟିଭିଟୀ |
07:07 | ଯଦି କୌଣସି LAN କିମ୍ୱା WIFI ନେଟୱର୍କ ସହିତ ଆପଣ ଯୋଡ଼ି ହୋଇଥିବେ, ତେବେ ହିଁ କନେକ୍ସନ୍ ସ୍ଥାପନ ହେବ |
07:13 | ସେଗୁଡ଼ିକୁ ଆପଣ ଏଠାରେ ଦେଖିପାରିବେ |
07:16 | ଆପଣଙ୍କର ଯେଉଁ ନେଟୱର୍କ ପ୍ରତି ଆକ୍ସେସ୍ ଅଛି, ତାହାର ଚୟନ କରିପାରିବେ |
07:20 | ନେଟୱର୍କକୁ ଏନାବଲ୍ କିମ୍ୱା ଡିଜାବଲ୍ କରିବା ପାଇଁ, Enable Networking ଅପ୍ସନ୍କୁ ଚେକ୍ କିମ୍ୱା ଅନଚେକ୍ କରନ୍ତୁ |
07:27 | Edit Connections ଅପ୍ସନ୍ ବ୍ୟବହାର କରି ଆମେ ନେଟୱର୍କଗୁଡ଼ିକୁ ଏଡିଟ୍ ମଧ୍ୟ କରିପାରିବା |
07:32 | ପରବର୍ତ୍ତୀ ଆଇକନ୍ ହେଉଛି "ସାଉଣ୍ଡ୍” |
07:35 | ଆପଣ ଏଠାରେ ଗୋଟିଏ ସ୍ଲାଇଡର୍ ଦେଖିପାରିବେ |
07:37 | ଏହା ଆମକୁ, ଆମ ପସନ୍ଦ ଅନୁସାରେ, ଅଡିଓ ଲେଭଲ୍କୁ ବଢ଼ାଇବା କିମ୍ୱା କମାଇବାରେ ସାହାଯ୍ୟ କରିଥାଏ |
07:43 | Sound Setting ଉପରେ କ୍ଲିକ୍ କରି ଆମେ ଆମ ସିଷ୍ଟମ୍ର ସାଉଣ୍ଡ୍ ଲେଭଲ୍ ମଧ୍ୟ ଆଡଜଷ୍ଟ କରିପାରିବା.
ଆପଣ ନିଜେ ଏହି ୱିଣ୍ଡୋରେ ସେଟିଙ୍ଗ୍ସ ଏକ୍ସପ୍ଲୋର୍ କରନ୍ତୁ |
07:53 | ପରବର୍ତ୍ତୀ ଆଇକନ୍ ହେଉଛି Time & Date.
ଆମେ ଏହି ଆଇକନ୍ ଉପରେ କ୍ଲିକ୍ କଲେ କ୍ୟାଲେଣ୍ଡର୍ ଖୋଲିବ |
08:00 | ଆମେ, ସାମ୍ପ୍ରତିକ ତାରିଖ, ମାସ ଓ ବର୍ଷ ଦେଖିପାରୁଛେ |
08:04 | ଆରୋ ବଟନ୍ ସାହାଯ୍ୟରେ ଆମେ ନିଜ ପସନ୍ଦ ଅନୁସାରେ ମାସ ଓ ବର୍ଷକୁ ଯାଇପାରିବା |
08:11 | Time & Date Settings ଉପରେ କ୍ଲିକ୍ କରି ଆମେ ସମୟ ଓ ତାରିଖକୁ ଏଡିଟ୍ କରିପାରିବା |
08:16 | ଏହି ଅପ୍ସନ୍ ବିଷୟରେ ଆପଣ ନିଜେ ଏକ୍ସପ୍ଲୋର୍ କରନ୍ତୁ |
08:20 | ଏହାପରେ, Wheel ବା Power ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:24 | ଏଠାରେ ଆମେ, Log Out ଓ Shut Down ଅପ୍ସନ୍ସ ସମେତ କିଛି ଶର୍ଟକଟ୍ ଅପ୍ସନ୍ ଦେଖିପାରିବା |
08:31 | ଆମ ସିଷ୍ଟମ୍ରେ ଥିବା ସମସ୍ତ ୟୁଜର୍ ଆକାଉଣ୍ଟକୁ ମଧ୍ୟ ଆମେ ଦେଖିପାରିବା |
08:36 | ଗୋଟିଏ ନିର୍ଦ୍ଦିଷ୍ଟ ୟୁଜର୍ ଉପରେ କ୍ଲିକ୍ କରି ଆମେ, ଯେକୌଣସି ୟୁଜର୍ ଆକାଉଣ୍ଟକୁ ଚାହିଁବା, ଯାଇପାରିବା |
08:43 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ |
08:48 | ଏହି ଟ୍ୟୁଟୋରିଆଲରେ ଆମେ "ଲଞ୍ଚର୍” ଓ "ଲଞ୍ଚର୍"ରେ କିପରି ଆପ୍ଲିକେଶନ୍ ଯୋଡ଼ାଯାଏ ଓ କଢ଼ାଯାଏ, |
08:55 | ଏକାଧିକ ଡେସ୍କଟପ୍ ବ୍ୟବହାର କରିବା,
ଡେସ୍କଟପ୍ ଥିମ୍ ବଦଳାଇବା |
09:01 | ଇଣ୍ଟର୍ନେଟ୍ କନେକ୍ଟିଭିଟୀ,
ସାଉଣ୍ଡ୍ ସେଟିଙ୍ଗ୍, |
09:04 | ସମୟ ଓ ତାରିଖ ସେଟିଙ୍ଗ୍ ତଥା ଅନ୍ୟ ୟୁଜର୍ ଆକାଉଣ୍ଟକୁ ଯିବା ବିଷୟରେ ଶିଖିଲେ |
09:10 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. |
09:27 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:30 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ. |
09:35 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. |
09:41 | ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ |
09:45 | ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
09:57 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |