Linux/C2/Desktop-Customization-16.04/Oriya

From Script | Spoken-Tutorial
Jump to: navigation, search
Time Narration
00:01 Ubuntu Linux 16.04 Osରେ ଥିବା "ଡେସ୍କଟପ୍ କଷ୍ଟମାଇଜେଶନ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:11 ଏହି ଟ୍ୟୁଟୋରିଆଲରେ ଆମେ "ଲଞ୍ଚର୍” ଓ "ଲଞ୍ଚର୍"ରେ କିପରି ଆପ୍ଲିକେଶନ୍

ଯୋଡ଼ାଯାଏ ଓ କଢ଼ାଯାଏ,

00:21 ଏକାଧିକ ଡେସ୍କଟପ୍ ବ୍ୟବହାର କରିବା,

ଡେସ୍କଟପ୍‌ର ଥିମ୍ ବଦଳାଇବା,

00:27 ଇଣ୍ଟର୍ନେଟ୍ କନେକ୍ଟିଭିଟୀ, ସାଉଣ୍ଡ୍ ସେଟିଙ୍ଗ୍
00:32 ସମୟ ଓ ତାରିଖ ସେଟିଙ୍ଗ୍ ତଥା ଅନ୍ୟ ୟୁଜର୍ ଆକାଉଣ୍ଟକୁ ଯିବା ବିଷୟରେ ଶିଖିବା
00:39 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି
00:46 ଚାଲନ୍ତୁ "ଲଞ୍ଚର୍"ରୁ ଆରମ୍ଭ କରିବା
00:49 Ubuntu Linux ଡେସ୍କଟପ୍‌ରେ "ଲଞ୍ଚର୍” ହେଉଛି ଡିଫଲ୍ଟ ବାମପଟ "ପେନଲ୍”,

ଯେଉଁଥିରେ କେତେକ ଡିଫଲ୍ଟ ଆପ୍ଲିକେଶନ୍ ଅଛି

00:59 ବାରମ୍ୱାର ବ୍ୟବହାର କରାଯାଉଥିବା ଆପ୍ଲିକେଶନ୍‌ଗୁଡ଼ିକୁ "ଲଞ୍ଚର୍” ମାଧ୍ୟମରେ ସହଜରେ ଆକ୍ସେସ୍ କରାଯାଇପାରେ
01:05 ତେଣୁ, "ଲଞ୍ଚର୍"ରେ ଥିବା ଗୋଟିଏ ପ୍ରୋଗ୍ରାମ୍ ର ଡେସ୍କଟପ୍ ଶର୍ଟକଟ୍ ଉପରେ କ୍ଲିକ୍ କରି ଆମେ ତାହାକୁ ଆରମ୍ଭ କରିପାରିବା
01:12 ଡିଫଲ୍ଟ ଭାବରେ, "ଲଞ୍ଚର୍"ରେ କିଛି ଆପ୍ଲିକେଶନ୍ ଥାଏ
01:17 ଆମ ଆବଶ୍ୟକତା ଅନୁସାରେ "ଲଞ୍ଚର୍"କୁ କଷ୍ଟମାଇଜ୍ କରିବା ବିଷୟରେ ଚାଲନ୍ତୁ ଶିଖିବା
01:22 ମୋର ନିୟମିତ କାମ ପାଇଁ ମୋତେ, Terminal, LibreOffice Writer, Gedit ଆଦି ଭଳି ଆପ୍ଲିକେଶନ୍ସ ଦରକାର
01:34 ଏହି ଆପ୍ଲିକେଶନ୍‌ଗୁଡ଼ିକୁ "ଲଞ୍ଚର୍"ରେ ଯୋଡ଼ିଦେବା
01:38 ତାହା କରିବା ପୂର୍ବରୁ, ମୋର ଆବଶ୍ୟକ ନଥିବା କେତେକ ଆପ୍ଲିକେଶନ୍‌କୁ ମୁଁ କାଢ଼ିଦେବି
01:44 ମନେକରନ୍ତୁ, ମୁଁ "ଲଞ୍ଚର୍"ରୁ Amazon ଆପ୍ଲିକେଶନ୍ କାଢ଼ିବାକୁ ଚାହୁଁଛି
01:49 Amazon ଆପ୍ଲିକେଶନ୍ ଆଇକନ୍‌କୁ ଯାଆନ୍ତୁ, ତା’ପରେ ରାଇଟ୍ କ୍କ୍ଲିକ୍ କରି Unlock From Launcher ଚୟନ କରନ୍ତୁ
01:58 ଦେଖନ୍ତୁ, "ଲଞ୍ଚର୍"ରୁ Amazon ଆପ୍ଲିକେଶନ୍ ଆଇକନ୍ ବାହାରିଗଲା
02:04 ସମାନ ଭାବରେ, ଆମେ ବାରମ୍ୱାର ବ୍ୟବହାର କରୁନଥିବା ସମସ୍ତ ଶର୍ଟକଟ୍‌କୁ କାଢ଼ିଦେଇପାରିବା
02:11 ଏଠାରେ ଦେଖନ୍ତୁ, ମୁଁ "ଲଞ୍ଚର୍"ରୁ କେତେକ ଆପ୍ଲିକେଶନ୍‌କୁ କାଢ଼ିଦେଇଛି
02:17 ଏବେ ମୁଁ, Terminal ଶର୍ଟକଟ୍ କୁ "ଲଞ୍ଚର୍"ରେ ଯୋଡ଼ିବି
02:22 "ଲଞ୍ଚର୍” ଉପରେ ଥିବା Dash Home ଉପରେ କ୍ଲିକ୍ କରନ୍ତୁ
02:26 ସର୍ଚ୍ଚ ବାର୍‌ରେ Terminal ଟାଇପ୍ କରନ୍ତୁ.

ଏହାକୁ ଖୋଲିବା ପାଇଁ Terminal ଆଇକନ୍ ଉପରେ କ୍ଲିକ୍ କରନ୍ତୁ

02:34 "ଲଞ୍ଚର୍"ରେ ଆପଣ Terminal ଆଇକନ୍ ଦେଖିପାରିବେ
02:38 “ଲଞ୍ଚର୍”ରେ Terminal ଆଇକନ୍‌କୁ ଫିକ୍ସ କରିବା ପାଇଁ, ପ୍ରଥମେ ତାହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ,

ତା’ପରେ Lock to Launcher ଚୟନ କରନ୍ତୁ

02:47 "ଡ୍ରାଗ୍ ଓ ଡ୍ରପ୍” ହେଉଛି "ଲଞ୍ଚର୍"ରେ ଆପ୍ଲିକେଶନ୍ ଶର୍ଟକଟ୍ ଫିକ୍ସ କରିବାର ଅନ୍ୟଏକ ମାର୍ଗ.

ମୁଁ ଏହାକୁ ଏବେ ଦେଖାଇବି

02:57 Dash Home ଖୋଲନ୍ତୁ ଏବଂ ସର୍ଚ୍ଚ ବାର୍‌ରେ Gedit ଟାଇପ୍ କରନ୍ତୁ
03:03 Gedit ଆଇକନ୍‌କୁ "ଲଞ୍ଚର୍”କୁ ଡ୍ରାଗ୍ କରି ଆଣନ୍ତୁ
03:07 ଏବେ, "ଲଞ୍ଚର୍"ରେ Gedit ଆଇକନ୍‌କୁ ଡ୍ରପ୍ କରିଦିଅନ୍ତୁ.

ଦେଖନ୍ତୁ, "ଲଞ୍ଚର୍"ରେ ଏବେ Gedit ଶର୍ଟକଟ୍ ଯୋଡ଼ି ହୋଇଗଲା

03:16 ଏହିପରି ଭାବେ ଆମେ "ଲଞ୍ଚର୍"ରେ ଶର୍ଟକଟ୍ ଯୋଡ଼ିପାରିବା
03:21 Ubuntu Linux Osରେ ପରବର୍ତ୍ତୀ ମହତ୍ତ୍ୱପୂର୍ଣ୍ଣ ଫିଚର୍ ହେଉଛି “ଏକାଧିକ ୱର୍କସ୍ପେସ୍” ବା "ଡେସ୍କଟପ୍”
03:28 ବେଳେବେଳେ ଆମେ ଏକାଧିକ ଆପ୍ଲିକେଶନ୍ ଉପରେ କାମ କରୁଥାଇପାରେ
03:33 ଏବଂ ଗୋଟିଏ ଆପ୍ଲିକେଶନ୍‌ରୁ ଅନ୍ୟ ଗୋଟିକୁ ଯିବା ଆମକୁ କଷ୍ଟକର ଲାଗିପାରେ
03:38 ଏହାକୁ ସୁଗମ କରିବା ପାଇଁ ଆମେ, Workspace Switcher ବ୍ୟବହାର କରିପାରିବା
03:42 ଡେସ୍କଟପ୍‌କୁ ଫେରିଆସନ୍ତୁ
03:45 Ubuntu 16.04ରେ, ଡିଫଲ୍ଟ ଭାବେ Multiple Workspaces ଦେଖାଦିଏ ନାହିଁ
03:51 ତାହାକୁ ଏନାବଲ୍ କରିବା ପାଇଁ “System Settings” ଉପରେ

ଏବଂ ତାହାପରେ "Appearance” କ୍ଲିକ୍ କରନ୍ତୁ

03:58 Appearance ୱିଣ୍ଡୋରେ, Behavior ଟାବ୍ ଉପରେ କ୍ଲିକ୍ କରନ୍ତୁ
04:02 ଏଠାରେ, Enable Workspaces ଅପ୍ସନ୍ ଚୟନ କରନ୍ତୁ.

ଏହା,"ଲଞ୍ଚର୍”ରେ Multiple Workspaces ଆଇକନ୍‌କୁ ଏନାବଲ୍ କରିଦେବ

04:11 ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ
04:13 "ଲଞ୍ଚର୍"ରେ Workspace Switcher ଆଇକନ୍‌କୁ ଠାବ କରି ତାହା ଉପରେ କ୍ଲିକ୍ କରନ୍ତୁ
04:19 ଏହା, 4ଟି ଡେସ୍କଟପ୍ ସହିତ 4ଟି ବର୍ଗକ୍ଷେତ୍ର ଦେଖାଇବ
04:24 ଡିଫଲ୍ଟ ଭାବରେ, ଉପର ବାମପଟ ଡେସ୍କଟପ୍ ଚୟନିତ ଥାଏ
04:29 ସେହି ଡେସ୍କଟପ୍‌ରେ ଆମେ ବର୍ତ୍ତମାନ କାମ କରୁଛେ
04:34 ଏବେ ଆମେ, ଦ୍ୱିତୀୟ ଡେସ୍କଟପ୍ ଉପରେ ଡବଲ୍ କ୍ଲିକ୍ କରି ତାହାକୁ ଚୟନ କରିବା
04:39 "ଲଞ୍ଚର୍"ରେ ଥିବା Terminal ଆଇକନ୍ ଉପରେ କ୍ଲିକ୍ କରି ମୁଁ ଏଠାରେ Terminal ଖୋଲିବି
04:45 ଏବେ, ପୁଣିଥରେ Workspace Switcher ଉପରେ କ୍ଲିକ୍ କରନ୍ତୁ
04:49 ଦ୍ୱିତୀୟ Workspaceରେ ଟର୍ମିନଲ୍ ଏବଂ ପ୍ରଥମରେ ଆମର ଡେସ୍କଟପ୍ ଥିବାର ଆପଣ ଦେଖିପାରିବେ
04:55 ଏହିଭଳି ଆପଣ ଏକାଧିକ ଡେସ୍କଟପ୍ ଉପରେ କାମ କରିପାରିବେ
04:59 ଏବେ ଚାଲନ୍ତୁ ପ୍ରଥମ ଡେସ୍କଟପ୍‌କୁ ଫେରିଯିବା
05:03 "ଲଞ୍ଚର୍"ରେ ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଆଇକନ୍ ହେଉଛି Trash
05:07 Trashରେ ଡିଲିଟ୍ କରାଯାଇଥିବା ସମସ୍ତ ଫାଇଲ୍ ଓ ଫୋଲ୍ଡର୍ ଥାଏ.

ଯଦି ଦୁର୍ଘଟଣାବଶତଃ ଆମେ କୌଣସି ଫାଇଲ୍‌କୁ ଡିଲିଟ୍ କରିଦିଏ, ତେବେ ତାହାକୁ ଆମେ Trashରୁ ପୁନରୁଦ୍ଧାର କରିପାରିବା

05:17 ଏହାକୁ ଦେଖାଇବା ପାଇଁ ମୁଁ, ମୋ ଡେସ୍କଟପ୍‌ରେ ଥିବା Hello.txt କୁ ଡିଲିଟ୍ କରିବି
05:23 ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ Move to Trash ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
05:29 ଏହାକୁ ପୁନରୁଦ୍ଧାର କରିବା ପାଇଁ, "ଲଞ୍ଚର୍"ରୁ Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ.

Trash ଫୋଲ୍ଡର୍ ଖୋଲିବ

05:37 ଫାଇଲ୍ ଚୟନ କରନ୍ତୁ, ତାହା ଉପରେ ରାଇଟ୍ କ୍ଲିକ୍ କରି Restore ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
05:43 Trash ଫୋଲ୍ଡର୍ ୱିଣ୍ଡୋ ବନ୍ଦ କରିଦେଇ ଡେସ୍କଟପ୍‌କୁ ଫେରିଆସନ୍ତୁ
05:48 ଦେଖନ୍ତୁ, ଡିଲିଟ୍ ହୋଇଥିବା ଫାଇଲ୍‌ଟି ଏବେ ପୁନରୁଦ୍ଧାର ହୋଇଯାଇଛି
05:53 ଆପଣଙ୍କ ସିଷ୍ଟମ୍‌ରୁ ଗୋଟିଏ ଫାଇଲ୍‌କୁ ସ୍ଥାୟୀ ଭାବେ ଡିଲିଟ୍ କରିବା ପାଇଁ, ପ୍ରଥମେ ତାହାକୁ ଚୟନ କରନ୍ତୁ ଏବଂ Shift+Delete କୀ ଦାବନ୍ତୁ
06:01 Are you sure you want to permanently delete Hello.txt? ପଚାରୁଥିବା ଗୋଟିଏ ଡାଇଲଗ୍ ବକ୍ସ ଦେଖାଦେବ.

Delete ବଟନ୍ ଉପରେ କ୍ଲିକ୍ କରନ୍ତୁ

06:12 ପୁଣିଥରେ Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:15 ସେହି ଫାଇଲ୍‌ଟି ଆମ ସିଷ୍ଟମ୍‌ରୁ ସ୍ଥାୟୀ ଭାବେ ଡିଲିଟ୍ ହୋଇଯାଇଥିବାରୁ, ତାହା ଆମକୁ Trash ଫୋଲ୍ଡର୍‌ରେ ମିଳିବ ନାହିଁ
06:23 ଡେସ୍କଟପ୍‌ରେ ଆପଣ ଗୋଟିଏ ଥିମ୍ ଦେଖି ଦେଖି ବୋର୍ ହୋଇଯାଉନାହାନ୍ତି?

ଚାଲନ୍ତୁ ତାହାକୁ ବଦଳାଇବା

06:28 "ଲଞ୍ଚର୍”କୁ ଯାଆନ୍ତୁ, ସିଷ୍ଟମ୍ ସେଟିଙ୍ଗ୍ ଚୟନ କରନ୍ତୁ

ଏବଂ ତାହାପରେ Appearance ଉପରେ କ୍ଲିକ୍ କରନ୍ତୁ

06:35 Appearance ୱିଣ୍ଡୋ ଖୋଲିବ
06:38 ଏଠାରେ ଥିବା Themes ଟାବ୍‌ରେ ଅନେକ ପ୍ରି-ଇନଷ୍ଟଲ୍ଡ ଥିମ୍ସ ଅଛି
06:44 ନିଜ ପସନ୍ଦ ଅନୁସାରେ ଥିମ୍ ବାଛନ୍ତୁ
06:47 ଯେକୌଣସି ଥିମ୍ ଉପରେ କ୍ଲିକ୍ କରିବା କ୍ଷଣି, ଡେସ୍କଟପ୍‌ରେ ତାହା ଲାଗୁ ହୋଇଯିବାର ଆପଣ ଦେଖିବାକୁ ପାଇବେ
06:54 ୱିଣ୍ଡୋକୁ ବନ୍ଦ କରିବା ପାଇଁ ଛୋଟ X ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:58 ଏବେ ଆମେ, ଡେସ୍କଟପ୍‌ର ଉପର ଡାହାଣପଟ କୋଣରେ ଥିବା କେତେକ ଆଇକନ୍ ଦେଖିବା
07:04 ପ୍ରଥମଟି ହେଉଛି "ଇଣ୍ଟର୍ନେଟ୍ କନେକ୍ଟିଭିଟୀ
07:07 ଯଦି କୌଣସି LAN କିମ୍ୱା WIFI ନେଟୱର୍କ ସହିତ ଆପଣ ଯୋଡ଼ି ହୋଇଥିବେ, ତେବେ ହିଁ କନେକ୍ସନ୍ ସ୍ଥାପନ ହେବ
07:13 ସେଗୁଡ଼ିକୁ ଆପଣ ଏଠାରେ ଦେଖିପାରିବେ
07:16 ଆପଣଙ୍କର ଯେଉଁ ନେଟୱର୍କ ପ୍ରତି ଆକ୍ସେସ୍ ଅଛି, ତାହାର ଚୟନ କରିପାରିବେ
07:20 ନେଟୱର୍କକୁ ଏନାବଲ୍ କିମ୍ୱା ଡିଜାବଲ୍ କରିବା ପାଇଁ, Enable Networking ଅପ୍ସନ୍‌କୁ ଚେକ୍ କିମ୍ୱା ଅନଚେକ୍ କରନ୍ତୁ
07:27 Edit Connections ଅପ୍ସନ୍ ବ୍ୟବହାର କରି ଆମେ ନେଟୱର୍କଗୁଡ଼ିକୁ ଏଡିଟ୍ ମଧ୍ୟ କରିପାରିବା
07:32 ପରବର୍ତ୍ତୀ ଆଇକନ୍ ହେଉଛି "ସାଉଣ୍ଡ୍”
07:35 ଆପଣ ଏଠାରେ ଗୋଟିଏ ସ୍ଲାଇଡର୍ ଦେଖିପାରିବେ
07:37 ଏହା ଆମକୁ, ଆମ ପସନ୍ଦ ଅନୁସାରେ, ଅଡିଓ ଲେଭଲ୍‌କୁ ବଢ଼ାଇବା କିମ୍ୱା କମାଇବାରେ ସାହାଯ୍ୟ କରିଥାଏ
07:43 Sound Setting ଉପରେ କ୍ଲିକ୍ କରି ଆମେ ଆମ ସିଷ୍ଟମ୍‌ର ସାଉଣ୍ଡ୍ ଲେଭଲ୍ ମଧ୍ୟ ଆଡଜଷ୍ଟ କରିପାରିବା.

ଆପଣ ନିଜେ ଏହି ୱିଣ୍ଡୋରେ ସେଟିଙ୍ଗ୍ସ ଏକ୍ସପ୍ଲୋର୍ କରନ୍ତୁ

07:53 ପରବର୍ତ୍ତୀ ଆଇକନ୍ ହେଉଛି Time & Date.

ଆମେ ଏହି ଆଇକନ୍ ଉପରେ କ୍ଲିକ୍ କଲେ କ୍ୟାଲେଣ୍ଡର୍ ଖୋଲିବ

08:00 ଆମେ, ସାମ୍ପ୍ରତିକ ତାରିଖ, ମାସ ଓ ବର୍ଷ ଦେଖିପାରୁଛେ
08:04 ଆରୋ ବଟନ୍ ସାହାଯ୍ୟରେ ଆମେ ନିଜ ପସନ୍ଦ ଅନୁସାରେ ମାସ ଓ ବର୍ଷକୁ ଯାଇପାରିବା
08:11 Time & Date Settings ଉପରେ କ୍ଲିକ୍ କରି ଆମେ ସମୟ ଓ ତାରିଖକୁ ଏଡିଟ୍ କରିପାରିବା
08:16 ଏହି ଅପ୍ସନ୍ ବିଷୟରେ ଆପଣ ନିଜେ ଏକ୍ସପ୍ଲୋର୍ କରନ୍ତୁ
08:20 ଏହାପରେ, Wheel ବା Power ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:24 ଏଠାରେ ଆମେ, Log Out ଓ Shut Down ଅପ୍ସନ୍ସ ସମେତ କିଛି ଶର୍ଟକଟ୍ ଅପ୍ସନ୍ ଦେଖିପାରିବା
08:31 ଆମ ସିଷ୍ଟମ୍‌ରେ ଥିବା ସମସ୍ତ ୟୁଜର୍ ଆକାଉଣ୍ଟକୁ ମଧ୍ୟ ଆମେ ଦେଖିପାରିବା
08:36 ଗୋଟିଏ ନିର୍ଦ୍ଦିଷ୍ଟ ୟୁଜର୍ ଉପରେ କ୍ଲିକ୍ କରି ଆମେ, ଯେକୌଣସି ୟୁଜର୍ ଆକାଉଣ୍ଟକୁ ଚାହିଁବା, ଯାଇପାରିବା
08:43 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ସଂକ୍ଷିପ୍ତରେ

08:48 ଏହି ଟ୍ୟୁଟୋରିଆଲରେ ଆମେ "ଲଞ୍ଚର୍” ଓ "ଲଞ୍ଚର୍"ରେ କିପରି ଆପ୍ଲିକେଶନ୍ ଯୋଡ଼ାଯାଏ ଓ କଢ଼ାଯାଏ,
08:55 ଏକାଧିକ ଡେସ୍କଟପ୍ ବ୍ୟବହାର କରିବା,

ଡେସ୍କଟପ୍ ଥିମ୍ ବଦଳାଇବା

09:01 ଇଣ୍ଟର୍ନେଟ୍ କନେକ୍ଟିଭିଟୀ,

ସାଉଣ୍ଡ୍ ସେଟିଙ୍ଗ୍,

09:04 ସମୟ ଓ ତାରିଖ ସେଟିଙ୍ଗ୍ ତଥା ଅନ୍ୟ ୟୁଜର୍ ଆକାଉଣ୍ଟକୁ ଯିବା ବିଷୟରେ ଶିଖିଲେ
09:10 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

09:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଏବଂ ପ୍ରମାଣପତ୍ର ଦିଅନ୍ତି.

09:27 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:30 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‌କୁ ଯାଆନ୍ତୁ.

09:35 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ.

09:41 ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ
09:45 ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

09:57 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep