Linux/C2/Ubuntu-Desktop-16.04/Oriya
Time | Narration |
00:01 | ବନ୍ଧୁଗଣ, Ubuntu Linux ଡେସ୍କଟପ୍ 16.04 ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲ୍ରେ ଆମେ Gnome ପରିବେଶରେ Ubuntu Linux ଡେସ୍କଟପ୍ |
00:17 | ଏବଂ Ubuntu ଡେସ୍କଟପ୍ ଉପରେ ଥିବା କେତେକ ସାଧାରଣ ଆପ୍ଲିକେଶନ୍ ବିଷୟରେ ଶିଖିବା |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି |
00:29 | Ubuntu ଡେସ୍କଟପ୍ ଏହିଭଳି ଦେଖାଯାଏ |
00:33 | ସ୍କ୍ରୀନ୍ର ବାମପଟେ ଆପଣ "ଲଞ୍ଚର୍” ଦେଖିବାକୁ ପାଇବେ |
00:37 | "ଲଞ୍ଚର୍"କୁ ଆମେ କିପରି ଲୁଚାଇପାରିବା? |
00:40 | ଏହା କରିବା ପାଇଁ, ବାମପଟେ ଥିବା "ଲଞ୍ଚର୍"କୁ ଯାଆନ୍ତୁ.
System Settings ଆଇକନ୍'’ ଉପରେ କିକ୍ କରନ୍ତୁ |
00:47 | System Settings ୱିଣ୍ଡୋରେ ଥିବା Appearance ଉପରେ କ୍ଲିକ୍ କରନ୍ତୁ |
00:51 | Appearance ୱିଣ୍ଡୋରେ, Behavior ଟାବ୍ ଉପରେ କ୍ଲିକ୍ କରନ୍ତୁ |
00:56 | ଏଠାରେ, Auto-Hide the Launcherକୁ ON ପୋଜିଶନ୍କୁ ସ୍ୱିଚ୍ କରନ୍ତୁ |
01:01 | ଏବେ, "ଲଞ୍ଚର୍"ଟି ଲୁଚିଯିବ |
01:04 | ଏଠାରେ ଦେଖାଯାଉଥିବା ଭଳି ଯଦି "ଲଞ୍ଚର୍"ଟି ଲୁଚିଯାଇଥାଏ, ତେବେ ତାହାକୁ ଆମେ ପୁଣିଥରେ ଦୃଶ୍ୟମାନ କରାଇପାରିବା |
01:10 | ଏହା କରିବା ପାଇଁ, କର୍ସର୍କୁ ସ୍କ୍ରୀନ୍ର ପୂରା ବାମପଟକୁ ନେଇଯାଆନ୍ତୁ |
01:15 | "ଲଞ୍ଚର୍” ପୁଣିଥରେ ଦେଖାଦେବ |
01:18 | କର୍ସର୍କୁ ଦୂରେଇନିଅନ୍ତୁ, "ଲଞ୍ଚର୍” ପୁଣିଥରେ ଲୁଚିଯିବ |
01:23 | Appearance ୱିଣ୍ଡୋକୁ ଫେରିଆସନ୍ତୁ ଏବଂ Auto-hide the Launcherକୁ OFF ପୋଜିଶନ୍କୁ ନେଇଆସନ୍ତୁ |
01:30 | ଏହି ୱିଣ୍ଡୋର ଉପର ବାମପଟ କୋଣରେ ଥିବା ଛୋଟ X ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ବନ୍ଦ କରିଦିଅନ୍ତୁ |
01:37 | ଧ୍ୟାନ ଦିଅନ୍ତୁ, ଡିଫଲ୍ଟ ଭାବରେ Launcherରେ କିଛି ଆଇକନ୍ ଅଛି |
01:42 | Launcherର ଉପରେ ଆପଣ Dash Home ଆଇକନ୍ ଦେଖିପାରିବେ |
01:47 | Dash Home ହେଉଛି ଏକ ଇଣ୍ଟର୍ଫେସ୍, ଯାହା ଗୋଟିଏ ସ୍କ୍ରୀନ୍ ମଧ୍ୟରେ Ubuntu Linuxରେ ସମସ୍ତ ଆପ୍ଲିକେଶନ୍କୁ ଆକ୍ସେସ୍ ଦେଇଥାଏ |
01:55 | Dash Home ଖୋଲିବାକୁ, ତାହା ଉପରେ କ୍ଲିକ୍ କରନ୍ତୁ |
01:59 | ଉପରେ ଆପଣ ପ୍ରମୁଖ ଭାବରେ Search Bar ଫିଲ୍ଡ ଦେଖିପାରିବେ |
02:04 | ଏବେ, ଆମେ କିପରି ଭାବେ ଏକ ନିର୍ଦ୍ଦିଷ୍ଟ ଆପ୍ଲିକେଶନ୍କୁ ଠାବ କରିପାରିବା? ଆପଣ ଯେଉଁ ଆପ୍ଲିକେଶନ୍କୁ ଖୋଜୁଛନ୍ତି, ତାହାର ନାମ ଟାଇପ୍ କରନ୍ତୁ ଏବଂ ତାହା ଆପଣଙ୍କୁ ତୁରନ୍ତ ମିଳିଯିବ.
ଏହା ସେତେ ସରଳ! |
02:16 | ଚାଲନ୍ତୁ Calculator ଆପ୍ଲିକେଶନ୍କୁ ଖୋଜି ଦେଖିବା |
02:20 | Search Bar ଫିଲ୍ଡରେ C a l c ଟାଇପ୍ କରନ୍ତୁ |
02:26 | ସମସ୍ତ ଆପ୍ଲିକେଶନ୍, ଯେଉଁଗୁଡ଼ିକ ନାମରେ c a l c ଥିବ, ସୂଚୀବଦ୍ଧ ହୋଇଯିବ |
02:32 | ଏଠାରେ ଦେଖନ୍ତୁ LibreOffice Calc ଓ Calculator ଉଭୟ ସୂଚୀବଦ୍ଧ ହୋଇଛି |
02:37 | Calculator ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
Calculator ଆପ୍ଲିକେଶନ୍ ଏବେ ସ୍କ୍ରୀନ୍ ଉପରେ ଖୋଲିଲା |
02:45 | ଅଙ୍କଗଣିତ, ବୈଜ୍ଞାନିକ କିମ୍ୱା ଆର୍ଥିକ ଗଣନା କରିବାରେ Calculator ସାହାଯ୍ୟ କରିଥାଏ |
02:52 | ଚାଲନ୍ତୁ କିଛି ସରଳ ଗଣନା କରି ଦେଖିବା |
02:55 | 5 ଆଷ୍ଟେରିକ୍ସ 8 ଟାଇପ୍ କରି Equal To ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
03:02 | Equal To ଚିହ୍ନ ଉପରେ କ୍ଲିକ୍ କରିବା ବଦଳରେ ଆପଣ କୀ’ବୋର୍ଡରେ ଥିବା Enter କୀ’ ମଧ୍ୟ ଦାବିପାରିବେ |
03:09 | Calculator ଉପରେ ଉତ୍ତର ପ୍ରଦର୍ଶିତ ହେଲା |
03:13 | ସେହିଭଳି ଭାବେ, Calculator ଆପ୍ଲିକେଶନ୍ ବ୍ୟବହାର କରି ଆମେ ସମସ୍ତ ପ୍ରକାରର ଗଣନା କରିପାରିବା |
03:20 | ଏହି ୱିଣ୍ଡୋର ଉପର ବାମପଟ କୋଣରେ ଥିବା ଛୋଟ X ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ବନ୍ଦ କରିଦିଅନ୍ତୁ |
03:28 | ଚାଲନ୍ତୁ, Ubuntu Linux Osରେ ଥିବା ଅନ୍ୟ କେତେକ ମହତ୍ତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହ ପରିଚିତ ହେବା |
03:34 | ସେଥିପାଇଁ ଆମେ, Dash Homeକୁ ଫେରିଯିବା |
03:38 | ସର୍ଚ୍ଚ ବାର୍ରେ Gedit ଟାଇପ୍ କରନ୍ତୁ. Ubuntu Linux Osରେ Gedit ହେଉଛି ଡିଫଲ୍ଟ Text Editor |
03:48 | Text Editor ତଳେ ଦେଖାଦେଉଛି. ଖୋଲିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ |
03:55 | ଏବେ ଆପଣ ସ୍କ୍ରୀନ୍ ଉପରେ Gedit Text Editor ଦେଖିପାରୁଛନ୍ତି |
04:00 | ଚାଲନ୍ତୁ ଏଠାରେ କିଛି ଟେକ୍ସଟ୍ ଟାଇପ୍ କରିବା.
ଉଦାହରଣସ୍ୱରୂପ, Hello World ଟାଇପ୍ କରନ୍ତୁ |
04:07 | ଫାଇଲ୍କୁ ସେଭ୍ କରିବା ପାଇଁ ଏକାସାଙ୍ଗରେ Ctrl ଓ S କୀ’ ଦାବନ୍ତୁ |
04:14 | ବିକଳ୍ପ ଭାବରେ ଆମେ, File ଉପରେ କ୍ଲିକ୍ କରି Save ଉପରେ କ୍ଲିକ୍ କରିପାରିବା |
04:20 | Save As ନାମକ ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ.
ଏହା, File Name ଓ କେଉଁଠାରେ ଫାଇଲ୍କୁ ସେଭ୍ କରିବାକୁ ଚାହୁଁଛ୍ଵନ୍ତି, ତାହା ପଚାରିବ |
04:31 | Hello.txt ଭାବରେ ନାମ ଟାଇପ୍ କରନ୍ତୁ |
04:36 | .txt ହେଉଛି Text File ପାଇଁ ଡିଫଲ୍ଟ ଏକ୍ସଟେନ୍ସନ୍ |
04:41 | ଆଉ ଲୋକେଶନ୍ ପାଇଁ, Desktop ଚୟନ କରନ୍ତୁ.
ଏବଂ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:49 | ଏହି ୱିଣ୍ଡୋର ଉପର ବାମପଟ କୋଣରେ ଥିବା ଛୋଟ X ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ବନ୍ଦ କରିଦିଅନ୍ତୁ |
04:57 | Desktop ଉପରେ ଆମେ Hello.txt ଫାଇଲ୍ ଦେଖିପାରିବା.
ଏହାର ଅର୍ଥ ହେଉଛି ଟେକ୍ସଟ୍ ଫାଇଲ୍ଟି ସଫଳତାପୂର୍ବକ ସେଭ୍ ହୋଇଗଲା |
05:05 | ଏହି ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରି ମୁଁ ଏହାକୁ ଖୋଲୁଛି |
05:09 | ଦେଖନ୍ତୁ, ଆମେ ଲେଖିଥିବା ଟେକ୍ସଟ୍ ସହିତ ଟେକ୍ସଟ୍ ଫାଇଲ୍ଟି ଖୋଲିଗଲା |
05:14 | Gedit Text Editor ଉପରେ ଅନେକ ସୂଚନା ଇଣ୍ଟର୍ନେଟ୍ରେ ମିଳିଯିବ |
05:19 | ଏହି ୱେବ୍ ସାଇଟ୍ରେ, ଏହି ବିଷୟ ଉପରେ କିଛି ସ୍ପୋକନ୍ ଟ୍ୟୁଟୋରିଆଲ୍ ମଧ୍ୟ ଉପଲବ୍ଧ ଅଛି |
05:25 | ଚାଲନ୍ତୁ, ଏହି Text Editorକୁ ବନ୍ଦ କରିଦେବା ଏବଂ Terminal ନାମକ ଅନ୍ୟଏକ ଆପ୍ଲିକେଶନ୍ ଦେଖିବା |
05:32 | ପୁଣିଥରେ Dash Homeକୁ ଫେରିଯିବା.
ଏବେ, ସର୍ଚ୍ଚ ବାର୍ ଫିଲ୍ଡରେ Terminal ଶବ୍ଦ ଟାଇପ୍ କରନ୍ତୁ |
05:41 | ତଳେ ଦେଖାଦେଉଥିବା Terminal ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:45 | ସ୍କ୍ରୀନ୍ ଉପରେ Terminal ୱିଣ୍ଡୋ ଖୋଲିବ.
ଦୟାକରି ଧ୍ୟାନ ଦିଅନ୍ତୁ: Terminal ଖୋଲିବାର ଶର୍ଟକଟ୍ କୀ’ ହେଉଛି Ctrl+Alt+T କୀ’ |
05:55 | Terminalକୁ Command Line ମଧ୍ୟ କୁହାଯାଏ.
ଏହାର କାରଣ ହେଉଛି, ଆପଣ ଏହିଠାରୁ କମ୍ପ୍ୟୁଟର୍କୁ ଆଦେଶ ଦେଇପାରିବେ |
06:02 | ବାସ୍ତବରେ ଏହା, GUIଠାରୁ ବହୁତ ଶକ୍ତିଶାଳୀ |
06:06 | ଚାଲନ୍ତୁ Terminal ୱିଣ୍ଡୋକୁ ଫେରିଯିବା |
06:09 | Terminalକୁ ଜାଣିବା ପାଇଁ ଆମେ ଚାଲନ୍ତୁ ଏକ ସରଳ Command ଟାଇପ୍ କରିବା.
ls ଟାଇପ୍ କରି Enter ଦାବନ୍ତୁ |
06:18 | ସାମ୍ପ୍ରତିକ Directoryରେ ଥିବା ସମସ୍ତ File ଓ Folderର ତାଲିକା ଆପଣ ଦେଖିପାରିବେ |
06:23 | ଏଠାରେ, Home Folderରେ ଥିବା Files ଓ Folders ଦେଖାଦେଉଛି |
06:28 | Home Folder କ’ଣ, ତାହା ଆମେ ଏହି ଟ୍ୟୁଟୋରିଆଲ୍ର ପରବର୍ତ୍ତୀ ସମୟରେ ଦେଖିବା |
06:33 | Terminal ଉପରେ ଆମେ ଏବେ ଆଉ ଅଧିକ ସମୟ ନଷ୍ଟ କରିବା ନାହିଁ |
06:37 | ଏହି ୱିଣ୍ଡୋର ଉପର ବାମପଟ କୋଣରେ ଥିବା ଛୋଟ X ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ବନ୍ଦ କରିଦିଅନ୍ତୁ |
06:43 | ଏହି ୱେବ୍ ସାଇଟ୍ରେ ଥିବା Linux ଟ୍ୟୁଟୋରିଆଲ୍ ରେ, Terminal କମାଣ୍ଡ ବିଷୟରେ ଭଲ ଭାବେ ବୁଝାଯାଇଛି |
06:49 | ଏବେ ଚାଲନ୍ତୁ, Firefox ୱେବ୍ ବ୍ରାଉଜର୍ ଆପ୍ଲିକେଶନ୍କୁ ଯିବା |
06:55 | ପୁଣିଥରେ Dash Home ଖୋଲନ୍ତୁ. ସର୍ଚ୍ଚ ବାର୍ରେ Firefox ଟାଇପ୍ କରନ୍ତୁ |
07:01 | Firefox ୱେବ୍ ବ୍ରାଉଜର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
07:05 | World Wide Webକୁ ଆକ୍ସେସ୍ କରିବା ପାଇଁ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରାଯାଏ.
Firefox ବ୍ରାଉଜର୍ ଖୋଲିଲା |
07:15 | Spoken Tutorial ୱେବ୍ ସାଇଟ୍କୁ ଯାଆନ୍ତୁ.
ସେଥିପାଇଁ, Address Bar ଉପରେ କ୍ଲିକ୍ କରନ୍ତୁ କିମ୍ୱା କୀ’ବୋର୍ଡରେ F6 ଦାବନ୍ତୁ |
07:24 | spoken-tutorial.org ଟାଇପ୍ କରି Enter ଦାବନ୍ତୁ |
07:31 | ଯଦି ଆପଣଙ୍କର ଇଣ୍ଟର୍ନେଟ୍ କନେକ୍ଟିଭିଟୀ ଥିବ, ତେବେ Firefox ପ୍ରଦତ୍ତ ୱେବ୍ ସାଇଟ୍ ସହ କନେକ୍ଟ କରିବ |
07:37 | ବ୍ରାଉଜର୍ରେ Spoken Tutorial Homepage ଖୋଲିଲା |
07:41 | ପୂର୍ବେ କୁହାଯାଇଥିବା ଅନୁସାରେ ଏହାକୁ ବନ୍ଦ କରନ୍ତୁ ଏବଂ ଅନ୍ୟ ଆପ୍ଲିକେଶନ୍କୁ ଚାଲନ୍ତୁ |
07:47 | ପୁଣିଥରେ Dash Homeକୁ ଫେରିଆସନ୍ତୁ ଏବଂ ସର୍ଚ୍ଚ ବାର୍ରେ Office ଟାଇପ୍ କରନ୍ତୁ |
07:53 | ଆପଣ LibreOffice କମ୍ପୋନେଣ୍ଟସ୍ ଦେଖିପାରିବେ, ଯେପରି
Calc, Impress, Writer ଓ Draw |
08:01 | Ubuntu Linux Osରେ LibreOffice ହେଉଛି ଡିଫଲ୍ଟ ଅଫିସ୍ ଆପ୍ଲିକେଶନ୍ |
08:07 | ଏହି ସମସ୍ତ କମ୍ପୋନେଣ୍ଟ ପାଇଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ରେ ଟ୍ୟୁଟୋରିଆଲ୍ସ ଉପଲବ୍ଧ ଅଛି |
08:13 | ଏବେ ଚାଲନ୍ତୁ, Video ଅପ୍ସନ୍ ବିଷୟରେ ଜାଣିବା |
08:17 | ସର୍ଚ୍ଚ ବାର୍ରେ Video ଟାଇପ୍ କରନ୍ତୁ |
08:20 | ପ୍ରଦର୍ଶିତ ତାଲିକାରେ, Videos ନାମକ ଗୋଟିଏ ଆପ୍ଲିକେଶନ୍ ଅଛି |
08:25 | ଭିଡିଓ ଓ ଗୀତ ଚଲାଇବା ପାଇଁ Videosର ବ୍ୟବହାର କରାଯାଏ. ଡିଫଲ୍ଟ ଭାବରେ, ଏହା କେବଳ Open Format ଭିଡିଓ ଫାଇଲ୍ ହିଁ ଚଲାଏ |
08:34 | ମୁଁ ମୋ Pen-Driveରୁ ଏକ ନମୁନା ଫାଇଲ୍ ଚଲାଇବି |
08:38 | ମୋ ମେଶିନ୍ରେ ଥିବା USB ସ୍ଲଟ୍ ରେ ମୁଁ ମୋ Pen-Drive ଭର୍ତ୍ତି କରୁଛି.
Pen-Drive ଫୋଲ୍ଡର୍ ସ୍ୱଚାଳିତ ଭାବେ ଖୋଲିଗଲା |
08:47 | ଯଦି ତାହା ଖୋଲେନାହିଁ, ତେବେ ଆମେ ତାହାକୁ Launcherରୁ ଆକ୍ସେସ୍ କରିପାରିବା |
08:52 | Launcherରେ Pen-Drive ଆଇକନ୍ ଖୋଜନ୍ତୁ |
08:56 | ତାହା ଉପରେ କ୍ଲିକ୍ କଲେ Pen-Driveରେ ଥିବା ଫାଇଲ୍ ଓ ଫୋଲ୍ଡର୍ ଦେଖାଦେବ |
09:02 | ଚଲାଇବା ପାଇଁ ମୁଁ ଏବେ Big Buck Bunny.ogv ନାମକ ଏକ ଫିଲ୍ମ ଫାଇଲ୍ ଚୟନ କରିବି |
09:08 | ଏହା ହେଉଛି ମୋ ଫାଇଲ୍. ଖୋଲିବା ପାଇଁ ମୁଁ ତାହା ଉପରେ ଡବଲ୍ କ୍ଲିକ୍ କରିବି |
09:14 | ଡିଫଲ୍ଟ ଭାବରେ ଏହା Videosରେ ଖୋଲିବ |
09:17 | ଫିଲ୍ମଟିକୁ ବନ୍ଦ କରିଦିଅନ୍ତୁ |
09:20 | Desktopକୁ ଯିବାପାଇଁ Ctrl, windows ଓ D କୀ’ ଦାବନ୍ତୁ |
09:26 | ଏବେ ଚାଲନ୍ତୁ, Desktopରେ ଥିବା ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ଦେଖିବା |
09:31 | ଦେଖନ୍ତୁ, Launcherରେ ଫୋଲ୍ଡର୍ ଆଇକନ୍ ଅଛି. ତାହା ଉପରେ କ୍ଲିକ୍ କରନ୍ତୁ |
09:37 | Home Folder ଖୋଲିଲା |
09:39 | Ubuntu Linuxରେ ପ୍ରତ୍ୟେକ ୟୁଜର୍ଙ୍କର ଏକ ବିଶେଷ Home Folder ଥାଏ |
09:44 | Home Folderକୁ ଆମେ "ଆମ ଘର” ବୋଲି କହିପାରିବା, ଯେଉଁଠାରେ ଆମେ ଆମର ଫାଇଲ୍ ଓ ଫୋଲ୍ଡର୍ଗୁଡ଼ିକୁ ଷ୍ଟୋର୍ କରିପାରିବା.
ଆମ ଅନୁମତି ବିନା, ସେଗୁଡ଼ିକୁ ଅନ୍ୟ କେହି ଦେଖିପାରିବେ ନାହିଁ |
09:56 | Linux ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ File Permissions ଉପରେ ଅଧିକ ସୂଚନା ଅଛି |
10:03 | ଫେରିଆସନ୍ତୁ.
ଆମ Home Folderରେ ଆମେ, ଅନ୍ୟ ଫୋଲ୍ଡର୍ସ ଦେଖିପାରିବା, ଯେପରି Desktop, Documents, Downlods ଆଦି |
10:14 | Linuxରେ ସବୁକିଛି ହେଉଛି ଏକ ଫାଇଲ୍.
Desktop ଫୋଲ୍ଡର୍ ଉପରେ ଡବଲ୍ କ୍ଲିକ୍ କରି ତାହାକୁ ଖୋଲନ୍ତୁ |
10:21 | ଏଠାରେ ଆମେ, Hello.txt ଫାଇଲ୍ ଦେଖିପାରୁଛେ, ଯାହାକୁ Text Editorରୁ ଆମେ ସେଭ୍ କରିଥିଲେ |
10:28 | ତେଣୁ, ଏହି ଫୋଲ୍ଡର୍ ଓ Desktop ସମାନ ଅଟେ |
10:32 | ମୁଁ ଏବେ ଏହି ଫୋଲ୍ଡର୍କୁ ବନ୍ଦ କରିଦେଉଛି.
ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି. ସଂକ୍ଷିପ୍ତରେ |
10:39 | ଏହି ଟ୍ୟୁଟୋରିଆଲ୍ରେ ଆମେ, Ubuntu Desktop, Launcher ଓ ସେଥିରେ ଥିବା କେତେକ ଆଇକନ୍ ଏବଂ |
10:49 | କେତେକ ସାଧାରଣ ଆପ୍ଲିକେଶନ୍, ଯେପରି Calculator, Text Editor, Terminal, Firefox Web Browser, Videos ଓ LibreOffice Suite କମ୍ପୋନେଣ୍ଟ ତଥା Home folder ବିଷୟରେ ଶିଖିଲେ |
11:04 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:25 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ. |
11:30 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବ |
11:40 | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.
ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ |
11:50 | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ.
ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା |
11:59 | ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:11 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |