Linux/C2/Ubuntu-Desktop-16.04/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Ubuntu Linux ଡେସ୍କଟପ୍ 16.04 ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲ୍‌ରେ ଆମେ Gnome ପରିବେଶରେ Ubuntu Linux ଡେସ୍କଟପ୍
00:17 ଏବଂ Ubuntu ଡେସ୍କଟପ୍ ଉପରେ ଥିବା କେତେକ ସାଧାରଣ ଆପ୍ଲିକେଶନ୍ ବିଷୟରେ ଶିଖିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି
00:29 Ubuntu ଡେସ୍କଟପ୍ ଏହିଭଳି ଦେଖାଯାଏ
00:33 ସ୍କ୍ରୀନ୍‌ର ବାମପଟେ ଆପଣ "ଲଞ୍ଚର୍” ଦେଖିବାକୁ ପାଇବେ
00:37 "ଲଞ୍ଚର୍"କୁ ଆମେ କିପରି ଲୁଚାଇପାରିବା?
00:40 ଏହା କରିବା ପାଇଁ, ବାମପଟେ ଥିବା "ଲଞ୍ଚର୍"କୁ ଯାଆନ୍ତୁ.

System Settings ଆଇକନ୍'’ ଉପରେ କିକ୍ କରନ୍ତୁ

00:47 System Settings ୱିଣ୍ଡୋରେ ଥିବା Appearance ଉପରେ କ୍ଲିକ୍ କରନ୍ତୁ
00:51 Appearance ୱିଣ୍ଡୋରେ, Behavior ଟାବ୍ ଉପରେ କ୍ଲିକ୍ କରନ୍ତୁ
00:56 ଏଠାରେ, Auto-Hide the Launcherକୁ ON ପୋଜିଶନ୍‌କୁ ସ୍ୱିଚ୍ କରନ୍ତୁ
01:01 ଏବେ, "ଲଞ୍ଚର୍"ଟି ଲୁଚିଯିବ
01:04 ଏଠାରେ ଦେଖାଯାଉଥିବା ଭଳି ଯଦି "ଲଞ୍ଚର୍"ଟି ଲୁଚିଯାଇଥାଏ, ତେବେ ତାହାକୁ ଆମେ ପୁଣିଥରେ ଦୃଶ୍ୟମାନ କରାଇପାରିବା
01:10 ଏହା କରିବା ପାଇଁ, କର୍ସର୍‌କୁ ସ୍କ୍ରୀନ୍‌ର ପୂରା ବାମପଟକୁ ନେଇଯାଆନ୍ତୁ
01:15 "ଲଞ୍ଚର୍” ପୁଣିଥରେ ଦେଖାଦେବ
01:18 କର୍ସର୍‌କୁ ଦୂରେଇନିଅନ୍ତୁ, "ଲଞ୍ଚର୍” ପୁଣିଥରେ ଲୁଚିଯିବ
01:23 Appearance ୱିଣ୍ଡୋକୁ ଫେରିଆସନ୍ତୁ ଏବଂ Auto-hide the Launcherକୁ OFF ପୋଜିଶନ୍‌କୁ ନେଇଆସନ୍ତୁ
01:30 ଏହି ୱିଣ୍ଡୋର ଉପର ବାମପଟ କୋଣରେ ଥିବା ଛୋଟ X ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ବନ୍ଦ କରିଦିଅନ୍ତୁ
01:37 ଧ୍ୟାନ ଦିଅନ୍ତୁ, ଡିଫଲ୍ଟ ଭାବରେ Launcherରେ କିଛି ଆଇକନ୍ ଅଛି
01:42 Launcherର ଉପରେ ଆପଣ Dash Home ଆଇକନ୍ ଦେଖିପାରିବେ
01:47 Dash Home ହେଉଛି ଏକ ଇଣ୍ଟର୍ଫେସ୍, ଯାହା ଗୋଟିଏ ସ୍କ୍ରୀନ୍ ମଧ୍ୟରେ Ubuntu Linuxରେ ସମସ୍ତ ଆପ୍ଲିକେଶନ୍‌କୁ ଆକ୍ସେସ୍ ଦେଇଥାଏ
01:55 Dash Home ଖୋଲିବାକୁ, ତାହା ଉପରେ କ୍ଲିକ୍ କରନ୍ତୁ
01:59 ଉପରେ ଆପଣ ପ୍ରମୁଖ ଭାବରେ Search Bar ଫିଲ୍ଡ ଦେଖିପାରିବେ
02:04 ଏବେ, ଆମେ କିପରି ଭାବେ ଏକ ନିର୍ଦ୍ଦିଷ୍ଟ ଆପ୍ଲିକେଶନ୍‌କୁ ଠାବ କରିପାରିବା? ଆପଣ ଯେଉଁ ଆପ୍ଲିକେଶନ୍‌କୁ ଖୋଜୁଛନ୍ତି, ତାହାର ନାମ ଟାଇପ୍ କରନ୍ତୁ ଏବଂ ତାହା ଆପଣଙ୍କୁ ତୁରନ୍ତ ମିଳିଯିବ.

ଏହା ସେତେ ସରଳ!

02:16 ଚାଲନ୍ତୁ Calculator ଆପ୍ଲିକେଶନ୍‌କୁ ଖୋଜି ଦେଖିବା
02:20 Search Bar ଫିଲ୍ଡରେ C a l c ଟାଇପ୍ କରନ୍ତୁ
02:26 ସମସ୍ତ ଆପ୍ଲିକେଶନ୍, ଯେଉଁଗୁଡ଼ିକ ନାମରେ c a l c ଥିବ, ସୂଚୀବଦ୍ଧ ହୋଇଯିବ
02:32 ଏଠାରେ ଦେଖନ୍ତୁ LibreOffice Calc ଓ Calculator ଉଭୟ ସୂଚୀବଦ୍ଧ ହୋଇଛି
02:37 Calculator ଆଇକନ୍ ଉପରେ କ୍ଲିକ୍ କରନ୍ତୁ.

Calculator ଆପ୍ଲିକେଶନ୍ ଏବେ ସ୍କ୍ରୀନ୍ ଉପରେ ଖୋଲିଲା

02:45 ଅଙ୍କଗଣିତ, ବୈଜ୍ଞାନିକ କିମ୍ୱା ଆର୍ଥିକ ଗଣନା କରିବାରେ Calculator ସାହାଯ୍ୟ କରିଥାଏ
02:52 ଚାଲନ୍ତୁ କିଛି ସରଳ ଗଣନା କରି ଦେଖିବା
02:55 5 ଆଷ୍ଟେରିକ୍ସ 8 ଟାଇପ୍ କରି Equal To ଚିହ୍ନ ଉପରେ କ୍ଲିକ୍ କରନ୍ତୁ
03:02 Equal To ଚିହ୍ନ ଉପରେ କ୍ଲିକ୍ କରିବା ବଦଳରେ ଆପଣ କୀ’ବୋର୍ଡରେ ଥିବା Enter କୀ’ ମଧ୍ୟ ଦାବିପାରିବେ
03:09 Calculator ଉପରେ ଉତ୍ତର ପ୍ରଦର୍ଶିତ ହେଲା
03:13 ସେହିଭଳି ଭାବେ, Calculator ଆପ୍ଲିକେଶନ୍ ବ୍ୟବହାର କରି ଆମେ ସମସ୍ତ ପ୍ରକାରର ଗଣନା କରିପାରିବା
03:20 ଏହି ୱିଣ୍ଡୋର ଉପର ବାମପଟ କୋଣରେ ଥିବା ଛୋଟ X ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ବନ୍ଦ କରିଦିଅନ୍ତୁ
03:28 ଚାଲନ୍ତୁ, Ubuntu Linux Osରେ ଥିବା ଅନ୍ୟ କେତେକ ମହତ୍ତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହ ପରିଚିତ ହେବା
03:34 ସେଥିପାଇଁ ଆମେ, Dash Homeକୁ ଫେରିଯିବା
03:38 ସର୍ଚ୍ଚ ବାର୍‌ରେ Gedit ଟାଇପ୍ କରନ୍ତୁ. Ubuntu Linux Osରେ Gedit ହେଉଛି ଡିଫଲ୍ଟ Text Editor
03:48 Text Editor ତଳେ ଦେଖାଦେଉଛି. ଖୋଲିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ
03:55 ଏବେ ଆପଣ ସ୍କ୍ରୀନ୍ ଉପରେ Gedit Text Editor ଦେଖିପାରୁଛନ୍ତି
04:00 ଚାଲନ୍ତୁ ଏଠାରେ କିଛି ଟେକ୍ସଟ୍ ଟାଇପ୍ କରିବା.

ଉଦାହରଣସ୍ୱରୂପ, Hello World ଟାଇପ୍ କରନ୍ତୁ

04:07 ଫାଇଲ୍‌କୁ ସେଭ୍ କରିବା ପାଇଁ ଏକାସାଙ୍ଗରେ Ctrl ଓ S କୀ’ ଦାବନ୍ତୁ
04:14 ବିକଳ୍ପ ଭାବରେ ଆମେ, File ଉପରେ କ୍ଲିକ୍ କରି Save ଉପରେ କ୍ଲିକ୍ କରିପାରିବା
04:20 Save As ନାମକ ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ.

ଏହା, File Name ଓ କେଉଁଠାରେ ଫାଇଲ୍‌କୁ ସେଭ୍ କରିବାକୁ ଚାହୁଁଛନ୍ତି, ତାହା ପଚାରିବ

04:31 Hello.txt ଭାବରେ ନାମ ଟାଇପ୍ କରନ୍ତୁ
04:36 .txt ହେଉଛି Text File ପାଇଁ ଡିଫଲ୍ଟ ଏକ୍ସଟେନ୍ସନ୍
04:41 ଆଉ ଲୋକେଶନ୍ ପାଇଁ, Desktop ଚୟନ କରନ୍ତୁ.

ଏବଂ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ

04:49 ଏହି ୱିଣ୍ଡୋର ଉପର ବାମପଟ କୋଣରେ ଥିବା ଛୋଟ X ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ବନ୍ଦ କରିଦିଅନ୍ତୁ
04:57 Desktop ଉପରେ ଆମେ Hello.txt ଫାଇଲ୍ ଦେଖିପାରିବା.

ଏହାର ଅର୍ଥ ହେଉଛି ଟେକ୍ସଟ୍ ଫାଇଲ୍‌ଟି ସଫଳତାପୂର୍ବକ ସେଭ୍ ହୋଇଗଲା

05:05 ଏହି ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରି ମୁଁ ଏହାକୁ ଖୋଲୁଛି
05:09 ଦେଖନ୍ତୁ, ଆମେ ଲେଖିଥିବା ଟେକ୍ସଟ୍ ସହିତ ଟେକ୍ସଟ୍ ଫାଇଲ୍‌ଟି ଖୋଲିଗଲା
05:14 Gedit Text Editor ଉପରେ ଅନେକ ସୂଚନା ଇଣ୍ଟର୍ନେଟ୍‌ରେ ମିଳିଯିବ
05:19 ଏହି ୱେବ୍ ସାଇଟ୍‌ରେ, ଏହି ବିଷୟ ଉପରେ କିଛି ସ୍ପୋକନ୍ ଟ୍ୟୁଟୋରିଆଲ୍ ମଧ୍ୟ ଉପଲବ୍ଧ ଅଛି
05:25 ଚାଲନ୍ତୁ, ଏହି Text Editorକୁ ବନ୍ଦ କରିଦେବା ଏବଂ Terminal ନାମକ ଅନ୍ୟଏକ ଆପ୍ଲିକେଶନ୍ ଦେଖିବା
05:32 ପୁଣିଥରେ Dash Homeକୁ ଫେରିଯିବା.

ଏବେ, ସର୍ଚ୍ଚ ବାର୍ ଫିଲ୍ଡରେ Terminal ଶବ୍ଦ ଟାଇପ୍ କରନ୍ତୁ

05:41 ତଳେ ଦେଖାଦେଉଥିବା Terminal ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:45 ସ୍କ୍ରୀନ୍ ଉପରେ Terminal ୱିଣ୍ଡୋ ଖୋଲିବ.

ଦୟାକରି ଧ୍ୟାନ ଦିଅନ୍ତୁ: Terminal ଖୋଲିବାର ଶର୍ଟକଟ୍ କୀ’ ହେଉଛି Ctrl+Alt+T କୀ’

05:55 Terminalକୁ Command Line ମଧ୍ୟ କୁହାଯାଏ.

ଏହାର କାରଣ ହେଉଛି, ଆପଣ ଏହିଠାରୁ କମ୍ପ୍ୟୁଟର୍‌କୁ ଆଦେଶ ଦେଇପାରିବେ

06:02 ବାସ୍ତବରେ ଏହା, GUIଠାରୁ ବହୁତ ଶକ୍ତିଶାଳୀ
06:06 ଚାଲନ୍ତୁ Terminal ୱିଣ୍ଡୋକୁ ଫେରିଯିବା
06:09 Terminalକୁ ଜାଣିବା ପାଇଁ ଆମେ ଚାଲନ୍ତୁ ଏକ ସରଳ Command ଟାଇପ୍ କରିବା.

ls ଟାଇପ୍ କରି Enter ଦାବନ୍ତୁ

06:18 ସାମ୍ପ୍ରତିକ Directoryରେ ଥିବା ସମସ୍ତ File ଓ Folderର ତାଲିକା ଆପଣ ଦେଖିପାରିବେ
06:23 ଏଠାରେ, Home Folderରେ ଥିବା Files ଓ Folders ଦେଖାଦେଉଛି
06:28 Home Folder କ’ଣ, ତାହା ଆମେ ଏହି ଟ୍ୟୁଟୋରିଆଲ୍‌ର ପରବର୍ତ୍ତୀ ସମୟରେ ଦେଖିବା
06:33 Terminal ଉପରେ ଆମେ ଏବେ ଆଉ ଅଧିକ ସମୟ ନଷ୍ଟ କରିବା ନାହିଁ
06:37 ଏହି ୱିଣ୍ଡୋର ଉପର ବାମପଟ କୋଣରେ ଥିବା ଛୋଟ X ଆଇକନ୍ ଉପରେ କ୍ଲିକ୍ କରି ଏହାକୁ ବନ୍ଦ କରିଦିଅନ୍ତୁ
06:43 ଏହି ୱେବ୍ ସାଇଟ୍‌ରେ ଥିବା Linux ଟ୍ୟୁଟୋରିଆଲ୍ ରେ, Terminal କମାଣ୍ଡ ବିଷୟରେ ଭଲ ଭାବେ ବୁଝାଯାଇଛି
06:49 ଏବେ ଚାଲନ୍ତୁ, Firefox ୱେବ୍ ବ୍ରାଉଜର୍ ଆପ୍ଲିକେଶନ୍‍କୁ ଯିବା
06:55 ପୁଣିଥରେ Dash Home ଖୋଲନ୍ତୁ. ସର୍ଚ୍ଚ ବାର୍‌ରେ Firefox ଟାଇପ୍ କରନ୍ତୁ
07:01 Firefox ୱେବ୍ ବ୍ରାଉଜର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:05 World Wide Webକୁ ଆକ୍ସେସ୍ କରିବା ପାଇଁ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରାଯାଏ.

Firefox ବ୍ରାଉଜର୍ ଖୋଲିଲା

07:15 Spoken Tutorial ୱେବ୍ ସାଇଟ୍‌କୁ ଯାଆନ୍ତୁ.

ସେଥିପାଇଁ, Address Bar ଉପରେ କ୍ଲିକ୍ କରନ୍ତୁ କିମ୍ୱା କୀ’ବୋର୍ଡରେ F6 ଦାବନ୍ତୁ

07:24 spoken-tutorial.org ଟାଇପ୍ କରି Enter ଦାବନ୍ତୁ
07:31 ଯଦି ଆପଣଙ୍କର ଇଣ୍ଟର୍ନେଟ୍ କନେକ୍ଟିଭିଟୀ ଥିବ, ତେବେ Firefox ପ୍ରଦତ୍ତ ୱେବ୍ ସାଇଟ୍ ସହ କନେକ୍ଟ କରିବ
07:37 ବ୍ରାଉଜର୍‌ରେ Spoken Tutorial Homepage ଖୋଲିଲା
07:41 ପୂର୍ବେ କୁହାଯାଇଥିବା ଅନୁସାରେ ଏହାକୁ ବନ୍ଦ କରନ୍ତୁ ଏବଂ ଅନ୍ୟ ଆପ୍ଲିକେଶନ୍‌କୁ ଚାଲନ୍ତୁ
07:47 ପୁଣିଥରେ Dash Homeକୁ ଫେରିଆସନ୍ତୁ ଏବଂ ସର୍ଚ୍ଚ ବାର୍‌ରେ Office ଟାଇପ୍ କରନ୍ତୁ
07:53 ଆପଣ LibreOffice କମ୍ପୋନେଣ୍ଟସ୍ ଦେଖିପାରିବେ, ଯେପରି

Calc, Impress, Writer ଓ Draw

08:01 Ubuntu Linux Osରେ LibreOffice ହେଉଛି ଡିଫଲ୍ଟ ଅଫିସ୍ ଆପ୍ଲିକେଶନ୍
08:07 ଏହି ସମସ୍ତ କମ୍ପୋନେଣ୍ଟ ପାଇଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍‌ରେ ଟ୍ୟୁଟୋରିଆଲ୍ସ ଉପଲବ୍ଧ ଅଛି
08:13 ଏବେ ଚାଲନ୍ତୁ, Video ଅପ୍ସନ୍ ବିଷୟରେ ଜାଣିବା
08:17 ସର୍ଚ୍ଚ ବାର୍‌ରେ Video ଟାଇପ୍ କରନ୍ତୁ
08:20 ପ୍ରଦର୍ଶିତ ତାଲିକାରେ, Videos ନାମକ ଗୋଟିଏ ଆପ୍ଲିକେଶନ୍ ଅଛି
08:25 ଭିଡିଓ ଓ ଗୀତ ଚଲାଇବା ପାଇଁ Videosର ବ୍ୟବହାର କରାଯାଏ. ଡିଫଲ୍ଟ ଭାବରେ, ଏହା କେବଳ Open Format ଭିଡିଓ ଫାଇଲ୍ ହିଁ ଚଲାଏ
08:34 ମୁଁ ମୋ Pen-Driveରୁ ଏକ ନମୁନା ଫାଇଲ୍ ଚଲାଇବି
08:38 ମୋ ମେଶିନ୍‌ରେ ଥିବା USB ସ୍ଲଟ୍ ରେ ମୁଁ ମୋ Pen-Drive ଭର୍ତ୍ତି କରୁଛି.

Pen-Drive ଫୋଲ୍ଡର୍ ସ୍ୱଚାଳିତ ଭାବେ ଖୋଲିଗଲା

08:47 ଯଦି ତାହା ଖୋଲେନାହିଁ, ତେବେ ଆମେ ତାହାକୁ Launcherରୁ ଆକ୍ସେସ୍ କରିପାରିବା
08:52 Launcherରେ Pen-Drive ଆଇକନ୍ ଖୋଜନ୍ତୁ
08:56 ତାହା ଉପରେ କ୍ଲିକ୍ କଲେ Pen-Driveରେ ଥିବା ଫାଇଲ୍ ଓ ଫୋଲ୍ଡର୍ ଦେଖାଦେବ
09:02 ଚଲାଇବା ପାଇଁ ମୁଁ ଏବେ Big Buck Bunny.ogv ନାମକ ଏକ ଫିଲ୍ମ ଫାଇଲ୍ ଚୟନ କରିବି
09:08 ଏହା ହେଉଛି ମୋ ଫାଇଲ୍. ଖୋଲିବା ପାଇଁ ମୁଁ ତାହା ଉପରେ ଡବଲ୍ କ୍ଲିକ୍ କରିବି
09:14 ଡିଫଲ୍ଟ ଭାବରେ ଏହା Videosରେ ଖୋଲିବ
09:17 ଫିଲ୍ମଟିକୁ ବନ୍ଦ କରିଦିଅନ୍ତୁ
09:20 Desktopକୁ ଯିବାପାଇଁ Ctrl, windows ଓ D କୀ’ ଦାବନ୍ତୁ
09:26 ଏବେ ଚାଲନ୍ତୁ, Desktopରେ ଥିବା ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ଦେଖିବା
09:31 ଦେଖନ୍ତୁ, Launcherରେ ଫୋଲ୍ଡର୍ ଆଇକନ୍ ଅଛି. ତାହା ଉପରେ କ୍ଲିକ୍ କରନ୍ତୁ
09:37 Home Folder ଖୋଲିଲା
09:39 Ubuntu Linuxରେ ପ୍ରତ୍ୟେକ ୟୁଜର୍‌ଙ୍କର ଏକ ବିଶେଷ Home Folder ଥାଏ
09:44 Home Folderକୁ ଆମେ "ଆମ ଘର” ବୋଲି କହିପାରିବା, ଯେଉଁଠାରେ ଆମେ ଆମର ଫାଇଲ୍ ଓ ଫୋଲ୍ଡର୍‌ଗୁଡ଼ିକୁ ଷ୍ଟୋର୍ କରିପାରିବା.

ଆମ ଅନୁମତି ବିନା, ସେଗୁଡ଼ିକୁ ଅନ୍ୟ କେହି ଦେଖିପାରିବେ ନାହିଁ

09:56 Linux ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ File Permissions ଉପରେ ଅଧିକ ସୂଚନା ଅଛି
10:03 ଫେରିଆସନ୍ତୁ.

ଆମ Home Folderରେ ଆମେ, ଅନ୍ୟ ଫୋଲ୍ଡର୍ସ ଦେଖିପାରିବା, ଯେପରି Desktop, Documents, Downlods ଆଦି

10:14 Linuxରେ ସବୁକିଛି ହେଉଛି ଏକ ଫାଇଲ୍.

Desktop ଫୋଲ୍ଡର୍ ଉପରେ ଡବଲ୍ କ୍ଲିକ୍ କରି ତାହାକୁ ଖୋଲନ୍ତୁ

10:21 ଏଠାରେ ଆମେ, Hello.txt ଫାଇଲ୍ ଦେଖିପାରୁଛେ, ଯାହାକୁ Text Editorରୁ ଆମେ ସେଭ୍ କରିଥିଲେ
10:28 ତେଣୁ, ଏହି ଫୋଲ୍ଡର୍ ଓ Desktop ସମାନ ଅଟେ
10:32 ମୁଁ ଏବେ ଏହି ଫୋଲ୍ଡର୍‌କୁ ବନ୍ଦ କରିଦେଉଛି.

ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି. ସଂକ୍ଷିପ୍ତରେ

10:39 ଏହି ଟ୍ୟୁଟୋରିଆଲ୍‌ରେ ଆମେ, Ubuntu Desktop, Launcher ଓ ସେଥିରେ ଥିବା କେତେକ ଆଇକନ୍ ଏବଂ
10:49 କେତେକ ସାଧାରଣ ଆପ୍ଲିକେଶନ୍, ଯେପରି Calculator, Text Editor, Terminal, Firefox Web Browser, Videos ଓ LibreOffice Suite କମ୍ପୋନେଣ୍ଟ ତଥା Home folder ବିଷୟରେ ଶିଖିଲେ
11:04 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

11:25 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍କୁ ଯାଆନ୍ତୁ.

11:30 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବ

11:40 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.

ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ

11:50 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ.

ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା

11:59 ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

12:11 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep