Koha-Library-Management-System/C2/OPAC/Oriya

From Script | Spoken-Tutorial
Revision as of 14:09, 19 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 How to Use OPAC ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, Search ଓ Advanced Search
00:13 ବ୍ୟବହାର କରି ଗୋଟିଏ Itemକୁ କିପରି ପାଇବା, ତାହା ଶିଖିବା
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux OS 16.04 ଏବଂ

Koha version 16.05

00:32 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ Library Science ଜାଣିଥିବା ଉଚିତ
00:38 ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଥିବା ଦରକାର
00:44 ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ
00:49 ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ
00:56 ଆରମ୍ଭ କରିବା ପାଇଁ ମୁଁ, Microbiology ଉପରେ ଆହୁରି 2ଟି ବହି ଯୋଡ଼ିଛି
01:02 ଗୋଟିକର ଲେଖକ ହେଉଛନ୍ତି Power and Daginawala ଏବଂ ଅନ୍ୟଟିର ଲେଖକ ହେଉଛନ୍ତି Heritage
01:12 ଏଥିସହିତ ମୋ ଲାଇବ୍ରେରୀରେ ସମୁଦାୟ 3ଟି ବହି ହୋଇଗଲା
01:17 ଆଗକୁ ବଢ଼ିବା ପୂର୍ବରୁ, ଆପଣ ଦୟାକରି, ପୂର୍ବ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଅନୁସାରେ, ନିଜ ପସନ୍ଦର ଆହୁରି 2ଟି ବହିକୁ ନିଜର ଲାଇବ୍ରେରୀରେ ଯୋଡ଼ନ୍ତୁ.
01:27 ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି ଟାଇପ୍ କରନ୍ତୁ: 127.0.1.1/8000
01:39 ଦୟାକରି ଧ୍ୟାନ ଦିଅନ୍ତୁ ଯେ - ଇନଷ୍ଟଲେଶନ୍ ସମୟରେ ଦିଆଯାଇଥିବା Port Number ଓ Domain ଉପରେ URL ଭିତ୍ତି କରିଥାଏ.
01:47 ତେଣୁ, ଆପଣ ଉଲ୍ଲେଖ କରିଥିବା ଅନୁସାରେ ଟାଇପ୍ କରନ୍ତୁ.

ତା’ପରେ Enter ଦାବନ୍ତୁ

01:54 Welcome to Spoken Tutorial Library ହୋମ୍ ପେଜ୍ ଖୋଲିବ
02:00 Library Catalogର ବାମପଟେ ଥିବା ଡ୍ରପ୍-ଡାଉନ୍‌ରୁ ଆମେ, ନିମ୍ନ ଅପ୍ସନ୍ସ ଦ୍ୱାରା ସର୍ଚ୍ଚ କରିପାରିବା
02:09 Title, Author, Subject, ISBN , Series ଓ Call number
02:22 ଡାହାଣପଟେ ଥିବା ଫିଲ୍ଡରେ, ମୁଁ ଏଠାରେ Microbiology ଟାଇପ୍ କରିବି ଏବଂ ଫିଲ୍ଡର ଡାହାଣପଟେ ଥିବା Go ଉପରେ କ୍ଲିକ୍ କରିବି
02:33 ଫଳାଫଳରେ Microbiology ଶବ୍ଦ ଥିବା ସମସ୍ତ Library Item ତାଲିକାଭୁକ୍ତ ହୋଇଯିବ
02:40 ସର୍ଚ୍ଚ ୱର୍ଡ ସହିତ ତାଲିକାଭୁକ୍ତ ଆଇଟମଗୁଡ଼ିକୁ ୟୁଜରଙ୍କ ପସନ୍ଦ ଅନୁସାରେ କ୍ରମବଦ୍ଧ ମଧ୍ୟ କରିହେବ
02:47 ଏହା କରିବା ପାଇଁ, ତାଲିକାର ଡାହାଣପଟକୁ ଯାଆନ୍ତୁ ଏବଂ Relevance ଟାବ୍ ଉପରେ କ୍ଲିକ୍ କରନ୍ତୁ
02:54 ଡ୍ରପ୍-ଡାଉନ୍‌ରୁ ମୁଁ Author (A-Z) ଚୟନ କରିବି
03:00 ଆପଣ, ନିଜ ଆବଶ୍ୟକତା ଅନୁସାରେ ଅନ୍ୟ ଯେକୌଣସି ପ୍ରାସଙ୍ଗିକ ଅପ୍ସନ୍‌ର ଚୟନ କରିପାରନ୍ତି
03:06 Author (A-Z) ଚୟନ କଲେ, Authorମାନଙ୍କର ଏକ ତାଲିକା ବର୍ଣ୍ଣମାଳା କ୍ରମରେ ଦେଖାଦେବ
03:14 ତାଲିକାଭୁକ୍ତ ଆଇଟମଗୁଡ଼ିକର ଶୀର୍ଷକ ତଳକୁ ଦେଖନ୍ତୁ. ଏଠାରେ ଆମେ, ସମଗ୍ର ଲାଇବ୍ରେରୀରେ ସେହି ନିର୍ଦ୍ଦିଷ୍ଟ ଆଇଟମର ଉପଲବ୍ଧତାକୁ ଦେଖିପାରିବା
03:26 ତେବେ, ଆହୁରି ଭଲ ପରିଣାମ ପାଇବା ପାଇଁ ଆମେ, ଆମର ସର୍ଚ୍ଚକୁ କିପରି ଉନ୍ନତ କରିପାରିବା?
03:31 ପୂରା ବାମପଟେ ଥିବା Refine Your Search ଟାବ୍ ଉପରେ କ୍ଲିକ୍ କରି ଆମେ ଏହା କରିପାରିବା
03:39 ତା’ପରେ, ନିମ୍ନଲିଖିତ ବିଭାଗରେ ଥିବା ବିଭିନ୍ନ ଟାବ୍ସକୁ ଯାଆନ୍ତୁ: Availability, Authors, Item Types ଓ Topics
03:52 ସାଧାରଣ ସର୍ଚ୍ଚରେ ଯଦି ଆବଶ୍ୟକ ସାମଗ୍ରୀ ନ ମିଳେ, ତେବେ କ’ଣ କରିବା, ତାହା ଆମେ ଏବେ ଦେଖିବା
04:01 Search Catalog ପେଜ୍‌ରେ ଥିବା Advanced Search ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
04:07 Search For ଶୀର୍ଷକ ସହିତ ଗୋଟିଏ ନୂଆ ପେଜ୍ ଖୋଲିବ
04:13 ଏକାଧିକ ଡ୍ରପ୍-ଡାଉନ୍ ଅପ୍ସନ୍ସ ବ୍ୟବହାର କରି ଆମେ, ଆମର ଆବଶ୍ୟକ ସାମଗ୍ରୀ ପାଇଁ ଆମ ସର୍ଚ୍ଚକୁ ରିଫାଇନ୍ କରିପାରିବା
04:21 ବାମପଟେ ଥିବା ପ୍ରଥମ ଡ୍ରପ୍-ଡାଉନ୍‌ରୁ, ଉପଯୁକ୍ତ ଅପ୍ସନ୍ ଚୟନ କରନ୍ତୁ, ଯେପରି:

Keyword, Subject , Title, Author, Publisher, Publisher Location, ISBN ଓ Barcode

04:40 ମୁଁ Subject ଚୟନ କରିବି. ଏବଂ ଡାହାଣପଟ ଫିଲ୍ଡରେ, ବାମପଟ ଡ୍ରପ୍-ଡାଉନ୍‌ରୁ ଚୟନିତ ଅପ୍ସନ୍‌ର ବିବରଣୀ ଟାଇପ୍ କରନ୍ତୁ
04:51 ମୁଁ ଏଠାରେ Microbiology ଟାଇପ୍ କରିବି
04:55 ଦ୍ୱିତୀୟ ଡ୍ରପ୍-ଡାଉନ୍ ଅପ୍ସନ୍ ବ୍ୟବହାର କରି ମୁଁ, Patel ଭାବରେ Authorଙ୍କ ଚୟନ କରିବି
05:03 ତୃତୀୟ ଡ୍ରପ୍-ଡାଉନ୍ ଅପ୍ସନ୍ ବ୍ୟବହାର କରି ମୁଁ, Pearson ଭାବରେ Publisherର ଚୟନ କରିବି
05:11 ସେହି ପେଜ୍‌ରେ Item Type ବିଭାଗରେ ଥିବା ଅନ୍ୟ ଅପ୍ସନଗୁଡ଼ିକୁ ଦେଖନ୍ତୁ -
05:18 Book, Reference ଓ Serial
05:23 ତା’ପରେ, Publication Date Range, Language ଓ Sorting ଅପ୍ସନଗୁଡ଼ିକ ରହିଛି
05:34 ତେଣୁ, Item Type ବିଭାଗରେ ମୁଁ Books ପାଇଁ ଥିବା ରେଡିଓ ବଟନ୍ ରେ କ୍ଲିକ୍ କରିବି
05:41 Publication Date Rangeକୁ ମୁଁ ଖାଲି ଛାଡ଼ିଦେବି
05:46 Language ପାଇଁ, ଡ୍ରପ୍-ଡାଉନ୍‌ରୁ English ଚୟନ କରନ୍ତୁ
05:52 Sorting ବିଭାଗରେ, Sort By ପାଇଁ ମୁଁ: Author (A-Z) ଚୟନ କରିବି
06:00 ସମସ୍ତ ବିବରଣୀ ପୂରଣ ହୋଇସାରିବା ପରେ, ପେଜ୍ ତଳେ ଥିବା Search ଉପରେ କ୍ଲିକ୍ କରନ୍ତୁ
06:07 ଏହି ପେଜ୍‌ରେ, ନିମ୍ନଲିଖିତ ସହିତ ସମସ୍ତ ଆଇଟମ୍‌ର ତାଲିକା ରହିବ:

Subject ଭାବରେ Microbiology,

06:16 Author ଭାବରେ Patel Arvind H.,
06:20 Publisher ଭାବରେ Pearson
06:23 ଏବେ, Advanced Search ପେଜ୍‌କୁ ଫେରିଯାଆନ୍ତୁ ଏବଂ Search For ବିଭାଗ ତଳେ ଥିବା More Options ବଟନ୍ ଉପରେ କ୍ଲିକ୍ କରନ୍ତୁ.
06:36 ଏହା କଲେ, Advanced Search ପେଜ୍‌ର ଲେଆଉଟ୍ ବଦଳିଯିବ
06:42 ପୁଣିଥରେ, ପ୍ରଥମ ଡ୍ରପ୍-ଡାଉନ୍‌ରୁ ମୁଁ Subject ଚୟନ କରିବି.
06:48 ତା’ପରେ ମୁଁ, Microbiology ଟାଇପ୍ କରିବି
06:52 ବର୍ତ୍ତମାନ, ଅପ୍ସନ୍ସର ଦ୍ୱିତୀୟ ଧାଡ଼ିକୁ ଆସନ୍ତୁ
06:56 ପ୍ରଥମ ଡ୍ରପ୍-ଡାଉନ୍‌ରୁ ମୁଁ, And ଅପ୍ସନ୍ କୁ ସେହିପରି ରଖିବି
07:03 ଏବଂ, ଡାହାଣପଟେ ଥିବା ଡ୍ରପ୍-ଡାଉନ୍‌ରୁ ମୁଁ Author ଚୟନ କରିବି
07:08 ତା’ପରେ, ଏହାର ଡାହାଣପଟେ Patel ଟାଇପ୍ କରିବି
07:13 ଏବେ, ଅପ୍ସନ୍ସର ତୃତୀୟ ଧାଡ଼ିକୁ ଆସନ୍ତୁ.

ପ୍ରଥମ ଡ୍ରପ୍-ଡାଉନ୍‌ରୁ ମୁଁ, OR ଅପ୍ସନ୍‌କୁ ଚୟନ କରିବି

07:22 ଏବଂ, ଡାହାଣପଟେ ଥିବା ଡ୍ରପ୍-ଡାଉନ୍‌ରୁ ମୁଁ Author ଚୟନ କରିବି
07:28 ତା’ପରେ, ଏହାର ଡାହାଣପଟେ Heritage ଟାଇପ୍ କରିବି
07:33 ଯଦି ଆବଶ୍ୟକ ହୁଏ, ତେବେ Item Type କିମ୍ୱା ଅନ୍ୟାନ୍ୟ ଅପ୍ସନ୍ସରେ ଥିବା Search ଅପ୍ସନ୍ ବ୍ୟବହାର କରି ଆପଣ ନିଜ ସର୍ଚ୍ଚକୁ ଆହୁରି ବିସ୍ତାରିତ କରିପାରିବେ
07:45 ସମସ୍ତ ବିବରଣୀ ପୂରଣ କରିସାରିବା ପରେ, ବିଭାଗ ତଳେ ଥିବା Search ବଟନ୍ ଉପରେ କ୍ଲିକ୍ କରନ୍ତୁ
07:52 ଏହିପରି ଭାବେ ଆମେ, OPAC ବ୍ୟବହାର କରି ଲାଇବ୍ରେରୀରେ ଆଇଟମ୍ସ ପାଇଁ ସର୍ଚ୍ଚ କରିପାରିବା
07:58 ଜଣେ ୟୁଜର୍ ଗୋଟିଏ ଲାଇବ୍ରେରୀ ଆଇଟମ୍‌କୁ କିପରି ସହଜରେ ସର୍ଚ୍ଚ କରିପାରିବେ, ଏହି ଟ୍ୟୁଟୋରିଆଲ୍ ସାହାଯ୍ୟରେ ଆପଣ ଶିଖିଲେ
08:05 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
08:08 ସଂକ୍ଷିପ୍ତରେ,

ଏହି ଟ୍ୟୁଟୋରିଆଲରେ ଆମେ, Search ଓ Advanced Search

08:17 ବ୍ୟବହାର କରି ଗୋଟିଏ Itemକୁ କିପରି ପାଇବା, ତାହା ଶିଖିଲେ
08:22 ଆସାଇନମେଣ୍ଟ ପାଇଁ:

Biology କୀ’ୱର୍ଡକୁ ବ୍ୟବହାର କରି OPACରେ Journalsର ତାଲିକା ସର୍ଚ୍ଚ କରନ୍ତୁ

08:30 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

08:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

08:47 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
08:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ,, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

09:03 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep