Koha-Library-Management-System/C2/Create-MARC-framework/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Create a MARC Framework ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ, Kohaରେ ଗୋଟିଏ MARC Framework ତିଆରି କରି ଶିଖିବା |
00:14 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:27 | ଏହି ଟ୍ୟୁଟୋରିଆଲ୍କୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:33 | ଏହି ଟ୍ୟୁଟୋରିଆଲ୍କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ |
00:44 | ଯଦି ନାହିଁ, ତେବେ ଏହି ୱେବସାଇଟ୍ ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍ର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ |
00:50 | ଆରମ୍ଭ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଯେ, ଫ୍ରେମୱର୍କକୁ ଏଡିଟ୍ କିମ୍ବା ଡିଲିଟ୍ କରାଯାଇପାରିବ |
00:57 | Superlibrarian, ନିଜ ଲାଇବ୍ରେରୀଗୁଡ଼ିକର ଆବଶ୍ୟକତାନୁସାରେ ଫ୍ରେମୱର୍କ ତିଆରି କରିପାରିବେ |
01:05 | ଚାଲନ୍ତୁ ଆରମ୍ଭ କରିବା. Koha ଇଣ୍ଟରଫେସ୍କୁ ଆସନ୍ତୁ |
01:11 | ୟୁଜରନେମ୍ Bella ଏବଂ ତା’ର ପାସୱର୍ଡ ସହିତ Superlibrarianରେ ଲଗ୍-ଇନ୍ କରନ୍ତୁ |
01:17 | ବର୍ତ୍ତମାନ, ଆମେ Superlibrarian Bella ଭାବେ Koha ଇଣ୍ଟରଫେସ୍ ମଧ୍ୟରେ ଅଛେ |
01:25 | Koha administrationକୁ ଯାଆନ୍ତୁ |
01:29 | Catalog ବିଭାଗରେ ଥିବା MARC bibliographic framework ଉପରେ କ୍ଲିକ୍ କରନ୍ତୁ |
01:36 | ଗୋଟିଏ ନୂଆ ପେଜ୍ ଖୋଲିବ |
01:40 | plus New framework ଉପରେ କ୍ଲିକ୍ କରନ୍ତୁ |
01:44 | ନିମ୍ନଲିଖିତ ବିବରଣୀ ପୂରଣ କରିବା ପାଇଁ ଆଉ ଗୋଟିଏ ପେଜ୍ ଖୋଲିଯିବ - Framework code ଓ Description |
01:54 | Framework code ଫିଲ୍ଡରେ BK ଟାଇପ୍ କରନ୍ତୁ |
02:01 | Description ପାଇଁ BOOKS ଟାଇପ୍ କରନ୍ତୁ |
02:06 | ତା’ପରେ ନିମ୍ନରେ ଥିବା Submit ବଟନ୍ରେ କ୍ଲିକ୍ କରନ୍ତୁ |
02:11 | ଖୋଲିଥିବା ନୂଆ ପେଜ୍ରେ କୋଡ୍ BKକୁ ଯାଆନ୍ତୁ, ଯାହା ହେଉଛି BOOKS |
02:18 | Actions ଟାବ୍ରେ ଥିବା MARC structureରେ କ୍ଲିକ୍ କରନ୍ତୁ |
02:25 | MARC Framework for BOOKS (BK) ନାମକ ଗୋଟିଏ ନୂଆ ପେଜ୍ ଖୋଲିଯିବ. ଏହି ଶୀର୍ଷକରେ ଥିବା OK ବଟନ୍ରେ କ୍ଲିକ୍ କରନ୍ତୁ |
02:35 | ସମାନ ଶୀର୍ଷକ MARC Framework for BOOKS (BK) ଥିବା ଆଉ ଗୋଟିଏ ପେଜ୍ ଖୋଲିଯିବ |
02:40 | 342ଟି ଟାଗ୍ ରୁ ଏହା 1ରୁ 20 ପର୍ଯ୍ୟନ୍ତ ଥିବା ଟାଗ୍କୁ ପ୍ରଦର୍ଶନ କରିଥାଏ |
02:48 | ହେଲେ, ଆପଣ ନିଜ ସ୍କ୍ରୀନ୍ ଉପରେ ଅନେକ ସଂଖ୍ୟକ ଟାଗ୍ ଥିବା ଦେଖିପାରିବେ |
02:53 | ଧ୍ୟାନ ଦିଅନ୍ତୁ ଯେ, ଏଠାରେ ସମୁଦାୟ 342ଟି ଡିଫଲ୍ଟ ଟାଗ୍ ଅଛି |
02:57 | ବହିଗୁଡ଼ିକ ପାଇଁ ମୁଁ ଅଳ୍ପ ସଂଖ୍ୟକ ଟାଗ୍ ଚୟନ କରିବି. ଆପଣ ନିଜର ଆବଶ୍ୟକତାନୁସାରେ ଟାଗ୍ ଚୟନ କରିପାରିବେ |
03:08 | ଲକ୍ଷ୍ୟ କରନ୍ତୁ ଯେ, ଏଠାରେ ଗୋଟିଏ ଟାଗ୍ କୁ ଏଡିଟ୍ ଓ ଡିଲିଟ୍ କରିବା ପାଇଁ ବିକଳ୍ପଗୁଡ଼ିକ ଅଛି |
03:14 | କିପରି ଡିଲିଟ୍ କରାଯାଏ ତାହାକୁ ମୁଁ କରି ଦେଖାଇବି |
03:17 | ମୁଁ ଟାଗ୍ ସଂଖ୍ୟା 010- Library of Congress Control Numberର ଚୟନ କରିବି |
03:25 | ପୂରା ଡାହାଣପଟେ ଥିବା ଡିଲିଟ୍ ଟାବ୍ ଉପରେ କ୍ଲିକ୍ କଲେ, Confirm deletion of tag '010'? କହୁଥିବା ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦେଖାଦେବ |
03:40 | Yes, delete this tagରେ କ୍ଲିକ୍ କରନ୍ତୁ |
03:44 | Tag deleted ବାର୍ତ୍ତା ଥିବା ଅନ୍ୟ ଗୋଟିଏ ୱିଣ୍ଡୋ ଦେଖାଦେବ. Okରେ କ୍ଲିକ୍ କରନ୍ତୁ |
03:51 | MARC Framework for Books (BK) ପେଜ୍ ପୁଣିଥରେ ଦେଖାଦେବ |
03:56 | ଏହି ପେଜ୍ରେ ଟାଗ୍ ସଂଖ୍ୟା 010 ଆଉ ଦେଖାଦେବ ନାହିଁ |
04:03 | ସେହିପରି ଭାବେ, ଗୋଟିଏ ନିର୍ଦ୍ଦିଷ୍ଟ ଆଇଟମ୍ ପ୍ରକାର ସହ ସମ୍ୱନ୍ଧିତ ନଥିବା ଅନ୍ୟ ଯେକୌଣସି ଟାଗ୍କୁ ଡିଲିଟ୍ କରନ୍ତୁ |
04:11 | ଟାଗ୍ଗୁଡ଼ିକୁ ଏଡିଟ୍ କରିବା ପାଇଁ Actionsକୁ ଯାଆନ୍ତୁ ଏବଂ ବିକଳ୍ପ Edit ଚୟନ କରନ୍ତୁ |
04:17 | ମୁଁ ଟାଗ୍ ସଂଖ୍ୟା 000, Leaderକୁ ଚୟନ କରିବି |
04:24 | ତା’ପରେ Editରେ କ୍ଲିକ୍ କରନ୍ତୁ |
04:27 | ନିମ୍ନଲିଖିତ ଫିଲ୍ଡ ଡିଫଲ୍ଟ ଭାବରେ Koha ଦ୍ୱାରା ପୂରଣ ହୋଇସାରିଛି -
Label for lib:, Label for opac: |
04:38 | ଧ୍ୟାନ ଦିଅନ୍ତୁ ଯେ, Label for lib, staff clientରେ ଦେଖାଦେବ. Label for OPAC, OPACରେ ଥିବା MARC ଭ୍ୟୁରେ ଦେଖାଦେବ |
04:50 | ଆବଶ୍ୟକତାନୁସାରେ, Repeatable ଚେକ୍-ବକ୍ସକୁ ଚେକ୍ କରନ୍ତୁ |
04:56 | Koha ଡିଫଲ୍ଟ ଭାବେ Mandatory ଚେକ୍-ବକ୍ସକୁ ଚେକ୍ କରିଦେବ |
05:02 | ମୁଁ Repeatable ଚେକ୍-ବକ୍ସକୁ ଚେକ୍ କରିବି |
05:06 | ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ Repeatableରେ କ୍ଲିକ୍ କରନ୍ତି, ତେବେ ଫିଲ୍ଡ ପାଖରେ Cataloging ରେ ଗୋଟିଏ ଯୁକ୍ତ ଚିହ୍ନ ରହିବ |
05:16 | ଏହା ସାଧାରଣତଃ 3ରୁ ଅଧିକ ଲେଖକ କିମ୍ବା ସମ୍ପାଦକଙ୍କ ପାଇଁ ଆବଶ୍ୟକ ହୋଇଥାଏ, ଯାହାଦ୍ଵାରା ସେହିଭଳି ଟାଗ୍ ପାଇଁ ଅନେକ ବିବରଣୀ ଯୋଡ଼ିବାକୁ ଆପଣଙ୍କୁ ଆନୁମତି ମିଳିଥାଏ |
05:27 | ଯଦି Mandatoryରେ କ୍ଲିକ୍ କରାଯାଇଥାଏ କିମ୍ବା Koha ଦ୍ଵାରା ସ୍ଵଚାଳିତ ଭାବେ ଚୟନ କରାଯାଇଥାଏ, ତେବେ ଏହି ନିର୍ଦ୍ଦିଷ୍ଟ ଟାଗ୍ ପାଇଁ ଆପଣ ଗୋଟିଏ ମୂଲ୍ୟ ସ୍ଥିର ନକରିବା ପର୍ଯ୍ୟନ୍ତ ରେକର୍ଡକୁ ସେଭ୍ କରିବା ନିମନ୍ତେ ଅନୁମତି ମିଳିବ ନାହିଁ |
05:43 | Koha ଇଣ୍ଟରଫେସ୍କୁ ଫେରିଆସନ୍ତୁ |
05:46 | ସମସ୍ତ ବିବରଣୀ ପୂରଣ କରିସାରିବା ପରେ Save changesରେ କ୍ଲିକ୍ କରନ୍ତୁ |
05:52 | ଖୋଲିଥିବା ନୂଆ ପେଜ୍ ଉପରେ ଧ୍ୟାନ ଦିଅନ୍ତୁ ଯେ, ଟାଗ୍ ସଂଖ୍ୟା 000, Leader ପାଇଁ Repeatable ଓ Mandatory - Yes ଭାବେ ଦେଖାଦେବ |
06:05 | ତା’ପରେ, ଚାଲନ୍ତୁ Authority ଫାଇଲ୍କୁ କିପରି ସକ୍ଷମ କରାଯାଏ, ଶିଖିବା |
06:10 | Koha Administrationକୁ ଯାଆନ୍ତୁ |
06:13 | ଏବଂ Global system preferences ଉପରେ କ୍ଲିକ୍ କରନ୍ତୁ |
06:18 | Acquisitions preferences ପେଜ୍ ଖୋଲିବ |
06:23 | ବାମପଟେ ଥିବା ଟାବ୍ଗୁଡ଼ିକର ତାଲିକାରୁ Authorities ଉପରେ କ୍ଲିକ୍ କରନ୍ତୁ |
06:30 | ବିଭାଗ General ଅଧୀନରେ, ନିମ୍ନଲିଖିତ ଭାବେ Value of Preferenceକୁ ବଦଳାଇବା ଆରମ୍ଭ କରନ୍ତୁ |
06:37 | AuthDisplayHierarchy ପାଇଁ ଡ୍ରପ୍-ଡାଉନ୍ରୁ Displayକୁ ଚୟନ କରନ୍ତୁ |
06:44 | AutoCreateAuthorities ପାଇଁ generate ଚୟନ କରନ୍ତୁ |
06:50 | BiblioAddsAuthorities ପାଇଁ allow ଚୟନ କରନ୍ତୁ |
06:55 | dontmerge ପାଇଁ Do ଚୟନ କରନ୍ତୁ |
07:01 | MARCAuthorityControlField008 ଓ UNIMARCAuthorityField100କୁ ସେହିପରି ଛାଡ଼ିଦିଅନ୍ତୁ |
07:11 | UseAuthoritiesForTracings ପାଇଁ Kohaରେ ଡିଫଲ୍ଟ ଭାବେ Use ଚୟନ ହୋଇଥାଏ |
07:19 | Linker ବିଭାଗରେ, ଡିଫଲ୍ଟ ମୂଲ୍ୟକୁ |
07:28 | CatalogModuleRelink, LinkerKeepStale, LinkerModule, |
07:33 | LinkerOptions ଓ LinkerRelink ପାଇଁ ଅପରିବର୍ତ୍ତିତ ରଖାଯିବା ଉଚିତ |
07:38 | ବର୍ତ୍ତମାନ Save all Authorities preferences ଉପରେ କ୍ଲିକ୍ କରନ୍ତୁ |
07:43 | ଆପଣ ଏବେ Kohaର Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରିପାରନ୍ତି |
07:48 | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ |
07:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Log out ଚୟନ କରନ୍ତୁ |
07:59 | ଏହାଦ୍ଵାରା MARC Framework ପାଇଁ ଆବଶ୍ୟକ ସମସ୍ତ ସେଟ୍-ଅପ୍ ଗୁଡ଼ିକ ସମ୍ପୂର୍ଣ୍ଣ ହେବ |
08:04 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ Kohaରେ ଗୋଟିଏ MARC Framework ତିଆରି କରିବା ଶିଖିଲେ |
08:13 | ଆସାଇନମେଣ୍ଟ ଭାବେ, Serials ପାଇଁ ଗୋଟିଏ ନୂଆ MARC Framework ତିଆରି କରନ୍ତୁ |
08:20 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
08:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
08:38 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
08:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
08:54 | ଆଇଆଇଟି ବମ୍ବେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |