Koha-Library-Management-System/C2/Create-MARC-framework/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Create a MARC Framework ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, Kohaରେ ଗୋଟିଏ MARC Framework ତିଆରି କରି ଶିଖିବା
00:14 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି
00:27 ଏହି ଟ୍ୟୁଟୋରିଆଲ୍‌କୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:33 ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ
00:44 ଯଦି ନାହିଁ, ତେବେ ଏହି ୱେବସାଇଟ୍ ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍‌ର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ
00:50 ଆରମ୍ଭ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଯେ, ଫ୍ରେମୱର୍କକୁ ଏଡିଟ୍ କିମ୍ବା ଡିଲିଟ୍ କରାଯାଇପାରିବ
00:57 Superlibrarian, ନିଜ ଲାଇବ୍ରେରୀଗୁଡ଼ିକର ଆବଶ୍ୟକତାନୁସାରେ ଫ୍ରେମୱର୍କ ତିଆରି କରିପାରିବେ
01:05 ଚାଲନ୍ତୁ ଆରମ୍ଭ କରିବା. Koha ଇଣ୍ଟରଫେସ୍‌କୁ ଆସନ୍ତୁ
01:11 ୟୁଜରନେମ୍ Bella ଏବଂ ତା’ର ପାସୱର୍ଡ ସହିତ Superlibrarianରେ ଲଗ୍-ଇନ୍ କରନ୍ତୁ
01:17 ବର୍ତ୍ତମାନ, ଆମେ Superlibrarian Bella ଭାବେ Koha ଇଣ୍ଟରଫେସ୍ ମଧ୍ୟରେ ଅଛେ
01:25 Koha administrationକୁ ଯାଆନ୍ତୁ
01:29 Catalog ବିଭାଗରେ ଥିବା MARC bibliographic framework ଉପରେ କ୍ଲିକ୍ କରନ୍ତୁ
01:36 ଗୋଟିଏ ନୂଆ ପେଜ୍ ଖୋଲିବ
01:40 plus New framework ଉପରେ କ୍ଲିକ୍ କରନ୍ତୁ
01:44 ନିମ୍ନଲିଖିତ ବିବରଣୀ ପୂରଣ କରିବା ପାଇଁ ଆଉ ଗୋଟିଏ ପେଜ୍ ଖୋଲିଯିବ - Framework code ଓ Description
01:54 Framework code ଫିଲ୍ଡରେ BK ଟାଇପ୍ କରନ୍ତୁ
02:01 Description ପାଇଁ BOOKS ଟାଇପ୍ କରନ୍ତୁ
02:06 ତା’ପରେ ନିମ୍ନରେ ଥିବା Submit ବଟନ୍‌ରେ କ୍ଲିକ୍ କରନ୍ତୁ
02:11 ଖୋଲିଥିବା ନୂଆ ପେଜ୍ରେ କୋଡ୍ BKକୁ ଯାଆନ୍ତୁ, ଯାହା ହେଉଛି BOOKS
02:18 Actions ଟାବ୍ରେ ଥିବା MARC structureରେ କ୍ଲିକ୍ କରନ୍ତୁ
02:25 MARC Framework for BOOKS (BK) ନାମକ ଗୋଟିଏ ନୂଆ ପେଜ୍ ଖୋଲିଯିବ. ଏହି ଶୀର୍ଷକରେ ଥିବା OK ବଟନ୍‌ରେ କ୍ଲିକ୍ କରନ୍ତୁ
02:35 ସମାନ ଶୀର୍ଷକ MARC Framework for BOOKS (BK) ଥିବା ଆଉ ଗୋଟିଏ ପେଜ୍ ଖୋଲିଯିବ
02:40 342ଟି ଟାଗ୍ ରୁ ଏହା 1ରୁ 20 ପର୍ଯ୍ୟନ୍ତ ଥିବା ଟାଗ୍କୁ ପ୍ରଦର୍ଶନ କରିଥାଏ
02:48 ହେଲେ, ଆପଣ ନିଜ ସ୍କ୍ରୀନ୍ ଉପରେ ଅନେକ ସଂଖ୍ୟକ ଟାଗ୍ ଥିବା ଦେଖିପାରିବେ
02:53 ଧ୍ୟାନ ଦିଅନ୍ତୁ ଯେ, ଏଠାରେ ସମୁଦାୟ 342ଟି ଡିଫଲ୍ଟ ଟାଗ୍ ଅଛି
02:57 ବହିଗୁଡ଼ିକ ପାଇଁ ମୁଁ ଅଳ୍ପ ସଂଖ୍ୟକ ଟାଗ୍ ଚୟନ କରିବି. ଆପଣ ନିଜର ଆବଶ୍ୟକତାନୁସାରେ ଟାଗ୍ ଚୟନ କରିପାରିବେ
03:08 ଲକ୍ଷ୍ୟ କରନ୍ତୁ ଯେ, ଏଠାରେ ଗୋଟିଏ ଟାଗ୍ କୁ ଏଡିଟ୍ ଓ ଡିଲିଟ୍ କରିବା ପାଇଁ ବିକଳ୍ପଗୁଡ଼ିକ ଅଛି
03:14 କିପରି ଡିଲିଟ୍ କରାଯାଏ ତାହାକୁ ମୁଁ କରି ଦେଖାଇବି
03:17 ମୁଁ ଟାଗ୍ ସଂଖ୍ୟା 010- Library of Congress Control Numberର ଚୟନ କରିବି
03:25 ପୂରା ଡାହାଣପଟେ ଥିବା ଡିଲିଟ୍ ଟାବ୍ ଉପରେ କ୍ଲିକ୍ କଲେ, Confirm deletion of tag '010'? କହୁଥିବା ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦେଖାଦେବ
03:40 Yes, delete this tagରେ କ୍ଲିକ୍ କରନ୍ତୁ
03:44 Tag deleted ବାର୍ତ୍ତା ଥିବା ଅନ୍ୟ ଗୋଟିଏ ୱିଣ୍ଡୋ ଦେଖାଦେବ. Okରେ କ୍ଲିକ୍ କରନ୍ତୁ
03:51 MARC Framework for Books (BK) ପେଜ୍ ପୁଣିଥରେ ଦେଖାଦେବ
03:56 ଏହି ପେଜ୍‌ରେ ଟାଗ୍ ସଂଖ୍ୟା 010 ଆଉ ଦେଖାଦେବ ନାହିଁ
04:03 ସେହିପରି ଭାବେ, ଗୋଟିଏ ନିର୍ଦ୍ଦିଷ୍ଟ ଆଇଟମ୍ ପ୍ରକାର ସହ ସମ୍ୱନ୍ଧିତ ନଥିବା ଅନ୍ୟ ଯେକୌଣସି ଟାଗ୍‌କୁ ଡିଲିଟ୍ କରନ୍ତୁ
04:11 ଟାଗ୍‌ଗୁଡ଼ିକୁ ଏଡିଟ୍ କରିବା ପାଇଁ Actionsକୁ ଯାଆନ୍ତୁ ଏବଂ ବିକଳ୍ପ Edit ଚୟନ କରନ୍ତୁ
04:17 ମୁଁ ଟାଗ୍ ସଂଖ୍ୟା 000, Leaderକୁ ଚୟନ କରିବି
04:24 ତା’ପରେ Editରେ କ୍ଲିକ୍ କରନ୍ତୁ
04:27 ନିମ୍ନଲିଖିତ ଫିଲ୍ଡ ଡିଫଲ୍ଟ ଭାବରେ Koha ଦ୍ୱାରା ପୂରଣ ହୋଇସାରିଛି -

Label for lib:, Label for opac:

04:38 ଧ୍ୟାନ ଦିଅନ୍ତୁ ଯେ, Label for lib, staff clientରେ ଦେଖାଦେବ. Label for OPAC, OPACରେ ଥିବା MARC ଭ୍ୟୁରେ ଦେଖାଦେବ
04:50 ଆବଶ୍ୟକତାନୁସାରେ, Repeatable ଚେକ୍-ବକ୍ସକୁ ଚେକ୍ କରନ୍ତୁ
04:56 Koha ଡିଫଲ୍ଟ ଭାବେ Mandatory ଚେକ୍-ବକ୍ସକୁ ଚେକ୍ କରିଦେବ
05:02 ମୁଁ Repeatable ଚେକ୍-ବକ୍ସକୁ ଚେକ୍ କରିବି
05:06 ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ Repeatableରେ କ୍ଲିକ୍ କରନ୍ତି, ତେବେ ଫିଲ୍ଡ ପାଖରେ Cataloging ରେ ଗୋଟିଏ ଯୁକ୍ତ ଚିହ୍ନ ରହିବ
05:16 ଏହା ସାଧାରଣତଃ 3ରୁ ଅଧିକ ଲେଖକ କିମ୍ବା ସମ୍ପାଦକଙ୍କ ପାଇଁ ଆବଶ୍ୟକ ହୋଇଥାଏ, ଯାହାଦ୍ଵାରା ସେହିଭଳି ଟାଗ୍ ପାଇଁ ଅନେକ ବିବରଣୀ ଯୋଡ଼ିବାକୁ ଆପଣଙ୍କୁ ଆନୁମତି ମିଳିଥାଏ
05:27 ଯଦି Mandatoryରେ କ୍ଲିକ୍ କରାଯାଇଥାଏ କିମ୍ବା Koha ଦ୍ଵାରା ସ୍ଵଚାଳିତ ଭାବେ ଚୟନ କରାଯାଇଥାଏ, ତେବେ ଏହି ନିର୍ଦ୍ଦିଷ୍ଟ ଟାଗ୍ ପାଇଁ ଆପଣ ଗୋଟିଏ ମୂଲ୍ୟ ସ୍ଥିର ନକରିବା ପର୍ଯ୍ୟନ୍ତ ରେକର୍ଡକୁ ସେଭ୍ କରିବା ନିମନ୍ତେ ଅନୁମତି ମିଳିବ ନାହିଁ
05:43 Koha ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
05:46 ସମସ୍ତ ବିବରଣୀ ପୂରଣ କରିସାରିବା ପରେ Save changesରେ କ୍ଲିକ୍ କରନ୍ତୁ
05:52 ଖୋଲିଥିବା ନୂଆ ପେଜ୍ ଉପରେ ଧ୍ୟାନ ଦିଅନ୍ତୁ ଯେ, ଟାଗ୍ ସଂଖ୍ୟା 000, Leader ପାଇଁ Repeatable ଓ Mandatory - Yes ଭାବେ ଦେଖାଦେବ
06:05 ତା’ପରେ, ଚାଲନ୍ତୁ Authority ଫାଇଲ୍‌କୁ କିପରି ସକ୍ଷମ କରାଯାଏ, ଶିଖିବା
06:10 Koha Administrationକୁ ଯାଆନ୍ତୁ
06:13 ଏବଂ Global system preferences ଉପରେ କ୍ଲିକ୍ କରନ୍ତୁ
06:18 Acquisitions preferences ପେଜ୍ ଖୋଲିବ
06:23 ବାମପଟେ ଥିବା ଟାବ୍‌ଗୁଡ଼ିକର ତାଲିକାରୁ Authorities ଉପରେ କ୍ଲିକ୍ କରନ୍ତୁ
06:30 ବିଭାଗ General ଅଧୀନରେ, ନିମ୍ନଲିଖିତ ଭାବେ Value of Preferenceକୁ ବଦଳାଇବା ଆରମ୍ଭ କରନ୍ତୁ
06:37 AuthDisplayHierarchy ପାଇଁ ଡ୍ରପ୍-ଡାଉନ୍‌ରୁ Displayକୁ ଚୟନ କରନ୍ତୁ
06:44 AutoCreateAuthorities ପାଇଁ generate ଚୟନ କରନ୍ତୁ
06:50 BiblioAddsAuthorities ପାଇଁ allow ଚୟନ କରନ୍ତୁ
06:55 dontmerge ପାଇଁ Do ଚୟନ କରନ୍ତୁ
07:01 MARCAuthorityControlField008 ଓ UNIMARCAuthorityField100କୁ ସେହିପରି ଛାଡ଼ିଦିଅନ୍ତୁ
07:11 UseAuthoritiesForTracings ପାଇଁ Kohaରେ ଡିଫଲ୍ଟ ଭାବେ Use ଚୟନ ହୋଇଥାଏ
07:19 Linker ବିଭାଗରେ, ଡିଫଲ୍ଟ ମୂଲ୍ୟକୁ
07:28 CatalogModuleRelink, LinkerKeepStale, LinkerModule,
07:33 LinkerOptions ଓ LinkerRelink ପାଇଁ ଅପରିବର୍ତ୍ତିତ ରଖାଯିବା ଉଚିତ
07:38 ବର୍ତ୍ତମାନ Save all Authorities preferences ଉପରେ କ୍ଲିକ୍ କରନ୍ତୁ
07:43 ଆପଣ ଏବେ Kohaର Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରିପାରନ୍ତି
07:48 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ
07:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Log out ଚୟନ କରନ୍ତୁ
07:59 ଏହାଦ୍ଵାରା MARC Framework ପାଇଁ ଆବଶ୍ୟକ ସମସ୍ତ ସେଟ୍-ଅପ୍ ଗୁଡ଼ିକ ସମ୍ପୂର୍ଣ୍ଣ ହେବ
08:04 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ Kohaରେ ଗୋଟିଏ MARC Framework ତିଆରି କରିବା ଶିଖିଲେ
08:13 ଆସାଇନମେଣ୍ଟ ଭାବେ, Serials ପାଇଁ ଗୋଟିଏ ନୂଆ MARC Framework ତିଆରି କରନ୍ତୁ
08:20 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
08:38 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
08:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
08:54 ଆଇଆଇଟି ବମ୍ବେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep