CellDesigner/C3/Customizing-Diagram-Layout/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, CellDesignerରେ Customizing Diagram Layout ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ Reaction lineର color, shape ଓ widthକୁ ପରିବର୍ତ୍ତନ କରିବା ଶିଖିବା |
00:19 | ଗୋଟିଏ Reaction lineରେ Anchor pointଗୁଡିକୁ ସଂଯୁକ୍ତ କରିବା, Componentଗୁଡିକୁ Align କରିବା, Reaction idଗୁଡିକୁ Show/hide କରିବା |
00:30 | କିପରି Componentଗୁଡିକରେ ନୋଟଗୁଡିକୁ ସଂଯୁକ୍ତ କରିବା, Protein ତଥା informationକୁ ଏଡିଟ୍ କରିବା, |
00:39 | ଏବଂ କିପରି ରେଖାଚିତ୍ରର ଗୋଟିଏ bird’s eye view ପ୍ରାପ୍ତ କରିବା ଏହା ମଧ୍ୟ ଆମେ ଶିଖିବା |
00:44 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ Ubuntu Linux OS version 14.04, CellDesigner version 4.3 ଓ Java version 1.7 ବ୍ୟବହାର କରୁଛି |
01:01 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ ନିଶ୍ଚିତରୂପେ ଅଣ୍ଡରଗ୍ରାଜୁଏଟ୍ Biochemistry ଓ CellDesignerର ଇଣ୍ଟରଫେସ୍ ସହିତ ପରିଚିତ ଥିବା ଆବଶ୍ୟକ |
01:12 | ଯଦି ନାହିଁ ତେବେ ସମ୍ପର୍କୀତ CellDesigner tutorials ପାଇଁ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ଯା’ନ୍ତୁ |
01:20 | ଚାଲନ୍ତୁ ଆରମ୍ଭ କରିବା |
01:22 | ପୂର୍ବ ଟ୍ୟୁଟୋରିଆଲଗୁଡିକ ମଧ୍ୟରୁ ଗୋଟିକରେ ଆସାଇନମେଣ୍ଟ ଭାବେ Methionine Biosynthesis ପାଇଁ ଗୋଟିଏ process diagram ନିର୍ମାଣ କରିବାର ଥିଲା |
01:32 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ସମାନ ରେଖାଚିତ୍ରକୁ ଉଦାହରଣ ଭାବେ ବ୍ୟବହାର କରିବାକୁ ଯାଉଛି. ଏବଂ ଏହାକୁ କିପରି କଷ୍ଟମାଇଜ୍ କରାଯାଏ ମୁଁ ପ୍ରଦର୍ଶନ କରିବି |
01:43 | CellDesigner ଇଣ୍ଟରଫେସକୁ ଫେରିଆସନ୍ତୁ |
01:47 | ଏଠାରେ Methionine Biosynthesis ପାଇଁ process diagram ଥିବା ଦେଖିପାରିବେ |
01:53 | ଏଠାରେ ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଆପଣ ସୃଷ୍ଟି କରିଥିବା Methionine Biosynthesis process diagramକୁ ଖୋଲନ୍ତୁ |
02:01 | ଯଦି ଆପଣଙ୍କ ପାଖରେ ସେଭ୍ ହୋଇଥିବା ଫାଇଲ୍ ନାହିଁ ତେବେ ଉପଲବ୍ଧ ଥିବା କୋଡ୍ ଫାଇଲକୁ ଖୋଲିପାରିବେ |
02:08 | ବର୍ତ୍ତମାନ diagramକୁ କଷ୍ଟମାଇଜ୍ କରିବା ଆରମ୍ଭ କରନ୍ତୁ |
02:12 | Cell designer ଇଣ୍ଟରଫେସକୁ ଫେରିଆସନ୍ତୁ |
02:16 | ଆରମ୍ଭ କରିବା ପାଇଁ ମୁଁ ଗୋଟିଏ Reaction lineର ପ୍ରସ୍ଥ ଓ ରଙ୍ଗକୁ ପରିବର୍ତ୍ତନ କରିବି |
02:22 | ଏହା କରିବା ପାଇଁ ମୁଁ Homoserine ଓ Succinyl homoserine ମଧ୍ୟରେ ଥିବା State Transitionକୁ ଚୟନ କରୁଛି |
02:30 | ବର୍ତ୍ତମାନ ମୁଖ୍ୟ ମେନୁ ବାରରେ ଥିବା Componentକୁ ଯା’ନ୍ତୁ |
02:35 | ଏବଂ ବିକଳ୍ପ Change color & shape ଉପରେ କ୍ଲିକ୍ କରନ୍ତୁ |
02:39 | ଅନ୍ୟ ଭାବେ ଗୋଟିଏ Reaction line ଉପରେ ରାଇଟ୍ କ୍ଲିକ୍ କରିବା ସହିତ ବିକଳ୍ପ Change color & shapeକୁ ଚୟନ କରନ୍ତୁ |
02:47 | ସ୍କ୍ରୀନ୍ ଉପରେ Change color & shape ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
02:53 | ଗୋଟିଏ ମୋଟା Reaction line ପାଇଁ, Line Widthକୁ 1.0ରୁ ଉଚ୍ଚତର ଭେଲ୍ୟୁକୁ ପରିବର୍ତ୍ତନ କରନ୍ତୁ |
03:02 | ମୁଁ ଏହାକୁ 3.0ରେ ପରିବର୍ତ୍ତନ କରିବି |
03:06 | Reaction lineର ରଙ୍ଗକୁ ପରିବର୍ତ୍ତନ କରିବା ପାଇଁ, Color panelକୁ ଯା’ନ୍ତୁ |
03:12 | ଆମେ Color panelରେ ହ୍ୟାଣ୍ଡଲ୍ ଭଳି ଗୋଟିଏ ପଏଣ୍ଟର୍ ସହିତ ଗୋଟିଏ ବର୍ଣ୍ଣ ଚକ୍ର ଥିବା ଦେଖିପାରିବା |
03:19 | ପଏଣ୍ଟରକୁ କ୍ଲିକ୍ କରି ଦାବି ଧରିବା ସହିତ ଆବଶ୍ୟକ ରଙ୍ଗକୁ ଚୟନ କରିବା ପାଇଁ ରୋଟେଟ୍ କରନ୍ତୁ |
03:25 | ମୁଁ ନୀଳ ରଙ୍ଗର ଗୋଟିଏ ସେଡକୁ ଚୟନ କରିବି |
03:28 | ତା’ପରେ କଲର୍ ଟ୍ରାୟେଙ୍ଗଲ୍ ମଧ୍ୟସ୍ଥ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
03:34 | ବର୍ତ୍ତମାନ ପଏଣ୍ଟରରେ ଥିବା ଛୋଟ ସର୍କଲ୍ ଉପରେ କ୍ଲିକ୍ ଓ ଡ୍ରପ୍ କରନ୍ତୁ |
03:40 | ତା’ପରେ ସମସ୍ତ ରୂପାନ୍ତର ସମ୍ପୂର୍ଣ୍ଣ ହେଲା ପରେ Applyରେ ଏବଂ ତା’ପରେ Okରେ କ୍ଲିକ୍ କରନ୍ତୁ |
03:48 | ବର୍ତ୍ତମାନ Reaction line ଅଧିକ ମୋଟା ଏବଂ ନୀଳ ରଙ୍ଗ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ |
03:55 | ତା’ପରେ Reaction lineରେ କିପରି Anchor pointଗୁଡିକୁ ସଂଯୁକ୍ତ କରାଯାଏ ଚାଲନ୍ତୁ ଶିଖିବା |
04:01 | ଏବଂ Anchor pointଗୁଡିକ କାହିଁକି ଦରକାରୀ- Reaction linesକୁ ଫେରିଆସନ୍ତୁ, |
04:09 | ସେଗୁଡିକୁ ସଠିକ୍ ଆକାର ପ୍ରଦାନ କରିବା ସହିତ draw areaର ସଠିକ ସ୍ଥାନରେ ରଖନ୍ତୁ |
04:16 | CellDesigner interfaceକୁ ଫେରିଆସନ୍ତୁ |
04:20 | ଯେକୌଣସି ଏକ Reaction lineକୁ ଚୟନ କରନ୍ତୁ |
04:23 | Homoserine ଓ Succinyl Homoserine ମଧ୍ୟରେ ମୁଁ ସମାନ State Transition reaction lineକୁ ଚୟନ କରିବି |
04:31 | କର୍ସରକୁ ବ୍ୟବହାର କରି ଏହି ଲାଇନ୍ ଉପରେ Anchor pointକୁ ରଖିବା ପାଇଁ ସଠିକ ଅବସ୍ଥିତିକୁ ଚୟନ କରନ୍ତୁ |
04:39 | ସଠିକ୍ ପଏଣ୍ଟକୁ ଚୟନ କରିବା ପରେ ରାଇଟ୍ କ୍ଲିକ୍ କରିବା ସହିତ Add Anchor Pointକୁ ଚୟନ କରନ୍ତୁ |
04:47 | ଆପଣ Reaction line ଉପରିସ୍ଥ ସଠିକ୍ ଅବସ୍ଥିତିରେ ନୂତନ ଭାବେ ସଂଯୁକ୍ତ ହୋଇଥିବା Anchor pointକୁ ଦେଖିପାରିବେ |
04:55 | ଗୋଟିଏ Reaction lineକୁ ରୂପାନ୍ତର କରିବା ପାଇଁ Anchor Pointଗୁଡିକ କିପରି ସାହାଯ୍ୟ କରିବେ, ମୁଁ ପ୍ରଦର୍ଶନ କରିବି |
05:03 | ଗୋଟିଏ ନୂତନ ୱିଣ୍ଡୋକୁ ଖୋଲିବା ସହିତ ଏହାକୁ Anchor ଭାବେ ନାମିତ କରନ୍ତୁ. OKରେ କ୍ଲିକ୍ କରନ୍ତୁ |
05:11 | ବର୍ତ୍ତମାନ GTP/GDP ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:18 | ଏବଂ ଅଂକନ କ୍ଷେତ୍ର ଉପରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
05:22 | Reaction line ଉପରେ ରାଇଟ୍ କ୍ଲିକ୍ କରିବା ସହିତ Add Anchor pointରେ କ୍ଲିକ୍ କରନ୍ତୁ |
05:29 | ଅଂକନ କ୍ଷେତ୍ର ଉପରିସ୍ଥ ଯେକୌଣସି ସ୍ଥାନରେ Reaction lineକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
05:37 | ତା’ପରେ draw area ଉପରେ କମ୍ପୋନେଣ୍ଟଗୁଡିକୁ କିପରି align କରାଯାଏ ଦେଖିବା |
05:44 | Methionineର ବାୟୋସୀନ୍ଥେସିସ୍ ପ୍ରୋସେସ୍ ଡାୟେଗ୍ରାମ୍ ୱିଣ୍ଡୋକୁ ଫେରିଆସନ୍ତୁ |
05:50 | ହାଇଲାଇଟ୍ ହୋଇଥିବା Reaction lineକୁ ଅନଚେକ୍ କରିବା ପାଇଁ ଅଂକନ କ୍ଷେତ୍ରର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
05:56 | ବର୍ତ୍ତମାନ Shiftକୁ ଦାବି ଧରିବା ସହିତ draw area ଉପରେ ଥିବା ଅନେକ Speciesରେ କ୍ଲିକ୍ କରନ୍ତୁ |
06:04 | Edit ମେନୁକୁ ଯିବା ସହିତ ତଳକୁ ସ୍କ୍ରୋଲ୍ କରି Alignmentକୁ ଚୟନ କରନ୍ତୁ ଏବଂ Alignment typeରେ କ୍ଲିକ୍ କରନ୍ତୁ |
06:15 | ଅନ୍ୟ ଭାବେ ଟୂଲବାର୍ ଉପରିସ୍ଥ Alignment ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:21 | ଟୂଲବାର୍ ଉପରିସ୍ଥ Alignmentର ଅନ୍ୟାନ୍ୟ ବିକଳ୍ପଗୁଡିକୁ ନିଜେ ଆବିଷ୍କାର କରନ୍ତୁ |
06:27 | ଏଲାଇନମେଣ୍ଟକୁ ଅଣ୍ଡୁ କରିବା ସହିତ ଆଗକୁ ବଢନ୍ତୁ |
06:31 | Reaction ଉପରେ କାର୍ଯ୍ୟ କରିବା ସମୟରେ ଆମେ ଗୋଟିଏ process diagram ଉପରେ Reaction idଗୁଡିକୁ କିପରି show/hide କରିବା? |
06:39 | ଚାଲନ୍ତୁ ତାହା ଶିଖିବା |
06:41 | Viewକୁ ଯିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Show Reaction Idକୁ ଅନଚେକ୍ କରନ୍ତୁ |
06:48 | draw area ଉପରିସ୍ଥ ରିଆକ୍ସନଗୁଡିକର ସମ୍ପର୍କିତ Reaction ids ଆଉ ଦେଖାଯିବେ ନାହିଁ |
06:55 | Reaction Idକୁ ଆପଣ ପ୍ରଦର୍ଶନ କରିବାକୁ ଚାହୁଁଥିବା କ୍ଷେତ୍ରରେ ନିମ୍ନଲିଖିତ କରନ୍ତୁ |
07:01 | Viewକୁ ଯା’ନ୍ତୁ ତଳକୁ ସ୍କ୍ରୋଲ୍ କରିବା ସହିତ Show Reaction Id ଉପରେ କ୍ଲିକ୍ କରନ୍ତୁ |
07:08 | reactionଗୁଡିକର ସମ୍ପର୍କୀତ Reaction ids, draw area ଉପରେ ଦୃଶ୍ୟମାନ ହେବେ |
07:15 | ସମସ୍ତ Componentଗୁଡିକ(Compartment, Species or Reaction)ରେ ଆମେ ନୋଟଗୁଡିକୁ ସଂଯୁକ୍ତ କରିପାରିବା |
07:21 | ଏହା କିପରି କରାଯାଏ ଚାଲନ୍ତୁ ଶିଖିବା |
07:24 | draw area ଉପରେ ଥିବା ଗୋଟିଏ Species ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:28 | ମୁଁ CoA ଉପରେ କ୍ଲିକ୍ କରିବି |
07:32 | ତଳକୁ ସ୍କ୍ରୋଲ୍ କରିବା ସହିତ Species Notes ଉପରେ କ୍ଲିକ୍ କରନ୍ତୁ |
07:35 | ଗୋଟିଏ ପପ୍ ଅପ୍ ମେନୁ ଦୃଶ୍ୟମାନ ହେବ |
07:38 | Species Notes ନାମକ ଗୋଟିଏ ଡାଇଲଗ୍ ବକ୍ସ ପପ୍ ଅପ୍ ହେବ. Species ସମ୍ପର୍କୀତ ଟେକ୍ସଟ ଟାଇପ୍ କରନ୍ତୁ |
07:46 | ମୁଁ ନିମ୍ନଲିଖିତ ଟାଇପ୍ କରିବି |
07:49 | OKରେ କ୍ଲିକ୍ କରନ୍ତୁ |
07:51 | Notes Areaରେ ନୋଟଗୁଡିକର ସମ୍ବନ୍ଧିତ ତଥ୍ୟ ଦୃଶ୍ୟମାନ ହେବା ଲକ୍ଷ୍ୟ କରନ୍ତୁ |
07:58 | ଅନ୍ୟ ଭାବେ ଗୋଟିଏ Speciesରେ ନୋଟଗୁଡିକୁ ସଂଯୁକ୍ତ କରିବା ପାଇଁ draw area ଉପରେ ଥିବା ଗୋଟିଏ Species ଉପରେ କ୍ଲିକ୍ କରନ୍ତୁ |
08:06 | ମୁଁ Succinate ଉପରେ କ୍ଲିକ୍ କରିବି |
08:09 | ତା’ପରେ Edit Notes ଟାବ୍ ଉପରେ କ୍ଲିକ୍ କରନ୍ତୁ ଯାହା CellDesigner ୱିଣ୍ଡୋର ନିମ୍ନସ୍ଥ ଡାହାଣପଟ କୋଣରେ ଅବସ୍ଥିତ |
08:18 | ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ |
08:21 | Species ସମ୍ପର୍କୀତ ଟେକ୍ସଟ ଟାଇପ୍ କରନ୍ତୁ - |
08:25 | ଟାଇପ୍ କରିବା ସହିତ OKରେ କ୍ଲିକ୍ କରନ୍ତୁ |
08:30 | ସମାନ ଭାବେ ଆମେ ଗୋଟିଏ Proteinକୁ ଏଡିଟ୍ କରିପାରିବା |
08:35 | ଏହା କରିବା ପାଇଁ draw area ଉପରେ ଥିବା କମ୍ପୋନେଣ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
08:40 | ମୁଁ Homoserine succinyl transferase ଉପରେ କ୍ଲିକ୍ କରିବି |
08:46 | ତଳକୁ ସ୍କ୍ରୋଲ୍ କରିବା ସହିତ Edit Protein ଉପରେ କ୍ଲିକ୍ କରନ୍ତୁ |
08:51 | ସ୍କ୍ରୀନ୍ ଉପରେ Protein ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
08:55 | ନେମ୍ ବକ୍ସରେ Proteinର ନାମକୁ ପ୍ରବେଶ କରନ୍ତୁ |
09:00 | ମୁଁ ନେମ୍ ବକ୍ସରେ O-succinyltransferase ଟାଇପ୍ କରିବି |
09:06 | Update ଉପରେ କ୍ଲିକ୍ କରିବା ସହିତ ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ |
09:11 | ଗୋଟିଏ Proteinରେ କ୍ଷେତ୍ରଗୁଡିକୁ ମଧ୍ୟ ସଂଯୁକ୍ତ କରିପାରିବା |
09:15 | draw area ଉପରେ ଥିବା ଗୋଟିଏ Protein ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
09:19 | ମୁଁ O-succinyltransferase ଉପରେ ରାଇଟ୍ କ୍ଲିକ୍ କରିବି |
09:24 | ତଳକୁ ସ୍କ୍ରୋଲ୍ କରିବା ସହିତ Edit Protein ଉପରେ କ୍ଲିକ୍ କରନ୍ତୁ |
09:29 | ସ୍କ୍ରୀନ୍ ଉପରେ Protein ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
09:33 | residues/regions ଟାବ୍ ଅଧୀନରେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:40 | ModificationResidue/Bindingregion, ଡାଇଲଗ୍ ବକ୍ସରେ: |
09:46 | ଡ୍ରପ୍ ଡାଉନ୍ ମେନୁରୁ Binding region ଭାବେ Type ଚୟନ କରନ୍ତୁ |
09:52 | ଆବଶ୍ୟକ ଭେଲ୍ୟୁରେ କର୍ସରକୁ ଗତିଶୀଳ କରି ଆକାର ତଥା କୋଣକୁ ପରିବର୍ତ୍ତନ କରନ୍ତୁ |
09:59 | ଏହି ଡେମୋ ପାଇଁ ମୁଁ Sizeକୁ 15 ଭାବେ ଏବଂ Angleକୁ 38 ଭାବେ ଚୟନ କରିବି |
10:09 | ତା’ପରେ Close ଉପରେ କ୍ଲିକ୍ କରନ୍ତୁ |
10:12 | Update ଉପରେ କ୍ଲିକ୍ କରନ୍ତୁ |
10:14 | ଏବଂ ବକ୍ସକୁ ବନ୍ଦ କରନ୍ତୁ |
10:17 | ଯେହେତୁ ମୋ’ର Methionine Biosynthesisରେ କ୍ଷେତ୍ରକୁ ସଂଯୁକ୍ତ କରିବାର ଆବଶ୍ୟକତା ନାହିଁ, ମୁଁ ପରିବର୍ତ୍ତନଗୁଡିକୁ ଅଣ୍ଡୁ କରିବି |
10:25 | ତା’ପରେ ତଥ୍ୟକୁ ଏଡିଟ୍ କରିବା ଶିଖିବା |
10:30 | draw area ଉପରେ ଥିବା componentରେ ରାଇଟ୍ କ୍ଲିକ୍ କରନ୍ତୁ |
10:33 | ମୁଁ Homoserineରେ କ୍ଲିକ୍ କରିବି |
10:37 | ତଳକୁ ସ୍କ୍ରୋଲ୍ କରିବା ସହିତ Edit Information ଉପରେ କ୍ଲିକ୍ କରନ୍ତୁ |
10:41 | ସ୍କ୍ରୀନ୍ ଉପରେ Edit Information ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
10:46 | ଡାଇଲଗ୍ ବକ୍ସରେ ନିମ୍ନଲିଖିତ କରନ୍ତୁ – state ଟାବ୍ ଅଧୀନରେ Open ଚୟନ କରନ୍ତୁ |
10:54 | prefix ଟାବ୍ ଅଧୀନରେ mt ଚୟନ କରନ୍ତୁ |
10:59 | label ଟାବ୍ ଅଧୀନରେ dna ଚୟନ କରନ୍ତୁ |
11:04 | Okରେ କ୍ଲିକ୍ କରନ୍ତୁ |
11:07 | ଅଂକନ କ୍ଷେତ୍ର ଉପରେ mt:dna ତଥ୍ୟ ପ୍ରଦର୍ଶିତ ହୋଇଥିବା ଆପଣ ଦେଖିପାରିବେ |
11:15 | Edit Information କୁ ଅଣ୍ଡୁ କରନ୍ତୁ ଯେହେତୁ ଏହି Methionine Biosynthesis ଆମର ଆବଶ୍ୟକ ନାହିଁ |
11:23 | କେତେକ କ୍ଷେତ୍ରରେ process diagram ଜଟିଳ ହୋଇପାରେ |
11:28 | ଏଭଳି କ୍ଷେତ୍ରରେ Bird's eye view ସାହାଯ୍ୟ କରିପାରେ ଯେହେତୁ ଏହାକୁ ଗୋଟିଏ ବଡ ମଡେଲ୍ ମଧ୍ୟରେ ନାଭିଗେଟ୍ କରିବା ସହଜସାଧ୍ୟ ଅଟେ |
11:37 | Bird's eye ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
11:41 | Bird’s Eye Viewରେ ଥିବା ରେଡ୍ ସ୍କୋୟାରକୁ ଡ୍ରାଗ୍ କରନ୍ତୁ |
11:46 | draw area ଉପରେ ଥିବା ଭ୍ୟୁ ଅନୁରୂପ ଭାବେ ଗତିଶୀଳ ହେଉଥିବା ଲକ୍ଷ୍ୟ କରନ୍ତୁ |
11:52 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
11:56 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ କିପରି ଗୋଟିଏ Reaction lineର color, shape ଓ widthକୁ ପରିବର୍ତ୍ତନ କରିବା, |
12:07 | ଗୋଟିଏ Reaction lineରେ Anchor pointଗୁଡିକୁ ସଂଯୁକ୍ତ କରିବା, Componentଗୁଡିକୁ ଏଲାଇନ୍ ତଥା Reaction idଗୁଡିକୁ show/hide କରିବା |
12:18 | ଆମେ Componentଗୁଡିକରେ ନୋଟଗୁଡିକୁ ସଂଯୁକ୍ତ କରିବା ମଧ୍ୟ ଶିଖିଲେ, |
12:23 | Proteinକୁ ତଥା ତଥ୍ୟକୁ ଏଡିଟ୍ କରିବା, |
12:27 | ଏବଂ ରେଖାଚିତ୍ରର Bird’s Eye View ପ୍ରାପ୍ତ କରିବା |
12:32 | ଆସାଇନମେଣ୍ଟ ପାଇଁ CellDesignerରେ ଥିବା ଟୂଲଗୁଡିକୁ ବ୍ୟବହାର କରି ଗୋଟିଏ Glycolysis Process Diagram ସୃଷ୍ଟି କରନ୍ତୁ |
12:41 | Reaction lineର ବିଭିନ୍ନ ଆକାରଗୁଡିକୁ ଆବିଷ୍କାର କରନ୍ତୁ |
12:47 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
12:52 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଦୟାକରି ଏହାକୁ ଡାଉନଲୋଡ୍ କରିଦେଖନ୍ତୁ |
12:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
13:06 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
13:13 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
13:29 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |