CellDesigner/C2/Getting-Started-with-CellDesigner/Oriya
From Script | Spoken-Tutorial
Time | Narration |
00:01 | Getting started with CellDesigner ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ CellDesigner, CellDesignerରେ ଥିବା Menu ଓ Tool ବାରଗୁଡିକ ବିଷୟରେ ଶିଖିବା |
00:13 | CellDesigner ୱର୍କସ୍ପେସରେ ଥିବା ବିଭିନ୍ନ areaଗୁଡିକ |
00:17 | CellDesignerର Componentଗୁଡିକ ଯେଉଁଥିରେ Species ଓ Reactions ସଂଯୁକ୍ତ ଥାଏ |
00:23 | ଗୋଟିଏ ସରଳ ନେଟୱର୍କ କିପରି ସୃଷ୍ଟି କରାଯାଏ, ଆମେ ତାହା ମଧ୍ୟ ଶିଖିବା |
00:27 | ଗୋଟିଏ ନେଟୱର୍କକୁ ସେଭ୍ କରନ୍ତୁ |
00:29 | ଗୋଟିଏ ଇମେଜକୁ ଏକ୍ସପୋର୍ଟ କରନ୍ତୁ |
00:30 | ଗୋଟିଏ ନେଟୱର୍କକୁ କିପରି ଯୁମ୍ କରିବା |
00:33 | ଜିନ୍-ରେଗୁଲୋଟୋରୀ ତଥା ବାୟୋକେମିକାଲ୍ ନେଟୱର୍କଗୁଡିକୁ ଅଙ୍କନ କରିବା ପାଇଁ CellDesigner ଗୋଟିଏ ପ୍ରୋସେସ୍ ଡାୟେଗ୍ରାମ୍ ଏଡିଟର୍ ଅଟେ |
00:40 | ପ୍ରୋସେସ୍ ଡାୟେଗ୍ରାମ୍ Kitanoଙ୍କ ଦ୍ଵାରା ପ୍ରଣିତ ହୋଇଥିଲା. ଏହି ଡାୟେଗ୍ରାମଗୁଡିକୁ Systems Biology Markup Language (SBML)କୁ ବ୍ୟବହାର କରି ଷ୍ଟୋର୍ କରାଯାଇଛି |
00:50 | ମୁଁ Windows XP ଓ CellDesigner ଭର୍ସନ୍ 4.2 ବ୍ୟବହାର କରୁଛି. CellDesigner, Linux ଓ Mac OS Xରେ ମଧ୍ୟ କାର୍ଯ୍ୟ କରିଥାଏ |
01:00 | CellDesignerକୁ ଖୋଲିବା ପାଇଁ ଡେସ୍କଟପ୍ ଉପରେ ଥିବା CellDesignerର ସର୍ଟକଟ୍ ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01:07 | ଏହା ଦ୍ଵାରା CellDesigner ଖୋଲିଯିବ, ବର୍ତ୍ତମାନ ଚାଲନ୍ତୁ ଦେଖିବା |
01:12 | Menu ବାରରେ ଆପଣ File, Edit, Component, View, Database ଓ ଅନ୍ୟାନ୍ୟ ଭଳି ବିଭିନ୍ନ ମେନୁର ବିକଳ୍ପଗୁଡିକ ଥିବା ଦେଖିପାରିବେ |
01:24 | Main Menu ଅଧୀନରେ ଆପଣ ବିଭିନ୍ନ Toolbars ଥିବା ଦେଖିପାରିବେ |
01:30 | ଏଠାରେ editing, species, reactions, compartments, ପ୍ରଭୃତି ପାଇଁ Toolbarଗୁଡିକ ଅଛି |
01:38 | ଆଗକୁ ବଢିବା ସହିତ ଆମେ ସେଗୁଡିକ ମଧ୍ୟରୁ କେତେକଙ୍କ ବିଷୟରେ ଶିଖିବା |
01:42 | CellDesignerର ୱର୍କସ୍ପେସରେ ଥିବା ବିଭିନ୍ନ କ୍ଷେତ୍ରଗୁଡିକ ବିଷୟରେ ଶିଖିବା |
01:48 | ଆପଣ ଦେଖିପାରୁଥିବା ଭଳି ଏଠାରେ ପାଞ୍ଚୋଟି କ୍ଷେତ୍ର ଅଛି |
01:52 | ଡାହାଣପଟେ Draw କରିବା କ୍ଷେତ୍ର ଅଟେ |
01:55 | ଏଠାରେ ଯେଉଁଠି ଆମେ ନେଟୱର୍କଗୁଡିକୁ ଅଂକନ କରିବା |
01:58 | Draw କ୍ଷେତ୍ର ଉପରେ ଆପଣ ଦେଖିପାରୁଥିବା ଯେକୌଣସି ଆକାର ଉଦାହରଣସ୍ଵରୂପ rectangle, ଗୋଟିଏ oval କିମ୍ବା ଏକ line segmentକୁ ଗୋଟିଏ Component କୁହାଯାଏ |
02:08 | କମ୍ପୋନେଣ୍ଟ species, reactions କିମ୍ବା ଗୋଟିଏ compartment ପାଇଁ ଏକ ସାଧାରଣ ଟର୍ମ ଅଟେ |
02:14 | CellDesigner ୱେବସାଇଟରୁ ଏହି ସମସ୍ତ ଚିହ୍ନଗୁଡିକ ତଥା ସେଗୁଡିକର ଅର୍ଥର ତାଲିକାକୁ ଦେଖାଯାଇପାରିବ – ତାହା www.celldesigner.org ଅଟେ |
02:29 | Documents ଉପରେ କ୍ଲିକ୍ କରନ୍ତୁ |
02:33 | ବର୍ତ୍ତମାନ Startup guide ଉପରେ କ୍ଲିକ୍ କରନ୍ତୁ. ତାହା ମଧ୍ୟ ଅନ୍ୟ ଟାବରେ ଅଛି |
02:40 | ମୁଁ ସିଧାସଳଖ ପେଜ୍ ସଂଖ୍ୟା 82କୁ ଯିବି |
02:45 | ଏଠାରେ ଆପଣ ବିଭିନ୍ନ ଚିହ୍ନ ତଥା ସେଗୁଡିକର ଅର୍ଥକୁ ଦେଖିପାରିବେ |
02:51 | CellDesigner ୱିଣ୍ଡୋକୁ ଫେରିଆସନ୍ତୁ |
02:55 | Draw କ୍ଷେତ୍ରର ନିମ୍ନରେ Listର କ୍ଷେତ୍ର ଅଛି |
02:59 | ଏଠାରେ ଗୋଟିଏ ମୋଡେଲର କମ୍ପୋନେଣ୍ଟ ଓ ଫଙ୍କଶନଗୁଡିକର ତାଲିକାକୁ ଡିସ୍ପ୍ଲେ ତଥା ଏଡିଟ୍ କରାଯାଇପାରିବ |
03:06 | Notes କ୍ଷେତ୍ରକୁ ବ୍ୟବହାର କରି କମ୍ପୋନେଣ୍ଟର ନୋଟଗୁଡିକୁ ଡିସ୍ପ୍ଲେ ତଥା ଏଡିଟ୍ କରାଯାଇପାରିବ |
03:12 | ବାମପଟରେ ଏଠାରେ ଗୋଟିଏ Tree କ୍ଷେତ୍ର ଅଛି ଯାହା ଗୋଟିଏ ଟ୍ରୀ ଷ୍ଟ୍ରକଚରର କମ୍ପୋନେଣ୍ଟଗୁଡିକୁ ତାଲିକାଭୁକ୍ତ କରିଥାଏ |
03:21 | ଏହାର ନିମ୍ନରେ Layerର କ୍ଷେତ୍ର ଅଛି ଯାହା ମଡେଲର ସମସ୍ତ ଲେୟାରଗୁଡିକୁ ପ୍ରଦର୍ଶିତ କରିଥାଏ |
03:27 | ବୋର୍ଡରର ଲାଇନଗୁଡିକୁ ଡ୍ରାଗ୍ କରି କ୍ଷେତ୍ରଗୁଡିକର ଆକାରକୁ ପରିବର୍ତ୍ତନ କରାଯାଇପାରିବ |
03:33 | ମୁଁ ବୋର୍ଡର୍ ଲାଇନ୍ ଉପରେ କର୍ସରକୁ ରଖିବି. ଆପଣ ଗୋଟିଏ ଡବଲ୍ ହେଡେଡ୍ ଆରୋକୁ ଦେଖିପାରିବେ. କ୍ଷେତ୍ରକୁ ମାକ୍ସିମାଇଜ୍ କିମ୍ବା ମିନିମାଇଜ୍ କରିବା ପାଇଁ ଏହାକୁ ଡ୍ରାଗ୍ କରନ୍ତୁ |
03:45 | List ଓ Notes କ୍ଷେତ୍ରର ଅବସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ |
03:50 | ବିକଳ୍ପ Viewକୁ ଯିବା ସହିତ >> List ଉପରେ କ୍ଲିକ୍ କରନ୍ତୁ ତଥା Right ଚୟନ କରନ୍ତୁ |
03:56 | ଏହା ତାଲିକାକୁ ଡାହାଣପଟକୁ ପରିବର୍ତ୍ତନ କରିଦେବ. ଡାଉନ୍ ଡିଫଲ୍ଟ ଅଟେ |
04:00 | ସ୍ଲାଇଡକୁ ଫେରିଆସନ୍ତୁ |
04:05 | ଆମେ ସୃଷ୍ଟି କରିଥିବା ଏହା ସରଳ ନେଟୱର୍କ ଅଟେ |
04:10 | ଏହି ନେଟୱର୍କରେ ପ୍ରୋଟିନ୍ C ଅଧୀନରେ କାଟାଲୀସିସ୍ ହୋଇ ପ୍ରୋଟିନ୍ Aର ଅବସ୍ଥାରେ ପରିବର୍ତ୍ତନ ପ୍ରକ୍ରିୟାନୁସାରେ ପ୍ରୋଟିନ୍ B ସୃଷ୍ଟି ହେବ |
04:21 | ପରବର୍ତ୍ତୀ ସମୟରେ ପ୍ରୋଟିନ୍ Bର ଅବସ୍ଥା ପରିବର୍ତ୍ତନ ପ୍ରକ୍ରିୟାନୁସାରେ ପ୍ରୋଟିନ୍ D ସୃଷ୍ଟି ହେବ |
04:27 | ଏହି ପରିବର୍ତ୍ତନ ପ୍ରୋଟିନ୍ E ଦ୍ଵାରା ନିଷେଧ କରାଯାଇଛି |
04:32 | ଏହି ନେଟୱର୍କକୁ ସୃଷ୍ଟି କରନ୍ତୁ |
04:34 | CellDesigner ୱିଣ୍ଡୋକୁ ଫେରିଆସନ୍ତୁ |
04:39 | ବର୍ତ୍ତମାନ File ଉପରେ ଏବଂ ତା’ପରେ New ଉପରେ କ୍ଲିକ୍ କରନ୍ତୁ |
04:43 | New Document ନାମକ ଗୋଟିଏ ଛୋଟ ଡାଇଲଗ୍ ବକ୍ସ ଖୋଲିଯିବ |
04:48 | ଏହା name ଫିଲ୍ଡ ଅଟେ |
04:50 | simple network ଟାଇପ୍ କରନ୍ତୁ |
04:53 | ଏଠାରେ ଆବଶ୍ୟକତାନୁସାରେ ଉଚ୍ଚତା ଓ ପ୍ରସ୍ଥକୁ ପରିବର୍ତ୍ତନ କରାଯାଇପାରିବ. ଯାହାହେଉ ମୁଁ ଡିଫଲ୍ଟ ଉଚ୍ଚତା ଓ ପ୍ରସ୍ଥକୁ ରଖିବି |
05:03 | OK ଉପରେ କ୍ଲିକ୍ କରନ୍ତୁ. ଆପଣ Draw କ୍ଷେତ୍ରସ୍ଥିତ ଉପର ବାମପଟ କୋଣରେ ନାମ ଦୃଶ୍ୟମାନ ହେଉଥିବା ଦେଖିପାରିବେ |
05:12 | ବର୍ତ୍ତମାନ Editକୁ ଯିବା ସହିତ Grid snap ଓ Grid visibleକୁ ସକ୍ଷମ କରନ୍ତୁ |
05:21 | Draw କ୍ଷେତ୍ରରେ ଗୋଟିଏ ଗ୍ରିଡ୍ ଦୃଶ୍ୟମାନ ହେବ |
05:25 | Grid snap, ଗ୍ରିଡ୍ ସହିତ କମ୍ପୋନେଣ୍ଟଗୁଡିକୁ ସଠିକତାର ସହ ଏଲାଇନ୍ କରିବ |
05:29 | ଥରେ ନେଟୱର୍କ ସମ୍ପୂର୍ଣ ହେଲାପରେ ଆପଣ Grid visibleକୁ ଡି-ସିଲେକ୍ଟ କରିପାରିବେ |
05:34 | କମ୍ପୋନେଣ୍ଟଗୁଡିକୁ ସଂଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ species ଓ reactionsର କିଛି ଉଦାହରଣକୁ ପ୍ରଦର୍ଶନ କରିବି |
05:42 | ପ୍ରଥମେ ଚାଲନ୍ତୁ speciesକୁ ଦେଖିବା |
05:45 | ଏଠାରେ ଥିବା ଚିହ୍ନଗୁଡିକ, generic protein, receptor, ion, channel, truncated protein, gene, RNA ପ୍ରଭୃତି ପାଇଁ ଅଟେ |
05:58 | ବର୍ତ୍ତମାନ State transition, Heterodimer association, Dissociation, Catalysis, Inhibition ପ୍ରଭୃତି reactionଗୁଡିକୁ ପ୍ରଥମେ ଦେଖିବା |
06:11 | Species ଟୂଲ୍ ବାର୍ ଉପରେ କ୍ଲିକ୍ କରିବା ସହିତ ପ୍ରଥମ ଆଇକନକୁ ଚୟନ କରନ୍ତୁ. ଏହି ଆଇକନ୍ ପ୍ରୋଟିନ୍ ପାଇଁ ଅଟେ |
06:22 | Draw Areaରେ କୌଣସି ଏକ ସ୍ଥାନରେ କ୍ଲିକ୍ କରନ୍ତୁ ଯେଉଁଠି ଆପଣ speciesକୁ ରଖିବାକୁ ଚାହାଁନ୍ତି |
06:28 | ମୁଁ ଏହାକୁ Draw areaର ବାମପଟେ ଥିବା ସ୍ଥାନରେ ରଖିବି |
06:33 | species ନାମ ଆବଶ୍ୟକ କରୁଥିବା ଗୋଟିଏ ଛୋଟ ଡାଇଲଗ୍ ବକ୍ସ ଖୋଲିଯିବ |
06:39 | ନୂତନ speciesକୁ A ଭାବେ ନାମିତ କରିବା ସହିତ OKରେ କ୍ଲିକ୍ କରନ୍ତୁ |
06:46 | ତାଲିକା କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଲକ୍ଷ୍ୟ କରନ୍ତୁ |
06:50 | ଆପଣ ଦେଖିପାରିଥିବେ ଯେ ଆମେ Draw areaରେ ଗୋଟିଏ ନୂତନ speciesକୁ ସଂଯୁକ୍ତ କରିଛନ୍ତି. ସେହିପରି ମୁଁ Bକୁ ସଂଯୁକ୍ତ କରିବି |
06:58 | ଏହାକୁ ଏଡିଟ୍ କିମ୍ବା ମୁଭ୍ କରିବା ପୂର୍ବରୁ ଆପଣ ଗୋଟିଏ କମ୍ପୋନେଣ୍ଟକୁ ଚୟନ କରିବା ଆବଶ୍ୟକ |
07:03 | ସେଗୁଡିକୁ ଚୟନ କରିବା ପାଇଁ component ଉପରେ କ୍ଲିକ୍ କରନ୍ତୁ. ଏହା କରିବା ପୂର୍ବରୁ ସିଲେକ୍ଟ ଆଇକନ୍ କାର୍ଯ୍ୟକ୍ଷମ ଥିବା ସୁନିଶ୍ଚିତ କରନ୍ତୁ |
07:12 | ମୁଁ A କଡରେ Bକୁ ସ୍ଥାପିତ କରିବାକୁ ଚାହୁଁଛି. ତେଣୁ B ଉପରେ କ୍ଲିକ୍ କରିବା ସହିତ ଏହାକୁ ଚୟନ କରନ୍ତୁ |
07:17 | ଏହାକୁ ଡ୍ରାଗ୍ କରିବା ସହିତ A କଡରେ ରଖନ୍ତୁ |
07:21 | ବର୍ତ୍ତମାନ ଗୋଟିଏ କମ୍ପୋନେଣ୍ଟର ଆକାରକୁ କିପରି ପରିବର୍ତ୍ତନ କରାଯାଏ ଦେଖିବା |
07:24 | A ଉପରେ କ୍ଲିକ୍ କରନ୍ତୁ. ଏହା ଉପରେ ଥିବା ଛୋଟ ଛୋଟ ବର୍ଗକ୍ଷେତ୍ରଗୁଡିକୁ ଦେଖିପାରିବେ |
07:29 | ଆକାରକୁ ପରିବର୍ତ୍ତନ କରିବା ପାଇଁ ଏଗୁଡିକ ହ୍ୟାଣ୍ଡଲ୍ ଅଟନ୍ତି |
07:32 | କର୍ସରକୁ ଏହି ଏଜ୍ ଉପରେ ରଖିବା ସହିତ ଡ୍ରାଗ୍ କରନ୍ତୁ |
07:36 | Aର ଆକାର ପରିବର୍ତ୍ତନ ହୋଇଯାଇଥିବା ଆମେ ଦେଖିପାରିବା |
07:39 | କମ୍ପୋନେଣ୍ଟର ଆକାର ପରିବର୍ତ୍ତନ କରିବା ପାଇଁ ଅନ୍ୟ ଏକ ମାର୍ଗ ଅଛି ଯାହାକୁ ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲରେ ଶିଖିବା |
07:46 | ଆପଣ Ctrl-Z ସହିତ ପୂର୍ବବର୍ତ୍ତୀ କାର୍ଯ୍ୟଗୁଡିକୁ undo କରିପାରିବେ |
07:52 | ଯଦି ଆପଣ re-do ଚାହାଁନ୍ତି ତେବେ Ctrl-Yକୁ ଦାବନ୍ତୁ |
07:54 | undo ଓ redo ପାଇଁ ଥିବା ଆଇକନ୍ ଉପରେ ସିଧାସଳଖ କ୍ଲିକ୍ କରି ମଧ୍ୟ ଆପଣ ଏହି କାର୍ଯ୍ୟ କରିପାରିବେ |
08:03 | ବର୍ତ୍ତମାନ ଚାଲନ୍ତୁ reactionଗୁଡିକୁ ସଂଯୁକ୍ତ କରିବା |
08:06 | ଗୋଟିଏ reaction, ଦୁଇଟି ଅବଜେକ୍ଟ ମଧ୍ୟରେ interaction ଅଟେ |
08:09 | ଏହା ଗୋଟିଏ ଅବସ୍ଥା ପରିବର୍ତ୍ତନ reaction ଅଟେ |
08:12 | ତେଣୁ Reaction ଟୂଲ୍ ବାରସ୍ଥିତ State transition ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:18 | Aର ଯେକୌଣସି ଏଜ୍ ଏବଂ ତା’ପରେ B ଉପରେ କ୍ଲିକ୍ କରନ୍ତୁ |
08:23 | ତେଣୁ ବର୍ତ୍ତମାନ reaction ଆରୋ A ଓ Bକୁ ସଂଯୁକ୍ତ କରିଥିବା ଆପଣ ଦେଖିପାରିବେ |
08:30 | ପ୍ରଥମେ ଚୟନ ହୋଇଥିବା କମ୍ପୋନେଣ୍ଟକୁ reactant କୁହାଯାଏ |
08:35 | ତେଣୁ ସର୍ବଦା ପ୍ରଥମେ reactantଗୁଡିକୁ ଚୟନ କରିବା ପାଇଁ ମନେରଖନ୍ତୁ |
08:39 | ଡିଫଲ୍ଟ ରିଆକ୍ସନ୍ id, re1 ଭାବେ ପ୍ରାପ୍ତ ହେବ |
08:43 | ବର୍ତ୍ତମାନ species Cକୁ ସଂଯୁକ୍ତ କରନ୍ତୁ ଏବଂ ପୂର୍ବ ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଉପଯୁକ୍ତ ସ୍ଥାନରେ ରଖନ୍ତୁ |
08:54 | ମୁଁ Reaction ଟୂଲ୍ ବାରରୁ ଏହି ଆଇକନକୁ ଚୟନ କରୁଛି. ଏହା Catalysis ପାଇଁ ଅଟେ |
09:00 | ମୁଁ Cର ଏଜ୍ ଉପରେ ଏବଂ State transition ରିଆକ୍ସନର ସ୍କୋୟାର୍ ଚିହ୍ନ ଉପରେ କ୍ଲିକ୍ କରିବି |
09:08 | ବର୍ତ୍ତମାନ ମୁଁ species Dକୁ ସଂଯୁକ୍ତ କରିବା ସହିତ ଏହାକୁ B କଡରେ ସ୍ଥାପିତ କରିବି |
09:15 | B ଠାରୁ D ପର୍ଯ୍ୟନ୍ତ ଗୋଟିଏ State transition ରିଆକ୍ସନକୁ ସଂଯୁକ୍ତ କରନ୍ତୁ. ଡିଫଲ୍ଟ ରିଆକ୍ସନ୍ id, re2 ଅଟେ |
09:26 | species Eକୁ ସଂଯୁକ୍ତ କରିବା ସହିତ ପୂର୍ବ ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଏହାକୁ ଉପଯୁକ୍ତ ସ୍ଥାନରେ ରଖନ୍ତୁ |
09:35 | ବର୍ତ୍ତମାନ Reaction ଟୂଲବାରରୁ ଏହି ଆଇକନକୁ ଚୟନ କରନ୍ତୁ ଯାହା Inhibition reactionକୁ ଉପସ୍ଥାପିତ କରିବ |
09:44 | ଏଜ୍ E ଉପରେ ଏବଂ State transition ରିଆକ୍ସନର ଏହି ସ୍କୋୟାର୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ. ଏହା ଦୁଇଟି ପଏଣ୍ଟକୁ ସଂଯୁକ୍ତ କରିବ |
09:54 | ବର୍ତ୍ତମାନ ଆମେ ସରଳ ନେଟୱର୍କକୁ ଦେଖିପାରିବା |
09:57 | ଆମ କାମକୁ ସେଭ୍ କରନ୍ତୁ |
10:00 | Fileକୁ ଯିବା ସହିତ Save as ଉପରେ କ୍ଲିକ୍ କରନ୍ତୁ |
10:04 | ମୁଁ ଏହାକୁ Simple Network ଭାବେ ନାମିତ କରିବି |
10:06 | ଏହା ଆମର କାମକୁ .xml ଫର୍ମାଟରେ ସେଭ୍ କରିବ. Save ଉପରେ କ୍ଲିକ୍ କରନ୍ତୁ |
10:12 | ବର୍ତ୍ତମାନ ଗୋଟିଏ ଇମେଜକୁ କିପରି ଏକ୍ସପୋର୍ଟ କରାଯାଏ ଆମେ ଶିଖିବା. ଏହା କରିବା ପାଇଁ Fileକୁ ଯା’ନ୍ତୁ ଏବଂ Export Imageରେ କ୍ଲିକ୍ କରନ୍ତୁ |
10:22 | ଆପଣ ଇମେଜକୁ pdf, png, jpeg ଭଳି ବିଭିନ୍ନ ଫର୍ମାଟରେ ସେଭ୍ କରିପାରିବେ |
10:29 | ଏହାକୁ ଗୋଟିଏ jpeg ଇମେଜ୍ ଭାବେ ସେଭ୍ କରନ୍ତୁ. Save ଉପରେ କ୍ଲିକ୍ କରନ୍ତୁ |
10:35 | ନେଟୱର୍କକୁ କିପରି ଯୁମ୍ କରାଯାଏ ଚାଲନ୍ତୁ ଦେଖିବା |
10:38 | ଯୁମ୍ କରିବା ପାଇଁ ଆମ ପାଖରେ ଚାରୋଟି ବିକଳ୍ପ ଅଛି - Zoom In, Zoom Out, Zoom Fit. Zoom Reset |
10:47 | ମୁଁ Zoom In ଆଇକନ୍ ଉପରେ ଦୁଇଥର କ୍ଲିକ୍ କରିବି. ଆମେ ବର୍ଦ୍ଧିତ ଇମେଜକୁ ଦେଖିପାରିବା |
10:54 | ବର୍ତ୍ତମାନ Zoom Reset ଉପରେ କ୍ଲିକ୍ କରନ୍ତୁ. ନେଟୱର୍କ ଅସଲ ଆକାରକୁ ଫେରିଆସିବ |
11:02 | ଏହା ଆମକୁ Getting started with CellDesigner ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
11:08 | ସଂକ୍ଷିପ୍ତରେ, ଆମେ CellDesignerରେ ଥିବା Menu ଓ Tool bar ବିଷୟରେ ଶିଖିଲେ |
11:14 | CellDesignerରେ ଥିବା ବିଭିନ୍ନ କ୍ଷେତ୍ର. Species ଓ Reactions ଭଳି କମ୍ପୋନେଣ୍ଟଗୁଡିକୁ |
11:20 | species ଓ reaction କମ୍ପୋନେଣ୍ଟଗୁଡିକ ବ୍ୟବହାର କରି ଆମେ ଗୋଟିଏ ସରଳ ନେଟୱର୍କ ସୃଷ୍ଟି କଲେ |
11:26 | କିପରି ଯୁମ୍ କରିବା, ଗୋଟିଏ ନେଟୱର୍କକୁ ସେଭ୍ କରିବା ତଥା ଗୋଟିଏ ଇମେଜକୁ ଏକ୍ସପୋର୍ଟ କରିବା ମଧ୍ୟ ଶିଖିଲେ |
11:32 | ଗୋଟିଏ ଆସାଇନମେଣ୍ଟ ଭାବେ, CellDesigner 4.2ର ସାହାଯ୍ୟରେ ଗୋଟିଏ ନେଟୱର୍କର ନିର୍ମାଣ କରନ୍ତୁ |
11:39 | ଏହି ନେଟୱର୍କରେ, କାଟାଲିଷ୍ଟ ପ୍ରୋଟିନ୍ Cର ଉପସ୍ଥିତିରେ A ଓ B ପ୍ରୋଟିନ୍ ସମ୍ମିଳିତ ହୋଇ ଗୋଟିଏ complex(Complex1) ସୃଷ୍ଟି କରିବେ |
11:51 | ଯେତେବେଳେ ପ୍ରୋଟିନ୍ D ଉପସ୍ଥିତ ହେବ ଏହି କମ୍ପ୍ଲେକ୍ସ ବିଘଟିତ ହୋଇଯିବ |
11:58 | ଆପଣ ଏହି ଭଳି ଗୋଟିଏ ନେଟୱର୍କ ପ୍ରାପ୍ତ କରିବା ଆବଶ୍ୟକ |
12:01 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
12:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
12:28 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ |
12:41 | ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
12:53 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |