CellDesigner/C2/Getting-Started-with-CellDesigner/Oriya

From Script | Spoken-Tutorial
Jump to: navigation, search
Time Narration
00:01 Getting started with CellDesigner ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ CellDesigner, CellDesignerରେ ଥିବା Menu ଓ Tool ବାରଗୁଡିକ ବିଷୟରେ ଶିଖିବା
00:13 CellDesigner ୱର୍କସ୍ପେସରେ ଥିବା ବିଭିନ୍ନ areaଗୁଡିକ
00:17 CellDesignerର Componentଗୁଡିକ ଯେଉଁଥିରେ Species ଓ Reactions ସଂଯୁକ୍ତ ଥାଏ
00:23 ଗୋଟିଏ ସରଳ ନେଟୱର୍କ କିପରି ସୃଷ୍ଟି କରାଯାଏ, ଆମେ ତାହା ମଧ୍ୟ ଶିଖିବା
00:27 ଗୋଟିଏ ନେଟୱର୍କକୁ ସେଭ୍ କରନ୍ତୁ
00:29 ଗୋଟିଏ ଇମେଜକୁ ଏକ୍ସପୋର୍ଟ କରନ୍ତୁ
00:30 ଗୋଟିଏ ନେଟୱର୍କକୁ କିପରି ଯୁମ୍ କରିବା
00:33 ଜିନ୍-ରେଗୁଲୋଟୋରୀ ତଥା ବାୟୋକେମିକାଲ୍ ନେଟୱର୍କଗୁଡିକୁ ଅଙ୍କନ କରିବା ପାଇଁ CellDesigner ଗୋଟିଏ ପ୍ରୋସେସ୍ ଡାୟେଗ୍ରାମ୍ ଏଡିଟର୍ ଅଟେ
00:40 ପ୍ରୋସେସ୍ ଡାୟେଗ୍ରାମ୍ Kitanoଙ୍କ ଦ୍ଵାରା ପ୍ରଣିତ ହୋଇଥିଲା. ଏହି ଡାୟେଗ୍ରାମଗୁଡିକୁ Systems Biology Markup Language (SBML)କୁ ବ୍ୟବହାର କରି ଷ୍ଟୋର୍ କରାଯାଇଛି
00:50 ମୁଁ Windows XP ଓ CellDesigner ଭର୍ସନ୍ 4.2 ବ୍ୟବହାର କରୁଛି. CellDesigner, Linux ଓ Mac OS Xରେ ମଧ୍ୟ କାର୍ଯ୍ୟ କରିଥାଏ
01:00 CellDesignerକୁ ଖୋଲିବା ପାଇଁ ଡେସ୍କଟପ୍ ଉପରେ ଥିବା CellDesignerର ସର୍ଟକଟ୍ ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
01:07 ଏହା ଦ୍ଵାରା CellDesigner ଖୋଲିଯିବ, ବର୍ତ୍ତମାନ ଚାଲନ୍ତୁ ଦେଖିବା
01:12 Menu ବାରରେ ଆପଣ File, Edit, Component, View, Database ଓ ଅନ୍ୟାନ୍ୟ ଭଳି ବିଭିନ୍ନ ମେନୁର ବିକଳ୍ପଗୁଡିକ ଥିବା ଦେଖିପାରିବେ
01:24 Main Menu ଅଧୀନରେ ଆପଣ ବିଭିନ୍ନ Toolbars ଥିବା ଦେଖିପାରିବେ
01:30 ଏଠାରେ editing, species, reactions, compartments, ପ୍ରଭୃତି ପାଇଁ Toolbarଗୁଡିକ ଅଛି
01:38 ଆଗକୁ ବଢିବା ସହିତ ଆମେ ସେଗୁଡିକ ମଧ୍ୟରୁ କେତେକଙ୍କ ବିଷୟରେ ଶିଖିବା
01:42 CellDesignerର ୱର୍କସ୍ପେସରେ ଥିବା ବିଭିନ୍ନ କ୍ଷେତ୍ରଗୁଡିକ ବିଷୟରେ ଶିଖିବା
01:48 ଆପଣ ଦେଖିପାରୁଥିବା ଭଳି ଏଠାରେ ପାଞ୍ଚୋଟି କ୍ଷେତ୍ର ଅଛି
01:52 ଡାହାଣପଟେ Draw କରିବା କ୍ଷେତ୍ର ଅଟେ
01:55 ଏଠାରେ ଯେଉଁଠି ଆମେ ନେଟୱର୍କଗୁଡିକୁ ଅଂକନ କରିବା
01:58 Draw କ୍ଷେତ୍ର ଉପରେ ଆପଣ ଦେଖିପାରୁଥିବା ଯେକୌଣସି ଆକାର ଉଦାହରଣସ୍ଵରୂପ rectangle, ଗୋଟିଏ oval କିମ୍ବା ଏକ line segmentକୁ ଗୋଟିଏ Component କୁହାଯାଏ
02:08 କମ୍ପୋନେଣ୍ଟ species, reactions କିମ୍ବା ଗୋଟିଏ compartment ପାଇଁ ଏକ ସାଧାରଣ ଟର୍ମ ଅଟେ
02:14 CellDesigner ୱେବସାଇଟରୁ ଏହି ସମସ୍ତ ଚିହ୍ନଗୁଡିକ ତଥା ସେଗୁଡିକର ଅର୍ଥର ତାଲିକାକୁ ଦେଖାଯାଇପାରିବ – ତାହା www.celldesigner.org ଅଟେ
02:29 Documents ଉପରେ କ୍ଲିକ୍ କରନ୍ତୁ
02:33 ବର୍ତ୍ତମାନ Startup guide ଉପରେ କ୍ଲିକ୍ କରନ୍ତୁ. ତାହା ମଧ୍ୟ ଅନ୍ୟ ଟାବରେ ଅଛି
02:40 ମୁଁ ସିଧାସଳଖ ପେଜ୍ ସଂଖ୍ୟା 82କୁ ଯିବି
02:45 ଏଠାରେ ଆପଣ ବିଭିନ୍ନ ଚିହ୍ନ ତଥା ସେଗୁଡିକର ଅର୍ଥକୁ ଦେଖିପାରିବେ
02:51 CellDesigner ୱିଣ୍ଡୋକୁ ଫେରିଆସନ୍ତୁ
02:55 Draw କ୍ଷେତ୍ରର ନିମ୍ନରେ Listର କ୍ଷେତ୍ର ଅଛି
02:59 ଏଠାରେ ଗୋଟିଏ ମୋଡେଲର କମ୍ପୋନେଣ୍ଟ ଓ ଫଙ୍କଶନଗୁଡିକର ତାଲିକାକୁ ଡିସ୍ପ୍ଲେ ତଥା ଏଡିଟ୍ କରାଯାଇପାରିବ
03:06 Notes କ୍ଷେତ୍ରକୁ ବ୍ୟବହାର କରି କମ୍ପୋନେଣ୍ଟର ନୋଟଗୁଡିକୁ ଡିସ୍ପ୍ଲେ ତଥା ଏଡିଟ୍ କରାଯାଇପାରିବ
03:12 ବାମପଟରେ ଏଠାରେ ଗୋଟିଏ Tree କ୍ଷେତ୍ର ଅଛି ଯାହା ଗୋଟିଏ ଟ୍ରୀ ଷ୍ଟ୍ରକଚରର କମ୍ପୋନେଣ୍ଟଗୁଡିକୁ ତାଲିକାଭୁକ୍ତ କରିଥାଏ
03:21 ଏହାର ନିମ୍ନରେ Layerର କ୍ଷେତ୍ର ଅଛି ଯାହା ମଡେଲର ସମସ୍ତ ଲେୟାରଗୁଡିକୁ ପ୍ରଦର୍ଶିତ କରିଥାଏ
03:27 ବୋର୍ଡରର ଲାଇନଗୁଡିକୁ ଡ୍ରାଗ୍ କରି କ୍ଷେତ୍ରଗୁଡିକର ଆକାରକୁ ପରିବର୍ତ୍ତନ କରାଯାଇପାରିବ
03:33 ମୁଁ ବୋର୍ଡର୍ ଲାଇନ୍ ଉପରେ କର୍ସରକୁ ରଖିବି. ଆପଣ ଗୋଟିଏ ଡବଲ୍ ହେଡେଡ୍ ଆରୋକୁ ଦେଖିପାରିବେ. କ୍ଷେତ୍ରକୁ ମାକ୍ସିମାଇଜ୍ କିମ୍ବା ମିନିମାଇଜ୍ କରିବା ପାଇଁ ଏହାକୁ ଡ୍ରାଗ୍ କରନ୍ତୁ
03:45 List ଓ Notes କ୍ଷେତ୍ରର ଅବସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ
03:50 ବିକଳ୍ପ Viewକୁ ଯିବା ସହିତ >> List ଉପରେ କ୍ଲିକ୍ କରନ୍ତୁ ତଥା Right ଚୟନ କରନ୍ତୁ
03:56 ଏହା ତାଲିକାକୁ ଡାହାଣପଟକୁ ପରିବର୍ତ୍ତନ କରିଦେବ. ଡାଉନ୍ ଡିଫଲ୍ଟ ଅଟେ
04:00 ସ୍ଲାଇଡକୁ ଫେରିଆସନ୍ତୁ
04:05 ଆମେ ସୃଷ୍ଟି କରିଥିବା ଏହା ସରଳ ନେଟୱର୍କ ଅଟେ
04:10 ଏହି ନେଟୱର୍କରେ ପ୍ରୋଟିନ୍ C ଅଧୀନରେ କାଟାଲୀସିସ୍ ହୋଇ ପ୍ରୋଟିନ୍ Aର ଅବସ୍ଥାରେ ପରିବର୍ତ୍ତନ ପ୍ରକ୍ରିୟାନୁସାରେ ପ୍ରୋଟିନ୍ B ସୃଷ୍ଟି ହେବ
04:21 ପରବର୍ତ୍ତୀ ସମୟରେ ପ୍ରୋଟିନ୍ Bର ଅବସ୍ଥା ପରିବର୍ତ୍ତନ ପ୍ରକ୍ରିୟାନୁସାରେ ପ୍ରୋଟିନ୍ D ସୃଷ୍ଟି ହେବ
04:27 ଏହି ପରିବର୍ତ୍ତନ ପ୍ରୋଟିନ୍ E ଦ୍ଵାରା ନିଷେଧ କରାଯାଇଛି
04:32 ଏହି ନେଟୱର୍କକୁ ସୃଷ୍ଟି କରନ୍ତୁ
04:34 CellDesigner ୱିଣ୍ଡୋକୁ ଫେରିଆସନ୍ତୁ
04:39 ବର୍ତ୍ତମାନ File ଉପରେ ଏବଂ ତା’ପରେ New ଉପରେ କ୍ଲିକ୍ କରନ୍ତୁ
04:43 New Document ନାମକ ଗୋଟିଏ ଛୋଟ ଡାଇଲଗ୍ ବକ୍ସ ଖୋଲିଯିବ
04:48 ଏହା name ଫିଲ୍ଡ ଅଟେ
04:50 simple network ଟାଇପ୍ କରନ୍ତୁ
04:53 ଏଠାରେ ଆବଶ୍ୟକତାନୁସାରେ ଉଚ୍ଚତା ଓ ପ୍ରସ୍ଥକୁ ପରିବର୍ତ୍ତନ କରାଯାଇପାରିବ. ଯାହାହେଉ ମୁଁ ଡିଫଲ୍ଟ ଉଚ୍ଚତା ଓ ପ୍ରସ୍ଥକୁ ରଖିବି
05:03 OK ଉପରେ କ୍ଲିକ୍ କରନ୍ତୁ. ଆପଣ Draw କ୍ଷେତ୍ରସ୍ଥିତ ଉପର ବାମପଟ କୋଣରେ ନାମ ଦୃଶ୍ୟମାନ ହେଉଥିବା ଦେଖିପାରିବେ
05:12 ବର୍ତ୍ତମାନ Editକୁ ଯିବା ସହିତ Grid snap ଓ Grid visibleକୁ ସକ୍ଷମ କରନ୍ତୁ
05:21 Draw କ୍ଷେତ୍ରରେ ଗୋଟିଏ ଗ୍ରିଡ୍ ଦୃଶ୍ୟମାନ ହେବ
05:25 Grid snap, ଗ୍ରିଡ୍ ସହିତ କମ୍ପୋନେଣ୍ଟଗୁଡିକୁ ସଠିକତାର ସହ ଏଲାଇନ୍ କରିବ
05:29 ଥରେ ନେଟୱର୍କ ସମ୍ପୂର୍ଣ ହେଲାପରେ ଆପଣ Grid visibleକୁ ଡି-ସିଲେକ୍ଟ କରିପାରିବେ
05:34 କମ୍ପୋନେଣ୍ଟଗୁଡିକୁ ସଂଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ species ଓ reactionsର କିଛି ଉଦାହରଣକୁ ପ୍ରଦର୍ଶନ କରିବି
05:42 ପ୍ରଥମେ ଚାଲନ୍ତୁ speciesକୁ ଦେଖିବା
05:45 ଏଠାରେ ଥିବା ଚିହ୍ନଗୁଡିକ, generic protein, receptor, ion, channel, truncated protein, gene, RNA ପ୍ରଭୃତି ପାଇଁ ଅଟେ
05:58 ବର୍ତ୍ତମାନ State transition, Heterodimer association, Dissociation, Catalysis, Inhibition ପ୍ରଭୃତି reactionଗୁଡିକୁ ପ୍ରଥମେ ଦେଖିବା
06:11 Species ଟୂଲ୍ ବାର୍ ଉପରେ କ୍ଲିକ୍ କରିବା ସହିତ ପ୍ରଥମ ଆଇକନକୁ ଚୟନ କରନ୍ତୁ. ଏହି ଆଇକନ୍ ପ୍ରୋଟିନ୍ ପାଇଁ ଅଟେ
06:22 Draw Areaରେ କୌଣସି ଏକ ସ୍ଥାନରେ କ୍ଲିକ୍ କରନ୍ତୁ ଯେଉଁଠି ଆପଣ speciesକୁ ରଖିବାକୁ ଚାହାଁନ୍ତି
06:28 ମୁଁ ଏହାକୁ Draw areaର ବାମପଟେ ଥିବା ସ୍ଥାନରେ ରଖିବି
06:33 species ନାମ ଆବଶ୍ୟକ କରୁଥିବା ଗୋଟିଏ ଛୋଟ ଡାଇଲଗ୍ ବକ୍ସ ଖୋଲିଯିବ
06:39 ନୂତନ speciesକୁ A ଭାବେ ନାମିତ କରିବା ସହିତ OKରେ କ୍ଲିକ୍ କରନ୍ତୁ
06:46 ତାଲିକା କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଲକ୍ଷ୍ୟ କରନ୍ତୁ
06:50 ଆପଣ ଦେଖିପାରିଥିବେ ଯେ ଆମେ Draw areaରେ ଗୋଟିଏ ନୂତନ speciesକୁ ସଂଯୁକ୍ତ କରିଛନ୍ତି. ସେହିପରି ମୁଁ Bକୁ ସଂଯୁକ୍ତ କରିବି
06:58 ଏହାକୁ ଏଡିଟ୍ କିମ୍ବା ମୁଭ୍ କରିବା ପୂର୍ବରୁ ଆପଣ ଗୋଟିଏ କମ୍ପୋନେଣ୍ଟକୁ ଚୟନ କରିବା ଆବଶ୍ୟକ
07:03 ସେଗୁଡିକୁ ଚୟନ କରିବା ପାଇଁ component ଉପରେ କ୍ଲିକ୍ କରନ୍ତୁ. ଏହା କରିବା ପୂର୍ବରୁ ସିଲେକ୍ଟ ଆଇକନ୍ କାର୍ଯ୍ୟକ୍ଷମ ଥିବା ସୁନିଶ୍ଚିତ କରନ୍ତୁ
07:12 ମୁଁ A କଡରେ Bକୁ ସ୍ଥାପିତ କରିବାକୁ ଚାହୁଁଛି. ତେଣୁ B ଉପରେ କ୍ଲିକ୍ କରିବା ସହିତ ଏହାକୁ ଚୟନ କରନ୍ତୁ
07:17 ଏହାକୁ ଡ୍ରାଗ୍ କରିବା ସହିତ A କଡରେ ରଖନ୍ତୁ
07:21 ବର୍ତ୍ତମାନ ଗୋଟିଏ କମ୍ପୋନେଣ୍ଟର ଆକାରକୁ କିପରି ପରିବର୍ତ୍ତନ କରାଯାଏ ଦେଖିବା
07:24 A ଉପରେ କ୍ଲିକ୍ କରନ୍ତୁ. ଏହା ଉପରେ ଥିବା ଛୋଟ ଛୋଟ ବର୍ଗକ୍ଷେତ୍ରଗୁଡିକୁ ଦେଖିପାରିବେ
07:29 ଆକାରକୁ ପରିବର୍ତ୍ତନ କରିବା ପାଇଁ ଏଗୁଡିକ ହ୍ୟାଣ୍ଡଲ୍ ଅଟନ୍ତି
07:32 କର୍ସରକୁ ଏହି ଏଜ୍ ଉପରେ ରଖିବା ସହିତ ଡ୍ରାଗ୍ କରନ୍ତୁ
07:36 Aର ଆକାର ପରିବର୍ତ୍ତନ ହୋଇଯାଇଥିବା ଆମେ ଦେଖିପାରିବା
07:39 କମ୍ପୋନେଣ୍ଟର ଆକାର ପରିବର୍ତ୍ତନ କରିବା ପାଇଁ ଅନ୍ୟ ଏକ ମାର୍ଗ ଅଛି ଯାହାକୁ ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲରେ ଶିଖିବା
07:46 ଆପଣ Ctrl-Z ସହିତ ପୂର୍ବବର୍ତ୍ତୀ କାର୍ଯ୍ୟଗୁଡିକୁ undo କରିପାରିବେ
07:52 ଯଦି ଆପଣ re-do ଚାହାଁନ୍ତି ତେବେ Ctrl-Yକୁ ଦାବନ୍ତୁ
07:54 undo ଓ redo ପାଇଁ ଥିବା ଆଇକନ୍ ଉପରେ ସିଧାସଳଖ କ୍ଲିକ୍ କରି ମଧ୍ୟ ଆପଣ ଏହି କାର୍ଯ୍ୟ କରିପାରିବେ
08:03 ବର୍ତ୍ତମାନ ଚାଲନ୍ତୁ reactionଗୁଡିକୁ ସଂଯୁକ୍ତ କରିବା
08:06 ଗୋଟିଏ reaction, ଦୁଇଟି ଅବଜେକ୍ଟ ମଧ୍ୟରେ interaction ଅଟେ
08:09 ଏହା ଗୋଟିଏ ଅବସ୍ଥା ପରିବର୍ତ୍ତନ reaction ଅଟେ
08:12 ତେଣୁ Reaction ଟୂଲ୍ ବାରସ୍ଥିତ State transition ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:18 Aର ଯେକୌଣସି ଏଜ୍ ଏବଂ ତା’ପରେ B ଉପରେ କ୍ଲିକ୍ କରନ୍ତୁ
08:23 ତେଣୁ ବର୍ତ୍ତମାନ reaction ଆରୋ A ଓ Bକୁ ସଂଯୁକ୍ତ କରିଥିବା ଆପଣ ଦେଖିପାରିବେ
08:30 ପ୍ରଥମେ ଚୟନ ହୋଇଥିବା କମ୍ପୋନେଣ୍ଟକୁ reactant କୁହାଯାଏ
08:35 ତେଣୁ ସର୍ବଦା ପ୍ରଥମେ reactantଗୁଡିକୁ ଚୟନ କରିବା ପାଇଁ ମନେରଖନ୍ତୁ
08:39 ଡିଫଲ୍ଟ ରିଆକ୍ସନ୍ id, re1 ଭାବେ ପ୍ରାପ୍ତ ହେବ
08:43 ବର୍ତ୍ତମାନ species Cକୁ ସଂଯୁକ୍ତ କରନ୍ତୁ ଏବଂ ପୂର୍ବ ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଉପଯୁକ୍ତ ସ୍ଥାନରେ ରଖନ୍ତୁ
08:54 ମୁଁ Reaction ଟୂଲ୍ ବାରରୁ ଏହି ଆଇକନକୁ ଚୟନ କରୁଛି. ଏହା Catalysis ପାଇଁ ଅଟେ
09:00 ମୁଁ Cର ଏଜ୍ ଉପରେ ଏବଂ State transition ରିଆକ୍ସନର ସ୍କୋୟାର୍ ଚିହ୍ନ ଉପରେ କ୍ଲିକ୍ କରିବି
09:08 ବର୍ତ୍ତମାନ ମୁଁ species Dକୁ ସଂଯୁକ୍ତ କରିବା ସହିତ ଏହାକୁ B କଡରେ ସ୍ଥାପିତ କରିବି
09:15 B ଠାରୁ D ପର୍ଯ୍ୟନ୍ତ ଗୋଟିଏ State transition ରିଆକ୍ସନକୁ ସଂଯୁକ୍ତ କରନ୍ତୁ. ଡିଫଲ୍ଟ ରିଆକ୍ସନ୍ id, re2 ଅଟେ
09:26 species Eକୁ ସଂଯୁକ୍ତ କରିବା ସହିତ ପୂର୍ବ ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଏହାକୁ ଉପଯୁକ୍ତ ସ୍ଥାନରେ ରଖନ୍ତୁ
09:35 ବର୍ତ୍ତମାନ Reaction ଟୂଲବାରରୁ ଏହି ଆଇକନକୁ ଚୟନ କରନ୍ତୁ ଯାହା Inhibition reactionକୁ ଉପସ୍ଥାପିତ କରିବ
09:44 ଏଜ୍ E ଉପରେ ଏବଂ State transition ରିଆକ୍ସନର ଏହି ସ୍କୋୟାର୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ. ଏହା ଦୁଇଟି ପଏଣ୍ଟକୁ ସଂଯୁକ୍ତ କରିବ
09:54 ବର୍ତ୍ତମାନ ଆମେ ସରଳ ନେଟୱର୍କକୁ ଦେଖିପାରିବା
09:57 ଆମ କାମକୁ ସେଭ୍ କରନ୍ତୁ
10:00 Fileକୁ ଯିବା ସହିତ Save as ଉପରେ କ୍ଲିକ୍ କରନ୍ତୁ
10:04 ମୁଁ ଏହାକୁ Simple Network ଭାବେ ନାମିତ କରିବି
10:06 ଏହା ଆମର କାମକୁ .xml ଫର୍ମାଟରେ ସେଭ୍ କରିବ. Save ଉପରେ କ୍ଲିକ୍ କରନ୍ତୁ
10:12 ବର୍ତ୍ତମାନ ଗୋଟିଏ ଇମେଜକୁ କିପରି ଏକ୍ସପୋର୍ଟ କରାଯାଏ ଆମେ ଶିଖିବା. ଏହା କରିବା ପାଇଁ Fileକୁ ଯା’ନ୍ତୁ ଏବଂ Export Imageରେ କ୍ଲିକ୍ କରନ୍ତୁ
10:22 ଆପଣ ଇମେଜକୁ pdf, png, jpeg ଭଳି ବିଭିନ୍ନ ଫର୍ମାଟରେ ସେଭ୍ କରିପାରିବେ
10:29 ଏହାକୁ ଗୋଟିଏ jpeg ଇମେଜ୍ ଭାବେ ସେଭ୍ କରନ୍ତୁ. Save ଉପରେ କ୍ଲିକ୍ କରନ୍ତୁ
10:35 ନେଟୱର୍କକୁ କିପରି ଯୁମ୍ କରାଯାଏ ଚାଲନ୍ତୁ ଦେଖିବା
10:38 ଯୁମ୍ କରିବା ପାଇଁ ଆମ ପାଖରେ ଚାରୋଟି ବିକଳ୍ପ ଅଛି - Zoom In, Zoom Out, Zoom Fit. Zoom Reset
10:47 ମୁଁ Zoom In ଆଇକନ୍ ଉପରେ ଦୁଇଥର କ୍ଲିକ୍ କରିବି. ଆମେ ବର୍ଦ୍ଧିତ ଇମେଜକୁ ଦେଖିପାରିବା
10:54 ବର୍ତ୍ତମାନ Zoom Reset ଉପରେ କ୍ଲିକ୍ କରନ୍ତୁ. ନେଟୱର୍କ ଅସଲ ଆକାରକୁ ଫେରିଆସିବ
11:02 ଏହା ଆମକୁ Getting started with CellDesigner ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:08 ସଂକ୍ଷିପ୍ତରେ, ଆମେ CellDesignerରେ ଥିବା Menu ଓ Tool bar ବିଷୟରେ ଶିଖିଲେ
11:14 CellDesignerରେ ଥିବା ବିଭିନ୍ନ କ୍ଷେତ୍ର. Species ଓ Reactions ଭଳି କମ୍ପୋନେଣ୍ଟଗୁଡିକୁ
11:20 species ଓ reaction କମ୍ପୋନେଣ୍ଟଗୁଡିକ ବ୍ୟବହାର କରି ଆମେ ଗୋଟିଏ ସରଳ ନେଟୱର୍କ ସୃଷ୍ଟି କଲେ
11:26 କିପରି ଯୁମ୍ କରିବା, ଗୋଟିଏ ନେଟୱର୍କକୁ ସେଭ୍ କରିବା ତଥା ଗୋଟିଏ ଇମେଜକୁ ଏକ୍ସପୋର୍ଟ କରିବା ମଧ୍ୟ ଶିଖିଲେ
11:32 ଗୋଟିଏ ଆସାଇନମେଣ୍ଟ ଭାବେ, CellDesigner 4.2ର ସାହାଯ୍ୟରେ ଗୋଟିଏ ନେଟୱର୍କର ନିର୍ମାଣ କରନ୍ତୁ
11:39 ଏହି ନେଟୱର୍କରେ, କାଟାଲିଷ୍ଟ ପ୍ରୋଟିନ୍ Cର ଉପସ୍ଥିତିରେ A ଓ B ପ୍ରୋଟିନ୍ ସମ୍ମିଳିତ ହୋଇ ଗୋଟିଏ complex(Complex1) ସୃଷ୍ଟି କରିବେ
11:51 ଯେତେବେଳେ ପ୍ରୋଟିନ୍ D ଉପସ୍ଥିତ ହେବ ଏହି କମ୍ପ୍ଲେକ୍ସ ବିଘଟିତ ହୋଇଯିବ
11:58 ଆପଣ ଏହି ଭଳି ଗୋଟିଏ ନେଟୱର୍କ ପ୍ରାପ୍ତ କରିବା ଆବଶ୍ୟକ
12:01 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
12:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
12:28 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ
12:41 ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:53 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep