PERL/C3/File-Handling/Oriya
From Script | Spoken-Tutorial
Time | Narration |
00:01 | PERLରେ File Handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା କିପରି:
read modeରେ ଗୋଟିଏ ଫାଇଲକୁ ଖୋଲିବା ଗୋଟିଏ ଫାଇଲରେ ଲେଖିବା append modeରେ ଗୋଟିଏ ଫାଇଲକୁ ଖୋଲିବା file handleକୁ ବନ୍ଦ କରିବା |
00:17 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍ |
00:28 | ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ |
00:32 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ |
00:37 | ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
00:43 | Perlରେ ଥିବା ଫାଇଲଗୁଡିକ ସହିତ ନିମ୍ନ ମୌଳିକ କାର୍ଯ୍ୟଗୁଡିକ ଆମେ କରିପାରିବା ଯେପରି:
ଗୋଟିଏ ଫାଇଲକୁ ଖୋଲିବା ଗୋଟିଏ ଫାଇଲରୁ ପଢିବା ଗୋଟିଏ ଫାଇଲରେ ଲେଖିବା ଏବଂ ଗୋଟିଏ ଫାଇଲକୁ ବନ୍ଦ କରିବା |
00:54 | ଡିଫଲ୍ଟ file handleଗୁଡିକ ହେଉଛି:
STDIN STDOUT STDERR |
01:02 | ଫଙ୍କଶନ୍ open ପାଇଁ ଏହା ହେଉଛି ସିଣ୍ଟାକ୍ସ |
01:05 | ସିଣ୍ଟାକ୍ସରେ, ଫଙ୍କଶନ୍ open ଦ୍ଵାରା ରିଟର୍ନ ହୋଇଥିବା ଫାଇଲ୍ ହ୍ୟାଣ୍ଡଲ୍ ହେଉଛି, FILEHANDLE |
01:11 | ଫାଇଲକୁ ଖୋଲିବା ପାଇଁ ମୋଡକୁ MODE ଉପସ୍ଥାପିତ କରିଥାଏ. ଉଦାହରଣସ୍ଵରୂପ : read, write, ପ୍ରଭୃତି |
01:18 | ରିଡ୍ କିମ୍ବା ରାଇଟ୍ କରିବା ପାଇଁ ଫୀଜିକାଲ୍ ଫାଇଲ୍ ନାମ EXPR ବ୍ୟବହୃତ ହୋଇଥାଏ. ଏହି କ୍ଷେତ୍ରରେ ଫାଇଲ୍ ନାମ First.txt ଅଟେ |
01:27 | ଏଠାରେ ପ୍ରଦର୍ଶିତ ହେବା ଭଳି ଫଙ୍କଶନ୍ openକୁ ଲେଖିବା ପାଇଁ ଅନ୍ୟ ମାର୍ଗ ଅଛି |
01:32 | ଗୋଟିଏ ବିଦ୍ୟମାନ ଫାଇଲକୁ ଖୋଲିବା ସହିତ ଏଥିରୁ ଡେଟାକୁ କିପରି ପଢାଯାଇପାରିବ, ଚାଲନ୍ତୁ ଶିଖିବା |
01:38 | ପ୍ରଥମେ ଗୋଟିଏ ଟେକ୍ସଟ ଫାଇଲକୁ ସୃଷ୍ଟି କରିବା ସହିତ ଏଥିରେ କିଛି ଡେଟା ଷ୍ଟୋର୍ କରନ୍ତୁ. ଟର୍ମିନଲକୁ ଯିବା ସହିତ gedit first.txt ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
01:51 | first dot txt ଫାଇଲରେ ନିମ୍ନଲିଖିତ ଟେକ୍ସଟ ଟାଇପ୍ କରନ୍ତୁ: |
01:55 | ଫାଇଲକୁ Save କରିବା ସହିତ geditକୁ ବନ୍ଦ କରନ୍ତୁ |
01:59 | ବର୍ତ୍ତମାନ ଗୋଟିଏ Perl ପ୍ରୋଗ୍ରାମକୁ ଦେଖିବା ଯାହା first.txt ଫାଇଲକୁ ଖୋଲିବା ସହିତ କଣ୍ଟେଣ୍ଟକୁ ପଢିପାରିବ |
02:07 | ନମୂନା ପ୍ରୋଗ୍ରାମ୍ openfile.plକୁ ଖୋଲନ୍ତୁ ଯାହାକୁ ମୁଁ ଖୋଲିସାରିଛି |
02:13 | ଟାଇପ୍ କରନ୍ତୁ: gedit openfile dot pl ampersand ଏବଂ Enterଦାବନ୍ତୁ |
02:19 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହୋଇଥିବା ଭଳି openfile dot pl ଫାଇଲରେ କୋଡ୍ ଟାଇପ୍ କରନ୍ତୁ |
02:25 | ବର୍ତ୍ତମାନ ଚାଲନ୍ତୁ କୋଡକୁ ବୁଝିବା |
02:28 | ଫଙ୍କଶନ୍ open, ଗୋଟିଏ ଫାଇଲକୁ ପଢିବା ପାଇଁ ଖୋଲିବ |
02:33 | ପ୍ରଥମ ପାରାମିଟର୍ DATA, filehandle ଅଟେ ଯାହା ଭବିଷ୍ୟତରେ ଫାଇଲକୁ ରେଫର୍ କରିବା ପାଇଁ Perlକୁ ଅନୁମତି ଦେଇଥାଏ |
02:40 | ଦ୍ଵିତୀୟ ପାରାମିଟର୍ < ଲେସ୍ ଦ୍ୟାନ୍ ଚିହ୍ନ READ ମୋଡକୁ ସୂଚିତ କରିଥାଏ |
02:44 | ଯଦି Modeକୁ ନିର୍ଦ୍ଦିଷ୍ଟ କରିବାରେ ଅସଫଳ ହୁଅନ୍ତି ତେବେ ଡିଫଲ୍ଟ ଭାବେ ଫାଇଲଟି READ ମୋଡରେ ଖୋଲିଯିବ |
02:50 | ତୃତୀୟ ପାରାମିଟର୍ ଫାଇଲ୍ ନାମ first.txt ଅଟେ, ଯେଉଁଠାରୁ ଡେଟାକୁ ପଢାଯିବ |
02:57 | ଯଦି ଫାଇଲ୍ first.txt ବିଦ୍ୟମାନ ନ’ଥାଏ ତେବେ କ’ଣ ହେବ? |
03:02 | ଭେରିଏବଲ୍ dollar exclamation ($!)ରେ ଷ୍ଟୋର୍ ହୋଇଥିବା ଉପଯୁକ୍ତ error message ସହିତ ସ୍କ୍ରିପ୍ଟ ନଷ୍ଟ ହୋଇଯିବ |
03:08 | while ଲୂପ୍ ଧାଡିକୁ ଧାଡି ପଡିବା ସହିତ ସମସ୍ତ ଲାଇନ୍ ପଢା ନସରିବା ପର୍ଯ୍ୟନ୍ତ DATA ଫାଇଲ୍ ମଧ୍ୟରେ ଲୂପ୍ ହେବ |
03:17 | ଭେରିଏବଲ୍ Print dollar underscore('$_'), ସାମ୍ପ୍ରତିକ ଲାଇନର କଣ୍ଟେଣ୍ଟକୁ ପ୍ରିଣ୍ଟ କରିବ |
03:22 | ଶେଷରେ FILEHANDLEର ନାମ ସହିତ ଫାଇଲକୁ ବନ୍ଦ କରନ୍ତୁ ଯାହା open ଷ୍ଟେଟମେଣ୍ଟରେ ପ୍ରଦାନ କରାଯାଇଥିଲା |
03:29 | ଗୋଟିଏ ଫାଇଲକୁ ବନ୍ଦ କରିବା ଦ୍ଵାରା, କୌଣସି ଫାଇଲରେ ଆକଷ୍ମିକ ପରିବର୍ତ୍ତନ କିମ୍ବା କଣ୍ଟେଣ୍ଟର ଓଭରରାଇଟିଙ୍ଗକୁ ପ୍ରତିହତ କରିହେବ |
03:36 | ବର୍ତ୍ତମାନ Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ |
03:40 | ପ୍ରୋଗ୍ରାମକୁ execute କରନ୍ତୁ |
03:42 | ଟର୍ମିନଲକୁ ଫେରିଆସିବା ସହିତ perl openfile dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
03:51 | ପ୍ରଦର୍ଶିତ ହେବା ଭଳି ଆଉଟପୁଟ୍ ପ୍ରାପ୍ତ ହେବ |
03:54 | ଆମେ ପୂର୍ବ first dot txt ଫାଇଲରେ ଦେଖିଥିବା ଭଳି ଏହା ସମାନ କଣ୍ଟେଣ୍ଟ ଅଟେ |
03:59 | ତା’ପରେ ଗୋଟିଏ ଫାଇଲରେ ଡେଟାକୁ କିପରି ଲେଖାଯାଏ ଚାଲନ୍ତୁ ଦେଖିବା |
04:03 | greater than ଚିହ୍ନ ସହିତ open ଷ୍ଟେଟମେଣ୍ଟ, WRITE ମୋଡକୁ ଉପସ୍ଥାପିତ କରିଥାଏ |
04:08 | Filename, ଫାଇଲର ନାମକୁ ଉପସ୍ଥାପିତ କରିଥାଏ ଯେଉଁଠି ଡେଟାକୁ ଲେଖାଯିବ |
04:13 | ମୁଁ ସେଭ୍ କରିଥିବା ନମୂନା ପ୍ରୋଗ୍ରାମ୍ writefile.plକୁ ଖୋଲନ୍ତୁ |
04:19 | terminalକୁ ଫେରିଆସନ୍ତୁ |
04:21 | ବର୍ତ୍ତମାନ, gedit writefile dot pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ |
04:29 | writefile dot pl ଫାଇଲରେ ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ |
04:34 | ବର୍ତ୍ତମାନ ମୁଁ କୋଡକୁ ବର୍ଣ୍ଣନା କରିବି |
04:37 | ଫଙ୍କଶନ୍ open, second.txt ନାମକ ଗୋଟିଏ ଫାଇଲକୁ write ମୋଡରେ ଖୋଲିବ |
04:44 | ଫାଇଲ୍ ନେମ୍ ପୂର୍ବରୁ > - Greater than ଚିହ୍ନ, write ମୋଡକୁ ସୂଚିତ କରେ |
04:49 | ପ୍ରଥମ ପାରାମିଟର୍ FILE1, ଗୋଟିଏ FILEHANDLE ଅଟେ |
04:53 | ଫଙ୍କଶନ୍ print, ପ୍ରଦତ୍ତ ଟେକ୍ସଟକୁ FILEHANDLE ଯାହା FILE1 ଅଟେ, ରେ ପ୍ରିଣ୍ଟ କରିବ |
04:59 | ବର୍ତ୍ତମାନ Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ |
05:03 | ପ୍ରୋଗ୍ରାମକୁ execute କରନ୍ତୁ |
05:05 | ଟର୍ମିନଲକୁ ଫେରିଆସିବା ସହିତ perl writefile dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
05:12 | ବର୍ତ୍ତମାନ ଟେକ୍ସଟ second.txt ଫାଇଲରେ ରାଇଟ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ |
05:18 | gedit second.txt ଟାଇପ୍ କରିବା ସହିତ Enter ଦାବନ୍ତୁ |
05:23 | ଆମେ ଟେକ୍ସଟ, Working with files makes data storage and retrieval a simple task!କୁ ଆମ second.txt ଫାଇଲରେ ଦେଖିପାରିବା |
05:32 | second.txt ଫାଇଲକୁ ବନ୍ଦ କରନ୍ତୁ |
05:35 | ଯଦି ଆମେ ସମାନ ଫାଇଲକୁ ପୁନର୍ବାର write ମୋଡରେ ଖୋଲିବା ତେବେ କ’ଣ ହେବ ଚାଲନ୍ତୁ ଦେଖିବା? ଚାଲନ୍ତୁ ତାହା ଦେଖିବା |
05:41 | writefile.plରେ ପୂର୍ବ print ଷ୍ଟେଟମେଣ୍ଟକୁ comment କରନ୍ତୁ |
05:46 | ନିମ୍ନରେ ପ୍ରଦର୍ଶିତ print କମାଣ୍ଡକୁ ସଂଯୁକ୍ତ କରନ୍ତୁ |
05:48 | ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ. ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
05:54 | ଟର୍ମିନଲକୁ ଫେରିଆସିବା ସହିତ perl writefile dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
06:00 | ବର୍ତ୍ତମାନ ପୁନର୍ବାର second.txt ଫାଇଲକୁ ଯାଞ୍ଚ କରନ୍ତୁ |
06:04 | gedit second.txtକୁ ଟାଇପ୍ କରିବା ସହିତ Enter ଦାବନ୍ତୁ |
06:09 | ଆମେ ଆଉଟପୁଟ୍ Greater than symbol (>) overwrites the content of the file!କୁ ଦେଖିପାରିବା |
06:14 | second.txt ଫାଇଲର ପୂର୍ବ କେଣ୍ଟେଣ୍ଟଗୁଡିକ ଓଭରରାଇଟ୍ ହୋଇଯାଇଛି |
06:19 | ଏହାର କାରଣ ହେଉଛି ଆମେ write ମୋଡରେ ପୁନର୍ବାର ଫାଇଲକୁ ଖୋଲିଛେ |
06:24 | ଫାଇଲ୍ second.txtକୁ ବନ୍ଦ କରନ୍ତୁ |
06:27 | ତା’ପରେ ବିଦ୍ୟମାନ ଫାଇଲରେ ଡେଟାକୁ କିପରି ସଂଯୁକ୍ତ କରାଯାଏ, ଦେଖିବା |
06:32 | ଦୁଇଟି greater than ଚିହ୍ନ ସହିତ open ଷ୍ଟେଟମେଣ୍ଟ APPENDମୋଡକୁ ସୂଚିତ କରେ |
06:38 | ବର୍ତ୍ତମାନ ପୁନର୍ବାର geditରେ writefile dot plକୁ ଖୋଲନ୍ତୁ |
06:44 | open ଷ୍ଟେଟମେଣ୍ଟରେ ଦୁଇଟି greater (>>) than ଚିହ୍ନକୁ ଟାଇପ୍ କରନ୍ତୁ. ଫାଇଲଟି append modeରେ ଅଛି ବୋଲି ଏହା ସୂଚିତ କରିବ |
06:52 | ପୂର୍ବ print ଷ୍ଟେଟମେଣ୍ଟକୁ Comment କରନ୍ତୁ ଯେହେତୁ ଏହା ନିଷ୍ପାଦନ ହୋଇଯାଇଛି |
06:57 | ବିଦ୍ୟମାନ ଡେଟାକୁ ସଂଯୁକ୍ତ କରିବା ପାଇଁ ଲାଇନ୍, print FILE1 ଡବଲ୍ କ୍ଵୋଟ୍ ମଧ୍ୟରେ Two greater than symbols (>>) open the file in append mode କୁ ସଂଯୁକ୍ତ କରନ୍ତୁ |
07:07 | ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ |
07:11 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
07:14 | ଟର୍ମିନଲକୁ ଫେରିଆସିବା ସହିତ perl writefile dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
07:20 | ବର୍ତ୍ତମାନ ଟେକ୍ସଟ, ଫାଇଲ୍ second.txtରେ ସଂଯୁକ୍ତ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ |
07:26 | gedit second.txt ଟାଇପ୍ କରିବା ସହିତ Enter ଦାବନ୍ତୁ |
07:31 | second.txt ଫାଇଲରେ ଟେକ୍ସଟ ସଂଯୁକ୍ତ ହୋଇଯାଇଥିବା, ଆମେ ଦେଖିପାରିବା |
07:36 | ଫାଇଲ୍ second.txtକୁ ବନ୍ଦ କରନ୍ତୁ |
07:39 | ସେହିପରି ଅନ୍ୟ ମୋଡଗୁଡିକ ମଧ୍ୟ ଅଛି |
07:42 | ସେହି ବିକଳ୍ପଗୁଡିକୁ ନିଜକୁ ନିଜେ ଚେଷ୍ଟା କରିବା ସହିତ କ’ଣ ହେଉଛି ଦେଖନ୍ତୁ |
07:49 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
07:53 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
read ମୋଡରେ ଗୋଟିଏ ଫାଇଲକୁ ଖୋଲିବା ଗୋଟିଏ ଫାଇଲରେ ରାଇଟ୍ କରିବା append ମୋଡରେ ଗୋଟିଏ ଫାଇଲକୁ ଖୋଲିବା ଏବଂ file handleକୁ ବନ୍ଦ କରିବା |
08:03 | ଏଠାରେ ଅପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. file attribute +>କୁ, writefile.pl ପ୍ରୋଗ୍ରାମରେ ପରିବର୍ତ୍ତନ କରନ୍ତୁ |
08:11 | ପ୍ରୋଗ୍ରାମକୁ Save କରିବା ସହିତ execute କରନ୍ତୁ |
08:14 | ଆଉଟପୁଟକୁ ଦେଖିବା ପାଇଁ second.txt ଫାଇଲକୁ ଖୋଲନ୍ତୁ |
08:17 | ଫାଇଲ୍ ଆଟ୍ରିବ୍ୟୁଟ୍ +> ଚିହ୍ନର ବ୍ୟବହାରକୁ ବିଶ୍ଳେଷଣ କରନ୍ତୁ |
08:22 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
08:29 | Spoken Tutorial ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:37 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
08:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
08:48 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
08:53 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |