PERL/C3/File-Handling/Oriya

From Script | Spoken-Tutorial
Jump to: navigation, search
Time Narration
00:01 PERLରେ File Handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା କିପରି:

read modeରେ ଗୋଟିଏ ଫାଇଲକୁ ଖୋଲିବା ଗୋଟିଏ ଫାଇଲରେ ଲେଖିବା append modeରେ ଗୋଟିଏ ଫାଇଲକୁ ଖୋଲିବା file handleକୁ ବନ୍ଦ କରିବା

00:17 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍

00:28 ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ
00:32 ଏହି ଟ୍ୟୁଟୋରିଆଲ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ
00:37 ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
00:43 Perlରେ ଥିବା ଫାଇଲଗୁଡିକ ସହିତ ନିମ୍ନ ମୌଳିକ କାର୍ଯ୍ୟଗୁଡିକ ଆମେ କରିପାରିବା ଯେପରି:

ଗୋଟିଏ ଫାଇଲକୁ ଖୋଲିବା ଗୋଟିଏ ଫାଇଲରୁ ପଢିବା ଗୋଟିଏ ଫାଇଲରେ ଲେଖିବା ଏବଂ ଗୋଟିଏ ଫାଇଲକୁ ବନ୍ଦ କରିବା

00:54 ଡିଫଲ୍ଟ file handleଗୁଡିକ ହେଉଛି:

STDIN STDOUT STDERR

01:02 ଫଙ୍କଶନ୍ open ପାଇଁ ଏହା ହେଉଛି ସିଣ୍ଟାକ୍ସ
01:05 ସିଣ୍ଟାକ୍ସରେ, ଫଙ୍କଶନ୍ open ଦ୍ଵାରା ରିଟର୍ନ ହୋଇଥିବା ଫାଇଲ୍ ହ୍ୟାଣ୍ଡଲ୍ ହେଉଛି, FILEHANDLE
01:11 ଫାଇଲକୁ ଖୋଲିବା ପାଇଁ ମୋଡକୁ MODE ଉପସ୍ଥାପିତ କରିଥାଏ. ଉଦାହରଣସ୍ଵରୂପ : read, write, ପ୍ରଭୃତି
01:18 ରିଡ୍ କିମ୍ବା ରାଇଟ୍ କରିବା ପାଇଁ ଫୀଜିକାଲ୍ ଫାଇଲ୍ ନାମ EXPR ବ୍ୟବହୃତ ହୋଇଥାଏ. ଏହି କ୍ଷେତ୍ରରେ ଫାଇଲ୍ ନାମ First.txt ଅଟେ
01:27 ଏଠାରେ ପ୍ରଦର୍ଶିତ ହେବା ଭଳି ଫଙ୍କଶନ୍ openକୁ ଲେଖିବା ପାଇଁ ଅନ୍ୟ ମାର୍ଗ ଅଛି
01:32 ଗୋଟିଏ ବିଦ୍ୟମାନ ଫାଇଲକୁ ଖୋଲିବା ସହିତ ଏଥିରୁ ଡେଟାକୁ କିପରି ପଢାଯାଇପାରିବ, ଚାଲନ୍ତୁ ଶିଖିବା
01:38 ପ୍ରଥମେ ଗୋଟିଏ ଟେକ୍ସଟ ଫାଇଲକୁ ସୃଷ୍ଟି କରିବା ସହିତ ଏଥିରେ କିଛି ଡେଟା ଷ୍ଟୋର୍ କରନ୍ତୁ. ଟର୍ମିନଲକୁ ଯିବା ସହିତ gedit first.txt ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
01:51 first dot txt ଫାଇଲରେ ନିମ୍ନଲିଖିତ ଟେକ୍ସଟ ଟାଇପ୍ କରନ୍ତୁ:
01:55 ଫାଇଲକୁ Save କରିବା ସହିତ geditକୁ ବନ୍ଦ କରନ୍ତୁ
01:59 ବର୍ତ୍ତମାନ ଗୋଟିଏ Perl ପ୍ରୋଗ୍ରାମକୁ ଦେଖିବା ଯାହା first.txt ଫାଇଲକୁ ଖୋଲିବା ସହିତ କଣ୍ଟେଣ୍ଟକୁ ପଢିପାରିବ
02:07 ନମୂନା ପ୍ରୋଗ୍ରାମ୍ openfile.plକୁ ଖୋଲନ୍ତୁ ଯାହାକୁ ମୁଁ ଖୋଲିସାରିଛି
02:13 ଟାଇପ୍ କରନ୍ତୁ: gedit openfile dot pl ampersand ଏବଂ Enterଦାବନ୍ତୁ
02:19 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହୋଇଥିବା ଭଳି openfile dot pl ଫାଇଲରେ କୋଡ୍ ଟାଇପ୍ କରନ୍ତୁ
02:25 ବର୍ତ୍ତମାନ ଚାଲନ୍ତୁ କୋଡକୁ ବୁଝିବା
02:28 ଫଙ୍କଶନ୍ open, ଗୋଟିଏ ଫାଇଲକୁ ପଢିବା ପାଇଁ ଖୋଲିବ
02:33 ପ୍ରଥମ ପାରାମିଟର୍ DATA, filehandle ଅଟେ ଯାହା ଭବିଷ୍ୟତରେ ଫାଇଲକୁ ରେଫର୍ କରିବା ପାଇଁ Perlକୁ ଅନୁମତି ଦେଇଥାଏ
02:40 ଦ୍ଵିତୀୟ ପାରାମିଟର୍ < ଲେସ୍ ଦ୍ୟାନ୍ ଚିହ୍ନ READ ମୋଡକୁ ସୂଚିତ କରିଥାଏ
02:44 ଯଦି Modeକୁ ନିର୍ଦ୍ଦିଷ୍ଟ କରିବାରେ ଅସଫଳ ହୁଅନ୍ତି ତେବେ ଡିଫଲ୍ଟ ଭାବେ ଫାଇଲଟି READ ମୋଡରେ ଖୋଲିଯିବ
02:50 ତୃତୀୟ ପାରାମିଟର୍ ଫାଇଲ୍ ନାମ first.txt ଅଟେ, ଯେଉଁଠାରୁ ଡେଟାକୁ ପଢାଯିବ
02:57 ଯଦି ଫାଇଲ୍ first.txt ବିଦ୍ୟମାନ ନ’ଥାଏ ତେବେ କ’ଣ ହେବ?
03:02 ଭେରିଏବଲ୍ dollar exclamation ($!)ରେ ଷ୍ଟୋର୍ ହୋଇଥିବା ଉପଯୁକ୍ତ error message ସହିତ ସ୍କ୍ରିପ୍ଟ ନଷ୍ଟ ହୋଇଯିବ
03:08 while ଲୂପ୍ ଧାଡିକୁ ଧାଡି ପଡିବା ସହିତ ସମସ୍ତ ଲାଇନ୍ ପଢା ନସରିବା ପର୍ଯ୍ୟନ୍ତ DATA ଫାଇଲ୍ ମଧ୍ୟରେ ଲୂପ୍ ହେବ
03:17 ଭେରିଏବଲ୍ Print dollar underscore('$_'), ସାମ୍ପ୍ରତିକ ଲାଇନର କଣ୍ଟେଣ୍ଟକୁ ପ୍ରିଣ୍ଟ କରିବ
03:22 ଶେଷରେ FILEHANDLEର ନାମ ସହିତ ଫାଇଲକୁ ବନ୍ଦ କରନ୍ତୁ ଯାହା open ଷ୍ଟେଟମେଣ୍ଟରେ ପ୍ରଦାନ କରାଯାଇଥିଲା
03:29 ଗୋଟିଏ ଫାଇଲକୁ ବନ୍ଦ କରିବା ଦ୍ଵାରା, କୌଣସି ଫାଇଲରେ ଆକଷ୍ମିକ ପରିବର୍ତ୍ତନ କିମ୍ବା କଣ୍ଟେଣ୍ଟର ଓଭରରାଇଟିଙ୍ଗକୁ ପ୍ରତିହତ କରିହେବ
03:36 ବର୍ତ୍ତମାନ Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ
03:40 ପ୍ରୋଗ୍ରାମକୁ execute କରନ୍ତୁ
03:42 ଟର୍ମିନଲକୁ ଫେରିଆସିବା ସହିତ perl openfile dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
03:51 ପ୍ରଦର୍ଶିତ ହେବା ଭଳି ଆଉଟପୁଟ୍ ପ୍ରାପ୍ତ ହେବ
03:54 ଆମେ ପୂର୍ବ first dot txt ଫାଇଲରେ ଦେଖିଥିବା ଭଳି ଏହା ସମାନ କଣ୍ଟେଣ୍ଟ ଅଟେ
03:59 ତା’ପରେ ଗୋଟିଏ ଫାଇଲରେ ଡେଟାକୁ କିପରି ଲେଖାଯାଏ ଚାଲନ୍ତୁ ଦେଖିବା
04:03 greater than ଚିହ୍ନ ସହିତ open ଷ୍ଟେଟମେଣ୍ଟ, WRITE ମୋଡକୁ ଉପସ୍ଥାପିତ କରିଥାଏ
04:08 Filename, ଫାଇଲର ନାମକୁ ଉପସ୍ଥାପିତ କରିଥାଏ ଯେଉଁଠି ଡେଟାକୁ ଲେଖାଯିବ
04:13 ମୁଁ ସେଭ୍ କରିଥିବା ନମୂନା ପ୍ରୋଗ୍ରାମ୍ writefile.plକୁ ଖୋଲନ୍ତୁ
04:19 terminalକୁ ଫେରିଆସନ୍ତୁ
04:21 ବର୍ତ୍ତମାନ, gedit writefile dot pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ
04:29 writefile dot pl ଫାଇଲରେ ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
04:34 ବର୍ତ୍ତମାନ ମୁଁ କୋଡକୁ ବର୍ଣ୍ଣନା କରିବି
04:37 ଫଙ୍କଶନ୍ open, second.txt ନାମକ ଗୋଟିଏ ଫାଇଲକୁ write ମୋଡରେ ଖୋଲିବ
04:44 ଫାଇଲ୍ ନେମ୍ ପୂର୍ବରୁ > - Greater than ଚିହ୍ନ, write ମୋଡକୁ ସୂଚିତ କରେ
04:49 ପ୍ରଥମ ପାରାମିଟର୍ FILE1, ଗୋଟିଏ FILEHANDLE ଅଟେ
04:53 ଫଙ୍କଶନ୍ print, ପ୍ରଦତ୍ତ ଟେକ୍ସଟକୁ FILEHANDLE ଯାହା FILE1 ଅଟେ, ରେ ପ୍ରିଣ୍ଟ କରିବ
04:59 ବର୍ତ୍ତମାନ Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ
05:03 ପ୍ରୋଗ୍ରାମକୁ execute କରନ୍ତୁ
05:05 ଟର୍ମିନଲକୁ ଫେରିଆସିବା ସହିତ perl writefile dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
05:12 ବର୍ତ୍ତମାନ ଟେକ୍ସଟ second.txt ଫାଇଲରେ ରାଇଟ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
05:18 gedit second.txt ଟାଇପ୍ କରିବା ସହିତ Enter ଦାବନ୍ତୁ
05:23 ଆମେ ଟେକ୍ସଟ, Working with files makes data storage and retrieval a simple task!କୁ ଆମ second.txt ଫାଇଲରେ ଦେଖିପାରିବା
05:32 second.txt ଫାଇଲକୁ ବନ୍ଦ କରନ୍ତୁ
05:35 ଯଦି ଆମେ ସମାନ ଫାଇଲକୁ ପୁନର୍ବାର write ମୋଡରେ ଖୋଲିବା ତେବେ କ’ଣ ହେବ ଚାଲନ୍ତୁ ଦେଖିବା? ଚାଲନ୍ତୁ ତାହା ଦେଖିବା
05:41 writefile.plରେ ପୂର୍ବ print ଷ୍ଟେଟମେଣ୍ଟକୁ comment କରନ୍ତୁ
05:46 ନିମ୍ନରେ ପ୍ରଦର୍ଶିତ print କମାଣ୍ଡକୁ ସଂଯୁକ୍ତ କରନ୍ତୁ
05:48 ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ. ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
05:54 ଟର୍ମିନଲକୁ ଫେରିଆସିବା ସହିତ perl writefile dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:00 ବର୍ତ୍ତମାନ ପୁନର୍ବାର second.txt ଫାଇଲକୁ ଯାଞ୍ଚ କରନ୍ତୁ
06:04 gedit second.txtକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
06:09 ଆମେ ଆଉଟପୁଟ୍ Greater than symbol (>) overwrites the content of the file!କୁ ଦେଖିପାରିବା
06:14 second.txt ଫାଇଲର ପୂର୍ବ କେଣ୍ଟେଣ୍ଟଗୁଡିକ ଓଭରରାଇଟ୍ ହୋଇଯାଇଛି
06:19 ଏହାର କାରଣ ହେଉଛି ଆମେ write ମୋଡରେ ପୁନର୍ବାର ଫାଇଲକୁ ଖୋଲିଛେ
06:24 ଫାଇଲ୍ second.txtକୁ ବନ୍ଦ କରନ୍ତୁ
06:27 ତା’ପରେ ବିଦ୍ୟମାନ ଫାଇଲରେ ଡେଟାକୁ କିପରି ସଂଯୁକ୍ତ କରାଯାଏ, ଦେଖିବା
06:32 ଦୁଇଟି greater than ଚିହ୍ନ ସହିତ open ଷ୍ଟେଟମେଣ୍ଟ APPENDମୋଡକୁ ସୂଚିତ କରେ
06:38 ବର୍ତ୍ତମାନ ପୁନର୍ବାର geditରେ writefile dot plକୁ ଖୋଲନ୍ତୁ
06:44 open ଷ୍ଟେଟମେଣ୍ଟରେ ଦୁଇଟି greater (>>) than ଚିହ୍ନକୁ ଟାଇପ୍ କରନ୍ତୁ. ଫାଇଲଟି append modeରେ ଅଛି ବୋଲି ଏହା ସୂଚିତ କରିବ
06:52 ପୂର୍ବ print ଷ୍ଟେଟମେଣ୍ଟକୁ Comment କରନ୍ତୁ ଯେହେତୁ ଏହା ନିଷ୍ପାଦନ ହୋଇଯାଇଛି
06:57 ବିଦ୍ୟମାନ ଡେଟାକୁ ସଂଯୁକ୍ତ କରିବା ପାଇଁ ଲାଇନ୍, print FILE1 ଡବଲ୍ କ୍ଵୋଟ୍ ମଧ୍ୟରେ Two greater than symbols (>>) open the file in append mode କୁ ସଂଯୁକ୍ତ କରନ୍ତୁ
07:07 ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ
07:11 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
07:14 ଟର୍ମିନଲକୁ ଫେରିଆସିବା ସହିତ perl writefile dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
07:20 ବର୍ତ୍ତମାନ ଟେକ୍ସଟ, ଫାଇଲ୍ second.txtରେ ସଂଯୁକ୍ତ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
07:26 gedit second.txt ଟାଇପ୍ କରିବା ସହିତ Enter ଦାବନ୍ତୁ
07:31 second.txt ଫାଇଲରେ ଟେକ୍ସଟ ସଂଯୁକ୍ତ ହୋଇଯାଇଥିବା, ଆମେ ଦେଖିପାରିବା
07:36 ଫାଇଲ୍ second.txtକୁ ବନ୍ଦ କରନ୍ତୁ
07:39 ସେହିପରି ଅନ୍ୟ ମୋଡଗୁଡିକ ମଧ୍ୟ ଅଛି
07:42 ସେହି ବିକଳ୍ପଗୁଡିକୁ ନିଜକୁ ନିଜେ ଚେଷ୍ଟା କରିବା ସହିତ କ’ଣ ହେଉଛି ଦେଖନ୍ତୁ
07:49 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
07:53 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

read ମୋଡରେ ଗୋଟିଏ ଫାଇଲକୁ ଖୋଲିବା ଗୋଟିଏ ଫାଇଲରେ ରାଇଟ୍ କରିବା append ମୋଡରେ ଗୋଟିଏ ଫାଇଲକୁ ଖୋଲିବା ଏବଂ file handleକୁ ବନ୍ଦ କରିବା

08:03 ଏଠାରେ ଅପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. file attribute +>କୁ, writefile.pl ପ୍ରୋଗ୍ରାମରେ ପରିବର୍ତ୍ତନ କରନ୍ତୁ
08:11 ପ୍ରୋଗ୍ରାମକୁ Save କରିବା ସହିତ execute କରନ୍ତୁ
08:14 ଆଉଟପୁଟକୁ ଦେଖିବା ପାଇଁ second.txt ଫାଇଲକୁ ଖୋଲନ୍ତୁ
08:17 ଫାଇଲ୍ ଆଟ୍ରିବ୍ୟୁଟ୍ +> ଚିହ୍ନର ବ୍ୟବହାରକୁ ବିଶ୍ଳେଷଣ କରନ୍ତୁ
08:22 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:29 Spoken Tutorial ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:37 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
08:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
08:48 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
08:53 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep