PERL/C3/Referencing-and-Dereferencing/Oriya
From Script | Spoken-Tutorial
| |
|
| 00:01 | Referencing and Dereferencing in Perl ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ:
Scalar References Array References Hash References Dereferences ଓ array/hash referencesରେ ଥିବା elementଗୁଡିକୁ କିପରି add, remove, access କରାଯାଏ ଶିଖିବା |
| 00:22 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍ |
| 00:33 | ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ |
| 00:37 | ଆପଣଙ୍କର ନିମ୍ନଲିଖିତ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ:
Perl ପ୍ରୋଗ୍ରାମିଙ୍ଗ Array functions ଓ Hash functions |
| 00:43 | ଯଦି ନାହିଁ ତେବେ ଏହି ୱେବସାଇଟରେ ଉପଲବ୍ଧ ଥିବା Perl ସମ୍ବନ୍ଧିତ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
| 00:49 | ଗୋଟିଏ Reference କ’ଣ? |
| 00:51 | ଗୋଟିଏ reference, ଏକ variable, array, hash କିମ୍ବା ଏକ subroutine ପାଇଁ ଏକ pointer କିମ୍ବା address ଅଟେ |
| 00:58 | ଏହା ସିଧାସଳଖ ଡେଟାକୁ ଧାରଣ କରେ ନାହିଁ |
| 01:01 | Reference ଗୋଟିଏ ସହଜ, କ୍ଷୁଦ୍ର scalar ଭେଲ୍ୟୁ ଅଟେ |
| 01:05 | Reference, Perl କୋଡର କାର୍ଯ୍ୟକ୍ଷମତାକୁ ଉନ୍ନତ କରିଥାଏ ଯେତେବେଳେ ବିଶାଳ ଡେଟା-ଷ୍ଟ୍ରକଚରକୁ ପାସ୍ କିମ୍ବା ରିଟର୍ନ କରାଯାଇଥାଏ |
| 01:12 | ଏହା ମେମୋରୀକୁ ସେଭ୍ କରିଥାଏ ଯେହେତୁ subroutineକୁ ଗୋଟିଏ ଭେଲ୍ୟୁ ପାସ୍ କରିବା ବଦଳରେ referenceକୁ ପାସ୍ କରିଥାଏ |
| 01:18 | ଜଟିଳ Perl ଡେଟା ଷ୍ଟ୍ରକଚରଗୁଡିକୁ ପରିଚାଳନା କରିବା ସହଜ ହୋଇଥାଏ |
| 01:22 | ଗୋଟିଏ referenceକୁ କିପରି ସୃଷ୍ଟି କରାଯାଏ ଚାଲନ୍ତୁ ଶିଖିବା |
| 01:25 | ଯେକୌଣସି variable, subroutine କିମ୍ବା valueର ସାମ୍ନାରେ ଗୋଟିଏ backslash (\) ରଖି, ଏକ referenceକୁ ସୃଷ୍ଟି କରାଯାଇପାରିବ |
| 01:33 | ଏଠାରେ ପ୍ରଦର୍ଶିତ ହେବା ଭଳି ବ୍ୟାକସ୍ଲାଶ୍ ଓ ଡଲାର୍ ଚିହ୍ନ($) ଦ୍ଵାରା ଗୋଟେ scalar variableକୁ reference କରାଯାଇପାରିବ |
| 01:39 | ବ୍ୟାକସ୍ଲାଶ୍ ଓ at the rate(@) ଚିହ୍ନ ଦ୍ଵାରା ଗୋଟେ array variableକୁ reference କରାଯାଇପାରିବ |
| 01:45 | ଏଠାରେ ଉଦାହରଣରେ ପ୍ରଦର୍ଶିତ ହେବା ଭଳି ବ୍ୟାକସ୍ଲାଶ୍ ଓ percentage(%) ଚିହ୍ନ ଦ୍ଵାରା ଗୋଟେ hash variableକୁ reference କରାଯାଇପାରିବ |
| 01:53 | dereference କ’ଣ? |
| 01:55 | ଯେତେବେଳେ ଗୋଟିଏ reference, ରିଟର୍ନ ହୋଇଥିବା ପ୍ରକୃତ ଭେଲ୍ୟୁକୁ dereference କରିଥାଏ |
| 02:00 | କର୍ଲୀ ବ୍ରାକେଟ୍ ମଧ୍ୟରେ reference ଭେଲ୍ୟୁକୁ ବନ୍ଦ କରିବା ଦ୍ଵାରା Dereference କାର୍ଯ୍ୟ ସମ୍ପନ୍ନ ହୋଇଥାଏ |
| 02:06 | ଏବଂ ବାମ କର୍ଲୀ ବ୍ରାକେଟ୍ ପୂର୍ବରୁ ରଖାଯାଇଥିବା କ୍ୟାରେକ୍ଟର୍, referenceର ପ୍ରକାରକୁ ସୂଚିତ କରିଥାଏ |
| 02:12 | ଭେରିଏବଲଗୁଡିକୁ କିପରି dereference କରାଯାଏ ଚାଲନ୍ତୁ ଦେଖିବା |
| 02:16 | ଡଲାର୍ ଚିହ୍ନ ଓ କର୍ଲୀ ବ୍ରାକେଟ୍ ଦ୍ଵାରା ଗୋଟିଏ scalar ଭେରିଏବଲ୍ dereference ହୋଇଥାଏ |
| 02:21 | ଗୋଟିଏ array ଭେରିଏବଲ୍, at the rate (@) ଚିହ୍ନ ଓ କର୍ଲୀ ବ୍ରାକେଟ୍ ଦ୍ଵାରା dereference ହୋଇଥାଏ |
| 02:27 | ଗୋଟିଏ hash ଭେରିଏବଲ୍, percentage(%) ଚିହ୍ନ ଓ କର୍ଲୀ ବ୍ରାକେଟ୍ ଦ୍ଵାରା dereference ହୋଇଥାଏ |
| 02:33 | Scalar reference ଓ dereference ପାଇଁ ଥିବା ଗୋଟିଏ ସରଳ ଉଦାହରଣକୁ ଚାଲନ୍ତୁ ଦେଖିବା |
| 02:38 | gedit ଟେକ୍ସଟ ଏଡିଟରରେ ଗୋଟିଏ ନମୂନା ପ୍ରୋଗ୍ରାମକୁ ଖୋଲନ୍ତୁ |
| 02:43 | ଟର୍ମିନଲକୁ ଖୋଲିବା ସହିତ Gedit scalarRef dot pl ampersand ଟାଇପ୍ କରନ୍ତୁ ଏବଂ ଏଣ୍ଟର୍ ଦାବନ୍ତୁ |
| 02:50 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
| 02:55 | ମୁଁ କୋଡକୁ ବର୍ଣ୍ଣନା କରିବି |
| 02:57 | ପ୍ରଥମ ଲାଇନ୍ ଗୋଟିଏ scalar variable $aକୁ ଘୋଷଣା କରିବା ସହିତ 10କୁ ଇନିଶିଆଲାଇଜ୍ ହେବ |
| 03:03 | ପୂର୍ବେ ଉଲ୍ଲେଖ ଥିବା ଭଳି ଗୋଟିଏ ସ୍କେଲାର୍ ଭେରିଏବଲ୍ ବ୍ୟାକସ୍ଲାଶ୍ ଓ ଡଲାର୍($) ଚିହ୍ନ ଦ୍ଵାରା reference ହୋଇଛି |
| 03:10 | ଏହି ଲାଇନ୍ ଭେରିଏବଲର memory addressକୁ ପ୍ରିଣ୍ଟ କରିବ ଯାହା reference ଭାବେ ସୃଷ୍ଟି ହୋଇଛି |
| 03:16 | ପ୍ରକୃତ ଭେଲ୍ୟୁକୁ ପ୍ରିଣ୍ଟ କରିବା ପାଇଁ variable, କର୍ଲୀ ବ୍ରାକେଟ୍ ପୂର୍ବରୁ $ ଦ୍ଵାରା ଡିରେଫରେନ୍ସ ହେବ |
| 03:23 | ଏଠାରେ ଫଙ୍କଶନ୍ ref(), scalar କିମ୍ବା array କିମ୍ବା hash ଭଳି referenceର ପ୍ରକାରକୁ ରିଟର୍ନ କରିବ |
| 03:30 | ବର୍ତ୍ତମାନ ଫାଇଲକୁ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ |
| 03:34 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 03:36 | ଟର୍ମିନଲକୁ ଫେରିଆସିବା ସହିତ perl scalarRef dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 03:43 | ପ୍ରଦର୍ଶିତ ହେବା ଭଳି ଆଉଟପୁଟ୍ ପ୍ରାପ୍ତ ହେବ |
| 03:46 | ପ୍ରଥମ ଲାଇନ୍ memory addressକୁ ପ୍ରଦର୍ଶନ କରିବ ଯେଉଁଠି ଭେଲ୍ୟୁ 10 ଷ୍ଟୋର୍ ହୋଇଛି |
| 03:51 | ଦ୍ଵିତୀୟ ଲାଇନ୍ ପ୍ରକୃତ ଭେଲ୍ୟୁ 10 ରିଟର୍ନ କରିବ |
| 03:55 | ଫଙ୍କଶନ୍ Ref(), ଆଉଟପୁଟ୍ SCALAR ଭାବେ ରିଟର୍ନ କରିବ |
| 03:59 | ତା’ପରେ ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି କିପରି ଏକ reference ଓ dereference ଆରେ ସୃଷ୍ଟି କରାଯାଏ ଚାଲନ୍ତୁ ବୁଝିବା |
| 04:07 | ମୋର ଗୋଟିଏ ନମୂନା ପ୍ରୋଗ୍ରାମ୍ ଅଛି. ମୁଁ ଏହାକୁ gedit ଟେକ୍ସଟ ଏଡିଟରରେ ଖୋଲିବି |
| 04:13 | ଟର୍ମିନଲରେ gedit arrayRef ଡଟ୍ pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ |
| 04:20 | ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ arrayRef dot pl ଫାଇଲରେ ଟାଇପ୍ କରନ୍ତୁ |
| 04:26 | ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି |
| 04:28 | ଏଠାରେ ପ୍ରଥମ ଲାଇନରେ ଗୋଟିଏ ଆରେ @colorକୁ ଘୋଷଣା କରାଯାଇଛି ଏବଂ ତିନୋଟି ଭେଲ୍ୟୁ ସହିତ ଇନିଶିଆଲାଇଜ୍ କରଯାଇଛି |
| 04:35 | ଏହା backslash @color ସହିତ reference ହୋଇଛି ଯାହା ଆରେ ନେମ୍ ଅଟେ ଏବଂ $colorRefକୁ ଆସାଇନ୍ କରାଯାଇଛି |
| 04:42 | print ଷ୍ଟେଟମେଣ୍ଟ, reference ଭେଲ୍ୟୁ ଓ dereference ଭେଲ୍ୟୁକୁ ପ୍ରିଣ୍ଟ କରିବ |
| 04:47 | ବର୍ତ୍ତମାନ Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ |
| 04:51 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 04:53 | ଟର୍ମିନଲକୁ ଫେରିଆସିବା ସହିତ perl arrayRef ଡଟ୍ pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 05:00 | ଏଠାରେ ପ୍ରଦର୍ଶିତ ହେବା ଭଳି ଆଉଟପୁଟ ପ୍ରାପ୍ତ ହେବ |
| 05:04 | ପ୍ରଥମ ଲାଇନ୍ ଭେରିଏବଲର memory addressର ଆଉଟପୁଟକୁ ପ୍ରଦର୍ଶିତ କରିବ ଯାହା reference ଭାବେ ସୃଷ୍ଟି ହୋଇଛି |
| 05:10 | ଦ୍ଵିତୀୟ ଲାଇନ୍ ପ୍ରକୃତ ଭେଲ୍ୟୁକୁ ପ୍ରଦର୍ଶନ କରିବ ଯାହା dereference ହୋଇଛି |
| 05:16 | ତା’ପରେ ଗୋଟିଏ ଆରେ ପାଇଁ କିପରି direct referenceକୁ ଘୋଷଣା କରାଯାଏ ଚାଲନ୍ତୁ ଦେଖିବା |
| 05:21 | ପ୍ରୋଗ୍ରାମକୁ ଫେରିଆସନ୍ତୁ |
| 05:24 | ଗୋଟିଏ ଆରେ ପାଇଁ direct referenceକୁ ପ୍ରଦର୍ଶନ କରିବା ସକାଷେ ମୁଁ ବିଦ୍ୟମାନ ପ୍ରୋଗ୍ରାମକୁ ପରିବର୍ତ୍ତନ କରିଦେଇଛି |
| 05:29 | ପ୍ରଦର୍ଶିତ ହେବା ଭଳି ଗୋଟିଏ ଆରେ ପାଇଁ ସ୍କୋୟାର୍ ବ୍ରାକେଟକୁ ବ୍ୟବହାର କରି ଆପଣ ଗୋଟିଏ direct reference ସୃଷ୍ଟି କରିପାରିବେ |
| 05:35 | dereference ପାଇଁ arrow operator (->)କୁ ବ୍ୟବହାର କରନ୍ତୁ |
| 05:39 | print ଷ୍ଟେଟମେଣ୍ଟ ଆଉଟପୁଟ ଭାବେ Green ପ୍ରିଣ୍ଟ କରିବ |
| 05:43 | ଏଠାରେ print ଷ୍ଟେଟମେଣ୍ଟ ଇଣ୍ଡେକ୍ସର ଭେଲ୍ୟୁକୁ ଗ୍ରହଣ କରିବ ଯାହା ଆମ ପ୍ରୋଗ୍ରାମରେ Green ଅଟେ |
| 05:50 | Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ |
| 05:54 | ଟର୍ମିନଲକୁ ଫେରିଆସିବା ସହିତ perl arrayRef ଡଟ୍ pl ଟାଇପ୍ କରନ୍ତୁ ଏବଂ ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ |
| 06:03 | ସମାନ କୋଡ୍ ଫାଇଲରେ କିପରି direct hash referenceକୁ ବ୍ୟବହାର କରାଯାଏ, ମୁଁ ଗୋଟିଏ ଉଦାହରଣ ସାହାଯ୍ୟରେ ପ୍ରଦର୍ଶନ କରିବି.
ତେଣୁ geditକୁ ଫେରିଆସନ୍ତୁ |
| 06:11 | ଏଠାରେ ପ୍ରଦର୍ଶିତ ହେବା ଭଳି କର୍ଲୀ ବ୍ରାକେଟକୁ ବ୍ୟବହାର କରି ଆପଣ direct referenceକୁ hashରେ ସୃଷ୍ଟି କରିପାରିବେ |
| 06:18 | ଏହାକୁ ଡିରେଫରେନ୍ସ କରିବା ପାଇଁ arrow operator (->)କୁ ବ୍ୟବହାର କରନ୍ତୁ. Name, hash key ଅଟେ |
| 06:24 | ଏହି କୋଡର ବ୍ଲକକୁ ନିଷ୍ପାଦନ କରିବା ଦ୍ଵାରା ଉଭୟ print ଷ୍ଟେଟମେଣ୍ଟ, ଆଉଟପୁଟ ଭାବେ Sunil ପ୍ରିଣ୍ଟ କରିବ |
| 06:31 | ତା’ପରେ ଗୋଟିଏ ନମୂନା ପ୍ରୋଗ୍ରାମ ସହିତ array referenceରେ elementଗୁଡିକୁ କିପରି add, remove, access କରାଯାଏ ଚାଲନ୍ତୁ ଦେଖିବା |
| 06:39 | ମୋ’ର ଗୋଟିଏ ନମୂନା ପ୍ରୋଗ୍ରାମ୍ ଅଛି. ମୁଁ ଏହାକୁ gedit ଟେକ୍ସଟ ଏଡିଟରରେ ଖୋଲିବି |
| 06:45 | ଟର୍ମିନଲକୁ ଖୋଲିବା ସହିତ gedit arrayRefadd dot pl ampersand ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 06:54 | ବର୍ତ୍ତମାନ arrayRefadd.pl ଫାଇଲ୍ geditରେ ଖୋଲିବ. ଆପଣଙ୍କ ଫାଇଲରେ ଏଠାରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ |
| 07:02 | ପ୍ରଥମ ଲାଇନ୍ ଗୋଟିଏ ଆରେକୁ ଇନିଶିଆଲାଇଜ୍ କରିବ |
| 07:06 | backslash @numarray ସହିତ ଗୋଟିଏ ଆରେକୁ reference କରିବା ସହିତ $refକୁ ଆସାଇନ୍ କରନ୍ତୁ |
| 07:13 | ବର୍ତ୍ତମାନ array referenceରୁ ଗୋଟିଏ ନିର୍ଦ୍ଦିଷ୍ଟ elementକୁ କିପରି ଅକ୍ସେସ୍ କରାଯାଏ ଚାଲନ୍ତୁ ଦେଖିବା |
| 07:19 | ନିର୍ଦ୍ଦିଷ୍ଟ ଭେଲ୍ୟୁକୁ ଆକ୍ସେସ୍ କରିବା ପାଇଁ ସ୍କୋୟାର୍ ବ୍ରାକେଟ୍[ ] ମଧ୍ୟରେ array indexକୁ ଏବଂ ଏହାକୁ dereference କରିବା ପାଇଁ ଗୋଟିଏ arrow operator (“->”)କୁ ବ୍ୟବହାର କରିବା ଆବଶ୍ୟକ |
| 07:28 | print ଷ୍ଟେଟମେଣ୍ଟ ଇଣ୍ଡେକ୍ସର ଭେଲ୍ୟୁକୁ ପ୍ରିଣ୍ଟ କରିବ |
| 07:32 | ଫଙ୍କଶନ୍ push() ଗୋଟିଏ array referenceର ଶେଷ ସ୍ଥାନରେ elementଗୁଡିକୁ ସଂଯୁକ୍ତ କରିବ. ଆମ କ୍ଷେତ୍ରରେ ବିଦ୍ୟମାନ ଆରେ 1, 2, 3, 4ର ଶେଷରେ 5,6,7 ସଂଯୁକ୍ତ ହୋଇଛି |
| 07:47 | array referenceରେ ସଂଯୁକ୍ତ ହେବା ପରେ ଏହି print ଷ୍ଟେଟମେଣ୍ଟ ଆଉଟପୁଟକୁ ପ୍ରଦର୍ଶନ କରିବ |
| 07:53 | ଫଙ୍କଶନ୍ pop() ଗୋଟିଏ array referenceର ଶେଷ ସ୍ଥାନରୁ ଗୋଟିଏ elementକୁ କାଢିଦେବ |
| 07:58 | ଏହି ଉଦାହରଣରେ ବିଦ୍ୟମାନ array referenceରୁ 7 ବାହାର ହୋଇଯିବ |
| 08:03 | array referenceରୁ ଡିଲିଟ୍ ହେବା ପରେ print ଷ୍ଟେଟମେଣ୍ଟ ଆଉଟପୁଟକୁ ପ୍ରଦର୍ଶନ କରିବ |
| 08:08 | ବର୍ତ୍ତମାନ ଫାଇଲକୁ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ |
| 08:11 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 08:14 | ଟର୍ମିନଲକୁ ଫେରିଆସିବା ସହିତ perl arrayRefadd dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 08:22 | ଏଠାରେ ପ୍ରଦର୍ଶିତ ହେବା ଭଳି ଆଉଟପୁଟ ପ୍ରାପ୍ତ ହୋଇଛି |
| 08:26 | ବର୍ତ୍ତମାନ hash referenceର elementଗୁଡିକୁ add, remove ଓ access କରିବା ପାଇଁ ଅନ୍ୟ ଏକ ନମୂନା ପ୍ରୋଗ୍ରାମକୁ ଚାଲନ୍ତୁ ଦେଖିବା |
| 08:34 | ଟର୍ମିନଲରେ ଟାଇପ୍ କରନ୍ତୁ: gedit hashRefadd ଡଟ୍ pl ampersand ଏବଂ Enter ଦାବନ୍ତୁ |
| 08:42 | ଏହା geditରେ hashRefadd.pl ଫାଇଲକୁ ଖୋଲିବ |
| 08:47 | ମୁଁ ନମୂନା ପ୍ରୋଗ୍ରାମକୁ ବର୍ଣ୍ଣନା କରିବି |
| 08:50 | ମୁଁ ଗୋଟିଏ direct hash referenceକୁ ଘୋଷଣା କରିଛି ଯାହାକୁ ଗୋଟିଏ scalar ଭେରିଏବଲ୍ $weektempରେ ଷ୍ଟୋର୍ କରାଯାଇପାରିବ |
| 08:57 | hash referenceକୁ ଉପସ୍ଥାପନ କରିବା ପାଇଁ କର୍ଲୀ ବ୍ରାକେଟ୍ ଏବଂ dereference ପାଇଁ arrow operatorକୁ ବ୍ୟବହାର କରାଯାଇଛି |
| 09:04 | ଏହି କୋଡ୍ Monday ଠାରୁ Friday ପର୍ଯ୍ୟନ୍ତ ତାପମାତ୍ରାର ଭେଲ୍ୟୁଗୁଡିକୁ ଷ୍ଟୋର୍ କରିବ |
| 09:09 | ହାଶର କୀଗୁଡିକ ମଧ୍ୟରେ ଲୂପ୍ କରିବା ପାଇଁ ବିଲ୍ଟ-ଇନ୍-ଫଙ୍କଶନ୍ keysକୁ ବ୍ୟବହାର କରାଯାଉଛି |
| 09:15 | ହାଶର ପ୍ରତ୍ୟେକ ଏଲିମେଣ୍ଟକୁ print ଷ୍ଟେଟମେଣ୍ଟ ପ୍ରିଣ୍ଟ କରିବ |
| 09:19 | ଏଠାରେ ପ୍ରଦର୍ଶିତ ହେବା ଭଳି ଗୋଟିଏ elementର ନିର୍ଦ୍ଦିଷ୍ଟ ଭେଲ୍ୟୁକୁ ଆମେ ଆକ୍ସେସ୍ କରିପାରିବା |
| 09:25 | print ଷ୍ଟେଟମେଣ୍ଟ Mondayର ତାପମାତ୍ରାକୁ ପ୍ରିଣ୍ଟ କରିବ |
| 09:29 | ବର୍ତ୍ତମାନ ଫାଇଲକୁ ସେଭ୍ କରନ୍ତୁ |
| 09:32 | ଟର୍ମିନଲକୁ ଫେରିଆସିବା ସହିତ perl hashRefadd dot pl ଟାଇପ୍ କରନ୍ତୁ ଏବଂ ଆଉଟପୁଟକୁ ଦେଖିବା ପାଇଁ Enter ଦାବନ୍ତୁ |
| 09:41 | hash keys ଓ hash valueଗୁଡିକ ରାଣ୍ଡମ୍ ଭାବେ ଷ୍ଟୋର୍ ହୋଇଛନ୍ତି |
| 09:46 | ପ୍ରଦର୍ଶିତ ଆଉଟପୁଟ୍ ସେମାନଙ୍କୁ ସଂଯୁକ୍ତ କରିବା ସମୟର କ୍ରମ ସହିତ କୌଣସି ସମ୍ପର୍କ ରହିବ ନାହିଁ |
| 09:52 | ଏହା ସହିତ ଆମେ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ |
| 09:57 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
Scalar References Array References Hash References Dereferences ଓ ଉଦାହରଣଗୁଡିକ ସହିତ array/hash referencesର elementଗୁଡିକୁ କିପରି add, remove, access କରାଯାଏ |
| 10:14 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. hashRefadd dot pl ଫାଇଲସ୍ଥିତ ହାଶ୍ weektempରେ Saturday ଓ Sunday ଭାବେ ନୂତନ କୀଗୁଡିକୁ ସଂଯୁକ୍ତ କରନ୍ତୁ |
| 10:24 | ଶେଷରେ କୀ Saturdayକୁ ଡିଲିଟ୍ କରନ୍ତୁ |
| 10:27 | ହାଶ୍ weektempକୁ ପ୍ରିଣ୍ଟ କରନ୍ତୁ |
| 10:30 | ପ୍ରୋଗ୍ରାମକୁ Save ଓ execute କରିବା ସହିତ ବର୍ତ୍ତମାନ ପରିଣାମକୁ ଯାଞ୍ଚ କରନ୍ତୁ |
| 10:35 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 10:42 | ଆମେ କର୍ମଶାଳାମାନ ଚଲାଇଥାଉ ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 10:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
| 11:02 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |