PERL/C3/Referencing-and-Dereferencing/Oriya

From Script | Spoken-Tutorial
Jump to: navigation, search
Time
Narration
00:01 Referencing and Dereferencing in Perl ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ:

Scalar References Array References Hash References Dereferences ଓ array/hash referencesରେ ଥିବା elementଗୁଡିକୁ କିପରି add, remove, access କରାଯାଏ ଶିଖିବା

00:22 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍

00:33 ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ
00:37 ଆପଣଙ୍କର ନିମ୍ନଲିଖିତ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ:

Perl ପ୍ରୋଗ୍ରାମିଙ୍ଗ Array functions ଓ Hash functions

00:43 ଯଦି ନାହିଁ ତେବେ ଏହି ୱେବସାଇଟରେ ଉପଲବ୍ଧ ଥିବା Perl ସମ୍ବନ୍ଧିତ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
00:49 ଗୋଟିଏ Reference କ’ଣ?
00:51 ଗୋଟିଏ reference, ଏକ variable, array, hash କିମ୍ବା ଏକ subroutine ପାଇଁ ଏକ pointer କିମ୍ବା address ଅଟେ
00:58 ଏହା ସିଧାସଳଖ ଡେଟାକୁ ଧାରଣ କରେ ନାହିଁ
01:01 Reference ଗୋଟିଏ ସହଜ, କ୍ଷୁଦ୍ର scalar ଭେଲ୍ୟୁ ଅଟେ
01:05 Reference, Perl କୋଡର କାର୍ଯ୍ୟକ୍ଷମତାକୁ ଉନ୍ନତ କରିଥାଏ ଯେତେବେଳେ ବିଶାଳ ଡେଟା-ଷ୍ଟ୍ରକଚରକୁ ପାସ୍ କିମ୍ବା ରିଟର୍ନ କରାଯାଇଥାଏ
01:12 ଏହା ମେମୋରୀକୁ ସେଭ୍ କରିଥାଏ ଯେହେତୁ subroutineକୁ ଗୋଟିଏ ଭେଲ୍ୟୁ ପାସ୍ କରିବା ବଦଳରେ referenceକୁ ପାସ୍ କରିଥାଏ
01:18 ଜଟିଳ Perl ଡେଟା ଷ୍ଟ୍ରକଚରଗୁଡିକୁ ପରିଚାଳନା କରିବା ସହଜ ହୋଇଥାଏ
01:22 ଗୋଟିଏ referenceକୁ କିପରି ସୃଷ୍ଟି କରାଯାଏ ଚାଲନ୍ତୁ ଶିଖିବା
01:25 ଯେକୌଣସି variable, subroutine କିମ୍ବା valueର ସାମ୍ନାରେ ଗୋଟିଏ backslash (\) ରଖି, ଏକ referenceକୁ ସୃଷ୍ଟି କରାଯାଇପାରିବ
01:33 ଏଠାରେ ପ୍ରଦର୍ଶିତ ହେବା ଭଳି ବ୍ୟାକସ୍ଲାଶ୍ ଓ ଡଲାର୍ ଚିହ୍ନ($) ଦ୍ଵାରା ଗୋଟେ scalar variableକୁ reference କରାଯାଇପାରିବ
01:39 ବ୍ୟାକସ୍ଲାଶ୍ ଓ at the rate(@) ଚିହ୍ନ ଦ୍ଵାରା ଗୋଟେ array variableକୁ reference କରାଯାଇପାରିବ
01:45 ଏଠାରେ ଉଦାହରଣରେ ପ୍ରଦର୍ଶିତ ହେବା ଭଳି ବ୍ୟାକସ୍ଲାଶ୍ ଓ percentage(%) ଚିହ୍ନ ଦ୍ଵାରା ଗୋଟେ hash variableକୁ reference କରାଯାଇପାରିବ
01:53 dereference କ’ଣ?
01:55 ଯେତେବେଳେ ଗୋଟିଏ reference, ରିଟର୍ନ ହୋଇଥିବା ପ୍ରକୃତ ଭେଲ୍ୟୁକୁ dereference କରିଥାଏ
02:00 କର୍ଲୀ ବ୍ରାକେଟ୍ ମଧ୍ୟରେ reference ଭେଲ୍ୟୁକୁ ବନ୍ଦ କରିବା ଦ୍ଵାରା Dereference କାର୍ଯ୍ୟ ସମ୍ପନ୍ନ ହୋଇଥାଏ
02:06 ଏବଂ ବାମ କର୍ଲୀ ବ୍ରାକେଟ୍ ପୂର୍ବରୁ ରଖାଯାଇଥିବା କ୍ୟାରେକ୍ଟର୍, referenceର ପ୍ରକାରକୁ ସୂଚିତ କରିଥାଏ
02:12 ଭେରିଏବଲଗୁଡିକୁ କିପରି dereference କରାଯାଏ ଚାଲନ୍ତୁ ଦେଖିବା
02:16 ଡଲାର୍ ଚିହ୍ନ ଓ କର୍ଲୀ ବ୍ରାକେଟ୍ ଦ୍ଵାରା ଗୋଟିଏ scalar ଭେରିଏବଲ୍ dereference ହୋଇଥାଏ
02:21 ଗୋଟିଏ array ଭେରିଏବଲ୍, at the rate (@) ଚିହ୍ନ ଓ କର୍ଲୀ ବ୍ରାକେଟ୍ ଦ୍ଵାରା dereference ହୋଇଥାଏ
02:27 ଗୋଟିଏ hash ଭେରିଏବଲ୍, percentage(%) ଚିହ୍ନ ଓ କର୍ଲୀ ବ୍ରାକେଟ୍ ଦ୍ଵାରା dereference ହୋଇଥାଏ
02:33 Scalar reference ଓ dereference ପାଇଁ ଥିବା ଗୋଟିଏ ସରଳ ଉଦାହରଣକୁ ଚାଲନ୍ତୁ ଦେଖିବା
02:38 gedit ଟେକ୍ସଟ ଏଡିଟରରେ ଗୋଟିଏ ନମୂନା ପ୍ରୋଗ୍ରାମକୁ ଖୋଲନ୍ତୁ
02:43 ଟର୍ମିନଲକୁ ଖୋଲିବା ସହିତ Gedit scalarRef dot pl ampersand ଟାଇପ୍ କରନ୍ତୁ ଏବଂ ଏଣ୍ଟର୍ ଦାବନ୍ତୁ
02:50 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
02:55 ମୁଁ କୋଡକୁ ବର୍ଣ୍ଣନା କରିବି
02:57 ପ୍ରଥମ ଲାଇନ୍ ଗୋଟିଏ scalar variable $aକୁ ଘୋଷଣା କରିବା ସହିତ 10କୁ ଇନିଶିଆଲାଇଜ୍ ହେବ
03:03 ପୂର୍ବେ ଉଲ୍ଲେଖ ଥିବା ଭଳି ଗୋଟିଏ ସ୍କେଲାର୍ ଭେରିଏବଲ୍ ବ୍ୟାକସ୍ଲାଶ୍ ଓ ଡଲାର୍($) ଚିହ୍ନ ଦ୍ଵାରା reference ହୋଇଛି
03:10 ଏହି ଲାଇନ୍ ଭେରିଏବଲର memory addressକୁ ପ୍ରିଣ୍ଟ କରିବ ଯାହା reference ଭାବେ ସୃଷ୍ଟି ହୋଇଛି
03:16 ପ୍ରକୃତ ଭେଲ୍ୟୁକୁ ପ୍ରିଣ୍ଟ କରିବା ପାଇଁ variable, କର୍ଲୀ ବ୍ରାକେଟ୍ ପୂର୍ବରୁ $ ଦ୍ଵାରା ଡିରେଫରେନ୍ସ ହେବ
03:23 ଏଠାରେ ଫଙ୍କଶନ୍ ref(), scalar କିମ୍ବା array କିମ୍ବା hash ଭଳି referenceର ପ୍ରକାରକୁ ରିଟର୍ନ କରିବ
03:30 ବର୍ତ୍ତମାନ ଫାଇଲକୁ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
03:34 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
03:36 ଟର୍ମିନଲକୁ ଫେରିଆସିବା ସହିତ perl scalarRef dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
03:43 ପ୍ରଦର୍ଶିତ ହେବା ଭଳି ଆଉଟପୁଟ୍ ପ୍ରାପ୍ତ ହେବ
03:46 ପ୍ରଥମ ଲାଇନ୍ memory addressକୁ ପ୍ରଦର୍ଶନ କରିବ ଯେଉଁଠି ଭେଲ୍ୟୁ 10 ଷ୍ଟୋର୍ ହୋଇଛି
03:51 ଦ୍ଵିତୀୟ ଲାଇନ୍ ପ୍ରକୃତ ଭେଲ୍ୟୁ 10 ରିଟର୍ନ କରିବ
03:55 ଫଙ୍କଶନ୍ Ref(), ଆଉଟପୁଟ୍ SCALAR ଭାବେ ରିଟର୍ନ କରିବ
03:59 ତା’ପରେ ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି କିପରି ଏକ reference ଓ dereference ଆରେ ସୃଷ୍ଟି କରାଯାଏ ଚାଲନ୍ତୁ ବୁଝିବା
04:07 ମୋର ଗୋଟିଏ ନମୂନା ପ୍ରୋଗ୍ରାମ୍ ଅଛି. ମୁଁ ଏହାକୁ gedit ଟେକ୍ସଟ ଏଡିଟରରେ ଖୋଲିବି
04:13 ଟର୍ମିନଲରେ gedit arrayRef ଡଟ୍ pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ
04:20 ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ arrayRef dot pl ଫାଇଲରେ ଟାଇପ୍ କରନ୍ତୁ
04:26 ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି
04:28 ଏଠାରେ ପ୍ରଥମ ଲାଇନରେ ଗୋଟିଏ ଆରେ @colorକୁ ଘୋଷଣା କରାଯାଇଛି ଏବଂ ତିନୋଟି ଭେଲ୍ୟୁ ସହିତ ଇନିଶିଆଲାଇଜ୍ କରଯାଇଛି
04:35 ଏହା backslash @color ସହିତ reference ହୋଇଛି ଯାହା ଆରେ ନେମ୍ ଅଟେ ଏବଂ $colorRefକୁ ଆସାଇନ୍ କରାଯାଇଛି
04:42 print ଷ୍ଟେଟମେଣ୍ଟ, reference ଭେଲ୍ୟୁ ଓ dereference ଭେଲ୍ୟୁକୁ ପ୍ରିଣ୍ଟ କରିବ
04:47 ବର୍ତ୍ତମାନ Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ
04:51 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
04:53 ଟର୍ମିନଲକୁ ଫେରିଆସିବା ସହିତ perl arrayRef ଡଟ୍ pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
05:00 ଏଠାରେ ପ୍ରଦର୍ଶିତ ହେବା ଭଳି ଆଉଟପୁଟ ପ୍ରାପ୍ତ ହେବ
05:04 ପ୍ରଥମ ଲାଇନ୍ ଭେରିଏବଲର memory addressର ଆଉଟପୁଟକୁ ପ୍ରଦର୍ଶିତ କରିବ ଯାହା reference ଭାବେ ସୃଷ୍ଟି ହୋଇଛି
05:10 ଦ୍ଵିତୀୟ ଲାଇନ୍ ପ୍ରକୃତ ଭେଲ୍ୟୁକୁ ପ୍ରଦର୍ଶନ କରିବ ଯାହା dereference ହୋଇଛି
05:16 ତା’ପରେ ଗୋଟିଏ ଆରେ ପାଇଁ କିପରି direct referenceକୁ ଘୋଷଣା କରାଯାଏ ଚାଲନ୍ତୁ ଦେଖିବା
05:21 ପ୍ରୋଗ୍ରାମକୁ ଫେରିଆସନ୍ତୁ
05:24 ଗୋଟିଏ ଆରେ ପାଇଁ direct referenceକୁ ପ୍ରଦର୍ଶନ କରିବା ସକାଷେ ମୁଁ ବିଦ୍ୟମାନ ପ୍ରୋଗ୍ରାମକୁ ପରିବର୍ତ୍ତନ କରିଦେଇଛି
05:29 ପ୍ରଦର୍ଶିତ ହେବା ଭଳି ଗୋଟିଏ ଆରେ ପାଇଁ ସ୍କୋୟାର୍ ବ୍ରାକେଟକୁ ବ୍ୟବହାର କରି ଆପଣ ଗୋଟିଏ direct reference ସୃଷ୍ଟି କରିପାରିବେ
05:35 dereference ପାଇଁ arrow operator (->)କୁ ବ୍ୟବହାର କରନ୍ତୁ
05:39 print ଷ୍ଟେଟମେଣ୍ଟ ଆଉଟପୁଟ ଭାବେ Green ପ୍ରିଣ୍ଟ କରିବ
05:43 ଏଠାରେ print ଷ୍ଟେଟମେଣ୍ଟ ଇଣ୍ଡେକ୍ସର ଭେଲ୍ୟୁକୁ ଗ୍ରହଣ କରିବ ଯାହା ଆମ ପ୍ରୋଗ୍ରାମରେ Green ଅଟେ
05:50 Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ
05:54 ଟର୍ମିନଲକୁ ଫେରିଆସିବା ସହିତ perl arrayRef ଡଟ୍ pl ଟାଇପ୍ କରନ୍ତୁ ଏବଂ ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ
06:03 ସମାନ କୋଡ୍ ଫାଇଲରେ କିପରି direct hash referenceକୁ ବ୍ୟବହାର କରାଯାଏ, ମୁଁ ଗୋଟିଏ ଉଦାହରଣ ସାହାଯ୍ୟରେ ପ୍ରଦର୍ଶନ କରିବି.

ତେଣୁ geditକୁ ଫେରିଆସନ୍ତୁ

06:11 ଏଠାରେ ପ୍ରଦର୍ଶିତ ହେବା ଭଳି କର୍ଲୀ ବ୍ରାକେଟକୁ ବ୍ୟବହାର କରି ଆପଣ direct referenceକୁ hashରେ ସୃଷ୍ଟି କରିପାରିବେ
06:18 ଏହାକୁ ଡିରେଫରେନ୍ସ କରିବା ପାଇଁ arrow operator (->)କୁ ବ୍ୟବହାର କରନ୍ତୁ. Name, hash key ଅଟେ
06:24 ଏହି କୋଡର ବ୍ଲକକୁ ନିଷ୍ପାଦନ କରିବା ଦ୍ଵାରା ଉଭୟ print ଷ୍ଟେଟମେଣ୍ଟ, ଆଉଟପୁଟ ଭାବେ Sunil ପ୍ରିଣ୍ଟ କରିବ
06:31 ତା’ପରେ ଗୋଟିଏ ନମୂନା ପ୍ରୋଗ୍ରାମ ସହିତ array referenceରେ elementଗୁଡିକୁ କିପରି add, remove, access କରାଯାଏ ଚାଲନ୍ତୁ ଦେଖିବା
06:39 ମୋ’ର ଗୋଟିଏ ନମୂନା ପ୍ରୋଗ୍ରାମ୍ ଅଛି. ମୁଁ ଏହାକୁ gedit ଟେକ୍ସଟ ଏଡିଟରରେ ଖୋଲିବି
06:45 ଟର୍ମିନଲକୁ ଖୋଲିବା ସହିତ gedit arrayRefadd dot pl ampersand ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:54 ବର୍ତ୍ତମାନ arrayRefadd.pl ଫାଇଲ୍ geditରେ ଖୋଲିବ. ଆପଣଙ୍କ ଫାଇଲରେ ଏଠାରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ
07:02 ପ୍ରଥମ ଲାଇନ୍ ଗୋଟିଏ ଆରେକୁ ଇନିଶିଆଲାଇଜ୍ କରିବ
07:06 backslash @numarray ସହିତ ଗୋଟିଏ ଆରେକୁ reference କରିବା ସହିତ $refକୁ ଆସାଇନ୍ କରନ୍ତୁ
07:13 ବର୍ତ୍ତମାନ array referenceରୁ ଗୋଟିଏ ନିର୍ଦ୍ଦିଷ୍ଟ elementକୁ କିପରି ଅକ୍ସେସ୍ କରାଯାଏ ଚାଲନ୍ତୁ ଦେଖିବା
07:19 ନିର୍ଦ୍ଦିଷ୍ଟ ଭେଲ୍ୟୁକୁ ଆକ୍ସେସ୍ କରିବା ପାଇଁ ସ୍କୋୟାର୍ ବ୍ରାକେଟ୍[ ] ମଧ୍ୟରେ array indexକୁ ଏବଂ ଏହାକୁ dereference କରିବା ପାଇଁ ଗୋଟିଏ arrow operator (“->”)କୁ ବ୍ୟବହାର କରିବା ଆବଶ୍ୟକ
07:28 print ଷ୍ଟେଟମେଣ୍ଟ ଇଣ୍ଡେକ୍ସର ଭେଲ୍ୟୁକୁ ପ୍ରିଣ୍ଟ କରିବ
07:32 ଫଙ୍କଶନ୍ push() ଗୋଟିଏ array referenceର ଶେଷ ସ୍ଥାନରେ elementଗୁଡିକୁ ସଂଯୁକ୍ତ କରିବ. ଆମ କ୍ଷେତ୍ରରେ ବିଦ୍ୟମାନ ଆରେ 1, 2, 3, 4ର ଶେଷରେ 5,6,7 ସଂଯୁକ୍ତ ହୋଇଛି
07:47 array referenceରେ ସଂଯୁକ୍ତ ହେବା ପରେ ଏହି print ଷ୍ଟେଟମେଣ୍ଟ ଆଉଟପୁଟକୁ ପ୍ରଦର୍ଶନ କରିବ
07:53 ଫଙ୍କଶନ୍ pop() ଗୋଟିଏ array referenceର ଶେଷ ସ୍ଥାନରୁ ଗୋଟିଏ elementକୁ କାଢିଦେବ
07:58 ଏହି ଉଦାହରଣରେ ବିଦ୍ୟମାନ array referenceରୁ 7 ବାହାର ହୋଇଯିବ
08:03 array referenceରୁ ଡିଲିଟ୍ ହେବା ପରେ print ଷ୍ଟେଟମେଣ୍ଟ ଆଉଟପୁଟକୁ ପ୍ରଦର୍ଶନ କରିବ
08:08 ବର୍ତ୍ତମାନ ଫାଇଲକୁ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
08:11 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
08:14 ଟର୍ମିନଲକୁ ଫେରିଆସିବା ସହିତ perl arrayRefadd dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
08:22 ଏଠାରେ ପ୍ରଦର୍ଶିତ ହେବା ଭଳି ଆଉଟପୁଟ ପ୍ରାପ୍ତ ହୋଇଛି
08:26 ବର୍ତ୍ତମାନ hash referenceର elementଗୁଡିକୁ add, remove ଓ access କରିବା ପାଇଁ ଅନ୍ୟ ଏକ ନମୂନା ପ୍ରୋଗ୍ରାମକୁ ଚାଲନ୍ତୁ ଦେଖିବା
08:34 ଟର୍ମିନଲରେ ଟାଇପ୍ କରନ୍ତୁ: gedit hashRefadd ଡଟ୍ pl ampersand ଏବଂ Enter ଦାବନ୍ତୁ
08:42 ଏହା geditରେ hashRefadd.pl ଫାଇଲକୁ ଖୋଲିବ
08:47 ମୁଁ ନମୂନା ପ୍ରୋଗ୍ରାମକୁ ବର୍ଣ୍ଣନା କରିବି
08:50 ମୁଁ ଗୋଟିଏ direct hash referenceକୁ ଘୋଷଣା କରିଛି ଯାହାକୁ ଗୋଟିଏ scalar ଭେରିଏବଲ୍ $weektempରେ ଷ୍ଟୋର୍ କରାଯାଇପାରିବ
08:57 hash referenceକୁ ଉପସ୍ଥାପନ କରିବା ପାଇଁ କର୍ଲୀ ବ୍ରାକେଟ୍ ଏବଂ dereference ପାଇଁ arrow operatorକୁ ବ୍ୟବହାର କରାଯାଇଛି
09:04 ଏହି କୋଡ୍ Monday ଠାରୁ Friday ପର୍ଯ୍ୟନ୍ତ ତାପମାତ୍ରାର ଭେଲ୍ୟୁଗୁଡିକୁ ଷ୍ଟୋର୍ କରିବ
09:09 ହାଶର କୀଗୁଡିକ ମଧ୍ୟରେ ଲୂପ୍ କରିବା ପାଇଁ ବିଲ୍ଟ-ଇନ୍-ଫଙ୍କଶନ୍ keysକୁ ବ୍ୟବହାର କରାଯାଉଛି
09:15 ହାଶର ପ୍ରତ୍ୟେକ ଏଲିମେଣ୍ଟକୁ print ଷ୍ଟେଟମେଣ୍ଟ ପ୍ରିଣ୍ଟ କରିବ
09:19 ଏଠାରେ ପ୍ରଦର୍ଶିତ ହେବା ଭଳି ଗୋଟିଏ elementର ନିର୍ଦ୍ଦିଷ୍ଟ ଭେଲ୍ୟୁକୁ ଆମେ ଆକ୍ସେସ୍ କରିପାରିବା
09:25 print ଷ୍ଟେଟମେଣ୍ଟ Mondayର ତାପମାତ୍ରାକୁ ପ୍ରିଣ୍ଟ କରିବ
09:29 ବର୍ତ୍ତମାନ ଫାଇଲକୁ ସେଭ୍ କରନ୍ତୁ
09:32 ଟର୍ମିନଲକୁ ଫେରିଆସିବା ସହିତ perl hashRefadd dot pl ଟାଇପ୍ କରନ୍ତୁ ଏବଂ ଆଉଟପୁଟକୁ ଦେଖିବା ପାଇଁ Enter ଦାବନ୍ତୁ
09:41 hash keys ଓ hash valueଗୁଡିକ ରାଣ୍ଡମ୍ ଭାବେ ଷ୍ଟୋର୍ ହୋଇଛନ୍ତି
09:46 ପ୍ରଦର୍ଶିତ ଆଉଟପୁଟ୍ ସେମାନଙ୍କୁ ସଂଯୁକ୍ତ କରିବା ସମୟର କ୍ରମ ସହିତ କୌଣସି ସମ୍ପର୍କ ରହିବ ନାହିଁ
09:52 ଏହା ସହିତ ଆମେ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
09:57 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

Scalar References Array References Hash References Dereferences ଓ ଉଦାହରଣଗୁଡିକ ସହିତ array/hash referencesର elementଗୁଡିକୁ କିପରି add, remove, access କରାଯାଏ

10:14 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. hashRefadd dot pl ଫାଇଲସ୍ଥିତ ହାଶ୍ weektempରେ Saturday ଓ Sunday ଭାବେ ନୂତନ କୀଗୁଡିକୁ ସଂଯୁକ୍ତ କରନ୍ତୁ
10:24 ଶେଷରେ କୀ Saturdayକୁ ଡିଲିଟ୍ କରନ୍ତୁ
10:27 ହାଶ୍ weektempକୁ ପ୍ରିଣ୍ଟ କରନ୍ତୁ
10:30 ପ୍ରୋଗ୍ରାମକୁ Save ଓ execute କରିବା ସହିତ ବର୍ତ୍ତମାନ ପରିଣାମକୁ ଯାଞ୍ଚ କରନ୍ତୁ
10:35 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:42 ଆମେ କର୍ମଶାଳାମାନ ଚଲାଇଥାଉ ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
11:02 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep