OpenModelica/C2/OpenModelica-Connectors/Oriya

From Script | Spoken-Tutorial
Revision as of 13:00, 5 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, OpenModelica Connectors ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ ନୂତନ class କରିବା, ଏକ ବିଦ୍ୟମାନ classକୁ ଖୋଲିବା, ବିଭିନ୍ନ classesକୁ ସଂଯୁକ୍ତ କରିବା, ଗୋଟିଏ model ନିର୍ମାଣ କରିବା ସହିତ modelକୁ ସିମୁଲେଟ୍ କରିବା ଶିଖିବା
00:22 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.11.0 ଏବଂ Ubuntu Linux OS 14.04 ବ୍ୟବହାର କରୁଛି
00:34 କିନ୍ତୁ, ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହୋଇଥିବା ପ୍ରଣାଳି ଅନ୍ୟ OS ଯେପରି Windows, Mac OS X କିମ୍ବା ARM ଉପରେ FOSSEE OS ଭଳି ସମାନ ଅଟେ
00:47 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ OMEdit ବିଷୟରେ ଜାଣିଥିବା ଆବଶ୍ୟକ. ପ୍ରାକ୍ ଆବଶ୍ୟକତା ଥିବା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉପଲବ୍ଧ ଅଛି
00:57 ଏହି ଟ୍ୟୁଟୋରିଆଲରେ ବ୍ୟବହାର ହୋଇଥିବା RLC_Circuit ଫାଇଲ୍ ଆମ ୱେବସାଇଟରେ ଗୋଟିଏ କୋଡ୍ ଫାଇଲ୍ ଭାବେ ଉପଲବ୍ଧ ଅଛି
01:04 ଫାଇଲଗୁଡିକୁ Code Files ଲିଙ୍କରୁ ଡାଉନଲୋଡ୍ କରନ୍ତୁ
01:09 ମୁଁ OMEdit ୱିଣ୍ଡୋକୁ ଖୋଲିସାରିଛି
01:13 ବର୍ତ୍ତମାନ ଆମେ ଗୋଟିଏ ନୂତନ model କିପରି ସୃଷ୍ଟି କରାଯାଏ ଆଲୋଚନା କରିବା
01:18 ପ୍ରଥମେ ଗୋଟିଏ ନୂତନ class ସୃଷ୍ଟି କରନ୍ତୁ. ତେଣୁ File ମେନୁକୁ ଯିବା ସହିତ New Modelica Classକୁ ଚୟନ କରନ୍ତୁ
01:27 Create New Modelica Class ୱିଣ୍ଡୋ ଦୃଶ୍ୟମାନ ହେବ
01:31 Name ଫିଲ୍ଡରେ, ଆପଣ ସୃଷ୍ଟି କରିବାକୁ ଚାହୁଁଥିବା classର ନାମକୁ ପ୍ରବେଶ କରନ୍ତୁ
01:37 ନାମକୁ Sample ଭାବେ ପ୍ରବେଶ କରନ୍ତୁ
01:41 Specialization ଫିଲ୍ଡରେ ଆପଣ ସୃଷ୍ଟି କରିବାକୁ ଚାହୁଁଥିବା classର ଟାଇପକୁ ଚୟନ କରନ୍ତୁ. Classକୁ ଚୟନ କରନ୍ତୁ
01:50 ତା’ପରେ OK ଉପରେ କ୍ଲିକ୍ କରନ୍ତୁ
01:53 ପ୍ରଦତ୍ତ ନାମ ଅନୁସାରେ ଗୋଟିଏ ନୂତନ class ସୃଷ୍ଟି ହେବ
01:57 ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ classes ବିଷୟରେ ଅଧିକ ଶିଖିବା
02:02 ବର୍ତ୍ତମାନ ଏହି କ୍ଲାସକୁ ସେଭ୍ କରନ୍ତୁ
02:05 ଏଥି ପାଇଁ Sample class ଉପରେ ରାଇଟ୍ କ୍ଲିକ୍ କରିବା ସହିତ Saveରେ କ୍ଲିକ୍ କରନ୍ତୁ
02:11 ଏହି ଫାଇଲକୁ ସେଭ୍ କରିବା ପାଇଁ ଗୋଟିଏ ଉପଯୁକ୍ତ ସ୍ଥାନକୁ ଚୟନ କରନ୍ତୁ
02:15 Sample ଫାଇଲକୁ ବନ୍ଦ କରନ୍ତୁ. Sample ଉପରେ ରାଇଟ୍ କ୍ଲିକ୍ କରିବା ସହିତ Unload ଚୟନ କରନ୍ତୁ
02:22 ଦୃଶ୍ୟମାନ ହୋଇଥିବା କନଫର୍ମେଶନ୍ ଡାଇଲଗ୍ ବକ୍ସସ୍ଥିତ Yesରେ କ୍ଲିକ୍ କରନ୍ତୁ
02:27 ବର୍ତ୍ତମାନ ଗୋଟିଏ ବିଦ୍ୟମାନ ଥିବା classକୁ କିପରି ଖୋଲାଯାଏ ଶିଖିବା
02:32 ଗୋଟିଏ classକୁ ଖୋଲିବା ପାଇଁ File ମେନୁକୁ ଯା’ନ୍ତୁ. ତା’ପରେ Open Model/Library File ଉପରେ କ୍ଲିକ୍ କରନ୍ତୁ
02:40 ଆପଣ ଖୋଲିବାକୁ ଚାହୁଁଥିବା ଆବଶ୍ୟକ ଫାଇଲକୁ ଚୟନ କରନ୍ତୁ
02:44 ପୂର୍ବେ Code filesରୁ ଡାଉନଲୋଡ୍ ହୋଇଥିବା RLC_Circuit.mo ଫାଇଲକୁ ମୁଁ ଚୟନ କରିବି
02:52 Open ବଟନ୍ ଉପରେ କ୍ଲିକ୍ କରନ୍ତୁ
02:55 ବର୍ତ୍ତମାନ ଆମେ Connectors ବିଷୟରେ ଶିଖିବା
02:59 ଗୋଟିଏ model ଅନ୍ୟ model ସହିତ ତଥ୍ୟର ଆଦାନପ୍ରଦାନ ପାଇଁ ଗୋଟିଏ Connector ହେଉଛି ଏକ ମାର୍ଗ
03:07 Connectorsର ବ୍ୟବହାର:
03:09 Connectorଗୁଡିକ Connections, Communication, Coupling between component ଏବଂ outside worldରେ ବ୍ୟବହୃତ ହୁଏ
03:17 ତା’ପରେ ଆମେ classesକୁ ସଂଯୁକ୍ତ କରିବା ଶିଖିବା
03:20 ଏଥି ପାଇଁ ମୁଁ , ପୂର୍ବେ ଖୋଲାଯାଇଥିବା RLC_Circuit ଫାଇଲକୁ ବ୍ୟବହାର କରିବି
03:28 RLC_Circuit ବିଭିନ୍ନ classesକୁ ଧାରଣ କରିଥିବା ଗୋଟିଏ Modelica package ଅଟେ
03:34 packageକୁ ପ୍ରସାରିତ କରନ୍ତୁ
03:37 ଏଠାରେ ଆମେ Ground, VoltageSource, Resistor, Capacitor ଓ Inductor ନାମକ ଅନେକ classesକୁ ଦେଖିବାକୁ ପାଇବା
03:49 ଏବଂ Pin ନାମକ ଗୋଟିଏ connector ମଧ୍ୟ
03:53 ଆମେ ଏହି ସିରିଜର ଆଗାମୀ ଟ୍ୟୁଟୋରିଆଲଗୁଡିକରେ classes ଓ connectors ବିଷୟରେ ଅଧିକ ଶିଖିବା
04:00 ଏହି package ଗୋଟିଏ circuit classକୁ ମଧ୍ୟ ଧାରଣ କରିଥାଏ
04:05 circuit ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରିବା ସହିତ Text viewକୁ ଯା’ନ୍ତୁ
04:11 ଏଠାରେ ଆମେ class କୌଣସି କୋଡକୁ ଧାରଣ କରିନଥିବା ଦେଖିପାରିବା
04:17 ବର୍ତ୍ତମାନ Diagram Viewକୁ ଯା’ନ୍ତୁ
04:20 ଗ୍ରିଡ କ୍ଷେତ୍ରରେ ସମସ୍ତ blocks/componentଗୁଡିକୁ ସ୍ଥାପିତ କରନ୍ତୁ. ତା’ପରେ ସେଗୁଡିକୁ ସଂଯୁକ୍ତ କରନ୍ତୁ
04:29 Resistor ଉପରେ କ୍ଲିକ୍ କରିବା ସହିତ ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
04:35 Enter Component Name ଭାବେ ଗୋଟିଏ ବାର୍ତ୍ତା ପ୍ରାପ୍ତ ହେବ
04:38 Name ଫିଲ୍ଡରେ କମ୍ପୋନେଣ୍ଟ ନାମକୁ R ଭାବେ ପ୍ରବେଶ କରିବା ସହିତ OKରେ କ୍ଲିକ୍ କରନ୍ତୁ
04:47 Inductor ଉପରେ କ୍ଲିକ୍ କରିବା ସହିତ ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ ଏବଂ ଏହାକୁ Resistor ପରେ ରଖନ୍ତୁ
04:56 କମ୍ପୋନେଣ୍ଟ ନେମକୁ L ଭାବେ ପ୍ରବେଶ କରିବା ସହିତ OKରେ କ୍ଲିକ୍ କରନ୍ତୁ
05:02 Capacitor ଉପରେ କ୍ଲିକ୍ କରନ୍ତୁ. ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରିବା ସହିତ Inductor ପରେ ଏହାକୁ ରଖନ୍ତୁ
05:10 କମ୍ପୋନେଣ୍ଟ ନେମକୁ C ଭାବେ ପ୍ରବେଶ କରିବା ସହିତ OKରେ କ୍ଲିକ୍ କରନ୍ତୁ
05:15 ତା’ପରେ VoltageSource ଉପରେ କ୍ଲିକ୍ କରିବା ସହିତ ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
05:22 ଏହାକୁ R, L ଓ Cର ଉପରେ ରଖନ୍ତୁ ଯେଉଁଗୁଡିକ ସିରିଜରେ ଅଛନ୍ତି
05:28 କମ୍ପୋନେଣ୍ଟ ନେମକୁ ACVoltage ଭାବେ ପ୍ରବେଶ କରନ୍ତୁ
05:32 ଧ୍ୟାନଦିଅନ୍ତୁ, ଦୟାକରି କମ୍ପୋନେଣ୍ଟ ନେମ୍ ଫିଲ୍ଡରେ କୌଣସି ସ୍ପେସ୍ ରଖନ୍ତୁ ନାହିଁ
05:38 ଏହା ସିମୁଲେଶନ୍ ହେବା ସମୟରେ ଅନୁବାଦଜନୀତ ତୃଟି ପ୍ରଦାନ କରିବ. ବର୍ତ୍ତମାନ OKରେ କ୍ଲିକ୍ କରନ୍ତୁ
05:45 ତା’ପରେ Ground ଉପରେ କ୍ଲିକ୍ କରିବା ସହିତ ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
05:52 ଏହାକୁ R, L ଓ C କମ୍ପୋନେଣ୍ଟଗୁଡିକର ନିମ୍ନରେ ସ୍ଥାପିତ କରନ୍ତୁ
05:57 କମ୍ପୋନେଣ୍ଟର ନାମକୁ G ଭାବେ ପ୍ରବେଶ କରିବା ସହିତ OKରେ କ୍ଲିକ୍ କରନ୍ତୁ
06:02 ବର୍ତ୍ତମାନ ସିରିଜରେ RLC Circuitକୁ ନିର୍ମାଣ କରିବା ପାଇଁ ଆମ ପାଖରେ ସମସ୍ତ ଆବଶ୍ୟକୀୟ କମ୍ପୋନେଣ୍ଟଗୁଡିକ ଉପଲବ୍ଧ ଅଛି
06:09 ଏହି componentଗୁଡିକୁ ସଂଯୁକ୍ତ କରନ୍ତୁ
06:12 କମ୍ପୋନେଣ୍ଟର ବାମପଟରେ ମାଉସକୁ ହୋଭର୍ କରନ୍ତୁ
06:16 ଗୋଟିଏ ପପ୍ ଅପ୍ RLC underscore Circuit dot pin p ଦୃଶ୍ୟମାନ ହେବ
06:22 ଏହା positive pinକୁ ଉପସ୍ଥାପିତ କରିବ
06:25 ସେହିପରି, କମ୍ପୋନେଣ୍ଟର ଡାହାଣପଟ RLC underscore Circuit dot pin n ଭାବେ ଗୋଟିଏ ପପ୍ ଅପକୁ ପ୍ରଦର୍ଶନ କରିବ
06:34 ଏହା negative pinକୁ ଉପସ୍ଥାପିତ କରେ
06:37 Resistorର negative pin ଉପରେ କର୍ସରକୁ ରଖନ୍ତୁ
06:42 ଯେତେବେଳେ କର୍ସରକୁ n pin ଉପରେ ରଖିବେ ଆପଣ ଗୋଟିଏ + ଚିହ୍ନକୁ ଦେଖିପାରିବେ
06:48 pin ଉପରେ କ୍ଲିକ୍ କରନ୍ତୁ
06:49 ଏହାକୁ ଦାବି ଧରିବା ସହିତ Inductorର p pin ଆଡକୁ ଡ୍ରାଗ୍ କରନ୍ତୁ
06:54 Inductorର p pin ଉପରେ କ୍ଲିକ୍ କରିବା ସହିତ କର୍ସରକୁ ଛାଡିଦିଅନ୍ତୁ
07:01 ତା’ପରେ Inductorର n pin ସହିତ Capacitorର p pinକୁ ସଂଯୁକ୍ତ କରନ୍ତୁ
07:08 Inductorର n pin ଉପରେ କ୍ଲିକ୍ କରନ୍ତୁ
07:11 ଏହାକୁ ଦାବିଧରି Capacitorର p pin ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
07:15 Capacitorର p pin ଉପରେ କ୍ଲିକ୍ କରନ୍ତୁ
07:20 ବର୍ତ୍ତମାନ ଆମେ Resistor, Inductor ଓ Capacitorକୁ ସିରିଜରେ ସଂଯୁକ୍ତ କରିଛେ
07:28 ପରବର୍ତ୍ତୀ ସୋପାନରେ VoltageSourceକୁ ପ୍ରଦାନ କରନ୍ତୁ
07:32 Resistorର p pin ଉପରେ କ୍ଲିକ୍ କରନ୍ତୁ
07:36 VoltageSourceର p pin ପର୍ଯ୍ୟନ୍ତ ଏହାକୁ ଦାବି ଧରି ଡ୍ରାଗ୍ କରନ୍ତୁ
07:42 ସେହିପରି Capacitorର n pin ସହିତ VoltageSourceର n pinକୁ ସଂଯୁକ୍ତ କରନ୍ତୁ
07:50 Capacitorର n pin ଉପରେ କ୍ଲିକ୍ କରନ୍ତୁ
07:53 ଏହାକୁ ଦାବିଧରି VoltageSourceର n pin ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
07:58 n pin ଉପରେ କ୍ଲିକ୍ କରିବା ସହିତ କର୍ସରକୁ ଛାଡିଦିଅନ୍ତୁ
08:03 ପରବର୍ତ୍ତୀ ସୋପାନରେ ସର୍କିଟକୁ Ground କରନ୍ତୁ
08:07 VoltageSourceର n pin ଉପରେ କ୍ଲିକ୍ କରନ୍ତୁ
08:11 ଏହାକୁ ଦାବି ଧରିବା ସହିତ Ground ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
08:14 ଧ୍ୟାନଦିଅନ୍ତୁ ଯେ Ground କେବଳ ଗୋଟିଏମାତ୍ର pin ପ୍ରାପ୍ତ କରିବ ଯାହା p pin ଅଟେ
08:20 ଏହା ଉପରେ କ୍ଲିକ୍ କରିବା ସହିତ କର୍ସରକୁ ଛାଡିଦିଅନ୍ତୁ. ବର୍ତ୍ତମାନ ସର୍କିଟ୍ ସମ୍ପୂର୍ଣ୍ଣ ହୋଇଛି
08:25 ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଆପଣଙ୍କ ସର୍କିଟ୍ ମୋ ଭଳି ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
08:33 classକୁ ସେଭ୍ କରିବା ପାଇଁ CTRL Sକୁ ଦାବନ୍ତୁ
08:37 ବର୍ତ୍ତମାନ ଆମେ classର ସଠିକତା ପାଇଁ ଯାଞ୍ଚ କରିବା
08:41 Check All Models ବଟନ୍ ଉପରେ କ୍ଲିକ୍ କରନ୍ତୁ
08:45 Messages Browserକୁ ଲକ୍ଷ୍ୟ କରନ୍ତୁ
08:49 ଏହା ସମୀକରଣ ଓ ଭେରିଏବଲଗୁଡିକର ସଂଖ୍ୟାକୁ ପ୍ରଦର୍ଶନ କରିବ
08:53 ଯଦି ଉଭୟ ସମାନ ହୁଅନ୍ତି ତେବେ ମୋଡେଲ୍ ସିମୁଲେଟ୍ ହେବା ପାଇଁ ପ୍ରସ୍ତୁତ ଅଟେ
08:58 Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ନୂତନ ୱିଣ୍ଡୋ ଦୃଶ୍ୟମାନ ହେବ
09:03 ଏହି ଆଉଟପୁଟ ୱିଣ୍ଡୋ ସଫଳତାର ବାର୍ତ୍ତାକୁ ପ୍ରଦର୍ଶନ କରିବ
09:09 Rକୁ ପ୍ରସାରିତ କରିବା ସହିତ Ir ଓ time ମଧ୍ୟରେ ଥିବା ପ୍ଲଟକୁ ପ୍ରାପ୍ତ କରିବା ପାଇଁ Ir ଉପରେ କ୍ଲିକ୍ କରନ୍ତୁ
09:18 ଆସନ୍ତା ଟ୍ୟୁଟୋରିଆଲଗୁଡିକରେ ଆମେ Equations ଓ Variables ବିଷୟରେ ଶିଖିବା
09:24 ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି. ସଂକ୍ଷିପ୍ତରେ
09:28 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, ଗୋଟିଏ ନୂତନ class ସୃଷ୍ଟି କରିବା, ଗୋଟିଏ ବିଦ୍ୟମାନ classକୁ ଖୋଲିବା, ବିଭିନ୍ନ classesକୁ ସଂଯୁକ୍ତ କରିବା, ଗୋଟିଏ ମୋଡେଲକୁ ନିର୍ମାଣ କରିବା ସହିତ ସିମୁଲେଟ୍ କରିବା
09:43 ଗୋଟିଏ ଆସାଇନମେଣ୍ଟ ଭାବେ-ଗୋଟିଏ RLC Circuitର ନିର୍ମାଣ କରନ୍ତୁ ଯେଉଁଠି: Resistor, Inductor ଓ Capacitor, parallel କନେକ୍ସନରେ ରହିବେ
09:53 RLC_Circuit packageରେ ଉପଲବ୍ଧ ଥିବା ସମାନ classes ଓ connectorକୁ ବ୍ୟବହାର କରନ୍ତୁ
10:01 ଏହା ନିର୍ମାଣ ହେବାକୁ ଥିବା ସର୍କିଟର ରେଖାଚିତ୍ର ଅଟେ
10:07 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ.http://spoken-tutorial.org/ ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:31 ଦୟାକରି ଆପଣ ସମାୟନୁସାରେ କ୍ଵେରୀଗୁଡିକୁ ଏହି ଫୋରମରେ ପୋଷ୍ଟ କରନ୍ତୁ
10:34 ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡକୁ FOSSEE ଟିମ୍ ସମନ୍ଵୟ ରଖନ୍ତି. ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ
10:49 FOSSEE ଟିମ୍ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରନ୍ତି. ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ
11:06 Spoken Tutorial ଓ FOSSEE ପ୍ରୋଜେକ୍ଟଗୁଡିକ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
11:15 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep