OpenModelica/C2/OpenModelica-Connectors/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, OpenModelica Connectors ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ ନୂତନ class କରିବା, ଏକ ବିଦ୍ୟମାନ classକୁ ଖୋଲିବା, ବିଭିନ୍ନ classesକୁ ସଂଯୁକ୍ତ କରିବା, ଗୋଟିଏ model ନିର୍ମାଣ କରିବା ସହିତ modelକୁ ସିମୁଲେଟ୍ କରିବା ଶିଖିବା |
| 00:22 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.11.0 ଏବଂ Ubuntu Linux OS 14.04 ବ୍ୟବହାର କରୁଛି |
| 00:34 | କିନ୍ତୁ, ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହୋଇଥିବା ପ୍ରଣାଳି ଅନ୍ୟ OS ଯେପରି Windows, Mac OS X କିମ୍ବା ARM ଉପରେ FOSSEE OS ଭଳି ସମାନ ଅଟେ |
| 00:47 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ OMEdit ବିଷୟରେ ଜାଣିଥିବା ଆବଶ୍ୟକ. ପ୍ରାକ୍ ଆବଶ୍ୟକତା ଥିବା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉପଲବ୍ଧ ଅଛି |
| 00:57 | ଏହି ଟ୍ୟୁଟୋରିଆଲରେ ବ୍ୟବହାର ହୋଇଥିବା RLC_Circuit ଫାଇଲ୍ ଆମ ୱେବସାଇଟରେ ଗୋଟିଏ କୋଡ୍ ଫାଇଲ୍ ଭାବେ ଉପଲବ୍ଧ ଅଛି |
| 01:04 | ଫାଇଲଗୁଡିକୁ Code Files ଲିଙ୍କରୁ ଡାଉନଲୋଡ୍ କରନ୍ତୁ |
| 01:09 | ମୁଁ OMEdit ୱିଣ୍ଡୋକୁ ଖୋଲିସାରିଛି |
| 01:13 | ବର୍ତ୍ତମାନ ଆମେ ଗୋଟିଏ ନୂତନ model କିପରି ସୃଷ୍ଟି କରାଯାଏ ଆଲୋଚନା କରିବା |
| 01:18 | ପ୍ରଥମେ ଗୋଟିଏ ନୂତନ class ସୃଷ୍ଟି କରନ୍ତୁ. ତେଣୁ File ମେନୁକୁ ଯିବା ସହିତ New Modelica Classକୁ ଚୟନ କରନ୍ତୁ |
| 01:27 | Create New Modelica Class ୱିଣ୍ଡୋ ଦୃଶ୍ୟମାନ ହେବ |
| 01:31 | Name ଫିଲ୍ଡରେ, ଆପଣ ସୃଷ୍ଟି କରିବାକୁ ଚାହୁଁଥିବା classର ନାମକୁ ପ୍ରବେଶ କରନ୍ତୁ |
| 01:37 | ନାମକୁ Sample ଭାବେ ପ୍ରବେଶ କରନ୍ତୁ |
| 01:41 | Specialization ଫିଲ୍ଡରେ ଆପଣ ସୃଷ୍ଟି କରିବାକୁ ଚାହୁଁଥିବା classର ଟାଇପକୁ ଚୟନ କରନ୍ତୁ. Classକୁ ଚୟନ କରନ୍ତୁ |
| 01:50 | ତା’ପରେ OK ଉପରେ କ୍ଲିକ୍ କରନ୍ତୁ |
| 01:53 | ପ୍ରଦତ୍ତ ନାମ ଅନୁସାରେ ଗୋଟିଏ ନୂତନ class ସୃଷ୍ଟି ହେବ |
| 01:57 | ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ classes ବିଷୟରେ ଅଧିକ ଶିଖିବା |
| 02:02 | ବର୍ତ୍ତମାନ ଏହି କ୍ଲାସକୁ ସେଭ୍ କରନ୍ତୁ |
| 02:05 | ଏଥି ପାଇଁ Sample class ଉପରେ ରାଇଟ୍ କ୍ଲିକ୍ କରିବା ସହିତ Saveରେ କ୍ଲିକ୍ କରନ୍ତୁ |
| 02:11 | ଏହି ଫାଇଲକୁ ସେଭ୍ କରିବା ପାଇଁ ଗୋଟିଏ ଉପଯୁକ୍ତ ସ୍ଥାନକୁ ଚୟନ କରନ୍ତୁ |
| 02:15 | Sample ଫାଇଲକୁ ବନ୍ଦ କରନ୍ତୁ. Sample ଉପରେ ରାଇଟ୍ କ୍ଲିକ୍ କରିବା ସହିତ Unload ଚୟନ କରନ୍ତୁ |
| 02:22 | ଦୃଶ୍ୟମାନ ହୋଇଥିବା କନଫର୍ମେଶନ୍ ଡାଇଲଗ୍ ବକ୍ସସ୍ଥିତ Yesରେ କ୍ଲିକ୍ କରନ୍ତୁ |
| 02:27 | ବର୍ତ୍ତମାନ ଗୋଟିଏ ବିଦ୍ୟମାନ ଥିବା classକୁ କିପରି ଖୋଲାଯାଏ ଶିଖିବା |
| 02:32 | ଗୋଟିଏ classକୁ ଖୋଲିବା ପାଇଁ File ମେନୁକୁ ଯା’ନ୍ତୁ. ତା’ପରେ Open Model/Library File ଉପରେ କ୍ଲିକ୍ କରନ୍ତୁ |
| 02:40 | ଆପଣ ଖୋଲିବାକୁ ଚାହୁଁଥିବା ଆବଶ୍ୟକ ଫାଇଲକୁ ଚୟନ କରନ୍ତୁ |
| 02:44 | ପୂର୍ବେ Code filesରୁ ଡାଉନଲୋଡ୍ ହୋଇଥିବା RLC_Circuit.mo ଫାଇଲକୁ ମୁଁ ଚୟନ କରିବି |
| 02:52 | Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 02:55 | ବର୍ତ୍ତମାନ ଆମେ Connectors ବିଷୟରେ ଶିଖିବା |
| 02:59 | ଗୋଟିଏ model ଅନ୍ୟ model ସହିତ ତଥ୍ୟର ଆଦାନପ୍ରଦାନ ପାଇଁ ଗୋଟିଏ Connector ହେଉଛି ଏକ ମାର୍ଗ |
| 03:07 | Connectorsର ବ୍ୟବହାର: |
| 03:09 | Connectorଗୁଡିକ Connections, Communication, Coupling between component ଏବଂ outside worldରେ ବ୍ୟବହୃତ ହୁଏ |
| 03:17 | ତା’ପରେ ଆମେ classesକୁ ସଂଯୁକ୍ତ କରିବା ଶିଖିବା |
| 03:20 | ଏଥି ପାଇଁ ମୁଁ , ପୂର୍ବେ ଖୋଲାଯାଇଥିବା RLC_Circuit ଫାଇଲକୁ ବ୍ୟବହାର କରିବି |
| 03:28 | RLC_Circuit ବିଭିନ୍ନ classesକୁ ଧାରଣ କରିଥିବା ଗୋଟିଏ Modelica package ଅଟେ |
| 03:34 | packageକୁ ପ୍ରସାରିତ କରନ୍ତୁ |
| 03:37 | ଏଠାରେ ଆମେ Ground, VoltageSource, Resistor, Capacitor ଓ Inductor ନାମକ ଅନେକ classesକୁ ଦେଖିବାକୁ ପାଇବା |
| 03:49 | ଏବଂ Pin ନାମକ ଗୋଟିଏ connector ମଧ୍ୟ |
| 03:53 | ଆମେ ଏହି ସିରିଜର ଆଗାମୀ ଟ୍ୟୁଟୋରିଆଲଗୁଡିକରେ classes ଓ connectors ବିଷୟରେ ଅଧିକ ଶିଖିବା |
| 04:00 | ଏହି package ଗୋଟିଏ circuit classକୁ ମଧ୍ୟ ଧାରଣ କରିଥାଏ |
| 04:05 | circuit ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରିବା ସହିତ Text viewକୁ ଯା’ନ୍ତୁ |
| 04:11 | ଏଠାରେ ଆମେ class କୌଣସି କୋଡକୁ ଧାରଣ କରିନଥିବା ଦେଖିପାରିବା |
| 04:17 | ବର୍ତ୍ତମାନ Diagram Viewକୁ ଯା’ନ୍ତୁ |
| 04:20 | ଗ୍ରିଡ କ୍ଷେତ୍ରରେ ସମସ୍ତ blocks/componentଗୁଡିକୁ ସ୍ଥାପିତ କରନ୍ତୁ. ତା’ପରେ ସେଗୁଡିକୁ ସଂଯୁକ୍ତ କରନ୍ତୁ |
| 04:29 | Resistor ଉପରେ କ୍ଲିକ୍ କରିବା ସହିତ ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
| 04:35 | Enter Component Name ଭାବେ ଗୋଟିଏ ବାର୍ତ୍ତା ପ୍ରାପ୍ତ ହେବ |
| 04:38 | Name ଫିଲ୍ଡରେ କମ୍ପୋନେଣ୍ଟ ନାମକୁ R ଭାବେ ପ୍ରବେଶ କରିବା ସହିତ OKରେ କ୍ଲିକ୍ କରନ୍ତୁ |
| 04:47 | Inductor ଉପରେ କ୍ଲିକ୍ କରିବା ସହିତ ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ ଏବଂ ଏହାକୁ Resistor ପରେ ରଖନ୍ତୁ |
| 04:56 | କମ୍ପୋନେଣ୍ଟ ନେମକୁ L ଭାବେ ପ୍ରବେଶ କରିବା ସହିତ OKରେ କ୍ଲିକ୍ କରନ୍ତୁ |
| 05:02 | Capacitor ଉପରେ କ୍ଲିକ୍ କରନ୍ତୁ. ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରିବା ସହିତ Inductor ପରେ ଏହାକୁ ରଖନ୍ତୁ |
| 05:10 | କମ୍ପୋନେଣ୍ଟ ନେମକୁ C ଭାବେ ପ୍ରବେଶ କରିବା ସହିତ OKରେ କ୍ଲିକ୍ କରନ୍ତୁ |
| 05:15 | ତା’ପରେ VoltageSource ଉପରେ କ୍ଲିକ୍ କରିବା ସହିତ ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
| 05:22 | ଏହାକୁ R, L ଓ Cର ଉପରେ ରଖନ୍ତୁ ଯେଉଁଗୁଡିକ ସିରିଜରେ ଅଛନ୍ତି |
| 05:28 | କମ୍ପୋନେଣ୍ଟ ନେମକୁ ACVoltage ଭାବେ ପ୍ରବେଶ କରନ୍ତୁ |
| 05:32 | ଧ୍ୟାନଦିଅନ୍ତୁ, ଦୟାକରି କମ୍ପୋନେଣ୍ଟ ନେମ୍ ଫିଲ୍ଡରେ କୌଣସି ସ୍ପେସ୍ ରଖନ୍ତୁ ନାହିଁ |
| 05:38 | ଏହା ସିମୁଲେଶନ୍ ହେବା ସମୟରେ ଅନୁବାଦଜନୀତ ତୃଟି ପ୍ରଦାନ କରିବ. ବର୍ତ୍ତମାନ OKରେ କ୍ଲିକ୍ କରନ୍ତୁ |
| 05:45 | ତା’ପରେ Ground ଉପରେ କ୍ଲିକ୍ କରିବା ସହିତ ଏହାକୁ ଗ୍ରିଡ୍ ସ୍ପେସ୍ ମଧ୍ୟରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
| 05:52 | ଏହାକୁ R, L ଓ C କମ୍ପୋନେଣ୍ଟଗୁଡିକର ନିମ୍ନରେ ସ୍ଥାପିତ କରନ୍ତୁ |
| 05:57 | କମ୍ପୋନେଣ୍ଟର ନାମକୁ G ଭାବେ ପ୍ରବେଶ କରିବା ସହିତ OKରେ କ୍ଲିକ୍ କରନ୍ତୁ |
| 06:02 | ବର୍ତ୍ତମାନ ସିରିଜରେ RLC Circuitକୁ ନିର୍ମାଣ କରିବା ପାଇଁ ଆମ ପାଖରେ ସମସ୍ତ ଆବଶ୍ୟକୀୟ କମ୍ପୋନେଣ୍ଟଗୁଡିକ ଉପଲବ୍ଧ ଅଛି |
| 06:09 | ଏହି componentଗୁଡିକୁ ସଂଯୁକ୍ତ କରନ୍ତୁ |
| 06:12 | କମ୍ପୋନେଣ୍ଟର ବାମପଟରେ ମାଉସକୁ ହୋଭର୍ କରନ୍ତୁ |
| 06:16 | ଗୋଟିଏ ପପ୍ ଅପ୍ RLC underscore Circuit dot pin p ଦୃଶ୍ୟମାନ ହେବ |
| 06:22 | ଏହା positive pinକୁ ଉପସ୍ଥାପିତ କରିବ |
| 06:25 | ସେହିପରି, କମ୍ପୋନେଣ୍ଟର ଡାହାଣପଟ RLC underscore Circuit dot pin n ଭାବେ ଗୋଟିଏ ପପ୍ ଅପକୁ ପ୍ରଦର୍ଶନ କରିବ |
| 06:34 | ଏହା negative pinକୁ ଉପସ୍ଥାପିତ କରେ |
| 06:37 | Resistorର negative pin ଉପରେ କର୍ସରକୁ ରଖନ୍ତୁ |
| 06:42 | ଯେତେବେଳେ କର୍ସରକୁ n pin ଉପରେ ରଖିବେ ଆପଣ ଗୋଟିଏ + ଚିହ୍ନକୁ ଦେଖିପାରିବେ |
| 06:48 | pin ଉପରେ କ୍ଲିକ୍ କରନ୍ତୁ |
| 06:49 | ଏହାକୁ ଦାବି ଧରିବା ସହିତ Inductorର p pin ଆଡକୁ ଡ୍ରାଗ୍ କରନ୍ତୁ |
| 06:54 | Inductorର p pin ଉପରେ କ୍ଲିକ୍ କରିବା ସହିତ କର୍ସରକୁ ଛାଡିଦିଅନ୍ତୁ |
| 07:01 | ତା’ପରେ Inductorର n pin ସହିତ Capacitorର p pinକୁ ସଂଯୁକ୍ତ କରନ୍ତୁ |
| 07:08 | Inductorର n pin ଉପରେ କ୍ଲିକ୍ କରନ୍ତୁ |
| 07:11 | ଏହାକୁ ଦାବିଧରି Capacitorର p pin ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 07:15 | Capacitorର p pin ଉପରେ କ୍ଲିକ୍ କରନ୍ତୁ |
| 07:20 | ବର୍ତ୍ତମାନ ଆମେ Resistor, Inductor ଓ Capacitorକୁ ସିରିଜରେ ସଂଯୁକ୍ତ କରିଛେ |
| 07:28 | ପରବର୍ତ୍ତୀ ସୋପାନରେ VoltageSourceକୁ ପ୍ରଦାନ କରନ୍ତୁ |
| 07:32 | Resistorର p pin ଉପରେ କ୍ଲିକ୍ କରନ୍ତୁ |
| 07:36 | VoltageSourceର p pin ପର୍ଯ୍ୟନ୍ତ ଏହାକୁ ଦାବି ଧରି ଡ୍ରାଗ୍ କରନ୍ତୁ |
| 07:42 | ସେହିପରି Capacitorର n pin ସହିତ VoltageSourceର n pinକୁ ସଂଯୁକ୍ତ କରନ୍ତୁ |
| 07:50 | Capacitorର n pin ଉପରେ କ୍ଲିକ୍ କରନ୍ତୁ |
| 07:53 | ଏହାକୁ ଦାବିଧରି VoltageSourceର n pin ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 07:58 | n pin ଉପରେ କ୍ଲିକ୍ କରିବା ସହିତ କର୍ସରକୁ ଛାଡିଦିଅନ୍ତୁ |
| 08:03 | ପରବର୍ତ୍ତୀ ସୋପାନରେ ସର୍କିଟକୁ Ground କରନ୍ତୁ |
| 08:07 | VoltageSourceର n pin ଉପରେ କ୍ଲିକ୍ କରନ୍ତୁ |
| 08:11 | ଏହାକୁ ଦାବି ଧରିବା ସହିତ Ground ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 08:14 | ଧ୍ୟାନଦିଅନ୍ତୁ ଯେ Ground କେବଳ ଗୋଟିଏମାତ୍ର pin ପ୍ରାପ୍ତ କରିବ ଯାହା p pin ଅଟେ |
| 08:20 | ଏହା ଉପରେ କ୍ଲିକ୍ କରିବା ସହିତ କର୍ସରକୁ ଛାଡିଦିଅନ୍ତୁ. ବର୍ତ୍ତମାନ ସର୍କିଟ୍ ସମ୍ପୂର୍ଣ୍ଣ ହୋଇଛି |
| 08:25 | ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଆପଣଙ୍କ ସର୍କିଟ୍ ମୋ ଭଳି ହୋଇଛି କି ନାହିଁ ଯାଞ୍ଚ କରନ୍ତୁ |
| 08:33 | classକୁ ସେଭ୍ କରିବା ପାଇଁ CTRL Sକୁ ଦାବନ୍ତୁ |
| 08:37 | ବର୍ତ୍ତମାନ ଆମେ classର ସଠିକତା ପାଇଁ ଯାଞ୍ଚ କରିବା |
| 08:41 | Check All Models ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 08:45 | Messages Browserକୁ ଲକ୍ଷ୍ୟ କରନ୍ତୁ |
| 08:49 | ଏହା ସମୀକରଣ ଓ ଭେରିଏବଲଗୁଡିକର ସଂଖ୍ୟାକୁ ପ୍ରଦର୍ଶନ କରିବ |
| 08:53 | ଯଦି ଉଭୟ ସମାନ ହୁଅନ୍ତି ତେବେ ମୋଡେଲ୍ ସିମୁଲେଟ୍ ହେବା ପାଇଁ ପ୍ରସ୍ତୁତ ଅଟେ |
| 08:58 | Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ନୂତନ ୱିଣ୍ଡୋ ଦୃଶ୍ୟମାନ ହେବ |
| 09:03 | ଏହି ଆଉଟପୁଟ ୱିଣ୍ଡୋ ସଫଳତାର ବାର୍ତ୍ତାକୁ ପ୍ରଦର୍ଶନ କରିବ |
| 09:09 | Rକୁ ପ୍ରସାରିତ କରିବା ସହିତ Ir ଓ time ମଧ୍ୟରେ ଥିବା ପ୍ଲଟକୁ ପ୍ରାପ୍ତ କରିବା ପାଇଁ Ir ଉପରେ କ୍ଲିକ୍ କରନ୍ତୁ |
| 09:18 | ଆସନ୍ତା ଟ୍ୟୁଟୋରିଆଲଗୁଡିକରେ ଆମେ Equations ଓ Variables ବିଷୟରେ ଶିଖିବା |
| 09:24 | ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି. ସଂକ୍ଷିପ୍ତରେ |
| 09:28 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, ଗୋଟିଏ ନୂତନ class ସୃଷ୍ଟି କରିବା, ଗୋଟିଏ ବିଦ୍ୟମାନ classକୁ ଖୋଲିବା, ବିଭିନ୍ନ classesକୁ ସଂଯୁକ୍ତ କରିବା, ଗୋଟିଏ ମୋଡେଲକୁ ନିର୍ମାଣ କରିବା ସହିତ ସିମୁଲେଟ୍ କରିବା |
| 09:43 | ଗୋଟିଏ ଆସାଇନମେଣ୍ଟ ଭାବେ-ଗୋଟିଏ RLC Circuitର ନିର୍ମାଣ କରନ୍ତୁ ଯେଉଁଠି: Resistor, Inductor ଓ Capacitor, parallel କନେକ୍ସନରେ ରହିବେ |
| 09:53 | RLC_Circuit packageରେ ଉପଲବ୍ଧ ଥିବା ସମାନ classes ଓ connectorକୁ ବ୍ୟବହାର କରନ୍ତୁ |
| 10:01 | ଏହା ନିର୍ମାଣ ହେବାକୁ ଥିବା ସର୍କିଟର ରେଖାଚିତ୍ର ଅଟେ |
| 10:07 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ.http://spoken-tutorial.org/ ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 10:31 | ଦୟାକରି ଆପଣ ସମାୟନୁସାରେ କ୍ଵେରୀଗୁଡିକୁ ଏହି ଫୋରମରେ ପୋଷ୍ଟ କରନ୍ତୁ |
| 10:34 | ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡକୁ FOSSEE ଟିମ୍ ସମନ୍ଵୟ ରଖନ୍ତି. ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ |
| 10:49 | FOSSEE ଟିମ୍ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରନ୍ତି. ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ |
| 11:06 | Spoken Tutorial ଓ FOSSEE ପ୍ରୋଜେକ୍ଟଗୁଡିକ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
| 11:15 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |