OpenModelica/C2/Examples-through-OMEdit/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Examples through OMEdit ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ବିଭିନ୍ନ Modelica ଲାଇବ୍ରେରୀ କ୍ଲାସଗୁଡିକୁ ଖୋଲିବା ସହିତ ସିମୁଲେଟ୍ କରିବା ଶିଖିବା |
00:13 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.9.5 ଏବଂ Ubuntu Linux OS 14.04 ବ୍ୟବହାର କରୁଛି |
00:25 | କିନ୍ତୁ, ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହୋଇଥିବା ପ୍ରଣାଳୀ ଅନ୍ୟ OS ଯେପରି Windows, Mac OS X କିମ୍ବା ARM ଉପରେ FOSSEE OS ଭଳି ସମାନ ଅଟେ |
00:37 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମରେ ନିଶ୍ଚିତରୂପେ OMEdit ଇନଷ୍ଟଲ୍ ହୋଇଥିବା ଆବଶ୍ୟକ |
00:43 | OMEdit ୱିଣ୍ଡୋ ଉପରେ କିପରି କାର୍ଯ୍ୟ କରାଯାଏ ତାହା ମଧ୍ୟ ଆପଣ ଜାଣିଥିବା ଆବଶ୍ୟକ ଅଟେ |
00:47 | ଯଦି ନାହିଁ ତେବେ ଦୟାକରି ଏହି ୱେବସାଇଟରେ ଉପଲବ୍ଧ ଥିବା OpenModelicaର ପୂର୍ବ ଟ୍ୟୁଟୋରିଆଲଗୁଡିକୁ ଅନୁସରଣ କରନ୍ତୁ |
00:53 | OMEdit ୱିଣ୍ଡୋକୁ ଫେରିଆସନ୍ତୁ |
00:57 | OMEdit ୱିଣ୍ଡୋର ବାମପଟେ ଆପଣ Libraries Browserକୁ ଦେଖିପାରିବେ. ଏଠାରେ ଆମେ ଲାଇବ୍ରେରୀଗୁଡିକର ଗୋଟିଏ ତାଲିକାକୁ ଦେଖିପାରିବା |
01:07 | Modelica ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ. ଏହା କରିବା ପାଇଁ Modelica ଲାଇବ୍ରେରୀର ବାମପଟେ ଥିବା ଆରୋ ହେଡ୍ ଉପରେ କ୍ଲିକ୍ କରନ୍ତୁ |
01:16 | ବର୍ତ୍ତମାନ Electrical ଲାଇବ୍ରେରୀରୁ ମୁଁ ଗୋଟିଏ ଉଦାହରଣକୁ ପ୍ରଦର୍ଶନ କରିବି |
01:21 | Electrical ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
01:24 | Electrical ଲାଇବ୍ରେରୀ ଉପରେ ଥିବା ଆରୋ ହେଡ୍ ଉପରେ କ୍ଲିକ୍ କରନ୍ତୁ |
01:28 | Electrical ଅଧୀନରେ ଆପଣ Analog ଲାଇବ୍ରେରୀକୁ ପ୍ରାପ୍ତ କରିବେ |
01:32 | Analog ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
01:35 | ପୁନର୍ବାର ଅନେକ ବିଭିନ୍ନ ଲାଇବ୍ରେରୀଗୁଡିକ ପ୍ରଦର୍ଶିତ ହୋଇଥିବା ଦେଖିପାରିବେ |
01:39 | ବର୍ତ୍ତମାନ, Example ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
01:43 | ଏଠାରେ ଆପଣ Analogର ବିଭିନ୍ନ ଉଦାହରଣଗୁଡିକୁ ଦେଖିପାରିବେ |
01:48 | ତା’ପରେ, Rectifier ନାମକ କ୍ଲାସକୁ ଖୋଲନ୍ତୁ |
01:53 | Rectifier ଉପରେ ରାଇଟ୍ କ୍ଲିକ୍ କରିବା ସହିତ Open Classକୁ ଚୟନ କରନ୍ତୁ |
01:58 | କ୍ଲାସକୁ ଖୋଲିବା ପାଇଁ କ୍ଲାସ୍ ନେମ୍ ଉପରେ ଆପଣ ଡବଲ୍ କ୍ଲିକ୍ ମଧ୍ୟ କରିପାରିବେ |
02:03 | ବର୍ତ୍ତମାନ ଆମେ Modeling Perspective ୱିଣ୍ଡୋ ମଧ୍ୟରେ ଅଛେ |
02:07 | ଡିଫଲ୍ଟ ଭାବେ କ୍ଲାସ୍ Diagram Viewରେ ଖୋଲିବ |
02:11 | ଏହି ସିରିଜରେ ଅନେକ ପୂର୍ବରୁ ମୁଁ ବିଭିନ୍ନ ଭ୍ୟୁଗୁଡିକ ମଧ୍ୟରେ କିପରି ପରିବର୍ତ୍ତନ କରାଯାଏ ପ୍ରଦର୍ଶନ କରିସାରିଛି |
02:18 | ବର୍ତ୍ତମାନ Text View ଆଇକନ୍ ଉପରେ କ୍ଲିକ୍ କରିବା ସହିତ Text Viewକୁ ଫେରିଆସନ୍ତୁ |
02:24 | ଏଠାରେ Rectifier କ୍ଲାସ ସହିତ ସମ୍ପର୍କ ଥିବା Modelica କୋଡକୁ ଆପଣ ଦେଖିପାରିବେ |
02:30 | ଗୋଟିଏ ମୋଡେଲକୁ ସିମୁଲେଟ୍ କରିବା ପୂର୍ବରୁ ମୋଡେଲର ସଠିକତାକୁ ଯାଞ୍ଚ କରିବା ଆବଶ୍ୟକ ଅଟେ |
02:36 | ଏହା କରିବା ପାଇଁ ଟୂଲବାର୍ ଉପରେ ଥିବା Check All Models ବଟନକୁ ପ୍ରଥମେ ପ୍ରାପ୍ତ କରନ୍ତୁ |
02:42 | ଏହି ବଟନ୍ ଉପରେ ଧଳା ରଙ୍ଗର ଦୁଇଟି ଟିକ୍ ଚିହ୍ନ ଅଛି. ଏହା ଉପରେ କ୍ଲିକ୍ କରନ୍ତୁ |
02:48 | ତତ୍ କ୍ଷଣାତ୍ ୱିଣ୍ଡୋର ନିମ୍ନ ଭାଗରେ ଗୋଟିଏ Messages Browser ଖୋଲିଯାଇଥିବା ଲକ୍ଷ୍ୟ କରନ୍ତୁ |
02:54 | Modelica କ୍ଲାସ୍ ସହିତ ସମ୍ପର୍କ ଥିବା ବାର୍ତ୍ତାଗୁଡିକୁ ଏହା ପ୍ରଦର୍ଶନ କରିବ |
02:58 | ବର୍ତ୍ତମାନ ମୋଡେଲକୁ ସିମୁଲେଟ୍ କରିବା ପାଇଁ ଚେଷ୍ଟା କରନ୍ତୁ |
03:00 | ଟୂଲ୍ ବାର୍ ଉପରେ ଥିବା ସବୁଜ ରଙ୍ଗର ଆରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:07 | ଏହା Simulate ବଟନ୍ ଅଟେ ଯାହା ମୋଡେଲକୁ ସିମୁଲେଟ୍ କରିବା ପାଇଁ ବ୍ୟବହୃତ ହୋଇଥାଏ |
03:13 | ମୋଡେଲକୁ ସିମୁଲେଟ୍ କରିବା ପାଇଁ ଆମେ Ctrl ଓ B କୀକୁ ମଧ୍ୟ ବ୍ୟବହାର କରିପାରିବା |
03:18 | ସିମୁଲେଟ୍ କରିବା ଦ୍ଵାରା ଗୋଟିଏ ନୂତନ ୱିଣ୍ଡୋ ଖୋଲିଯିବ |
03:21 | ଏହା କ୍ଲାସର କମ୍ପାଇଲେଶନ୍ ପ୍ରକ୍ରିୟାକୁ ପ୍ରଦର୍ଶନ କରିବ |
03:26 | ଥରେ କମ୍ପାଇଲେଶନ୍ ସଫଳ ହେଲେ, ଆଉଟପୁଟ୍ ୱିଣ୍ଡୋ, Simulation process finished successfully ବୋଲି ବାର୍ତ୍ତା ପ୍ରଦର୍ଶନ କରିବ. ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
03:37 | ଡିଫଲ୍ଟ ଭାବେ ବର୍ତ୍ତମାନ OMEdit ୱିଣ୍ଡୋରେ Plotting Perspectiveରେ ଖୋଲିବା ଆବଶ୍ୟକ |
03:43 | ଯଦି ଏହା ଖୋଲିବ ନାହିଁ ତେବେ ନିମ୍ନରେ ଡାହାଣପଟେ ଥିବା Plotting ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:48 | ଆମେ Plotting Perspectiveକୁ ଖୋଲିବା ପାଇଁ Ctrl ଓ F3 କୀକୁ ମଧ୍ୟ ଦାବିପାରିବା |
03:54 | ଏଠାରେ ଆମେ Modelica କ୍ଲାସର ସିମୁଲେଶନର ପରିଣାମଗୁଡିକୁ ଦେଖିପାରିବା |
03:59 | Plotting Perspectiveର ଡାହାଣପଟେ ଥିବା Variables Browser ୱିଣ୍ଡୋକୁ ଦେଖନ୍ତୁ |
04:05 | Variables Browser ଅଧୀନରେ: ଆମେ ଗୋଟିଏ Modelica କ୍ଲାସର ଇନପୁଟ୍ ଭେରିଏବଲର ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରିବା ଶିଖିବା |
04:13 | ଡିଫଲ୍ଟ ଭାବେ IDC = 500, Losses = 2890.26 |
04:22 | IDCର ଭେଲ୍ୟୁକୁ ପରିବର୍ତ୍ତନ କରିବା ସହିତ Losses ଭେଲ୍ୟୁଗୁଡିକ କିପରି ପରିବର୍ତ୍ତନ ହେଉଛି ଲକ୍ଷ୍ୟ କରନ୍ତୁ |
04:28 | IDCର ଭେଲ୍ୟୁକୁ 500ରୁ 250କୁ ପରିବର୍ତ୍ତନ କରନ୍ତୁ |
04:33 | ଏବଂ Enter ଦାବନ୍ତୁ |
04:37 | ୱିଣ୍ଡୋର ଉପରିଭାଗର ଡାହାଣପଟେ ଥିବା କୋଣକୁ ଯା’ନ୍ତୁ |
04:39 | Re-simulate ବଟନରେ କ୍ଲିକ୍ କରନ୍ତୁ |
04:42 | ସଫଳତାର ବାର୍ତ୍ତା ଥିବା ୱିଣ୍ଡୋ ଖୋଲିଯିବ |
04:46 | ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
04:48 | ଥରେ ସିମୁଲେଶନ୍ ସମ୍ପୂର୍ଣ୍ଣ ହେଲେ ପରିବର୍ତ୍ତନଗୁଡିକୁ ଲେଖିରଖନ୍ତୁ. Losses = 1756.77 |
04:57 | ବର୍ତ୍ତମାନ ଗୋଟିଏ ପ୍ଲଟ୍ କିପରି ସୃଷ୍ଟି କରାଯାଏ ମୁଁ ପ୍ରଦର୍ଶନ କରିବି |
05:01 | Losses ଓ Time ମଧ୍ୟରେ ଗୋଟିଏ ପ୍ଲଟ୍ ସୃଷ୍ଟି କରନ୍ତୁ |
05:06 | Losses ଭେରିଏବଲ୍ ପାଇଁ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
05:10 | Time on the X-axis ଓ Losses on the Y-axis ମଧ୍ୟରେ ଥିବା ପ୍ଲଟକୁ ଆପଣ ଦେଖିପାରିବେ |
05:17 | ଏହି ପ୍ଲଟ୍ ପରିବର୍ତ୍ତୀତ ସମୟ ସହିତ diode bridge ପାଇଁ ହେଉଥିବା ପାୱର୍ ଲସକୁ ବର୍ଣ୍ଣନା କରିଥାଏ |
05:24 | ଡିଫଲ୍ଟ ଭାବେ ସିମୁଲେଶନ୍ 0ରୁ 0.1 ଏକକ ସମୟରେ ରନ୍ କରିଥାଏ |
05:31 | ଆମେ ଏହି ବ୍ୟବଧାନକୁ ବିକଳ୍ପ Simulation Setupକୁ ବ୍ୟବହାର କରି ପରିବର୍ତ୍ତନ କରିପାରିବା |
05:36 | ଏହା କରିବା ପାଇଁ Modeling Perspectiveକୁ ଯା’ନ୍ତୁ |
05:40 | Modeling ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:43 | ଟୂଲବାର୍ ଉପରେ ଥିବା ବିକଳ୍ପ Simulation Setup ଉପରେ କ୍ଲିକ୍ କରନ୍ତୁ |
05:47 | Simulation Setup ୱିଣ୍ଡୋ ଖୋଲିଯିବ |
05:50 | ଏଠାରେ Start Timeକୁ 0.01 ଏକକରେ ପରିବର୍ତ୍ତନ କରନ୍ତୁ |
05:55 | Simulate ଚେକ୍ ବକ୍ସ ଚେକ୍ ହୋଇଥିବା ସୁନିଶ୍ଚିତ କରନ୍ତୁ |
05:59 | ଏବଂ ତା’ପରେ Ok ଉପରେ କ୍ଲିକ୍ କରନ୍ତୁ |
06:02 | ତତ୍ କ୍ଷଣାତ୍ ଆମେ ସଫଳତା ବାର୍ତ୍ତା ଥିବା ୱିଣ୍ଡୋକୁ ଦେଖିପାରିବା |
06:06 | ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
06:08 | କ୍ଲାସଟି 0.01ରୁ 0.1 ଏକକ ସମୟର ଗୋଟିଏ ସିମୁଲେଶନ୍ ବ୍ୟବଧାନ ସହିତ ରି-ସିମୁଲେଟ୍ ହେବ |
06:16 | ଏହି ପରିଣାମଗୁଡିକୁ ଡିଲିଟ୍ କରନ୍ତୁ |
06:18 | ଏହା କରିବା ପାଇଁ Rectifier ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ Delete Result ଉପରେ କ୍ଲିକ୍ କରନ୍ତୁ |
06:26 | ବର୍ତ୍ତମାନ ପରିଣାମ ଡିଲିଟ୍ ହୋଇଯାଇଛି |
06:29 | ବର୍ତ୍ତମାନ ମୁଁ Mechanics ଲାଇବ୍ରେରୀ ମଧ୍ୟରୁ ଗୋଟିଏ ଉଦାହରଣକୁ ପ୍ରଦର୍ଶନ କରିବି |
06:34 | ପ୍ରଥମେ Mechanics ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
06:38 | Mechanics ଅଧିନରେ ଥିବା Multibody ଲାଇବ୍ରେରୀକୁ ପ୍ରାପ୍ତ କରନ୍ତୁ |
06:43 | Multibody ଲାଇବ୍ରେରୀକୁ ମଧ୍ୟ ପ୍ରସାରିତ କରନ୍ତୁ |
06:47 | ଏହା ପରେ Example ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
06:51 | ଏଠାରେ ଆମେ Multibody ମେକାନିକ୍ସର ବିଭିନ୍ନ ଉଦାହରଣଗୁଡିକୁ ଦେଖିପାରିବା |
06:56 | ତା’ପରେ ଆମେ Elementary ଲାଇବ୍ରେରୀକୁ ପ୍ରସାରିତ କରିବା |
07:00 | DoublePendulum ନାମକ କ୍ଲାସକୁ ଖୋଲନ୍ତୁ |
07:04 | ଏହା କରିବା ପାଇଁ DoublePendulum ଉପରେ ରାଇଟ୍ କ୍ଲିକ୍ କରିବା ସହିତ Open Classକୁ ଚୟନ କରନ୍ତୁ |
07:11 | କ୍ଲାସ୍ Text viewରେ ଖୋଲିବ |
07:14 | ବର୍ତ୍ତମାନ ଟୂଲବାର୍ ଉପରେ ଥିବା Check All Models ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:19 | Messages Browserକୁ ଲକ୍ଷ୍ୟ କରନ୍ତୁ |
07:22 | ଏହା Modelica କ୍ଲାସ୍ ସହିତ ସମ୍ପର୍କୀତ ବାର୍ତ୍ତାଗୁଡିକୁ ପ୍ରଦର୍ଶନ କରିବ |
07:27 | ବର୍ତ୍ତମାନ, ମୋଡେଲକୁ ସିମୁଲେଟ୍ କରନ୍ତୁ |
07:31 | ଏହା କରିବା ପାଇଁ ଟୂଲବାର୍ ଉପରେ ଥିବା Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:35 | ଥରେ କମ୍ପାଇଲେଶନ୍ ସଫଳ ହେଲେ OMEdit ୱିଣ୍ଡୋରେ Plotting Perspective ଖୋଲିଯିବ |
07:43 | Variables Browser ଅଧିନରେ ଥିବା damper ଭେରିଏବଲକୁ ପ୍ରସାରିତ କରନ୍ତୁ |
07:49 | ଡିଫଲ୍ଟ ଭାବେ, d = 0.1, relative angular acceleration(a_rel) = 11.567 ଏବଂ relative rotational angle [der(phi_rel)] = 4.1 ଅଟେ |
08:05 | dର ଭେଲ୍ୟୁକୁ 0.1ରୁ 0.05ରେ ପରିବର୍ତ୍ତନ କରିବା ସହିତ Enter ଦାବନ୍ତୁ |
08:14 | ତା’ପରେ Re-simulate ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:17 | ସିମୁଲେଶନ୍ ସମ୍ପୂର୍ଣ୍ଣ ହେଲା ପରେ ପରିବର୍ତ୍ତନଗୁଡିକୁ ଲକ୍ଷ୍ୟ କରନ୍ତୁ |
08:22 | relative angular acceleration (a_rel) = 15.449 ଓ relative rotational angle [der(phi_rel)] = 4.359 ଅଟେ |
08:33 | ବର୍ତ୍ତମାନ relative angular acceleration ଓ Time ମଧ୍ୟରେ ଗୋଟିଏ ପ୍ଲଟକୁ ସୃଷ୍ଟି କରନ୍ତୁ |
08:40 | ଭେରିଏବଲ୍ a_rel ପାଇଁ ଥିବା ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
08:46 | ଆମେ Time on the X-axis ଓ a_rel on the Y-axis ମଧ୍ୟରେ ଥିବା ଗୋଟିଏ ପ୍ଲଟକୁ ଦେଖିପାରିବା |
08:54 | ଏହି ପ୍ଲଟ୍ ପରିବର୍ତ୍ତୀତ ସମୟ ସହିତ relative angular accelerationକୁ ବର୍ଣ୍ଣନା କରିବ |
09:00 | ଡିଫଲ୍ଟ ଭାବେ ସିମୁଲେଶନ୍ 0ରୁ 3 ଏକକ ସମୟ ମଧ୍ୟରେ ରନ୍ କରିବ |
09:06 | ଏହି ବ୍ୟବଧାନକୁ ପରିବର୍ତ୍ତନ କରନ୍ତୁ |
09:10 | ଏହା କରିବା ପାଇଁ Modeling Perspectiveକୁ ଯା’ନ୍ତୁ |
09:14 | ଟୂଲବାର୍ ଉପରେ ଥିବା ବିକଳ୍ପ Simulation Setup ଉପରେ କ୍ଲିକ୍ କରନ୍ତୁ |
09:18 | Simulation Setup ୱିଣ୍ଡୋ ଖୋଲିଯିବ |
09:21 | ଏଠାରେ Start Timeକୁ 1 ୟୁନିଟରେ ଏବଂ Stop Timeକୁ 5 ୟୁନିଟରେ ପରିବର୍ତ୍ତନ କରନ୍ତୁ |
09:28 | Simulate ଚେକ୍ ବକ୍ସ ଚେକ୍ ହୋଇଥିବା ସୁନିଶ୍ଚିତ କରନ୍ତୁ |
09:32 | ତା’ପରେ Ok ଉପରେ କ୍ଲିକ୍ କରନ୍ତୁ |
09:35 | ଆମେ ସଫଳତାର ବାର୍ତ୍ତା ଥିବା ୱିଣ୍ଡୋ ପ୍ରାପ୍ତ କରିବା |
09:37 | ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
09:39 | କ୍ଲାସଟି 1ରୁ 5 ଏକକ ସମୟର ଗୋଟିଏ ସିମୁଲେଶନ୍ ବ୍ୟବଧାନ ସହିତ ରି-ସିମୁଲେଟ୍ ହୋଇଛି |
09:45 | ଥରେ ଆବଶ୍ୟକୀୟ ପ୍ଲଟ୍ ସୃଷ୍ଟି ହୋଇଗଲେ, ଆମେ ପରିଣାମଗୁଡିକୁ ଡିଲିଟ୍ କରିପାରିବା |
09:50 | Variable Browserରେ ଥିବା DoublePendulum ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
09:55 | Delete Resultକୁ ଚୟନ କରନ୍ତୁ. ବର୍ତ୍ତମାନ ପରିଣାମ ଡିଲିଟ୍ ହୋଇଯାଇଛି |
10:01 | ସଂକ୍ଷିପ୍ତରେ |
10:03 | ଏହି ଟ୍ୟୁଟୋରିଆଲରେ ଆମେ ବିଭିନ୍ନ Modelica ଲାଇବ୍ରେରୀ କ୍ଲାସକୁ ଖୋଲିବା ସହିତ ସିମୁଲେଟ୍ କରିବା ଶିଖିଲେ |
10:10 | ଗୋଟିଏ ଆସାଇନମେଣ୍ଟ ଭାବେ Modelicaରେ Magnetic ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
10:16 | FluxTubes ଲାଇବ୍ରେରୀରେ କ୍ଲାସ୍ SaturatedInductorକୁ ସିମୁଲେଟ୍ କରନ୍ତୁ |
10:21 | କିଛି ଇନପୁଟ୍ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରିବା ସହିତ ରି-ସିମୁଲେଟ୍ କରନ୍ତୁ |
10:26 | ଭେରିଏବଲ୍ rର i ଓ LossPower ମଧ୍ୟରେ ଗୋଟିଏ Parametric plot ସୃଷ୍ଟି କରନ୍ତୁ |
10:32 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ.http://spoken-tutorial.org/ ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:53 | ଏହି Spoken Tutorial ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି? ଦୟାକରି ଏହି ସାଇଟକୁ ଯା’ନ୍ତୁ |
11:00 | ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡକୁ FOSSEE ଟିମ୍ ସମନ୍ଵୟ ରଖନ୍ତି. ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ |
11:15 | FOSSEE ଟିମ୍ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରନ୍ତି. |
11:22 | ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ |
11:31 | Spoken Tutorial ଓ FOSSEE ପ୍ରୋଜେକ୍ଟଗୁଡିକ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
11:40 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |