OpenModelica/C2/Examples-through-OMEdit/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Examples through OMEdit ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ବିଭିନ୍ନ Modelica ଲାଇବ୍ରେରୀ କ୍ଲାସଗୁଡିକୁ ଖୋଲିବା ସହିତ ସିମୁଲେଟ୍ କରିବା ଶିଖିବା
00:13 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.9.5 ଏବଂ Ubuntu Linux OS 14.04 ବ୍ୟବହାର କରୁଛି
00:25 କିନ୍ତୁ, ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହୋଇଥିବା ପ୍ରଣାଳୀ ଅନ୍ୟ OS ଯେପରି Windows, Mac OS X କିମ୍ବା ARM ଉପରେ FOSSEE OS ଭଳି ସମାନ ଅଟେ
00:37 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମରେ ନିଶ୍ଚିତରୂପେ OMEdit ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
00:43 OMEdit ୱିଣ୍ଡୋ ଉପରେ କିପରି କାର୍ଯ୍ୟ କରାଯାଏ ତାହା ମଧ୍ୟ ଆପଣ ଜାଣିଥିବା ଆବଶ୍ୟକ ଅଟେ
00:47 ଯଦି ନାହିଁ ତେବେ ଦୟାକରି ଏହି ୱେବସାଇଟରେ ଉପଲବ୍ଧ ଥିବା OpenModelicaର ପୂର୍ବ ଟ୍ୟୁଟୋରିଆଲଗୁଡିକୁ ଅନୁସରଣ କରନ୍ତୁ
00:53 OMEdit ୱିଣ୍ଡୋକୁ ଫେରିଆସନ୍ତୁ
00:57 OMEdit ୱିଣ୍ଡୋର ବାମପଟେ ଆପଣ Libraries Browserକୁ ଦେଖିପାରିବେ. ଏଠାରେ ଆମେ ଲାଇବ୍ରେରୀଗୁଡିକର ଗୋଟିଏ ତାଲିକାକୁ ଦେଖିପାରିବା
01:07 Modelica ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ. ଏହା କରିବା ପାଇଁ Modelica ଲାଇବ୍ରେରୀର ବାମପଟେ ଥିବା ଆରୋ ହେଡ୍ ଉପରେ କ୍ଲିକ୍ କରନ୍ତୁ
01:16 ବର୍ତ୍ତମାନ Electrical ଲାଇବ୍ରେରୀରୁ ମୁଁ ଗୋଟିଏ ଉଦାହରଣକୁ ପ୍ରଦର୍ଶନ କରିବି
01:21 Electrical ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ
01:24 Electrical ଲାଇବ୍ରେରୀ ଉପରେ ଥିବା ଆରୋ ହେଡ୍ ଉପରେ କ୍ଲିକ୍ କରନ୍ତୁ
01:28 Electrical ଅଧୀନରେ ଆପଣ Analog ଲାଇବ୍ରେରୀକୁ ପ୍ରାପ୍ତ କରିବେ
01:32 Analog ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ
01:35 ପୁନର୍ବାର ଅନେକ ବିଭିନ୍ନ ଲାଇବ୍ରେରୀଗୁଡିକ ପ୍ରଦର୍ଶିତ ହୋଇଥିବା ଦେଖିପାରିବେ
01:39 ବର୍ତ୍ତମାନ, Example ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ
01:43 ଏଠାରେ ଆପଣ Analogର ବିଭିନ୍ନ ଉଦାହରଣଗୁଡିକୁ ଦେଖିପାରିବେ
01:48 ତା’ପରେ, Rectifier ନାମକ କ୍ଲାସକୁ ଖୋଲନ୍ତୁ
01:53 Rectifier ଉପରେ ରାଇଟ୍ କ୍ଲିକ୍ କରିବା ସହିତ Open Classକୁ ଚୟନ କରନ୍ତୁ
01:58 କ୍ଲାସକୁ ଖୋଲିବା ପାଇଁ କ୍ଲାସ୍ ନେମ୍ ଉପରେ ଆପଣ ଡବଲ୍ କ୍ଲିକ୍ ମଧ୍ୟ କରିପାରିବେ
02:03 ବର୍ତ୍ତମାନ ଆମେ Modeling Perspective ୱିଣ୍ଡୋ ମଧ୍ୟରେ ଅଛେ
02:07 ଡିଫଲ୍ଟ ଭାବେ କ୍ଲାସ୍ Diagram Viewରେ ଖୋଲିବ
02:11 ଏହି ସିରିଜରେ ଅନେକ ପୂର୍ବରୁ ମୁଁ ବିଭିନ୍ନ ଭ୍ୟୁଗୁଡିକ ମଧ୍ୟରେ କିପରି ପରିବର୍ତ୍ତନ କରାଯାଏ ପ୍ରଦର୍ଶନ କରିସାରିଛି
02:18 ବର୍ତ୍ତମାନ Text View ଆଇକନ୍ ଉପରେ କ୍ଲିକ୍ କରିବା ସହିତ Text Viewକୁ ଫେରିଆସନ୍ତୁ
02:24 ଏଠାରେ Rectifier କ୍ଲାସ ସହିତ ସମ୍ପର୍କ ଥିବା Modelica କୋଡକୁ ଆପଣ ଦେଖିପାରିବେ
02:30 ଗୋଟିଏ ମୋଡେଲକୁ ସିମୁଲେଟ୍ କରିବା ପୂର୍ବରୁ ମୋଡେଲର ସଠିକତାକୁ ଯାଞ୍ଚ କରିବା ଆବଶ୍ୟକ ଅଟେ
02:36 ଏହା କରିବା ପାଇଁ ଟୂଲବାର୍ ଉପରେ ଥିବା Check All Models ବଟନକୁ ପ୍ରଥମେ ପ୍ରାପ୍ତ କରନ୍ତୁ
02:42 ଏହି ବଟନ୍ ଉପରେ ଧଳା ରଙ୍ଗର ଦୁଇଟି ଟିକ୍ ଚିହ୍ନ ଅଛି. ଏହା ଉପରେ କ୍ଲିକ୍ କରନ୍ତୁ
02:48 ତତ୍ କ୍ଷଣାତ୍ ୱିଣ୍ଡୋର ନିମ୍ନ ଭାଗରେ ଗୋଟିଏ Messages Browser ଖୋଲିଯାଇଥିବା ଲକ୍ଷ୍ୟ କରନ୍ତୁ
02:54 Modelica କ୍ଲାସ୍ ସହିତ ସମ୍ପର୍କ ଥିବା ବାର୍ତ୍ତାଗୁଡିକୁ ଏହା ପ୍ରଦର୍ଶନ କରିବ
02:58 ବର୍ତ୍ତମାନ ମୋଡେଲକୁ ସିମୁଲେଟ୍ କରିବା ପାଇଁ ଚେଷ୍ଟା କରନ୍ତୁ
03:00 ଟୂଲ୍ ବାର୍ ଉପରେ ଥିବା ସବୁଜ ରଙ୍ଗର ଆରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
03:07 ଏହା Simulate ବଟନ୍ ଅଟେ ଯାହା ମୋଡେଲକୁ ସିମୁଲେଟ୍ କରିବା ପାଇଁ ବ୍ୟବହୃତ ହୋଇଥାଏ
03:13 ମୋଡେଲକୁ ସିମୁଲେଟ୍ କରିବା ପାଇଁ ଆମେ Ctrl ଓ B କୀକୁ ମଧ୍ୟ ବ୍ୟବହାର କରିପାରିବା
03:18 ସିମୁଲେଟ୍ କରିବା ଦ୍ଵାରା ଗୋଟିଏ ନୂତନ ୱିଣ୍ଡୋ ଖୋଲିଯିବ
03:21 ଏହା କ୍ଲାସର କମ୍ପାଇଲେଶନ୍ ପ୍ରକ୍ରିୟାକୁ ପ୍ରଦର୍ଶନ କରିବ
03:26 ଥରେ କମ୍ପାଇଲେଶନ୍ ସଫଳ ହେଲେ, ଆଉଟପୁଟ୍ ୱିଣ୍ଡୋ, Simulation process finished successfully ବୋଲି ବାର୍ତ୍ତା ପ୍ରଦର୍ଶନ କରିବ. ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
03:37 ଡିଫଲ୍ଟ ଭାବେ ବର୍ତ୍ତମାନ OMEdit ୱିଣ୍ଡୋରେ Plotting Perspectiveରେ ଖୋଲିବା ଆବଶ୍ୟକ
03:43 ଯଦି ଏହା ଖୋଲିବ ନାହିଁ ତେବେ ନିମ୍ନରେ ଡାହାଣପଟେ ଥିବା Plotting ବଟନ୍ ଉପରେ କ୍ଲିକ୍ କରନ୍ତୁ
03:48 ଆମେ Plotting Perspectiveକୁ ଖୋଲିବା ପାଇଁ Ctrl ଓ F3 କୀକୁ ମଧ୍ୟ ଦାବିପାରିବା
03:54 ଏଠାରେ ଆମେ Modelica କ୍ଲାସର ସିମୁଲେଶନର ପରିଣାମଗୁଡିକୁ ଦେଖିପାରିବା
03:59 Plotting Perspectiveର ଡାହାଣପଟେ ଥିବା Variables Browser ୱିଣ୍ଡୋକୁ ଦେଖନ୍ତୁ
04:05 Variables Browser ଅଧୀନରେ: ଆମେ ଗୋଟିଏ Modelica କ୍ଲାସର ଇନପୁଟ୍ ଭେରିଏବଲର ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରିବା ଶିଖିବା
04:13 ଡିଫଲ୍ଟ ଭାବେ IDC = 500, Losses = 2890.26
04:22 IDCର ଭେଲ୍ୟୁକୁ ପରିବର୍ତ୍ତନ କରିବା ସହିତ Losses ଭେଲ୍ୟୁଗୁଡିକ କିପରି ପରିବର୍ତ୍ତନ ହେଉଛି ଲକ୍ଷ୍ୟ କରନ୍ତୁ
04:28 IDCର ଭେଲ୍ୟୁକୁ 500ରୁ 250କୁ ପରିବର୍ତ୍ତନ କରନ୍ତୁ
04:33 ଏବଂ Enter ଦାବନ୍ତୁ
04:37 ୱିଣ୍ଡୋର ଉପରିଭାଗର ଡାହାଣପଟେ ଥିବା କୋଣକୁ ଯା’ନ୍ତୁ
04:39 Re-simulate ବଟନରେ କ୍ଲିକ୍ କରନ୍ତୁ
04:42 ସଫଳତାର ବାର୍ତ୍ତା ଥିବା ୱିଣ୍ଡୋ ଖୋଲିଯିବ
04:46 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
04:48 ଥରେ ସିମୁଲେଶନ୍ ସମ୍ପୂର୍ଣ୍ଣ ହେଲେ ପରିବର୍ତ୍ତନଗୁଡିକୁ ଲେଖିରଖନ୍ତୁ. Losses = 1756.77
04:57 ବର୍ତ୍ତମାନ ଗୋଟିଏ ପ୍ଲଟ୍ କିପରି ସୃଷ୍ଟି କରାଯାଏ ମୁଁ ପ୍ରଦର୍ଶନ କରିବି
05:01 Losses ଓ Time ମଧ୍ୟରେ ଗୋଟିଏ ପ୍ଲଟ୍ ସୃଷ୍ଟି କରନ୍ତୁ
05:06 Losses ଭେରିଏବଲ୍ ପାଇଁ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
05:10 Time on the X-axis ଓ Losses on the Y-axis ମଧ୍ୟରେ ଥିବା ପ୍ଲଟକୁ ଆପଣ ଦେଖିପାରିବେ
05:17 ଏହି ପ୍ଲଟ୍ ପରିବର୍ତ୍ତୀତ ସମୟ ସହିତ diode bridge ପାଇଁ ହେଉଥିବା ପାୱର୍ ଲସକୁ ବର୍ଣ୍ଣନା କରିଥାଏ
05:24 ଡିଫଲ୍ଟ ଭାବେ ସିମୁଲେଶନ୍ 0ରୁ 0.1 ଏକକ ସମୟରେ ରନ୍ କରିଥାଏ
05:31 ଆମେ ଏହି ବ୍ୟବଧାନକୁ ବିକଳ୍ପ Simulation Setupକୁ ବ୍ୟବହାର କରି ପରିବର୍ତ୍ତନ କରିପାରିବା
05:36 ଏହା କରିବା ପାଇଁ Modeling Perspectiveକୁ ଯା’ନ୍ତୁ
05:40 Modeling ବଟନ୍ ଉପରେ କ୍ଲିକ୍ କରନ୍ତୁ
05:43 ଟୂଲବାର୍ ଉପରେ ଥିବା ବିକଳ୍ପ Simulation Setup ଉପରେ କ୍ଲିକ୍ କରନ୍ତୁ
05:47 Simulation Setup ୱିଣ୍ଡୋ ଖୋଲିଯିବ
05:50 ଏଠାରେ Start Timeକୁ 0.01 ଏକକରେ ପରିବର୍ତ୍ତନ କରନ୍ତୁ
05:55 Simulate ଚେକ୍ ବକ୍ସ ଚେକ୍ ହୋଇଥିବା ସୁନିଶ୍ଚିତ କରନ୍ତୁ
05:59 ଏବଂ ତା’ପରେ Ok ଉପରେ କ୍ଲିକ୍ କରନ୍ତୁ
06:02 ତତ୍ କ୍ଷଣାତ୍ ଆମେ ସଫଳତା ବାର୍ତ୍ତା ଥିବା ୱିଣ୍ଡୋକୁ ଦେଖିପାରିବା
06:06 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
06:08 କ୍ଲାସଟି 0.01ରୁ 0.1 ଏକକ ସମୟର ଗୋଟିଏ ସିମୁଲେଶନ୍ ବ୍ୟବଧାନ ସହିତ ରି-ସିମୁଲେଟ୍ ହେବ
06:16 ଏହି ପରିଣାମଗୁଡିକୁ ଡିଲିଟ୍ କରନ୍ତୁ
06:18 ଏହା କରିବା ପାଇଁ Rectifier ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ Delete Result ଉପରେ କ୍ଲିକ୍ କରନ୍ତୁ
06:26 ବର୍ତ୍ତମାନ ପରିଣାମ ଡିଲିଟ୍ ହୋଇଯାଇଛି
06:29 ବର୍ତ୍ତମାନ ମୁଁ Mechanics ଲାଇବ୍ରେରୀ ମଧ୍ୟରୁ ଗୋଟିଏ ଉଦାହରଣକୁ ପ୍ରଦର୍ଶନ କରିବି
06:34 ପ୍ରଥମେ Mechanics ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ
06:38 Mechanics ଅଧିନରେ ଥିବା Multibody ଲାଇବ୍ରେରୀକୁ ପ୍ରାପ୍ତ କରନ୍ତୁ
06:43 Multibody ଲାଇବ୍ରେରୀକୁ ମଧ୍ୟ ପ୍ରସାରିତ କରନ୍ତୁ
06:47 ଏହା ପରେ Example ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ
06:51 ଏଠାରେ ଆମେ Multibody ମେକାନିକ୍ସର ବିଭିନ୍ନ ଉଦାହରଣଗୁଡିକୁ ଦେଖିପାରିବା
06:56 ତା’ପରେ ଆମେ Elementary ଲାଇବ୍ରେରୀକୁ ପ୍ରସାରିତ କରିବା
07:00 DoublePendulum ନାମକ କ୍ଲାସକୁ ଖୋଲନ୍ତୁ
07:04 ଏହା କରିବା ପାଇଁ DoublePendulum ଉପରେ ରାଇଟ୍ କ୍ଲିକ୍ କରିବା ସହିତ Open Classକୁ ଚୟନ କରନ୍ତୁ
07:11 କ୍ଲାସ୍ Text viewରେ ଖୋଲିବ
07:14 ବର୍ତ୍ତମାନ ଟୂଲବାର୍ ଉପରେ ଥିବା Check All Models ବଟନ୍ ଉପରେ କ୍ଲିକ୍ କରନ୍ତୁ
07:19 Messages Browserକୁ ଲକ୍ଷ୍ୟ କରନ୍ତୁ
07:22 ଏହା Modelica କ୍ଲାସ୍ ସହିତ ସମ୍ପର୍କୀତ ବାର୍ତ୍ତାଗୁଡିକୁ ପ୍ରଦର୍ଶନ କରିବ
07:27 ବର୍ତ୍ତମାନ, ମୋଡେଲକୁ ସିମୁଲେଟ୍ କରନ୍ତୁ
07:31 ଏହା କରିବା ପାଇଁ ଟୂଲବାର୍ ଉପରେ ଥିବା Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
07:35 ଥରେ କମ୍ପାଇଲେଶନ୍ ସଫଳ ହେଲେ OMEdit ୱିଣ୍ଡୋରେ Plotting Perspective ଖୋଲିଯିବ
07:43 Variables Browser ଅଧିନରେ ଥିବା damper ଭେରିଏବଲକୁ ପ୍ରସାରିତ କରନ୍ତୁ
07:49 ଡିଫଲ୍ଟ ଭାବେ, d = 0.1, relative angular acceleration(a_rel) = 11.567 ଏବଂ relative rotational angle [der(phi_rel)] = 4.1 ଅଟେ
08:05 dର ଭେଲ୍ୟୁକୁ 0.1ରୁ 0.05ରେ ପରିବର୍ତ୍ତନ କରିବା ସହିତ Enter ଦାବନ୍ତୁ
08:14 ତା’ପରେ Re-simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
08:17 ସିମୁଲେଶନ୍ ସମ୍ପୂର୍ଣ୍ଣ ହେଲା ପରେ ପରିବର୍ତ୍ତନଗୁଡିକୁ ଲକ୍ଷ୍ୟ କରନ୍ତୁ
08:22 relative angular acceleration (a_rel) = 15.449 ଓ relative rotational angle [der(phi_rel)] = 4.359 ଅଟେ
08:33 ବର୍ତ୍ତମାନ relative angular acceleration ଓ Time ମଧ୍ୟରେ ଗୋଟିଏ ପ୍ଲଟକୁ ସୃଷ୍ଟି କରନ୍ତୁ
08:40 ଭେରିଏବଲ୍ a_rel ପାଇଁ ଥିବା ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
08:46 ଆମେ Time on the X-axis ଓ a_rel on the Y-axis ମଧ୍ୟରେ ଥିବା ଗୋଟିଏ ପ୍ଲଟକୁ ଦେଖିପାରିବା
08:54 ଏହି ପ୍ଲଟ୍ ପରିବର୍ତ୍ତୀତ ସମୟ ସହିତ relative angular accelerationକୁ ବର୍ଣ୍ଣନା କରିବ
09:00 ଡିଫଲ୍ଟ ଭାବେ ସିମୁଲେଶନ୍ 0ରୁ 3 ଏକକ ସମୟ ମଧ୍ୟରେ ରନ୍ କରିବ
09:06 ଏହି ବ୍ୟବଧାନକୁ ପରିବର୍ତ୍ତନ କରନ୍ତୁ
09:10 ଏହା କରିବା ପାଇଁ Modeling Perspectiveକୁ ଯା’ନ୍ତୁ
09:14 ଟୂଲବାର୍ ଉପରେ ଥିବା ବିକଳ୍ପ Simulation Setup ଉପରେ କ୍ଲିକ୍ କରନ୍ତୁ
09:18 Simulation Setup ୱିଣ୍ଡୋ ଖୋଲିଯିବ
09:21 ଏଠାରେ Start Timeକୁ 1 ୟୁନିଟରେ ଏବଂ Stop Timeକୁ 5 ୟୁନିଟରେ ପରିବର୍ତ୍ତନ କରନ୍ତୁ
09:28 Simulate ଚେକ୍ ବକ୍ସ ଚେକ୍ ହୋଇଥିବା ସୁନିଶ୍ଚିତ କରନ୍ତୁ
09:32 ତା’ପରେ Ok ଉପରେ କ୍ଲିକ୍ କରନ୍ତୁ
09:35 ଆମେ ସଫଳତାର ବାର୍ତ୍ତା ଥିବା ୱିଣ୍ଡୋ ପ୍ରାପ୍ତ କରିବା
09:37 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
09:39 କ୍ଲାସଟି 1ରୁ 5 ଏକକ ସମୟର ଗୋଟିଏ ସିମୁଲେଶନ୍ ବ୍ୟବଧାନ ସହିତ ରି-ସିମୁଲେଟ୍ ହୋଇଛି
09:45 ଥରେ ଆବଶ୍ୟକୀୟ ପ୍ଲଟ୍ ସୃଷ୍ଟି ହୋଇଗଲେ, ଆମେ ପରିଣାମଗୁଡିକୁ ଡିଲିଟ୍ କରିପାରିବା
09:50 Variable Browserରେ ଥିବା DoublePendulum ଉପରେ ରାଇଟ୍ କ୍ଲିକ୍ କରନ୍ତୁ
09:55 Delete Resultକୁ ଚୟନ କରନ୍ତୁ. ବର୍ତ୍ତମାନ ପରିଣାମ ଡିଲିଟ୍ ହୋଇଯାଇଛି
10:01 ସଂକ୍ଷିପ୍ତରେ
10:03 ଏହି ଟ୍ୟୁଟୋରିଆଲରେ ଆମେ ବିଭିନ୍ନ Modelica ଲାଇବ୍ରେରୀ କ୍ଲାସକୁ ଖୋଲିବା ସହିତ ସିମୁଲେଟ୍ କରିବା ଶିଖିଲେ
10:10 ଗୋଟିଏ ଆସାଇନମେଣ୍ଟ ଭାବେ Modelicaରେ Magnetic ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ
10:16 FluxTubes ଲାଇବ୍ରେରୀରେ କ୍ଲାସ୍ SaturatedInductorକୁ ସିମୁଲେଟ୍ କରନ୍ତୁ
10:21 କିଛି ଇନପୁଟ୍ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରିବା ସହିତ ରି-ସିମୁଲେଟ୍ କରନ୍ତୁ
10:26 ଭେରିଏବଲ୍ rର i ଓ LossPower ମଧ୍ୟରେ ଗୋଟିଏ Parametric plot ସୃଷ୍ଟି କରନ୍ତୁ
10:32 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ.http://spoken-tutorial.org/ ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:53 ଏହି Spoken Tutorial ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି? ଦୟାକରି ଏହି ସାଇଟକୁ ଯା’ନ୍ତୁ
11:00 ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡକୁ FOSSEE ଟିମ୍ ସମନ୍ଵୟ ରଖନ୍ତି. ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ
11:15 FOSSEE ଟିମ୍ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରନ୍ତି.
11:22 ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ
11:31 Spoken Tutorial ଓ FOSSEE ପ୍ରୋଜେକ୍ଟଗୁଡିକ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
11:40 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep