Jmol-Application/C2/Introduction-to-Jmol-Application/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Introduction to Jmol Application ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ, Jmol Application window ଏବଂ କିଛି ମୌଳିକ କାର୍ଯ୍ୟପ୍ରଣାଳି |
| 00:11 | ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯିବ |
| 00:16 | ଆମେ ଶିଖିବା: |
| 00:18 | ମେନୁ ବାର୍, ଟୂଲ୍ ବାର୍ ଓ Jmolର ପ୍ୟାନେଲ୍ |
| 00:22 | Jmol ପ୍ୟାନେଲର ଆକାରକୁ କିପରି ରୂପାନ୍ତର କରିବା |
| 00:25 | ସରଳ ଜୈବିକ ପରମାଣୁଗୁଡିକର ଆକାର ସୃଷ୍ଟି କରିବା |
| 00:28 | hydrogen ସହିତ ଗୋଟିଏ Methyl ଗ୍ରୁପକୁ ପ୍ରତିସ୍ଥାପିତ କରି ପରମାଣୁଗୁଡିକ ସୃଷ୍ଟି କରିବା |
| 00:34 | ଏହା ମଧ୍ୟ ଶିଖିବା |
| 00:36 | ଗୋଟିଏ ସ୍ଥିର ଆକାର ପ୍ରାପ୍ତ କରିବା ପାଇଁ ଏନର୍ଜୀ ମିନିମାଇଜ୍ କରିବା |
| 00:41 | ଏବଂ ଇମେଜକୁ .mol ଫାଇଲରେ Save କରିବା |
| 00:45 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣଙ୍କର ହାଇ ସ୍କୁଲ୍ କେମିଷ୍ଟ୍ରୀ ଓ |
| 00:49 | ବେସିକ୍ ଅର୍ଗାନିକ୍ କେମିଷ୍ଟ୍ରୀ ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:53 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:56 | Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04 |
| 01:00 | Jmol ଭର୍ସନ୍ 12.2.2 |
| 01:03 | ଏବଂ Java ଭର୍ସନ୍ 7 |
| 01:06 | ଦୟାଅରି ଧ୍ୟାନଦିଅନ୍ତୁ- Jmol ଆପ୍ଲିକେଶନ୍ ଆରାମଦାୟକ ଭାବେ ରନ୍ କରିବା ପାଇଁ ସିଷ୍ଟମରେ Java ଇନଷ୍ଟଲ୍ ହୋଇଥିବା ଆବଶ୍ୟକ |
| 01:14 | Jmol ଆପ୍ଲିକେଶନ୍ ବିଷୟରେ- |
| 01:17 | ଏହା ଗୋଟିଏ ଫ୍ରୀ ଏବଂ ଓପନ୍ ସୋର୍ସ Molecular Viewer ଅଟେ |
| 01:21 | ରାସାୟନିକ ନିର୍ମାଣଗୁଡିକର ତିନି ଆୟାମବିଶିଷ୍ଟ ଆକାରଗୁଡିକର ସୃଷ୍ଟି ପାଇଁ ବ୍ୟବହୃତ ହୁଏ |
| 01:27 | ଏବଂ proteins ଓ macromoleculesଗୁଡିକର ମାଧ୍ୟମିକ ନିର୍ମାଣଗୁଡିକୁ ଦେଖିବା ପାଇଁ ମଧ୍ୟ ବ୍ୟବହାର କରାଯାଏ |
| 01:33 | ଡାଉନଲୋଡ୍ ଓ ଇନଷ୍ଟଲେଶନ୍ ବିଷୟକ ତଥ୍ୟ - |
| 01:37 | Ubuntu OS ପାଇଁ, Ubuntu Software Center ସାହାଯ୍ୟରେ Jmolକୁ ଇନଷ୍ଟେଲେଶନ୍ କରାଯାଇଥାଏ |
| 01:45 | ଦୟାକରି ଆମ ୱେବସାଇଟ୍ www.spoken-tutorial.orgରେ ଥିବା Linux ସିରିଜର ଏହି ଟ୍ୟୁଟୋରିଆଲକୁ ଅନୁସରଣ କରନ୍ତୁ |
| 01:56 | Windows, Mac OS ଓ Android devicesରେ ଇନଷ୍ଟଲ୍ କରିବା ପାଇଁ, ଦୟାକରି, www.jmol.sourceforge.netକୁ ଯା’ନ୍ତୁ |
| 02:08 | ଏବଂ ୱେବ ପେଜରେ ଇନଷ୍ଟଲ୍ ପାଇଁ ଥିବା ନିର୍ଦ୍ଦେଶାବଳୀଗୁଡିକର ଅନୁସରଣ କରନ୍ତୁ |
| 02:13 | ମୁଁ ମୋ ସିଷ୍ଟମରେ Ubuntu Software Centerକୁ ବ୍ୟବହାର କରି Jmol Applicationକୁ ଇନଷ୍ଟଲ୍ କରିସାରିଛି |
| 02:20 | Jmol Applicationକୁ ଖୋଲିବା ପାଇଁ Dash home ଉପରେ କ୍ଲିକ୍ କରନ୍ତୁ |
| 02:24 | ସର୍ଚ ବକ୍ସରେ, Jmol ଟାଇପ୍ କରନ୍ତୁ |
| 02:27 | ସ୍କ୍ରୀନ୍ ଉପରେ Jmol ଆଇକନ୍ ଦୃଶ୍ୟମାନ ହେବ |
| 02:30 | Jmol ଆପ୍ଲିକେଶନ୍ ୱିଣ୍ଡୋକୁ ଖୋଲିବା ପାଇଁ Jmol ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 02:35 | Jmol ୱିଣ୍ଡୋରେ ଉପରି ଭାଗରେ ଗୋଟିଏ Menu bar ଅଛି |
| 02:40 | Menu ବାରର ନିମ୍ନରେ ଗୋଟିଏ Tool ବାର୍ ଅଛି |
| 02:43 | ଏଠାରେ Display area ଅଛି ଯାହା Jmol panel ଭାବେ କାର୍ଯ୍ୟ କରିଥାଏ |
| 02:48 | ମେନୁ ବାରରେ, ଅନେକ ବିକଳ୍ପ ଅଛି ଯେପରି-File, Edit, Display ପ୍ରଭୃତି |
| 02:56 | ଏଗୁଡିକ ପ୍ରତ୍ୟେକଙ୍କର ବିଭିନ୍ନ ସବ୍-ଅପଶନଗୁଡିକ ମଧ୍ୟ ଅଛନ୍ତି |
| 03:00 | Tools ମେନୁରେ ଅନ୍ୟ ବିକଳ୍ପଗୁଡିକ ବ୍ୟତିତ ଅଣୁଗୁଡିକ ମଧ୍ୟରେ ଥିବା ଦୂରତାକୁ ମାପିବା ପାଇଁ ଟୂଲଗୁଡିକ ମଧ୍ୟ ଅଛି |
| 03:07 | ଏହି ବିକଳ୍ପଗୁଡିକ ବିଷୟରେ, ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡିକରେ ଶିଖିବା |
| 03:12 | Help ମେନୁରେ Jmol Application ଉପରେ ଅନେକ ଦରକାରୀ ତଥ୍ୟଗୁଡିକ ଅଛି |
| 03:18 | ଏଥିରେ ଗୋଟିଏ User Guide ମଧ୍ୟ ଅଛି ଯାହା ଡକୁମେଣ୍ଟେଶନକୁ ଧାରଣ କରିଥାଏ |
| 03:23 | Tool barରେ ଅନେକ ସଂଖ୍ୟକ ମେନୁ iconଗୁଡିକ ଅଛନ୍ତି |
| 03:27 | ମେନୁ ଆଇକନଗୁଡିକ ଖୁବ ଶୀଘ୍ର ନିର୍ଦ୍ଦିଷ୍ଟ ଫଙ୍କଶନଗୁଡିକୁ ନିଷ୍ପାଦନ କରନ୍ତି; ଉଦାହରଣସ୍ଵରୂପ- Open, Save, Export, Print ପ୍ରଭୃତି |
| 03:37 | ଏଠାରେ ରୋଟେଟ୍ କରିବା, ଅଣୁଗୁଡିକର ଗୋଟିଏ ସେଟକୁ ଚୟନ କରିବା, ଦୁରତାକୁ ମାପିବା ପ୍ରଭୃତି ପାଇଁ, ଆଇକନଗୁଡିକର ଗୋଟିଏ ସେଟ୍ ଅଛି |
| 03:47 | ଆଣବିକ modelଗୁଡିକର ସୃଷ୍ଟି ଓ ସଂଶୋଧନ କରିବା ପାଇଁ modelkit ଆଇକନ୍ ବ୍ୟବହୃତ ହୁଏ |
| 03:53 | ଆବଶ୍ୟକତାନୁସାରେ Jmol panelକୁ ରିସାଇଜ୍ କରାଯାଇ ପାରିବ |
| 03:58 | ଗୋଟିଏ ଆରୋ ଇଣ୍ଡିକେଟରକୁ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ କର୍ସରକୁ ୱିଣ୍ଡୋର ଯେକୌଣସି କୋଣକୁ ନିଅନ୍ତୁ |
| 04:04 | ବର୍ତ୍ତମାନ, ତିର୍ଯ୍ୟକ ଭାବେ ଉପର କିମ୍ବା ତଳ ଆଡକୁ ଡ୍ରାଗ୍ କରି ୱିଣ୍ଡୋକୁ ରିସାଇଜ୍ କରନ୍ତୁ |
| 04:10 | Menu ବାରରେ ଥିବା Display ମେନୁକୁ ବ୍ୟବହାର କରି ମଧ୍ୟ panelର ଆକାରକୁ ପରିବର୍ତ୍ତନ କରାଯାଇପାରିବ |
| 04:16 | Display ମେନୁ ଉପରେ କ୍ଲିକ୍ କରିବା ସହ Resize ବିକଳ୍ପକୁ ଚୟନ କରନ୍ତୁ |
| 04:20 | ଗୋଟିଏ ଡାଇଲଗ୍ ବକ୍ସ ଖୋଲିଯିବ ଯେଉଁଠି ପ୍ରସ୍ଥ ଓ ଉଚ୍ଚତାର ମାପକୁ pixelsରେ ନିର୍ଦ୍ଦିଷ୍ଟ କରିପାରିବେ |
| 04:27 | ମୋର 800 by 600 pixels ଆକାରର ଗୋଟିଏ ୱିଣ୍ଡୋ ଆବଶ୍ୟକ ଅଟେ |
| 04:32 | ତେଣୁ, 800 ସ୍ପେସ୍ 600 ଟାଇପ୍ କରିବା ସହ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:41 | ବର୍ତ୍ତମାନ Jmol panel, 800 by 600 pixelsରେ ରିସାଇଜ୍ ହୋଇଯାଇଛି |
| 04:47 | ବର୍ତ୍ତମାନ ଆଗକୁ ବଢିବା ସହିତ କିଛି ସରଳ ଜୈବିକ ଅଣୁଗୁଡିକର ଆକାର ସୃଷ୍ଟି କରନ୍ତୁ |
| 04:53 | ଏନର୍ଜୀ ମିନିମାଇଜେଶନ୍ ସହିତ ଆକାରଗୁଡିକର ନିର୍ମାଣ ଓ ରୂପାନ୍ତର କରିବା ପାଇଁ Modelkit ଅନୁମତି ଦେଇଥାଏ |
| 05:00 | tool ବାରରେ ଥିବା modelkit ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 05:04 | ପ୍ୟାନେଲ୍ ଉପରେ Methaneର ଗୋଟିଏ ଆକାର ଦୃଶ୍ୟମାନ ହେବ |
| 05:07 | Jmol panelର ଉପର ବାମ ପଟ କୋଣରେ ଗୋଟିଏ ମେନୁ ଦୃଶ୍ୟମାନ ହେବ |
| 05:12 | ଏହି ମେନୁର ବୈଶିଷ୍ଟ୍ୟତାଗୁଡିକ ମଧ୍ୟରେ, ସହଜ ଭାବେ ଅଣୁଗୁଡିକୁ *add, delete, drag କରିବା କ୍ଷମତା ମଧ୍ୟ ରହିବ |
| 05:19 | functional ଗୃପଗୁଡିକୁ ସଂଯୁକ୍ତ କରନ୍ତୁ |
| 05:21 | ବନ୍ଧଗୁଡିକୁ Delete, add ଓ rotate କରନ୍ତୁ |
| 05:25 | add hydrogens, minimize ଓ save files ପ୍ରଭୃତି |
| 05:30 | ମେନୁ ଉପରେ ଥିବା ଏକ ନିର୍ଦ୍ଦିଷ୍ଟ ଫିଚରକୁ ବ୍ୟବହାର କରିବା ପାଇଁ, ଉପଲବ୍ଧ ଥିବା ଚେକ୍-ବକ୍ସ ଉପରେ କ୍ଲିକ୍ କରନ୍ତୁ |
| 05:35 | Modelkit ଫଙ୍କଶନ୍, ଗୋଟିଏ hydrogen ପରମାଣୁକୁ ଏକ Methyl group ସହିତ ପ୍ରତିସ୍ଥାପନ କରିବା ପାଇଁ ଅନୁମତି ପ୍ରଦାନ କରିବ |
| 05:41 | ପ୍ରତିସ୍ଥାପିତ କରିବାକୁ ଚାହୁଁଥିବା hydrogen ପରମାଣୁ ଉପରେ କର୍ସରକୁ ରଖନ୍ତୁ |
| 05:46 | ଏହି hydrogen ପରମାଣୁ ଉପରେ ଗୋଟିଏ ରେଡ୍ ରିଙ୍ଗ ଦୃଶ୍ୟମାନ ହେବ |
| 05:50 | ଅଣୁ ଉପରେ କ୍ଲିକ୍ କରନ୍ତୁ |
| 05:52 | ଗୋଟିଏ Methyl ଗ୍ରୁପ୍ ସଂଯୁକ୍ତ ହୋଇଥିବା, ଦେଖିପାରିବେ |
| 05:56 | ବର୍ତ୍ତମାନ Methane ଅଣୁ Ethaneକୁ ରୂପାନ୍ତରିତ ହୋଇଯାଇଛି |
| 06:00 | ପୂର୍ବ ଭଳି ସମାନ ସୋପାନର ପୁନରାବୃତ୍ତି କରନ୍ତୁ |
| 06:03 | Propaneର ଗୋଟିଏ ଆକାର ପ୍ରାପ୍ତ କରିବା ପାଇଁ hydrogen ପରମାଣୁ ଉପରେ କ୍ଲିକ୍ କରନ୍ତୁ |
| 06:07 | ଏହି ଅଣୁ ଉପରେ Energy minimization, ଗୋଟିଏ ଅତି ସ୍ଥିର ଆକାର ପ୍ରଦାନ କରିବ |
| 06:13 | Energy minimization କରିବା ପାଇଁ- |
| 06:15 | Modelkit ମେନୁରେ ଥିବା ବିକଳ୍ପଗୁଡିକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 06:19 | ବିକଳ୍ପ minimize ଉପରେ କ୍ଲିକ୍ କରନ୍ତୁ |
| 06:22 | ବର୍ତ୍ତମାନ Propane ଅଣୁର ଗୋଟିଏ ଅତି ସ୍ଥିର ଆକାର ପ୍ରାପ୍ତ ହୋଇଛି |
| 06:28 | ଏହି ନିର୍ମାଣକୁ ଗୋଟିଏ .mol ଫାଇଲ୍ ଭାବେ ସେଭ୍ କରିବା ପାଇଁ, Modelkit ମେନୁକୁ ଖୋଲନ୍ତୁ |
| 06:33 | menuକୁ ସ୍କ୍ରୋଲ୍ ଡାଉନ୍ କରିବା ସହିତ save file ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
| 06:37 | ସ୍କ୍ରୀନ୍ ଉପରେ ଗୋଟିଏ Save ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 06:41 | ସେହି ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ ଯେଉଁଠି ଫାଇଲକୁ ସେଭ୍ କରିବାକୁ ଚାହାଁନ୍ତି |
| 06:45 | ଫାଇଲକୁ ସେଭ୍ କରିବା ପାଇଁ, ମୁଁ Desktopକୁ ଚୟନ କରୁଛି |
| 06:50 | ତେଣୁ, Desktopକୁ ଚୟନ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:54 | File Nameକୁ ଯା’ନ୍ତୁ ଏବଂ ଟେକ୍ସଟ ବକ୍ସରେ propane ଟାଇପ୍ କରନ୍ତୁ |
| 06:59 | Files of Type ଉପରେ କ୍ଲିକ୍ କରିବା ସହ MOL ବିକଳ୍ପକୁ ଚୟନ କରନ୍ତୁ |
| 07:03 | ବର୍ତ୍ତମାନ, dialog-boxର ନିମ୍ନ ଡାହାଣ ପଟେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 07:08 | Desktop ଉପରେ Propaneର 3D ଆକାର .mol ଫାଇଲ୍ ଭାବେ ସେଭ୍ ହୋଇଯିବ |
| 07:14 | Jmolରୁ ବାହାର ହେବା ପାଇଁ: File ମେନୁ ଉପରେ କ୍ଲିକ୍ କରିବା ସହ ପ୍ରୋଗ୍ରାମରୁ ବାହାର ହେବା ପାଇଁ Exit ବିକଳ୍ପକୁ ଚୟନ କରନ୍ତୁ |
| 07:21 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ : |
| 07:25 | Jmol ଆପ୍ଲିକେଶନ୍ ୱିଣ୍ଡୋ ବିଷୟରେ |
| 07:27 | Jmol ପ୍ୟାନେଲକୁ ରିସାଇଜ୍ କରିବା |
| 07:29 | ସରଳ ଜୈବିକ ଅଣୁଗୁଡିକ ଯେପରି Methane, Ethane ଓ Propaneର 3D models ସୃଷ୍ଟି କରିବା ପାଇଁ ଟୂଲ୍ ବାରରେ ଥିବା Modelkit ଫଙ୍କଶନକୁ ବ୍ୟବହାର କରିବା |
| 07:40 | hydrogenକୁ methyl ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରିବା ସହ ଅଣୁର ନିର୍ମାଣ କରିବା |
| 07:45 | ଗୋଟିଏ ସ୍ଥିର ଆକାର ପ୍ରାପ୍ତ କରିବା ପାଇଁ ଏନର୍ଜୀ ମିନିମାଇଜେଶନ୍ କରିବା |
| 07:48 | ଏବଂ ଇମେଜକୁ .mol ଫାଇଲ୍ ଭାବେ ସେଭ୍ କରିବା |
| 07:52 | Jmol Modelkit ଫଙ୍କଶନକୁ ବ୍ୟବହାର କରି ନିମ୍ନଲିଖିତ ଅଣୁଗୁଡିକର ଆକାରଗୁଡିକୁ ନିର୍ମାଣ କରନ୍ତୁ: |
| 07:58 | 2-4 Dimethyl Pentane ଓ 3-Ethyl, 5-Methyl Heptane |
| 08:03 | ଗୋଟିଏ ସ୍ଥିର ଆକାର ପ୍ରାପ୍ତ କରିବା ପାଇଁ ଏନର୍ଜୀ ମିନିମାଇଜେଶନ୍ କରନ୍ତୁ |
| 08:07 | ଇମେଜକୁ .mol ଫାଇଲ୍ ଭାବେ ସେଭ୍ କରନ୍ତୁ |
| 08:11 | ଟୂଲ୍ ବାରରେ ଥିବା rotate moleculeକୁ ବ୍ୟବହାର କରି ଆକାରକୁ ରୋଟେଟ୍ କରନ୍ତୁ |
| 08:15 | ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଆବଶ୍ୟକ |
| 08:19 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial |
| 08:22 | ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ |
| 08:26 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 08:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 08:36 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 08:40 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 08:47 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:52 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:59 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
| 09:04 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |