LibreOffice-Suite-Base/C3/Create-Subforms/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:04 | ଏହି ଟ୍ୟୁଟୋରିଆଲରେ, ଆମେ |
00:07 | ଗୋଟିଏ Subform ସୃଷ୍ଟି କରିବା, ଶିଖିବା |
00:09 | ଏଥିପାଇଁ, ଆମ ପରିଚିତ Library ଡେଟାବେସ୍ ଉଦାହାରଣକୁ ଦେଖନ୍ତୁ |
00:15 | ଏବଂ ନିମ୍ନଲିଖିତ ଅବସ୍ଥାକୁ ଦେଖନ୍ତୁ: |
00:18 | କିପରି ଲାଇବ୍ରେରୀର ସମସ୍ତ ମେମ୍ବରମାନଙ୍କୁ ତାଲିକାଭୁକ୍ତ କରିପାରିବେ? |
00:22 | ଏବଂ ପ୍ରତ୍ୟେକ ମେମ୍ବର୍ ପାଇଁ, କିପରି କେବଳ ସେହି ବହିମାନଙ୍କୁ ଦେଖିବା ଯାହା ସେହି ମେମ୍ବର୍ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ଫେରସ୍ତ ହୋଇନ’ଥିବ? |
00:31 | ଲାଇବ୍ରେରୀରେ ଥିବା ସମସ୍ତ ମେମ୍ବରମାନଙ୍କ ଗୋଟିଏ ତାଲିକାକୁ ନେଇ ଏକ form ସୃଷ୍ଟି କରିବା ହେଉଛି ଗୋଟିଏ ମାର୍ଗ |
00:36 | ଏବଂ ତା’ପରେ ଏହାର ନିମ୍ନରେ ବହିଗୁଡିକୁ ତାଲିକାଭୁକ୍ତ କରିବା ପାଇଁ ଗୋଟିଏ subform ସୃଷ୍ଟି କରିବା ଯାହା ଏବେ ପର୍ଯ୍ୟନ୍ତ ମେମ୍ବରମାନଙ୍କ ଦ୍ଵାରା ଫେରସ୍ତ ହୋଇନାହିଁ |
00:44 | ଥରେ ଏହି ଫର୍ମ ଡିଜାଇନ୍ ହେଲା ପରେ, formକୁ ଏଡିଟ୍ କରିବା ପାଇଁ ସକ୍ଷମ ହେବେ |
00:49 | ଉଦାହରଣସ୍ଵରୂପ, ଯେତେବେଳେ ଜଣେ ମେମ୍ବର୍ ଗୋଟିଏ ବହି ଫେରସ୍ତ କରିବେ, ଏହି ସୁଚନାକୁ ଅପଡେଟ୍ କରିପାରିବେ |
00:55 | ଏବଂ ଫର୍ମ ଡିଜାଇନ୍ କରିବା ପାଇଁ ଏଠାରେ ଗୋଟିଏ ନମୂନା ସ୍କ୍ରୀନସଟ୍ ଅଛି |
01:01 | ନିମ୍ନରେ ଏହା ଗୋଟିଏ subformକୁ ପ୍ରଦର୍ଶନ କରିଥିବାର ଲକ୍ଷ୍ୟ କରନ୍ତୁ |
01:06 | Library ଡେଟାବେସକୁ ଖୋଲନ୍ତୁ |
01:09 | ପୂର୍ବ ଟ୍ୟୁଟୋରିଆଲଗୁଡିକରେ, History of Books Issued to Members କ୍ଵେରୀ ସୃଷ୍ଟି ହୋଇଛି |
01:17 | ବର୍ତ୍ତମାନ ଏହି କ୍ଵେରୀକୁ ବ୍ୟବହାର କରନ୍ତୁ ଏବଂ ନୁତନ ଫର୍ମ ସୃଷ୍ଟି କରିବା ପାଇଁ Members ଟେବୁଲକୁ ଆଧାର କରନ୍ତୁ |
01:25 | ପ୍ରଥମେ କ୍ଵେରୀ ନେମ୍ ଉପରେ ରାଇଟ୍ କ୍ଲିକ୍ କରି ଏହି କ୍ଵେରୀକୁ କପୀ କରନ୍ତୁ ଏବଂ ତା’ପରେ Paste ଉପରେ କ୍ଲିକ୍ କରନ୍ତୁ |
01:34 | କ୍ଵେରୀ ନେମ୍ ପାଇଁ ଥିବା ପପ୍ ଅପ୍ ୱିଣ୍ଡୋରେ ନୁତନ କ୍ଵେରୀ ନାମକୁ ଟାଇପ୍ କରନ୍ତୁ: Books Not Returned |
01:42 | ବର୍ତ୍ତମାନ Books Not Returned କ୍ଵେରୀକୁ edit ମୋଡରେ ଖୋଲନ୍ତୁ |
01:48 | Query Design ୱିଣ୍ଡୋରେ, ଗୋଟିଏ କ୍ରାଇଟେରିଅନକୁ ଯୋଗ କରନ୍ତୁ ଯାହା କେବଳ checked-in ନ’ହୋଇଥିବା ବହିଗୁଡିକୁ ପ୍ରଦର୍ଶନ କରିବ |
01:58 | ଏଥିପାଇଁ, CheckedIn ଅଧିନସ୍ଥ Criterion କଲମରେ equals 0 ଟାଇପ୍ କରନ୍ତୁ |
02:06 | ଏବଂ Enter ଦାବନ୍ତୁ |
02:09 | ବର୍ତ୍ତମାନ କ୍ଵେରୀକୁ save କରନ୍ତୁ ଏବଂ ୱିଣ୍ଡୋକୁ ବନ୍ଦ କରନ୍ତୁ |
02:13 | ମୁଖ୍ୟ Base ୱିଣ୍ଡୋରେ, ବାମ ପଟ ପ୍ୟାନେଲରେ ଥିବା Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:20 | ଏବଂ ତା’ପରେ Use Wizard to create Form ଅପଶନ୍ ଉପରେ କ୍ଲିକ୍ କରନ୍ତୁ |
02:25 | ବର୍ତ୍ତମାନ ପରିଚିତ Form ୱିଜାର୍ଡ ପ୍ରଦର୍ଶିତ ହେବ |
02:28 | ବାମ ପଟେ form ସୃଷ୍ଟି ପାଇଁ ଥିବା 8 steps ଉପରେ ଆଲୋଚନା କରିବା |
02:34 | step 1. field selectionରେ, Table: Membersକୁ ଚୟନ କରନ୍ତୁ |
02:40 | ତା’ପରେ ସମସ୍ତ ଫିଲ୍ଡକୁ ଡାହାଣ ପଟକୁ ସ୍ଥାନାନ୍ତର କରନ୍ତୁ |
02:46 | ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:49 | ଆମେ Step 2. Setup a subformରେ ଅଛନ୍ତି |
02:54 | ତେଣୁ ଏଠାରେ, Add subform ଚେକ୍ ବକ୍ସକୁ ଚେକ୍ କରନ୍ତୁ |
02:59 | ଏବଂ Subform based on manual selection of fields ଅପଶନ୍ ଉପରେ କ୍ଲିକ୍ କରନ୍ତୁ |
03:07 | Step 3. Add subform fieldsକୁ ଯା’ନ୍ତୁ |
03:11 | ଏଠାରେ ନୁତନ queryକୁ କଲ୍ କରନ୍ତୁ ଯାହା କିଛି ସମୟ ପୂର୍ବରୁ ଡିଜାଇନ୍ କରାଯାଇଛି |
03:18 | ତେଣୁ, Tables or Queries ଡ୍ରପ୍ ଡାଉନ୍ ମଧ୍ୟରୁ Query: Books Not Returnedକୁ ଚୟନ କରନ୍ତୁ |
03:26 | ଏବଂ ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି ଉପଲବ୍ଧ ତାଲିକାରୁ ଚୟନିତ ଫିଲ୍ଡଗୁଡିକୁ ଡାହାଣ ପଟକୁ ସ୍ଥାନାନ୍ତର କରନ୍ତୁ |
03:37 | Next ଉପରେ କ୍ଲିକ୍ କରନ୍ତୁ |
03:39 | Step 4. Get joined fields ଅଟେ |
03:43 | ଉପର ଦୁଇଟି ଡ୍ରପ୍ ଡାଉନରୁ MemberId ଫିଲ୍ଡକୁ ଚୟନ କରନ୍ତୁ ଯେହେତୁ କେବଳ ଏହା ସମ୍ପ୍ରର୍କିତ ଫିଲ୍ଡ ଅଟେ |
03:53 | ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:57 | Step 5. Arrange Controls ଅଟେ |
04:00 | ଏଠାରେ ତୃତୀୟ ଅପଶନ୍ Data sheetକୁ, ଉଭୟ form ଓ subform ପାଇଁ ଚୟନ କରନ୍ତୁ |
04:08 | ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:11 | Step 6. Set data entry ଅଟେ |
04:15 | ଏଠାରେ, ଅପଶନଗୁଡିକୁ ଯେପରି ଅଛନ୍ତି ସେହିପରି ଛାଡିଦିଅନ୍ତୁ ଏବଂ Next ଉପରେ କ୍ଲିକ୍ କରନ୍ତୁ |
04:22 | Step 7. Apply Styles ଅଟେ |
04:26 | ଫର୍ମ ବ୍ୟାକଗ୍ରାଉଣ୍ଡ ପାଇଁ, Grey ଚୟନ କରନ୍ତୁ |
04:29 | ଏବଂ ଅନ୍ତିମ ସୋପାନକୁ ଯା’ନ୍ତୁ |
04:32 | Step 8. Set Name ଅଟେ |
04:36 | ଏଠାରେ, ଫର୍ମକୁ ଗୋଟିଏ ବର୍ଣ୍ଣନାତ୍ମକ ନାମ ଦିଅନ୍ତୁ: Members Who Need to Return Books |
04:45 | ଏବଂ Modify form ଅପଶନ୍ ଉପରେ କ୍ଲିକ୍ କରନ୍ତୁ, ଯେହେତୁ ଆମେ କିଛି ଅଧିକ ପରିବର୍ତ୍ତନ କରିବାକୁ ଯାଉଛେ |
04:53 | ବର୍ତ୍ତମାନ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:56 | Form Design ୱିଣ୍ଡୋରେ, ଦୁଇଟି ଟାବୁଲାର୍ ଡେଟା ସୀଟ୍ କ୍ଷେତ୍ର ଥିବାର ଲକ୍ଷ୍ୟ କରନ୍ତୁ |
05:04 | ଉପରେ ଥିବା ସୀଟ୍ form ଏବଂ ନିମ୍ନରେ ଥିବା ସୀଟ୍ subform ଅଟେ |
05:11 | ବର୍ତ୍ତମାନ, ଫର୍ମ ଉପରେ ଗୋଟିଏ ଲେବୁଲକୁ ଯୋଗ କରନ୍ତୁ |
05:15 | ଉପରେ ଥିବା Form Controls ଟୁଲବାରର Label ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଫର୍ମ ଉପରକୁ ଆଣନ୍ତୁ |
05:25 | ଲେବୁଲ୍ ଉପରେ ଡବଲ୍ କ୍ଲିକ୍ କରିବା ଦ୍ଵାରା ଏହାର ପ୍ରପର୍ଟିଗୁଡିକ ପ୍ରଦର୍ଶିତ ହୁଏ |
05:31 | ଏଠାରେ ଲେବୁଲ୍ ବିପକ୍ଷରେ Members of the Library କୁ ଟାଇପ୍ କରନ୍ତୁ |
05:37 | ଏବଂ ଫଣ୍ଟ ଷ୍ଟାଇଲକୁ Arial, Bold ଓ ଆକାରକୁ 12ରେ ପରିବର୍ତ୍ତନ କରନ୍ତୁ |
05:47 | ସେହିପରି, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି subform ଉପରେ ଗୋଟିଏ ଦ୍ଵିତୀୟ ଲେବୁଲକୁ ଯୋଗ କରନ୍ତୁ |
05:55 | ଏବଂ ଏହାକୁ List of Books to be returned by the member କୁହାଯାଏ |
06:00 | ତା’ପରେ, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ଫର୍ମର ଦୈର୍ଘ୍ୟକୁ ହ୍ରାସ କରନ୍ତୁ |
06:07 | ଏବଂ ତା’ପରେ formରେ Name ଫିଲ୍ଡର ଦୈର୍ଘ୍ୟକୁ ବୃଦ୍ଧି କରନ୍ତୁ |
06:13 | ସେହିପରି, subformରେ Book title ଫିଲ୍ଡର ଦୈର୍ଘ୍ୟକୁ ବୃଦ୍ଧି କରନ୍ତୁ |
06:21 | ଏଠାରେ ଫଣ୍ଟଗୁଡିକୁ Arial, Bold ଏବଂ ଆକାର 8ରେ ପରିବର୍ତ୍ତନ କରନ୍ତୁ |
06:28 | ଏବଂ formର ବ୍ୟାକଗ୍ରାଉଣ୍ଡ କଲରକୁ ହ୍ଵାଇଟରେ ଏବଂ subformର ବ୍ୟାକଗ୍ରାଉଣ୍ଡ କଲରକୁ Blue 8ରେ ପରିବର୍ତ୍ତନ କରନ୍ତୁ |
06:37 | ତା’ପରେ, MemberId କଲମରେ ରାଇଟ୍ କ୍ଲିକ୍ କରିବା ସହିତ Hide କଲମ୍ ଅପଶନକୁ ଚୟନ କରି, ଏହାକୁ ଲୁଚାଇ ଦିଅନ୍ତୁ |
06:47 | ଠିକ୍ ଅଛି, କାମ ସମାପ୍ତ ହୋଇଛି. ତେଣୁ ଫର୍ମ ଡିଜାଇନକୁ save କରିବା ସହିତ ଏହାକୁ ପରୀକ୍ଷା କରନ୍ତୁ |
06:54 | ମୁଖ୍ୟ Base ୱିଣ୍ଡୋରେ, Members Who Need to Return Books ଫର୍ମ ଉପରେ ଡବଲ୍ କ୍ଲିକ୍ କରି ଏହାକୁ ଖୋଲନ୍ତୁ |
07:03 | ଏହା ସେହି form ଅଟେ |
07:05 | ମେମ୍ବରମାନଙ୍କ ମଧ୍ୟରେ ବ୍ରାଉଜ୍ କରିବା ପାଇଁ, ଅପ୍ କିମ୍ବା ଡାଉନ୍ ଆରୋ କୀଗୁଡିକୁ ବ୍ୟବହାର କରନ୍ତୁ |
07:12 | କିମ୍ବା ବିଭିନ୍ନ ମେମ୍ବରମାନଙ୍କ ନାମ ଉପରେ କ୍ଲିକ୍ କରନ୍ତୁ |
07:16 | ନିମ୍ନରେ ଥିବା ସବଫର୍ମ ରିଫ୍ରେଶ୍ ହେବ ଏବଂ ଫେରସ୍ତ ହେବାକୁ ଥିବା ବହିଗୁଡିକୁ ପ୍ରଦର୍ଶନ କରିବ |
07:23 | ସବଫର୍ମରେ ଯେକୌଣସି ରେକର୍ଡକୁ ଚୟନ କରନ୍ତୁ |
07:27 | ଏବଂ ପ୍ରକୃତ ରିଟର୍ଣ ଡେଟ୍ ଫିଲ୍ଡରେ 12/7/11 ଟାଇପ୍ କରନ୍ତୁ ଏବଂ CheckedIn ଫିଲ୍ଡକୁ ଚେକ୍ କରନ୍ତୁ |
07:41 | ଏବଂ Enter ଦାବନ୍ତୁ |
07:45 | ବର୍ତ୍ତମାନ ନିମ୍ନସ୍ଥ Form Navigation ଟୂଲବାରରେ ଥିବା Refresh ଆଇକନ୍ ଉପରେ କ୍ଲିକ୍ କରି ଫର୍ମକୁ ରିଫ୍ରେଶ୍ କରନ୍ତୁ |
07:56 | ଧ୍ୟାନଦିଅନ୍ତୁ ଯେ ସଙ୍ଗେସଙ୍ଗେ ଏଡିଟ୍ ହୋଇଥିବା record ଏଠାରେ ତାଲିକାଭୁକ୍ତ ହୋଇନାହିଁ |
08:02 | ଯାହାର ଅର୍ଥ ବହିଟି ଫେରସ୍ତ ହୋଇଛି କିମ୍ବା checked-in ହୋଇଛି |
08:07 | ତେଣୁ, ଏହା ସବଫର୍ମ ଥିବା ଗୋଟିଏ ଫର୍ମ ଅଟେ |
08:11 | ଏହା ଆମକୁ Subforms in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
08:17 | ସଂକ୍ଷିପ୍ତରେ ଆମେ ଶିଖିଲେ: |
08:20 | ଗୋଟିଏ ସବଫର୍ମ ସୃଷ୍ଟି କରିବା |
08:23 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:44 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |