LibreOffice-Suite-Base/C3/Create-Subforms/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ, ଆମେ
00:07 ଗୋଟିଏ Subform ସୃଷ୍ଟି କରିବା, ଶିଖିବା
00:09 ଏଥିପାଇଁ, ଆମ ପରିଚିତ Library ଡେଟାବେସ୍ ଉଦାହାରଣକୁ ଦେଖନ୍ତୁ
00:15 ଏବଂ ନିମ୍ନଲିଖିତ ଅବସ୍ଥାକୁ ଦେଖନ୍ତୁ:
00:18 କିପରି ଲାଇବ୍ରେରୀର ସମସ୍ତ ମେମ୍ବରମାନଙ୍କୁ ତାଲିକାଭୁକ୍ତ କରିପାରିବେ?
00:22 ଏବଂ ପ୍ରତ୍ୟେକ ମେମ୍ବର୍ ପାଇଁ, କିପରି କେବଳ ସେହି ବହିମାନଙ୍କୁ ଦେଖିବା ଯାହା ସେହି ମେମ୍ବର୍ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ଫେରସ୍ତ ହୋଇନ’ଥିବ?
00:31 ଲାଇବ୍ରେରୀରେ ଥିବା ସମସ୍ତ ମେମ୍ବରମାନଙ୍କ ଗୋଟିଏ ତାଲିକାକୁ ନେଇ ଏକ form ସୃଷ୍ଟି କରିବା ହେଉଛି ଗୋଟିଏ ମାର୍ଗ
00:36 ଏବଂ ତା’ପରେ ଏହାର ନିମ୍ନରେ ବହିଗୁଡିକୁ ତାଲିକାଭୁକ୍ତ କରିବା ପାଇଁ ଗୋଟିଏ subform ସୃଷ୍ଟି କରିବା ଯାହା ଏବେ ପର୍ଯ୍ୟନ୍ତ ମେମ୍ବରମାନଙ୍କ ଦ୍ଵାରା ଫେରସ୍ତ ହୋଇନାହିଁ
00:44 ଥରେ ଏହି ଫର୍ମ ଡିଜାଇନ୍ ହେଲା ପରେ, formକୁ ଏଡିଟ୍ କରିବା ପାଇଁ ସକ୍ଷମ ହେବେ
00:49 ଉଦାହରଣସ୍ଵରୂପ, ଯେତେବେଳେ ଜଣେ ମେମ୍ବର୍ ଗୋଟିଏ ବହି ଫେରସ୍ତ କରିବେ, ଏହି ସୁଚନାକୁ ଅପଡେଟ୍ କରିପାରିବେ
00:55 ଏବଂ ଫର୍ମ ଡିଜାଇନ୍ କରିବା ପାଇଁ ଏଠାରେ ଗୋଟିଏ ନମୂନା ସ୍କ୍ରୀନସଟ୍ ଅଛି
01:01 ନିମ୍ନରେ ଏହା ଗୋଟିଏ subformକୁ ପ୍ରଦର୍ଶନ କରିଥିବାର ଲକ୍ଷ୍ୟ କରନ୍ତୁ
01:06 Library ଡେଟାବେସକୁ ଖୋଲନ୍ତୁ
01:09 ପୂର୍ବ ଟ୍ୟୁଟୋରିଆଲଗୁଡିକରେ, History of Books Issued to Members କ୍ଵେରୀ ସୃଷ୍ଟି ହୋଇଛି
01:17 ବର୍ତ୍ତମାନ ଏହି କ୍ଵେରୀକୁ ବ୍ୟବହାର କରନ୍ତୁ ଏବଂ ନୁତନ ଫର୍ମ ସୃଷ୍ଟି କରିବା ପାଇଁ Members ଟେବୁଲକୁ ଆଧାର କରନ୍ତୁ
01:25 ପ୍ରଥମେ କ୍ଵେରୀ ନେମ୍ ଉପରେ ରାଇଟ୍ କ୍ଲିକ୍ କରି ଏହି କ୍ଵେରୀକୁ କପୀ କରନ୍ତୁ ଏବଂ ତା’ପରେ Paste ଉପରେ କ୍ଲିକ୍ କରନ୍ତୁ
01:34 କ୍ଵେରୀ ନେମ୍ ପାଇଁ ଥିବା ପପ୍ ଅପ୍ ୱିଣ୍ଡୋରେ ନୁତନ କ୍ଵେରୀ ନାମକୁ ଟାଇପ୍ କରନ୍ତୁ: Books Not Returned
01:42 ବର୍ତ୍ତମାନ Books Not Returned କ୍ଵେରୀକୁ edit ମୋଡରେ ଖୋଲନ୍ତୁ
01:48 Query Design ୱିଣ୍ଡୋରେ, ଗୋଟିଏ କ୍ରାଇଟେରିଅନକୁ ଯୋଗ କରନ୍ତୁ ଯାହା କେବଳ checked-in ନ’ହୋଇଥିବା ବହିଗୁଡିକୁ ପ୍ରଦର୍ଶନ କରିବ
01:58 ଏଥିପାଇଁ, CheckedIn ଅଧିନସ୍ଥ Criterion କଲମରେ equals 0 ଟାଇପ୍ କରନ୍ତୁ
02:06 ଏବଂ Enter ଦାବନ୍ତୁ
02:09 ବର୍ତ୍ତମାନ କ୍ଵେରୀକୁ save କରନ୍ତୁ ଏବଂ ୱିଣ୍ଡୋକୁ ବନ୍ଦ କରନ୍ତୁ
02:13 ମୁଖ୍ୟ Base ୱିଣ୍ଡୋରେ, ବାମ ପଟ ପ୍ୟାନେଲରେ ଥିବା Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:20 ଏବଂ ତା’ପରେ Use Wizard to create Form ଅପଶନ୍ ଉପରେ କ୍ଲିକ୍ କରନ୍ତୁ
02:25 ବର୍ତ୍ତମାନ ପରିଚିତ Form ୱିଜାର୍ଡ ପ୍ରଦର୍ଶିତ ହେବ
02:28 ବାମ ପଟେ form ସୃଷ୍ଟି ପାଇଁ ଥିବା 8 steps ଉପରେ ଆଲୋଚନା କରିବା
02:34 step 1. field selectionରେ, Table: Membersକୁ ଚୟନ କରନ୍ତୁ
02:40 ତା’ପରେ ସମସ୍ତ ଫିଲ୍ଡକୁ ଡାହାଣ ପଟକୁ ସ୍ଥାନାନ୍ତର କରନ୍ତୁ
02:46 ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
02:49 ଆମେ Step 2. Setup a subformରେ ଅଛନ୍ତି
02:54 ତେଣୁ ଏଠାରେ, Add subform ଚେକ୍ ବକ୍ସକୁ ଚେକ୍ କରନ୍ତୁ
02:59 ଏବଂ Subform based on manual selection of fields ଅପଶନ୍ ଉପରେ କ୍ଲିକ୍ କରନ୍ତୁ
03:07 Step 3. Add subform fieldsକୁ ଯା’ନ୍ତୁ
03:11 ଏଠାରେ ନୁତନ queryକୁ କଲ୍ କରନ୍ତୁ ଯାହା କିଛି ସମୟ ପୂର୍ବରୁ ଡିଜାଇନ୍ କରାଯାଇଛି
03:18 ତେଣୁ, Tables or Queries ଡ୍ରପ୍ ଡାଉନ୍ ମଧ୍ୟରୁ Query: Books Not Returnedକୁ ଚୟନ କରନ୍ତୁ
03:26 ଏବଂ ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି ଉପଲବ୍ଧ ତାଲିକାରୁ ଚୟନିତ ଫିଲ୍ଡଗୁଡିକୁ ଡାହାଣ ପଟକୁ ସ୍ଥାନାନ୍ତର କରନ୍ତୁ
03:37 Next ଉପରେ କ୍ଲିକ୍ କରନ୍ତୁ
03:39 Step 4. Get joined fields ଅଟେ
03:43 ଉପର ଦୁଇଟି ଡ୍ରପ୍ ଡାଉନରୁ MemberId ଫିଲ୍ଡକୁ ଚୟନ କରନ୍ତୁ ଯେହେତୁ କେବଳ ଏହା ସମ୍ପ୍ରର୍କିତ ଫିଲ୍ଡ ଅଟେ
03:53 ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
03:57 Step 5. Arrange Controls ଅଟେ
04:00 ଏଠାରେ ତୃତୀୟ ଅପଶନ୍ Data sheetକୁ, ଉଭୟ form ଓ subform ପାଇଁ ଚୟନ କରନ୍ତୁ
04:08 ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:11 Step 6. Set data entry ଅଟେ
04:15 ଏଠାରେ, ଅପଶନଗୁଡିକୁ ଯେପରି ଅଛନ୍ତି ସେହିପରି ଛାଡିଦିଅନ୍ତୁ ଏବଂ Next ଉପରେ କ୍ଲିକ୍ କରନ୍ତୁ
04:22 Step 7. Apply Styles ଅଟେ
04:26 ଫର୍ମ ବ୍ୟାକଗ୍ରାଉଣ୍ଡ ପାଇଁ, Grey ଚୟନ କରନ୍ତୁ
04:29 ଏବଂ ଅନ୍ତିମ ସୋପାନକୁ ଯା’ନ୍ତୁ
04:32 Step 8. Set Name ଅଟେ
04:36 ଏଠାରେ, ଫର୍ମକୁ ଗୋଟିଏ ବର୍ଣ୍ଣନାତ୍ମକ ନାମ ଦିଅନ୍ତୁ: Members Who Need to Return Books
04:45 ଏବଂ Modify form ଅପଶନ୍ ଉପରେ କ୍ଲିକ୍ କରନ୍ତୁ, ଯେହେତୁ ଆମେ କିଛି ଅଧିକ ପରିବର୍ତ୍ତନ କରିବାକୁ ଯାଉଛେ
04:53 ବର୍ତ୍ତମାନ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
04:56 Form Design ୱିଣ୍ଡୋରେ, ଦୁଇଟି ଟାବୁଲାର୍ ଡେଟା ସୀଟ୍ କ୍ଷେତ୍ର ଥିବାର ଲକ୍ଷ୍ୟ କରନ୍ତୁ
05:04 ଉପରେ ଥିବା ସୀଟ୍ form ଏବଂ ନିମ୍ନରେ ଥିବା ସୀଟ୍ subform ଅଟେ
05:11 ବର୍ତ୍ତମାନ, ଫର୍ମ ଉପରେ ଗୋଟିଏ ଲେବୁଲକୁ ଯୋଗ କରନ୍ତୁ
05:15 ଉପରେ ଥିବା Form Controls ଟୁଲବାରର Label ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଫର୍ମ ଉପରକୁ ଆଣନ୍ତୁ
05:25 ଲେବୁଲ୍ ଉପରେ ଡବଲ୍ କ୍ଲିକ୍ କରିବା ଦ୍ଵାରା ଏହାର ପ୍ରପର୍ଟିଗୁଡିକ ପ୍ରଦର୍ଶିତ ହୁଏ
05:31 ଏଠାରେ ଲେବୁଲ୍ ବିପକ୍ଷରେ Members of the Library କୁ ଟାଇପ୍ କରନ୍ତୁ
05:37 ଏବଂ ଫଣ୍ଟ ଷ୍ଟାଇଲକୁ Arial, Bold ଓ ଆକାରକୁ 12ରେ ପରିବର୍ତ୍ତନ କରନ୍ତୁ
05:47 ସେହିପରି, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି subform ଉପରେ ଗୋଟିଏ ଦ୍ଵିତୀୟ ଲେବୁଲକୁ ଯୋଗ କରନ୍ତୁ
05:55 ଏବଂ ଏହାକୁ List of Books to be returned by the member କୁହାଯାଏ
06:00 ତା’ପରେ, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ଫର୍ମର ଦୈର୍ଘ୍ୟକୁ ହ୍ରାସ କରନ୍ତୁ
06:07 ଏବଂ ତା’ପରେ formରେ Name ଫିଲ୍ଡର ଦୈର୍ଘ୍ୟକୁ ବୃଦ୍ଧି କରନ୍ତୁ
06:13 ସେହିପରି, subformରେ Book title ଫିଲ୍ଡର ଦୈର୍ଘ୍ୟକୁ ବୃଦ୍ଧି କରନ୍ତୁ
06:21 ଏଠାରେ ଫଣ୍ଟଗୁଡିକୁ Arial, Bold ଏବଂ ଆକାର 8ରେ ପରିବର୍ତ୍ତନ କରନ୍ତୁ
06:28 ଏବଂ formର ବ୍ୟାକଗ୍ରାଉଣ୍ଡ କଲରକୁ ହ୍ଵାଇଟରେ ଏବଂ subformର ବ୍ୟାକଗ୍ରାଉଣ୍ଡ କଲରକୁ Blue 8ରେ ପରିବର୍ତ୍ତନ କରନ୍ତୁ
06:37 ତା’ପରେ, MemberId କଲମରେ ରାଇଟ୍ କ୍ଲିକ୍ କରିବା ସହିତ Hide କଲମ୍ ଅପଶନକୁ ଚୟନ କରି, ଏହାକୁ ଲୁଚାଇ ଦିଅନ୍ତୁ
06:47 ଠିକ୍ ଅଛି, କାମ ସମାପ୍ତ ହୋଇଛି. ତେଣୁ ଫର୍ମ ଡିଜାଇନକୁ save କରିବା ସହିତ ଏହାକୁ ପରୀକ୍ଷା କରନ୍ତୁ
06:54 ମୁଖ୍ୟ Base ୱିଣ୍ଡୋରେ, Members Who Need to Return Books ଫର୍ମ ଉପରେ ଡବଲ୍ କ୍ଲିକ୍ କରି ଏହାକୁ ଖୋଲନ୍ତୁ
07:03 ଏହା ସେହି form ଅଟେ
07:05 ମେମ୍ବରମାନଙ୍କ ମଧ୍ୟରେ ବ୍ରାଉଜ୍ କରିବା ପାଇଁ, ଅପ୍ କିମ୍ବା ଡାଉନ୍ ଆରୋ କୀଗୁଡିକୁ ବ୍ୟବହାର କରନ୍ତୁ
07:12 କିମ୍ବା ବିଭିନ୍ନ ମେମ୍ବରମାନଙ୍କ ନାମ ଉପରେ କ୍ଲିକ୍ କରନ୍ତୁ
07:16 ନିମ୍ନରେ ଥିବା ସବଫର୍ମ ରିଫ୍ରେଶ୍ ହେବ ଏବଂ ଫେରସ୍ତ ହେବାକୁ ଥିବା ବହିଗୁଡିକୁ ପ୍ରଦର୍ଶନ କରିବ
07:23 ସବଫର୍ମରେ ଯେକୌଣସି ରେକର୍ଡକୁ ଚୟନ କରନ୍ତୁ
07:27 ଏବଂ ପ୍ରକୃତ ରିଟର୍ଣ ଡେଟ୍ ଫିଲ୍ଡରେ 12/7/11 ଟାଇପ୍ କରନ୍ତୁ ଏବଂ CheckedIn ଫିଲ୍ଡକୁ ଚେକ୍ କରନ୍ତୁ
07:41 ଏବଂ Enter ଦାବନ୍ତୁ
07:45 ବର୍ତ୍ତମାନ ନିମ୍ନସ୍ଥ Form Navigation ଟୂଲବାରରେ ଥିବା Refresh ଆଇକନ୍ ଉପରେ କ୍ଲିକ୍ କରି ଫର୍ମକୁ ରିଫ୍ରେଶ୍ କରନ୍ତୁ
07:56 ଧ୍ୟାନଦିଅନ୍ତୁ ଯେ ସଙ୍ଗେସଙ୍ଗେ ଏଡିଟ୍ ହୋଇଥିବା record ଏଠାରେ ତାଲିକାଭୁକ୍ତ ହୋଇନାହିଁ
08:02 ଯାହାର ଅର୍ଥ ବହିଟି ଫେରସ୍ତ ହୋଇଛି କିମ୍ବା checked-in ହୋଇଛି
08:07 ତେଣୁ, ଏହା ସବଫର୍ମ ଥିବା ଗୋଟିଏ ଫର୍ମ ଅଟେ
08:11 ଏହା ଆମକୁ Subforms in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
08:17 ସଂକ୍ଷିପ୍ତରେ ଆମେ ଶିଖିଲେ:
08:20 ଗୋଟିଏ ସବଫର୍ମ ସୃଷ୍ଟି କରିବା
08:23 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:44 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep