Netbeans/C2/Developing-a-Sample-Web-Application/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Introduction to Developing Web Applications on the Netbeans IDE ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଆମେ ଆପଣଙ୍କର Netbeans ଉପରେ କାର୍ଯ୍ୟକରିବା ପାଇଁ ମୌଳିକ ଜ୍ଞାନ ଥିବ ବୋଲି ଆଶା କରୁଛୁ |
00:12 | ଯଦି ନାହିଁ ତେବେ ଦୟାକରି Netbeans ଉପରେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ Spoken Tutorial ୱେବସାଇଟକୁ ଯା’ନ୍ତୁ |
00:19 | ପ୍ରଥମ ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, ଆପଣ ଇନଷ୍ଟଲେଶନ୍ ଓ |
00:22 | Netbeansର ଇଣ୍ଟରଫେସ୍ ସହିତ ସୁପରିଚିତ ହୋଇସାରିଥିବେ |
00:25 | ଗୋଟିଏ ନୂତନ ପ୍ରୋଜେକ୍ଟକୁ କିପରି ସୃଷ୍ଟି କରାଯାଏ, ପୂର୍ବ ଟ୍ୟୁଟୋରିଆଲରେ ଶିଖିଛେ |
00:29 | ଏହାର ପ୍ରଦର୍ଶନ ପାଇଁ, ମୁଁ Linux Operating System Ubuntu ଭର୍ସନ୍ 11.04 ଏବଂ Netbeans IDE ଭର୍ସନ୍ 7.1.1କୁ ବ୍ୟବହାର କରୁଛି |
00:40 | ଏହି ଟ୍ୟୁଟୋରିଆଲ୍ ଆପଣଙ୍କୁ Netbeansର ମୌଳିକତାକୁ ବ୍ୟବହାର କରି web applicationsକୁ ବିକଶିତ କରିବା ଉପରେ ଆଧାରିତ ଅଟେ |
00:45 | ଗୋଟିଏ web-application projectର ସେଟିଙ୍ଗକୁ ଦେଖିବା |
00:49 | ୱେବ୍ ଆପ୍ଲିକେଶନର source filesକୁ କ୍ରିଏଟ୍ ଓ ଏଡିଟ୍ କରିବା |
00:52 | ଗୋଟିଏ java package ଓ java source fileକୁ ସୃଷ୍ଟି କରିବା |
00:56 | Getter ଓ Setter ମେଥଡଗୁଡିକୁ ସୃଷ୍ଟି କରିବା |
00:59 | ଡିଫଲ୍ଟ Java Server Pages ଫାଇଲକୁ ଏଡିଟ୍ କରିବା |
01:02 | ଗୋଟିଏ JavaServer pages ଫାଇଲକୁ ସୃଷ୍ଟି କରିବା ଏବଂ |
01:05 | ଶେଷରେ ୱେବ ଆପ୍ଲିକେଶନ୍ ପ୍ରୋଜେକ୍ଟକୁ ରନ୍ କରିବା |
01:08 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, Netbeans IDE ଆବଶ୍ୟକ ଅଟେ |
01:13 | Java Development Kit (JDK) ଭର୍ସନ୍ 6 |
01:17 | GlassFish Server Open Source Edition |
01:20 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରୁ, ଉପରୋକ୍ତ ସମସ୍ତ ଗୋଟିଏ ସିଙ୍ଗଲ୍ ବଣ୍ଡଲରେ ଡାଉନଲୋଡ୍ କରାଯାଇ ପାରିବ |
01:26 | ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହେବ, କିପରି ଗୋଟିଏ ସରଳ ୱେବ୍ ଆପ୍ଲିକେଶନକୁ ସୃଷ୍ଟି କରିବା, |
01:30 | ଏହାକୁ ଗୋଟିଏ serverରେ ଡିପ୍ଲୋୟ କରିବା, |
01:32 | ଏବଂ ଗୋଟିଏ ବ୍ରାଉଜରରେ ଏହାର ଉପସ୍ଥାପନକୁ ଦେଖିବା |
01:35 | ଆପ୍ଲିକେଶନ୍ (JSP) Java Server Pagesକୁ ବ୍ୟବହାର କରିଥାଏ ଯାହା ନାମକୁ ଇନପୁଟ୍ ଭାବେ ଦେବା ପାଇଁ ନିର୍ଦେଶ ଦେଇଥାଏ |
01:42 | ତା’ପରେ ଏହା HTTP ସେସନରେ ନାମକୁ ନିଶ୍ଚିତରୂପେ ରଖିବା ପାଇଁ JavaBeansର କମ୍ପୋନେଣ୍ଟକୁ ବ୍ୟବହାର କରିଥାଏ |
01:48 | ଏବଂ ତା’ପରେ ଆଉଟପୁଟକୁ ଗୋଟିଏ ଦ୍ଵିତୀୟ JSP ପେଜରେ ପୁନରୁଦ୍ଧାର କରିଥାଏ |
01:51 | ବର୍ତ୍ତମାନ Netbeansକୁ ଯା’ନ୍ତୁ ଏବଂ ୱେବ ଆପ୍ଲିକେଶନ୍ ପ୍ରୋଜେକ୍ଟକୁ ସୃଷ୍ଟି କରନ୍ତୁ |
01:58 | File ମେନୁ ମଧ୍ୟରୁ New Projectକୁ ଚୟନ କରନ୍ତୁ |
02:01 | Categories ଅଧିନରେ ଥିବା Java Webକୁ ଚୟନ କରନ୍ତୁ |
02:04 | Projects ଅଧିନରେ ଥିବା Web Applicationକୁ ଚୟନ କରିବା ସହିତ Nextରେ କ୍ଲିକ୍ କରନ୍ତୁ |
02:09 | ପ୍ରୋଜେକ୍ଟକୁ ଗୋଟିଏ ନାମ ଦିଅନ୍ତୁ. ପ୍ରୋଜେକ୍ଟକୁ HelloWeb ଭାବେ ନାମିତ କରନ୍ତୁ |
02:15 | କମ୍ପ୍ୟୁଟରର ଯେକୌଣସି ଡାଇରେକ୍ଟୋରୀରେ Project Locationକୁ ନିର୍ଦ୍ଦିଷ୍ଟ କରନ୍ତୁ |
02:20 | Next ଉପରେ କ୍ଲିକ୍ କରନ୍ତୁ |
02:22 | Server and Settings ପ୍ୟାନେଲ ଖୋଲିବ |
02:25 | ଆପ୍ଲିକେଶନ୍ ପାଇଁ ବ୍ୟବହାର କରିବାକୁ ଚାହୁଁଥିବା ଜାଭା ଭର୍ସନକୁ ଚୟନ କରନ୍ତୁ |
02:29 | ଏବଂ ଆପ୍ଲିକେଶନକୁ ଡିପ୍ଲୋୟ୍ କରିବା ପାଇଁ ଆବଶ୍ୟକ କରୁଥିବା ସର୍ଭରକୁ ଚୟନ କରନ୍ତୁ |
02:34 | Next ଉପରେ କ୍ଲିକ୍ କରନ୍ତୁ |
02:36 | Frameworks ପ୍ୟାନେଲ୍ ମଧ୍ୟରେ, |
02:38 | ପ୍ରୋଜେକ୍ଟ ସୃଷ୍ଟି କରିବା ପାଇଁ Finish ଉପରେ କ୍ଲିକ୍ କରନ୍ତୁ |
02:41 | IDE, HelloWeb ପ୍ରୋଜେକ୍ଟ ଫୋଲ୍ଡରକୁ ସୃଷ୍ଟି କରିବ |
02:46 | ଏହି ଫୋଲ୍ଡର୍, ସମଗ୍ର ସୋର୍ସ ଓ ପ୍ରୋଜେକ୍ଟ ମେଟାଡେଟାକୁ ଧାରାଣ କରିଥାଏ |
02:51 | ୱେଲକମ୍ ପେଜ୍ - index.jsp, ମୁଖ୍ୟ ୱିଣ୍ଡୋର Source Editor ମଧ୍ୟରେ ଖୋଲିବ |
02:57 | ଏଠାରେ ବାମ ପଟେ ଥିବା Files ୱିଣ୍ଡୋ ମଧ୍ୟରେ ପ୍ରୋଜେକ୍ଟ ଫାଇଲର ଗଠନକୁ ଦେଖିପାରିବେ, |
03:05 | ଏବଂ Projects ୱିଣ୍ଡୋରେ ଏହାର ଲଜିକାଲ୍ ଗଠନକୁ ଦେଖିପାରିବେ |
03:10 | ସୋର୍ସ ଫାଇଲଗୁଡିକୁ କ୍ରିଏଟ୍ ଓ ଏଡିଟ୍ କରିବା ଏକ ଜରୁରୀ ଫଙ୍କଶନ୍ ଅଟେ ଯାହା IDE ପ୍ରଦାନ କରିଥାଏ |
03:15 | ବର୍ତ୍ତମାନ Projects ୱିଣ୍ଡୋରେ Source Packages ନୋଡ୍ ପ୍ରସାରିତ ହେବ |
03:20 | ଧ୍ୟାନଦିଅନ୍ତୁ ଯେ Source Packages ନୋଡ୍ କେବଳ ଗୋଟିଏ ଶୁନ୍ୟ default package ନୋଡକୁ ଧାରଣ କରିବ |
03.25 | Source Packages ଉପରେ ରାଇଟ୍ କ୍ଲିକ୍ କରିବା ସହ New > Java Classକୁ ଚୟନ କରନ୍ତୁ |
03:32 | classକୁ ଗୋଟିଏ ନାମ ଦିଅନ୍ତୁ. କ୍ଲାସକୁ NameHandler ଭାବେ ନାମିତ କରନ୍ତୁ |
03:40 | ଏବଂ Package କୋମ୍ବୋ-ବକ୍ସ ମଧ୍ୟରେ, org.mypackage.helloକୁ ଟାଇପ୍ କରନ୍ତୁ |
03:54 | ଏବଂ Finish ଉପରେ କ୍ଲିକ୍ କରନ୍ତୁ |
03:57 | NameHandler.java ଫାଇଲ୍ Source editorରେ ଖୋଲିବ |
04:01 | ବର୍ତ୍ତମାନ class declarationର ନିମ୍ନରେ ଗୋଟିଏ String ଭେରିଏବଲକୁ ସିଧାସଳଖ ଭାବେ ଘୋଷଣା କରନ୍ତୁ |
04:07 | String name ନାମକ ଗୋଟିଏ ଷ୍ଟ୍ରିଙ୍ଗ ଭେରିଏବଲକୁ ଘୋଷଣା କରନ୍ତୁ ଏବଂ |
04:12 | classରେ public NameHandler() ନାମକ ଗୋଟିଏ constructorକୁ ସଂଯୁକ୍ତ କରନ୍ତୁ |
04:23 | ବର୍ତ୍ତମାନ କନଷ୍ଟ୍ରକ୍ଟର୍ ମଧ୍ୟରେ name = nullକୁ ମଧ୍ୟ ସଂଯୁକ୍ତ କରନ୍ତୁ |
04:30 | ତା’ପରେ Getter ଓ Setter ମେଥଡକୁ ସୃଷ୍ଟି କରନ୍ତୁ |
04:33 | Source Editorର name ଫିଲ୍ଡ ଉପରେ ରାଇଟ୍ କ୍ଲିକ୍ କରନ୍ତୁ, କଣ୍ଟେକ୍ସଚୁଆଲ୍ ମେନୁରୁ Refactor ଓ Encapsulate Fieldsକୁ ଚୟନ କରନ୍ତୁ |
04:46 | ବିଦ୍ୟମାନ କୋଡର ଦୃଶ୍ୟମାନ ଗୁଣକୁ ପରିବର୍ତ୍ତନ ନ’କରି, ଗଠନକୁ ଉନ୍ନତ କରିବା ପାଇଁ, Refactoring ଗୋଟିଏ ଶୃଙ୍ଖଳିତ କୌଶଳ ଅଟେ |
04:56 | ସଂକ୍ଷେପରେ, ଗୁଣାବଳୀରେ ପରିବର୍ତ୍ତନ ନ’କରି, କୋଡର ଗଠନକୁ ପରିବର୍ତ୍ତନ କରିପାରିବେ |
05:01 | ଜିନିଷଗୁଡିକୁ ନ’ଭାଙ୍ଗି, Refactoringକୁ ବ୍ୟବହାର କରି fields, method କିମ୍ବା classଗୁଡିକୁ ସହଜରେ ସ୍ଥାନାନ୍ତର କରିପାରିବେ |
05:08 | IDEକୁ ଫେରିଆସନ୍ତୁ |
05:11 | name ଫିଲ୍ଡର ତାଲିକା ସହ Encapsulate Fields ଡାଇଲଗ୍ ବକ୍ସ ଖୋଲିବ |
05:16 | ଧ୍ୟାନଦିଅନ୍ତୁ ଯେ Fields Visibility, privateରେ ସେଟ ହୋଇଛି |
05:20 | ଏବଂ ଡିଫଲ୍ଟ ଭାବେ Accessors Visibility, publicରେ ସେଟ୍ ହୋଇଛି, |
05:24 | ଯାହା class variableଗୁଡିକ ପାଇଁ access modifier, private ଭାବେ ନିର୍ଦ୍ଦିଷ୍ଟ ହୋଇଛି ବୋଲି ସୂଚିତ କରେ |
05:30 | ଯେଉଁଠି getter ଓ setter ମେଥଡଗୁଡିକ କ୍ରମାଗତ ଭାବେ public' modifierଗୁଡିକ ସହିତ ସୃଷ୍ଟି ହେବେ |
05:36 | Refactor ଉପରେ କ୍ଲିକ୍ କରନ୍ତୁ |
05:39 | getter ଓ setter ମେଥଡଗୁଡିକ, name ଫିଲ୍ଡ ପାଇଁ ସୃଷ୍ଟି ହୋଇଛନ୍ତି |
05:46 | କ୍ଲାସ୍ ଭେରିଏବଲ୍ ପାଇଁ ମୋଡିଫାୟର privateରେ ସେଟ୍ ହୋଇଥାଏ ଯେଉଁଠି getter ଓ setter ମେଥଡଗୁଡିକ public modifier ସହିତ ସୃଷ୍ଟି ହୋଇଥାଏ |
05:56 | ଆପଣଙ୍କ ଜାଭା class ଶେଷରେ ଏହି ଭଳି ଦେଖାଯିବ |
05:59 | ତା’ପରେ Default JavaServer Pages Fileକୁ edit କରନ୍ତୁ |
06:04 | ଏହାର ଟାବ୍ ଉପରେ କ୍ଲିକ୍ କରିବା ସହିତ index.jsp ଫାଇଲ୍ ଉପରେ ଧ୍ୟାନଦିଅନ୍ତୁ, Source editor ଉପରେ ପ୍ରଦର୍ଶିତ ହେବ |
06:11 | ବର୍ତ୍ତମାନ Tools ମେନୁ > Paletteକୁ ଯିବା ସହିତ Palette managerକୁ ଖୋଲନ୍ତୁ ଏବଂ HTML/JSP code clips ଉପରେ କ୍ଲିକ୍ କରନ୍ତୁ |
06:21 | Palette manager ଖୋଲିବ |
06:26 | ପ୍ୟାଲେଟ୍ ମ୍ୟାନେଜରରେ, HTML Forms ଅପଶନକୁ ପ୍ରସାରିତ କରନ୍ତୁ |
06:31 | Form ଆଇଟମକୁ ଚୟନ କରନ୍ତୁ |
06:34 | ସୋର୍ସ ଏଡିଟରରେ, h1 tags ପରେ ଥିବା ଗୋଟିଏ ପଏଣ୍ଟ ଉପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
06:42 | Insert Form ଡାଇଲଗ ବକ୍ସ ଖୋଲିବ |
06:45 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ଭେଲ୍ୟୁଗୁଡିକୁ ନିର୍ଦ୍ଦିଷ୍ଟ କରନ୍ତୁ: |
06:49 | Action, response.jsp ଭାବେ, |
06:54 | Method, GET ଭାବେ |
06:56 | ଏବଂ formକୁ Name Input Form ଭାବେ ଗୋଟିଏ ନାମ ପ୍ରଦାନ କରନ୍ତୁ |
07:04 | OKରେ କ୍ଲିକ୍ କରନ୍ତୁ |
07:07 | index.jsp ଫାଇଲରେ ଗୋଟିଏ HTML ଫର୍ମକୁ ସଂଯୁକ୍ତ କରନ୍ତୁ |
07:13 | ବର୍ତ୍ତମାନ Palette managerରୁ ଗୋଟିଏ Text Input ଆଇଟମକୁ ଚୟନ କରନ୍ତୁ ଏବଂ ଏହାକୁ formର କ୍ଲୋଜିଙ୍ଗ ଟାଗ୍ ପୂର୍ବରୁ ଗୋଟିଏ ପଏଣ୍ଟ ଉପରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
07:25 | Insert Text Input ଡାଇଲଗ୍ ବକ୍ସ ମଧ୍ୟରେ Nameକୁ name ଭାବେ ନିର୍ଦ୍ଦିଷ୍ଟ କରନ୍ତୁ |
07:32 | Typeକୁ text ଉପରେ ଛାଡିଦିଅନ୍ତୁ |
07:34 | ଏବଂ OK ଉପରେ କ୍ଲିକ୍ କରନ୍ତୁ |
07:36 | ବର୍ତ୍ତମାନ ଗୋଟିଏ HTML, input tag, form ଟାଗ୍ ମଧ୍ୟରେ ସଂଯୁକ୍ତ ହୋଇଛି |
07:41 | input tag ମଧ୍ୟରୁ ଶୁନ୍ୟ value ଆଟ୍ରିବ୍ୟୁଟକୁ ଡିଲିଟ୍ କରନ୍ତୁ |
07:49 | ବର୍ତ୍ତମାନ, ପ୍ୟାଲେଟ୍ ମଧ୍ୟରୁ Button ଆଇଟମକୁ ଚୟନ କରନ୍ତୁ |
07:53 | formର କ୍ଲୋଜିଙ ଟାଗ୍ ପୂର୍ବରୁ, ଗୋଟିଏ ପଏଣ୍ଟ ଉପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
07:58 | Labelକୁ OK ଭାବେ ନିର୍ଦ୍ଦିଷ୍ଟ କରନ୍ତୁ, |
08:00 | Typeକୁ submit ଭାବେ |
08:03 | ଏବଂ ପୁନର୍ବାର OK ଉପରେ କ୍ଲିକ୍ କରନ୍ତୁ |
08:05 | ବର୍ତ୍ତମାନ ଗୋଟିଏ form ଟାଗରେ ଏକ HTML, button ସଂଯୁକ୍ତ ହୋଇଛି |
08:12 | ପ୍ରଥମ input tag ସାମ୍ନାରେ Enter your name ଟେକ୍ସଟକୁ ପ୍ରବେଶ କରନ୍ତୁ |
08:22 | ଏବଂ h1 ଟାଗ୍ ମଧ୍ୟରେ ଥିବା ଡିଫଲ୍ଟ ଟେକ୍ସଟକୁ ପରିବର୍ତ୍ତନ କରନ୍ତୁ |
08:28 | ଟେକ୍ସଟକୁ Entry formରେ ପରିବର୍ତ୍ତନ କରନ୍ତୁ |
08:34 | ବର୍ତ୍ତମାନ ରାଇଟ୍ କ୍ଲିକ୍ କରନ୍ତୁ. ବର୍ତ୍ତମାନ ପାଇଁ ପ୍ୟାଲେଟ୍ ମ୍ୟାନେଜରକୁ ବନ୍ଦ କରନ୍ତୁ |
08:38 | Source Editor ମଧ୍ୟରେ ରାଇଟ୍ କ୍ଲିକ୍ କରନ୍ତୁ |
08:41 | କୋଡର ଫର୍ମାଟକୁ ପରିଷ୍କାର କରିବା ପାଇଁ Format ଅପଶନକୁ ଚୟନ କରନ୍ତୁ |
08:46 | ବର୍ତ୍ତମାନ index.jsp ଫାଇଲ୍ ଏହି ଭଳି ଦେଖାଯିବ |
08:49 | ତା’ପରେ ଗୋଟିଏ JavaServer Pages ଫାଇଲକୁ ସୃଷ୍ଟି କରନ୍ତୁ |
08:53 | Projects ୱିଣ୍ଡୋରେ ଥିବା HelloWeb ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ New > JSPକୁ ଚୟନ କରନ୍ତୁ |
09:01 | New JSP ଫାଇଲ୍ ୱିଜାର୍ଡ ଖୋଲିଯିବ |
09:05 | ଫାଇଲକୁ response ଭାବେ ନାମିତ କରିବା ସହ Finish ଉପରେ କ୍ଲିକ୍ କରନ୍ତୁ |
09:14 | ଧ୍ୟାନଦିଅନ୍ତୁ ଯେ Projects ୱିଣ୍ଡୋର index.jsp ଫାଇଲର ନିମ୍ନଭାଗରେ ଗୋଟିଏ response.jsp ଫାଇଲ୍ ନୋଡ୍ ପ୍ରଦର୍ଶିତ ହେବ |
09:23 | ଏବଂ Source Editorରେ ଗୋଟିଏ ନୂତନ ଫାଇଲ୍ ଖୋଲିବ |
09:26 | ପୁନର୍ବାର Palette managerକୁ ଖୋଲନ୍ତୁ |
09:35 | ବର୍ତ୍ତମାନ JSP ଅପଶନକୁ ପ୍ରସାରିତ କରନ୍ତୁ |
09:39 | ଗୋଟିଏ Use Bean ଆଇଟମକୁ ଚୟନ କରନ୍ତୁ, body ଟାଗର ଠିକ୍ ତଳେ ଗୋଟିଏ ପଏଣ୍ଟ ଉପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
09:53 | Insert Use Bean ଡାଇଲଗ୍ ଖୋଲିବ |
09:56 | ଭେଲ୍ୟୁଗୁଡିକୁ ନିମ୍ନ ଭାବେ ନିର୍ଦ୍ଦିଷ୍ଟ କରନ୍ତୁ- |
09:58 | IDକୁ mybean ଭାବେ, |
10:01 | Classକୁ org.mypackage.hello.NameHandler ଭାବେ |
10:13 | Scopeକୁ session ଭାବେ |
10:15 | ଏବଂ OK ଉପରେ କ୍ଲିକ୍ କରନ୍ତୁ |
10:18 | ଧ୍ୟାନଦିଅନ୍ତୁ ଯେ body ଟାଗର ନିମ୍ନରେ ଗୋଟିଏ jsp:useBeanଟାଗକୁ ସଂଯୁକ୍ତ କରନ୍ତୁ |
10:30 | ଜାଭା ପାଇଁ JavaBeans ପୁନର୍ବ୍ୟବହାରଯୋଗ୍ୟ ସଫ୍ଟୱେର୍ କମ୍ପୋନେଣ୍ଟଗୁଡିକ ଅଟନ୍ତି |
10:34 | ସେଗୁଡିକ, ଅନେକ ଅବଜେକ୍ଟକୁ ଗୋଟିଏ ସିଙ୍ଗଲ୍ ଆବଜେକ୍ଟରେ encapsulate କରିବା ପାଇଁ ବ୍ୟବହୃତ ହୁଏ |
10:38 | ତେଣୁ ସେଗୁଡିକୁ multiple individual objects ବ୍ୟତିତ ଗୋଟିଏ single bean object ଭାବେ ପାସ୍ କରାଯାଇ ପାରିବ |
10:46 | ବର୍ତ୍ତମାନ, ପ୍ୟାଲେଟ୍ ମ୍ୟାନେଜରରୁ ଗୋଟିଏ Set Bean property ଆଇଟମକୁ ଚୟନ କରନ୍ତୁ ଏବଂ h1 ଟାଗ୍ ପୂର୍ବରୁ ଗୋଟିଏ ପଏଣ୍ଟ ଉପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
11:03 | ଏବଂ OK ଉପରେ କ୍ଲିକ୍ କରନ୍ତୁ |
11:12 | ଏଠାରେ, ଦୃଶ୍ୟମାନ ହେଉଥିବା jsp:setProperty ଟାଗରେ, ଶୁନ୍ୟ value attributeକୁ ଡିଲିଟ୍ କରନ୍ତୁ |
11:21 | ଏବଂ name ଆଟ୍ରିବ୍ୟୁଟକୁ mybeanରେ ଏବଂ Propertyକୁ nameରେ ସେଟ୍ କରନ୍ତୁ |
11:30 | ବର୍ତ୍ତମାନ, h1 ଟାଗ୍ ମଧ୍ୟରେ ଟେକ୍ସଟକୁ Hello କମା ସ୍ପେସ୍ ଏବଂ ଗୋଟିଏ exclamation ଚିହ୍ନରେ ପରିବର୍ତ୍ତନ କରନ୍ତୁ |
11:40 | ବର୍ତ୍ତମାନ, ପ୍ୟଲେଟ୍ ମ୍ୟାନେଜରରୁ ଗୋଟିଏ Get Bean property ଆଇଟମକୁ ଚୟନ କରନ୍ତୁ. h1 ଟାଗ୍ ମଧ୍ୟରେ ଥିବା Hello ଟେକ୍ସଟ ପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
11:51 | Get Bean Property ଆଇଟମ୍ ମଧ୍ୟରେ, |
11:53 | Bean Nameକୁ mybeanରେ |
11:57 | ଏବଂ Property Nameକୁ nameରେ ସେଟ୍ କରନ୍ତୁ |
11:59 | OK ଉପରେ କ୍ଲିକ୍ କରନ୍ତୁ |
12:01 | ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ h1 ଟାଗ୍ ମଧ୍ୟରେ jsp:getProperty ଟାଗ୍ ସଂଯୁକ୍ତ ହୋଇଛି |
12:07 | ପୁନର୍ବାର ସୋର୍ସ ଏଡିଟର୍ ମଧ୍ୟରେ ରାଇଟ୍ କ୍ଲିକ୍ କରନ୍ତୁ. ଯଦି ଆବଶ୍ୟକ ହୁଏ ଫର୍ମାଟକୁ ପରିଷ୍କାର କରିବା ପାଇଁ Format ଉପରେ କ୍ଲିକ୍ କରନ୍ତୁ |
12:16 | ପରବର୍ତ୍ତି ସୋପାନ ହେଉଛି Web Application ପ୍ରୋଜେକ୍ଟକୁ run କରିବା |
12:20 | ପ୍ୟାଲେଟ୍ ମ୍ୟାନେଜରକୁ ବନ୍ଦ କରନ୍ତୁ |
12:26 | Projects ୱିଣ୍ଡୋରେ, HelloWebର ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ Run ଅପଶନକୁ ଚୟନ କରନ୍ତୁ |
12:32 | ଟୂଲବାରରେ ଥିବା Run ଅପଶନ୍ ଉପରେ ମଧ୍ୟ କ୍ଲିକ୍ କରିପାରିବେ କିମ୍ବା ପ୍ରୋଜେକ୍ଟକୁ ରନ୍ କରିବା ପାଇଁ କୀବୋର୍ଡ ଉପରେ ଥିବା F6 କୀକୁ ଦାବନ୍ତୁ |
12:41 | ପ୍ରୋଜେକ୍ଟକୁ run କରିବା ପାଇଁ ଟୂଲବାର୍ ଉପରେ ଥିବା ବଟନକୁ ଚୟନ କରନ୍ତୁ |
12:44 | ଯେତେବେଳେ ଗୋଟିଏ Web applicationକୁ ରନ୍ କରିବେ, IDE ଆପ୍ଲିକେଶନ୍ କୋଡକୁ build ଓ compile କରିବ, |
12:53 | ସର୍ଭରକୁ ଲଞ୍ଚ କରିବ ଏବଂ ଆପ୍ଲିକେଶନକୁ ସର୍ଭରରେ ଡିପ୍ଲୋୟ୍ କରିବ |
12:58 | ଏବଂ ଶେଷରେ ଗୋଟିଏ ବ୍ରାଉଜର୍ ୱିଣ୍ଡୋରେ ଆପ୍ଲିକେଶନ୍ ପ୍ରଦର୍ଶିତ ହେବ |
13:02 | ଏହି ପ୍ରକ୍ରିୟାକୁ ଦେଖିବା ପାଇଁ, Window ମେନୁରୁ ଆଉଟପୁଟ୍ ୱିଣ୍ଡୋକୁ ଖୋଲିବା ସହିତ Output ଅପଶନକୁ ଚୟନ କରନ୍ତୁ |
13:10 | application ସଫଳତାର ନିର୍ମାଣ ହୋଇଥିବା, ଆପଣ ଦେଖିପାରିବେ |
13:17 | ଡିଫଲ୍ଟ ବ୍ରାଉଜରରେ index.jsp ପେଜ୍ ଖୋଲିବ |
13:23 | ପୁନର୍ବାର ପ୍ରୋଜେକ୍ଟକୁ run କରନ୍ତୁ |
13:27 | ଏହା ଏଠାରେ ଅଛି! ଏହା ଡିଫଲ୍ଟ ବ୍ରାଉଜରରେ ଖୋଲିବ |
13:32 | ଧ୍ୟାନଦିଅନ୍ତୁ ଯେ ବେଳେବେଳେ ବ୍ରାଉଜର୍ ୱିଣ୍ଡୋ, IDE, ସର୍ଭର୍ ଆଉଟପୁଟକୁ ପ୍ରଦର୍ଶନ କରିବା ପୂର୍ବରୁ, ଖୋଲିଯାଇପାରେ |
13:38 | ବର୍ତ୍ତମାନ, ବ୍ରାଉଜରରେ ଥିବା ଟେକ୍ସଟ ବକ୍ସରେ ନେମକୁ ପ୍ରବେଶ କରନ୍ତୁ |
13:42 | ଉଦାହରଣସ୍ଵରୂପ Ubuntu ଏବଂ OK ଉପରେ କ୍ଲିକ୍ କରନ୍ତୁ |
13:46 | ଗୋଟିଏ ସରଳ ଅଭିବାଦନ ସହ response.jsp ପେଜ୍ ପ୍ରଦର୍ଶିତ ହେବ |
13:52 | ବର୍ତ୍ତମାନ, ଆସାଇନମେଣ୍ଟ ଭାବେ- |
13:56 | ୱେବ୍-ଆପ୍ଲିକେଶନ୍ ପ୍ରୋଜେକ୍ଟର ଗୋଟିଏ ଏକ୍ସଟେନଶନ୍ ଭାବେ ଅଧିକ ଦୁଇଟି text fieldକୁ ଇନସର୍ଟ କରନ୍ତୁ ଯାହା ଆପ୍ଲିକେଶନରେ ସମୁଦାୟ ତିନୋଟି text field ହେବ |
14:06 | bean propertyକୁ ସେଟ୍ କରିବା ପାଇଁ JavaBeans କମ୍ପୋନେଣ୍ଟକୁ ବ୍ୟବହାର କରନ୍ତୁ ଏବଂ |
14:09 | ବ୍ରାଉଜରରେ ଏହାର ଉପସ୍ଥାପନକୁ ଦେଖନ୍ତୁ |
14:12 | ଏବଂ ଶେଷରେ, ଦ୍ଵିତୀୟ JSP ପେଜର ଆଉଟପୁଟକୁ ପୁନରୁଦ୍ଧାର କରନ୍ତୁ |
14:17 | ମୁଁ ମୋର ଆସାଇନମେଣ୍ଟକୁ ନିର୍ମାଣ କରିସାରିଛି |
14:21 | ଆସାଇନମେଣ୍ଟକୁ ଖୋଲନ୍ତୁ ଏବଂ ଏହାକୁ IDEରେ run କରନ୍ତୁ |
14:30 | ତିନୋଟି ଇନପୁଟ୍ ଟେକ୍ସଟ ଫିଲ୍ଡ ସହିତ ଉପସ୍ଥିତ ହୋଇଛି |
14:35 | ସମ୍ପୂର୍ଣ୍ଣ ବିବରଣୀକୁ ପ୍ରବେଶ କରନ୍ତୁ ଏବଂ OK ଉପରେ କ୍ଲିକ୍ କରନ୍ତୁ |
14:42 | ଏହିପରି ଏକ ଆଉଟପୁଟ୍ ସହ ଉପସ୍ଥିତ ହୋଇଛି |
14:47 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
14:51 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
14:54 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
14:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
15:05 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
15:09 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
15:16 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
15:21 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:28 | ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ. |
15:40 | ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ |
15:43 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |