Netbeans/C2/Developing-a-Sample-Web-Application/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Introduction to Developing Web Applications on the Netbeans IDE ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଆମେ ଆପଣଙ୍କର Netbeans ଉପରେ କାର୍ଯ୍ୟକରିବା ପାଇଁ ମୌଳିକ ଜ୍ଞାନ ଥିବ ବୋଲି ଆଶା କରୁଛୁ
00:12 ଯଦି ନାହିଁ ତେବେ ଦୟାକରି Netbeans ଉପରେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ Spoken Tutorial ୱେବସାଇଟକୁ ଯା’ନ୍ତୁ
00:19 ପ୍ରଥମ ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, ଆପଣ ଇନଷ୍ଟଲେଶନ୍ ଓ
00:22 Netbeansର ଇଣ୍ଟରଫେସ୍ ସହିତ ସୁପରିଚିତ ହୋଇସାରିଥିବେ
00:25 ଗୋଟିଏ ନୂତନ ପ୍ରୋଜେକ୍ଟକୁ କିପରି ସୃଷ୍ଟି କରାଯାଏ, ପୂର୍ବ ଟ୍ୟୁଟୋରିଆଲରେ ଶିଖିଛେ
00:29 ଏହାର ପ୍ରଦର୍ଶନ ପାଇଁ, ମୁଁ Linux Operating System Ubuntu ଭର୍ସନ୍ 11.04 ଏବଂ Netbeans IDE ଭର୍ସନ୍ 7.1.1କୁ ବ୍ୟବହାର କରୁଛି
00:40 ଏହି ଟ୍ୟୁଟୋରିଆଲ୍ ଆପଣଙ୍କୁ Netbeansର ମୌଳିକତାକୁ ବ୍ୟବହାର କରି web applicationsକୁ ବିକଶିତ କରିବା ଉପରେ ଆଧାରିତ ଅଟେ
00:45 ଗୋଟିଏ web-application projectର ସେଟିଙ୍ଗକୁ ଦେଖିବା
00:49 ୱେବ୍ ଆପ୍ଲିକେଶନର source filesକୁ କ୍ରିଏଟ୍ ଓ ଏଡିଟ୍ କରିବା
00:52 ଗୋଟିଏ java package ଓ java source fileକୁ ସୃଷ୍ଟି କରିବା
00:56 Getter ଓ Setter ମେଥଡଗୁଡିକୁ ସୃଷ୍ଟି କରିବା
00:59 ଡିଫଲ୍ଟ Java Server Pages ଫାଇଲକୁ ଏଡିଟ୍ କରିବା
01:02 ଗୋଟିଏ JavaServer pages ଫାଇଲକୁ ସୃଷ୍ଟି କରିବା ଏବଂ
01:05 ଶେଷରେ ୱେବ ଆପ୍ଲିକେଶନ୍ ପ୍ରୋଜେକ୍ଟକୁ ରନ୍ କରିବା
01:08 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, Netbeans IDE ଆବଶ୍ୟକ ଅଟେ
01:13 Java Development Kit (JDK) ଭର୍ସନ୍ 6
01:17 GlassFish Server Open Source Edition
01:20 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରୁ, ଉପରୋକ୍ତ ସମସ୍ତ ଗୋଟିଏ ସିଙ୍ଗଲ୍ ବଣ୍ଡଲରେ ଡାଉନଲୋଡ୍ କରାଯାଇ ପାରିବ
01:26 ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହେବ, କିପରି ଗୋଟିଏ ସରଳ ୱେବ୍ ଆପ୍ଲିକେଶନକୁ ସୃଷ୍ଟି କରିବା,
01:30 ଏହାକୁ ଗୋଟିଏ serverରେ ଡିପ୍ଲୋୟ କରିବା,
01:32 ଏବଂ ଗୋଟିଏ ବ୍ରାଉଜରରେ ଏହାର ଉପସ୍ଥାପନକୁ ଦେଖିବା
01:35 ଆପ୍ଲିକେଶନ୍ (JSP) Java Server Pagesକୁ ବ୍ୟବହାର କରିଥାଏ ଯାହା ନାମକୁ ଇନପୁଟ୍ ଭାବେ ଦେବା ପାଇଁ ନିର୍ଦେଶ ଦେଇଥାଏ
01:42 ତା’ପରେ ଏହା HTTP ସେସନରେ ନାମକୁ ନିଶ୍ଚିତରୂପେ ରଖିବା ପାଇଁ JavaBeansର କମ୍ପୋନେଣ୍ଟକୁ ବ୍ୟବହାର କରିଥାଏ
01:48 ଏବଂ ତା’ପରେ ଆଉଟପୁଟକୁ ଗୋଟିଏ ଦ୍ଵିତୀୟ JSP ପେଜରେ ପୁନରୁଦ୍ଧାର କରିଥାଏ
01:51 ବର୍ତ୍ତମାନ Netbeansକୁ ଯା’ନ୍ତୁ ଏବଂ ୱେବ ଆପ୍ଲିକେଶନ୍ ପ୍ରୋଜେକ୍ଟକୁ ସୃଷ୍ଟି କରନ୍ତୁ
01:58 File ମେନୁ ମଧ୍ୟରୁ New Projectକୁ ଚୟନ କରନ୍ତୁ
02:01 Categories ଅଧିନରେ ଥିବା Java Webକୁ ଚୟନ କରନ୍ତୁ
02:04 Projects ଅଧିନରେ ଥିବା Web Applicationକୁ ଚୟନ କରିବା ସହିତ Nextରେ କ୍ଲିକ୍ କରନ୍ତୁ
02:09 ପ୍ରୋଜେକ୍ଟକୁ ଗୋଟିଏ ନାମ ଦିଅନ୍ତୁ. ପ୍ରୋଜେକ୍ଟକୁ HelloWeb ଭାବେ ନାମିତ କରନ୍ତୁ
02:15 କମ୍ପ୍ୟୁଟରର ଯେକୌଣସି ଡାଇରେକ୍ଟୋରୀରେ Project Locationକୁ ନିର୍ଦ୍ଦିଷ୍ଟ କରନ୍ତୁ
02:20 Next ଉପରେ କ୍ଲିକ୍ କରନ୍ତୁ
02:22 Server and Settings ପ୍ୟାନେଲ ଖୋଲିବ
02:25 ଆପ୍ଲିକେଶନ୍ ପାଇଁ ବ୍ୟବହାର କରିବାକୁ ଚାହୁଁଥିବା ଜାଭା ଭର୍ସନକୁ ଚୟନ କରନ୍ତୁ
02:29 ଏବଂ ଆପ୍ଲିକେଶନକୁ ଡିପ୍ଲୋୟ୍ କରିବା ପାଇଁ ଆବଶ୍ୟକ କରୁଥିବା ସର୍ଭରକୁ ଚୟନ କରନ୍ତୁ
02:34 Next ଉପରେ କ୍ଲିକ୍ କରନ୍ତୁ
02:36 Frameworks ପ୍ୟାନେଲ୍ ମଧ୍ୟରେ,
02:38 ପ୍ରୋଜେକ୍ଟ ସୃଷ୍ଟି କରିବା ପାଇଁ Finish ଉପରେ କ୍ଲିକ୍ କରନ୍ତୁ
02:41 IDE, HelloWeb ପ୍ରୋଜେକ୍ଟ ଫୋଲ୍ଡରକୁ ସୃଷ୍ଟି କରିବ
02:46 ଏହି ଫୋଲ୍ଡର୍, ସମଗ୍ର ସୋର୍ସ ଓ ପ୍ରୋଜେକ୍ଟ ମେଟାଡେଟାକୁ ଧାରାଣ କରିଥାଏ
02:51 ୱେଲକମ୍ ପେଜ୍ - index.jsp, ମୁଖ୍ୟ ୱିଣ୍ଡୋର Source Editor ମଧ୍ୟରେ ଖୋଲିବ
02:57 ଏଠାରେ ବାମ ପଟେ ଥିବା Files ୱିଣ୍ଡୋ ମଧ୍ୟରେ ପ୍ରୋଜେକ୍ଟ ଫାଇଲର ଗଠନକୁ ଦେଖିପାରିବେ,
03:05 ଏବଂ Projects ୱିଣ୍ଡୋରେ ଏହାର ଲଜିକାଲ୍ ଗଠନକୁ ଦେଖିପାରିବେ
03:10 ସୋର୍ସ ଫାଇଲଗୁଡିକୁ କ୍ରିଏଟ୍ ଓ ଏଡିଟ୍ କରିବା ଏକ ଜରୁରୀ ଫଙ୍କଶନ୍ ଅଟେ ଯାହା IDE ପ୍ରଦାନ କରିଥାଏ
03:15 ବର୍ତ୍ତମାନ Projects ୱିଣ୍ଡୋରେ Source Packages ନୋଡ୍ ପ୍ରସାରିତ ହେବ
03:20 ଧ୍ୟାନଦିଅନ୍ତୁ ଯେ Source Packages ନୋଡ୍ କେବଳ ଗୋଟିଏ ଶୁନ୍ୟ default package ନୋଡକୁ ଧାରଣ କରିବ
03.25 Source Packages ଉପରେ ରାଇଟ୍ କ୍ଲିକ୍ କରିବା ସହ New > Java Classକୁ ଚୟନ କରନ୍ତୁ
03:32 classକୁ ଗୋଟିଏ ନାମ ଦିଅନ୍ତୁ. କ୍ଲାସକୁ NameHandler ଭାବେ ନାମିତ କରନ୍ତୁ
03:40 ଏବଂ Package କୋମ୍ବୋ-ବକ୍ସ ମଧ୍ୟରେ, org.mypackage.helloକୁ ଟାଇପ୍ କରନ୍ତୁ
03:54 ଏବଂ Finish ଉପରେ କ୍ଲିକ୍ କରନ୍ତୁ
03:57 NameHandler.java ଫାଇଲ୍ Source editorରେ ଖୋଲିବ
04:01 ବର୍ତ୍ତମାନ class declarationର ନିମ୍ନରେ ଗୋଟିଏ String ଭେରିଏବଲକୁ ସିଧାସଳଖ ଭାବେ ଘୋଷଣା କରନ୍ତୁ
04:07 String name ନାମକ ଗୋଟିଏ ଷ୍ଟ୍ରିଙ୍ଗ ଭେରିଏବଲକୁ ଘୋଷଣା କରନ୍ତୁ ଏବଂ
04:12 classରେ public NameHandler() ନାମକ ଗୋଟିଏ constructorକୁ ସଂଯୁକ୍ତ କରନ୍ତୁ
04:23 ବର୍ତ୍ତମାନ କନଷ୍ଟ୍ରକ୍ଟର୍ ମଧ୍ୟରେ name = nullକୁ ମଧ୍ୟ ସଂଯୁକ୍ତ କରନ୍ତୁ
04:30 ତା’ପରେ Getter ଓ Setter ମେଥଡକୁ ସୃଷ୍ଟି କରନ୍ତୁ
04:33 Source Editorର name ଫିଲ୍ଡ ଉପରେ ରାଇଟ୍ କ୍ଲିକ୍ କରନ୍ତୁ, କଣ୍ଟେକ୍ସଚୁଆଲ୍ ମେନୁରୁ Refactor ଓ Encapsulate Fieldsକୁ ଚୟନ କରନ୍ତୁ
04:46 ବିଦ୍ୟମାନ କୋଡର ଦୃଶ୍ୟମାନ ଗୁଣକୁ ପରିବର୍ତ୍ତନ ନ’କରି, ଗଠନକୁ ଉନ୍ନତ କରିବା ପାଇଁ, Refactoring ଗୋଟିଏ ଶୃଙ୍ଖଳିତ କୌଶଳ ଅଟେ
04:56 ସଂକ୍ଷେପରେ, ଗୁଣାବଳୀରେ ପରିବର୍ତ୍ତନ ନ’କରି, କୋଡର ଗଠନକୁ ପରିବର୍ତ୍ତନ କରିପାରିବେ
05:01 ଜିନିଷଗୁଡିକୁ ନ’ଭାଙ୍ଗି, Refactoringକୁ ବ୍ୟବହାର କରି fields, method କିମ୍ବା classଗୁଡିକୁ ସହଜରେ ସ୍ଥାନାନ୍ତର କରିପାରିବେ
05:08 IDEକୁ ଫେରିଆସନ୍ତୁ
05:11 name ଫିଲ୍ଡର ତାଲିକା ସହ Encapsulate Fields ଡାଇଲଗ୍ ବକ୍ସ ଖୋଲିବ
05:16 ଧ୍ୟାନଦିଅନ୍ତୁ ଯେ Fields Visibility, privateରେ ସେଟ ହୋଇଛି
05:20 ଏବଂ ଡିଫଲ୍ଟ ଭାବେ Accessors Visibility, publicରେ ସେଟ୍ ହୋଇଛି,
05:24 ଯାହା class variableଗୁଡିକ ପାଇଁ access modifier, private ଭାବେ ନିର୍ଦ୍ଦିଷ୍ଟ ହୋଇଛି ବୋଲି ସୂଚିତ କରେ
05:30 ଯେଉଁଠି getter ଓ setter ମେଥଡଗୁଡିକ କ୍ରମାଗତ ଭାବେ public' modifierଗୁଡିକ ସହିତ ସୃଷ୍ଟି ହେବେ
05:36 Refactor ଉପରେ କ୍ଲିକ୍ କରନ୍ତୁ
05:39 getter ଓ setter ମେଥଡଗୁଡିକ, name ଫିଲ୍ଡ ପାଇଁ ସୃଷ୍ଟି ହୋଇଛନ୍ତି
05:46 କ୍ଲାସ୍ ଭେରିଏବଲ୍ ପାଇଁ ମୋଡିଫାୟର privateରେ ସେଟ୍ ହୋଇଥାଏ ଯେଉଁଠି getter ଓ setter ମେଥଡଗୁଡିକ public modifier ସହିତ ସୃଷ୍ଟି ହୋଇଥାଏ
05:56 ଆପଣଙ୍କ ଜାଭା class ଶେଷରେ ଏହି ଭଳି ଦେଖାଯିବ
05:59 ତା’ପରେ Default JavaServer Pages Fileକୁ edit କରନ୍ତୁ
06:04 ଏହାର ଟାବ୍ ଉପରେ କ୍ଲିକ୍ କରିବା ସହିତ index.jsp ଫାଇଲ୍ ଉପରେ ଧ୍ୟାନଦିଅନ୍ତୁ, Source editor ଉପରେ ପ୍ରଦର୍ଶିତ ହେବ
06:11 ବର୍ତ୍ତମାନ Tools ମେନୁ > Paletteକୁ ଯିବା ସହିତ Palette managerକୁ ଖୋଲନ୍ତୁ ଏବଂ HTML/JSP code clips ଉପରେ କ୍ଲିକ୍ କରନ୍ତୁ
06:21 Palette manager ଖୋଲିବ
06:26 ପ୍ୟାଲେଟ୍ ମ୍ୟାନେଜରରେ, HTML Forms ଅପଶନକୁ ପ୍ରସାରିତ କରନ୍ତୁ
06:31 Form ଆଇଟମକୁ ଚୟନ କରନ୍ତୁ
06:34 ସୋର୍ସ ଏଡିଟରରେ, h1 tags ପରେ ଥିବା ଗୋଟିଏ ପଏଣ୍ଟ ଉପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
06:42 Insert Form ଡାଇଲଗ ବକ୍ସ ଖୋଲିବ
06:45 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ଭେଲ୍ୟୁଗୁଡିକୁ ନିର୍ଦ୍ଦିଷ୍ଟ କରନ୍ତୁ:
06:49 Action, response.jsp ଭାବେ,
06:54 Method, GET ଭାବେ
06:56 ଏବଂ formକୁ Name Input Form ଭାବେ ଗୋଟିଏ ନାମ ପ୍ରଦାନ କରନ୍ତୁ
07:04 OKରେ କ୍ଲିକ୍ କରନ୍ତୁ
07:07 index.jsp ଫାଇଲରେ ଗୋଟିଏ HTML ଫର୍ମକୁ ସଂଯୁକ୍ତ କରନ୍ତୁ
07:13 ବର୍ତ୍ତମାନ Palette managerରୁ ଗୋଟିଏ Text Input ଆଇଟମକୁ ଚୟନ କରନ୍ତୁ ଏବଂ ଏହାକୁ formର କ୍ଲୋଜିଙ୍ଗ ଟାଗ୍ ପୂର୍ବରୁ ଗୋଟିଏ ପଏଣ୍ଟ ଉପରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
07:25 Insert Text Input ଡାଇଲଗ୍ ବକ୍ସ ମଧ୍ୟରେ Nameକୁ name ଭାବେ ନିର୍ଦ୍ଦିଷ୍ଟ କରନ୍ତୁ
07:32 Typeକୁ text ଉପରେ ଛାଡିଦିଅନ୍ତୁ
07:34 ଏବଂ OK ଉପରେ କ୍ଲିକ୍ କରନ୍ତୁ
07:36 ବର୍ତ୍ତମାନ ଗୋଟିଏ HTML, input tag, form ଟାଗ୍ ମଧ୍ୟରେ ସଂଯୁକ୍ତ ହୋଇଛି
07:41 input tag ମଧ୍ୟରୁ ଶୁନ୍ୟ value ଆଟ୍ରିବ୍ୟୁଟକୁ ଡିଲିଟ୍ କରନ୍ତୁ
07:49 ବର୍ତ୍ତମାନ, ପ୍ୟାଲେଟ୍ ମଧ୍ୟରୁ Button ଆଇଟମକୁ ଚୟନ କରନ୍ତୁ
07:53 formର କ୍ଲୋଜିଙ ଟାଗ୍ ପୂର୍ବରୁ, ଗୋଟିଏ ପଏଣ୍ଟ ଉପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
07:58 Labelକୁ OK ଭାବେ ନିର୍ଦ୍ଦିଷ୍ଟ କରନ୍ତୁ,
08:00 Typeକୁ submit ଭାବେ
08:03 ଏବଂ ପୁନର୍ବାର OK ଉପରେ କ୍ଲିକ୍ କରନ୍ତୁ
08:05 ବର୍ତ୍ତମାନ ଗୋଟିଏ form ଟାଗରେ ଏକ HTML, button ସଂଯୁକ୍ତ ହୋଇଛି
08:12 ପ୍ରଥମ input tag ସାମ୍ନାରେ Enter your name ଟେକ୍ସଟକୁ ପ୍ରବେଶ କରନ୍ତୁ
08:22 ଏବଂ h1 ଟାଗ୍ ମଧ୍ୟରେ ଥିବା ଡିଫଲ୍ଟ ଟେକ୍ସଟକୁ ପରିବର୍ତ୍ତନ କରନ୍ତୁ
08:28 ଟେକ୍ସଟକୁ Entry formରେ ପରିବର୍ତ୍ତନ କରନ୍ତୁ
08:34 ବର୍ତ୍ତମାନ ରାଇଟ୍ କ୍ଲିକ୍ କରନ୍ତୁ. ବର୍ତ୍ତମାନ ପାଇଁ ପ୍ୟାଲେଟ୍ ମ୍ୟାନେଜରକୁ ବନ୍ଦ କରନ୍ତୁ
08:38 Source Editor ମଧ୍ୟରେ ରାଇଟ୍ କ୍ଲିକ୍ କରନ୍ତୁ
08:41 କୋଡର ଫର୍ମାଟକୁ ପରିଷ୍କାର କରିବା ପାଇଁ Format ଅପଶନକୁ ଚୟନ କରନ୍ତୁ
08:46 ବର୍ତ୍ତମାନ index.jsp ଫାଇଲ୍ ଏହି ଭଳି ଦେଖାଯିବ
08:49 ତା’ପରେ ଗୋଟିଏ JavaServer Pages ଫାଇଲକୁ ସୃଷ୍ଟି କରନ୍ତୁ
08:53 Projects ୱିଣ୍ଡୋରେ ଥିବା HelloWeb ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ New > JSPକୁ ଚୟନ କରନ୍ତୁ
09:01 New JSP ଫାଇଲ୍ ୱିଜାର୍ଡ ଖୋଲିଯିବ
09:05 ଫାଇଲକୁ response ଭାବେ ନାମିତ କରିବା ସହ Finish ଉପରେ କ୍ଲିକ୍ କରନ୍ତୁ
09:14 ଧ୍ୟାନଦିଅନ୍ତୁ ଯେ Projects ୱିଣ୍ଡୋର index.jsp ଫାଇଲର ନିମ୍ନଭାଗରେ ଗୋଟିଏ response.jsp ଫାଇଲ୍ ନୋଡ୍ ପ୍ରଦର୍ଶିତ ହେବ
09:23 ଏବଂ Source Editorରେ ଗୋଟିଏ ନୂତନ ଫାଇଲ୍ ଖୋଲିବ
09:26 ପୁନର୍ବାର Palette managerକୁ ଖୋଲନ୍ତୁ
09:35 ବର୍ତ୍ତମାନ JSP ଅପଶନକୁ ପ୍ରସାରିତ କରନ୍ତୁ
09:39 ଗୋଟିଏ Use Bean ଆଇଟମକୁ ଚୟନ କରନ୍ତୁ, body ଟାଗର ଠିକ୍ ତଳେ ଗୋଟିଏ ପଏଣ୍ଟ ଉପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
09:53 Insert Use Bean ଡାଇଲଗ୍ ଖୋଲିବ
09:56 ଭେଲ୍ୟୁଗୁଡିକୁ ନିମ୍ନ ଭାବେ ନିର୍ଦ୍ଦିଷ୍ଟ କରନ୍ତୁ-
09:58 IDକୁ mybean ଭାବେ,
10:01 Classକୁ org.mypackage.hello.NameHandler ଭାବେ
10:13 Scopeକୁ session ଭାବେ
10:15 ଏବଂ OK ଉପରେ କ୍ଲିକ୍ କରନ୍ତୁ
10:18 ଧ୍ୟାନଦିଅନ୍ତୁ ଯେ body ଟାଗର ନିମ୍ନରେ ଗୋଟିଏ jsp:useBeanଟାଗକୁ ସଂଯୁକ୍ତ କରନ୍ତୁ
10:30 ଜାଭା ପାଇଁ JavaBeans ପୁନର୍ବ୍ୟବହାରଯୋଗ୍ୟ ସଫ୍ଟୱେର୍ କମ୍ପୋନେଣ୍ଟଗୁଡିକ ଅଟନ୍ତି
10:34 ସେଗୁଡିକ, ଅନେକ ଅବଜେକ୍ଟକୁ ଗୋଟିଏ ସିଙ୍ଗଲ୍ ଆବଜେକ୍ଟରେ encapsulate କରିବା ପାଇଁ ବ୍ୟବହୃତ ହୁଏ
10:38 ତେଣୁ ସେଗୁଡିକୁ multiple individual objects ବ୍ୟତିତ ଗୋଟିଏ single bean object ଭାବେ ପାସ୍ କରାଯାଇ ପାରିବ
10:46 ବର୍ତ୍ତମାନ, ପ୍ୟାଲେଟ୍ ମ୍ୟାନେଜରରୁ ଗୋଟିଏ Set Bean property ଆଇଟମକୁ ଚୟନ କରନ୍ତୁ ଏବଂ h1 ଟାଗ୍ ପୂର୍ବରୁ ଗୋଟିଏ ପଏଣ୍ଟ ଉପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
11:03 ଏବଂ OK ଉପରେ କ୍ଲିକ୍ କରନ୍ତୁ
11:12 ଏଠାରେ, ଦୃଶ୍ୟମାନ ହେଉଥିବା jsp:setProperty ଟାଗରେ, ଶୁନ୍ୟ value attributeକୁ ଡିଲିଟ୍ କରନ୍ତୁ
11:21 ଏବଂ name ଆଟ୍ରିବ୍ୟୁଟକୁ mybeanରେ ଏବଂ Propertyକୁ nameରେ ସେଟ୍ କରନ୍ତୁ
11:30 ବର୍ତ୍ତମାନ, h1 ଟାଗ୍ ମଧ୍ୟରେ ଟେକ୍ସଟକୁ Hello କମା ସ୍ପେସ୍ ଏବଂ ଗୋଟିଏ exclamation ଚିହ୍ନରେ ପରିବର୍ତ୍ତନ କରନ୍ତୁ
11:40 ବର୍ତ୍ତମାନ, ପ୍ୟଲେଟ୍ ମ୍ୟାନେଜରରୁ ଗୋଟିଏ Get Bean property ଆଇଟମକୁ ଚୟନ କରନ୍ତୁ. h1 ଟାଗ୍ ମଧ୍ୟରେ ଥିବା Hello ଟେକ୍ସଟ ପରେ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
11:51 Get Bean Property ଆଇଟମ୍ ମଧ୍ୟରେ,
11:53 Bean Nameକୁ mybeanରେ
11:57 ଏବଂ Property Nameକୁ nameରେ ସେଟ୍ କରନ୍ତୁ
11:59 OK ଉପରେ କ୍ଲିକ୍ କରନ୍ତୁ
12:01 ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ h1 ଟାଗ୍ ମଧ୍ୟରେ jsp:getProperty ଟାଗ୍ ସଂଯୁକ୍ତ ହୋଇଛି
12:07 ପୁନର୍ବାର ସୋର୍ସ ଏଡିଟର୍ ମଧ୍ୟରେ ରାଇଟ୍ କ୍ଲିକ୍ କରନ୍ତୁ. ଯଦି ଆବଶ୍ୟକ ହୁଏ ଫର୍ମାଟକୁ ପରିଷ୍କାର କରିବା ପାଇଁ Format ଉପରେ କ୍ଲିକ୍ କରନ୍ତୁ
12:16 ପରବର୍ତ୍ତି ସୋପାନ ହେଉଛି Web Application ପ୍ରୋଜେକ୍ଟକୁ run କରିବା
12:20 ପ୍ୟାଲେଟ୍ ମ୍ୟାନେଜରକୁ ବନ୍ଦ କରନ୍ତୁ
12:26 Projects ୱିଣ୍ଡୋରେ, HelloWebର ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ Run ଅପଶନକୁ ଚୟନ କରନ୍ତୁ
12:32 ଟୂଲବାରରେ ଥିବା Run ଅପଶନ୍ ଉପରେ ମଧ୍ୟ କ୍ଲିକ୍ କରିପାରିବେ କିମ୍ବା ପ୍ରୋଜେକ୍ଟକୁ ରନ୍ କରିବା ପାଇଁ କୀବୋର୍ଡ ଉପରେ ଥିବା F6 କୀକୁ ଦାବନ୍ତୁ
12:41 ପ୍ରୋଜେକ୍ଟକୁ run କରିବା ପାଇଁ ଟୂଲବାର୍ ଉପରେ ଥିବା ବଟନକୁ ଚୟନ କରନ୍ତୁ
12:44 ଯେତେବେଳେ ଗୋଟିଏ Web applicationକୁ ରନ୍ କରିବେ, IDE ଆପ୍ଲିକେଶନ୍ କୋଡକୁ build ଓ compile କରିବ,
12:53 ସର୍ଭରକୁ ଲଞ୍ଚ କରିବ ଏବଂ ଆପ୍ଲିକେଶନକୁ ସର୍ଭରରେ ଡିପ୍ଲୋୟ୍ କରିବ
12:58 ଏବଂ ଶେଷରେ ଗୋଟିଏ ବ୍ରାଉଜର୍ ୱିଣ୍ଡୋରେ ଆପ୍ଲିକେଶନ୍ ପ୍ରଦର୍ଶିତ ହେବ
13:02 ଏହି ପ୍ରକ୍ରିୟାକୁ ଦେଖିବା ପାଇଁ, Window ମେନୁରୁ ଆଉଟପୁଟ୍ ୱିଣ୍ଡୋକୁ ଖୋଲିବା ସହିତ Output ଅପଶନକୁ ଚୟନ କରନ୍ତୁ
13:10 application ସଫଳତାର ନିର୍ମାଣ ହୋଇଥିବା, ଆପଣ ଦେଖିପାରିବେ
13:17 ଡିଫଲ୍ଟ ବ୍ରାଉଜରରେ index.jsp ପେଜ୍ ଖୋଲିବ
13:23 ପୁନର୍ବାର ପ୍ରୋଜେକ୍ଟକୁ run କରନ୍ତୁ
13:27 ଏହା ଏଠାରେ ଅଛି! ଏହା ଡିଫଲ୍ଟ ବ୍ରାଉଜରରେ ଖୋଲିବ
13:32 ଧ୍ୟାନଦିଅନ୍ତୁ ଯେ ବେଳେବେଳେ ବ୍ରାଉଜର୍ ୱିଣ୍ଡୋ, IDE, ସର୍ଭର୍ ଆଉଟପୁଟକୁ ପ୍ରଦର୍ଶନ କରିବା ପୂର୍ବରୁ, ଖୋଲିଯାଇପାରେ
13:38 ବର୍ତ୍ତମାନ, ବ୍ରାଉଜରରେ ଥିବା ଟେକ୍ସଟ ବକ୍ସରେ ନେମକୁ ପ୍ରବେଶ କରନ୍ତୁ
13:42 ଉଦାହରଣସ୍ଵରୂପ Ubuntu ଏବଂ OK ଉପରେ କ୍ଲିକ୍ କରନ୍ତୁ
13:46 ଗୋଟିଏ ସରଳ ଅଭିବାଦନ ସହ response.jsp ପେଜ୍ ପ୍ରଦର୍ଶିତ ହେବ
13:52 ବର୍ତ୍ତମାନ, ଆସାଇନମେଣ୍ଟ ଭାବେ-
13:56 ୱେବ୍-ଆପ୍ଲିକେଶନ୍ ପ୍ରୋଜେକ୍ଟର ଗୋଟିଏ ଏକ୍ସଟେନଶନ୍ ଭାବେ ଅଧିକ ଦୁଇଟି text fieldକୁ ଇନସର୍ଟ କରନ୍ତୁ ଯାହା ଆପ୍ଲିକେଶନରେ ସମୁଦାୟ ତିନୋଟି text field ହେବ
14:06 bean propertyକୁ ସେଟ୍ କରିବା ପାଇଁ JavaBeans କମ୍ପୋନେଣ୍ଟକୁ ବ୍ୟବହାର କରନ୍ତୁ ଏବଂ
14:09 ବ୍ରାଉଜରରେ ଏହାର ଉପସ୍ଥାପନକୁ ଦେଖନ୍ତୁ
14:12 ଏବଂ ଶେଷରେ, ଦ୍ଵିତୀୟ JSP ପେଜର ଆଉଟପୁଟକୁ ପୁନରୁଦ୍ଧାର କରନ୍ତୁ
14:17 ମୁଁ ମୋର ଆସାଇନମେଣ୍ଟକୁ ନିର୍ମାଣ କରିସାରିଛି
14:21 ଆସାଇନମେଣ୍ଟକୁ ଖୋଲନ୍ତୁ ଏବଂ ଏହାକୁ IDEରେ run କରନ୍ତୁ
14:30 ତିନୋଟି ଇନପୁଟ୍ ଟେକ୍ସଟ ଫିଲ୍ଡ ସହିତ ଉପସ୍ଥିତ ହୋଇଛି
14:35 ସମ୍ପୂର୍ଣ୍ଣ ବିବରଣୀକୁ ପ୍ରବେଶ କରନ୍ତୁ ଏବଂ OK ଉପରେ କ୍ଲିକ୍ କରନ୍ତୁ
14:42 ଏହିପରି ଏକ ଆଉଟପୁଟ୍ ସହ ଉପସ୍ଥିତ ହୋଇଛି
14:47 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
14:51 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
14:54 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
14:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
15:05 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
15:09 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
15:16 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
15:21 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
15:28 ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ.
15:40 ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ
15:43 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep