Advanced-Cpp/C2/Abstract-Class/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, abstract class and pure virtual function in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ଆମେ: |
| 00:10 | Abstract Classes, Pure virtual ଫଙ୍କଶନ୍ ଶିଖିବା |
| 00:13 | ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ |
| 00:16 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:19 | Ubuntu OS ଭର୍ସନ୍ 11.10 |
| 00:23 | g++ କମ୍ପାଇଲର୍ ଭର୍ସନ୍ 4.6.1 |
| 00:27 | ଚାଲନ୍ତୁ abstract କ୍ଲାସର ଗୋଟିଏ ପରିଚୟରୁ ଆରମ୍ଭ କରିବା |
| 00:31 | Abstract କ୍ଲାସ୍ ସର୍ବଦା ଗୋଟିଏ base କ୍ଲାସ୍ ଅଟେ |
| 00:35 | ଏହା ଅତିକମରେ ଗୋଟିଏ pure virtual ଫଙ୍କଶନକୁ ଧାରଣ କରିଥାଏ |
| 00:39 | abstract କ୍ଲାସର ଗୋଟିଏ instance ସୃଷ୍ଟି କରିପାରିବେ ନାହିଁ |
| 00:43 | ଚାଲନ୍ତୁ pure virtual ଫଙ୍କଶନକୁ ଦେଖିବା |
| 00:45 | ଗୋଟିଏ pure virtual ଫଙ୍କଶନ୍ ଏକ body ନ’ଥିବା ଫଙ୍କଶନ୍ ଅଟେ |
| 00:49 | ଏହା base କ୍ଲାସରେ ପରିଭାଷିତ ହୁଏ ନାହିଁ |
| 00:52 | ଏହା ନିମ୍ନ ଭାବେ ଘୋଷିତ ହୁଏ: |
| 00:54 | virtual void virtualfunname()=0; |
| 01:00 | ଗୋଟିଏ derived କ୍ଲାସ୍ ନିଶ୍ଚିତରୂପେ functionକୁ ଓଭରରାଇଡ୍ କରିବ |
| 01:04 | ନଚେତ୍ compiler ଗୋଟିଏ error ପ୍ରଦାନ କରିବ |
| 01:07 | ଫଙ୍କଶନକୁ କାର୍ଯ୍ୟକାରୀ କରିବା ଗୋଟିଏ derived କ୍ଲାସ୍ ଉପରେ ନିର୍ଭର କରେ |
| 01:11 | ଚାଲନ୍ତୁ ଗୋଟିଏ ଉଦାହରଣକୁ ଦେଖିବା |
| 01:13 | ଏଡିଟର୍ ଉପରେ କୋଡ୍ ଟାଇପ୍ ହୋଇସାରିଛି |
| 01:16 | ଏହାକୁ ଖୋଲନ୍ତୁ |
| 01:18 | ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ abstract.cpp ଅଟେ |
| 01:22 | ଏହି ଉଦାହରଣ ଦୁଇଟି ସଂଖ୍ୟାର ଯୋଗ ଓ ବିୟୋଗ ସହିତ ସମ୍ପୃକ୍ତ ଅଟେ |
| 01:28 | ଚାଲନ୍ତୁ କୋଡକୁ ବୁଝିବା |
| 01:30 | iostream, ଏହା ହେଡର୍ ଫାଇଲ୍ ଅଟେ |
| 01:33 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
| 01:36 | ଏହା abstractinterface ନାମକ ଗୋଟିଏ କ୍ଲାସର ଘୋଷଣା ଅଟେ |
| 01:41 | ତା’ପରେ ଏଠାରେ public specifier ଅଛି |
| 01:44 | ଏଥିରେ, numbers() ନାମକ ଗୋଟିଏ virtual ଫଙ୍କଶନର ଘୋଷଣା କରାଯାଇଛି |
| 01:49 | ଏହା 0କୁ ଇନିଶିଆଲାଇଜ୍ କରାଯାଇଛି |
| 01:51 | ତା’ପରେ ଗୋଟିଏ non-virtual ଫଙ୍କଶନ୍ ଅଛି |
| 01:55 | ଏବଂ a ଓ b ଭାବେ ଦୁଇଟି integer ଭେରିଏବଲ୍ ଅଛି |
| 01:59 | ଏଠାରେ, input ଫଙ୍କଶନକୁ ଆକ୍ସେସ୍ କରନ୍ତୁ |
| 02:01 | ଏଥିରେ, ସଂଖ୍ୟା a ଓ bକୁ ଗ୍ରହଣ କରନ୍ତୁ |
| 02:05 | ଏହା add ନାମକ ଗୋଟିଏ derived କ୍ଲାସ୍ ଅଟେ |
| 02:09 | ଏହା base କ୍ଲାସ୍ abstractinterfaceର ପ୍ରପର୍ଟୀକୁ ଇନହେରିଟ୍ କରିବ |
| 02:14 | ଏଠାରେ ଫଙ୍କଶନ୍ numbers()କୁ override କରନ୍ତୁ |
| 02:18 | ଏଥିରେ, ଦୁଇଟି ସଂଖ୍ୟା a ଓ bର ଯୋଗକ୍ରିୟାକୁ ସମ୍ପାଦନ କରନ୍ତୁ |
| 02:21 | ଏବଂ ପରିଣାମକୁ integer ଭେରିଏବଲ୍ sumରେ ଷ୍ଟୋର୍ କରନ୍ତୁ |
| 02:25 | ତା’ପରେ ପରିଣାମକୁ ପ୍ରିଣ୍ଟ କରନ୍ତୁ |
| 02:27 | ଏଠାରେ sub ଭାବେ ଅନ୍ୟ ଏକ derived କ୍ଲାସ୍ ଅଛି |
| 02:31 | ଏହା ମଧ୍ୟ base କ୍ଲାସ୍ abstractinterfaceକୁ ଇନହେରିଟ୍ କରିବ |
| 02:35 | ଏଥିରେ, ପୁନର୍ବାର ଫଙ୍କଶନ୍ numbers()କୁ ଓଭରରାଇଡ୍ କରନ୍ତୁ |
| 02:39 | ଏବଂ ଏଠାରେ ଦୁଇଟି ସଂଖ୍ୟା a ଓ bର ପ୍ରଭେଦକୁ ଗଣନା କରନ୍ତୁ |
| 02:43 | ତା’ପରେ ପ୍ରଭେଦକୁ print କରନ୍ତୁ |
| 02:45 | ଏହା main() ଫଙ୍କଶନ୍ ଅଟେ |
| 02:48 | ଏଠାରେ କ୍ଲାସ୍ add ପାଇଁ obj1 ଭାବେ ଗୋଟିଏ object ସୃଷ୍ଟି କରନ୍ତୁ |
| 02:53 | ତା’ପରେ ଅବଜେକ୍ଟ obj1କୁ ବ୍ୟବହାର କରି ଉଭୟ ଫଙ୍କଶନ୍ input() ଓ numbers()କୁ କଲ୍ କରନ୍ତୁ |
| 02:59 | ତା’ପରେ କ୍ଲାସ୍ sub ପାଇଁ obj2 ଭାବେ ଅନ୍ୟ ଏକ object ସୃଷ୍ଟି କରନ୍ତୁ |
| 03:04 | ପୁନର୍ବାର, object obj2କୁ ବ୍ୟବହାର କରି ଦୁଇଟି ଫଙ୍କଶନକୁ କଲ୍ କରନ୍ତୁ |
| 03:08 | ଏବଂ ଏହା return ଷ୍ଟେଟମେଣ୍ଟ ଅଟେ |
| 03:10 | ବର୍ତ୍ତମାନ ପ୍ରୋଗ୍ରାମକୁ execute କରନ୍ତୁ |
| 03:13 | କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
| 03:21 | କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ: g++ ସ୍ପେସ୍ abstract ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ abs |
| 03:31 | Enter ଦାବନ୍ତୁ. ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ abs |
| 03:34 | Enter ଦାବନ୍ତୁ |
| 03:36 | ଏହା Enter the numbers ଭାବେ ପ୍ରଦର୍ଶନ ହେବ |
| 03:38 | 9 ଓ 4କୁ ପ୍ରବେଶ କରନ୍ତୁ |
| 03:42 | ଆଉଟପୁଟ୍ Sum is 13 ଭାବେ ପ୍ରଦର୍ଶିତ ହେବ |
| 03:46 | ପୁନର୍ବାର Enter the numbersକୁ ଦେଖିବାକୁ ପାଇବେ |
| 03:49 | 8 ଓ 3କୁ ପ୍ରବେଶ କରନ୍ତୁ |
| 03:52 | ଆଉଟପୁଟ୍ diff is 5 ଭାବେ ପ୍ରଦର୍ଶିତ ହେବ |
| 03:56 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 03:59 | slidesକୁ ଫେରିଆସନ୍ତୁ |
| 04:01 | ସଂକ୍ଷିପ୍ତରେ |
| 04:03 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Abstract କ୍ଲାସ୍ ଉଦାହରଣ କ୍ଲାସ୍ abstractinterface |
| 04:09 | Pure virtual ଫଙ୍କଶନ୍ ଉଦାହରଣ virtual void numbers()=0; |
| 04:14 | ଗୋଟିଏ ଆସାଇନମେଣ୍ଟ ଭାବେ- student ନାମକ ଗୋଟିଏ abstract କ୍ଲାସ୍ ସୃଷ୍ଟି କରନ୍ତୁ |
| 04:17 | Info ଭାବେ ଗୋଟିଏ pure virtual ଫଙ୍କଶନ୍ ସୃଷ୍ଟି କରନ୍ତୁ |
| 04:20 | ଫଙ୍କଶନ୍ ମଧ୍ୟରେ ଛାତ୍ରଜଣଙ୍କର name ଓ roll noକୁ ଗ୍ରହଣ କରନ୍ତୁ |
| 04:25 | marks ଓ sports ଭାବେ ଦୁଇଟି derived କ୍ଲାସ୍ ସୃଷ୍ଟି କରନ୍ତୁ |
| 04:29 | ମାର୍କରେ, ତିନୋଟି ବିଷୟର ମାର୍କଗୁଡିକୁ ଗ୍ରହଣ କରନ୍ତୁ |
| 04:32 | sportsରେ, sportsରେ ପ୍ରାପ୍ତ କରିଥିବା ଅଙ୍କକୁ ପ୍ରବେଶ କରନ୍ତୁ |
| 04:35 | total marksକୁ ଗଣନା କରନ୍ତୁ |
| 04:38 | ତା’ପରେ result ଭାବେ ଅନ୍ୟ ଏକ derived କ୍ଲାସ୍ ସୃଷ୍ଟି କରନ୍ତୁ |
| 04:41 | ଏଥିରେ, ଛାତ୍ରଜଣଙ୍କର name, roll no ଓ total marksକୁ ପ୍ରଦର୍ଶନ କରନ୍ତୁ |
| 04:47 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 04:50 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 04:53 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 04:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 05:03 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 05:07 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 05:14 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 05:18 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 05:25 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 05:30 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |