Advanced-Cpp/C2/Abstract-Class/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, abstract class and pure virtual function in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ:
00:10 Abstract Classes, Pure virtual ଫଙ୍କଶନ୍ ଶିଖିବା
00:13 ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ
00:16 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:19 Ubuntu OS ଭର୍ସନ୍ 11.10
00:23 g++ କମ୍ପାଇଲର୍ ଭର୍ସନ୍ 4.6.1
00:27 ଚାଲନ୍ତୁ abstract କ୍ଲାସର ଗୋଟିଏ ପରିଚୟରୁ ଆରମ୍ଭ କରିବା
00:31 Abstract କ୍ଲାସ୍ ସର୍ବଦା ଗୋଟିଏ base କ୍ଲାସ୍ ଅଟେ
00:35 ଏହା ଅତିକମରେ ଗୋଟିଏ pure virtual ଫଙ୍କଶନକୁ ଧାରଣ କରିଥାଏ
00:39 abstract କ୍ଲାସର ଗୋଟିଏ instance ସୃଷ୍ଟି କରିପାରିବେ ନାହିଁ
00:43 ଚାଲନ୍ତୁ pure virtual ଫଙ୍କଶନକୁ ଦେଖିବା
00:45 ଗୋଟିଏ pure virtual ଫଙ୍କଶନ୍ ଏକ body ନ’ଥିବା ଫଙ୍କଶନ୍ ଅଟେ
00:49 ଏହା base କ୍ଲାସରେ ପରିଭାଷିତ ହୁଏ ନାହିଁ
00:52 ଏହା ନିମ୍ନ ଭାବେ ଘୋଷିତ ହୁଏ:
00:54 virtual void virtualfunname()=0;
01:00 ଗୋଟିଏ derived କ୍ଲାସ୍ ନିଶ୍ଚିତରୂପେ functionକୁ ଓଭରରାଇଡ୍ କରିବ
01:04 ନଚେତ୍ compiler ଗୋଟିଏ error ପ୍ରଦାନ କରିବ
01:07 ଫଙ୍କଶନକୁ କାର୍ଯ୍ୟକାରୀ କରିବା ଗୋଟିଏ derived କ୍ଲାସ୍ ଉପରେ ନିର୍ଭର କରେ
01:11 ଚାଲନ୍ତୁ ଗୋଟିଏ ଉଦାହରଣକୁ ଦେଖିବା
01:13 ଏଡିଟର୍ ଉପରେ କୋଡ୍ ଟାଇପ୍ ହୋଇସାରିଛି
01:16 ଏହାକୁ ଖୋଲନ୍ତୁ
01:18 ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ abstract.cpp ଅଟେ
01:22 ଏହି ଉଦାହରଣ ଦୁଇଟି ସଂଖ୍ୟାର ଯୋଗ ଓ ବିୟୋଗ ସହିତ ସମ୍ପୃକ୍ତ ଅଟେ
01:28 ଚାଲନ୍ତୁ କୋଡକୁ ବୁଝିବା
01:30 iostream, ଏହା ହେଡର୍ ଫାଇଲ୍ ଅଟେ
01:33 ଏଠାରେ std namespaceକୁ ବ୍ୟବହାର କରନ୍ତୁ
01:36 ଏହା abstractinterface ନାମକ ଗୋଟିଏ କ୍ଲାସର ଘୋଷଣା ଅଟେ
01:41 ତା’ପରେ ଏଠାରେ public specifier ଅଛି
01:44 ଏଥିରେ, numbers() ନାମକ ଗୋଟିଏ virtual ଫଙ୍କଶନର ଘୋଷଣା କରାଯାଇଛି
01:49 ଏହା 0କୁ ଇନିଶିଆଲାଇଜ୍ କରାଯାଇଛି
01:51 ତା’ପରେ ଗୋଟିଏ non-virtual ଫଙ୍କଶନ୍ ଅଛି
01:55 ଏବଂ a ଓ b ଭାବେ ଦୁଇଟି integer ଭେରିଏବଲ୍ ଅଛି
01:59 ଏଠାରେ, input ଫଙ୍କଶନକୁ ଆକ୍ସେସ୍ କରନ୍ତୁ
02:01 ଏଥିରେ, ସଂଖ୍ୟା a ଓ bକୁ ଗ୍ରହଣ କରନ୍ତୁ
02:05 ଏହା add ନାମକ ଗୋଟିଏ derived କ୍ଲାସ୍ ଅଟେ
02:09 ଏହା base କ୍ଲାସ୍ abstractinterfaceର ପ୍ରପର୍ଟୀକୁ ଇନହେରିଟ୍ କରିବ
02:14 ଏଠାରେ ଫଙ୍କଶନ୍ numbers()କୁ override କରନ୍ତୁ
02:18 ଏଥିରେ, ଦୁଇଟି ସଂଖ୍ୟା a ଓ bର ଯୋଗକ୍ରିୟାକୁ ସମ୍ପାଦନ କରନ୍ତୁ
02:21 ଏବଂ ପରିଣାମକୁ integer ଭେରିଏବଲ୍ sumରେ ଷ୍ଟୋର୍ କରନ୍ତୁ
02:25 ତା’ପରେ ପରିଣାମକୁ ପ୍ରିଣ୍ଟ କରନ୍ତୁ
02:27 ଏଠାରେ sub ଭାବେ ଅନ୍ୟ ଏକ derived କ୍ଲାସ୍ ଅଛି
02:31 ଏହା ମଧ୍ୟ base କ୍ଲାସ୍ abstractinterfaceକୁ ଇନହେରିଟ୍ କରିବ
02:35 ଏଥିରେ, ପୁନର୍ବାର ଫଙ୍କଶନ୍ numbers()କୁ ଓଭରରାଇଡ୍ କରନ୍ତୁ
02:39 ଏବଂ ଏଠାରେ ଦୁଇଟି ସଂଖ୍ୟା a ଓ bର ପ୍ରଭେଦକୁ ଗଣନା କରନ୍ତୁ
02:43 ତା’ପରେ ପ୍ରଭେଦକୁ print କରନ୍ତୁ
02:45 ଏହା main() ଫଙ୍କଶନ୍ ଅଟେ
02:48 ଏଠାରେ କ୍ଲାସ୍ add ପାଇଁ obj1 ଭାବେ ଗୋଟିଏ object ସୃଷ୍ଟି କରନ୍ତୁ
02:53 ତା’ପରେ ଅବଜେକ୍ଟ obj1କୁ ବ୍ୟବହାର କରି ଉଭୟ ଫଙ୍କଶନ୍ input() ଓ numbers()କୁ କଲ୍ କରନ୍ତୁ
02:59 ତା’ପରେ କ୍ଲାସ୍ sub ପାଇଁ obj2 ଭାବେ ଅନ୍ୟ ଏକ object ସୃଷ୍ଟି କରନ୍ତୁ
03:04 ପୁନର୍ବାର, object obj2କୁ ବ୍ୟବହାର କରି ଦୁଇଟି ଫଙ୍କଶନକୁ କଲ୍ କରନ୍ତୁ
03:08 ଏବଂ ଏହା return ଷ୍ଟେଟମେଣ୍ଟ ଅଟେ
03:10 ବର୍ତ୍ତମାନ ପ୍ରୋଗ୍ରାମକୁ execute କରନ୍ତୁ
03:13 କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
03:21 କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ: g++ ସ୍ପେସ୍ abstract ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ abs
03:31 Enter ଦାବନ୍ତୁ. ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ abs
03:34 Enter ଦାବନ୍ତୁ
03:36 ଏହା Enter the numbers ଭାବେ ପ୍ରଦର୍ଶନ ହେବ
03:38 9 ଓ 4କୁ ପ୍ରବେଶ କରନ୍ତୁ
03:42 ଆଉଟପୁଟ୍ Sum is 13 ଭାବେ ପ୍ରଦର୍ଶିତ ହେବ
03:46 ପୁନର୍ବାର Enter the numbersକୁ ଦେଖିବାକୁ ପାଇବେ
03:49 8 ଓ 3କୁ ପ୍ରବେଶ କରନ୍ତୁ
03:52 ଆଉଟପୁଟ୍ diff is 5 ଭାବେ ପ୍ରଦର୍ଶିତ ହେବ
03:56 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
03:59 slidesକୁ ଫେରିଆସନ୍ତୁ
04:01 ସଂକ୍ଷିପ୍ତରେ
04:03 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Abstract କ୍ଲାସ୍ ଉଦାହରଣ କ୍ଲାସ୍ abstractinterface
04:09 Pure virtual ଫଙ୍କଶନ୍ ଉଦାହରଣ virtual void numbers()=0;
04:14 ଗୋଟିଏ ଆସାଇନମେଣ୍ଟ ଭାବେ- student ନାମକ ଗୋଟିଏ abstract କ୍ଲାସ୍ ସୃଷ୍ଟି କରନ୍ତୁ
04:17 Info ଭାବେ ଗୋଟିଏ pure virtual ଫଙ୍କଶନ୍ ସୃଷ୍ଟି କରନ୍ତୁ
04:20 ଫଙ୍କଶନ୍ ମଧ୍ୟରେ ଛାତ୍ରଜଣଙ୍କର name ଓ roll noକୁ ଗ୍ରହଣ କରନ୍ତୁ
04:25 marks ଓ sports ଭାବେ ଦୁଇଟି derived କ୍ଲାସ୍ ସୃଷ୍ଟି କରନ୍ତୁ
04:29 ମାର୍କରେ, ତିନୋଟି ବିଷୟର ମାର୍କଗୁଡିକୁ ଗ୍ରହଣ କରନ୍ତୁ
04:32 sportsରେ, sportsରେ ପ୍ରାପ୍ତ କରିଥିବା ଅଙ୍କକୁ ପ୍ରବେଶ କରନ୍ତୁ
04:35 total marksକୁ ଗଣନା କରନ୍ତୁ
04:38 ତା’ପରେ result ଭାବେ ଅନ୍ୟ ଏକ derived କ୍ଲାସ୍ ସୃଷ୍ଟି କରନ୍ତୁ
04:41 ଏଥିରେ, ଛାତ୍ରଜଣଙ୍କର name, roll no ଓ total marksକୁ ପ୍ରଦର୍ଶନ କରନ୍ତୁ
04:47 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
04:50 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
04:53 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
04:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05:03 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
05:07 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
05:14 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
05:18 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
05:30 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep