Blender/C2/Camera-View-Settings/Oriya
From Script | Spoken-Tutorial
| Time | Narration |
| 00:07 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
| 00:11 | ଏହି ଟ୍ୟୁଟୋରିଆଲ୍ Navigation – Camera view ଉପରେ ପର୍ଯ୍ୟବସିତ ଅଟେ |
| 00:16 | ଆମେ Blender 2.59ରେ କ୍ୟାମେରାକୁ କିପରି ନାଭିଗେଟ୍ କରାଯାଏ, ଶିଖିବା |
| 00:21 | ଏହି ସ୍କ୍ରିପ୍ଟ Chirag Ramanଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
| 00:30 | ଏହି ଟ୍ୟୁଟୋରିଆଲ୍ ଦେଖିସାରିଲା ପରେ, |
| 00:32 | ଅମେ ଗୋଟିଏ ନୂତନ camera view ପ୍ରାପ୍ତ କରିବା ପାଇଁ, କିପରି କ୍ୟାମେରାର ଅବସ୍ଥିତିକୁ ପରିବର୍ତ୍ତନ କରାଯାଏ ଶିଖିବା |
| 00:38 | କିପରି camera viewକୁ roll, pan, dolly ଓ track କରିପାରିବା |
| 00:43 | ଏବଂ fly ମୋଡ୍ ବ୍ୟବହାର କରି କିପରି ଗୋଟିଏ ନୁତନ କ୍ୟାମେରା ଭ୍ୟୁକୁ ଚୟନ କରିବା |
| 00:50 | ସିଷ୍ଟମରେ ବ୍ଲେଣ୍ଡର୍ କିପରି ଇନଷ୍ଟଲ୍ କରାଯାଏ ଆପଣ ଜାଣିସାରିଥିବେ ବୋଲି ମୁଁ ଆଶା କରୁଛି |
| 00:54 | ଯଦି ନୁହେଁ, ଦୟାକରି Installing Blender ଉପରେ ଥିବା ପୂର୍ବ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ |
| 01:02 | ଯେତେବେଳେ ବ୍ଲେଣ୍ଡର୍ ଖୋଲେ, 3D view ଡିଫଲ୍ଟ ଭାବେ User Perspective viewରେ ରହିଥାଏ |
| 01:11 | ବର୍ତ୍ତମାନ ଚାଲନ୍ତୁ, କ୍ୟମେରା ଭ୍ୟୁକୁ ଯିବା |
| 01:15 | 3D panelର ନିମ୍ନ ବାମ କୋଣରେ ଥିବା View ଟାବକୁ ଯା’ନ୍ତୁ |
| 01:21 | ମେନୁରେ ଥିବା Camera ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 01:25 | କୀବୋର୍ଡ୍ ସର୍ଟକଟ୍ ପାଇଁ, numpad 0 ଦାବନ୍ତୁ |
| 01:29 | ଯଦି ଆପଣ ଲାପଟପ୍ ବ୍ୟବହାର କରୁଛନ୍ତି ତେବେ, ସଂଖ୍ୟା କୀଗୁଡିକୁ numpad ଭାବେ ଅନୁକରଣ କରିପାରିବେ |
| 01:36 | numpadର ଅନୁକରଣକୁ ଶିଖିବା ପାଇଁ, User Preferences ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 01:45 | ଏହା Camera View ଅଟେ |
| 01:49 | ଆକ୍ଟିଭ୍ କ୍ୟାମେରା ପାଇଁ, ଡଟେଡ୍ ବକ୍ସ ଭ୍ୟୁ କ୍ଷେତ୍ର ଅଟେ |
| 01:55 | ଏହି ଡଟେଡ୍ ବକ୍ସ ମଧ୍ୟରେ ଥିବା ସମସ୍ତ ଅବଜେକ୍ଟଗୁଡିକ ରେଣ୍ଡର୍ ହେବେ |
| 02:01 | ପରବର୍ତ୍ତି ଟ୍ୟୁଟୋରିଆଲରେ Render settings ବିଷୟରେ ଆଲୋଚନା ହେବ |
| 02:05 | ଆପଣଙ୍କ ସାମ୍ପ୍ରତିକ view pointକୁ ମେଳ କରି, ଆକ୍ଟିଭ୍ କ୍ୟାମେରାକୁ ସ୍ଥାପନ କରିବା ଓ ଅବସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ବ୍ଲେଣ୍ଡର୍ ଅନୁମତି ପ୍ରଦାନ କରିଥାଏ |
| 02:11 | ଚାଲନ୍ତୁ ଏହା କିପରି କରାଯାଏ ଦେଖିବା |
| 02:15 | perspective viewକୁ ଫେରି ଯିବା ପାଇଁ Numpadରେ ଯିରୋ ଦାବନ୍ତୁ |
| 02:20 | ଆପଣ ଦେଖିପାରିବେ, numpadରେ ସର୍ଟକଟ୍ ଯିରୋ, କ୍ୟମେରା ଭ୍ୟୁକୁ ଯିବା ଓ ଫେରି ଆସିବା ପାଇଁ ଗୋଟିଏ toggle ଭଳି କାର୍ଯ୍ୟ କରେ |
| 02:26 | mouse wheel କିମ୍ବା MMB (middle mouse button)କୁ ଧରି ରଖନ୍ତୁ ଏବଂ ଗୋଟିଏ ସ୍ଥାନରେ ରଖିବା ପାଇଁ mouse ସାହାଯ୍ୟରେ ଭ୍ୟୁକୁ ରୋଟେଟ୍ କରନ୍ତୁ ଯେଉଁଠି ଆପଣ କ୍ୟାମେରାକୁ ସ୍ଥାପନ କରିବାକୁ ଚାହାଁନ୍ତି |
| 02:36 | ମୁଁ ଏହି ସ୍ଥାନକୁ ଚୟନ କରିଛି |
| 02:40 | Control, Alt & Num-Pad zeroକୁ ଦାବନ୍ତୁ |
| 02:46 | କ୍ୟାମେରା ଗୋଟିଏ ନୂତନ ସ୍ଥାନକୁ ଚାଲିଯିବ |
| 02:49 | ସମାନ ସମୟରେ 3D view, camera viewରେ ପରିବର୍ତ୍ତନ ହୋଇଯିବ |
| 02:54 | ବ୍ଲେଣ୍ଡର୍ କ୍ୟାମେରା ଉପରେ କିଛି ନାଭିଗେଶନାଲ୍ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥାଏ, ଯେପରିrolling, panning, tracking ପ୍ରଭୃତି |
| 03:03 | ସେଗୁଡିକୁ ବର୍ତ୍ତମାନ ଆମେ ଦେଖିବା |
| 03:05 | କ୍ୟାମେରାକୁ ଚୟନ କରିବା ପାଇଁ ଡଟେଡ୍ ବକ୍ସ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 03:10 | ଏହିଠାରୁ ଆପଣ, ଅନ୍ୟ ଅବଜେକ୍ଟକୁ ମାନିପୁଲେଟ୍ କଲା ଭଳି, କ୍ୟାମେରାକୁ ମଧ୍ୟ manipulate କରିପାରିବେ |
| 03:17 | ମନେରଖନ୍ତୁ ଯେ ଏହି କାର୍ଯ୍ୟଗୁଡିକୁ ସମ୍ପାଦନ କଲାବେଳେ ଆପଣଙ୍କୁ camera viewରେ ରହିବାକୁ ହେବ |
| 03:22 | ପ୍ରଥମ କାର୍ଯ୍ୟ ଯାହା ଆମେ ଦେଖିବା, କ୍ୟାମେରା ଭ୍ୟୁକୁ roll କରିବା |
| 03:26 | object rotation modeକୁ ପ୍ରବେଶ କରିବା ପାଇଁ ଆପଣଙ୍କ କୀବୋର୍ଡରେ R ଦାବନ୍ତୁ |
| 03:32 | ବର୍ତ୍ତମାନ ଆପଣଙ୍କ mouseକୁ ବାମରୁ ଡାହାଣକୁ ଏବଂ ଉପରୁ ତଳକୁ ଚାଳନା କରନ୍ତୁ |
| 03:42 | ଡିଫଲ୍ଟ ଭାବେ, ଏହା କ୍ୟାମେରାକୁ ଏହାର ଲୋକଲ୍ z-axis ଚାରିପଟେ ରୋଟେଟ୍ କରାଇବ ଯାହାର ଅର୍ଥ, ଆକ୍ସିସ ଚାରିପଟେ ଯାହା କ୍ୟାମେରା ଭ୍ୟୁ ମଧ୍ୟକୁ ଏବଂ ବାହାରକୁ ଚାଲିଆସେ |
| 03:53 | କାର୍ଯ୍ୟକୁ ବନ୍ଦ କରିବା ପାଇଁ ସ୍କ୍ରୀନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ କିମ୍ବା କୀବୋର୍ଡରେ Esc ଦାବନ୍ତୁ |
| 03:58 | ଏହା ଆପଣଙ୍କୁ ପୂର୍ବ କ୍ୟାମେରା ଭ୍ୟୁକୁ ଫେରାଇନେବ |
| 04:04 | ବର୍ତ୍ତମାନ, ଆମେ କ୍ୟାମେରା ଭ୍ୟୁର ପରବର୍ତ୍ତି କାର୍ଯ୍ୟ panningକୁ ଦେଖିବା |
| 04:09 | ଦୁଇଟି ଦିଗରେ Panning ହୁଏ – ବାମରୁ ଦାହାଣକୁ କିମ୍ବା ଉପରୁ ତଳକୁ |
| 04:15 | object rotation modeରେ ପ୍ରବେଶ କରିବା ପାଇଁ R ଦାବନ୍ତୁ. Xକୁ ଦୁଇଥର ଦାବନ୍ତୁ |
| 04:22 | ପ୍ରଥମ X, ରୋଟେଶନକୁ ଗ୍ଲୋବଲ୍ X-axisରେ ଲକ୍ କରିବ |
| 04:26 | ଦ୍ଵିତୀୟ X, ରୋଟେଶନକୁ ଲୋକଲ୍ X-axisରେ ଲକ୍ କରିବ |
| 04:31 | ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ global ଓ local ଟ୍ରାନ୍ସଫର୍ମ ଅକ୍ସିସ୍ ଉପରେ ସବିଶେଷ ଆଲୋଚନ କରିବା |
| 04:38 | ବର୍ତ୍ତମାନ mouseକୁ ତଳ ଉପର ଚାଳନା କରନ୍ତୁ |
| 04:42 | Camera view ତଳ ଉପର pan ହେବ |
| 04:47 | ବର୍ତ୍ତମାନ, Yକୁ ଦୁଇଥର ଦାବନ୍ତୁ |
| 04:51 | ପ୍ରଥମ y, ରୋଟେଶନକୁ ଗ୍ଲୋବଲ୍ y -axisରେ ଲକ୍ କରିବ |
| 04:56 | ଦ୍ଵିତୀୟ y, ରୋଟେଶନକୁ ଲୋକଲ୍ y-axisରେ ଲକ୍ କରିବ |
| 05:00 | ବର୍ତ୍ତମାନ, mouseକୁ ବାମ ଡାହାଣ ଚାଳନା କରନ୍ତୁ |
| 05:05 | Camera view ବାମରୁ ଡାହାଣକୁ ଏବଂ ବିପରୀତରେ ମଧ୍ୟ pan ହେବ |
| 05:12 | କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
| 05:16 | ତା’ପରେ, ଆମେ କ୍ୟାମେରା ଭ୍ୟୁକୁ dolly କରିବା. ଏହା କରିବା ପାଇଁ ଦୁଇଟି ମାର୍ଗ ଅଛି |
| 05:21 | ପ୍ରଥମେ, କ୍ୟାମେରାକୁ ଗ୍ରାବ୍ କରିବା ପାଇଁ G ଦାବନ୍ତୁ |
| 05:25 | Mouse wheel ବା MMBକୁ ଦାବି ଧରି mouseକୁ ତଳ ଉପର ଚାଳନା କରନ୍ତୁ |
| 05:43 | ଦ୍ଵିତୀୟ ମାର୍ଗ ହେଉଛି, ଆପଣ କ୍ୟାମେରାକୁ ଏହାର ଲୋକଲ୍ z axis ଚାରିପଟେ ଚାଳନା କରିପାରିବେ. G ଦାବନ୍ତୁ |
| 05:53 | ତା’ପରେ କ୍ୟାମେରାକୁ ଲୋକଲ୍ z axis ସହିତ ଲକ୍ କରିବା ପାଇଁ Zକୁ ଦୁଇଥର ଦାବନ୍ତୁ |
| 05:59 | ବର୍ତ୍ତମାନ mouseକୁ ତଳ ଉପର ଚାଳନା କରିବା ଦ୍ଵାରା ସମାନ ପରିଣାମ ପ୍ରାପ୍ତ ହେବ |
| 06:11 | କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
| 06:15 | କ୍ୟାମେରା ଭ୍ୟୁକୁ ବାମ ଡାହାଣ କିମ୍ବା ତଳ ଉପର ଟ୍ରାକ୍ କରିବା, ଲୋକଲ୍ X କିମ୍ବା Y axes ଚାରିପଟେ ବୁଲିବା ସହ ସଂସ୍ଳିଷ୍ଟ ଅଟେ |
| 06:24 | G ଦାବନ୍ତୁ, Xକୁ ଦୁଇଥର ଦାବନ୍ତୁ ଏବଂ mouseକୁ ବାମ ଡାହାଣକୁ ଚାଳନା କରନ୍ତୁ |
| 06:35 | Camera view ବାମରୁ ଡାହାଣକୁ ଏବଂ ବିପରୀତରେ ମଧ୍ୟ track ହୋଇଥାଏ |
| 06:42 | ବର୍ତ୍ତମାନ Yକୁ ଦୁଇଥର ଦାବନ୍ତୁ ଏବଂ mouseକୁ ତଳ ଉପର ଚାଳନା କରନ୍ତୁ |
| 06:48 | କ୍ୟାମେରା ଭ୍ୟୁ ତଳ ଉପର ଟ୍ରାକ୍ ହେବ |
| 06:53 | କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
| 06:59 | ବ୍ଲେଣ୍ଡର୍ କ୍ୟାମେରା ପାଇଁ ଗୋଟିଏ fly mode ମଧ୍ୟ ଉପଲବ୍ଧ କରାଇଥାଏ |
| 07:05 | fly modeରେ ପ୍ରବେଶ କରିବା ପାଇଁ, Shift, Fକୁ ଦାବନ୍ତୁ |
| 07:10 | ବର୍ତ୍ତମାନ, ଆପଣ କ୍ୟାମେରା ଭ୍ୟୁକୁ ତିନୋଟି ମାର୍ଗରେ ଚାଳନା କରିପାରିବେ |
| 07:14 | ପ୍ରଥମେ କୀବୋର୍ଡରେ shortcut କୀଗୁଡିକୁ ବ୍ୟବହାର କରି, କରିପାରିବେ |
| 07:19 | zoom-in କରିବା ପାଇଁ କୀବୋର୍ଡରେ W ଦାବନ୍ତୁ |
| 07:30 | zoom-out ପାଇଁ S ଦାବନ୍ତୁ |
| 07:40 | ବାମ ପଟକୁ ଘୁଞ୍ଚିବା ପାଇଁ, A ଦାବନ୍ତୁ |
| 07:51 | ଡାହାଣ ପଟକୁ ଘୁଞ୍ଚିବା ପାଇଁ, D ଦାବନ୍ତୁ |
| 08:02 | କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
| 08:05 | ଦ୍ଵିତୀୟ ମାର୍ଗ ହେଉଛି, fly modeରେ କ୍ୟାମେରା ଭ୍ୟୁକୁ zoom in ଏବଂ out କରିବା ପାଇଁ mouse wheel କିମ୍ବା scrollର ବ୍ୟବହାର କରିବା |
| 08:13 | fly ମୋଡରେ ପ୍ରବେଶ କରିବା ପାଇଁ Shift, F ଦାବନ୍ତୁ |
| 08:18 | zoom-in କରିବା ପାଇଁ mouse wheelକୁ ଉପରକୁ ସ୍କ୍ରୋଲ୍ କରନ୍ତୁ |
| 08:25 | ସର୍ଟକଟ୍ ପାଇଁ, numpad, + ଦାବନ୍ତୁ |
| 08:30 | zoom out କରିବା ପାଇଁ mouse wheelକୁ ତଳକୁ ସ୍କ୍ରୋଲ୍ କରନ୍ତୁ |
| 08:38 | ସର୍ଟକଟ୍ ପାଇଁ, numpad, - ଦାବନ୍ତୁ |
| 08:43 | କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
| 08:49 | ଶେଷ ମାର୍ଗ ହେଉଛି- fly modeରେ କ୍ୟାମେରା ଭ୍ୟୁକୁ ବାମରୁ ଡାହାଣକୁ ଏବଂ ବିପରୀତରେ ଚାଳନା କରିବା ପାଇଁ mouse wheel ବା scrollକୁ ବ୍ୟବହାର କରିବା |
| 08:59 | fly ମୋଡରେ ପ୍ରବେଶ କରିବା ପାଇଁ Shift, F ଦାବନ୍ତୁ |
| 09:04 | D ଦାବନ୍ତୁ ଏବଂ mouse wheelକୁ ତଳକୁ ଓ ଉପରକୁ ସ୍କ୍ରୋଲ୍ କରନ୍ତୁ |
| 09:13 | କ୍ୟାମେରା ଭ୍ୟୁ ବାମରୁ ଡାହାଣକୁ ଏବଂ ବିପରୀତରେ ମଧ୍ୟ ଚାଳିତ ହେବ |
| 09:28 | କ୍ୟାମେରା ଭ୍ୟୁକୁ ଲକ୍ କରିବା ପାଇଁ ସ୍କ୍ରୀନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 09:33 | ବର୍ତ୍ତମାନ ଏହା ଆପଣଙ୍କର ନୂତନ କ୍ୟାମେରା ଭ୍ୟୁ ଅଟେ |
| 09:38 | ଏହା ଆମର Navigation - Camera View ଉପରେ ଟ୍ୟୁଟୋରିଆଲକୁ ସମାପ୍ତ କରେ |
| 09:43 | ବର୍ତ୍ତମାନ ଗୋଟିଏ ନୂଆ ଫାଇଲରେ, |
| 09:45 | କ୍ୟାମେରା ଓ କ୍ୟାମେରା ଭ୍ୟୁର ସ୍ଥାନ ପରିବର୍ତ୍ତନ କରନ୍ତୁ. ଆପଣଙ୍କ କ୍ୟାମେରା ଭ୍ୟୁକୁ Roll, pan, dolly ଓ track କରନ୍ତୁ |
| 09:54 | ଏବଂ ଗୋଟିଏ ନୂତନ କ୍ୟାମେରା ଭ୍ୟୁକୁ ଚୟନ କରିବା ପାଇଁ fly mode ବ୍ୟବହାର କରନ୍ତୁ |
| 10:00 | ଏହା ପ୍ରୋଜେକ୍ଟ Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:08 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
| 10:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
| 10:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:33 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 10:38 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ |
| 10:45 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
| 10:47 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |