Blender/C2/Camera-View-Settings/Oriya

From Script | Spoken-Tutorial
Jump to: navigation, search
Time Narration
00:07 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:11 ଏହି ଟ୍ୟୁଟୋରିଆଲ୍ Navigation – Camera view ଉପରେ ପର୍ଯ୍ୟବସିତ ଅଟେ
00:16 ଆମେ Blender 2.59ରେ କ୍ୟାମେରାକୁ କିପରି ନାଭିଗେଟ୍ କରାଯାଏ, ଶିଖିବା
00:21 ଏହି ସ୍କ୍ରିପ୍ଟ Chirag Ramanଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:30 ଏହି ଟ୍ୟୁଟୋରିଆଲ୍ ଦେଖିସାରିଲା ପରେ,
00:32 ଅମେ ଗୋଟିଏ ନୂତନ camera view ପ୍ରାପ୍ତ କରିବା ପାଇଁ, କିପରି କ୍ୟାମେରାର ଅବସ୍ଥିତିକୁ ପରିବର୍ତ୍ତନ କରାଯାଏ ଶିଖିବା
00:38 କିପରି camera viewକୁ roll, pan, dolly ଓ track କରିପାରିବା
00:43 ଏବଂ fly ମୋଡ୍ ବ୍ୟବହାର କରି କିପରି ଗୋଟିଏ ନୁତନ କ୍ୟାମେରା ଭ୍ୟୁକୁ ଚୟନ କରିବା
00:50 ସିଷ୍ଟମରେ ବ୍ଲେଣ୍ଡର୍ କିପରି ଇନଷ୍ଟଲ୍ କରାଯାଏ ଆପଣ ଜାଣିସାରିଥିବେ ବୋଲି ମୁଁ ଆଶା କରୁଛି
00:54 ଯଦି ନୁହେଁ, ଦୟାକରି Installing Blender ଉପରେ ଥିବା ପୂର୍ବ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ
01:02 ଯେତେବେଳେ ବ୍ଲେଣ୍ଡର୍ ଖୋଲେ, 3D view ଡିଫଲ୍ଟ ଭାବେ User Perspective viewରେ ରହିଥାଏ
01:11 ବର୍ତ୍ତମାନ ଚାଲନ୍ତୁ, କ୍ୟମେରା ଭ୍ୟୁକୁ ଯିବା
01:15 3D panelର ନିମ୍ନ ବାମ କୋଣରେ ଥିବା View ଟାବକୁ ଯା’ନ୍ତୁ
01:21 ମେନୁରେ ଥିବା Camera ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
01:25 କୀବୋର୍ଡ୍ ସର୍ଟକଟ୍ ପାଇଁ, numpad 0 ଦାବନ୍ତୁ
01:29 ଯଦି ଆପଣ ଲାପଟପ୍ ବ୍ୟବହାର କରୁଛନ୍ତି ତେବେ, ସଂଖ୍ୟା କୀଗୁଡିକୁ numpad ଭାବେ ଅନୁକରଣ କରିପାରିବେ
01:36 numpadର ଅନୁକରଣକୁ ଶିଖିବା ପାଇଁ, User Preferences ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
01:45 ଏହା Camera View ଅଟେ
01:49 ଆକ୍ଟିଭ୍ କ୍ୟାମେରା ପାଇଁ, ଡଟେଡ୍ ବକ୍ସ ଭ୍ୟୁ କ୍ଷେତ୍ର ଅଟେ
01:55 ଏହି ଡଟେଡ୍ ବକ୍ସ ମଧ୍ୟରେ ଥିବା ସମସ୍ତ ଅବଜେକ୍ଟଗୁଡିକ ରେଣ୍ଡର୍ ହେବେ
02:01 ପରବର୍ତ୍ତି ଟ୍ୟୁଟୋରିଆଲରେ Render settings ବିଷୟରେ ଆଲୋଚନା ହେବ
02:05 ଆପଣଙ୍କ ସାମ୍ପ୍ରତିକ view pointକୁ ମେଳ କରି, ଆକ୍ଟିଭ୍ କ୍ୟାମେରାକୁ ସ୍ଥାପନ କରିବା ଓ ଅବସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ବ୍ଲେଣ୍ଡର୍ ଅନୁମତି ପ୍ରଦାନ କରିଥାଏ
02:11 ଚାଲନ୍ତୁ ଏହା କିପରି କରାଯାଏ ଦେଖିବା
02:15 perspective viewକୁ ଫେରି ଯିବା ପାଇଁ Numpadରେ ଯିରୋ ଦାବନ୍ତୁ
02:20 ଆପଣ ଦେଖିପାରିବେ, numpadରେ ସର୍ଟକଟ୍ ଯିରୋ, କ୍ୟମେରା ଭ୍ୟୁକୁ ଯିବା ଓ ଫେରି ଆସିବା ପାଇଁ ଗୋଟିଏ toggle ଭଳି କାର୍ଯ୍ୟ କରେ
02:26 mouse wheel କିମ୍ବା MMB (middle mouse button)କୁ ଧରି ରଖନ୍ତୁ ଏବଂ ଗୋଟିଏ ସ୍ଥାନରେ ରଖିବା ପାଇଁ mouse ସାହାଯ୍ୟରେ ଭ୍ୟୁକୁ ରୋଟେଟ୍ କରନ୍ତୁ ଯେଉଁଠି ଆପଣ କ୍ୟାମେରାକୁ ସ୍ଥାପନ କରିବାକୁ ଚାହାଁନ୍ତି
02:36 ମୁଁ ଏହି ସ୍ଥାନକୁ ଚୟନ କରିଛି
02:40 Control, Alt & Num-Pad zeroକୁ ଦାବନ୍ତୁ
02:46 କ୍ୟାମେରା ଗୋଟିଏ ନୂତନ ସ୍ଥାନକୁ ଚାଲିଯିବ
02:49 ସମାନ ସମୟରେ 3D view, camera viewରେ ପରିବର୍ତ୍ତନ ହୋଇଯିବ
02:54 ବ୍ଲେଣ୍ଡର୍ କ୍ୟାମେରା ଉପରେ କିଛି ନାଭିଗେଶନାଲ୍ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥାଏ, ଯେପରିrolling, panning, tracking ପ୍ରଭୃତି
03:03 ସେଗୁଡିକୁ ବର୍ତ୍ତମାନ ଆମେ ଦେଖିବା
03:05 କ୍ୟାମେରାକୁ ଚୟନ କରିବା ପାଇଁ ଡଟେଡ୍ ବକ୍ସ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
03:10 ଏହିଠାରୁ ଆପଣ, ଅନ୍ୟ ଅବଜେକ୍ଟକୁ ମାନିପୁଲେଟ୍ କଲା ଭଳି, କ୍ୟାମେରାକୁ ମଧ୍ୟ manipulate କରିପାରିବେ
03:17 ମନେରଖନ୍ତୁ ଯେ ଏହି କାର୍ଯ୍ୟଗୁଡିକୁ ସମ୍ପାଦନ କଲାବେଳେ ଆପଣଙ୍କୁ camera viewରେ ରହିବାକୁ ହେବ
03:22 ପ୍ରଥମ କାର୍ଯ୍ୟ ଯାହା ଆମେ ଦେଖିବା, କ୍ୟାମେରା ଭ୍ୟୁକୁ roll କରିବା
03:26 object rotation modeକୁ ପ୍ରବେଶ କରିବା ପାଇଁ ଆପଣଙ୍କ କୀବୋର୍ଡରେ R ଦାବନ୍ତୁ
03:32 ବର୍ତ୍ତମାନ ଆପଣଙ୍କ mouseକୁ ବାମରୁ ଡାହାଣକୁ ଏବଂ ଉପରୁ ତଳକୁ ଚାଳନା କରନ୍ତୁ
03:42 ଡିଫଲ୍ଟ ଭାବେ, ଏହା କ୍ୟାମେରାକୁ ଏହାର ଲୋକଲ୍ z-axis ଚାରିପଟେ ରୋଟେଟ୍ କରାଇବ ଯାହାର ଅର୍ଥ, ଆକ୍ସିସ ଚାରିପଟେ ଯାହା କ୍ୟାମେରା ଭ୍ୟୁ ମଧ୍ୟକୁ ଏବଂ ବାହାରକୁ ଚାଲିଆସେ
03:53 କାର୍ଯ୍ୟକୁ ବନ୍ଦ କରିବା ପାଇଁ ସ୍କ୍ରୀନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ କିମ୍ବା କୀବୋର୍ଡରେ Esc ଦାବନ୍ତୁ
03:58 ଏହା ଆପଣଙ୍କୁ ପୂର୍ବ କ୍ୟାମେରା ଭ୍ୟୁକୁ ଫେରାଇନେବ
04:04 ବର୍ତ୍ତମାନ, ଆମେ କ୍ୟାମେରା ଭ୍ୟୁର ପରବର୍ତ୍ତି କାର୍ଯ୍ୟ panningକୁ ଦେଖିବା
04:09 ଦୁଇଟି ଦିଗରେ Panning ହୁଏ – ବାମରୁ ଦାହାଣକୁ କିମ୍ବା ଉପରୁ ତଳକୁ
04:15 object rotation modeରେ ପ୍ରବେଶ କରିବା ପାଇଁ R ଦାବନ୍ତୁ. Xକୁ ଦୁଇଥର ଦାବନ୍ତୁ
04:22 ପ୍ରଥମ X, ରୋଟେଶନକୁ ଗ୍ଲୋବଲ୍ X-axisରେ ଲକ୍ କରିବ
04:26 ଦ୍ଵିତୀୟ X, ରୋଟେଶନକୁ ଲୋକଲ୍ X-axisରେ ଲକ୍ କରିବ
04:31 ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ global ଓ local ଟ୍ରାନ୍ସଫର୍ମ ଅକ୍ସିସ୍ ଉପରେ ସବିଶେଷ ଆଲୋଚନ କରିବା
04:38 ବର୍ତ୍ତମାନ mouseକୁ ତଳ ଉପର ଚାଳନା କରନ୍ତୁ
04:42 Camera view ତଳ ଉପର pan ହେବ
04:47 ବର୍ତ୍ତମାନ, Yକୁ ଦୁଇଥର ଦାବନ୍ତୁ
04:51 ପ୍ରଥମ y, ରୋଟେଶନକୁ ଗ୍ଲୋବଲ୍ y -axisରେ ଲକ୍ କରିବ
04:56 ଦ୍ଵିତୀୟ y, ରୋଟେଶନକୁ ଲୋକଲ୍ y-axisରେ ଲକ୍ କରିବ
05:00 ବର୍ତ୍ତମାନ, mouseକୁ ବାମ ଡାହାଣ ଚାଳନା କରନ୍ତୁ
05:05 Camera view ବାମରୁ ଡାହାଣକୁ ଏବଂ ବିପରୀତରେ ମଧ୍ୟ pan ହେବ
05:12 କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
05:16 ତା’ପରେ, ଆମେ କ୍ୟାମେରା ଭ୍ୟୁକୁ dolly କରିବା. ଏହା କରିବା ପାଇଁ ଦୁଇଟି ମାର୍ଗ ଅଛି
05:21 ପ୍ରଥମେ, କ୍ୟାମେରାକୁ ଗ୍ରାବ୍ କରିବା ପାଇଁ G ଦାବନ୍ତୁ
05:25 Mouse wheel ବା MMBକୁ ଦାବି ଧରି mouseକୁ ତଳ ଉପର ଚାଳନା କରନ୍ତୁ
05:43 ଦ୍ଵିତୀୟ ମାର୍ଗ ହେଉଛି, ଆପଣ କ୍ୟାମେରାକୁ ଏହାର ଲୋକଲ୍ z axis ଚାରିପଟେ ଚାଳନା କରିପାରିବେ. G ଦାବନ୍ତୁ
05:53 ତା’ପରେ କ୍ୟାମେରାକୁ ଲୋକଲ୍ z axis ସହିତ ଲକ୍ କରିବା ପାଇଁ Zକୁ ଦୁଇଥର ଦାବନ୍ତୁ
05:59 ବର୍ତ୍ତମାନ mouseକୁ ତଳ ଉପର ଚାଳନା କରିବା ଦ୍ଵାରା ସମାନ ପରିଣାମ ପ୍ରାପ୍ତ ହେବ
06:11 କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
06:15 କ୍ୟାମେରା ଭ୍ୟୁକୁ ବାମ ଡାହାଣ କିମ୍ବା ତଳ ଉପର ଟ୍ରାକ୍ କରିବା, ଲୋକଲ୍ X କିମ୍ବା Y axes ଚାରିପଟେ ବୁଲିବା ସହ ସଂସ୍ଳିଷ୍ଟ ଅଟେ
06:24 G ଦାବନ୍ତୁ, Xକୁ ଦୁଇଥର ଦାବନ୍ତୁ ଏବଂ mouseକୁ ବାମ ଡାହାଣକୁ ଚାଳନା କରନ୍ତୁ
06:35 Camera view ବାମରୁ ଡାହାଣକୁ ଏବଂ ବିପରୀତରେ ମଧ୍ୟ track ହୋଇଥାଏ
06:42 ବର୍ତ୍ତମାନ Yକୁ ଦୁଇଥର ଦାବନ୍ତୁ ଏବଂ mouseକୁ ତଳ ଉପର ଚାଳନା କରନ୍ତୁ
06:48 କ୍ୟାମେରା ଭ୍ୟୁ ତଳ ଉପର ଟ୍ରାକ୍ ହେବ
06:53 କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
06:59 ବ୍ଲେଣ୍ଡର୍ କ୍ୟାମେରା ପାଇଁ ଗୋଟିଏ fly mode ମଧ୍ୟ ଉପଲବ୍ଧ କରାଇଥାଏ
07:05 fly modeରେ ପ୍ରବେଶ କରିବା ପାଇଁ, Shift, Fକୁ ଦାବନ୍ତୁ
07:10 ବର୍ତ୍ତମାନ, ଆପଣ କ୍ୟାମେରା ଭ୍ୟୁକୁ ତିନୋଟି ମାର୍ଗରେ ଚାଳନା କରିପାରିବେ
07:14 ପ୍ରଥମେ କୀବୋର୍ଡରେ shortcut କୀଗୁଡିକୁ ବ୍ୟବହାର କରି, କରିପାରିବେ
07:19 zoom-in କରିବା ପାଇଁ କୀବୋର୍ଡରେ W ଦାବନ୍ତୁ
07:30 zoom-out ପାଇଁ S ଦାବନ୍ତୁ
07:40 ବାମ ପଟକୁ ଘୁଞ୍ଚିବା ପାଇଁ, A ଦାବନ୍ତୁ
07:51 ଡାହାଣ ପଟକୁ ଘୁଞ୍ଚିବା ପାଇଁ, D ଦାବନ୍ତୁ
08:02 କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
08:05 ଦ୍ଵିତୀୟ ମାର୍ଗ ହେଉଛି, fly modeରେ କ୍ୟାମେରା ଭ୍ୟୁକୁ zoom in ଏବଂ out କରିବା ପାଇଁ mouse wheel କିମ୍ବା scrollର ବ୍ୟବହାର କରିବା
08:13 fly ମୋଡରେ ପ୍ରବେଶ କରିବା ପାଇଁ Shift, F ଦାବନ୍ତୁ
08:18 zoom-in କରିବା ପାଇଁ mouse wheelକୁ ଉପରକୁ ସ୍କ୍ରୋଲ୍ କରନ୍ତୁ
08:25 ସର୍ଟକଟ୍ ପାଇଁ, numpad, + ଦାବନ୍ତୁ
08:30 zoom out କରିବା ପାଇଁ mouse wheelକୁ ତଳକୁ ସ୍କ୍ରୋଲ୍ କରନ୍ତୁ
08:38 ସର୍ଟକଟ୍ ପାଇଁ, numpad, - ଦାବନ୍ତୁ
08:43 କ୍ୟାମେରା ଭ୍ୟୁକୁ ଫେରିଯିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
08:49 ଶେଷ ମାର୍ଗ ହେଉଛି- fly modeରେ କ୍ୟାମେରା ଭ୍ୟୁକୁ ବାମରୁ ଡାହାଣକୁ ଏବଂ ବିପରୀତରେ ଚାଳନା କରିବା ପାଇଁ mouse wheel ବା scrollକୁ ବ୍ୟବହାର କରିବା
08:59 fly ମୋଡରେ ପ୍ରବେଶ କରିବା ପାଇଁ Shift, F ଦାବନ୍ତୁ
09:04 D ଦାବନ୍ତୁ ଏବଂ mouse wheelକୁ ତଳକୁ ଓ ଉପରକୁ ସ୍କ୍ରୋଲ୍ କରନ୍ତୁ
09:13 କ୍ୟାମେରା ଭ୍ୟୁ ବାମରୁ ଡାହାଣକୁ ଏବଂ ବିପରୀତରେ ମଧ୍ୟ ଚାଳିତ ହେବ
09:28 କ୍ୟାମେରା ଭ୍ୟୁକୁ ଲକ୍ କରିବା ପାଇଁ ସ୍କ୍ରୀନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
09:33 ବର୍ତ୍ତମାନ ଏହା ଆପଣଙ୍କର ନୂତନ କ୍ୟାମେରା ଭ୍ୟୁ ଅଟେ
09:38 ଏହା ଆମର Navigation - Camera View ଉପରେ ଟ୍ୟୁଟୋରିଆଲକୁ ସମାପ୍ତ କରେ
09:43 ବର୍ତ୍ତମାନ ଗୋଟିଏ ନୂଆ ଫାଇଲରେ,
09:45 କ୍ୟାମେରା ଓ କ୍ୟାମେରା ଭ୍ୟୁର ସ୍ଥାନ ପରିବର୍ତ୍ତନ କରନ୍ତୁ. ଆପଣଙ୍କ କ୍ୟାମେରା ଭ୍ୟୁକୁ Roll, pan, dolly ଓ track କରନ୍ତୁ
09:54 ଏବଂ ଗୋଟିଏ ନୂତନ କ୍ୟାମେରା ଭ୍ୟୁକୁ ଚୟନ କରିବା ପାଇଁ fly mode ବ୍ୟବହାର କରନ୍ତୁ
10:00 ଏହା ପ୍ରୋଜେକ୍ଟ Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:08 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
10:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
10:30 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:33 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
10:38 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ
10:45 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
10:47 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep