Digital-Divide/C2/Model-Village-Hiware-Bazar/Oriya

From Script | Spoken-Tutorial
Revision as of 17:14, 15 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Model Village : Hiware Bazar ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା-
00:09 1. Hiware ବଜାରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା
00:13 2. Hiware ବଜାରର ସାମ୍ପ୍ରତିକ ଅବସ୍ଥା ଏବଂ
00:16 3. କାର୍ଯ୍ୟକଳାପ ଯାହା ଏହି ସବୁ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି
00:20 Hiware ବଜାରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା:
00:24 Hiware ବଜାରର ଲୋକମାନେ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରନ୍ତି
00:29 ପ୍ରଚୁର ମୃତ୍ତିକା କ୍ଷୟ, ଚାଷ ଜମିର ମାନକୁ ହ୍ରାସ କରିଦେଉଛି
00:35 ପାନୀୟ ଜଳର ଘୋର ଅଭାବ
00:40 ସେମାନଙ୍କ ପାଖରେ ପଶୁ ଖାଦ୍ୟର ଅଭାବ ରହିଛି
00:44 ଜାଳେଣି ମଧ୍ୟ ଉପଲବ୍ଧ ନାହିଁ
00:49 ଏଗୁଡିକ ନିମ୍ନଲିଖିତ ସାମାଜିକ ସମସ୍ୟା ସୃଷ୍ଟି କରେ, ଯେପରି:
00:53 ବେକାରି;
00:55 ଲୋକମାନେ କାମଧନ୍ଦା ପାଇବା କଷ୍ଟକର ହୋଇପଡେ
00:58 ଦେଶାନ୍ତର;
01:00 ଲୋକମାନେ ଗାଁ ଛାଡିବା ଆରମ୍ଭ କରନ୍ତି
01:03 ଏବଂ ଅପରାଧର ହାର ବଢିଚାଲେ
01:06 Hiware ବଜାରର ସାମ୍ପ୍ରତିକ ଅବସ୍ଥା:
01:09 2012ରେ Per capita ଇନକମ୍ 1995ରେ ଥିବା 830 ରୁପୀରୁ 30,000 ରୁପୀକୁ ବୃଦ୍ଧି ହୋଇଛି
01:19 ଗ୍ରାମରେ 60 ଜଣ କୋଟୀପତି ଅଛନ୍ତି
01:23 ଗରିବ ରେଖା ତଳେ ଥିବା ପରିବାରର ସଂଖ୍ୟା 1995ରେ ଥିବା 168 ଜଣରୁ 2012ରେ ଏହା କେବଳ 3କୁ ହ୍ରାସ ପାଇଛି
01:34 ଏହି ସମୟରେ ଦୁଗ୍ଧ ଉତ୍ପାଦନ ଦିନରେ 150 ଲିଟରରୁ 4000 ଲିଟରକୁ ବୃଦ୍ଧି ହୋଇଛି
01:43 ଶିକ୍ଷାର ହାର 30% ରୁ 95%କୁ ବୃଦ୍ଧି ହୋଇଛି
01:51 ଅପରାଧ ହାର ବହୁ ପରିମାଣରେ ହ୍ରାସ ପାଇଛି
01:54 ଏବଂ ନିଯୁକ୍ତି ମଧ୍ୟ ବୃଦ୍ଧି ହୋଇଛି
01:57 କାର୍ଯ୍ୟକଳାପ ଯାହା ଅବସ୍ଥା ସୁଧାରିବାରେ ସହାୟକ ହୋଇଛି-
02:00 ପଞ୍ଚ ଶାଖା ବିଶିଷ୍ଟ ଉଦ୍ୟମ ବା Panchsutri:
02:05 1. ସ୍ଵେଚ୍ଛାକୃତ ନିଶୁଳ୍କ କାମ କରିବା ବା Shramdaan
02:09 2. ଗୋରୁ ଚରାଇବା ଉପରେ କଟକଣା ବା Charai bandi
02:14 3. ଗଛ କଟା ଉପରେ କଟକଣା ବା Kurhad bandi
02:19 4. ମଦ ଉପରେ କଟକଣା ବା Nasha Bandi
02:25 5. ପରିବାର ନିୟନ୍ତ୍ରଣ ବା Kutumb Niyojan
02:30 Shramdaan-
02:32 ଗୋଷ୍ଠୀ ଉନ୍ନୟନ ସକାଶେ ଲୋକମାନେ ମିଳିମିଶି କାମ କରିବା ଆରମ୍ଭ କଲେ
02:38 ଗ୍ରାମବାସୀ ଗୋଟିଏ କାର୍ଯ୍ୟ ପ୍ରଣାଳୀ ସୃଷ୍ଟି କଲେ
02:42 ସେମାନେ ମିଳିମିଶି ନିକଟସ୍ଥ ପାହାଡରେ ଜଳର ସ୍ରୋତକୁ ହ୍ରାସ କରିବା ପାଇଁ ଗୋଟିଏ ଚେକ୍ ଡ୍ୟାମ୍ ତିଆରି କରିବା ସକାଶେ ଆଗଭର ହେଲେ
02:50 ଚେକ୍ ଡ୍ୟାମ୍, ଭୂମିତଳ ଜଳର ସ୍ତରରେ ବୃଦ୍ଧି ଏବଂ ମୃତ୍ତିକା କ୍ଷୟକୁ ରୋକିବାରେ ସହାୟକ ହୋଇଛି
02:58 CharaiBandi-
03:00 ଅତିମାତ୍ରାରେ ଗୋରୁ ଚରାଇବା ବନ୍ଦ ହେଲା
03:05 ଅତିମାତ୍ରାରେ ଗୋରୁ ଚରାଇବା, ମରୁରେ ପରିଣତ କରିବା ଏବଂ ମୃତ୍ତିକା କ୍ଷୟକୁ ଜନ୍ମ ଦିଏ
03:12 ଚରାଇବା ଉପରେ କଟକଣା
03:14 ଘାସ ଉତ୍ପାଦନ, 1994-95ରେ 200 ଟନରୁ 2001-2002ରେ 5000-6000 ଟନକୁ ବୃଦ୍ଧି ହେଲା
03:30 Kurhad Bandi-
03:32 ଗଛକଟା ବନ୍ଦ ହେଲା
03:35 ଗଛମାନେ ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରନ୍ତି
03:40 ମୃତ୍ତିକା କ୍ଷୟ, ଭୁମିର ଅବକ୍ଷୟ କରେ ଏବଂ ଏହା ଦ୍ଵାରା ଜମିର ଉତ୍ପାଦନ ହ୍ରାସ ପାଏ
03:47 ଗଛଗୁଡିକ ବର୍ଷା ପାଣିକୁ ମନ୍ଥର କରିଦିଅନ୍ତି ଏବଂ ଭୁମିତଳ ଜଳ ସ୍ତରର ବୃଦ୍ଧିରେ ସାହାଯ୍ୟ କରନ୍ତି
03:54 ଗଛର ବର୍ଯ୍ୟବସ୍ତୁଗୁଡିକ ମୃତ୍ତିକାର ଉର୍ବରତା ବୃଦ୍ଧିରେ ଦରକାରୀ ଅଟନ୍ତି
04:00 Nasha Bandi-
04:02 22 ସଂଖ୍ୟକ ମଦ ଦୋକାନ ବନ୍ଦ ହେଲା
04:05 ମଦ ଓ ତମାଖୁ ସେବନକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଗଲା
04:10 Gram Sabha, ମଦ ଦୋକାନ ଥିବା ଲୋକମାନଙ୍କୁ ୠଣ ଯୋଗାଇବା ପାଇଁ ବ୍ୟାଙ୍କଗୁଡିକ ସହ ମିଶିଲେ
04:17 ଅପରାଧର ହାର କମିଲା
04:20 ଲୋକମାନେ ଅଧିକ ଉତ୍ପାଦନ କ୍ଷମ କାମରେ ନିୟୋଜିତ ହେଲେ ଯାହା ଗୋଷ୍ଠୀ ପାଇଁ ସାହାଯ୍ୟକାରୀ ହେଲା
04:26 Kutumb Niyojan-
04:28 ପରିବାର ପିଛା ଗୋଟିଏ ଶିଶୁ, ନିୟମକୁ କଡାକଡି ଭାବେ ଲାଗୁ କରାଗଲା
04:33 ଜନ୍ମ ହାର ଥାଉଜାଣ୍ଡ୍ ପିଛା 11 କୁ ହ୍ରାସ ପାଇଲା
04:39 ଏହା ମହିଳାମାନଙ୍କୁ ଗର୍ଭଜନିତ ବିପଦରୁ ରକ୍ଷାକରେ
04:44 ପରିବାର ନିୟୋଜନ ଶିଶୁ ମୃତ୍ୟୁ ହାରକୁ ମଧ୍ୟ ହ୍ରାସ କରେ
04:49 ଏହା ଲୋକମାନଙ୍କୁ କ୍ଷମତାସମ୍ପନ୍ନ ଏବଂ ପାରିବାରିକ ଶିକ୍ଷାର ଉନ୍ନତି କରିବାରେ ସାହାଯ୍ୟ କରେ
04:55 ପରିବାର ନିୟୋଜନ ଗୋଟିଏ ଉନ୍ନତ ଗୋଷ୍ଠୀର ସୃଷ୍ଟିର ଚାବି କାଠି ଅଟେ
05:01 ଏହି ଟ୍ୟୁଟୋରିଆଲରେ, ଆମେ ଉପନିତ ହେଲୁ ଯେ:
05:04 ମିଳିତ ଉଦ୍ୟମ, ଗ୍ରାମରେ ବିଶାଳ ପରିବର୍ତ୍ତନ ଆଣିପାରେ
05:09 Panchsutri ନିୟମଗୁଡିକ, ବହୁତ ଲାଭଦାୟକ ଭାବେ ପ୍ରମାଣିତ ହୋଇଛି
05:15 ଏହି କାର୍ଯ୍ୟାବଳୀଗୁଡିକର ଅନୁସରଣ, ଏହିଭଳି ଅନେକ ଆଦର୍ଶ ଗ୍ରାମର ସୃଷ୍ଟିର କାରଣ ହୋଇପାରେ
05:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
05:24 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
05:28 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:32 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05:44 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
05:48 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ
05:55 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
06:01 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
06:09 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:21 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
06:31 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep