Digital-Divide/C2/Model-Village-Hiware-Bazar/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Model Village : Hiware Bazar ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- |
00:09 | 1. Hiware ବଜାରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା |
00:13 | 2. Hiware ବଜାରର ସାମ୍ପ୍ରତିକ ଅବସ୍ଥା ଏବଂ |
00:16 | 3. କାର୍ଯ୍ୟକଳାପ ଯାହା ଏହି ସବୁ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି |
00:20 | Hiware ବଜାରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା: |
00:24 | Hiware ବଜାରର ଲୋକମାନେ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରନ୍ତି |
00:29 | ପ୍ରଚୁର ମୃତ୍ତିକା କ୍ଷୟ, ଚାଷ ଜମିର ମାନକୁ ହ୍ରାସ କରିଦେଉଛି |
00:35 | ପାନୀୟ ଜଳର ଘୋର ଅଭାବ |
00:40 | ସେମାନଙ୍କ ପାଖରେ ପଶୁ ଖାଦ୍ୟର ଅଭାବ ରହିଛି |
00:44 | ଜାଳେଣି ମଧ୍ୟ ଉପଲବ୍ଧ ନାହିଁ |
00:49 | ଏଗୁଡିକ ନିମ୍ନଲିଖିତ ସାମାଜିକ ସମସ୍ୟା ସୃଷ୍ଟି କରେ, ଯେପରି: |
00:53 | ବେକାରି; |
00:55 | ଲୋକମାନେ କାମଧନ୍ଦା ପାଇବା କଷ୍ଟକର ହୋଇପଡେ |
00:58 | ଦେଶାନ୍ତର; |
01:00 | ଲୋକମାନେ ଗାଁ ଛାଡିବା ଆରମ୍ଭ କରନ୍ତି |
01:03 | ଏବଂ ଅପରାଧର ହାର ବଢିଚାଲେ |
01:06 | Hiware ବଜାରର ସାମ୍ପ୍ରତିକ ଅବସ୍ଥା: |
01:09 | 2012ରେ Per capita ଇନକମ୍ 1995ରେ ଥିବା 830 ରୁପୀରୁ 30,000 ରୁପୀକୁ ବୃଦ୍ଧି ହୋଇଛି |
01:19 | ଗ୍ରାମରେ 60 ଜଣ କୋଟୀପତି ଅଛନ୍ତି |
01:23 | ଗରିବ ରେଖା ତଳେ ଥିବା ପରିବାରର ସଂଖ୍ୟା 1995ରେ ଥିବା 168 ଜଣରୁ 2012ରେ ଏହା କେବଳ 3କୁ ହ୍ରାସ ପାଇଛି |
01:34 | ଏହି ସମୟରେ ଦୁଗ୍ଧ ଉତ୍ପାଦନ ଦିନରେ 150 ଲିଟରରୁ 4000 ଲିଟରକୁ ବୃଦ୍ଧି ହୋଇଛି |
01:43 | ଶିକ୍ଷାର ହାର 30% ରୁ 95%କୁ ବୃଦ୍ଧି ହୋଇଛି |
01:51 | ଅପରାଧ ହାର ବହୁ ପରିମାଣରେ ହ୍ରାସ ପାଇଛି |
01:54 | ଏବଂ ନିଯୁକ୍ତି ମଧ୍ୟ ବୃଦ୍ଧି ହୋଇଛି |
01:57 | କାର୍ଯ୍ୟକଳାପ ଯାହା ଅବସ୍ଥା ସୁଧାରିବାରେ ସହାୟକ ହୋଇଛି- |
02:00 | ପଞ୍ଚ ଶାଖା ବିଶିଷ୍ଟ ଉଦ୍ୟମ ବା Panchsutri: |
02:05 | 1. ସ୍ଵେଚ୍ଛାକୃତ ନିଶୁଳ୍କ କାମ କରିବା ବା Shramdaan |
02:09 | 2. ଗୋରୁ ଚରାଇବା ଉପରେ କଟକଣା ବା Charai bandi |
02:14 | 3. ଗଛ କଟା ଉପରେ କଟକଣା ବା Kurhad bandi |
02:19 | 4. ମଦ ଉପରେ କଟକଣା ବା Nasha Bandi |
02:25 | 5. ପରିବାର ନିୟନ୍ତ୍ରଣ ବା Kutumb Niyojan |
02:30 | Shramdaan- |
02:32 | ଗୋଷ୍ଠୀ ଉନ୍ନୟନ ସକାଶେ ଲୋକମାନେ ମିଳିମିଶି କାମ କରିବା ଆରମ୍ଭ କଲେ |
02:38 | ଗ୍ରାମବାସୀ ଗୋଟିଏ କାର୍ଯ୍ୟ ପ୍ରଣାଳୀ ସୃଷ୍ଟି କଲେ |
02:42 | ସେମାନେ ମିଳିମିଶି ନିକଟସ୍ଥ ପାହାଡରେ ଜଳର ସ୍ରୋତକୁ ହ୍ରାସ କରିବା ପାଇଁ ଗୋଟିଏ ଚେକ୍ ଡ୍ୟାମ୍ ତିଆରି କରିବା ସକାଶେ ଆଗଭର ହେଲେ |
02:50 | ଚେକ୍ ଡ୍ୟାମ୍, ଭୂମିତଳ ଜଳର ସ୍ତରରେ ବୃଦ୍ଧି ଏବଂ ମୃତ୍ତିକା କ୍ଷୟକୁ ରୋକିବାରେ ସହାୟକ ହୋଇଛି |
02:58 | CharaiBandi- |
03:00 | ଅତିମାତ୍ରାରେ ଗୋରୁ ଚରାଇବା ବନ୍ଦ ହେଲା |
03:05 | ଅତିମାତ୍ରାରେ ଗୋରୁ ଚରାଇବା, ମରୁରେ ପରିଣତ କରିବା ଏବଂ ମୃତ୍ତିକା କ୍ଷୟକୁ ଜନ୍ମ ଦିଏ |
03:12 | ଚରାଇବା ଉପରେ କଟକଣା |
03:14 | ଘାସ ଉତ୍ପାଦନ, 1994-95ରେ 200 ଟନରୁ 2001-2002ରେ 5000-6000 ଟନକୁ ବୃଦ୍ଧି ହେଲା |
03:30 | Kurhad Bandi- |
03:32 | ଗଛକଟା ବନ୍ଦ ହେଲା |
03:35 | ଗଛମାନେ ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରନ୍ତି |
03:40 | ମୃତ୍ତିକା କ୍ଷୟ, ଭୁମିର ଅବକ୍ଷୟ କରେ ଏବଂ ଏହା ଦ୍ଵାରା ଜମିର ଉତ୍ପାଦନ ହ୍ରାସ ପାଏ |
03:47 | ଗଛଗୁଡିକ ବର୍ଷା ପାଣିକୁ ମନ୍ଥର କରିଦିଅନ୍ତି ଏବଂ ଭୁମିତଳ ଜଳ ସ୍ତରର ବୃଦ୍ଧିରେ ସାହାଯ୍ୟ କରନ୍ତି |
03:54 | ଗଛର ବର୍ଯ୍ୟବସ୍ତୁଗୁଡିକ ମୃତ୍ତିକାର ଉର୍ବରତା ବୃଦ୍ଧିରେ ଦରକାରୀ ଅଟନ୍ତି |
04:00 | Nasha Bandi- |
04:02 | 22 ସଂଖ୍ୟକ ମଦ ଦୋକାନ ବନ୍ଦ ହେଲା |
04:05 | ମଦ ଓ ତମାଖୁ ସେବନକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଗଲା |
04:10 | Gram Sabha, ମଦ ଦୋକାନ ଥିବା ଲୋକମାନଙ୍କୁ ୠଣ ଯୋଗାଇବା ପାଇଁ ବ୍ୟାଙ୍କଗୁଡିକ ସହ ମିଶିଲେ |
04:17 | ଅପରାଧର ହାର କମିଲା |
04:20 | ଲୋକମାନେ ଅଧିକ ଉତ୍ପାଦନ କ୍ଷମ କାମରେ ନିୟୋଜିତ ହେଲେ ଯାହା ଗୋଷ୍ଠୀ ପାଇଁ ସାହାଯ୍ୟକାରୀ ହେଲା |
04:26 | Kutumb Niyojan- |
04:28 | ପରିବାର ପିଛା ଗୋଟିଏ ଶିଶୁ, ନିୟମକୁ କଡାକଡି ଭାବେ ଲାଗୁ କରାଗଲା |
04:33 | ଜନ୍ମ ହାର ଥାଉଜାଣ୍ଡ୍ ପିଛା 11 କୁ ହ୍ରାସ ପାଇଲା |
04:39 | ଏହା ମହିଳାମାନଙ୍କୁ ଗର୍ଭଜନିତ ବିପଦରୁ ରକ୍ଷାକରେ |
04:44 | ପରିବାର ନିୟୋଜନ ଶିଶୁ ମୃତ୍ୟୁ ହାରକୁ ମଧ୍ୟ ହ୍ରାସ କରେ |
04:49 | ଏହା ଲୋକମାନଙ୍କୁ କ୍ଷମତାସମ୍ପନ୍ନ ଏବଂ ପାରିବାରିକ ଶିକ୍ଷାର ଉନ୍ନତି କରିବାରେ ସାହାଯ୍ୟ କରେ |
04:55 | ପରିବାର ନିୟୋଜନ ଗୋଟିଏ ଉନ୍ନତ ଗୋଷ୍ଠୀର ସୃଷ୍ଟିର ଚାବି କାଠି ଅଟେ |
05:01 | ଏହି ଟ୍ୟୁଟୋରିଆଲରେ, ଆମେ ଉପନିତ ହେଲୁ ଯେ: |
05:04 | ମିଳିତ ଉଦ୍ୟମ, ଗ୍ରାମରେ ବିଶାଳ ପରିବର୍ତ୍ତନ ଆଣିପାରେ |
05:09 | Panchsutri ନିୟମଗୁଡିକ, ବହୁତ ଲାଭଦାୟକ ଭାବେ ପ୍ରମାଣିତ ହୋଇଛି |
05:15 | ଏହି କାର୍ଯ୍ୟାବଳୀଗୁଡିକର ଅନୁସରଣ, ଏହିଭଳି ଅନେକ ଆଦର୍ଶ ଗ୍ରାମର ସୃଷ୍ଟିର କାରଣ ହୋଇପାରେ |
05:21 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
05:24 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
05:28 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:32 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
05:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
05:44 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
05:48 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ |
05:55 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
06:01 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
06:09 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
06:21 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
06:31 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |