Digital-Divide/C2/Oral-Dental-Hygiene-and-Care/Oriya
From Script | Spoken-Tutorial
Time | Narration |
00:02 | ରାମୁ ସକାଳୁ ଉଠିଯାଏ ଏବଂ ସ୍କୁଲ୍ ଯିବା ପାଇଁ ପ୍ରସ୍ତୁତ ହୁଏ |
00:08 | ସେ ନିଦ୍ରାଳୁ, କିନ୍ତୁ ବ୍ରଶରେ ନିଜେ ପେଷ୍ଟ ଲଗାଏ ଏବଂ ବ୍ରଶ୍ କରିବା ଆରମ୍ଭ କରେ |
00:15 | ସେ ଜଲଦି ବ୍ରଶ୍ କରେ ଯେପରି ତା’କୁ ସ୍କୁଲ୍ ଶୀଘ୍ର ଯିବାର ଅଛି |
00:20 | ସେ କୁଳି କରେ ଏବଂ ଜଲଦିରେ ଗାଧୋଇବା ପାଇଁ ଚାଲିଯାଏ. ଏବଂ ପ୍ରସ୍ତୁତ ହୋଇଯାଏ |
00:25 | ରାମୁର ମା’ ତାକୁ ଜଳଖିଆ ଖାଇବା ପାଇଁ ଡାକନ୍ତି |
00:28 | ରାମୁ ତା’ର ଜଳଖିଆ ଖାଇଥାଏ |
00:31 | ଖାଦ୍ୟ ତା’ର ଦାନ୍ତ ମଧ୍ୟରେ ଲାଖିଯାଏ ଏବଂ ସେ ଯନ୍ତ୍ରଣାରେ ଚିତ୍କାର କରିଉଠେ |
00:36 | ମା’ ତାକୁ ପାଣି ଦିଅନ୍ତି ଏବଂ ଜଲଦି ସ୍କୁଲ୍ ଯିବା ପାଇଁ କହନ୍ତି, ଯେପରି ତା’ର ଡେରି ହୋଇଯାଇଛି |
00:43 | ରାମୁକୁ ସେମିତି କଷ୍ଟ ହେଉଥାଏ, ବ୍ୟାଗ୍ ଉଠାଏ ଏବଂ ଘରୁ ବାହାରିଯାଏ |
00:48 | ରାସ୍ତାରେ ଜଣେ ସାଙ୍ଗ ସହ ତା’ର ଭେଟ ହୁଏ |
00:51 | ତା’କୁ କଷ୍ଟରେ ଦେଖି, ସାଙ୍ଗ ସୁରେଶ୍ କ’ଣ ଅସୁବିଧା ହେଉଛି ବୋଲି ପଚାରିଥାଏ |
00:56 | ରାମୁ ସମସ୍ତ ଘଟଣାବଳି ବର୍ଣ୍ଣନା କରେ |
00:59 | ସୁରେଶ୍, ରାମୁକୁ ଧ୍ୟାନର ସହ ଶୁଣେ |
01:02 | ତା’ପରେ, ସେ ଜଣେ ଡେଣ୍ଟିଷ୍ଟ୍ ଅଙ୍କଲଙ୍କ ବିଷୟରେ କୁହେ, ଯିଏ ତା’ର ପଡ଼ିଶାରେ ରୁହନ୍ତି |
01:07 | ସୁରେଶ୍ ସ୍କୁଲ୍ ପରେ ରାମୁକୁ ଡେଣ୍ଟିଷ୍ଟ୍ ଅଙ୍କଲଙ୍କ ପାଖକୁ ନେବା ପାଇଁ କଥା ଦିଏ |
01:13 | ବନ୍ଧୁଗଣ, Digital Divideକୁ ଯୋଡିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
01:18 | ଏଠାରେ ଆମେ, ମୁଖର ସୁସ୍ଥତାକୁ ଭଲ ଭାବେ ବଜାୟ ରଖିବାର ଉପାୟଗୁଡିକ ଆଲୋଚନା କରିବା, ପ୍ରାଥମିକ ଯତ୍ନ ଏବଂ ଡେଣ୍ଟିଷ୍ଟଙ୍କ ସହ ପରାମର୍ଶ |
01:27 | ସ୍କୁଲରୁ ଫେରିବା ବାଟରେ ସୁରେଶ୍ ଓ ରାମୁ ଡେଣ୍ଟିଷ୍ଟ୍ ଅଙ୍କଲଙ୍କ ସହ ସାକ୍ଷାତ କରନ୍ତି |
01:33 | ଡେଣ୍ଟିଷ୍ଟ୍ ରାମୁର ଦାନ୍ତକୁ ପରୀକ୍ଷା କରନ୍ତି ଏବଂ ଗୋଟିଏ ଛୋଟ କ୍ୟାଭିଟୀ ହୋଇଛି ବୋଲି ତା’କୁ କହନ୍ତି |
01:39 | ତା’ପରେ ସେ ପିଲାମାନଙ୍କୁ କ୍ୟାଭିଟୀ ହେବାର କାରଣଗୁଡିକ କୁହନ୍ତି- |
01:45 | ଦାନ୍ତ ମଝିରେ ଖାଦ୍ୟ ଲାଖିଯିବା |
01:48 | ଠିକ୍ ଭାବରେ ଦାନ୍ତ ବ୍ରଶ୍ ନ କରିବା |
01:52 | ମୃଦୁ ପାନୀୟ ଯେଉଁଥିରେ ସାଇଟ୍ରିକ୍ ଏସିଡର % ଅଧିକ ଥାଏ |
01:57 | ତା’ପରେ ଡେଣ୍ଟିଷ୍ଟ କିଛି ପରାମର୍ଶ ଦେବେ, ଯାହା ଦ୍ଵାରା ଏହି ଭଳି ଯନ୍ତ୍ରଣାରୁ ମୁକ୍ତିରେ ସହାୟକ ହେବ- |
02:04 | ମିନେରାଲ୍ ଓ କ୍ୟାଲସିଅମରେ ଭରପୁର୍ ଥିବା ଖାଦ୍ୟ ଖାଇବା |
02:08 | ଦାନ୍ତକୁ ଠିକ୍ ଭାବେ ବ୍ରଶ୍ କରିବା |
02:11 | ଦିନରେ ଦୁଇଥର ବ୍ରଶ୍ କରିବା |
02:14 | ପ୍ରତ୍ୟେକ ଥର ଭୋଜନ ପରେ ମୁହଁକୁ ଭଲଭାବେ ସଫା କରିବା |
02:17 | ପ୍ରତି ଛ’ ମାସରେ ଥରେ ଦାନ୍ତ ପରୀକ୍ଷା କରିବା ସବୁ ବୟସର ଲୋକଙ୍କ ପାଇଁ ଏକ ଗ୍ରହଣଯୋଗ୍ୟ ଉପଦେଶ |
02:24 | ଡେଣ୍ଟିଷ୍ଟଙ୍କୁ ସାକ୍ଷାତ କରନ୍ତୁ: ଯଦି ଦାନ୍ତଗୁଡିକ ଅସମ, ଗହଳି କିମ୍ବା ବିଶୃଙ୍ଖଳ ଥାନ୍ତି |
02:31 | ଯଦି ଦାନ୍ତରେ କ୍ୟାଭିଟୀ ନଜରକୁ ଆସେ |
02:34 | ଯଦି ଆପଣଙ୍କର ଦାନ୍ତ ଥଣ୍ଡା ଓ ଗରମ ଖାଦ୍ୟ ପାଇଁ ଅଧିକ ସେନସିଟିଭ୍ |
02:38 | ଚୋବାଇ ହେଉଥିବା ସ୍ଥାନର ଭିତର ଓ ବାହାରକୁ ହାଲୁକା ଭାବେ ବ୍ରଶ୍ କରନ୍ତୁ |
02:45 | ସର୍ବଦା ଭଲ ଶ୍ଵାସ ଓ ଜର୍ମଙ୍କ ଠାରୁ ଦୂରରେ ରହିବା ପାଇଁ ଜିଭକୁ ମଧ୍ୟ ବ୍ରଶ୍ କରନ୍ତୁ |
02:53 | ମିସ୍ଵାକ୍ ଏକ ଦାନ୍ତକାଠି, ଏହା ପୀଲୁ ଗଛର ଗୋଟିଏ ଛୋଟ ଡାଳକୁ କାଟି କରାଯାଏ |
02:58 | ଏହି କାଠିକୁ ଚୋବାଇବା ଆବଶ୍ୟକ |
03:01 | ତା’ପରେ ଏହି ଚୋବାଯାଇଥିବା କାଠିକୁ ଗୋଟିଏ ପ୍ରାକୃତିକ ବ୍ରଶ୍ ଭାବେ ବ୍ୟବହାର କରାଯାଇପାରେ |
03:06 | ମନେରଖନ୍ତୁ, ଦାନ୍ତର ଯତ୍ନ ନେବା ଏବଂ ସମୟ ସମୟରେ ଡେଣ୍ଟିଷ୍ଟଙ୍କୁ ସାକ୍ଷାତ କରିବା, ଆପଣଙ୍କ ମୁଖର ସୁସ୍ଥତା ବଜାୟ ରହିବାରେ ସହାୟକ ହେବ |
03:14 | ଶୁଣିଥିବାରୁ ଧନ୍ୟବାଦ ଏବଂ ସୁସ୍ଥ ରୁହନ୍ତୁ |
03:17 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
03:21 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
03:24 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
03:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
03:35 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
03:38 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ |
03:46 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
03:51 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
03:57 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
04:14 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
04:21 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |