Digital-Divide/C2/Oral-Dental-Hygiene-and-Care/Oriya

From Script | Spoken-Tutorial
Jump to: navigation, search
Time Narration
00:02 ରାମୁ ସକାଳୁ ଉଠିଯାଏ ଏବଂ ସ୍କୁଲ୍ ଯିବା ପାଇଁ ପ୍ରସ୍ତୁତ ହୁଏ
00:08 ସେ ନିଦ୍ରାଳୁ, କିନ୍ତୁ ବ୍ରଶରେ ନିଜେ ପେଷ୍ଟ ଲଗାଏ ଏବଂ ବ୍ରଶ୍ କରିବା ଆରମ୍ଭ କରେ
00:15 ସେ ଜଲଦି ବ୍ରଶ୍ କରେ ଯେପରି ତା’କୁ ସ୍କୁଲ୍ ଶୀଘ୍ର ଯିବାର ଅଛି
00:20 ସେ କୁଳି କରେ ଏବଂ ଜଲଦିରେ ଗାଧୋଇବା ପାଇଁ ଚାଲିଯାଏ. ଏବଂ ପ୍ରସ୍ତୁତ ହୋଇଯାଏ
00:25 ରାମୁର ମା’ ତାକୁ ଜଳଖିଆ ଖାଇବା ପାଇଁ ଡାକନ୍ତି
00:28 ରାମୁ ତା’ର ଜଳଖିଆ ଖାଇଥାଏ
00:31 ଖାଦ୍ୟ ତା’ର ଦାନ୍ତ ମଧ୍ୟରେ ଲାଖିଯାଏ ଏବଂ ସେ ଯନ୍ତ୍ରଣାରେ ଚିତ୍କାର କରିଉଠେ
00:36 ମା’ ତାକୁ ପାଣି ଦିଅନ୍ତି ଏବଂ ଜଲଦି ସ୍କୁଲ୍ ଯିବା ପାଇଁ କହନ୍ତି, ଯେପରି ତା’ର ଡେରି ହୋଇଯାଇଛି
00:43 ରାମୁକୁ ସେମିତି କଷ୍ଟ ହେଉଥାଏ, ବ୍ୟାଗ୍ ଉଠାଏ ଏବଂ ଘରୁ ବାହାରିଯାଏ
00:48 ରାସ୍ତାରେ ଜଣେ ସାଙ୍ଗ ସହ ତା’ର ଭେଟ ହୁଏ
00:51 ତା’କୁ କଷ୍ଟରେ ଦେଖି, ସାଙ୍ଗ ସୁରେଶ୍ କ’ଣ ଅସୁବିଧା ହେଉଛି ବୋଲି ପଚାରିଥାଏ
00:56 ରାମୁ ସମସ୍ତ ଘଟଣାବଳି ବର୍ଣ୍ଣନା କରେ
00:59 ସୁରେଶ୍, ରାମୁକୁ ଧ୍ୟାନର ସହ ଶୁଣେ
01:02 ତା’ପରେ, ସେ ଜଣେ ଡେଣ୍ଟିଷ୍ଟ୍ ଅଙ୍କଲଙ୍କ ବିଷୟରେ କୁହେ, ଯିଏ ତା’ର ପଡ଼ିଶାରେ ରୁହନ୍ତି
01:07 ସୁରେଶ୍ ସ୍କୁଲ୍ ପରେ ରାମୁକୁ ଡେଣ୍ଟିଷ୍ଟ୍ ଅଙ୍କଲଙ୍କ ପାଖକୁ ନେବା ପାଇଁ କଥା ଦିଏ
01:13 ବନ୍ଧୁଗଣ, Digital Divideକୁ ଯୋଡିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
01:18 ଏଠାରେ ଆମେ, ମୁଖର ସୁସ୍ଥତାକୁ ଭଲ ଭାବେ ବଜାୟ ରଖିବାର ଉପାୟଗୁଡିକ ଆଲୋଚନା କରିବା, ପ୍ରାଥମିକ ଯତ୍ନ ଏବଂ ଡେଣ୍ଟିଷ୍ଟଙ୍କ ସହ ପରାମର୍ଶ
01:27 ସ୍କୁଲରୁ ଫେରିବା ବାଟରେ ସୁରେଶ୍ ଓ ରାମୁ ଡେଣ୍ଟିଷ୍ଟ୍ ଅଙ୍କଲଙ୍କ ସହ ସାକ୍ଷାତ କରନ୍ତି
01:33 ଡେଣ୍ଟିଷ୍ଟ୍ ରାମୁର ଦାନ୍ତକୁ ପରୀକ୍ଷା କରନ୍ତି ଏବଂ ଗୋଟିଏ ଛୋଟ କ୍ୟାଭିଟୀ ହୋଇଛି ବୋଲି ତା’କୁ କହନ୍ତି
01:39 ତା’ପରେ ସେ ପିଲାମାନଙ୍କୁ କ୍ୟାଭିଟୀ ହେବାର କାରଣଗୁଡିକ କୁହନ୍ତି-
01:45 ଦାନ୍ତ ମଝିରେ ଖାଦ୍ୟ ଲାଖିଯିବା
01:48 ଠିକ୍ ଭାବରେ ଦାନ୍ତ ବ୍ରଶ୍ ନ କରିବା
01:52 ମୃଦୁ ପାନୀୟ ଯେଉଁଥିରେ ସାଇଟ୍ରିକ୍ ଏସିଡର % ଅଧିକ ଥାଏ
01:57 ତା’ପରେ ଡେଣ୍ଟିଷ୍ଟ କିଛି ପରାମର୍ଶ ଦେବେ, ଯାହା ଦ୍ଵାରା ଏହି ଭଳି ଯନ୍ତ୍ରଣାରୁ ମୁକ୍ତିରେ ସହାୟକ ହେବ-
02:04 ମିନେରାଲ୍ ଓ କ୍ୟାଲସିଅମରେ ଭରପୁର୍ ଥିବା ଖାଦ୍ୟ ଖାଇବା
02:08 ଦାନ୍ତକୁ ଠିକ୍ ଭାବେ ବ୍ରଶ୍ କରିବା
02:11 ଦିନରେ ଦୁଇଥର ବ୍ରଶ୍ କରିବା
02:14 ପ୍ରତ୍ୟେକ ଥର ଭୋଜନ ପରେ ମୁହଁକୁ ଭଲଭାବେ ସଫା କରିବା
02:17 ପ୍ରତି ଛ’ ମାସରେ ଥରେ ଦାନ୍ତ ପରୀକ୍ଷା କରିବା ସବୁ ବୟସର ଲୋକଙ୍କ ପାଇଁ ଏକ ଗ୍ରହଣଯୋଗ୍ୟ ଉପଦେଶ
02:24 ଡେଣ୍ଟିଷ୍ଟଙ୍କୁ ସାକ୍ଷାତ କରନ୍ତୁ: ଯଦି ଦାନ୍ତଗୁଡିକ ଅସମ, ଗହଳି କିମ୍ବା ବିଶୃଙ୍ଖଳ ଥାନ୍ତି
02:31 ଯଦି ଦାନ୍ତରେ କ୍ୟାଭିଟୀ ନଜରକୁ ଆସେ
02:34 ଯଦି ଆପଣଙ୍କର ଦାନ୍ତ ଥଣ୍ଡା ଓ ଗରମ ଖାଦ୍ୟ ପାଇଁ ଅଧିକ ସେନସିଟିଭ୍
02:38 ଚୋବାଇ ହେଉଥିବା ସ୍ଥାନର ଭିତର ଓ ବାହାରକୁ ହାଲୁକା ଭାବେ ବ୍ରଶ୍ କରନ୍ତୁ
02:45 ସର୍ବଦା ଭଲ ଶ୍ଵାସ ଓ ଜର୍ମଙ୍କ ଠାରୁ ଦୂରରେ ରହିବା ପାଇଁ ଜିଭକୁ ମଧ୍ୟ ବ୍ରଶ୍ କରନ୍ତୁ
02:53 ମିସ୍ଵାକ୍ ଏକ ଦାନ୍ତକାଠି, ଏହା ପୀଲୁ ଗଛର ଗୋଟିଏ ଛୋଟ ଡାଳକୁ କାଟି କରାଯାଏ
02:58 ଏହି କାଠିକୁ ଚୋବାଇବା ଆବଶ୍ୟକ
03:01 ତା’ପରେ ଏହି ଚୋବାଯାଇଥିବା କାଠିକୁ ଗୋଟିଏ ପ୍ରାକୃତିକ ବ୍ରଶ୍ ଭାବେ ବ୍ୟବହାର କରାଯାଇପାରେ
03:06 ମନେରଖନ୍ତୁ, ଦାନ୍ତର ଯତ୍ନ ନେବା ଏବଂ ସମୟ ସମୟରେ ଡେଣ୍ଟିଷ୍ଟଙ୍କୁ ସାକ୍ଷାତ କରିବା, ଆପଣଙ୍କ ମୁଖର ସୁସ୍ଥତା ବଜାୟ ରହିବାରେ ସହାୟକ ହେବ
03:14 ଶୁଣିଥିବାରୁ ଧନ୍ୟବାଦ ଏବଂ ସୁସ୍ଥ ରୁହନ୍ତୁ
03:17 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
03:21 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
03:24 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
03:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
03:35 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
03:38 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ
03:46 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
03:51 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
03:57 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
04:14 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
04:21 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep