Digital-Divide/C2/First-aid-measures-for-ChickenPox/Oriya

From Script | Spoken-Tutorial
Revision as of 15:29, 15 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:06 ଅଶୋକ ତା’ କ୍ଷେତରୁ, ଜ୍ଵର ଓ ଶରୀର ପୀଡା ଅନୁଭବ କରିବାରୁ ଘରକୁ ଚାଲିଆସିଲେ
00:12 ତା’ଙ୍କ ସ୍ତ୍ରୀ ଅନିତା, ତା’ଙ୍କୁ ଦେଖିଲେ ଏବଂ ଗୋଡ ଓ ହାତରେ ଫୋଟକା ହେବାର ଲକ୍ଷ୍ୟ କଲେ
00:18 ସେ ଡରିଗଲେ ଏବଂ ତାଙ୍କ ସ୍ଵାମୀଙ୍କ ଉପରେ ଠାକୁରାଣୀଙ୍କ ଅଭିଶାପ ପଡିଛି ବୋଲି କହିଲେ
00:24 ସେ ତାଙ୍କ ପିଲାମାନଙ୍କୁ ଶୀଘ୍ର ଘରୁ ବାହାରକୁ ଚାଲିଆସିବା ପାଇଁ କହିଲେ
00:29 ମା’ ଓ ପିଲାମାନେ ଘର ବାହାରକୁ ଚାଲିଆସିଲେ ଏବଂ ବାହାରପଟୁ କବାଟରେ ତାଲା ଦେଇଦେଲେ
00:35 ସେହି ସମୟରେ, ଗାଁ ଡାକ୍ତରଖାନାର ଡାକ୍ତର ସେମାନଙ୍କ ଘର ବାଟ ଦେଇ ଯାଉଥିଲେ ଏବଂ ଅନିତାକୁ ଅଭିବାଦନ ଜଣାଇଲେ
00:43 ଅନିତା ଓ ତାଙ୍କ ପିଲାମାନଙ୍କୁ ଚିନ୍ତିତ ହେବାର ଦେଖିଲେ, ସେ ଅନିତାକୁ ଅସୁବିଧା ବିଷୟରେ ପଚାରିଲେ
00:51 ଅନିତା ଡାକ୍ତରଙ୍କୁ, ସ୍ଵାମୀଙ୍କ ଉପରେ ଠାକୁରାଣୀଙ୍କ ଅଭିଶାପ ପଡିଥିବା ବିଷୟରେ କହିଲେ
00:57 ଡାକ୍ତର୍, ଅନିତାର ସ୍ଵାମୀଙ୍କୁ ଦେଖିବାକୁ ଚାହାଁନ୍ତି ବୋଲି କହିଲେ
01:02 କିନ୍ତୁ ଅନିତା ମନାକଲେ ଏବଂ କହିଲେ ଯେ ସେ କେବେବି ତାଙ୍କ ସ୍ଵାମୀଙ୍କୁ ଦେଖିପାରିବେ ନାହିଁ
01:07 ଡାକ୍ତର ଅନିତାକୁ ଅଣଦେଖା କଲେ ଏବଂ ଘର ଭିତରକୁ ଗଲେ, ଅନିଚ୍ଛାସତ୍ତ୍ୱେ ଅନିତା ତାଙ୍କ ପଛେ ପଛେ ଗଲେ
01:15 ଡାକ୍ତର ଅଶୋକଙ୍କୁ ପରୀକ୍ଷା କଲେ ଏବଂ ତାଙ୍କୁ ହାଡଫୁଟି ହୋଇଛି ବୋଲି ଜଣାଇଲେ
01:21 କିନ୍ତୁ, ଅଶୋକ ଓ ଅନିତା ହାଡଫୁଟି କ’ଣ ଜାଣନ୍ତି ନାହିଁ
01:26 ସେମାନେ ଡାକ୍ତରଙ୍କ ଆଡକୁ ପଚାରିବା ଭଙ୍ଗିରେ ଚାହିଁଲେ
01:29 ବନ୍ଧୁଗଣ, Digital Divideକୁ ଯୋଡିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
01:34 ଏଠାରେ ଆମେ ହାଡଫୁଟି, ଏହାର ଲକ୍ଷଣ, କାରଣ ଏବଂ କ’ଣ କରିବା ଓ ନକରିବା ଉପରେ ଆଲୋଚନା କରିବା
01:42 ଚାଲନ୍ତୁ ପ୍ରଥମେ ଦେଖିବା ହାଡଫୁଟି କ’ଣ
01:46 ହାଡଫୁଟି ଗୋଟିଏ ଭୂତାଣୁଜନୀତ ରୋଗ ଯେଉଁଥିରେ ଶରୀର କୁଣ୍ଡେଇହେବା ସହିତ ଫୋଟକାସବୁ ବାହାରିପଡେ
01:53 ରୋଗର ପ୍ରତିରୋଧ ପାଇଁ Chickenpox vaccine ଭଲ କାମ କରେ
01:58 vaccine ନେଇଥିବା ଲୋକମାନଙ୍କ ମଧ୍ୟରୁ ବହୁତ କମ୍ ଲୋକଙ୍କୁ ହାଡଫୁଟି ହୋଇଥାଏ
02:03 କିନ୍ତୁ ସେମାନଙ୍କ କ୍ଷେତ୍ରରେ ସାଧାରଣ ଅଟେ
02:06 ସାଧରଣତଃ, ହାଡଫୁଟି ସାମାନ୍ୟ ଅଟେ ଏବଂ ବିପଜ୍ଜନକ ନୁହେଁ
02:10 କିନ୍ତୁ ବେଳେବେଳେ ଏହା ଅତିମାତ୍ରାରେ ହୋଇଯାଏ ଏବଂ ଡାକ୍ତରଖାନା ନେବାକୁ ହୁଏ କିମ୍ବା ମୃତ୍ୟୁ ହୋଇପାରେ
02:18 ହାଡଫୁଟି ଆକ୍ରମଣ କରେ:
02:20 ଗର୍ଭବତୀ ମହିଳା
02:22 ନବଜାତ ଶିଶୁ
02:25 କିଶୋର, ସାବାଳକ ଏବଂ
02:28 ଲୋକମାନଙ୍କୁ ଯାହାର ରୋଗ ପ୍ରତିରୋଧ କ୍ଷମତା କମ୍ ଥାଏ
02:32 ଥରେ ହାଡଫୁଟି ହେଲେ, ସଧାରଣତଃ ଏହି ଭୁତାଣୁ ପୁନର୍ବାର ଆକ୍ରମଣ କରେନାହିଁ
02:38 ଯଦି କାହାକୁ ହାଡଫୁଟି ଦ୍ଵିତୀୟ ଥର ପାଇଁ ହୁଏ, ଏହାକୁ shingles କୁହାଯାଏ
02:45 ବର୍ତ୍ତମାନ ଚାଲନ୍ତୁ ହାଡଫୂଟିର କିଛି ଲକ୍ଷଣଗୁଡିକ ଦେଖିବା:
02:50 ଜ୍ଵର, ଯାହା ଲଗାତାର ଦୁଇଦିନରୁ ଅଧିକ ରହେ
02:54 ଚର୍ମ ନାଲି, ଉଷୁମ୍ ଓ ଘା ହେବା
02:58 ଅସହ୍ୟ କୁଣ୍ଡାଇହେବା, ଯାହା ଘରୋଇ ଚିକିତ୍ସାରେ ଉପଶମ ହୁଏ ନାହିଁ
03:03 ନାଲି ଦାଗ ଯାହା ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିଥାଏ
03:08 ବର୍ତ୍ତମାନ ଚାଲନ୍ତୁ, ହାଡଫୁଟିର ସମୟ ସୀମା ଏବଂ ସଂକ୍ରମଣତା ବିଷୟରେ ଆଲୋଚନା କରିବା
03:13 ତିନି ରୁ ପାଞ୍ଚ ଦିନ ମଧ୍ୟରେ ହାଡଫୁଟି ଫୋଟକା ବାହାରିପଡେ ଏବଂ ସାତ ରୁ ଦଶ ଦିନ ମଧ୍ୟରେ ବିଣ୍ଡା ହୋଇଯାଏ
03:22 ଏହା ହେବାର 1 ରୁ 2 ଦିନ ମଧ୍ୟରେ ସଂକ୍ରାମକ ହୋଇଯାଏ
03:27 ସମସ୍ତ ଫୋଟକାଗୁଡିକ ଶୁଖି ନଝଡିବା ପର୍ଯ୍ୟନ୍ତ ଏହା ସଂକ୍ରାମକ ରହିଥାଏ
03:33 ଏହା ଅତ୍ୟଧିକ ସଂକ୍ରାମକ ଅଟେ ଏବଂ ସହଜରେ ଜଣକଠାରୁ ଅନ୍ୟଜଣକୁ ମାଡିଥାଏ
03:39 ବର୍ତ୍ତମାନ, ହାଡଫୁଟିର କାରଣଗୁଡିକ ବିଷୟରେ ଆଲୋଚନା କରିବା
03:43 ଆପଣଙ୍କୁ ନିମ୍ନ ଭାବେ ହାଡଫୁଟି ହୋଇପାରେ:
03:47 ହାଡଫୁଟିର ଫୋଟକାରୁ ବାହାରୁଥିବା ତରଳ ପଦାର୍ଥକୁ ଛୁଇଁବା ଦ୍ଵାରା କିମ୍ବା
03:52 ଯଦି କୌଣସି ରୋଗୀ ଆପଣଙ୍କ ପାଖରେ କାଶିଥାନ୍ତି କିମ୍ବା ଛିଙ୍କିଥାନ୍ତି
03:57 ହେବାର ସମ୍ଭାବନା ଅଧିକ:
04:00 ଯଦି ଆପଣଙ୍କୁ ପୂର୍ବରୁ କେବେ ହାଡଫୁଟି ହୋଇନାହିଁ ଏବଂ
04:03 ଆପଣ ଯଦି Chickenpox vaccine ନେଇ ନଥିବେ
04:08 ବର୍ତ୍ତମାନ ଚାଲନ୍ତୁ, ହାଡଫୁଟି ହେଲେ କ’ଣ କରିବା ସେହି ବିଷୟ ଆଲୋଚନା କରିବା-
04:14 ଆପଣ ଡାକ୍ତରଙ୍କ ସହ ପରାମର୍ଶ କରି ଏହା ମଶା କିମ୍ବା କୀଟ କାମୁଡା ନୁହେଁ ବରଂ ହାଡଫୁଟି ବୋଲି ସୁନିଶ୍ଚିତ ହୁଅନ୍ତୁ
04:20 ହାଲୁକା ଖାଦ୍ୟ ଖାଆନ୍ତୁ; ଘର ରନ୍ଧା ଖାଦ୍ୟ ସର୍ବୋତ୍ତମ
04:26 ପ୍ରଥମ କିଛି ଦିନ, ଥଣ୍ଡା କିମ୍ବା ସାମାନ୍ୟ ଉଷୁମ୍ ପାଣିରେ ତିନି ରୁ ଚାରି ଘଣ୍ଟା ଅନ୍ତରରେ ଗାଧାନ୍ତୁ
04:33 ଗାଧୁଆ ପାଣିରେ ନୀମ ପତ୍ର ପକାନ୍ତୁ; ଏହା କୁଣ୍ଡାଇହେବା କମ୍ କରିବ
04:38 ଗାଧୋଇ ସାରିଲା ପରେ, ଥାପି ଥାପି ଦେହକୁ ଶୁଖାନ୍ତୁ
04:42 ପ୍ରଚୁର ପାଣି ପିଅନ୍ତୁ –ପଇଡ, ବାର୍ଲୀ କିମ୍ବା ଯାହା ଥଣ୍ଡା କରାଇବ
04:49 ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗୀର କପଡାକୁ ଅଲଗା ସଫା କରନ୍ତୁ
04:55 ଯଦି ଆପଣଙ୍କୁ ହାଡଫୁଟି ହୋଇନାହିଁ କିମ୍ବା vaccine ନେଇ ନାହାଁନ୍ତି, vaccine ନେଇନିଅନ୍ତୁ
05:02 ବର୍ତ୍ତମାନ ଦେଖିବା, ହାଡଫୁଟି ହେବା ସମୟରେ କ’ଣ କରିବା ଉଚିତ ନୁହେଁ-
05:08 ନାଲି କୁଣ୍ଡେଇହେଉଥିବା ଫୋଟକାଗୁଡିକୁ ଖଣ୍ଡିଆ କରନ୍ତୁ ନାହିଁ
05:10 ଏହା ଦ୍ଵାରା bacterial infections ହୋଇପାରେ ଏବଂ ବିପଜ୍ଜନକ ଅଟେ
05:15 ଅନ୍ୟମାନଙ୍କୁ ସଂକ୍ରମଣ ନହେବା ପାଇଁ, ସେମାନଙ୍କଠାରୁ ଦୁରେଇ ରହନ୍ତୁ
05:22 ଏହା ଆମକୁ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ମନେରଖନ୍ତୁ, ଡାକ୍ତରୀ ପରାମର୍ଶ ସର୍ବଦା ସାହାଯ୍ୟକାରୀ ଅଟେ
05:28 ଶୁଣିଥିବାରୁ ଧନ୍ୟବାଦ ଏବଂ ସୁସ୍ଥ ରୁହନ୍ତୁ
05:32 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
05:35 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:39 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05:49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
05:53 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ
06:01 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
06:05 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
06:12 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:30 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
06:33 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep