Digital-Divide/C2/First-aid-measures-for-ChickenPox/Oriya
From Script | Spoken-Tutorial
| Time | Narration |
| 00:06 | ଅଶୋକ ତା’ କ୍ଷେତରୁ, ଜ୍ଵର ଓ ଶରୀର ପୀଡା ଅନୁଭବ କରିବାରୁ ଘରକୁ ଚାଲିଆସିଲେ |
| 00:12 | ତା’ଙ୍କ ସ୍ତ୍ରୀ ଅନିତା, ତା’ଙ୍କୁ ଦେଖିଲେ ଏବଂ ଗୋଡ ଓ ହାତରେ ଫୋଟକା ହେବାର ଲକ୍ଷ୍ୟ କଲେ |
| 00:18 | ସେ ଡରିଗଲେ ଏବଂ ତାଙ୍କ ସ୍ଵାମୀଙ୍କ ଉପରେ ଠାକୁରାଣୀଙ୍କ ଅଭିଶାପ ପଡିଛି ବୋଲି କହିଲେ |
| 00:24 | ସେ ତାଙ୍କ ପିଲାମାନଙ୍କୁ ଶୀଘ୍ର ଘରୁ ବାହାରକୁ ଚାଲିଆସିବା ପାଇଁ କହିଲେ |
| 00:29 | ମା’ ଓ ପିଲାମାନେ ଘର ବାହାରକୁ ଚାଲିଆସିଲେ ଏବଂ ବାହାରପଟୁ କବାଟରେ ତାଲା ଦେଇଦେଲେ |
| 00:35 | ସେହି ସମୟରେ, ଗାଁ ଡାକ୍ତରଖାନାର ଡାକ୍ତର ସେମାନଙ୍କ ଘର ବାଟ ଦେଇ ଯାଉଥିଲେ ଏବଂ ଅନିତାକୁ ଅଭିବାଦନ ଜଣାଇଲେ |
| 00:43 | ଅନିତା ଓ ତାଙ୍କ ପିଲାମାନଙ୍କୁ ଚିନ୍ତିତ ହେବାର ଦେଖିଲେ, ସେ ଅନିତାକୁ ଅସୁବିଧା ବିଷୟରେ ପଚାରିଲେ |
| 00:51 | ଅନିତା ଡାକ୍ତରଙ୍କୁ, ସ୍ଵାମୀଙ୍କ ଉପରେ ଠାକୁରାଣୀଙ୍କ ଅଭିଶାପ ପଡିଥିବା ବିଷୟରେ କହିଲେ |
| 00:57 | ଡାକ୍ତର୍, ଅନିତାର ସ୍ଵାମୀଙ୍କୁ ଦେଖିବାକୁ ଚାହାଁନ୍ତି ବୋଲି କହିଲେ |
| 01:02 | କିନ୍ତୁ ଅନିତା ମନାକଲେ ଏବଂ କହିଲେ ଯେ ସେ କେବେବି ତାଙ୍କ ସ୍ଵାମୀଙ୍କୁ ଦେଖିପାରିବେ ନାହିଁ |
| 01:07 | ଡାକ୍ତର ଅନିତାକୁ ଅଣଦେଖା କଲେ ଏବଂ ଘର ଭିତରକୁ ଗଲେ, ଅନିଚ୍ଛାସତ୍ତ୍ୱେ ଅନିତା ତାଙ୍କ ପଛେ ପଛେ ଗଲେ |
| 01:15 | ଡାକ୍ତର ଅଶୋକଙ୍କୁ ପରୀକ୍ଷା କଲେ ଏବଂ ତାଙ୍କୁ ହାଡଫୁଟି ହୋଇଛି ବୋଲି ଜଣାଇଲେ |
| 01:21 | କିନ୍ତୁ, ଅଶୋକ ଓ ଅନିତା ହାଡଫୁଟି କ’ଣ ଜାଣନ୍ତି ନାହିଁ |
| 01:26 | ସେମାନେ ଡାକ୍ତରଙ୍କ ଆଡକୁ ପଚାରିବା ଭଙ୍ଗିରେ ଚାହିଁଲେ |
| 01:29 | ବନ୍ଧୁଗଣ, Digital Divideକୁ ଯୋଡିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 01:34 | ଏଠାରେ ଆମେ ହାଡଫୁଟି, ଏହାର ଲକ୍ଷଣ, କାରଣ ଏବଂ କ’ଣ କରିବା ଓ ନକରିବା ଉପରେ ଆଲୋଚନା କରିବା |
| 01:42 | ଚାଲନ୍ତୁ ପ୍ରଥମେ ଦେଖିବା ହାଡଫୁଟି କ’ଣ |
| 01:46 | ହାଡଫୁଟି ଗୋଟିଏ ଭୂତାଣୁଜନୀତ ରୋଗ ଯେଉଁଥିରେ ଶରୀର କୁଣ୍ଡେଇହେବା ସହିତ ଫୋଟକାସବୁ ବାହାରିପଡେ |
| 01:53 | ରୋଗର ପ୍ରତିରୋଧ ପାଇଁ Chickenpox vaccine ଭଲ କାମ କରେ |
| 01:58 | vaccine ନେଇଥିବା ଲୋକମାନଙ୍କ ମଧ୍ୟରୁ ବହୁତ କମ୍ ଲୋକଙ୍କୁ ହାଡଫୁଟି ହୋଇଥାଏ |
| 02:03 | କିନ୍ତୁ ସେମାନଙ୍କ କ୍ଷେତ୍ରରେ ସାଧାରଣ ଅଟେ |
| 02:06 | ସାଧରଣତଃ, ହାଡଫୁଟି ସାମାନ୍ୟ ଅଟେ ଏବଂ ବିପଜ୍ଜନକ ନୁହେଁ |
| 02:10 | କିନ୍ତୁ ବେଳେବେଳେ ଏହା ଅତିମାତ୍ରାରେ ହୋଇଯାଏ ଏବଂ ଡାକ୍ତରଖାନା ନେବାକୁ ହୁଏ କିମ୍ବା ମୃତ୍ୟୁ ହୋଇପାରେ |
| 02:18 | ହାଡଫୁଟି ଆକ୍ରମଣ କରେ: |
| 02:20 | ଗର୍ଭବତୀ ମହିଳା |
| 02:22 | ନବଜାତ ଶିଶୁ |
| 02:25 | କିଶୋର, ସାବାଳକ ଏବଂ |
| 02:28 | ଲୋକମାନଙ୍କୁ ଯାହାର ରୋଗ ପ୍ରତିରୋଧ କ୍ଷମତା କମ୍ ଥାଏ |
| 02:32 | ଥରେ ହାଡଫୁଟି ହେଲେ, ସଧାରଣତଃ ଏହି ଭୁତାଣୁ ପୁନର୍ବାର ଆକ୍ରମଣ କରେନାହିଁ |
| 02:38 | ଯଦି କାହାକୁ ହାଡଫୁଟି ଦ୍ଵିତୀୟ ଥର ପାଇଁ ହୁଏ, ଏହାକୁ shingles କୁହାଯାଏ |
| 02:45 | ବର୍ତ୍ତମାନ ଚାଲନ୍ତୁ ହାଡଫୂଟିର କିଛି ଲକ୍ଷଣଗୁଡିକ ଦେଖିବା: |
| 02:50 | ଜ୍ଵର, ଯାହା ଲଗାତାର ଦୁଇଦିନରୁ ଅଧିକ ରହେ |
| 02:54 | ଚର୍ମ ନାଲି, ଉଷୁମ୍ ଓ ଘା ହେବା |
| 02:58 | ଅସହ୍ୟ କୁଣ୍ଡାଇହେବା, ଯାହା ଘରୋଇ ଚିକିତ୍ସାରେ ଉପଶମ ହୁଏ ନାହିଁ |
| 03:03 | ନାଲି ଦାଗ ଯାହା ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିଥାଏ |
| 03:08 | ବର୍ତ୍ତମାନ ଚାଲନ୍ତୁ, ହାଡଫୁଟିର ସମୟ ସୀମା ଏବଂ ସଂକ୍ରମଣତା ବିଷୟରେ ଆଲୋଚନା କରିବା |
| 03:13 | ତିନି ରୁ ପାଞ୍ଚ ଦିନ ମଧ୍ୟରେ ହାଡଫୁଟି ଫୋଟକା ବାହାରିପଡେ ଏବଂ ସାତ ରୁ ଦଶ ଦିନ ମଧ୍ୟରେ ବିଣ୍ଡା ହୋଇଯାଏ |
| 03:22 | ଏହା ହେବାର 1 ରୁ 2 ଦିନ ମଧ୍ୟରେ ସଂକ୍ରାମକ ହୋଇଯାଏ |
| 03:27 | ସମସ୍ତ ଫୋଟକାଗୁଡିକ ଶୁଖି ନଝଡିବା ପର୍ଯ୍ୟନ୍ତ ଏହା ସଂକ୍ରାମକ ରହିଥାଏ |
| 03:33 | ଏହା ଅତ୍ୟଧିକ ସଂକ୍ରାମକ ଅଟେ ଏବଂ ସହଜରେ ଜଣକଠାରୁ ଅନ୍ୟଜଣକୁ ମାଡିଥାଏ |
| 03:39 | ବର୍ତ୍ତମାନ, ହାଡଫୁଟିର କାରଣଗୁଡିକ ବିଷୟରେ ଆଲୋଚନା କରିବା |
| 03:43 | ଆପଣଙ୍କୁ ନିମ୍ନ ଭାବେ ହାଡଫୁଟି ହୋଇପାରେ: |
| 03:47 | ହାଡଫୁଟିର ଫୋଟକାରୁ ବାହାରୁଥିବା ତରଳ ପଦାର୍ଥକୁ ଛୁଇଁବା ଦ୍ଵାରା କିମ୍ବା |
| 03:52 | ଯଦି କୌଣସି ରୋଗୀ ଆପଣଙ୍କ ପାଖରେ କାଶିଥାନ୍ତି କିମ୍ବା ଛିଙ୍କିଥାନ୍ତି |
| 03:57 | ହେବାର ସମ୍ଭାବନା ଅଧିକ: |
| 04:00 | ଯଦି ଆପଣଙ୍କୁ ପୂର୍ବରୁ କେବେ ହାଡଫୁଟି ହୋଇନାହିଁ ଏବଂ |
| 04:03 | ଆପଣ ଯଦି Chickenpox vaccine ନେଇ ନଥିବେ |
| 04:08 | ବର୍ତ୍ତମାନ ଚାଲନ୍ତୁ, ହାଡଫୁଟି ହେଲେ କ’ଣ କରିବା ସେହି ବିଷୟ ଆଲୋଚନା କରିବା- |
| 04:14 | ଆପଣ ଡାକ୍ତରଙ୍କ ସହ ପରାମର୍ଶ କରି ଏହା ମଶା କିମ୍ବା କୀଟ କାମୁଡା ନୁହେଁ ବରଂ ହାଡଫୁଟି ବୋଲି ସୁନିଶ୍ଚିତ ହୁଅନ୍ତୁ |
| 04:20 | ହାଲୁକା ଖାଦ୍ୟ ଖାଆନ୍ତୁ; ଘର ରନ୍ଧା ଖାଦ୍ୟ ସର୍ବୋତ୍ତମ |
| 04:26 | ପ୍ରଥମ କିଛି ଦିନ, ଥଣ୍ଡା କିମ୍ବା ସାମାନ୍ୟ ଉଷୁମ୍ ପାଣିରେ ତିନି ରୁ ଚାରି ଘଣ୍ଟା ଅନ୍ତରରେ ଗାଧାନ୍ତୁ |
| 04:33 | ଗାଧୁଆ ପାଣିରେ ନୀମ ପତ୍ର ପକାନ୍ତୁ; ଏହା କୁଣ୍ଡାଇହେବା କମ୍ କରିବ |
| 04:38 | ଗାଧୋଇ ସାରିଲା ପରେ, ଥାପି ଥାପି ଦେହକୁ ଶୁଖାନ୍ତୁ |
| 04:42 | ପ୍ରଚୁର ପାଣି ପିଅନ୍ତୁ –ପଇଡ, ବାର୍ଲୀ କିମ୍ବା ଯାହା ଥଣ୍ଡା କରାଇବ |
| 04:49 | ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗୀର କପଡାକୁ ଅଲଗା ସଫା କରନ୍ତୁ |
| 04:55 | ଯଦି ଆପଣଙ୍କୁ ହାଡଫୁଟି ହୋଇନାହିଁ କିମ୍ବା vaccine ନେଇ ନାହାଁନ୍ତି, vaccine ନେଇନିଅନ୍ତୁ |
| 05:02 | ବର୍ତ୍ତମାନ ଦେଖିବା, ହାଡଫୁଟି ହେବା ସମୟରେ କ’ଣ କରିବା ଉଚିତ ନୁହେଁ- |
| 05:08 | ନାଲି କୁଣ୍ଡେଇହେଉଥିବା ଫୋଟକାଗୁଡିକୁ ଖଣ୍ଡିଆ କରନ୍ତୁ ନାହିଁ |
| 05:10 | ଏହା ଦ୍ଵାରା bacterial infections ହୋଇପାରେ ଏବଂ ବିପଜ୍ଜନକ ଅଟେ |
| 05:15 | ଅନ୍ୟମାନଙ୍କୁ ସଂକ୍ରମଣ ନହେବା ପାଇଁ, ସେମାନଙ୍କଠାରୁ ଦୁରେଇ ରହନ୍ତୁ |
| 05:22 | ଏହା ଆମକୁ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ମନେରଖନ୍ତୁ, ଡାକ୍ତରୀ ପରାମର୍ଶ ସର୍ବଦା ସାହାଯ୍ୟକାରୀ ଅଟେ |
| 05:28 | ଶୁଣିଥିବାରୁ ଧନ୍ୟବାଦ ଏବଂ ସୁସ୍ଥ ରୁହନ୍ତୁ |
| 05:32 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 05:35 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 05:39 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 05:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 05:49 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 05:53 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ |
| 06:01 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 06:05 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 06:12 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 06:30 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
| 06:33 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |