Ruby/C2/Hello-Ruby/Oriya
From Script | Spoken-Tutorial
| Time | Narration |
| 00:00 | ବନ୍ଧୁଗଣ, Hello Ruby! ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
| 00:06 | Ruby କ’ଣ? |
| 00:08 | ଫିଚର୍ସ, Ruby ଜେମ୍ସ ଓ Ruby ହେଲ୍ପ |
| 00:12 | ଇନଷ୍ଟଲେଶନ୍, Ruby କୋଡ୍ ରନ୍ କରିବା |
| 00:15 | କମେଣ୍ଟ୍ କରିବା, puts ଓ print ମଧ୍ୟରେ ଥିବା ପାର୍ଥକ୍ୟ |
| 00:19 | ଏଠାରେ ଆମେ ବ୍ୟବହାର କରୁଛୁ: Ubuntu Linux 12.04 OS ଓ Ruby 1.9.3 |
| 00:27 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣ ଇଣ୍ଟରନେଟ ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ |
| 00:30 | ଆପଣଙ୍କର, ଲିନକ୍ସରେ Terminal ଓ Text editorର ବ୍ୟବହାର ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:37 | ବର୍ତ୍ତମାନ ମୁଁ, Ruby କ’ଣ ବର୍ଣ୍ଣନା କରିବି |
| 00:40 | Ruby ଗୋଟିଏ, ଅବଜେକ୍ଟ-ଓରିଏଣ୍ଟେଡ୍, ଇଣ୍ଟରପ୍ରିଟେଡ୍ ସ୍କ୍ରିପ୍ଟିଙ୍ଗ ଲାଙ୍ଗୁଏଜ |
| 00:44 | ଏହା କ୍ରିୟାଶୀଳ, ମୁକ୍ତ ଉତ୍ସ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ ଅଟେ |
| 00:48 | ଏହାର ଗୋଟିଏ ପରିମାର୍ଜିତ ସିଣ୍ଟାକ୍ସ ଅଛି, ଯାହାକୁ ସ୍ୱାଭାବିକ ଭାବେ ପଢିବା ଓ ଲେଖିବା ସହଜ ଅଟେ |
| 00:54 | ଚାଲନ୍ତୁ, Rubyର କିଛି ଫିଚର୍ସକୁ ଦେଖିବା |
| 00:57 | Ruby, ଅତ୍ୟଧିକ ପୋର୍ଟେବଲ୍ ଅଟେ |
| 00:59 | Ruby, ଯେକୌଣସି ଅପରେଟିଙ୍ଗ୍ ସିଷ୍ଟମରେ ରନ୍ କରିପାରିବ |
| 01:04 | Rubyର ଭେରିଏବଲଗୁଡିକରେ, Smalltalk, BASIC କିମ୍ବା Pythonରେ ଥିବା ଭଳି ଡାଟାଟାଇପ୍ ନାହିଁ |
| 01:11 | ଏହା, ଅଟୋମାଟିକ୍ ମେମୋରୀ ମ୍ୟାନେଜମେଣ୍ଟ୍ କୁ ସମର୍ଥନ କରେ |
| 01:14 | Ruby ଗୋଟିଏ, ଫ୍ରୀ ଫର୍ମାଟ୍ ଲାଙ୍ଗୁଏଜ୍ ଅଟେ |
| 01:17 | ଆପଣ, ଆପଣଙ୍କର ପ୍ରୋଗ୍ରାମକୁ ଯେକୌଣସି ଲାଇନ୍ ଓ କଲମରୁ ଲେଖିବା ଆରମ୍ଭ କରିପାରିବେ |
| 01:21 | Ruby, ଇଣ୍ଟରନେଟ୍ ଓ ଇଣ୍ଟ୍ରାନେଟ୍ ଆପ୍ଲିକେଶନଗୁଡିକୁ ବିକଶିତ କରିବା ପାଇଁ ବ୍ୟବହୃତ ହୁଏ |
| 01:26 | RubyGems ହେଉଛି, Rubyର ପ୍ରମୁଖ ଫିଚର୍ସମାନଙ୍କ ମଧ୍ୟରୁ ଅନ୍ୟତମ |
| 01:31 | Ruby ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ପାଇଁ, RubyGems ଗୋଟିଏ ପ୍ୟାକେଜ୍ ମ୍ୟାନେଜର୍ ଅଟେ |
| 01:36 | ଏହା, Rubyପ୍ରୋଗ୍ରାମ୍ସ ଓ librariesକୁ ବିତରଣ କରିବା ପାଇଁ ଗୋଟିଏ ସାଧାରଣ ଫର୍ମାଟ୍ ଉପଲବ୍ଧ କରାଇଥାଏ |
| 01:42 | ଆପଣ ନିଜର, gems ସୃଷ୍ଟି ଓ ପ୍ରକାଷିତ କରିପାରିବେ |
| 01:46 | RubyGems ଉପରେ ଅଧିକ ସୂଚନା ପାଇଁ, ନିମ୍ନଲିଖିତ ଲିଙ୍କକୁ ଯା’ନ୍ତୁ |
| 01:51 | Ruby ଉପରେ ଅଧିକ ହେଲ୍ପ ପାଇବା ପାଇଁ, ଆପଣ ପ୍ରଦର୍ଶିତ ଲିଙ୍କକୁ ଯାଇପାରିବେ |
| 01:55 | Ubuntu Software Centre ସାହାଯ୍ୟରେ, ଆପଣ Ruby ଇନଷ୍ଟଲ୍ କରିପାରିବେ |
| 01:59 | Ubuntu Software Centre ଉପରେ ଅଧିକ ସୂଚନା ପାଇଁ, ଏହି ୱେବସାଇଟରେ ଉପଲବ୍ଧ ଥିବା Ubuntu Linux Tutorialsର ସାହାଯ୍ୟ ନିଅନ୍ତୁ |
| 02:07 | Rubyକୁ ଇନଷ୍ଟଲ୍ କରିବା ଅନ୍ୟ ମେଥଡଗୁଡିକ, ଏହି ସ୍ଲାଇଡରେ ପ୍ରଦର୍ଶିତ ହୋଇଛି |
| 02:12 | Ruby କୋଡକୁ ତିନୋଟି ଉପାୟରେ ନିଷ୍ପାଦନ କରାଯାଇପାରିବ- |
| 02:16 | କମାଣ୍ଡ୍ ଲାଇନ୍, ଇଣ୍ଟରାକ୍ଟିଭ୍ Ruby ଓ |
| 02:19 | ଗୋଟିଏ ଫାଇଲ୍ ଆକାରରେ. ଆମେ ପ୍ରତ୍ୟେକ ନିଷ୍ପାଦନ ମେଥଡକୁ ଅଧ୍ୟୟନ କରିବା |
| 02:23 | ପ୍ରଥମେ ଆମେ, କିପରି କମାଣ୍ଡ୍ ଲାଇନରୁ Hello World କୋଡକୁ ନିଷ୍ପାଦନ କରାଯାଏ, ଦେଖିବା |
| 02:28 | Ctrl, Alt ଓ T କୁ ଏକ ସଙ୍ଗେ ଦାବି, ଗୋଟିଏ ଟର୍ମିନଲ୍ ଖୋଲନ୍ତୁ |
| 02:33 | ଆପଣଙ୍କ ସ୍କ୍ରୀନ୍ ଉପରେ ଗୋଟିଏ ଟରମିନଲ୍ ୱିଣ୍ଡୋ ଦେଖାଦେବ |
| 02:37 | କମାଣ୍ଡ ଟାଇପ୍ କରନ୍ତୁ: ruby ପ୍ସେସ୍, ହାଇଫେନ୍ e, ସ୍ପେସ୍, ସିଙ୍ଗଲ୍ କ୍ୱୋଟ୍ ମଧ୍ୟରେ puts, ସ୍ପେସ୍, ତା’ପରେ ଡବଲ୍ କ୍ୱୋଟ୍ ମଧ୍ୟରେ Hello World ଏବଂ |
| 02:50 | Enter ଦାବନ୍ତୁ |
| 02:53 | ଆମେ ଆଉଟପୁଟ୍ ଭାବେ HelloWorld ପାଇବା |
| 02:56 | ଟରମିନଲ୍ ଉପରେ, ଆଉଟପୁଟକୁ ପ୍ରିଣ୍ଟ୍ କରିବା ପାଇଁ puts କମାଣ୍ଡ୍ ବ୍ୟବହୃତ ହୁଏ |
| 03:00 | ହାଇଫେନ୍ e flag, ଗୋଟିଏ କୋଡର ଏକମାତ୍ର ଲାଇନକୁ ନିଷ୍ପାଦନ କରିବା ପାଇଁ ଅନୁମତି ଦେଇଥାଏ |
| 03:06 | ମଲ୍ଟିପଲ୍ ହାଇଫେନ୍ e flags, ମଲ୍ଟିପଲ୍ ଲାଇନ୍ କମାଣ୍ଡଗୁଡିକର ନିଷ୍ପାଦନ ପାଇଁ ବ୍ୟବହାର କରାଯାଇପାରେ |
| 03:11 | ଚାଲନ୍ତୁ, ଏହାକୁ ଚେଷ୍ଟା କରିବା |
| 03:13 | ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପାଇବା ପାଇଁ ଅପ୍-ଆରୋ କୀକୁ ଦାବନ୍ତୁ |
| 03:18 | ଟାଇପ୍ କରନ୍ତୁ: ସ୍ପେସ୍, ହାଇଫେନ୍ e, ସ୍ପେସ୍ ସିଙ୍ଗଲ୍ କ୍ୱୋଟ୍ ମଧ୍ୟରେ puts, ସ୍ପେସ୍, 1+2 ଏବଂ |
| 03:30 | Enter ଦାବନ୍ତୁ |
| 03:32 | ଆମେ ଆଉଟପୁଟ୍ ଭାବେ HelloWorld ଓ 3 ପାଇବା |
| 03:36 | slideକୁ ଫେରି ଆସନ୍ତୁ |
| 03:38 | ବର୍ତ୍ତମାନ, ଆମେ ଇଣ୍ଟରାକ୍ଟିଭ୍ Ruby ବିଷୟରେ ଶିଖିବା |
| 03:42 | ଇଣ୍ଟରାକ୍ଟିଭ୍ Ruby, ତତ୍କାଳ ଉତ୍ତର ସହିତ Ruby କମାଣ୍ଡଗୁଡିକର ନିଷ୍ପାଦନ ପାଇଁ ଅନୁମତି ଦେଇଥାଏ |
| 03:48 | ଆପଣ Ruby ଷ୍ଟେଟମେଣ୍ଟଗୁଡିକୁ ରନ୍ କରି ଆଉଟପୁଟ୍ ଓ ରିଟର୍ନ ଭାଲ୍ୟୁଗୁଡିକୁ ଯାଞ୍ଚ୍ କରିପାରିବେ |
| 03:53 | ପୁରୁଣା Ruby ଭର୍ସନ୍ ପାଇଁ, ପୃଥକ୍ ଭାବେ irb ଇନଷ୍ଟଲ୍ କରନ୍ତୁ |
| 03:57 | ବର୍ତ୍ତମାନ, ଚାଲନ୍ତୁ irb ମଧ୍ୟଦେଇ Ruby କୋଡଗୁଡିକୁ ନିଷ୍ପାଦନ କରିବା. ଟରମିନଲକୁ ଯା’ନ୍ତୁ |
| 04:03 | ଇଣ୍ଟରାକ୍ଟିଭ୍ Rubyକୁ ଲଞ୍ଚ୍ କରିବା ପାଇଁ |
| 04:06 | irb ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 04:09 | ଟାଇପ୍ କରନ୍ତୁ: puts, ସ୍ପେସ୍, ଡବଲ୍ କ୍ୱୋଟ୍ ମଧ୍ୟରେ Hello World ଏବଂ Enter ଦାବନ୍ତୁ |
| 04:19 | ଆମେ ଆଉଟପୁଟ୍ ଭାବେ HelloWorld ପାଇବା |
| 04:22 | ଏବଂ ରିଟର୍ଣ୍ଣ ଭାଲ୍ୟୂ ଭାବେ nil ପାଇବା |
| 04:25 | irbରୁ ବାହାର ହେବା ପାଇଁ, exit ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 04:31 | ଆପଣ ଗୋଟିଏ ଫାଇଲରୁ ମଧ୍ୟ Ruby program ରନ୍ କରିପାରିବେ |
| 04:34 | କୋଡ୍ ଲେଖିବା ପାଇଁ, ନିଜ ପସନ୍ଦର ଯେକୌଣସି ଟେକ୍ସଟ ଏଡିଟର୍ ବ୍ୟବହାର କରିପାରିବେ |
| 04:39 | gedit ଟେକ୍ସଟ ଏଡିଟର୍ ବ୍ୟବହାର କରନ୍ତୁ. Gedit ଟେକ୍ସଟ ଏଡିଟରକୁ ଆସନ୍ତୁ |
| 04:45 | ବର୍ତ୍ତମାନ ଟାଇପ୍ କରନ୍ତୁ: puts, ସ୍ପେସ୍, ଡବଲ୍ କ୍ୱୋଟ୍ ମଧ୍ୟରେ Hello World |
| 04:54 | ଚାଲନ୍ତୁ,ମଲ୍ଟିପଲ୍ ଲାଇନ୍ କିମ୍ବା ବ୍ଲକ୍ କମେଣ୍ଟ୍ କୁ କିପରି ଯୋଗ କରାଯାଏ, ଶିଖିବା |
| 04:59 | puts କମାଣ୍ଡ୍ ପୂର୍ବରୁ, |
| 05:01 | ଟାଇପ୍ କରନ୍ତୁ: ଇକ୍ୱାଲ୍ ଟୁ begin ଏବଂ Enter ଦାବନ୍ତୁ |
| 05:06 | କମେଣ୍ଟକୁ ଆରମ୍ଭ କରିବା ପାଇଁ, ଇକ୍ୱାଲ୍ ଟୁ begin, ବ୍ୟବହୃତ ହୁଏ |
| 05:10 | ଆପଣ ଯୋଗ କରିବାକୁ ଚାହୁଁଥିବା କମେଣ୍ଟକୁ ଟାଇପ୍ କରନ୍ତୁ |
| 05:13 | ଟାଇପ୍ କରନ୍ତୁ: My first Ruby ପ୍ରୋଗ୍ରାମ୍ |
| 05:20 | ଏବଂ Enter ଦାବନ୍ତୁ |
| 05:22 | ଏହାପରେ ଟାଇପ୍ କରନ୍ତୁ: This କୋଡ୍ will ପ୍ରିଣ୍ଟ୍ helloworld ଏବଂ Enter ଦାବନ୍ତୁ |
| 05:30 | ବର୍ତ୍ତମାନ ଟାଇପ୍ କରନ୍ତୁ: ଇକ୍ୱାଲ୍ ଟୁ end |
| 05:32 | ମଲ୍ଟିପଲ୍ ଲାଇନ୍ କମେଣ୍ଟସ କୁ ସମାପ୍ତ କରିବା ପାଇଁ, ଇକ୍ୱାଲ୍ ଟୁ end ବ୍ୟବହୃତ ହୁଏ |
| 05:37 | ପ୍ରୋଗ୍ରାମର ଫ୍ଲୋ କୁ ବୁଝିବା ପାଇଁ Commentଗୁଡିକ, ଉପଯୋଗୀ ଅଟନ୍ତି |
| 05:41 | Documentation ପାଇଁ ଏହା ଉପଯୋଗୀ ଅଟେ |
| 05:45 | ବର୍ତ୍ତମାନ, ଫାଇଲକୁ ସେଭ୍ କରିବା ପାଇଁ, save ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 05:50 | ଫାଇଲକୁ ବାରମ୍ବାର ସେଭ୍ କରିବା, ଗୋଟିଏ ଭଲ ଅଭ୍ୟାସ ଅଟେ |
| 05:53 | ଆପଣଙ୍କ ସ୍କ୍ରୀନ୍ ଉପରେ, save as ଡାୟଲଗ୍ ବକ୍ସ ଦେଖାଦେବ |
| 05:57 | ଫାଇଲକୁ ସେଭ୍ କରିବା ପାଇଁ, ଲୋକେଶନ୍ ବ୍ରାଉଜ୍ କରନ୍ତୁ |
| 06:01 | Rrubyprogram ନାମକ ଗୋଟିଏ ଫୋଲ୍ଡର୍, ଡେସ୍କଟପ୍ ଉପରେ ସୃଷ୍ଟି କରନ୍ତୁ |
| 06:06 | ଏହି ଫୋଲ୍ଡର୍ ଭିତରେ ଫାଇଲଟିକୁ ସେଭ୍ କରନ୍ତୁ |
| 06:10 | Name ଟେକ୍ସଟ ବକ୍ସରେ, ଆପଣ ଯୋଗକରିବାକୁ ଚାହୁଁଥିବା ନାମ ଟାଇପ୍ କରନ୍ତୁ |
| 06:14 | hello.rb, ଟାଇପ୍ କରନ୍ତୁ |
| 06:17 | ଗୋଟିଏ Ruby ଫାଇଲକୁ, ଡଟ୍ rb ଏକ୍ସଟେନଶନ୍ ପ୍ରଦାନ କରାଯାଇଛି |
| 06:21 | ତା’ପରେ, ଫାଇଲକୁ ସେଭ୍ କରିବା ପାଇଁ, save ବଟନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ, ଫାଇଲଟି ସେଭ୍ ହୋଇଗଲା |
| 06:28 | କୋଡକୁ ନିଷ୍ପାଦନ କରିବା ପାଇଁ, ଟର୍ମିନଲକୁ ଯା’ନ୍ତୁ |
| 06:32 | ପ୍ରଥମେ ଟର୍ମିନଲକୁ କ୍ଲିୟର୍ କରନ୍ତୁ |
| 06:35 | ଆପଣ, ଆପଣଙ୍କର Ruby ଫାଇଲ୍ ଥିବା ଡାଇରେକ୍ଟୋରୀରେ, ନିଜର ଉପସ୍ଥିତିକୁ ନିଶ୍ଚିତ କରନ୍ତୁ |
| 06:39 | ମନେରଖନ୍ତୁ ଯେ ଆମେ home ଡାଇରେକ୍ଟୋରୀରେ ଅଛନ୍ତି. ଆମକୁ ସବ୍- ଡାଇରେକ୍ଟୋରୀ, rubyprogramକୁ ଯିବାକୁ ହେବ |
| 06:47 | ଏହା ପାଇଁ, ଟାଇପ୍ କରନ୍ତୁ: cd ସ୍ପେସ୍, Desktop/rubyprogram ଏବଂ Enter ଦାବନ୍ତୁ |
| 07:00 | ଫାଇଲଟିକୁ ନିଷ୍ପାଦନ କରନ୍ତୁ. ଟାଇପ୍ କରନ୍ତୁ: ruby ସ୍ପେସ୍, hello ଡଟ୍ rb ଏବଂ Enter ଦାବନ୍ତୁ |
| 07:10 | ଆମେ ଆଉଟପୁଟ୍ ଭାବେ HelloWorld ପାଇବା |
| 07:13 | ବର୍ତ୍ତମାନ ମୁଁ, puts ଓ print ଷ୍ଟେଟମେଣ୍ଟ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରଦର୍ଶନ କରିବି |
| 07:18 | irb ବ୍ୟବହାର କରି, ଏହାକୁ ଚେଷ୍ଟା କରନ୍ତୁ |
| 07:22 | ଏହା ପୂର୍ବରୁ, ଆମକୁ, ଆମର home ଡାଇରେକ୍ଟୋରୀକୁ ଫେରିଯିବା୍କୁ ହେବ. ସେଥି ପାଇଁ ଟାଇପ୍ କରନ୍ତୁ, cd ଏବଂ Enter ଦାବନ୍ତୁ |
| 07:31 | ଇଣ୍ଟରାକ୍ଟିଭ୍ Rubyକୁ ଲଞ୍ଚ୍ କରିବା ପାଇଁ, irb ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 07:39 | ଟାଇପ୍ କରନ୍ତୁ: putsସ୍ପେସ୍, ଡବଲ୍ କ୍ୱୋଟ୍ ମଧ୍ୟରେ Hello, କମା, ଡବଲ୍ କ୍ୱୋଟ୍ ମଧ୍ୟରେ World |
| 07:50 | ଏଠାରେ କମା, ଦୁଇଟି puts କମାଣ୍ଡକୁ ପରସ୍ପର ଯୋଡିବା ପାଇଁ ବ୍ୟବହୃତ ହୁଏ |
| 07:55 | ବର୍ତ୍ତମାନ, Enter ଦାବନ୍ତୁ |
| 07:57 | ଆମେ ଆଉଟପୁଟ୍ ଭାବେ HelloWorld ପାଇବା, କିନ୍ତୁ ଭିନ୍ନ ଲାଇନରେ |
| 08:03 | ବର୍ତ୍ତମାନ, print ସହିତ ସମାନ ଚେଷ୍ଟା କରିବା |
| 08:06 | ପୂର୍ବ କମାଣ୍ଡ୍ ପାଇବା ପାଇଁ ଅପ୍-ଆରୋ କୀ ଦାବନ୍ତୁ |
| 08:09 | puts ସ୍ଥାନକୁ, print ସହିତ ବଦଳ କରନ୍ତୁ ଏବଂ Enter ଦାବନ୍ତୁ |
| 08:14 | କିନ୍ତୁ ସମାନ ଲାଇନ ଉପରେ, ଆମେ ଆଉଟପୁଟ୍ ଭାବେ HelloWorld ପାଇବା |
| 08:19 | କୀୱର୍ଡ puts, ଆଉଟପୁଟର ଶେଷରେ ଗୋଟିଏ ନୂତନ ଲାଇନକୁ ଯୋଗ କରିଥାଏ. କୀୱର୍ଡ print, କରେ ନାହିଁ |
| 08:27 | କୀୱର୍ଡ print, ଆମେ ଯାହା ଯୋଗାଇଥାଉ, କେବଳ ସେହିଗୁଡିକୁ ଆଉଟପୁଟ୍ ଦେଇଥାଏ |
| 08:31 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. slideକୁ ଫେରିଆସନ୍ତୁ |
| 08:37 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 08:39 | Ruby ବିଷୟରେ, ଇନଷ୍ଟଲେଶନ୍ କରିବା |
| 08:42 | Ruby କୋଡର ନିଷ୍ପାଦନ |
| 08:44 | =begin ଓ =end ବ୍ୟବହାର କରି ମଲ୍ଟିପଲ କମେଣ୍ଟ୍ ଯୋଗ କରିବା |
| 08:50 | puts ଓ print ମଧ୍ୟରେ ପାର୍ଥକ୍ୟ |
| 08:53 | ଏକ ଆସାଇନମେଣ୍ଟ ଭାବେ, |
| 08:55 | ନିଜର name ଓ ageକୁ ପ୍ରିଣ୍ଟ୍ କରିବା ପାଇଁ ଗୋଟିଏ ରୁବୀ ପ୍ରୋଗ୍ରାମ୍ ଲେଖନ୍ତୁ |
| 08:58 | ଏହି ଟ୍ୟୁଟୋରିଆଲରେ ମଲ୍ଟିପଲ ଲାଇନ୍ କମେଣ୍ଟସ ବ୍ୟବହୃତ ହୋଇଛି |
| 09:01 | ସିଙ୍ଗଲ୍ ଲାଇନ୍ କମେଣ୍ଟ୍ ଦେବା ପାଇଁ ଚେଷ୍ଟା କରନ୍ତୁ |
| 09:04 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 09:07 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:10 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 09:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
| 09:20 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 09:24 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 09:30 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 09:34 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 09:41 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 09:45 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
| 09:50 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |