Ruby/C2/Hello-Ruby/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, Hello Ruby! ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:04 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:06 Ruby କ’ଣ?
00:08 ଫିଚର୍ସ, Ruby ଜେମ୍ସ ଓ Ruby ହେଲ୍ପ
00:12 ଇନଷ୍ଟଲେଶନ୍, Ruby କୋଡ୍ ରନ୍ କରିବା
00:15 କମେଣ୍ଟ୍ କରିବା, puts ଓ print ମଧ୍ୟରେ ଥିବା ପାର୍ଥକ୍ୟ
00:19 ଏଠାରେ ଆମେ ବ୍ୟବହାର କରୁଛୁ: Ubuntu Linux 12.04 OS ଓ Ruby 1.9.3
00:27 ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣ ଇଣ୍ଟରନେଟ ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ
00:30 ଆପଣଙ୍କର, ଲିନକ୍ସରେ Terminal ଓ Text editorର ବ୍ୟବହାର ଉପରେ ଜ୍ଞାନ ଥିବା ଆବଶ୍ୟକ
00:37 ବର୍ତ୍ତମାନ ମୁଁ, Ruby କ’ଣ ବର୍ଣ୍ଣନା କରିବି
00:40 Ruby ଗୋଟିଏ, ଅବଜେକ୍ଟ-ଓରିଏଣ୍ଟେଡ୍, ଇଣ୍ଟରପ୍ରିଟେଡ୍ ସ୍କ୍ରିପ୍ଟିଙ୍ଗ ଲାଙ୍ଗୁଏଜ
00:44 ଏହା କ୍ରିୟାଶୀଳ, ମୁକ୍ତ ଉତ୍ସ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ ଅଟେ
00:48 ଏହାର ଗୋଟିଏ ପରିମାର୍ଜିତ ସିଣ୍ଟାକ୍ସ ଅଛି, ଯାହାକୁ ସ୍ୱାଭାବିକ ଭାବେ ପଢିବା ଓ ଲେଖିବା ସହଜ ଅଟେ
00:54 ଚାଲନ୍ତୁ, Rubyର କିଛି ଫିଚର୍ସକୁ ଦେଖିବା
00:57 Ruby, ଅତ୍ୟଧିକ ପୋର୍ଟେବଲ୍ ଅଟେ
00:59 Ruby, ଯେକୌଣସି ଅପରେଟିଙ୍ଗ୍ ସିଷ୍ଟମରେ ରନ୍ କରିପାରିବ
01:04 Rubyର ଭେରିଏବଲଗୁଡିକରେ, Smalltalk, BASIC କିମ୍ବା Pythonରେ ଥିବା ଭଳି ଡାଟାଟାଇପ୍ ନାହିଁ
01:11 ଏହା, ଅଟୋମାଟିକ୍ ମେମୋରୀ ମ୍ୟାନେଜମେଣ୍ଟ୍ କୁ ସମର୍ଥନ କରେ
01:14 Ruby ଗୋଟିଏ, ଫ୍ରୀ ଫର୍ମାଟ୍ ଲାଙ୍ଗୁଏଜ୍ ଅଟେ
01:17 ଆପଣ, ଆପଣଙ୍କର ପ୍ରୋଗ୍ରାମକୁ ଯେକୌଣସି ଲାଇନ୍ ଓ କଲମରୁ ଲେଖିବା ଆରମ୍ଭ କରିପାରିବେ
01:21 Ruby, ଇଣ୍ଟରନେଟ୍ ଓ ଇଣ୍ଟ୍ରାନେଟ୍ ଆପ୍ଲିକେଶନଗୁଡିକୁ ବିକଶିତ କରିବା ପାଇଁ ବ୍ୟବହୃତ ହୁଏ
01:26 RubyGems ହେଉଛି, Rubyର ପ୍ରମୁଖ ଫିଚର୍ସମାନଙ୍କ ମଧ୍ୟରୁ ଅନ୍ୟତମ
01:31 Ruby ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ପାଇଁ, RubyGems ଗୋଟିଏ ପ୍ୟାକେଜ୍ ମ୍ୟାନେଜର୍ ଅଟେ
01:36 ଏହା, Rubyପ୍ରୋଗ୍ରାମ୍ସ ଓ librariesକୁ ବିତରଣ କରିବା ପାଇଁ ଗୋଟିଏ ସାଧାରଣ ଫର୍ମାଟ୍ ଉପଲବ୍ଧ କରାଇଥାଏ
01:42 ଆପଣ ନିଜର, gems ସୃଷ୍ଟି ଓ ପ୍ରକାଷିତ କରିପାରିବେ
01:46 RubyGems ଉପରେ ଅଧିକ ସୂଚନା ପାଇଁ, ନିମ୍ନଲିଖିତ ଲିଙ୍କକୁ ଯା’ନ୍ତୁ
01:51 Ruby ଉପରେ ଅଧିକ ହେଲ୍ପ ପାଇବା ପାଇଁ, ଆପଣ ପ୍ରଦର୍ଶିତ ଲିଙ୍କକୁ ଯାଇପାରିବେ
01:55 Ubuntu Software Centre ସାହାଯ୍ୟରେ, ଆପଣ Ruby ଇନଷ୍ଟଲ୍ କରିପାରିବେ
01:59 Ubuntu Software Centre ଉପରେ ଅଧିକ ସୂଚନା ପାଇଁ, ଏହି ୱେବସାଇଟରେ ଉପଲବ୍ଧ ଥିବା Ubuntu Linux Tutorialsର ସାହାଯ୍ୟ ନିଅନ୍ତୁ
02:07 Rubyକୁ ଇନଷ୍ଟଲ୍ କରିବା ଅନ୍ୟ ମେଥଡଗୁଡିକ, ଏହି ସ୍ଲାଇଡରେ ପ୍ରଦର୍ଶିତ ହୋଇଛି
02:12 Ruby କୋଡକୁ ତିନୋଟି ଉପାୟରେ ନିଷ୍ପାଦନ କରାଯାଇପାରିବ-
02:16 କମାଣ୍ଡ୍ ଲାଇନ୍, ଇଣ୍ଟରାକ୍ଟିଭ୍ Ruby ଓ
02:19 ଗୋଟିଏ ଫାଇଲ୍ ଆକାରରେ. ଆମେ ପ୍ରତ୍ୟେକ ନିଷ୍ପାଦନ ମେଥଡକୁ ଅଧ୍ୟୟନ କରିବା
02:23 ପ୍ରଥମେ ଆମେ, କିପରି କମାଣ୍ଡ୍ ଲାଇନରୁ Hello World କୋଡକୁ ନିଷ୍ପାଦନ କରାଯାଏ, ଦେଖିବା
02:28 Ctrl, Alt ଓ T କୁ ଏକ ସଙ୍ଗେ ଦାବି, ଗୋଟିଏ ଟର୍ମିନଲ୍ ଖୋଲନ୍ତୁ
02:33 ଆପଣଙ୍କ ସ୍କ୍ରୀନ୍ ଉପରେ ଗୋଟିଏ ଟରମିନଲ୍ ୱିଣ୍ଡୋ ଦେଖାଦେବ
02:37 କମାଣ୍ଡ ଟାଇପ୍ କରନ୍ତୁ: ruby ପ୍ସେସ୍, ହାଇଫେନ୍ e, ସ୍ପେସ୍, ସିଙ୍ଗଲ୍ କ୍ୱୋଟ୍ ମଧ୍ୟରେ puts, ସ୍ପେସ୍, ତା’ପରେ ଡବଲ୍ କ୍ୱୋଟ୍ ମଧ୍ୟରେ Hello World ଏବଂ
02:50 Enter ଦାବନ୍ତୁ
02:53 ଆମେ ଆଉଟପୁଟ୍ ଭାବେ HelloWorld ପାଇବା
02:56 ଟରମିନଲ୍ ଉପରେ, ଆଉଟପୁଟକୁ ପ୍ରିଣ୍ଟ୍ କରିବା ପାଇଁ puts କମାଣ୍ଡ୍ ବ୍ୟବହୃତ ହୁଏ
03:00 ହାଇଫେନ୍ e flag, ଗୋଟିଏ କୋଡର ଏକମାତ୍ର ଲାଇନକୁ ନିଷ୍ପାଦନ କରିବା ପାଇଁ ଅନୁମତି ଦେଇଥାଏ
03:06 ମଲ୍ଟିପଲ୍ ହାଇଫେନ୍ e flags, ମଲ୍ଟିପଲ୍ ଲାଇନ୍ କମାଣ୍ଡଗୁଡିକର ନିଷ୍ପାଦନ ପାଇଁ ବ୍ୟବହାର କରାଯାଇପାରେ
03:11 ଚାଲନ୍ତୁ, ଏହାକୁ ଚେଷ୍ଟା କରିବା
03:13 ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପାଇବା ପାଇଁ ଅପ୍-ଆରୋ କୀକୁ ଦାବନ୍ତୁ
03:18 ଟାଇପ୍ କରନ୍ତୁ: ସ୍ପେସ୍, ହାଇଫେନ୍ e, ସ୍ପେସ୍ ସିଙ୍ଗଲ୍ କ୍ୱୋଟ୍ ମଧ୍ୟରେ puts, ସ୍ପେସ୍, 1+2 ଏବଂ
03:30 Enter ଦାବନ୍ତୁ
03:32 ଆମେ ଆଉଟପୁଟ୍ ଭାବେ HelloWorld ଓ 3 ପାଇବା
03:36 slideକୁ ଫେରି ଆସନ୍ତୁ
03:38 ବର୍ତ୍ତମାନ, ଆମେ ଇଣ୍ଟରାକ୍ଟିଭ୍ Ruby ବିଷୟରେ ଶିଖିବା
03:42 ଇଣ୍ଟରାକ୍ଟିଭ୍ Ruby, ତତ୍କାଳ ଉତ୍ତର ସହିତ Ruby କମାଣ୍ଡଗୁଡିକର ନିଷ୍ପାଦନ ପାଇଁ ଅନୁମତି ଦେଇଥାଏ
03:48 ଆପଣ Ruby ଷ୍ଟେଟମେଣ୍ଟଗୁଡିକୁ ରନ୍ କରି ଆଉଟପୁଟ୍ ଓ ରିଟର୍ନ ଭାଲ୍ୟୁଗୁଡିକୁ ଯାଞ୍ଚ୍ କରିପାରିବେ
03:53 ପୁରୁଣା Ruby ଭର୍ସନ୍ ପାଇଁ, ପୃଥକ୍ ଭାବେ irb ଇନଷ୍ଟଲ୍ କରନ୍ତୁ
03:57 ବର୍ତ୍ତମାନ, ଚାଲନ୍ତୁ irb ମଧ୍ୟଦେଇ Ruby କୋଡଗୁଡିକୁ ନିଷ୍ପାଦନ କରିବା. ଟରମିନଲକୁ ଯା’ନ୍ତୁ
04:03 ଇଣ୍ଟରାକ୍ଟିଭ୍ Rubyକୁ ଲଞ୍ଚ୍ କରିବା ପାଇଁ
04:06 irb ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
04:09 ଟାଇପ୍ କରନ୍ତୁ: puts, ସ୍ପେସ୍, ଡବଲ୍ କ୍ୱୋଟ୍ ମଧ୍ୟରେ Hello World ଏବଂ Enter ଦାବନ୍ତୁ
04:19 ଆମେ ଆଉଟପୁଟ୍ ଭାବେ HelloWorld ପାଇବା
04:22 ଏବଂ ରିଟର୍ଣ୍ଣ ଭାଲ୍ୟୂ ଭାବେ nil ପାଇବା
04:25 irbରୁ ବାହାର ହେବା ପାଇଁ, exit ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
04:31 ଆପଣ ଗୋଟିଏ ଫାଇଲରୁ ମଧ୍ୟ Ruby program ରନ୍ କରିପାରିବେ
04:34 କୋଡ୍ ଲେଖିବା ପାଇଁ, ନିଜ ପସନ୍ଦର ଯେକୌଣସି ଟେକ୍ସଟ ଏଡିଟର୍ ବ୍ୟବହାର କରିପାରିବେ
04:39 gedit ଟେକ୍ସଟ ଏଡିଟର୍ ବ୍ୟବହାର କରନ୍ତୁ. Gedit ଟେକ୍ସଟ ଏଡିଟରକୁ ଆସନ୍ତୁ
04:45 ବର୍ତ୍ତମାନ ଟାଇପ୍ କରନ୍ତୁ: puts, ସ୍ପେସ୍, ଡବଲ୍ କ୍ୱୋଟ୍ ମଧ୍ୟରେ Hello World
04:54 ଚାଲନ୍ତୁ,ମଲ୍ଟିପଲ୍ ଲାଇନ୍ କିମ୍ବା ବ୍ଲକ୍ କମେଣ୍ଟ୍ କୁ କିପରି ଯୋଗ କରାଯାଏ, ଶିଖିବା
04:59 puts କମାଣ୍ଡ୍ ପୂର୍ବରୁ,
05:01 ଟାଇପ୍ କରନ୍ତୁ: ଇକ୍ୱାଲ୍ ଟୁ begin ଏବଂ Enter ଦାବନ୍ତୁ
05:06 କମେଣ୍ଟକୁ ଆରମ୍ଭ କରିବା ପାଇଁ, ଇକ୍ୱାଲ୍ ଟୁ begin, ବ୍ୟବହୃତ ହୁଏ
05:10 ଆପଣ ଯୋଗ କରିବାକୁ ଚାହୁଁଥିବା କମେଣ୍ଟକୁ ଟାଇପ୍ କରନ୍ତୁ
05:13 ଟାଇପ୍ କରନ୍ତୁ: My first Ruby ପ୍ରୋଗ୍ରାମ୍
05:20 ଏବଂ Enter ଦାବନ୍ତୁ
05:22 ଏହାପରେ ଟାଇପ୍ କରନ୍ତୁ: This କୋଡ୍ will ପ୍ରିଣ୍ଟ୍ helloworld ଏବଂ Enter ଦାବନ୍ତୁ
05:30 ବର୍ତ୍ତମାନ ଟାଇପ୍ କରନ୍ତୁ: ଇକ୍ୱାଲ୍ ଟୁ end
05:32 ମଲ୍ଟିପଲ୍ ଲାଇନ୍ କମେଣ୍ଟସ କୁ ସମାପ୍ତ କରିବା ପାଇଁ, ଇକ୍ୱାଲ୍ ଟୁ end ବ୍ୟବହୃତ ହୁଏ
05:37 ପ୍ରୋଗ୍ରାମର ଫ୍ଲୋ କୁ ବୁଝିବା ପାଇଁ Commentଗୁଡିକ, ଉପଯୋଗୀ ଅଟନ୍ତି
05:41 Documentation ପାଇଁ ଏହା ଉପଯୋଗୀ ଅଟେ
05:45 ବର୍ତ୍ତମାନ, ଫାଇଲକୁ ସେଭ୍ କରିବା ପାଇଁ, save ବଟନ୍ ଉପରେ କ୍ଲିକ୍ କରନ୍ତୁ
05:50 ଫାଇଲକୁ ବାରମ୍ବାର ସେଭ୍ କରିବା, ଗୋଟିଏ ଭଲ ଅଭ୍ୟାସ ଅଟେ
05:53 ଆପଣଙ୍କ ସ୍କ୍ରୀନ୍ ଉପରେ, save as ଡାୟଲଗ୍ ବକ୍ସ ଦେଖାଦେବ
05:57 ଫାଇଲକୁ ସେଭ୍ କରିବା ପାଇଁ, ଲୋକେଶନ୍ ବ୍ରାଉଜ୍ କରନ୍ତୁ
06:01 Rrubyprogram ନାମକ ଗୋଟିଏ ଫୋଲ୍ଡର୍, ଡେସ୍କଟପ୍ ଉପରେ ସୃଷ୍ଟି କରନ୍ତୁ
06:06 ଏହି ଫୋଲ୍ଡର୍ ଭିତରେ ଫାଇଲଟିକୁ ସେଭ୍ କରନ୍ତୁ
06:10 Name ଟେକ୍ସଟ ବକ୍ସରେ, ଆପଣ ଯୋଗକରିବାକୁ ଚାହୁଁଥିବା ନାମ ଟାଇପ୍ କରନ୍ତୁ
06:14 hello.rb, ଟାଇପ୍ କରନ୍ତୁ
06:17 ଗୋଟିଏ Ruby ଫାଇଲକୁ, ଡଟ୍ rb ଏକ୍ସଟେନଶନ୍ ପ୍ରଦାନ କରାଯାଇଛି
06:21 ତା’ପରେ, ଫାଇଲକୁ ସେଭ୍ କରିବା ପାଇଁ, save ବଟନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ, ଫାଇଲଟି ସେଭ୍ ହୋଇଗଲା
06:28 କୋଡକୁ ନିଷ୍ପାଦନ କରିବା ପାଇଁ, ଟର୍ମିନଲକୁ ଯା’ନ୍ତୁ
06:32 ପ୍ରଥମେ ଟର୍ମିନଲକୁ କ୍ଲିୟର୍ କରନ୍ତୁ
06:35 ଆପଣ, ଆପଣଙ୍କର Ruby ଫାଇଲ୍ ଥିବା ଡାଇରେକ୍ଟୋରୀରେ, ନିଜର ଉପସ୍ଥିତିକୁ ନିଶ୍ଚିତ କରନ୍ତୁ
06:39 ମନେରଖନ୍ତୁ ଯେ ଆମେ home ଡାଇରେକ୍ଟୋରୀରେ ଅଛନ୍ତି. ଆମକୁ ସବ୍- ଡାଇରେକ୍ଟୋରୀ, rubyprogramକୁ ଯିବାକୁ ହେବ
06:47 ଏହା ପାଇଁ, ଟାଇପ୍ କରନ୍ତୁ: cd ସ୍ପେସ୍, Desktop/rubyprogram ଏବଂ Enter ଦାବନ୍ତୁ
07:00 ଫାଇଲଟିକୁ ନିଷ୍ପାଦନ କରନ୍ତୁ. ଟାଇପ୍ କରନ୍ତୁ: ruby ସ୍ପେସ୍, hello ଡଟ୍ rb ଏବଂ Enter ଦାବନ୍ତୁ
07:10 ଆମେ ଆଉଟପୁଟ୍ ଭାବେ HelloWorld ପାଇବା
07:13 ବର୍ତ୍ତମାନ ମୁଁ, puts ଓ print ଷ୍ଟେଟମେଣ୍ଟ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରଦର୍ଶନ କରିବି
07:18 irb ବ୍ୟବହାର କରି, ଏହାକୁ ଚେଷ୍ଟା କରନ୍ତୁ
07:22 ଏହା ପୂର୍ବରୁ, ଆମକୁ, ଆମର home ଡାଇରେକ୍ଟୋରୀକୁ ଫେରିଯିବା୍କୁ ହେବ. ସେଥି ପାଇଁ ଟାଇପ୍ କରନ୍ତୁ, cd ଏବଂ Enter ଦାବନ୍ତୁ
07:31 ଇଣ୍ଟରାକ୍ଟିଭ୍ Rubyକୁ ଲଞ୍ଚ୍ କରିବା ପାଇଁ, irb ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
07:39 ଟାଇପ୍ କରନ୍ତୁ: putsସ୍ପେସ୍, ଡବଲ୍ କ୍ୱୋଟ୍ ମଧ୍ୟରେ Hello, କମା, ଡବଲ୍ କ୍ୱୋଟ୍ ମଧ୍ୟରେ World
07:50 ଏଠାରେ କମା, ଦୁଇଟି puts କମାଣ୍ଡକୁ ପରସ୍ପର ଯୋଡିବା ପାଇଁ ବ୍ୟବହୃତ ହୁଏ
07:55 ବର୍ତ୍ତମାନ, Enter ଦାବନ୍ତୁ
07:57 ଆମେ ଆଉଟପୁଟ୍ ଭାବେ HelloWorld ପାଇବା, କିନ୍ତୁ ଭିନ୍ନ ଲାଇନରେ
08:03 ବର୍ତ୍ତମାନ, print ସହିତ ସମାନ ଚେଷ୍ଟା କରିବା
08:06 ପୂର୍ବ କମାଣ୍ଡ୍ ପାଇବା ପାଇଁ ଅପ୍-ଆରୋ କୀ ଦାବନ୍ତୁ
08:09 puts ସ୍ଥାନକୁ, print ସହିତ ବଦଳ କରନ୍ତୁ ଏବଂ Enter ଦାବନ୍ତୁ
08:14 କିନ୍ତୁ ସମାନ ଲାଇନ ଉପରେ, ଆମେ ଆଉଟପୁଟ୍ ଭାବେ HelloWorld ପାଇବା
08:19 କୀୱର୍ଡ puts, ଆଉଟପୁଟର ଶେଷରେ ଗୋଟିଏ ନୂତନ ଲାଇନକୁ ଯୋଗ କରିଥାଏ. କୀୱର୍ଡ print, କରେ ନାହିଁ
08:27 କୀୱର୍ଡ print, ଆମେ ଯାହା ଯୋଗାଇଥାଉ, କେବଳ ସେହିଗୁଡିକୁ ଆଉଟପୁଟ୍ ଦେଇଥାଏ
08:31 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. slideକୁ ଫେରିଆସନ୍ତୁ
08:37 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
08:39 Ruby ବିଷୟରେ, ଇନଷ୍ଟଲେଶନ୍ କରିବା
08:42 Ruby କୋଡର ନିଷ୍ପାଦନ
08:44 =begin ଓ =end ବ୍ୟବହାର କରି ମଲ୍ଟିପଲ କମେଣ୍ଟ୍ ଯୋଗ କରିବା
08:50 puts ଓ print ମଧ୍ୟରେ ପାର୍ଥକ୍ୟ
08:53 ଏକ ଆସାଇନମେଣ୍ଟ ଭାବେ,
08:55 ନିଜର name ଓ ageକୁ ପ୍ରିଣ୍ଟ୍ କରିବା ପାଇଁ ଗୋଟିଏ ରୁବୀ ପ୍ରୋଗ୍ରାମ୍ ଲେଖନ୍ତୁ
08:58 ଏହି ଟ୍ୟୁଟୋରିଆଲରେ ମଲ୍ଟିପଲ ଲାଇନ୍ କମେଣ୍ଟସ ବ୍ୟବହୃତ ହୋଇଛି
09:01 ସିଙ୍ଗଲ୍ ଲାଇନ୍ କମେଣ୍ଟ୍ ଦେବା ପାଇଁ ଚେଷ୍ଟା କରନ୍ତୁ
09:04 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
09:07 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:10 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:17 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
09:20 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
09:24 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:30 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
09:34 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
09:41 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:45 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
09:50 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep