Scilab/C2/Plotting-2D-graphs/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, Scilab ରେ Plotting 2D graphs ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 | ଆଶା କରୁଛୁ, ଆପଣଙ୍କ କମ୍ପ୍ୟୁଟରରେ Scilab ଇନଷ୍ଟଲ ହୋଇଥିବ, Scilabରେ plots ଉପରେ ଆଲୋଚନା କରିବା |
00:10 | Scilab, ଅନେକ ପ୍ରକାରର 2D ଓ 3D plotsର ସୃଷ୍ଟି ଓ କଷ୍ଟମାଇଜ୍ କରିବା ପାଇଁ, ଅନେକ ମାର୍ଗ ପ୍ରଦାନ କରେ |
00:15 | Scilab ସୃଷ୍ଟି କରିପାରୁଥିବା, ଅନେକ ସଧାରଣ ଚାର୍ଟଗୁଡିକ ହେଲା: x-y ପ୍ଲଟ୍ସ, କୋଣ୍ଟୁର ପ୍ଲଟ୍ସ, 3D ପ୍ଲଟ୍ସ, ହିଷ୍ଟୋଗ୍ରାମ୍ସ, ବାର ଚାର୍ଟ ଇତ୍ୟାଦି |
00:24 | ବର୍ତ୍ତମାନ ଆପଣଙ୍କର Scilab କନସୋଲ ୱିଣ୍ଡୋ ଖୋଲନ୍ତୁ |
00:28 | ମୁଁ, କମାଣ୍ଡକୁ କଟ୍ ଓ ପେଷ୍ଟ କରିବା ପାଇଁ, Plotting.sce ଫାଇଲ ବ୍ୟବହାର କରିବି |
00:34 | ପ୍ଲଟ୍ କରିବା ପାଇଁ, ଆମକୁ ଏକ ବିନ୍ଦୁର ସେଟ୍ ଦରକାର. ସମାନ ବ୍ୟବଧାନ ରଖି ବିନ୍ଦୁଗୁଡିକୁ ଏକ ଅନୁକ୍ରମରେ ରଖିବା |
00:39 | ଏହା, linspace କମାଣ୍ଡ ଦ୍ୱାରା ସମ୍ଭବ ହେବ, ଯାହା ସରଳ ସମାନ ସ୍ପେସ୍ ଥିବା ଭେକ୍ଟର ସୃଷ୍ଟି କରିବ |
00:45 | ଉଦାହରଣସ୍ୱରୂପ, |
00:48 | x ହେଉଛି ଏକ ରୋ ଭେକ୍ଟର, ଯାହା ରୈଖିକ ଭାବେ 1 ଓ 10 ମଧ୍ୟରେ ସମାନ ବ୍ୟବଧାନରେ ଥିବା 5ଟି ବିନ୍ଦୁର ସମାହାର |
00:57 | ସେହିପରି, y ହେଉଛି ଏକ ରୋ ଭେକ୍ଟର, ଯାହା ରୈଖିକ ଭାବେ 1 ଓ 20 ମଧ୍ୟରେ ସମାନ ବ୍ୟବଧାନରେ ଥିବା 5ଟି ବିନ୍ଦୁର ସମାହାର |
01:08 | linspace ଉପରେ ଅଧିକ ବିବରଣୀ, help ଡକୁମେଣ୍ଟେଶନ୍ ରେ ଉପଲବ୍ଧ ହେବ |
01:14 | ବର୍ତ୍ତମାନ, ଆମେ plot ଫଙ୍କଶନ ବ୍ୟବହାର କରି, x ଓ y ଆର୍ଗୁମେଣ୍ଟ ସାହାଯ୍ୟରେ ଏକ ଗ୍ରାଫ ପ୍ଲଟ୍ କରିବା |
01:19 | ଏହା, matlabରେ ବ୍ୟବହାର ହୋଇଥିବା ଭଳି ସମାନ ଅଟେ |
01:23 | ଆପଣ ଦେଖିପାରୁଥିବେ, plot(x,y), x ବନାମ y ସହିତ ଏକ ଗ୍ରାଫ୍ ସୃଷ୍ଟି କରିବ |
01:31 | ଧ୍ୟାନଦିଅନ୍ତୁ, Graphics window, 0ରେ ଅଙ୍କିତ ହୋଇଛି |
01:36 | ଆମେ, xset ଫଙ୍କଶନ ବ୍ୟବହାର କରି ଅନ୍ୟ ଏକ ଗ୍ରାଫିକ ୱିଣ୍ଡୋ ଖୋଲିବା |
01:41 | ଏହାକୁ ବନ୍ଦ କରନ୍ତୁ |
01:43 | xset ଫଙ୍କଶନକୁ କଟ୍ କରି, Scilab ରେ ପେଷ୍ଟ କରି Enter ଦାବନ୍ତୁ |
01:50 | ଆପଣ, ସଂଖ୍ୟା 1 ଥିବା ଏକ ଗ୍ରାଫିକ ୱିଣ୍ଡୋ ଦେଖିପାରିବେ |
01:54 | ଧ୍ୟାନଦିଅନ୍ତୁ, window ଓ 1 ନାମକ ଦୁଇଟି ଫଙ୍କଶନରେ, ଦୁଇଟି ଆର୍ଗୁମେଣ୍ଟ ପାସ ହୋଇଛି |
02:03 | ଏହି ୱିଣ୍ଡୋରେ, ପରବର୍ତ୍ତୀ ଗ୍ରାଫ୍ ଅଙ୍କନ ହେବ |
02:06 | Scilabରେ, 2d ଗ୍ରାଫ୍ ଅଙ୍କନ ପାଇଁ plot2d ମୂଳ ଫଙ୍କଶନ ଭାବେ ବ୍ୟବହୃତ ହୁଏ |
02:14 | plot2d କମାଣ୍ଡ, x ବନାମ୍ yର ଏକ ଗ୍ରାଫ୍ ଅଙ୍କନ କରିବା, ଆପଣ ଦେଖିପାରିବେ |
02:26 | ଧ୍ୟାନଦିଅନ୍ତୁ, ଏଠାରେ style ନାମକ ଏକ ତୃତୀୟ ଆର୍ଗୁମେଣ୍ଟ ଅଛି |
02:31 | style ଆର୍ଗୁମେଣ୍ଟ ବାଧ୍ୟତାମୂଳକ ନୁହେଁ. ଏହା ପ୍ଲଟର ଉପସ୍ଥିତିକୁ କଷ୍ଟମାଇଜ୍ କରିବା ପାଇଁ ବ୍ୟବହୃତ ହୁଏ |
02:36 | ଷ୍ଟାଇଲର ଧନାତ୍ମକ ଭାଲ୍ୟୁ ପାଇଁ, ବିଭିନ୍ନ ରଙ୍ଗ ସହିତ କର୍ଭଟି ପ୍ଲେନ୍ ହୋଇଥାଏ, ଆମ କ୍ଷେତ୍ରରେ ସବୁଜ ପାଇଁ 3 ଅଟେ |
02:44 | ଷ୍ଟାଇଲର ଡିଫଲ୍ଟ ଭାଲ୍ୟୁ ହେଉଛି 1 |
02:46 | ଋଣାତ୍ମକ ଭାଲ୍ୟୁ ନିମନ୍ତେ ଗ୍ରାଫ ଆଙ୍କିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଉପସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ନିଜେ ଲକ୍ଷ୍ୟ କରନ୍ତୁ |
02:51 | ଆମେ, ଚତୁର୍ଥ ଆର୍ଗୁମେଣ୍ଟ ପାସକରି ଆରମ୍ଭ ବିନ୍ଦୁ ଏବଂ x ଓ y ଆକ୍ସିସର ଶେଷ ବିନ୍ଦୁ ମଧ୍ୟ ନିରୂପଣ କରିପାରିବା |
02:57 | ଏହାକୁ rect କୁହାଯାଏ. ଆପଣ ଦେଖି ପାରୁଥିବେ |
03:07 | ଆମର, x ଆକ୍ସିସ 1 ଠାରୁ 10 ପର୍ଯ୍ୟନ୍ତ ଏବଂ y ଆକ୍ସିସ 1 ଠାରୁ 20 ପର୍ଯ୍ୟନ୍ତ ଅଛି |
03:14 | xmin, ymin, xmax ଓ ymax ହେଉଛି, rect କମାଣ୍ଡରେ ଥିବା ଆର୍ଗୁମେଣ୍ଟର କ୍ରମ |
03:24 | ବର୍ତ୍ତମାନ ଆମେ, ଟାଇଟଲ୍, ଆକ୍ସିସ୍ ଓ ଲେଜେଣ୍ଡ୍ ବିଷୟରେ ଶିଖିବା |
03:28 | ଆକ୍ସିସକୁ ଲେବଲ କନଫିଗର କରିବା ଏବଂ ପ୍ଲଟକୁ ଟାଇଟଲ୍ ଦେବାପାଇଁ, ଟାଇଟଲ୍ , xlabel ଓ ylabel କମାଣ୍ଡ ବ୍ୟବହୃତ ହୁଏ |
03:38 | ଏହି କମାଣ୍ଡଗୁଡିକର ସେଟକୁ କଟ୍ କରନ୍ତୁ ଏବଂ କନସୋଲରେ ପେଷ୍ଟ କରି Enter ଦାବନ୍ତୁ |
03:45 | ଆପଣ ଦେଖିପାରିବେ ଯେ, ଗ୍ରାଫଟି x-axis ସହିତ x ଲେବଲ, y-axis ସହିତ y ଲେବଲ ହୋଇଛି ଏବଂ My title, ଗ୍ରାଫର ଟାଇଟଲ ହେବ |
03:58 | ଆପଣ, ପ୍ଲଟର title ଓ axisକୁ ତିନୋଟି କମାଣ୍ଡ୍ ବଦଳରେ ଗୋଟିଏ କମାଣ୍ଡରେ କନଫିଗର କରିବାକୁ ଚାହୁଁଥିବେ |
04:04 | ଏହି ଉଦ୍ଦେଶ୍ୟରେ, ସମସ୍ତ ତିନୋଟି ଆର୍ଗୁମେଣ୍ଟ ଥିବା xtitle କମାଣ୍ଡ ବ୍ୟବହାର କରନ୍ତୁ |
04:11 | ଏହି କମାଣ୍ଡକୁ କଟ୍ କରି, scilabରେ ପେଷ୍ଟ କରନ୍ତୁ, Enter ଦାବନ୍ତୁ |
04:18 | ବର୍ତ୍ତମାନ ଦେଖନ୍ତୁ, x ଆକ୍ସିସର ଲେବଲ ହେଉଛି X ଆକ୍ସିସ , Y ଆକ୍ସିସ ଏବଂ ଟାଇଟଲ୍ ହେଉଛି My title |
04:26 | ଆପଣ ଦେଖିପାରିବେ, clf() ଫଙ୍କଶନ, ଯାହା ମୁଁ ବର୍ତ୍ତମାନ ଟାଇପ୍ କରୁଛି, ଏହା ଗ୍ରାଫିକ ୱିଣ୍ଡୋକୁ କ୍ଲିୟର କରିବ |
04:36 | ସମାନ ଗ୍ରାଫିକ୍ ୱିଣ୍ଡୋ ଉପରେ ବିଭିନ୍ନ ଗ୍ରା୍ଫ୍ ଅଙ୍କନ କରିବା ପାଇଁ, ଏହା ଦରକାରୀ ହୋଇଥାଏ |
04:41 | ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
04:44 | ବେଳେବେଳେ ଆମକୁ, ସମାନ ପ୍ଲଟ୍ ଉପରେ ଥିବା ଦୁଇଟି ସେଟର ଡେଟା ଯେପରି, x ଡେଟାର ଗୋଟିଏ ସେଟ୍ ଏବଂ y ଡେଟାର ଦୁଇଟି ସେଟ୍ ମଧ୍ୟରେ ତୁଳନା କରିବାକୁ ପଡେ |
04:51 | ଏହାପାଇଁ ଏକ ଉଦାହରଣ ଦେଖିବା, ମୁଁ ତଳକୁ ସ୍କ୍ରୋଲ୍ କରିବି |
04:56 | linspace କମାଣ୍ଡ ବ୍ୟବହାର କରି, x ରୋ ଭେକ୍ଟର ଉପରେ x-ଆକ୍ସିସର ବିନ୍ଦୁଗୁଡିକୁ ପରିଭାଷିତ କରନ୍ତୁ |
05:03 | ଚାଲନ୍ତୁ, ଗୋଟିଏ ଫଙ୍କଶନକୁ ପରିଭାଷିତ କରିବା |
05:05 | y1 = xର ବର୍ଗ |
05:07 | x ବନାମ୍ y1 ପ୍ଲଟ୍ କରନ୍ତୁ |
05:10 | ଅନ୍ୟ ଏକ ଫଙ୍କଶନ, y2 = 2 xର ବର୍ଗ କୁ ପରିଭାଷିତ କରନ୍ତୁ |
05:15 | x ବନାମ୍ y2 ପ୍ଲଟ୍ କରନ୍ତୁ |
05:17 | ଆମର ଏହି ଗ୍ରାଫକୁ ଲେବଲ ଓ ଟାଇଟଲ୍ ମଧ୍ୟ ପ୍ରଦାନ କରିବା |
05:22 | ଧ୍ୟାନଦିଅନ୍ତୁ, ଆମେ କର୍ଭର ଉପସ୍ଥିତିରେ ପରିବର୍ତ୍ତନ ପାଇଁ, ପ୍ଲଟ୍ ଫଙ୍କଶନକୁ, ଅତିରିକ୍ତ o- ଓ + - କମାଣ୍ଡ ପାସ୍ କରିଛୁ |
05:33 | ଏହି ଆର୍ଗୁମେଣ୍ଟଗୁଡିକ, plot2d ଫଙ୍କଶନର ଅଂଶ ନୁହଁନ୍ତି |
05:37 | ସେମାନେ କେବଳ, plot ଫଙ୍କଶନ ସହିତ ବ୍ୟବହୃତ ହୋଇପାରିବେ |
05:41 | ମୁଁ, କମାଣ୍ଡର ସେଟ୍ ଗୁଡିକୁ କପୀ କରିବି ଏବଂ Scilab କନସୋଲରେ ପେଷ୍ଟ୍ କରିବି |
05:49 | ଗ୍ରାଫକୁ ଦେଖନ୍ତୁ |
05:51 | ଆମ ପାଇଁ, କେଉଁ କର୍ଭ, କେଉଁ ଫଙ୍କଶନ ସହିତ ଜଡିତ, ଜାଣିବା କ’ଣ ବହୁତ ସାହାଯ୍ୟକାରୀ ନୁହେଁ? |
05:56 | ଆପଣ ଦେଖିପାରୁଥିବେ, ଏହା legend କମାଣ୍ଡ ବ୍ୟବହାର କରି ହାସଲ କରିହେବ |
06:08 | o- କର୍ଭ, ଫଙ୍କଶନ y1=x ବର୍ଗର ପ୍ରତିରୁପ ଅଟେ ଏବଂ +- କର୍ଭ, ଫଙ୍କଶନ y2=2*x^2 (y2=2xର ବର୍ଗ)ର ପ୍ରତିରୁପ ଅଟେ |
06:19 | ଏହି ଗ୍ରାଫିକ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
06:22 | ବର୍ତ୍ତମାନ, ଆମେ plot2d demos ଓ subplot ଫଙ୍କଶନ ବିଷୟରେ ଆଲୋଚନା କରିବା |
06:28 | Scilab, ନିଜର ସମସ୍ତ ଗୁରୁତ୍ୱପୁର୍ଣ୍ଣ ଫଙ୍କଶନ ପାଇଁ, demos ଯୋଗାଇଥାଏ |
06:31 | demonstration ଟାବ୍ ମାଧ୍ୟମରେ, plot2dର Demos କୁ ଦେଖାଯାଇପାରେ |
06:39 | Graphics ଉପରେ କ୍ଲିକ୍ କରନ୍ତୁ, 2D ଓ 3D ପ୍ଲଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଅନେକ ଡେମୋ ମଧ୍ୟରୁ, ଗୋଟିଏ ଡେମୋ ଚୟନ କରନ୍ତୁ |
06:51 | ମୁଁ plot2d ଉପରେ କ୍ଲିକ୍ କରିବି |
06:54 | ଆପଣ ଡେମୋ ଗ୍ରାଫ ଦେଖିପାରିବେ |
06:55 | ଏଠାରେ, view code ବଟନ୍ ଉପରେ କ୍ଲିକ୍ କରି, ଏହି ଗ୍ରାଫ ପାଇଁ ଥିବା କୋଡକୁ ମଧ୍ୟ ଦେଖାଯାଇପାରିବ |
07:02 | ଏହି ଲିଙ୍କ, Mac OSରେ ଖୋଲିବ ନାହିଁ, କିନ୍ତୁ Windows ଓ Linuxରେ କାମ କରିବ |
07:07 | ଡାଇରେକ୍ଟୋରୀ ମାଧ୍ୟମରେ, Macରେ କୋଡକୁ କଦାପି ଦେଖିପାରିବେ ନାହିଁ |
07:12 | ଚାଲନ୍ତୁ, ଟର୍ମିନଲକୁ ଯିବା |
07:15 | ଦେଖାଯାଉବା ଭଳି, ବର୍ତ୍ତମାନ ମୁଁ Scilab 5.2ର demos ଡାଇରେକ୍ଟୋରୀରେ ଅଛି |
07:21 | ଏଠାରେ, ଡାଇରେକ୍ଟୋରୀକୁ ସମ୍ପୂର୍ଣ୍ଣ ପାଥ୍ ଦର୍ଶାଯାଇଅଛି |
07:27 | ଦେଖାଯାଇଥିବା ଭଳି, ଉପଲବ୍ଧ ଥିବା ଡେମୋଗୁଡିକର ତାଲିକା ପାଇଁ, ls ଟାଇପ୍ କରନ୍ତୁ |
07:36 | ଏହାପରେ, 2d_3d_plots ଡାଇରେକ୍ଟୋରୀ ଚୟନ କରନ୍ତୁ ଏବଂ Enter ଦାବନ୍ତୁ |
07:46 | .sce ଫାଇଲଗୁଡିକରେ ଉପଲବ୍ଧ ଥିବା ବିଭିନ୍ନ demo codeକୁ ଦେଖିବା ପାଇଁ, ପୁନର୍ବାର ls ଟାଇପ୍ କରନ୍ତୁ |
07:55 | ଡେମୋ ପାଇଁ ଥିବା କୋଡକୁ ଦେଖିବା, ଯାହା କୁ ଆମେ ଆଗରୁ ଦେଖିସାରିଛେ |
08:00 | more plot2d.dem.sce ଟାଇପ୍ କରି Enter ଦାବନ୍ତୁ |
08:11 | ଆପଣ ଏଠାରେ, plot2d ଫଙ୍କଶନର ଡେମୋ ଗ୍ରାଫ ପାଇଁ କୋଡ୍ ଦେଖିପାରିବେ |
08:18 | ଟର୍ମିନଲ ବନ୍ଦ କରନ୍ତୁ |
08:21 | ଡେମୋ ଗ୍ରାଫ୍ ଓ ଡେମୋ ୱିଣ୍ଡୋ ବନ୍ଦ କରନ୍ତୁ |
08:26 | ଏହିଭଳି, ଆପଣ ଅନ୍ୟ ଡେମୋଗୁଡିକୁ ଦେଖିପାରିବେ ଏବଂ Scilabରେ ଅନୁସନ୍ଧାନ କରନ୍ତୁ |
08:29 | ବର୍ତ୍ତମାନ, subplot ଫଙ୍କଶନ ଉପରେ ଅଲୋଚନା କରିବା |
08:33 | subplot()ଫଙ୍କଶନ, ଗ୍ରାଫିକ୍ ୱିଣ୍ଡୋକୁ, ବହୁତ ସବ୍-ୱିଣ୍ଡୋ ଥିବା, ଗୋଟିଏ ମେଟ୍ରିକ୍ସରେ ବିଭକ୍ତ କରିଦିଏ |
08:37 | ଏହି ଫଙ୍କଶନ ବର୍ଣ୍ଣନା କରିବା ପାଇଁ, Scilabରେ ଥିବା, 2D ଗ୍ରାଫ ପ୍ଲଟିଙ୍ଗ ପାଇଁ ଥିବା ଡେମୋଗୁଡିକର ବ୍ୟବହାର କରନ୍ତୁ |
08:43 | ଉଦାହରଣସ୍ୱରୂପ, ନିଜ କନସୋଲରେ plot2d ଟାଇପ୍ କରନ୍ତୁ ଏବଂ ଏହି ଫଙ୍କଶନରେ ଥିବା ଡେମୋ ପ୍ଲଟକୁ ଦେଖନ୍ତୁ |
08:58 | ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
09:00 | subplot କମାଣ୍ଡ, ଯାହା ସବପ୍ଲଟ୍ କମାଣ୍ଡରେ ଥିବା, ପ୍ରଥମ ଦୁଇଟି ଆର୍ଗ୍ୟୁମେଣ୍ଟର ପ୍ରତିରୁପ, ଏହା ଗ୍ରାଫିକ୍ ୱିଣ୍ଡୋକୁ ଭାଙ୍ଗି, ବହୁତ ସବ୍-ୱିଣ୍ଡୋ ଥିବା, ଗୋଟିଏ 2 ବାଏ 2 ମେଟ୍ରିକ୍ସରେ ପରିବର୍ତ୍ତନ କରେ |
09:10 | ତୃତୀୟ ଅର୍ଗ୍ୟୁମେଣ୍ଟ, ସାମ୍ପ୍ରତିକ ୱିଣ୍ଡୋକୁ ସୁଚାଇଥାଏ, ଯେଉଁଠି ପ୍ଲଟ୍ ଅଙ୍କନ ହେବ |
09:15 | ଏହାକୁ scilab କନସୋଲରେ କପୀକରି, ସମଗ୍ର କମାଣ୍ଡର ସେଟଗୁଡିକୁ ନିଷ୍ପାଦନ କରନ୍ତୁ |
09:24 | ଗୋଟିଏ ସିଙ୍ଗଲ୍ ପ୍ଲଟ୍ ୱିଣ୍ଡୋରେ, ଆପଣ ଚାରୋଟି ପ୍ଲଟ୍ ଦେଖିପାରିବେ |
09:28 | ପ୍ରାପ୍ତ ପ୍ଲଟ୍, ଆପଣଙ୍କ କମ୍ପ୍ୟୁଟରରେ ଏକ ଇମେଜ ଆକାରରେ ସେଭ୍ ହୋଇପାରିବ |
09:32 | ଗ୍ରାଫିକ ୱିଣ୍ଡୋ ଉପରେ କ୍ଲିକ୍ କରନ୍ତୁ, File ମେନୁକୁ ଯା’ନ୍ତୁ, Export to ଚୟନ କରନ୍ତୁ |
09:39 | ଆପଣଙ୍କ, ପ୍ଲଟକୁ ଏକ ଉପଯୁକ୍ତ ଟାଇଟଲ୍ ଦିଅନ୍ତୁ |
09:50 | ଫାଇଲକୁ ସେଭ୍ କରିବା ପାଇଁ, ଏକ ଫୋଲ୍ଡର ଚୟନ କରନ୍ତୁ |
09:54 | ଯେଉଁ ଫର୍ମାଟରେ ଅପଣଙ୍କର ଇମେଜ ଦେଖିବାକୁ ଚାହାଁନ୍ତି, ସେହି ଫାଇଲ୍ ଫର୍ମାଟ୍ ଚୟନ କରନ୍ତୁ |
09:59 | JPEG ଫର୍ମାଟ ଚୟନ କରନ୍ତୁ ଏବଂ save କ୍ଲିକ୍ କରନ୍ତୁ |
10:05 | ଇମେଜକୁ ଖୋଲିବା ପାଇଁ, ଡାଇରେକ୍ଟୋରୀ ମଧ୍ୟରେ ବ୍ରାଉଜ୍ କରନ୍ତୁ ଏବଂ ଏହା ସେଭ୍ ହୋଇଛି କି ନାହିଁ, ନିଜେ ଯାଞ୍ଚ କରନ୍ତୁ |
10:11 | ଏହା, Plotting in Scilabର ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
10:15 | Scilabରେ ଆହୁରି ଅନେକ ଫଙ୍କସନ୍ସ ଅଛି, ଯାହା ଅନ୍ୟ ଟ୍ୟୁଟୋରିଆଲଗୁଡିକରେ କଭର କରାଯିବ |
10:20 | Scilab ଲିଙ୍କ୍ସଗୁଡିକୁ ଦେଖନ୍ତୁ |
10:22 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:29 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:32 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |