Scilab/C2/Plotting-2D-graphs/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, Scilab ରେ Plotting 2D graphs ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:04 ଆଶା କରୁଛୁ, ଆପଣଙ୍କ କମ୍ପ୍ୟୁଟରରେ Scilab ଇନଷ୍ଟଲ ହୋଇଥିବ, Scilabରେ plots ଉପରେ ଆଲୋଚନା କରିବା
00:10 Scilab, ଅନେକ ପ୍ରକାରର 2D ଓ 3D plotsର ସୃଷ୍ଟି ଓ କଷ୍ଟମାଇଜ୍ କରିବା ପାଇଁ, ଅନେକ ମାର୍ଗ ପ୍ରଦାନ କରେ
00:15 Scilab ସୃଷ୍ଟି କରିପାରୁଥିବା, ଅନେକ ସଧାରଣ ଚାର୍ଟଗୁଡିକ ହେଲା: x-y ପ୍ଲଟ୍ସ, କୋଣ୍ଟୁର ପ୍ଲଟ୍ସ, 3D ପ୍ଲଟ୍ସ, ହିଷ୍ଟୋଗ୍ରାମ୍ସ, ବାର ଚାର୍ଟ ଇତ୍ୟାଦି
00:24 ବର୍ତ୍ତମାନ ଆପଣଙ୍କର Scilab କନସୋଲ ୱିଣ୍ଡୋ ଖୋଲନ୍ତୁ
00:28 ମୁଁ, କମାଣ୍ଡକୁ କଟ୍ ଓ ପେଷ୍ଟ କରିବା ପାଇଁ, Plotting.sce ଫାଇଲ ବ୍ୟବହାର କରିବି
00:34 ପ୍ଲଟ୍ କରିବା ପାଇଁ, ଆମକୁ ଏକ ବିନ୍ଦୁର ସେଟ୍ ଦରକାର. ସମାନ ବ୍ୟବଧାନ ରଖି ବିନ୍ଦୁଗୁଡିକୁ ଏକ ଅନୁକ୍ରମରେ ରଖିବା
00:39 ଏହା, linspace କମାଣ୍ଡ ଦ୍ୱାରା ସମ୍ଭବ ହେବ, ଯାହା ସରଳ ସମାନ ସ୍ପେସ୍ ଥିବା ଭେକ୍ଟର ସୃଷ୍ଟି କରିବ
00:45 ଉଦାହରଣସ୍ୱରୂପ,
00:48 x ହେଉଛି ଏକ ରୋ ଭେକ୍ଟର, ଯାହା ରୈଖିକ ଭାବେ 1 ଓ 10 ମଧ୍ୟରେ ସମାନ ବ୍ୟବଧାନରେ ଥିବା 5ଟି ବିନ୍ଦୁର ସମାହାର
00:57 ସେହିପରି, y ହେଉଛି ଏକ ରୋ ଭେକ୍ଟର, ଯାହା ରୈଖିକ ଭାବେ 1 ଓ 20 ମଧ୍ୟରେ ସମାନ ବ୍ୟବଧାନରେ ଥିବା 5ଟି ବିନ୍ଦୁର ସମାହାର
01:08 linspace ଉପରେ ଅଧିକ ବିବରଣୀ, help ଡକୁମେଣ୍ଟେଶନ୍ ରେ ଉପଲବ୍ଧ ହେବ
01:14 ବର୍ତ୍ତମାନ, ଆମେ plot ଫଙ୍କଶନ ବ୍ୟବହାର କରି, x ଓ y ଆର୍ଗୁମେଣ୍ଟ ସାହାଯ୍ୟରେ ଏକ ଗ୍ରାଫ ପ୍ଲଟ୍ କରିବା
01:19 ଏହା, matlabରେ ବ୍ୟବହାର ହୋଇଥିବା ଭଳି ସମାନ ଅଟେ
01:23 ଆପଣ ଦେଖିପାରୁଥିବେ, plot(x,y), x ବନାମ y ସହିତ ଏକ ଗ୍ରାଫ୍ ସୃଷ୍ଟି କରିବ
01:31 ଧ୍ୟାନଦିଅନ୍ତୁ, Graphics window, 0ରେ ଅଙ୍କିତ ହୋଇଛି
01:36 ଆମେ, xset ଫଙ୍କଶନ ବ୍ୟବହାର କରି ଅନ୍ୟ ଏକ ଗ୍ରାଫିକ ୱିଣ୍ଡୋ ଖୋଲିବା
01:41 ଏହାକୁ ବନ୍ଦ କରନ୍ତୁ
01:43 xset ଫଙ୍କଶନକୁ କଟ୍ କରି, Scilab ରେ ପେଷ୍ଟ କରି Enter ଦାବନ୍ତୁ
01:50 ଆପଣ, ସଂଖ୍ୟା 1 ଥିବା ଏକ ଗ୍ରାଫିକ ୱିଣ୍ଡୋ ଦେଖିପାରିବେ
01:54 ଧ୍ୟାନଦିଅନ୍ତୁ, window ଓ 1 ନାମକ ଦୁଇଟି ଫଙ୍କଶନରେ, ଦୁଇଟି ଆର୍ଗୁମେଣ୍ଟ ପାସ ହୋଇଛି
02:03 ଏହି ୱିଣ୍ଡୋରେ, ପରବର୍ତ୍ତୀ ଗ୍ରାଫ୍ ଅଙ୍କନ ହେବ
02:06 Scilabରେ, 2d ଗ୍ରାଫ୍ ଅଙ୍କନ ପାଇଁ plot2d ମୂଳ ଫଙ୍କଶନ ଭାବେ ବ୍ୟବହୃତ ହୁଏ
02:14 plot2d କମାଣ୍ଡ, x ବନାମ୍ yର ଏକ ଗ୍ରାଫ୍ ଅଙ୍କନ କରିବା, ଆପଣ ଦେଖିପାରିବେ
02:26 ଧ୍ୟାନଦିଅନ୍ତୁ, ଏଠାରେ style ନାମକ ଏକ ତୃତୀୟ ଆର୍ଗୁମେଣ୍ଟ ଅଛି
02:31 style ଆର୍ଗୁମେଣ୍ଟ ବାଧ୍ୟତାମୂଳକ ନୁହେଁ. ଏହା ପ୍ଲଟର ଉପସ୍ଥିତିକୁ କଷ୍ଟମାଇଜ୍ କରିବା ପାଇଁ ବ୍ୟବହୃତ ହୁଏ
02:36 ଷ୍ଟାଇଲର ଧନାତ୍ମକ ଭାଲ୍ୟୁ ପାଇଁ, ବିଭିନ୍ନ ରଙ୍ଗ ସହିତ କର୍ଭଟି ପ୍ଲେନ୍ ହୋଇଥାଏ, ଆମ କ୍ଷେତ୍ରରେ ସବୁଜ ପାଇଁ 3 ଅଟେ
02:44 ଷ୍ଟାଇଲର ଡିଫଲ୍ଟ ଭାଲ୍ୟୁ ହେଉଛି 1
02:46 ଋଣାତ୍ମକ ଭାଲ୍ୟୁ ନିମନ୍ତେ ଗ୍ରାଫ ଆଙ୍କିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଉପସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ନିଜେ ଲକ୍ଷ୍ୟ କରନ୍ତୁ
02:51 ଆମେ, ଚତୁର୍ଥ ଆର୍ଗୁମେଣ୍ଟ ପାସକରି ଆରମ୍ଭ ବିନ୍ଦୁ ଏବଂ x ଓ y ଆକ୍ସିସର ଶେଷ ବିନ୍ଦୁ ମଧ୍ୟ ନିରୂପଣ କରିପାରିବା
02:57 ଏହାକୁ rect କୁହାଯାଏ. ଆପଣ ଦେଖି ପାରୁଥିବେ
03:07 ଆମର, x ଆକ୍ସିସ 1 ଠାରୁ 10 ପର୍ଯ୍ୟନ୍ତ ଏବଂ y ଆକ୍ସିସ 1 ଠାରୁ 20 ପର୍ଯ୍ୟନ୍ତ ଅଛି
03:14 xmin, ymin, xmax ଓ ymax ହେଉଛି, rect କମାଣ୍ଡରେ ଥିବା ଆର୍ଗୁମେଣ୍ଟର କ୍ରମ
03:24 ବର୍ତ୍ତମାନ ଆମେ, ଟାଇଟଲ୍, ଆକ୍ସିସ୍ ଓ ଲେଜେଣ୍ଡ୍ ବିଷୟରେ ଶିଖିବା
03:28 ଆକ୍ସିସକୁ ଲେବଲ କନଫିଗର କରିବା ଏବଂ ପ୍ଲଟକୁ ଟାଇଟଲ୍ ଦେବାପାଇଁ, ଟାଇଟଲ୍ , xlabel ଓ ylabel କମାଣ୍ଡ ବ୍ୟବହୃତ ହୁଏ
03:38 ଏହି କମାଣ୍ଡଗୁଡିକର ସେଟକୁ କଟ୍ କରନ୍ତୁ ଏବଂ କନସୋଲରେ ପେଷ୍ଟ କରି Enter ଦାବନ୍ତୁ
03:45 ଆପଣ ଦେଖିପାରିବେ ଯେ, ଗ୍ରାଫଟି x-axis ସହିତ x ଲେବଲ, y-axis ସହିତ y ଲେବଲ ହୋଇଛି ଏବଂ My title, ଗ୍ରାଫର ଟାଇଟଲ ହେବ
03:58 ଆପଣ, ପ୍ଲଟର title ଓ axisକୁ ତିନୋଟି କମାଣ୍ଡ୍ ବଦଳରେ ଗୋଟିଏ କମାଣ୍ଡରେ କନଫିଗର କରିବାକୁ ଚାହୁଁଥିବେ
04:04 ଏହି ଉଦ୍ଦେଶ୍ୟରେ, ସମସ୍ତ ତିନୋଟି ଆର୍ଗୁମେଣ୍ଟ ଥିବା xtitle କମାଣ୍ଡ ବ୍ୟବହାର କରନ୍ତୁ
04:11 ଏହି କମାଣ୍ଡକୁ କଟ୍ କରି, scilabରେ ପେଷ୍ଟ କରନ୍ତୁ, Enter ଦାବନ୍ତୁ
04:18 ବର୍ତ୍ତମାନ ଦେଖନ୍ତୁ, x ଆକ୍ସିସର ଲେବଲ ହେଉଛି X ଆକ୍ସିସ , Y ଆକ୍ସିସ ଏବଂ ଟାଇଟଲ୍ ହେଉଛି My title
04:26 ଆପଣ ଦେଖିପାରିବେ, clf() ଫଙ୍କଶନ, ଯାହା ମୁଁ ବର୍ତ୍ତମାନ ଟାଇପ୍ କରୁଛି, ଏହା ଗ୍ରାଫିକ ୱିଣ୍ଡୋକୁ କ୍ଲିୟର କରିବ
04:36 ସମାନ ଗ୍ରାଫିକ୍ ୱିଣ୍ଡୋ ଉପରେ ବିଭିନ୍ନ ଗ୍ରା୍ଫ୍ ଅଙ୍କନ କରିବା ପାଇଁ, ଏହା ଦରକାରୀ ହୋଇଥାଏ
04:41 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
04:44 ବେଳେବେଳେ ଆମକୁ, ସମାନ ପ୍ଲଟ୍ ଉପରେ ଥିବା ଦୁଇଟି ସେଟର ଡେଟା ଯେପରି, x ଡେଟାର ଗୋଟିଏ ସେଟ୍ ଏବଂ y ଡେଟାର ଦୁଇଟି ସେଟ୍ ମଧ୍ୟରେ ତୁଳନା କରିବାକୁ ପଡେ
04:51 ଏହାପାଇଁ ଏକ ଉଦାହରଣ ଦେଖିବା, ମୁଁ ତଳକୁ ସ୍କ୍ରୋଲ୍ କରିବି
04:56 linspace କମାଣ୍ଡ ବ୍ୟବହାର କରି, x ରୋ ଭେକ୍ଟର ଉପରେ x-ଆକ୍ସିସର ବିନ୍ଦୁଗୁଡିକୁ ପରିଭାଷିତ କରନ୍ତୁ
05:03 ଚାଲନ୍ତୁ, ଗୋଟିଏ ଫଙ୍କଶନକୁ ପରିଭାଷିତ କରିବା
05:05 y1 = xର ବର୍ଗ
05:07 x ବନାମ୍ y1 ପ୍ଲଟ୍ କରନ୍ତୁ
05:10 ଅନ୍ୟ ଏକ ଫଙ୍କଶନ, y2 = 2 xର ବର୍ଗ କୁ ପରିଭାଷିତ କରନ୍ତୁ
05:15 x ବନାମ୍ y2 ପ୍ଲଟ୍ କରନ୍ତୁ
05:17 ଆମର ଏହି ଗ୍ରାଫକୁ ଲେବଲ ଓ ଟାଇଟଲ୍ ମଧ୍ୟ ପ୍ରଦାନ କରିବା
05:22 ଧ୍ୟାନଦିଅନ୍ତୁ, ଆମେ କର୍ଭର ଉପସ୍ଥିତିରେ ପରିବର୍ତ୍ତନ ପାଇଁ, ପ୍ଲଟ୍ ଫଙ୍କଶନକୁ, ଅତିରିକ୍ତ o- ଓ + - କମାଣ୍ଡ ପାସ୍ କରିଛୁ
05:33 ଏହି ଆର୍ଗୁମେଣ୍ଟଗୁଡିକ, plot2d ଫଙ୍କଶନର ଅଂଶ ନୁହଁନ୍ତି
05:37 ସେମାନେ କେବଳ, plot ଫଙ୍କଶନ ସହିତ ବ୍ୟବହୃତ ହୋଇପାରିବେ
05:41 ମୁଁ, କମାଣ୍ଡର ସେଟ୍ ଗୁଡିକୁ କପୀ କରିବି ଏବଂ Scilab କନସୋଲରେ ପେଷ୍ଟ୍ କରିବି
05:49 ଗ୍ରାଫକୁ ଦେଖନ୍ତୁ
05:51 ଆମ ପାଇଁ, କେଉଁ କର୍ଭ, କେଉଁ ଫଙ୍କଶନ ସହିତ ଜଡିତ, ଜାଣିବା କ’ଣ ବହୁତ ସାହାଯ୍ୟକାରୀ ନୁହେଁ?
05:56 ଆପଣ ଦେଖିପାରୁଥିବେ, ଏହା legend କମାଣ୍ଡ ବ୍ୟବହାର କରି ହାସଲ କରିହେବ
06:08 o- କର୍ଭ, ଫଙ୍କଶନ y1=x ବର୍ଗର ପ୍ରତିରୁପ ଅଟେ ଏବଂ +- କର୍ଭ, ଫଙ୍କଶନ y2=2*x^2 (y2=2xର ବର୍ଗ)ର ପ୍ରତିରୁପ ଅଟେ
06:19 ଏହି ଗ୍ରାଫିକ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
06:22 ବର୍ତ୍ତମାନ, ଆମେ plot2d demos ଓ subplot ଫଙ୍କଶନ ବିଷୟରେ ଆଲୋଚନା କରିବା
06:28 Scilab, ନିଜର ସମସ୍ତ ଗୁରୁତ୍ୱପୁର୍ଣ୍ଣ ଫଙ୍କଶନ ପାଇଁ, demos ଯୋଗାଇଥାଏ
06:31 demonstration ଟାବ୍ ମାଧ୍ୟମରେ, plot2dର Demos କୁ ଦେଖାଯାଇପାରେ
06:39 Graphics ଉପରେ କ୍ଲିକ୍ କରନ୍ତୁ, 2D ଓ 3D ପ୍ଲଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଅନେକ ଡେମୋ ମଧ୍ୟରୁ, ଗୋଟିଏ ଡେମୋ ଚୟନ କରନ୍ତୁ
06:51 ମୁଁ plot2d ଉପରେ କ୍ଲିକ୍ କରିବି
06:54 ଆପଣ ଡେମୋ ଗ୍ରାଫ ଦେଖିପାରିବେ
06:55 ଏଠାରେ, view code ବଟନ୍ ଉପରେ କ୍ଲିକ୍ କରି, ଏହି ଗ୍ରାଫ ପାଇଁ ଥିବା କୋଡକୁ ମଧ୍ୟ ଦେଖାଯାଇପାରିବ
07:02 ଏହି ଲିଙ୍କ, Mac OSରେ ଖୋଲିବ ନାହିଁ, କିନ୍ତୁ Windows ଓ Linuxରେ କାମ କରିବ
07:07 ଡାଇରେକ୍ଟୋରୀ ମାଧ୍ୟମରେ, Macରେ କୋଡକୁ କଦାପି ଦେଖିପାରିବେ ନାହିଁ
07:12 ଚାଲନ୍ତୁ, ଟର୍ମିନଲକୁ ଯିବା
07:15 ଦେଖାଯାଉବା ଭଳି, ବର୍ତ୍ତମାନ ମୁଁ Scilab 5.2ର demos ଡାଇରେକ୍ଟୋରୀରେ ଅଛି
07:21 ଏଠାରେ, ଡାଇରେକ୍ଟୋରୀକୁ ସମ୍ପୂର୍ଣ୍ଣ ପାଥ୍ ଦର୍ଶାଯାଇଅଛି
07:27 ଦେଖାଯାଇଥିବା ଭଳି, ଉପଲବ୍ଧ ଥିବା ଡେମୋଗୁଡିକର ତାଲିକା ପାଇଁ, ls ଟାଇପ୍ କରନ୍ତୁ
07:36 ଏହାପରେ, 2d_3d_plots ଡାଇରେକ୍ଟୋରୀ ଚୟନ କରନ୍ତୁ ଏବଂ Enter ଦାବନ୍ତୁ
07:46 .sce ଫାଇଲଗୁଡିକରେ ଉପଲବ୍ଧ ଥିବା ବିଭିନ୍ନ demo codeକୁ ଦେଖିବା ପାଇଁ, ପୁନର୍ବାର ls ଟାଇପ୍ କରନ୍ତୁ
07:55 ଡେମୋ ପାଇଁ ଥିବା କୋଡକୁ ଦେଖିବା, ଯାହା କୁ ଆମେ ଆଗରୁ ଦେଖିସାରିଛେ
08:00 more plot2d.dem.sce ଟାଇପ୍ କରି Enter ଦାବନ୍ତୁ
08:11 ଆପଣ ଏଠାରେ, plot2d ଫଙ୍କଶନର ଡେମୋ ଗ୍ରାଫ ପାଇଁ କୋଡ୍ ଦେଖିପାରିବେ
08:18 ଟର୍ମିନଲ ବନ୍ଦ କରନ୍ତୁ
08:21 ଡେମୋ ଗ୍ରାଫ୍ ଓ ଡେମୋ ୱିଣ୍ଡୋ ବନ୍ଦ କରନ୍ତୁ
08:26 ଏହିଭଳି, ଆପଣ ଅନ୍ୟ ଡେମୋଗୁଡିକୁ ଦେଖିପାରିବେ ଏବଂ Scilabରେ ଅନୁସନ୍ଧାନ କରନ୍ତୁ
08:29 ବର୍ତ୍ତମାନ, subplot ଫଙ୍କଶନ ଉପରେ ଅଲୋଚନା କରିବା
08:33 subplot()ଫଙ୍କଶନ, ଗ୍ରାଫିକ୍ ୱିଣ୍ଡୋକୁ, ବହୁତ ସବ୍-ୱିଣ୍ଡୋ ଥିବା, ଗୋଟିଏ ମେଟ୍ରିକ୍ସରେ ବିଭକ୍ତ କରିଦିଏ
08:37 ଏହି ଫଙ୍କଶନ ବର୍ଣ୍ଣନା କରିବା ପାଇଁ, Scilabରେ ଥିବା, 2D ଗ୍ରାଫ ପ୍ଲଟିଙ୍ଗ ପାଇଁ ଥିବା ଡେମୋଗୁଡିକର ବ୍ୟବହାର କରନ୍ତୁ
08:43 ଉଦାହରଣସ୍ୱରୂପ, ନିଜ କନସୋଲରେ plot2d ଟାଇପ୍ କରନ୍ତୁ ଏବଂ ଏହି ଫଙ୍କଶନରେ ଥିବା ଡେମୋ ପ୍ଲଟକୁ ଦେଖନ୍ତୁ
08:58 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
09:00 subplot କମାଣ୍ଡ, ଯାହା ସବପ୍ଲଟ୍ କମାଣ୍ଡରେ ଥିବା, ପ୍ରଥମ ଦୁଇଟି ଆର୍ଗ୍ୟୁମେଣ୍ଟର ପ୍ରତିରୁପ, ଏହା ଗ୍ରାଫିକ୍ ୱିଣ୍ଡୋକୁ ଭାଙ୍ଗି, ବହୁତ ସବ୍-ୱିଣ୍ଡୋ ଥିବା, ଗୋଟିଏ 2 ବାଏ 2 ମେଟ୍ରିକ୍ସରେ ପରିବର୍ତ୍ତନ କରେ
09:10 ତୃତୀୟ ଅର୍ଗ୍ୟୁମେଣ୍ଟ, ସାମ୍ପ୍ରତିକ ୱିଣ୍ଡୋକୁ ସୁଚାଇଥାଏ, ଯେଉଁଠି ପ୍ଲଟ୍ ଅଙ୍କନ ହେବ
09:15 ଏହାକୁ scilab କନସୋଲରେ କପୀକରି, ସମଗ୍ର କମାଣ୍ଡର ସେଟଗୁଡିକୁ ନିଷ୍ପାଦନ କରନ୍ତୁ
09:24 ଗୋଟିଏ ସିଙ୍ଗଲ୍ ପ୍ଲଟ୍ ୱିଣ୍ଡୋରେ, ଆପଣ ଚାରୋଟି ପ୍ଲଟ୍ ଦେଖିପାରିବେ
09:28 ପ୍ରାପ୍ତ ପ୍ଲଟ୍, ଆପଣଙ୍କ କମ୍ପ୍ୟୁଟରରେ ଏକ ଇମେଜ ଆକାରରେ ସେଭ୍ ହୋଇପାରିବ
09:32 ଗ୍ରାଫିକ ୱିଣ୍ଡୋ ଉପରେ କ୍ଲିକ୍ କରନ୍ତୁ, File ମେନୁକୁ ଯା’ନ୍ତୁ, Export to ଚୟନ କରନ୍ତୁ
09:39 ଆପଣଙ୍କ, ପ୍ଲଟକୁ ଏକ ଉପଯୁକ୍ତ ଟାଇଟଲ୍ ଦିଅନ୍ତୁ
09:50 ଫାଇଲକୁ ସେଭ୍ କରିବା ପାଇଁ, ଏକ ଫୋଲ୍ଡର ଚୟନ କରନ୍ତୁ
09:54 ଯେଉଁ ଫର୍ମାଟରେ ଅପଣଙ୍କର ଇମେଜ ଦେଖିବାକୁ ଚାହାଁନ୍ତି, ସେହି ଫାଇଲ୍ ଫର୍ମାଟ୍ ଚୟନ କରନ୍ତୁ
09:59 JPEG ଫର୍ମାଟ ଚୟନ କରନ୍ତୁ ଏବଂ save କ୍ଲିକ୍ କରନ୍ତୁ
10:05 ଇମେଜକୁ ଖୋଲିବା ପାଇଁ, ଡାଇରେକ୍ଟୋରୀ ମଧ୍ୟରେ ବ୍ରାଉଜ୍ କରନ୍ତୁ ଏବଂ ଏହା ସେଭ୍ ହୋଇଛି କି ନାହିଁ, ନିଜେ ଯାଞ୍ଚ କରନ୍ତୁ
10:11 ଏହା, Plotting in Scilabର ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
10:15 Scilabରେ ଆହୁରି ଅନେକ ଫଙ୍କସନ୍ସ ଅଛି, ଯାହା ଅନ୍ୟ ଟ୍ୟୁଟୋରିଆଲଗୁଡିକରେ କଭର କରାଯିବ
10:20 Scilab ଲିଙ୍କ୍ସଗୁଡିକୁ ଦେଖନ୍ତୁ
10:22 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:29 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:32 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep