BASH/C3/Basics-of-Redirection-(error-handling)/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Basics of redirection ଉପରେ ସ୍ପୋକେନ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା |
00:10 | * Bash ରେ input ଓ output |
00:12 | * Redirection ଓ file descriptors |
00:15 | ଷ୍ଟାଣ୍ଡାର୍ଡ ଇନପୁଟ, ଷ୍ଟାଣ୍ଡାର୍ଡ ଆଉଟପୁଟ |
00:18 | * ଷ୍ଟାଣ୍ଡାର୍ଡ ଏରର, କେତେକ ଉଦାହରଣ ସାହାଯ୍ୟରେ |
00:22 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର |
00:28 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
00:34 | ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି |
00:36 | * ଉବୁଣ୍ଟୁ ଲିନକ୍ସ 12.04 OS ଓ |
00:40 | * GNU BASH ଭର୍ସନ 4.2 |
00:43 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି |
00:50 | GNU/Linuxରେ ଆମେ ଗୋଟିଏ ଫାଇଲକୁ output ପଠାଇପାରିବା କିମ୍ବା ଏକ ଫାଇଲରୁ inputକୁ ପଢିପାରିବା |
00:58 | ପ୍ରତ୍ୟେକ shell କମାଣ୍ଡର ନିଜସ୍ୱ ଇନପୁଟ ଓ ଆଉଟପୁଟ ଅଛି |
01:03 | ଇନପୁଟ ଓ ଆଉଟପୁଟ, shell ଦ୍ୱାରା ବର୍ଣ୍ଣିତ ହୋଇଥିବା ଏକ ବିଶିଷ୍ଟ ସଂକେତ ବ୍ୟବହାରକରି ରିଡାଇରେକ୍ଟ ହୋଇଥାଏ |
01:11 | ଇନପୁଟ ଓ ଆଉଟପୁଟର ଡିଫଲ୍ଟ ପାଥର ପରିବର୍ତ୍ତନକୁ redirection କୁହାଯାଏ |
01:18 | GNU/Linuxରେ, ହାର୍ଡୱେର୍ ସମେତ ସବୁକିଛି ଏକ ଫାଇଲ ଅଟେ, |
01:24 | ସାଧାରଣ ରିଟର୍ନ ଭାଲ୍ୟୁଗୁଡିକ ହେଉଛି: |
01:27 | * Input ପାଇଁ ଯିରୋ, ଅର୍ଥାତ୍ କୀ-ବୋର୍ଡ |
01:31 | * Output ପାଇଁ 1, ଅର୍ଥାତ୍ ସ୍କ୍ରୀନ୍ |
01:34 | * ଏରର ପାଇଁ 2, ଅର୍ଥାତ୍ ସ୍କ୍ରୀନ୍ |
01:38 | 0,1,2 ହେଉଛନ୍ତି, POSIX ସଂଖ୍ୟା ଏବଂ file descriptors (FD) ଭାବେ ମଧ୍ୟ ଜଣାଶୁଣା |
01:46 | Re-director, ଗୋଟିଏ ୟୁଜର କିମ୍ବା ଅନ୍ୟ ପ୍ରୋଗ୍ରାମ୍ ସହିତ କଥା ହେବା ପାଇଁ POSIX ସଂଖ୍ୟାର ବ୍ୟବହାର କରେ |
01:54 | Standard input: ଷ୍ଟାଣ୍ଡାର୍ଡ ଇନପୁଟ ହେଉଛି ଡିଫଲ୍ଟ ଇନପୁଟ ପ୍ରଣାଳୀ |
02:00 | ଇନପୁଟକୁ ପଢିବା ପାଇଁ, ଏହା ସମସ୍ତ କମାଣ୍ଡ୍ ଦ୍ୱାରା ବ୍ୟବହୃତ ହୁଏ |
02:04 | ଏହା ଯିରୋ(୦) ଦ୍ୱାରା ନିରୂପିତ ହୋଇଥାଏ |
02:07 | ଏହା Stdin(Standard input) ଭାବେ ମଧ୍ୟ ଜଣାଶୁଣା |
02:13 | ଡିଫଲ୍ଟ standard input ହେଉଛି କୀବୋର୍ଡ |
02:17 | Less than ଚିହ୍ନ ହେଉଛି, ଇନପୁଟ ରିଡାଇରେକ୍ସନର ଚିହ୍ନ |
02:22 | ସିଣ୍ଟାକ୍ସ ହେଉଛି-command ସ୍ପେସ୍ ଲେସ୍ ଦ୍ୟାନ୍ ଚିହ୍ନ ସ୍ପେସ୍ filename |
02:30 | Redirection ଡଟ୍ sh ଫାଇଲ ଖୋଲନ୍ତୁ |
02:34 | ମୁଁ ଫାଇଲରେ କିଛି କୋଡ୍ ଟାଇପ୍ କରିଛି |
02:37 | ଏହା ହେଉଛି shebang ଲାଇନ୍ |
02:41 | ଟାଇପ୍ କରନ୍ତୁ: sort ସ୍ପେସ୍ ଲେସ୍ ଦ୍ୟାନ୍ ଚିହ୍ନ ସ୍ପେସ୍ file ଡଟ୍ txt |
02:48 | ଏହା, input redirectionର ଏକ ଉଦାହରଣ ଅଟେ |
02:52 | File ଡଟ୍ txt ଫାଇଲରୁ ଇନପୁଟକୁ ନିଆଯାଇଛି |
02:57 | Sort କମାଣ୍ଡ୍, File ଡଟ୍ txtରେ ଥିବା ସଂଖ୍ୟାଗୁଡ଼ିକୁ କ୍ରମବଦ୍ଧ କରିଥାଏ |
03:04 | Save ଉପରେ କ୍ଲିକ୍ କରନ୍ତୁ |
03:06 | Redirection ଡଟ୍ sh ଫାଇଲକୁ ରନ୍ କରନ୍ତୁ |
03:10 | ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି ଟର୍ମିନଲ ଖୋଲନ୍ତୁ |
03:18 | ତାହା ପୂର୍ବରୁ, file ଡଟ୍ txtରେ ଥିବା କଣ୍ଟେଣ୍ଟଗୁଡିକୁ ଦେଖନ୍ତୁ |
03:23 | ଟାଇପ୍ କରନ୍ତୁ: cat ସ୍ପେସ୍ file ଡଟ୍ txt |
03:27 | ଏଣ୍ଟର୍ ଦାବନ୍ତୁ |
03:30 | ଫାଇଲରେ ସଂଖ୍ୟାଗୁଡିକର ଶୃଙ୍ଖଳା ଥିବାର, ଆପଣ ଦେଖିପାରିବେ |
03:35 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ redirection ଡଟ୍ sh |
03:43 | ଏଣ୍ଟର୍ ଦାବନ୍ତୁ |
03:45 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ redirection ଡଟ୍ sh |
03:48 | ଏଣ୍ଟର୍ ଦାବନ୍ତୁ |
03:51 | କ୍ରମବଦ୍ଧ ହେବାପରେ, ଟର୍ମିନଲରେ ଆଉଟପୁଟକୁ ଦେଖନ୍ତୁ |
03:56 | ସଂଖ୍ୟାଗୁଡିକ ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ ହୋଇଛନ୍ତି |
04:00 | ଏବେ, slidesକୁ ଫେରିଆସନ୍ତୁ |
04:03 | Standard output: ଆଉଟପୁଟର ପ୍ରଦର୍ଶନ ପାଇଁ, ସମସ୍ତ କମାଣ୍ଡ୍ ଦ୍ୱାରା ଷ୍ଟାଣ୍ଡାର୍ଡ ଆଉଟପୁଟ ବ୍ୟବହୃତ ହୋଇଥାଏ |
04:10 | ସ୍କ୍ରୀନ୍ ଉପରେ ଡିଫଲ୍ଟ ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
04:14 | ଏହା ସଂଖ୍ୟା one(1) ଭାବେ ନିରୁପିତ ହୋଇଥାଏ |
04:17 | ଏହା, Stdout(Standard output) ଭାବେ ମଧ୍ୟ ଜଣାଶୁଣା |
04:23 | (>) ଗ୍ରେଟର୍ ଦ୍ୟାନ୍ ଚିହ୍ନ ହେଉଛି ଆଉଟପୁଟ୍ ରିଡାଇରେକ୍ସନର ଚିହ୍ନ |
04:28 | ସିଣ୍ଟାକ୍ସ ହେଉଛି, command ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ filename |
04:35 | Redirection ଡଟ୍ sh ଫାଇଲକୁ ଫେରିଆସନ୍ତୁ |
04:41 | ପୂର୍ବ ଲାଇନ, sortକୁ କମେଣ୍ଟ କରନ୍ତୁ |
04:45 | ତା’ତଳେ ଟାଇପ୍ କରନ୍ତୁ: ls ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ ls ଅଣ୍ଡରସ୍କୋର file ଡଟ୍ txt |
04:55 | ଏହା, output redirectonର ଏକ ଉଦାହରଣ ଅଟେ |
04:59 | lsର ଆଉଟପୁଟ୍, ls_file ଡଟ୍ txtରେ ଷ୍ଟୋର୍ ହେବ |
05:06 | ls କମାଣ୍ଡ୍, ଫାଇଲଗୁଡିକର ସମସ୍ତ ସୂଚନାକୁ ସେହି ନିର୍ଦ୍ଦିଷ୍ଟ ଡାଇରେକ୍ଟୋରୀରେ ତାଲିକାଭୁକ୍ତ କରେ |
05:14 | ଏବେ, ଫାଇଲକୁ save କରି ଟର୍ମିନଲକୁ ଫେରିଚାଲନ୍ତୁ |
05:19 | Prompt ଖାଲି କରିଦିଅନ୍ତୁ. ପ୍ରଥମେ ls ଟାଇପ୍ କରି ଆଉଟପୁଟ୍ ଦେଖନ୍ତୁ |
05:28 | ବର୍ତ୍ତମାନ, ତିନିଥର ଅପ୍-ଆରୋ କୀ ଦାବନ୍ତୁ |
05:33 | ପୂର୍ବ କମାଣ୍ଡ୍, ଡଟ୍ ସ୍ଲାଶ୍ redirection ଡଟ୍ shକୁ ମନେପକାନ୍ତୁ |
05:38 | ଓ ଏଣ୍ଟର ଦାବନ୍ତୁ |
05:41 | ଏବେ, ଆଉଟପୁଟ ଠିକଭାବେ ରିଡାଇରେକ୍ଟ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ |
05:46 | ଟାଇପ୍ କରନ୍ତୁ: gedit ସ୍ପେସ୍ ls ଅଣ୍ଡରସ୍କୋର୍ file ଡଟ୍ txt ଏବଂ ଏଣ୍ଟର୍ ଦାବନ୍ତୁ |
05:56 | ବର୍ତ୍ତମାନ, ଏହି ଫାଇଲରେ ଆମେ ଆଉଟପୁଟ ଦେଖିପାରିବା. ତେବେ, ଆମ redirect ସଫଳ ହେଲା |
06:03 | ଏବେ, slidesକୁ ଫେରିଆସନ୍ତୁ |
06:06 | Standard error: ଷ୍ଟାଣ୍ଡାର୍ଡ ଏରର ହେଉଛି ଡିଫଲ୍ଟ ଆଉଟପୁଟ ଏରର |
06:12 | ସମସ୍ତ ସିଷ୍ଟମ ଏରର ଲେଖିବା ପାଇଁ ଏହା ବ୍ୟବହୃତ ହୁଏ |
06:16 | ଏହା, ସଂଖ୍ୟା ଦୁଇ (2) ଭାବେ ନିରୁପିତ ହୋଇଥାଏ |
06:20 | Stderr (Standard error) ଭାବେ ମଧ୍ୟ ଏହା ଜଣାଶୁଣା |
06:25 | ଡିଫଲ୍ଟ ଷ୍ଟାଣ୍ଡାର୍ଡ ଏରର ଆଉଟପୁଟ୍, ସ୍କ୍ରୀନ୍ ବା ମନିଟରରେ ଦୃଶ୍ୟମାନ ହୋଇଥାଏ |
06:32 | ଟୁ ଗ୍ରେଟର୍ ଦ୍ୟାନ୍ ଚିହ୍ନ(2>) ହେଉଛି ଏରର ରିଡାଇରେକ୍ସନ୍ ର ଚିହ୍ନ |
06:36 | ସିଣ୍ଟାକ୍ସ ହେଉଛି, କମାଣ୍ଡ୍ ସ୍ପେସ୍ 2 ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ error ଡଟ୍ txt |
06:44 | redirection dot sh ଫାଇଲକୁ ଫେରିଚାଲନ୍ତୁ |
06:49 | ପୂର୍ବ ଲାଇନକୁ କମେଣ୍ଟ୍ କରନ୍ତୁ, ଯାହା ହେଉଛି ls |
06:54 | ତା’ତଳେ ଟାଇପ୍ କରନ୍ତୁ: rm ସ୍ପେସ୍ backslash tmp backslash 4815 ଡଟ୍ txt ସ୍ପେସ୍ 2 ଗ୍ରେଟର୍ ଦ୍ୟାନ୍ ଚିହ୍ନ ସ୍ପେସ୍ error ଡଟ୍ txt |
07:11 | ଏରର ଆଉଟପୁଟ, error dot txt fileକୁ ରିଡାଇରେକ୍ଟ ହୋଇଗଲା |
07:17 | ଏବେ, Save ଉପରେ କ୍ଲିକ କରନ୍ତୁ ଏବଂ ଟର୍ମିନଲକୁ ଫେରିଯାଆନ୍ତୁ |
07:22 | ପ୍ରଥମେ, ଏରରକୁ ଦେଖିବା ପାଇଁ ଗୋଟିଏ କମାଣ୍ଡ୍ ଟାଇପ୍ କରନ୍ତୁ |
07:26 | ଟାଇପ୍ କରନ୍ତୁ: rm ସ୍ପେସ୍ ବ୍ୟାକ୍ ସ୍ଲାଶ୍ tmp ବ୍ୟାକ୍ ସ୍ଲାଶ୍ 4815 ଡଟ୍ txt |
07:36 | ଏଣ୍ଟର୍ ଦାବନ୍ତୁ |
07:38 | ନିମ୍ନାନୁସାରେ ଏରର ପ୍ରଦର୍ଶିତ ହେଲା- |
07:40 | rm: cannot remove slash tmp slash 4815 dot txt: No such file or directory |
07:49 | ବର୍ତ୍ତମାନ, ଆମର ଫାଇଲକୁ ନିଷ୍ପାଦନ କରିବା |
07:53 | ଅପ୍-ଆରୋ କୀ ଦାବନ୍ତୁ |
07:55 | ଏବଂ ପୂର୍ବ କମାଣ୍ଡ୍, dot ସ୍ଲାଶ୍ redirection ଡଟ୍ shକୁ ମନେପକାନ୍ତୁ |
08:01 | ଏଣ୍ଟର୍ ଦାବନ୍ତୁ |
08:03 | ଏରର ରିଡାଇରେକ୍ଟ ହେଲା କି ନାହିଁ ଯାଞ୍ଚ କରିବା |
08:07 | ଟାଇପ୍ କରନ୍ତୁ: gedit ସ୍ପେସ୍ error ଡଟ୍ txt ଏବଂ ଏଣ୍ଟର୍ ଦାବନ୍ତୁ |
08:15 | ଏରର, error ଡଟ୍ txt ଫାଇଲକୁ ରିଡାଇରେକ୍ଟ ହୋଇଥିବାର ଆମେ ଦେଖିପାରିବା |
08:22 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:26 | ସଂକ୍ଷିପ୍ତରେ |
08:28 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
08:31 | * Bashରେ ଇନପୁଟ ଓ ଆଉଟପୁଟ |
08:35 | * Redirection ଓ file descriptors |
08:38 | * '<' ( ଲେସ୍ ଦ୍ୟାନ୍ ) ଚିହ୍ନ ବ୍ୟବହାର କରି standard input |
08:42 | * '>' ( ଗ୍ରେଟର୍ ଦ୍ୟାନ୍ ) ଚିହ୍ନ ବ୍ୟବହାର କରି standard output |
08:47 | * '2>' ( ଟୁ ଗ୍ରେଟର୍ ଦ୍ୟାନ୍ ) ଚିହ୍ନ ବ୍ୟବହାର କରି standard error |
08:52 | ଏକ ଆସାଇନମେଣ୍ଟ ଭାବେ |
08:54 | ଯେକୌଣସି ଭାଷା, ଯେପରି C, C++, Java ବ୍ୟବହାର କରି ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
08:59 | ଏବଂ ଆଉଟପୁଟ କିମ୍ବା ଏରରକୁ ଗୋଟିଏ ନୂଆ ଫାଇଲକୁ redirect କରନ୍ତୁ |
09:04 | କିମ୍ବା କିଛି କଣ୍ଟେଣ୍ଟ, ଯେପରି ଆପଣଙ୍କର ନାମ, ଠିକଣା ଥିବା ଗୋଟିଏ text file ତିଆରି କରନ୍ତୁ |
09:11 | କଣ୍ଟେଣ୍ଟଗୁଡ଼ିକୁ ଗୋଟିଏ ନୂଆ ଫାଇଲକୁ redirect କରନ୍ତୁ |
09:15 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
09:19 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
09:30 | * ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:34 | * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:38 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:46 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:50 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:58 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
10:04 | ଆଇଆଇଟି ବମ୍ୱେ ତରଫରୁ |
10:10 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |