BASH/C2/More-on-Loops/Oriya
From Script | Spoken-Tutorial
Time | Narration |
00:01 | BASHରେ Nested For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ, ଏକ ଉଦାହରଣ ସାହାଯ୍ୟରେ Nested For Loop ଶିଖିବା |
00:13 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04 OS ଓ GNU Bash ଭର୍ସନ୍ 4.1.10 |
00:24 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:31 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Bashରେ Loops ସହିତ |
00:37 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:43 | ଚାଲନ୍ତୁ, Nested Loopsର ପରିଚୟରୁ ଆରମ୍ଭ କରିବା |
00:46 | ଗୋଟିଏ Loop ମଧ୍ୟରେ ଗୋଟିଏ Loopକୁ ନେଷ୍ଟେଡ୍ Loop କୁହାଯାଏ |
00:51 | ଆସନ୍ତୁ, ସିଣ୍ଟାକ୍ସକୁ ଦେଖିବା. ଆଉଟର୍ For Loop ଏକ୍ସପ୍ରେସନ୍ 1, 2, 3 ; |
00:57 | ଇନର୍ For Loop ଏକ୍ସପ୍ରେସନ୍ 1, 2, 3 ; |
01:01 | ଷ୍ଟେଟମେଣ୍ଟ 1, ଷ୍ଟେଟମେଣ୍ଟ 2 |
01:04 | ବନ୍ଦ ଇନର୍ For Loop, ବନ୍ଦ ଆଉଟର୍ For Loop |
01:09 | ଏବେ, Nested For Loopର ଏକ ଉଦାହରଣ ଦେଖିବା |
01:12 | ପ୍ରଥମେ, ଡାଇରେକ୍ଟୋରୀ ଷ୍ଟ୍ରକଚର୍ କୁ ଯିବା |
01:17 | ଡେସ୍କଟପ୍ ଉପରେ Simple-Nested-For ନାମକ ଏକ ଡାଇରେକ୍ଟୋରୀ ଅଛି. ତାକୁ ଖୋଲନ୍ତୁ |
01:24 | ଏଥିରେ ସବ୍-ଡାଇରେକ୍ଟୋରିଜ୍ ଅଛି, ଯଥା test, test2, test3 ଓ ଏକ Bash Script |
01:31 | ପ୍ରତ୍ୟେକ ସବ୍-ଡାଇରେକ୍ଟୋରୀରେ, ଅନେକ text ଫାଇଲ୍ସ ଅଛି |
01:36 | ଏବେ ଆମେ, ଆମର କୋଡ୍ କୁ ଯିବା |
01:39 | ଏହି ପ୍ରୋଗ୍ରାମ୍, ପ୍ରତ୍ୟେକ ସବ୍-ଡାଇରେକ୍ଟୋରୀରେ ଥିବା ସମସ୍ତ ଫାଇଲ୍ସକୁ ଦେଖାଇଥାଏ |
01:45 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଏହାକୁ ସିଙ୍ଗଲ୍ ଲାଇନ୍ କମାଣ୍ଡ ls -1 -R test* ସହିତ ପ୍ରାପ୍ତ କରିହେବ |
01:53 | କିନ୍ତୁ ଆମେ, ଏହାକୁ ଏକ For Loop ବ୍ୟବହାର କରି କରିବା |
01:58 | ଆମ Bash Scriptର ନାମ ହେଉଛି nested-(ହାଇଫେନ୍)for ଡଟ୍ sh |
02:05 | ଏହା ହେଉଛି shebang ଲାଇନ୍ |
02:08 | ଏହା ହେଉଛି ଆଉଟର୍ For Loop |
02:10 | ଏହି For Loop, test ନାମରେ ଆରମ୍ଭ ହେଉଥିବା ଡାଇରେକ୍ଟୋରୀଗୁଡ଼ିକ ପାଇଁ ଯାଞ୍ଚ କରିବ |
02:15 | ପ୍ରଥମ echo ଲାଇନ୍, ସବ୍-ଡାଇରେକ୍ଟୋରୀଗୁଡ଼ିକର ନାମ ଦେଖାଇବ |
02:21 | ଦ୍ୱିତୀୟ echo ଲାଇନ୍, ଏକ ଖାଲି ଲାଇନ୍ ତିଆରି କରିବ |
02:25 | ଏହା ହେଉଛି ଇନର୍ For Loop. ଏହା, ଡାଇରେକ୍ଟୋରୀଗୁଡ଼ିକ ଭିତରେ ଥିବା ଫାଇଲଗୁଡ଼ିକ ପାଇଁ ଯାଞ୍ଚ କରିବ |
02:32 | ls, ଡାଇରେକ୍ଟୋରୀର ସୂଚୀକୁ ପ୍ରଦର୍ଶିତ କରେ |
02:36 | - (ହାଇଫେନ୍) 1, ଗୋଟିଏ ଲାଇନ୍ ପିଛା ଗୋଟିଏ ଫାଇଲ୍ ସୂଚିବଦ୍ଧ କରିବା ପାଇଁ ବ୍ୟବହାର କରାଯାଏ |
02:41 | ଏଠାରେ ଆମେ, ଫାଇଲଗୁଡ଼ିକୁ ସୂଚୀବଦ୍ଧ କରିଛେ. ଇନର୍ For Loopକୁ Done ସମାପ୍ତ କରେ |
02:45 | ଆଉଟର୍ For Loopର ପ୍ରତ୍ୟେକ ଚକ୍ରର ସମାପ୍ତି ପରେ ଏହି କମାଣ୍ଡ ଏକ ଭର୍ଟିକଲ୍ ଲାଇନ୍ ପ୍ରିଣ୍ଟ କରେ |
02:53 | ଆଉଟର୍ For Loopକୁ Done ସମାପ୍ତ କରେ |
02:57 | ଏବେ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା. ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ |
03:08 | ଚାଲନ୍ତୁ, ଆମର Bash Script ଥିବା ଡାଇରେକ୍ଟୋରୀକୁ ଯିବା |
03:13 | ତାହା ଡେସ୍କଟପ୍ ରେ ଅଛି |
03:15 | ଟାଇପ୍ କରନ୍ତୁ: cd Desktop. simple-nested-for ଫୋଲ୍ଡର୍ କୁ ଯାଆନ୍ତୁ |
03:22 | ଏଣ୍ଟର୍ ଦାବନ୍ତୁ |
03:24 | ଟାଇପ୍ କରନ୍ତୁ: chmod ପ୍ଲସ୍ x nested-for ଡଟ୍ sh |
03:32 | ଏଣ୍ଟର୍ ଦାବନ୍ତୁ |
03:34 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ nested-(ହାଇଫେନ୍)for ଡଟ୍ sh |
03:39 | ଏଣ୍ଟର୍ ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହେଲା. ଏହା, test ଡାଇରେକ୍ଟୋରୀ, test2 ଡାଇରେକ୍ଟୋରୀ ଓ test3 ଡାଇରେକ୍ଟୋରୀରେ ଥିବା ଫାଇଲଗୁଡ଼ିକୁ ଦେଖାଏ |
03:52 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
03:56 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ Nested For Loop ଶିଖିଲେ |
04:02 | ଏକ ଆସାଇନମେଣ୍ଟ ଭାବେ: |
04:04 | * ରିଟାଇପ୍ କରନ୍ତୁ: Nested While Loop ବ୍ୟବହାର କରି nested-for ଡଟ୍ sh Bash ସ୍କ୍ରିପ୍ଟ |
04:11 | * nested-while ଡଟ୍ sh ନାମରେ ପ୍ରୋଗ୍ରାମକୁ ସେଭ୍ କରନ୍ତୁ |
04:17 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial . ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
04:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
04:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
04:37 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
04:45 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
04:57 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro. |
05:03 | ଆଇଆଇଟି ବମ୍ୱେ ତରଫରୁ |
05:08 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |